ନୂଆଦିଲ୍ଲୀ: କରୋନା ପାଇଁ ଆଜି ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଖଟିଖିଆଙ୍କୁ ମିଳିବ ମାଗଣା ଚାଉଳ, ଡାଲି ଓ ଗହମ। ଗରିବ ଓ ଖଟିଖିଆଙ୍କ ପାଇଁ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କରୋନା ଲଢ଼େଏଇ ପାଇଁ ପ୍ରାୟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଏହି ପ୍ୟାକେଜ୍ରେ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟ ମିଳିବ। ମୋଟ ୮୦ କୋଟି […]
ଅହମଦାବାଦ: ମହାମାରୀ କରୋନା ଭାରତରେ ଆଉ ଏକ ମୁଣ୍ଡ ନେଇଛି। ବୁଧବାର ବିଳମ୍ବିତ ରାତିରେ ଗୁଜରାଟର ଅହମଦାବାଦରେ ଜଣେ ୮୫ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବୃଦ୍ଧାଙ୍କ ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧0 ଛୁଇଁଥିବା ଗୁଜରାଟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଭାଗର ସୂଚନା ଅନୁଯାୟୀ, ମହିଳା ଜଣଙ୍କ ନିକଟରେ ବିଦେଶ ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଲକ୍ଷଣ ଦେଖାଦେଇଥିଲା। […]
ନୂଆଦିଲ୍ଲୀ: କରୋନାର ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ମାଧ୍ୟମ ହୋଇଥିବାରୁ ଆଜିଠାରୁ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକେ ଅନେକ ସ୍ଥାନରେ ଏହି ନିୟମକୁ ମାନୁ ନଥିବାରୁ ପୁଲିସ୍ ରାସ୍ତା ଉପରେ ଉଲ୍ଳଙ୍ଘାନକାରୀଙ୍କ ବିଚାର କରୁଛି। ପ୍ରଥମେ ହାତ ଯୋଡ଼ି ଲୋକଙ୍କୁ ଘରୁ ନ ବାହାରିବାକୁ ନିବେଦନ କରିଥିବା ପୁଲିସ୍ ଏବେ ଲାଠି ଚଳାଇ ଲକ୍ଡାଉନକୁ କାର୍ଯ୍ୟକାରୀ କରିଛି। Here we see people being forced […]
ଲଣ୍ଡନ: ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ନିକଟରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏବେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସମସ୍ତଙ୍କ ମନରେ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରିନ୍ସ ଚାର୍ଲସଙ୍କୁ କରୋନା ହୋଇଥିବାରୁ ତାଙ୍କ ପତ୍ନୀ କାମିଲାଙ୍କୁ ଆଇସୋଲେସନରେ ରଖାଯାଇଛି। ଉଭୟ ସ୍କଟଲ୍ୟାଣ୍ଡରରେ ଥିବା ସେମାନଙ୍କ ବ୍ରିକହଲ ବାସଭନରେ ରହିଛନ୍ତି। ସେହିପରି ସେମାନଙ୍କ ସହ କାର୍ଯ୍ୟ କରୁଥିବା […]
ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାର ମେନପା ଜଙ୍ଗଲରେ ଗତ ଶନିବାର ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟ ପରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ନେଇଗଲେ ମାଓବାଦୀ। ଏକ ପ୍ରେସବିବୃତି ଜାରି କରି ଏଭଳି ଦାବି କରିଛି ଦଣ୍ଡକାରଣ୍ୟ ମାଓ ଡିଭିଜନ। ଏହାକୁ ନେଇ ଏକ ଅଡିଓ ଟେପ୍ ମଧ୍ୟ ଜାରି ହୋଇଛି। ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ମାଓ ସଂଗଠନ। ଲୁଟ୍ ଗୁଳିଗୋଳାର ସୂଚନା ଏକ ପ୍ରେସବିବୃତିରେ ଦିଆଯାଇଛି। ୧୧ଟି AK-47, ୧ହଜାରରୁ […]
ବେଜିଂ: ଚୀନ୍ରୁ ଆସିଥିବା କରୋନା ଭାଇରସ୍ ମହାମାରୀ ରୂପ ନେଇ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା ବେଳେ ଏବେ ପୁଣି ଏକ ନୂଆ ଚୀନ ଭାଇରସ୍ ଆସିଛି। ଏଥିରେ ଜାଣଙ୍କର ଜୀବନ ବି ଯାଇଛି। ଏବେ ଏହି ଭାଇରସ୍ ବି ସାରା ବିଶ୍ୱର ମୁଣ୍ଡବଥାର କାରଣ ହେଲାଣି। ଏହି ନୂଆ ଭାଇରସ୍ର ନା ହେଲା ‘ହନ୍ତା’। ଏହି ହନ୍ତା ଭାଇରସରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୩୨ ଜଣ […]
ନୂଆଦିଲ୍ଲୀ: କରୋନା ଭାଇରସରର ମୁକାବିଲା ପାଇଁ ଆହୁରି କଠୋର ହୋଇଛନ୍ତି ହିମାଚଳ ପ୍ରଦେଶ ଓ ମଣିପୁର ସରକାର। ପ୍ରଥମେ କରୋନା ପାଇଁ ସମଗ୍ର ରାଜ୍ୟକୁ ଲକ୍ ଡାଉନ ବା ତାଲାବନ୍ଦ ଘୋଷଣା କରିଥିବା ଏହି ଦୁଇ ସରକାର ଆଜି ନୂଆ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇ ରଜ୍ୟରେ କର୍ଫ୍ୟୁ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ କାର୍ଯ୍ୟକାରୀ କରାଯିବ। କର୍ଫ୍ୟୁ ଲାଗୁ ହୋଇଥିବାରୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି […]