• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rainfall 22
ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୪ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏହାର ପ୍ରଭାବରେ ଆଜିଠୁ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗିରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

  • Monday, 05 July 2021
admission
କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ନାମଲେଖା? ଜାଣନ୍ତୁ...

ଭୁବନେଶ୍ୱର: ରାଜ୍ୟରେ ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜ ଓ ଶିକ୍ଷକ, ଶିକ୍ଷା କଲେଜର ଶିକ୍ଷକଙ୍କୁ ମିଳିବ ଅନଲାଇନ ଶିକ୍ଷା ତାଲିମ୍ ଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୪ ତାରିଖରୁ ୫ ଦିନ ଧରି […]

  • Monday, 05 July 2021
farmer
ଋଣ ଶୁଝିବାକୁ ବାଧ୍ୟ କରିବାରୁ ଆତ୍ମହତ୍ୟା କଲେ ଚାଷୀ

ଭଦ୍ରକ: ଋଣ ଶୁଝିବା ଲାଗି ଫାଇନାନ୍ସ କର୍ମଚାରୀ ବାଧ୍ୟ କରିବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ ରାଜୁଆଳି ବିନ୍ଧା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ରାଜୁଆଳି ବିନ୍ଧା ଗ୍ରାମର ମହେନ୍ଦ୍ର ଦାସ। ମହେନ୍ଦ୍ରଙ୍କ ସ୍ତ୍ରୀ ୪ଟି ଘରୋଇ ଅର୍ଥ ଲଗାଣ ସଂସ୍ଥା ଠାରୁ ୫୦ ହଜାର ଟଙ୍କାରୁ ଅଧିକ ଋଣ ଆଣିଥିଲେ। କରୋନା କଟକଣା ଯୋଗୁଁ କୌଣସି ରୋଜଗାର ନଥିବା ବେଳେ ଫାଇନାନ୍ସ କର୍ମଚାରୀ ଋଣ ଶୁଝିବା […]

  • Monday, 05 July 2021
loot
ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରେ ପୁଣି ମାତିଲେ ଲୁଟେରା। ଆଜି ୟୁନିଟ ୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଛି। ସାମ୍ବାଦିକଙ୍କ ମେନ୍ ଗେଟ୍ ଓ ଘର ତାଲା ଭାଙ୍ଗି ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି। ଗତ କିଛିଦିନ ତଳେ ଏହି ଅଞ୍ଚଳରେ ଜଣେ ଭିଜିଲାନ୍ସ ଡିଏସ୍ପିଙ୍କ ବେକରୁ ଚେନ୍ ଛିଡ଼ାଇ ନେଇଥିଲେ ଦୁର୍ବୃତ୍ତ। ଲକ୍‌ଡାଉନ ସମୟରେ ଚାରିଆଡ଼େ ଶୂନାଶାନର ଫାଇଦା ନେଇ ଲୁଟତରାଜ ଚଳାଇଛନ୍ତି ଲୁଟେରା। ଘରେ ଲୁଟିବା […]

  • Monday, 05 July 2021
niranjan
ତୈଳ ଦର ବୃଦ୍ଧିକୁ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇବ କଂଗ୍ରେସ, ୭ରୁ ୧୭ ଯାଏଁ କରିବ ଆନ୍ଦୋଳନ

ଭୁବନେଶ୍ୱର: ବଢ଼ୁଥିବା ତୈଳ ଦରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୭ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ୭ରେ ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ ।…

rod2
ଖେଳୁ ଖେଳୁ ୪ ବର୍ଷର ପିଲା ପାଟିରେ ପଶିଗଲା ଲୁହା ରଡ୍

ବ୍ରହ୍ମପୁର:  ଖେଳୁ ଖେଳୁ ଛୋଟ ପିଲାର ପାଟିରେ ପଶିଗଲା ରଡ୍‌। ଏଭଳି ଅଭାବନୀୟ ଘଟଣା ଘଟିଛି କେଶପୁର ନିକଟସ୍ଥ ଖଣ୍ଡଦେଉଳି ଗ୍ରାମରେ। ଏହି ଗ୍ରାମର ଯଜ୍ଞସିନୀ ଗୌଡ଼ ନାମକ ଜଣେ ମହିଳାଙ୍କ ୪ ବର୍ଷର ପୁଅ ଖେଳୁଥିଲେ। ଖେଳୁଥିବା ସମୟରେ ଅସାବଧାନତା ବଶତଃ ପାଟିରେ ଲୁହା ରଡ୍ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବେକରେ ଲୁହା ରଡ୍ ପଶିଥିବା ଶିଶୁର ସରିଛି ଅପରେସନ୍। ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଶିଶୁର ଅପରେସନ୍ […]

  • Monday, 05 July 2021
sanjay
ଅସହାୟ ସଞ୍ଜୟଙ୍କ ପାଇଁ ଚାନ୍ଦା ଆଦାୟ କଲେ ଗ୍ରାମବାସୀ

ରାୟଗଡ଼ା: ମିଳିଲାନି ସରକାରୀ ସହାୟତା। ପ୍ରତିଶ୍ରୁତି ବି କାମ କଲାନି। ଶେଷରେ ଅପେକ୍ଷା କରି କରି ଗ୍ରାମବାସୀ ହିଁ ରୋଗାକ୍ରାନ୍ତ ନାବାଳକଙ୍କୁ ନେଇ ହସ୍ପିଟାଲ୍ ଗଲେ। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ନୂଆଗାଁର କଟକ ଫେରନ୍ତା ରୋଗାକ୍ରାନ୍ତ ବାଳକ ସଞ୍ଜୟ ମିଣିଆକାଙ୍କୁ ପ୍ରଶାସନ ଚିକିତ୍ସା ପାଇଁ ସହାୟତା ନ କରିବାରୁ ଗ୍ରାମବାସୀଙ୍କ ସହଯୋଗରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଅର୍ଥ ନମିଳିବାରୁ ଲୋକେ ଏବେ ତାଙ୍କ ପାଇଁ ଗାଁ ଗାଁ ବୁଲି ଚାନ୍ଦା ଆଦାୟ କରୁଛନ୍ତି। […]

  • Monday, 05 July 2021
commouniytrn
ଚିକିତ୍ସାରେ ଅବହେଳା, ଜୀବନ ହାରିଲେ ଯୁବକ

କନ୍ଧମାଳ: ଚିକିତ୍ସା ଅବହେଳା କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। କନ୍ଧମାଳ ଜିଲ୍ଲା କ୍ରିଟାଙ୍ଗିଆ ଗାଁରୁ ଆସିଛି ଏଭଳି ଅଭିଯୋଗ। ଏହି ଗାଁର ଅଂଶୁମାନ ନାୟକ ନାମକ ଜଣେ ଯୁବକଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ରାଇକିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ଧରି ଚିକିତ୍ସା ହେଉଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଶେଷରେ ତାଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ଡାକ୍ତର ନେବାକୁ କହିବା ପରେ ହଠାତ ଯୁବକଙ୍କର ମୃତ୍ୟୁ ହୋଇଥିଲା। […]

  • Monday, 05 July 2021
river
ମହାନଦୀରେ ଭାସିଗଲେ ୩ ଭାଇଭଉଣୀ

କଟକ: ମହାନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ। କଟକ ବାଙ୍କୀ ସୁନାଦେଈ ନିକଟରେ ବାଳିକା ଜଣକ ଗାଧୋଇବା ବେଳେ ନିଖୋଜ ହୋଇଯାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ସୂଚନା ଅନୁଯାୟୀ, ସୁନାଦେଈ ନିକଟରେ ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ୩ ଭାଇଭଉଣୀ। ହେଲେ ସ୍ଥାନୀୟ ଲୋକେ ନଦୀରୁ ୨ ଭାଇଭଉଣୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଅନ୍ୟ ଜଣଙ୍କର ପତ୍ତା ମିଳିନି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।

  • Monday, 05 July 2021
rainfall
ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷିବ!

ଭୁବନେଶ୍ୱର: ଏଯାବତ ଓଡ଼ିଶାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ୱାସ। ଜୁନ୍ ୧ରୁ ଅଗଷ୍ଟ ୨ ମଧ୍ୟରେ ୪୮୮.୧ ମିମି ବର୍ଷା ହୋଇଛି। ଏହି ସମୟରେ ସ୍ୱାଭାବିକ ବର୍ଷାର ପରିମାଣ ୫୮୬ ମିମି ରହିଥାଏ। ତେଣୁ ସ୍ୱାଭାବିକ ବର୍ଷା ଠାରୁ ପ୍ରାୟ ୧୭ ପ୍ରତିଶତ କମ୍ ବର୍ଷା ହୋଇଛି। ୧୭ ଜିଲ୍ଲାରେ ସ୍ୱାଭାବିକ ଓ ୧୩ ଜିଲ୍ଲାରେ କମ୍ ବର୍ଷା ହୋଇଛି। ବିଶେଷ କରି […]

  • Monday, 05 July 2021
Central team
କରୋନା ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଟିମ୍‌

ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିବା ଦୁଇଜଣିଆ କେନ୍ଦ୍ରୀୟ ଟିମ୍ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି

ଟ୍ରେଲର୍‌‌ ପଛରେ ପିଟି ହେଲା ସ୍କର୍ପିଓ, ଚାଲିଗଲା ୨ ଜୀବନ

ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଚଳନ୍ତା ଟ୍ରେଲର୍‌‌ ପଛପଟେ ଏକ ସ୍କର୍ପିଓ ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ଜଣ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେଖ ମୁର୍ତୁଜା ଓ ଜମାଲ ସାହା। ସୂଚନା ଅନୁସାରେ, ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ କଟକ ବଡ଼ ଡାକ୍ତରଖାନା […]

  • Monday, 05 July 2021
ASSEMBLY
ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର: ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ କିଛିଟା ଅଦଳବଦଳ କରାଯାଇଛି।  ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରାଯାଇଛି । ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଦାୟିତ୍ୱ ଦିଆଯାଇଛି  ସୀତାଂଶୁ କୁମାର ରାଉତଙ୍କୁ । ତାଙ୍କ ସ୍ଥାନରେ ଖୋର୍ଦ୍ଧା ନୂଆ ଜିଲ୍ଲାପାଳ ଭାବେ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ IAS କୀର୍ତ୍ତି ଭାସାନ ହେଲେ OSD, ଗଂଜାମ କୋଭିଡ଼ ମ୍ୟାନେଜମେଣ୍ଟ। ସେହିପରି IAS ଶୁଭଙ୍କର ମହାପାତ୍ରଙ୍କୁ ଦିଆଯାଇଛି ବାଲିଗୁଡ଼ା ଉପଜିଲ୍ଲାପାଳ ଦାୟିତ୍ୱ। IAS […]

  • Monday, 05 July 2021
arrest
ଦେହରେ ତେଲ ମାଖି କରୁଥିଲେ ଲୁଟ୍, ଶେଷରେ...

ଭୁବନେଶ୍ୱର: ଲୁଟ୍‌ କରି ଲୋକଙ୍କ କବଳରୁ ବଞ୍ଚିବା ପାଇଁ ଦେହରେ ତେଲ ଲଗାଉଥିଲେ ଲୁଟେରା। ଆଉ ଧରିବାକୁ କେହି ଚେଷ୍ଟା କଲେ ଖସି ପଳାଇବାରେ ସକ୍ଷମ ହେଉଥିଲେ। ହେଲେ ଶେଷରେ ପୋଲିସ୍ ହାତରେ‌ ଧରାପଡ଼ିଲେ। ଭୁବନେଶ୍ୱରରେ ୨ଟି ଲୁଟେରା ଗ୍ୟାଙ୍ଗ୍‌କୁ ପୋଲିସ୍ ଧରିଛି। ଖଣ୍ଡଗିରି, ନୟାପଲ୍ଲୀ, ଖାରବେଳନଗର ପୋଲିସ୍ ଓ ସ୍ପେଶାଲ୍‌ ସ୍କ୍ୱାଡ୍‌ର ମିଳିତ ଉଦ୍ୟମରେ ୮ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ‌୭୦ଟି ମୋବାଇଲ, ୨୨ଟି ଲାପଟପ୍, ୯ଟି ଚୋରା ବାଇକ ଜବତ କରାଯାଇଛି। […]

  • Monday, 05 July 2021
sill
ସିଲ୍ ହେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ରାଉରକେଲା: ରାଉରକେଲା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ବନ୍ଦ ରଖାଯାଇଛି। କାର୍ଯ୍ୟାଳୟର ସମସ୍ତ ବିଭାଗକୁ ସାନିଟାଇଜ୍ ମଧ୍ୟ କରାଯାଉଛି। ସେହିପରି ତହସିଲ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରିବା ସହିତ ଲୋକମାନଙ୍କ ଯାଆସ ଉପରେ କଟକଣା ଲଗାଯାଇଛି। ଅନ୍ୟପଟେ ରାଉରକେଲା ଉଦିତନଗରରେ ଥିବା ଯୋଗାଣ […]

  • Monday, 05 July 2021
bmpur
ମିଳୁନି ଅକ୍ସିଜେନ୍‌, ଆଖି ସାମ୍ନାରେ ଚାଲି ଯାଉଛି ଜୀବନ

ବ୍ରହ୍ମପୁର: ବ୍ରହ୍ମପୁରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଠାରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଥିବାବେଳେ ସ୍ୱାସ୍ଥ୍ୟସେବାରେ ଚରମ ଅବହେଳା ଦେଖିବାକୁ ମିଳୁଛି। ଏଠାରେ ଏମ୍‌କେସିଜି ମେଡିକାଲ୍‌ରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ଅକ୍ସିଜେନ୍‌ ଅଭାବରୁ ଆଖି ବୁଜୁଛନ୍ତି ଅନେକ କରୋନା ରୋଗୀ । ଏବେ ରାଜ୍ୟରେ କରୋନା ହଟସ୍ପଟ ଜିଲ୍ଲା ହେଉଛି ଗଞ୍ଜାମ। ପ୍ରତିଦିନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସବୁଠାରୁ ଆଗରେ ରହିଛି। ଏପରି ପରିସ୍ଥିତିରେ ଏମ୍‌କେସିଜିରେ  ଅକ୍ସିଜେନ୍‌ର ଅଭାବ […]

  • Monday, 05 July 2021
waterrr
ଚାଷ ଜମିରେ ମାଡ଼ିଆସିଲା ୪ ଫୁଟ୍‌ର ପାଣି

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର କଙ୍ଗା ପଞ୍ଚାୟତ ଗୁମୁରାଗୁଡ଼ା ଗାଁ ଦେଇ ଯାଇଥିବା ଏକ କେନାଲର ଆଡ଼ିବନ୍ଧ ଭୁଶୁଡି ପଡ଼ିବାରୁ ଶହ ଶହ ହେକ୍ଟର ଜମ ଜଳମଗ୍ନ ହୋଇଯାଇଛି। ଏଥିସହ ଜମିରେ ବାଲିଚର ମାଡ଼ି ଯାଇଛି। ଏନେଇ ଚାଷୀ ଏବେ ଚିନ୍ତାରେ। ରାଜ୍ୟର ଅନେକ ସ୍ଥାନରେ ବର୍ଷା ନାହିଁ ବୋଲି ଚାଷୀ ଚିନ୍ତାରେ ଥିବା ବେଳେ ଗୁମୁରାଗୁଡ଼ା ଗାଁର ଚାଷୀମାନେ କେନାଲ ପାଣିକୁ ଭରସା କରି ଧାନ ରୋଇ ଥିଲେ। ହେଲେ ଗତକାଲି କେନାଲର ଆଡ଼ିବନ୍ଧ ଭୁଶୁଡି […]

