ବେଜିଂ: ଚୀନ୍ରୁ ଆସିଥିବା କରୋନା ଭାଇରସ୍ ମହାମାରୀ ରୂପ ନେଇ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା ବେଳେ ଏବେ ପୁଣି ଏକ ନୂଆ ଚୀନ ଭାଇରସ୍ ଆସିଛି। ଏଥିରେ ଜାଣଙ୍କର ଜୀବନ ବି ଯାଇଛି। ଏବେ ଏହି ଭାଇରସ୍ ବି ସାରା ବିଶ୍ୱର ମୁଣ୍ଡବଥାର କାରଣ ହେଲାଣି। ଏହି ନୂଆ ଭାଇରସ୍ର ନା ହେଲା ‘ହନ୍ତା’। ଏହି ହନ୍ତା ଭାଇରସରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୩୨ ଜଣ […]
ନୂଆଦିଲ୍ଲୀ: କରୋନା ଭାଇରସରର ମୁକାବିଲା ପାଇଁ ଆହୁରି କଠୋର ହୋଇଛନ୍ତି ହିମାଚଳ ପ୍ରଦେଶ ଓ ମଣିପୁର ସରକାର। ପ୍ରଥମେ କରୋନା ପାଇଁ ସମଗ୍ର ରାଜ୍ୟକୁ ଲକ୍ ଡାଉନ ବା ତାଲାବନ୍ଦ ଘୋଷଣା କରିଥିବା ଏହି ଦୁଇ ସରକାର ଆଜି ନୂଆ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇ ରଜ୍ୟରେ କର୍ଫ୍ୟୁ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ କାର୍ଯ୍ୟକାରୀ କରାଯିବ। କର୍ଫ୍ୟୁ ଲାଗୁ ହୋଇଥିବାରୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି […]
ଶ୍ରୀନଗର: ଶ୍ରୀନଗର: ୮ ମାସ ବନ୍ଦୀ ହୋଇ ରହିବା ପରେ ମୁକୁଳିଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବ୍ଦୁଲ୍ଲା। ଆଜି ମଧ୍ୟାହ୍ନରେ ଜମ୍ମୁ-କଶ୍ମୀର ପ୍ରଶାସନ ତାଙ୍କୁ ମୁକ୍ତ କରିଛି। ଅଟକ ଦଣ୍ଡରୁ ମୁକୁଳିବା ପରେ ଓମାର ପ୍ରଥମ ଟ୍ୱିଟ କରିଛନ୍ତି। ଏଥିରେ ସେ କହିଛନ୍ତି, “ଆଜି ଏକ ଭିନ୍ନ ପୃଥିବୀ ଦେଖିବାକୁ ପାଇଛି।” ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ସେବେଠାରୁ ଓମାରଙ୍କ ସମେତ ପିଡିପି ମୁଖ୍ୟ ମେହେବୁବା ମୁଫତି ଓ […]
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଆୟକର ପୈଠ ସମୟସୀମା ଘୁଞ୍ଚିଲା। ଏହି ସମୟସୀମାକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସରକାର ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ ଆଧାର-ପାନ୍ ଲିଙ୍କ ସମୟ ସୀମା ମଧ୍ୟ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ମୁକାବିଲା ନେଇ ସାରା ଦେଶରେ ତାଲାବନ୍ଦ ନିର୍ଦ୍ଦେଶ ଦିଆଯାଇଥିବାରୁ ସମୟସୀମା ଘୁଞ୍ଚାଇ ଦିଆଯାଇଛି। ଏଥିସହିତ ୨୦୨୦ ବର୍ଷ ପାଇଁ ମାର୍ଚ୍ଚ, ଏପ୍ରିଲ୍ ଓ […]
ନୂଆଦିଲ୍ଲୀ: ବାଲକୋନୀରୁ ଶୁଭିଲା ତାଳି, ଥାଳି ଏବଂ ଘଣ୍ଟିର ଶବ୍ଦ। କାହା କାହା ହାତରେ ଥିଲା ଥାଙ୍କ ୟୁ ଏବଂ ଧନ୍ୟବାଦ ଲେଖାଥିବା କିଛି କାଗଜ। ଏଭଳି ଭାବେ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ। ଏଥିପାଇଁ ଅଧିକାଂଶ ତାଳି ବଜାଉଥିବାବେଳେ ଥାଳି ଓ ଚାମଚର ଯୁଗଳବନ୍ଦୀ ମଧ୍ୟ ଦାଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, କରୋନା ବ୍ୟାପିବାରେ ଲାଗିଥିବାବେଳେ ହଜାର ହଜାର ଲୋକ ବିଭିନ୍ନ ଜରୁରୀକାଳୀନ ସେବା କ୍ଷେତ୍ରରେ କାମ କରୁଛନ୍ତି। ସେମାନଙ୍କୁ ଧନ୍ୟବାଦ ଜଣାଇବା […]
ରାୟପୁର: ସାରା ଦେଶ ମହାମାରୀ କରୋନା ଭାଇରସ୍ ସହିତ ଲଢୁଥିବା ବେଳେ ଦେଶ ପାଇଁ ଏକ ଦୁଃଖଦ ଖବର ଆସିଛି। ଛତିଶଗଡ଼ ସୁକ୍ମାରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ। ଏଥିରେ ୧୭ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ନକ୍ସଲଙ୍କ ସହ ଯବାନଙ୍କର ଏପରି ମୁହାଁମୁହିଁ ହୋଇଥିଲା। ଏଥିରେ ଏହି ୧୭ ଯବାନଙ୍କ ପତ୍ତା ମିଳିନଥିଲା। ରବିବାର ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଯବାନମାନେ ଶନିବାର ନକ୍ସଲଙ୍କ […]
ନୂଆଦିଲ୍ଲୀ: ଗୋଟିଏ ଦିନରେ ଦେଶରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ। ପାଟନା ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ୩୮ ବର୍ଷିୟ ଯୁବକ। ଯୁବକଜଣକ ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିଲେ। ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କ ପାଟନା ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ଦୁଇ ଦିନ ତଳେ ହିଁ ସେ କୋଲକାତାରୁ ଫେରିଥିଲେ। ଗତ ସପ୍ତାହରେ ସେ କତାର୍ ଫେରିବା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପୂର୍ବରୁ […]