ନୂଆଦିଲ୍ଲୀ: ପୁଣେରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ୧୫ଜଣ ଲୋକଙ୍କ ନିକଟରେ ଦେଶର ଅନେକ ଟଙ୍କା ମହଜୁଦ ରହିଥିବା ରାହୁଲ କହିଛନ୍ତି। ସାଧାରଣ ଲୋକମାନେ ସେହି ଟଙ୍କାକୁ ବ୍ୟବହାର କରି ପାରୁନାହାନ୍ତି। ତେଣୁ ଏଥିରେ ସ୍ୱଚ୍ଛତା ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିସହ କ୍ଷମତାକୁ ଆସିଲେ ସବୁ ବିଧାନସଭା ଓ ଲୋକସଭାରେ ମହିଳାମାନଙ୍କ ପ୍ରତି ୩୩ପ୍ରତିଶତ ସଂରକ୍ଷଣ ରହିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି। ମଧ୍ୟବିତ୍ତ ପରିବାର ଉପରେ କୌଣସି ବୋଝ […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଆମରୋହାରେ ଏକ ରାଲିରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମାନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସ ସମେତ ଅନ୍ୟ ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ସାରା ବିଶ୍ୱରେ ଯେତେବେଳେ ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି, ଏଠାରେ କିଛି ଲୋକ ପାକିସ୍ତାନରେ ହିରୋ ହେବାକୁ ଚାହୁଁଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ଏଭଳି ଲୋକଙ୍କୁ ଉଚିତ ଜବାବ ଦେବାକୁ ମୋଦି ଆହ୍ୱାନ ଦେଇଛନ୍ତି। ସେହିଭଳି ଗତ ୫ ବର୍ଷରେ ବିସ୍ଫୋରଣ ହ୍ରାସ ପାଇଥିବା କଥା ମଧ୍ୟ […]
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ଟି ଜିଲ୍ଲାରୁ ଆଫ୍ସା ପ୍ରତ୍ୟାହାର କରାଯାଇଛି। ଆଇନ୍ ଶୃଙ୍ଖଳା ସ୍ଥିତି ସୁଧୁରିଥିବା ଦର୍ଶାଇ ଆଫ୍ସା ବା ସେନା ସ୍ୱତନ୍ତ୍ର କ୍ଷମତା ଆଇନ୍ ପ୍ରତ୍ୟାହାର କରାଯାଇଛି। କଂଗ୍ରେସ ମେନିଫେଷ୍ଟୋରେ ଆଫ୍ସା ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅରୁଣାଚଳର ୯ ଜିଲ୍ଲାରେ ଆଫ୍ସା ଲାଗୁ ହୋଇଥିବା ବେଳେ ଏବେ ୩ଟି ଜିଲ୍ଲାରୁ ପ୍ରତ୍ୟାହାର କରିନେଇଛନ୍ତି ସରକାର।
ନୂଆଦିଲ୍ଲୀ: ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ବିବାଦୀୟ ମନ୍ତବ୍ୟ ନେଇ ରାଷ୍ଟ୍ରପତିଙ୍କୁ ଜଣାଇବେ ଭାରତୀୟ ନିର୍ବାଚନ କମିଶନ। ଉତ୍ତରପ୍ରଦେଶ ଅଲୀଗଡ଼ରେ ନିଜକୁ ବିଜେପି କାର୍ଯ୍ୟକର୍ତ୍ତା କହିଲେ ରାଜ୍ୟପାଳ କଲ୍ୟାଣ ସିଂହ। ଏହି ମନ୍ତବ୍ୟ ଭାରତୀୟ ନିର୍ବାଚନ କମିଶନଙ୍କ ଦୃଷ୍ଟିଗୋଚର ହେବାପରେ ରାଷ୍ଟ୍ରପତିଙ୍କୁ ଜଣାଇବେ ବୋଲି ନିର୍ବାଚନ କମିଶନ କହିଛନ୍ତି। ଲଗାତର ଦ୍ୱିତୀୟ ଥର ପାଇଁ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜକୁ ବିଜେପିର କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି। ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଏହା ସାଧାରଣ […]
ନୂଆଦିଲ୍ଲୀ: ଗୁଜରାଟ ହାଇକୋର୍ଟ ପରେ ଏବେ ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ବଡ ଝଟକା ଲାଗିଛି। ହାର୍ଦ୍ଦିକଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନାକରିଛନ୍ତି। ଏହି ମାମଲା ଉପରେ ଶୁଣାଣି ପାଇଁ କୌଣସି ଜଲଦି ନାହିଁ ବୋଲି ତାଙ୍କ ଆବେଦନର ବିଚାର କରି ସର୍ବୋଚ୍ଚ ଅଦାଲତ କହିଛନ୍ତି। ୨୦୧୫ ମେହସଣା ଦଙ୍ଗା ମାମଲାରୁ ନିଜ ନା ଉଠାଇ ଦେବାକୁ ହାର୍ଦ୍ଦିକ କରିଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ। ଏଥି ସହିତ ରିପ୍ରେଜେଣ୍ଟେସନ […]