ରାୟପୁର/ କନ୍ଧମାଳ: ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ। ଜଣେ ପୋଲିସ କନଷ୍ଟେବଲଙ୍କୁ ନକ୍ସଲମାନେ ଅତି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ପୋୟମ ସୋମା। ତାଙ୍କୁ ଧନୁ ତୀର ଓ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମାଓବାଦୀ। ଏହାସହ ମୃତକଙ୍କ ବାପା, ମାଆଙ୍କ ମଧ୍ୟ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ପୂର୍ବରୁ ପୋୟମଙ୍କୁ ପୋଲିସ ଚାକିରି ଛାଡ଼ିବାକୁ ମାଓବାଦୀ ଧମକ ଦେଇଥିଲେ। ସେ ଚାକିରି ନଛାଡ଼ିବାରୁ ମାଓବାଦୀ ଏହି କାଣ୍ଡ ଘଟାଇଛନ୍ତି ମାଓବାଦୀ। […]
ଭୁବନେଶ୍ୱର: ଓଡ଼ିଶାରେ ଗଡ଼ିଲା ସୁପର ଆନାକୋଣ୍ଡା। ଭାରତୀୟ ରେଲୱେ ପକ୍ଷରୁ ପ୍ରଥମ ଥର ଲାଗି ଟ୍ରାକ୍ରେ ଗଡ଼ିଛି ଦେଶର ଦୀର୍ଘତମ ମାଲବାହୀ ଟ୍ରେନ। ଏହି ମାଲଗାଡ଼ିର ନାଁ ରଖାଯାଇଛି ସୁପର ଆନାକୋଣ୍ଡା। ଟ୍ରେନ୍ଟିର ଦୈର୍ଘ୍ୟ ୨ କିଲୋମିଟର ଏବଂ ଏଥିରେ ୧୭୭ଟି ଓ୍ୱାଗନ ଖଞ୍ଜା ଯାଇଛି। ଦକ୍ଷିଣ-ପୂର୍ବ-ମଧ୍ୟ ରେଳପଥର ୩ଟି ମାଲଗାଡ଼ିକୁ ଯୋଡ଼ି ଏହି ୨ କିଲୋମିଟର ଲମ୍ବ ବିଶିଷ୍ଟ ମାଲଗାଡ଼ିକୁ ଟ୍ରାକରେ ଚଳାଇଛି ରେଳବାଇ ଏହି ମାଲଗାଡ଼ିରେ ୧୫ ହଜାର ଟନ୍ ମାଲ୍ ପରିବହନ ହୋଇଥିଲା। […]
ନୂଆଦିଲ୍ଲୀ: ମାସେ ଭିତରେ ସରକାରୀ ବଙ୍ଗଳା ଛାଡ଼ିବାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ ମିଳିଛି। ଆସନ୍ତା ଅଗଷ୍ଟ ୧ ତାରିଖ ସୁଦ୍ଧା ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ। ଯଦି ସେ ସରକାରୀ ନିର୍ଦ୍ଦେଶକୁ ନମାନି ସେଠାରେ ରୁହନ୍ତି, ତେବେ ତାଙ୍କୁ ଫାଇନ ଦେବାକୁ ହେବ। ଏସ୍ପିଜି ସୁରକ୍ଷା ହଟିବା ପରେ ତାଙ୍କୁ ଏହି ବଙ୍ଗଳା ଖାଲି କରିବା ପାଇଁ କୁହାଯାଇଛି। ଦିଲ୍ଲୀ […]
ନୂଆଦିଲ୍ଲୀ: ଚୀନର ୫୯ଟି ଆପ୍କୁ କେନ୍ଦ୍ର ସରକାର ନିଷିଦ୍ଧ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ଏକ ଚାଇନିଜ ଆପ୍ ୱିବୋକୁ ବାଏ ବାଏ କରିଛନ୍ତି। ୱିବୋରେ ଥିବା ତାଙ୍କ ଆକାଉଣ୍ଟରୁ ମୋଦି ତାଙ୍କ ଫଟୋ ଓ ସମସ୍ତ ପୋଷ୍ଟ ଡିଲିଟ କରିଦେଇଛନ୍ତି। ୱିବୋ ହେଉଛି ଟୁଇଟର ଭଳି ଏକ ମାଇକ୍ରୋ-ବ୍ଲଗିଂ ଆପ। ଯାହା ଚୀନରେ ଉପଲବ୍ଧ ହୋଇଥାଏ। ମୋଦି ଏଥିର ଚାଇନିଜ ଭାଷାରେ ତାଙ୍କ ମେସେଜ ପୋଷ୍ଟ କରୁଥିଲେ। ୨୦୧୫ରେ ଚୀନ ଗସ୍ତ ପୂର୍ବରୁ […]
ନୂଆଦିଲ୍ଲୀ: ଟିକ୍ଟକ ପରେ ଚୀନର 5G ଟେକ୍ନୋଲୋଜି ସଂସ୍ଥା ହୁୱେଇ ଉପରେ ଲାଗିପାରେ କଟକଣା। ଏ ନେଇ ବିଚାର ବିମର୍ଷ ଚାଲିଥିବା ସୂଚନା ମିଳିଛି। ଗତକାଲି କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଚୀନ ନିର୍ମିତ 5G ସାମଗ୍ରୀର ବ୍ୟବହାର ବନ୍ଦ କରିବା ଉପରେ ଏଥିରେ ଆଲୋଚନା ହୋଇଥିଲା। ଏଥିସହ ନିଷିଦ୍ଧ କରାଯାଇଥିବା ୫୯ଟି ଚୀନ ନିର୍ମିତ ଆପ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପୂର୍ବରୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ହୁୱେଇକୁ ବର୍ଷକ […]