ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗରେ ସେନା-ଆତଙ୍କବାଦୀଙ୍କ ଗୁଳି ବିନିମୟ। ଅନନ୍ତନାଗର କୋକରନାଗ ଅଞ୍ଚଳରେ ଗତକାଲି ରାତିରୁ ଗୁଳି ବିନିମୟ ଜାରି ରହିଛି। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଫଳରେ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରାତି ପ୍ରାୟ ଗୋଟାଏରୁ ଏହି ଏନକାଉଣ୍ଟର ଜାରି ରହିଛି। ତେବେ ଏହି ଘଟଣାରେ କେତେ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି […]
ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢ଼ି ପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏନେଇ ବିଚାର କରୁଥିବା କହିଛନ୍ତି ନିଜେ କଂଗ୍ରେସ ହାଇକମାଣ୍ଡ୍ ରାହୁଲ ଗାନ୍ଧି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଏନେଇ ସଙ୍କେତ ଦେଇଛନ୍ତି। ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି ଯେ, ୨ଟି ଆସନରୁ ଲଢ଼ିବା ବଡ଼କଥା ନୁହେଁ। ତେବେ ତାଙ୍କର ଏମିତି ଉତ୍ତରରୁ ସେ ଦୁଇଟି ଆସନରୁ ଲଢ଼ିବା ଅନୁମାନ କରାଯାଉଛି। […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ଓଡ଼ିଶା, ଆନ୍ଧ୍ର ଏବଂ ତେଲେଙ୍ଗାନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତର-ପୂର୍ବ ଅଭିଯାନ ଆରମ୍ଭ ହୋଇଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପାଇଁ ମୋଦି ଆଜି ଅରୁଣାଚଳ ଗସ୍ତରେ ଅଛନ୍ତି। ମିଶନ ୨୦୧୯ ପାଇଁ ନିର୍ବାଚନ ବିଗୁଲ ବଜାଇ ସାରିଥିବା ମୋଦି ଦେଶର ବିକାଶ ଉତ୍ତର ପୂର୍ବରୁ ହିଁ ହେବ ବୋଲି ଦୋହରାଇଛନ୍ତି। ପଶ୍ଚିମ ସିଆଙ୍ଗର ଆଲୋରେ ନିର୍ବାଚନୀ ପ୍ରଚାର ସଭାରେ ସେ ସାଧାରଣ ଲୋକଙ୍କୁ ଉଦ୍ବୋଧନ ଦେଇ ବିରୋଧୀଙ୍କୁ ଟାର୍ଗେଟ […]
ନୂଆଦିଲ୍ଲୀ: ଆଜି ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଓଡ଼ିଶା ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ଆବେଦନର ଟ୍ରିବ୍ୟୁନାଲରେ ଏହି ଶୁଣାଣି ହେବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ସମାଧାନ ପାଇଁ ପୂର୍ବ ଶୁଣାଣିରେ ପରାମର୍ଶ ଦେଇଥିଲେ ଟ୍ରିବ୍ୟୁନାଲ୍। ଏହି ଶୁଣାଣିରେ ଉଭୟ ପକ୍ଷର ଆଡ୍ଭୋକେଟ ଜେନେରାଲ ସ୍ତରୀୟ ବୈଠକ ମାଧ୍ୟମରେ ସମାଧାନ କରିବାକୁ କହିଥିଲେ ଟ୍ରିବ୍ୟୁନାଲ୍। ଆପୋଷ ଆଲୋଚନା ସମ୍ପର୍କିତ ବୈଠକରେ କ’ଣ ସମାଧାନ ରାସ୍ତା ବାହାରିଛି ସେ ନେଇ […]