ଗାନ୍ଧିନଗର: ଗୁଜରାଟର ସଚିବାଳୟ ଭିତରେ ଚିତାବାଘ ପଶିଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ସମୟରେ ସଚିବାଳୟ ପରିସରରେ ଚିତାବାଘ ପଶିଥିବା ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି। ଫଳରେ ପୂରା ସଚିବାଳୟକୁ ସିଲ୍ କରି ଯାଞ୍ଚ କରାଯାଉଛି। ପ୍ରାୟ ଶହେରୁ ଅଧିକ ବନ ବିଭାଗ କର୍ମଚାରୀ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଚିତାବାଘର ସନ୍ଧାନ ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି। ବାଘଟିକୁ […]