  • Monday, 05 July 2021
abash yojana
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି

ଭବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ରିପୋର୍ଟ ଅନୁସାରେ ବ୍ୟାପକ ଅନିୟମିତତା ହୋଇଥିବା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ କରି ଅଭିଯୋଗ କରିଛନ୍ତି…

  • Monday, 05 July 2021
rainfall
ବଙ୍ଗୋପସାଗରରେ ଲଘୁଚାପ, ୭ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇପାରେ। ଏହାର ପ୍ରଭାବରେ ୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ ଓ ମୟୂରଭଞ୍ଜକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ାରେ ବି କାଲି ପ୍ରବଳ ବର୍ଷା ହୋଇପାରେ। ସମ୍ବଲପୁର, ବରଗଡ଼ ଓ କୋରାପୁଟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ […]

  • Monday, 05 July 2021
rakha
ଏଇ ଥିଲା ଶେଷ ରାଖୀ, ଅଧା ରହିଗଲା କଥା

ସୋର: କେତେ ନିର୍ଦ୍ଦୟ ଏ ଦଇବ! କିଏ ଜାଣିଥିଲା ହସଖୁସିରେ ଉଛୁଳି ପଡୁଥିବା ଘର ମୁହୂର୍ତ୍ତକ ଭିତରେ କାନ୍ଦ ବୋବାଳିରେ ଫାଟିଯିବ। ଭାଇ ହାତରେ ଭଉଣୀ ରାଖୀ ବାନ୍ଧିବା ବେଳେ ବୋଧହୁଏ ସେମାନେ ଜାଣିନଥିଲେ ଏଇ ଥିଲା ଶେଷ ରାଖୀ, ଆଉ ଏଇଠୁ ହିଁ ଅଧା ରହିଯିବ କଥା। ରାଖୀ ବାନ୍ଧିବାକୁ ଯିବାବେଳେ ଭାଇଭଉଣୀର ଚାଲିଗଲା ଜୀବନ। ଅଧାରେ ରହିଗଲା ରାଖୀ ପାଉଣା। ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡ ଗ୍ରାମରେ। […]

  • Monday, 05 July 2021
accident--heavy
ଧକ୍କା ଦେଇ ଖସିଯାଉଥିବା‌ ଡ୍ରାଇଭର ଉପରେ ଚଢିଗଲା କାର୍‌

ଯାଜପୁର: ପ୍ରଥମେ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ। ପରେ ଖସିଯାଉଥିବା ଟ୍ରକ୍‌ ଡ୍ରାଇଭର ଉପରେ ଚଢିଗଲା କାର। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପାଣିକୋଇଲି ଥାନା ଅନ୍ତର୍ଗତ ଶ୍ରୀହରୀ କଟେଜ ସମ୍ମୁଖରେ। ସୂଚନା ଅନୁସାରେ ପ୍ରଥମେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ପରେ ଟ୍ରକର ଚାଳକ ଦୌଡି ପଳାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କାର ଧକ୍କାରେ ଟ୍ରକ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ମୃତ ବାଇକ […]

