ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ବୁଲୁ ଭୋଇ(୬୫), ତାଙ୍କ ସ୍ତ୍ରୀ ବଇଦେହି ଭୋଇ(୫୫) ଓ ପୁଅ ଶିବ ଭୋଇ(୨୫) । ଖବର ଅନୁଯାୟୀ, ଗତକାଲି ରାତିରେ କେହି ଦୁର୍ବୁତ୍ତ ବୁଲୁଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅ ଶିବର ମୃତେଦହ ଘର ବାହାରେ […]
ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ କଟକଣା ସମସ୍ତଙ୍କ ଜୀବନ ଉପରେ ବେଶ୍ ପ୍ରଭାବ ପକାଇଛି। ରୋଜଗାର ହରାଇ ଅନେକ ଲୋକ ଅଭାବ ଅନଟନରେ ରହିଛନ୍ତି। କଳାକାରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି। ଟିଭି ସିରିୟଲ୍, ଆଲ୍ବମ୍, ମଞ୍ଚ ନାଟକ ଓ ଷ୍ଟେଜ୍ ଶୋ’ କରିଥିବା ଓଡ଼ିଆ ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ ରିଙ୍କି ଏବେ ରାଜଧାନୀର ରାସ୍ତାକଡ଼ରେ ଫଳ ବିକ୍ରି କରୁଛନ୍ତି। ଫଳ ବେପାର କରି ସେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ୪ […]
ଆଠଗଡ଼: ଯୁଗ ବଦଳି ଗଲାଣି। ଲୋକେ ଚନ୍ଦ୍ରପୃଷ୍ଠ ଓ ମଙ୍ଗଳ ଗ୍ରହରେ ଘର କଲେଣି। କିନ୍ତୁ ଏବେ ବି କିଛି ଲୋକେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି। ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅନ୍ଧବିଶ୍ୱାସରେ ଛନ୍ଦି ହୋଇ ପଡ଼ିଥିବା ମଣିଷମାନେ ଏପର୍ଯ୍ୟନ୍ତ ସେଥିରୁ ମୁକୁଳି ପାରୁନାହାନ୍ତି। ଯେପରି ବର୍ଷା ନହେଲେ ଏକ ବେଙ୍ଗକୁ ଆଣି ତା’ର ଗୋଡ଼ରେ ସୂତା ବାନ୍ଧି ଗାଁ ଦାଣ୍ଡରେ ନଚାଇଲେ ବର୍ଷା ହୁଏ ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି। ଏଭଳି ଅଜବ ପରମ୍ପରା […]
ଭୁବନେଶ୍ୱର: ରାଜ୍ୟର କୋଡ଼ିଏଟି ଜିଲ୍ଲାରେ ନଦୀବନ୍ଧ ଦୁର୍ବଳ ରହିଛି। ବର୍ଷା ଦିନ ଆସିଥିବାରୁ ସମସ୍ତ ଦୁର୍ବଳ ନଦୀ ବନ୍ଧ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ। କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି ସମେତ ରାୟଗଡ଼ା, ଭଦ୍ରକ, ବୌଦ୍ଧ, ଫୁଲବାଣୀ, ଯାଜପୁର ସେହିଭଳି ଢେଙ୍କାନାଳରେ ଥିବା ଦୁର୍ବଳ ନଦୀବନ୍ଧରେ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ। ସେହିପରି ଅନୁଗୁଳ, କଟକ, ଜଗତ୍ସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର ଏବଂ କଳାହାଣ୍ଡି, କୋରାପୁଟ ଓ ମାଲକାନଗିରରେ ମଧ୍ୟ ନଦୀ ବନ୍ଧ […]
ଚୌଦ୍ୱାର: ବାରଙ୍ଗ ଅଞ୍ଚଳରୁ ଗିରଫ ହୋଇ ଚୌଦ୍ୱାର ଜେଲ୍କୁ ପଠାଯାଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ୨ ଦିନ ତଳେ ବାରଙ୍ଗ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣଙ୍କ କରୋନା ପଜିଟିଭ୍ ହୋଇଥିବା ଜଣାପଡିବା ପରେ ବାରଙ୍ଗ ଥାନା ଓ ଫାଣ୍ଡିର ସମସ୍ତ ପୋଲିସ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ହୋଇଛି। ଏଥିସହ ସମସ୍ତ ଷ୍ଟାଫ୍ ହୋମ୍ ଆଇସୋଲେସନ୍ରେ ଥିବା କଟକ DCP ସୂଚନା ଦେଇଛନ୍ତି।
ଯାଜପୁର: ଛେଳିଛୁଆକୁ ଗିଳି ଦେଇଥିବା ଏକ ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ। ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ବନାଞ୍ଚଳ ବନ୍ଧଗାଁ ପଞ୍ଚାୟତ କୋଇଲ ଗ୍ରାମର। ଏଠାରେ ଏକ ଅଜଗରଟି ଶାବକ ଛେଳି ଛୁଆକୁ ଗିଳି ଦେଇଥିବା ବେଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା। ତୁରନ୍ତ ବନବିଭାଗ କର୍ମଚାରୀ ଓ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରାଯାଇଥିଲା। ପରେ ସ୍ନେକ୍ ହେଲ୍ପଲାଇନର ସୌମ୍ୟାଜିତ ଗ୍ରାମ ବାସୀଙ୍କ ସହଯୋଗରେ ସାପଟିକୁ ଉଦ୍ଧାର କରିବା ପରେ ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଅଜଗରଟିର ଲମ୍ବ […]
ରାଉରକେଲା: ରାଉରକେଲା ଆଇଜିଏଚ୍ରେ ଆରମ୍ଭ ହେବ ପ୍ଲାଜମା ଥେରାପି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଗୁରୁତର କରୋନା ରୋଗୀଙ୍କୁ ଆଇଜିଏଚ୍ରେ ପ୍ଲାଜମା ଥେରାପି ଦିଆଯିବ। ଏଥିପାଇଁ ସେଠାରେ ପ୍ଲାଜମା ବ୍ୟାଙ୍କ୍ ମଧ୍ୟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏଥିସହ ସଂକ୍ରମଣ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର୍ ସେଣ୍ଟର ଭିତ୍ତିଭୂମି ବିକାଶ ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି। […]
ଜୟପୁର: ଜୟପୁରସ୍ଥିତ ସରକାରୀ ଶିଶୁ ସଦନରେ ନାବାଳକଙ୍କ ମୃତଦେହ ଉଦ୍ଧାର। ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତନାଘନା ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ତହସିଲଦାର ଅଶ୍ୱିନୀ ମହାପାତ୍ର ଓ ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଧି ଶିଶୁ ସଦନରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ନାବାଳକ ଜଣକ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଘର କୋରାପୁଟ ଜିଲ୍ଲାରେ ବୋଲି ଜଣାପଡିଛି। ନାବାଳକର ମୃତ୍ୟୁର […]
ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ମୋଡ଼। ତଦନ୍ତ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଦିଗ କୁହାଯାଉଥିବା ସୁଇସାଇଡ ନୋଟ୍କୁ ନେଇ ବଡ଼ ଖୁଲାସା। ଆଦିତ୍ୟଙ୍କ ଡାଏରୀର ହାତଲେଖାକୁ ନେଇ ଯେଉଁ ସସପେନ୍ସ ସୃଷ୍ଟି ହୋଇଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ସୁଇସାଇଡ୍ ନୋଟ୍ ନିଜେ ଆଦିତ୍ୟ ଦାଶ ଲେଖିଥିବା ଫରେନସିକ୍ ଯାଞ୍ଚରୁ ସ୍ପଷ୍ଟ ହୋଇଛି। ଫରେନ୍ସିକ ରିପୋର୍ଟରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ନିଜେ ଆଦିତ୍ୟ ହିଁ ଜବତ ଡାଏରୀରେ ନିଜ ଶେଷ କଥା […]
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହୋଇଥିବା ରାଜଭବନ ସୂତ୍ରରୁ ସୂଚନା ଦିଆଯାଇଛି। କିଛି ବ୍ୟସ୍ତ, ବିବ୍ରତ ହେବାର ନାହିଁ ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାତିରେ ରାଜ୍ୟପାଳ ହସ୍ପିଟାଲରେ ରହିବେ ଓ କାଲି ଫେରିବେ ବୋଲି ଜଣାପଡ଼ିଛି। ତେବେ କରୋନା ସଂକ୍ରମଣ ଦୃଷ୍ଟିରୁ ଜୁଲାଇ ୩୧ ଯାଏ ଜନସାଧାରଣଙ୍କ ପାଇଁ ରାଜଭବନ ନିଷେଧ କରାଯାଇଛି।
କନ୍ଧମାଳ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ମୃତ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ପୋଲିସ ସହ ମୁହାଁମୁହିଁ ବେଳେ ୨ ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ନକ୍ସଲଙ୍କ ଉପସ୍ଥିତି ସୂଚନା ପାଇ ପୋଲିସ ତୁରନ୍ତ ଅପରେସନ ଆରମ୍ଭ କରିଥିଲା। ଉଭୟ ଓଡ଼ିଶା ପୋଲିସର ଏସ୍ଓଜି ଏବଂ ଡିଭିଏଫ୍ ମିଳିତ ଅପରେସନରେ ଯାଇଥିବାବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ପୋଲିସକୁ ଦେଖି ନକ୍ସଲ ପ୍ରଥମେ ଗୁଳି ଚଳାଇବାରୁ କଡ଼ା ଜବାବ ଦିଆଯାଇଥିଲା। ଗୁଳି […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆଇଓସିଏଲ୍ ପ୍ଲାଣ୍ଟ ମ୍ୟାନେଜରଙ୍କ କାର୍ ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୮ଟା ସମୟରେ ମ୍ୟାନେଜର ନୃସିଂହ ଚରଣ ସେଠୀ ଘରକୁ ଫେରୁଥିବା ବେଳେ କୁସୁମାଟି-ଛଣଘର ରାସ୍ତା ତାରିଣୀ ମନ୍ଦିର ନିକଟରେ ତାଙ୍କ କାର୍ ଉପରକୁ ବୋମାମାଡ଼ ହୋଇଛି। ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ କାର୍ର ଆଗ କାଚ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ […]
ଜୟପୁର: ଜୟପୁର ପୌରାଞ୍ଚଳ ୪ ଦିନ ପାଇଁ ସଟ୍ଡାଉନ୍ ଘୋଷଣା । ଆଜି ମଧ୍ୟରାତ୍ରରୁ ୨୮ ତାରିଖ ମଧ୍ୟରାତ୍ର ଯାଏଁ ଜୟପୁର ସହରକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏଥିରେ ରୋକ ଲଗାଇବାକୁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଏହି ସମୟରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ନେଇ ସର୍ଭେ କରିବ ପ୍ରଶାସନ। ତେବେ ସଟ୍ଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସହରରେ ବ୍ୟାଙ୍କ ସକାଳ ୮ରୁ ଦିନ […]
କନ୍ଧମାଳ: କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଡିଜିପିଙ୍କ ସହ IG Operation ଅମିତାଭ ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ଆର୍କେ ଶର୍ମା , DIGP ଅନିରୁଦ୍ଧ ସିଂ, DIG ସତ୍ୟବ୍ରତ ଭୋଇ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି । ଗତକାଲି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ର୍ସିଲା ଜଙ୍ଗଲରେ ହୋଇଥିବା କୁମ୍ବିଂ ଅପରେସନରେ ଦୁଇ ମାଓବାଦୀ ନୀହତ ହୋଇଥିଲା। ଏବଂ ମାଓ କ୍ୟାମ୍ପ ଠାବ ଘଟଣା ପରେ ଜିଲ୍ଲାରେ ମାଓ ଦମନ କ୍ଷେତ୍ରରେ ପୋଲିସର ରଣନୀତି […]
ଭୁବନେଶ୍ୱର: ପଞ୍ଜୁରୀ ଭିତରେ ନାଗ ଓ ଚଢ଼େଇ ମଧ୍ୟରେ ଛକାପଞ୍ଝା। ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା ବାଙ୍କୀରେ। ଗତକାଲି ରାତିରେ ବାଙ୍କୀ ରଗଡି ଗାଁର ସତ୍ୟ ରଞ୍ଜନ ମହାପାତ୍ରଙ୍କ ଘରେ ଥିବା ପଞ୍ଜୁରୀରେ ଏକ ନାଗ ସାପ ଫସି ଯାଇଥିଲା। ଫଳରେ ଚଢ଼େଇମାନେ ଭୟଭୀତ ହୋଇ ଶବ୍ଦ କରିଥିଲେ। ଏହାପରେ ପରିବାର ଲୋକ ପଞ୍ଜୁରୀ ଭିତରେ ଏକ ସାପ ଥିବା ଦେଖି ସ୍ନେକ ହେଲ୍ଫ୍ ଲାଇନ୍ ସହ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ନେକ ହେଲ୍ପ୍ […]
ଫୁଲବାଣୀ: ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ଆହ୍ୱାନ। କନ୍ଧମାଳରେ ମାଓ ମୁକାବିଲା ସମୀକ୍ଷା କରିବା ଅବସରରେ ପୋଲିସ ଡିଜି ଅଭୟ ଏଭଳି ଆହ୍ୱାନ ଦେଇଛନ୍ତି। କନ୍ଧମାଳରେ ମାଓ ମୁକାବିଲା ପୋଲିସ ଡିଜି ଅଭୟ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟସ୍ରୋତକୁ ଆସନ୍ତୁ, ଉନ୍ନୟନ କାମରେ ବାଧା ସୃଷ୍ଟି କରନ୍ତୁନି। ଓଡ଼ିଶାରେ ନକ୍ସଲ ପ୍ରଭାବ ପୂର୍ବ ଅପେକ୍ଷା ବହୁ ପରିମାଣରେ କମିଛି। ମୋଟ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାରେ ଏବେ ମାତ୍ର ୧୦% […]
ଭୁବନେଶ୍ୱର: କାଳିଆ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ଥିବା ବେଳେ ଆଉ ୨ ପ୍ରତିଶତ୍ ଅର୍ଥାତ୍ ୫୦ ହଜାର ହିତାଧିକାରୀ ଅଯୋଗ୍ୟ। ଏହି ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରିବା ଲାଗି କୁହାଯାଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ସେ କହିଛନ୍ତି, ଟଙ୍କା ଫେରାଇବା ଲାଗି ଅଯୋଗ୍ୟ ହିତାଧିକାରୀଙ୍କୁ ଚିଠି ଲେଖାଯାଇଛି। ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଦିଆଯାଇଛି। ଏଥିରେ ସେମାନେ ଟଙ୍କା ଫେରସ୍ତ କରିବେ। ଏମାନଙ୍କ […]
ଧର୍ମଗଡ଼: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଆଦିବାସୀ ଯୁବତୀଙ୍କ ପ୍ରତାରଣା। ପ୍ରେମିକା ବିବାହ ପାଇଁ ଜିଦ୍ କରିବାରୁ ପୋଲ ତଳକୁ ଠେଲିଦେଲା ପ୍ରେମିକ। ସୌଭାଗ୍ୟ କ୍ରମେ ପ୍ରେମିକା ବଞ୍ଚିଯାଇଛି ସତ ହେଲେ ଘଟଣାର ୧୦ ଦିନ ପରେ ବି ଅଭିଯୁକ୍ତର ଟେର ପାଉନି ପୋଲିସ। ଏପଟେ ନ୍ୟାୟ ପାଇଁ ଅପେକ୍ଷାରେ ରହିଛନ୍ତି ପ୍ରତାରିତ ଯୁବତୀ। ଘଟଣା ଟି ଯେତିକି ହୃହୟସ୍ପର୍ଶୀ ସେତିକି ସମ୍ବେଦନଶୀଳ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେ. ଗାଁ ଅଞ୍ଚଳରେ। ଖଲିଆପାଲି […]
ଭୁବନେଶ୍ୱର: ହରିଦାସପୁର-ପାରାଦୀପ ରେଳପଥରେ ପ୍ରଥମ ବିଜୁଳିଚାଳିତ ଟ୍ରେନ୍ର ଟ୍ରାଏଲ ରନିଂ ଆରମ୍ଭ ହୋଇଛି। ପୂର୍ବରୁ ଡିଜେଲ ଇଞ୍ଜିନ୍ ଟ୍ରାଏଲ ରନ୍ ହୋଇଥିଲା। ଆଜି ଇଲେକ୍ଟ୍ରିକ୍ ଟ୍ରେନ୍ ଟ୍ରାଏଲ ରନ୍ କରୁଛି। ଯଦି ଏହି ଟ୍ରାଏଲ୍ ରନ୍ ବେଳେ କୌଣସି ତୃଟି ବିଚ୍ୟୁତି ନ ହୁଏ, ତେବେ ଖୁବ୍ଶୀଘ୍ର ନିୟମିତ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ହରିଦାସପୁରରୁ ପାରାଦୀପ ଦୀର୍ଘ ୮୨ କିଲୋମିଟର ପଥ ଅତିକ୍ରମ ବେଳେ ବିଭିନ୍ନ ସ୍ଥାନରେ ଏହାର ଯାଞ୍ଚ କରାଯାଉଛି। […]
ଭୁବନେଶ୍ୱର: ଏବେବି ରହସ୍ୟ ଘେରରେ ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଏହି ଘଟଣାରେ ଜିଆର୍ପି ଜଣଙ୍କ ପରେ ଜଣଙ୍କୁ ଜେରା କରି ସାରିଥିବା ବେଳେ ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁଙ୍କୁ ଜିଆର୍ପି ଜେରା କରିଛି। ଆଦିତ୍ୟଙ୍କ ବନ୍ଧୁ ବିଶ୍ୱଙ୍କୁ ପ୍ରାୟ ଦେଢଘଣ୍ଟା ଧରି ଜେରା କରାଯାଇଛି। ବଲାଙ୍ଗିରରୁ ଆସି ଜେରାର ସମ୍ମୁଖୀନ ହୋଇଛନ୍ତି ବିଶ୍ୱ। ତେବେ ପୋଲିସକୁ ଏଯାଏ କୌଣସି ତଥ୍ୟ ମିଳିପାରିନାହିଁ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ୧୯ ଦିନ ବିତିଥିଲେ […]
ବଲାଙ୍ଗିର: ମେଡିକାଲ୍ ଯାଉଥିବା ବେଳେ ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବଲାଙ୍ଗିର ଥାଉନ୍ ଥାନା ସମ୍ମୁଖରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ଗାଁର ସୌକୀ ସାହୁ ଓ ତାଙ୍କ ସ୍ତ୍ରୀ ରଜନୀ ବାଇକ୍ରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍କୁ ପାଇଁ ଯାଉଥିଲେ। ଏହି ସମୟରେ ଥାଉନ୍ ଥାନା ସମ୍ମୁଖରେ […]
ଭୁବନେଶ୍ୱର: କରୋନା ମୁକାବିଲାରେ ଅସ୍ତ୍ର ସାଜିଛି ପ୍ଲାଜ୍ମା ଥେରାପି । ଏଥିଲାଗି ପ୍ଲାଜ୍ମା ଥେରାପି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩ଟି ପ୍ଲାଜ୍ମା ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ଯୋଜନା କରୁଛନ୍ତି ସରକାର। କଟକ ଏସ୍ସିବି ମେଡିକାଲ କଲେଜ୍ ଏବଂ ରାଉରକେଲା ଆଇଜିଏଚ୍ ପରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍, ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ବୁର୍ଲା ଭିମ୍ସାରରେ ପ୍ଲାଜ୍ମା ବ୍ୟାଙ୍କ ଖୋଲିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ […]
ଭୁବନେଶ୍ୱର: ଲକ୍ଡାଉନ୍ ଅନେକଙ୍କ ପାଇଁ ନକରାତ୍ମକ ଅନୁଭୂତି ଆଣିଥିବାବେଳେ ଭୁବନେଶ୍ୱର ବିମାନବନ୍ଦର କର୍ମଚାରୀଙ୍କ ପାଇଁ ଏକ ନୂଆ ଅନୁଭୂତି ସୃଷ୍ଟି କରିଛି। ଲକ୍ଡାଉନ୍ ବେଳେ ବିମାନ ବନ୍ଦରର କର୍ମଚାରୀମାନେ ବିଭିନ୍ନ ଦେଶରୁ ବିଭିନ୍ନ ବିମାନ ସେବା ପ୍ରଦାନ କାରୀ ସଂସ୍ଥା ସହ କାମ କରିବାର ସୁଯୋଗ ପାଇଛନ୍ତି। ବିଶ୍ୱର ୧୬ଟି ପ୍ରାନ୍ତରୁ ଆସିଥିବା ବିମାନକୁ ଏ ପର୍ଯ୍ୟନ୍ତ ସଠିକ୍ ଭାବେ ପରିଚାଳନା କରିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ। ଦୁବାଇ, ଆବୁଧାବି, କଲମ୍ବୋ, ଚିକାଗୋ, ମସ୍କୋ, ମସ୍କାଟ, କୁଏତ, […]
ଭୁବନେଶ୍ୱର: ଫୋନ ପେ‘ ବ୍ୟବହାର କରୁଛନ୍ତି କି ? ତେବେ ସାବଧାନ। ନଚେତ୍ ଅନ୍ଲାଇନ୍ରେ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଯିବେ ଲୁଟେରା। ଏମିତି ଜଣେ ପେ’ ପେନ ବ୍ୟବହାରକାରୀଙ୍କୁ ଚକ୍ମା ଦେଇ ଟଙ୍କା ଲୁଟିନେବାକୁ ଯାଉଥିବାବେଳେ ଧରାପଡ଼ିଛନ୍ତି ଅନ୍ଲାଇନ୍ ଲୁଟେରା। ଏଇ ଠକ ଜଣକ ପ୍ରଥମେ ଗ୍ରାହକଙ୍କୁ ଫୋନ କରି ନିଜକୁ ଫୋନ ପେ’ର କର୍ମଚାରୀ ବୋଲି କହିଥିଲେ। ଫୋନ ପ’ରେ ତାଙ୍କର କିଛି ଅଫର ଆସିଥିବା ସୂଚନା ଦେଇଥିଲା। କହିଥିଲେ, ଆପଣଙ୍କର ଆକାଉଣ୍ଟକୁ ବୋନସ ଟଙ୍କା […]