  • Monday, 05 July 2021
light
ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର: ବଜ୍ରପାତ ନେଲା ୬ ଜୀବନ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମଣ୍ଡଗାଁରେ ଆଜି ବଜ୍ରାଘାତରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ଏହି ଗାଁର ଭାସ୍କର ବେହେରାଙ୍କ ୧୨ ବର୍ଷର ଝିଅ ଆଶା ସମ୍ପର୍କୀୟ ଭାଇ ହାତରେ ରାଖି ବାନ୍ଧି ସାରି ଏକାଠି ଖାଉଥିବା ବେଳେ ଉଭୟ ବଜ୍ରାଘାତର ଶିକାର ହୋଇଛନ୍ତି। ଏହି ଘଟଣା ଖନ୍ତାପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସେହିଭଳି ଭଦ୍ରକ ଚାନ୍ଦବାଲିରେ ମଧ୍ୟ ଦୁଇ ଜଣଙ୍କ ଜୀବନ ଯାଇଛି। ମଠସାହି ଗାଁର ମଥୁରୀ […]

  • Monday, 05 July 2021
bank
ଅଧା କର୍ମଚାରୀରେ ଚାଲିବ ବ୍ୟାଙ୍କ

ଭୁବନେଶ୍ୱର: ୫୦ ପ୍ରତିଶତ  ଷ୍ଟାଫରେ ଚାଲିବ ବ୍ୟାଙ୍କ। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କୁ ଘରକୁ ଯାଇ ସେବା ଦେବେ ବ୍ୟାଙ୍କ ଷ୍ଟାଫ୍। ଏ ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନ ଖୋଲିବା ନେଇ ଆସିଛି ଗାଇଡଲାଇନ୍। ଏ ନେଇ ଜିଲ୍ଲାପାଳ, ଏସପି, ଟ୍ୱିନ ସିଟିର ଡିସିପିଙ୍କୁ ଅର୍ଥ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ନିୟମିତ ସମୟରେ ବ୍ୟାଙ୍କ ଖୋଲା ରହିବ। […]

  • Monday, 05 July 2021
restrurant
ଖୋଲିବ ଢାବା, ହୋଟେଲ, ରେଷ୍ଟ୍ରୁରାଣ୍ଟ

ବୁବନେଶ୍ୱର: ଖୋଲିବ ହୋଟେଲ୍ ଓ ରେଷ୍ଟ୍ରୁରାଣ୍ଟ। ରାସ୍ତା କଡ଼ରେ ଥିବା ଢାବା ବି ଖୋଲିବ। ଏନେଇ ସର୍ତ୍ତ ରଖି ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ସର୍ତ୍ତଅନୁସାରେ ହୋଟେଲରେ ଥିବା ରେଷ୍ଟୁରାଣ୍ଟ କେବଳ ଇନ୍‌-ହାଉସ୍‌ ଅତିଥିଙ୍କ ପାଇଁ ଖୋଲିବ। ଅନ୍ୟ ରେଷ୍ଟୁରାଣ୍ଟ ଓ ହୋଟେଲ ଚାଲିପାରିବ। କିନ୍ତୁ ସେଠାରେ ବସି ଖାଇହେବ ନାହିଁ। ସେମାନେ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ରେଷ୍ଟୁରାଣ୍ଟରୁ ହୋମ୍‌ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାସ୍ତା କଡ଼ରେ ଥିବା ଢାବା ମଧ୍ୟ କେବଳ […]

  • Monday, 05 July 2021
rain
ଆଜି ବଙ୍ଗୋପ ସାଗରରେ ସକ୍ରିୟ ହେବ ଲଘୁଚାପ

ଭୁବନେଶ୍ୱର: ଆଜି ବଙ୍ଗୋପ ସାଗରରେ ସକ୍ରିୟ ହେବ ଲଘୁଚାପ। ଏହାର ପ୍ରଭାବରେ ୭ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟର ୧୭ଟି ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଝାରସୁଗୁଡ଼ା। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ସେହିପରି ସମ୍ବଲପୁର, ବରଗଡ଼ […]

  • Monday, 05 July 2021