• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Untitled-1
ପରଲୋକରେ ପୂର୍ବତନ ବିଧାୟକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କର ଆଜି ପରଲୋକ ହୋଇଯାଇଛି। ହଳଦୀବଟା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଛି। ଶ୍ରୀ ନାଏକ ସ୍ନାୟୁ ରୋଗରେ ପୀଡିତ ହୋଇ ଗତ ଡିସେମ୍ବର ୧୭ ତାରିଖରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ଶ୍ରୀ ନାଏକ ଭାରତୀୟ ବାୟୁସେନାରୁ ଅବସର ନେବ ପରେ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭାରତୀୟ ଜନତା […]

  • Monday, 12 July 2021
hundi
ହୁଣ୍ଡିରୁ ମିଳିଲା ଏମିତି ଚିଠି; ଲେଖା ହୋଇଛି ....

ସମ୍ବଲପର: ପ୍ରେମିକ ସହ ଭୁଲ୍‌ ବୁଝାମଣା ନ ହେଉ।  ବାହାଘର ସୁରୁଖୁରୁରେ ହୋଇଯାଉ। ମା’ ସମଲେଇଙ୍କ ପାଖକୁ ଆସିଛି ଏମିତି ବିନତିପୂର୍ଣ୍ଣ ଚିଠି। ଚିଠିବାକ୍ସରେ କିନ୍ତୁ ପଡ଼ିନି ଏ  ଚିଠି। ପଡ଼ିଛି ମା’ଙ୍କ ହୁଣ୍ଡି ବାକ୍ସରେ। ହୁଣ୍ଡି ବାକ୍ସରୁ ବାହାରିଥିବା ଏପରି ଚିଠିକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କର ଖୋଲା ଯାଇଥିଲା ହୁଣ୍ଡି। ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଟଙ୍କା ଗଣୁଥିଲେ। ଟଙ୍କା ଗଣୁ ଗଣୁ ଏକ ଧଳା କାଗଜ ନଜରକୁ […]

  • Monday, 12 July 2021
girl-111
ସାହସୀ ଝିଅ ପୂର୍ଣ୍ଣିମା ଓ ସବିତାଙ୍କ ପାଇଁ ହସିବ ନିପାଣିଆ ଗାଁ

ଭୁବନେଶ୍ୱର: ପୂର୍ଣ୍ଣିମା ଗିରି ଓ ସବିତା ଗିରି ରାଷ୍ଟ୍ରପତିଙ୍କଠାରୁ ସାହସିକତା ପୁରସ୍କାର ପାଇଲା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ନିପାଣିଆ ଗାଁ ଲୋକଙ୍କ ଖୁସି କହିଲେ ନ ସରେ। ଏହି କୁନି କୁନି ଝିଅ ଦୁଇଟି ଦିନେ ୧୨ଜଣଙ୍କ ଜୀବନ ବଞ୍ଚାଇ ସମସ୍ତଙ୍କ ଆଦରର ପାତ୍ର ହୋଇଥିଲେ। ଆଜି ଏମାନଙ୍କ ପାଇଁ ଗାଁର ଉନ୍ନତି ପାଇଁ ସରକାର ବି ଆଗେଇ ଆସିଛନ୍ତି।  ସ୍କୁଲରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି। ପୂର୍ଣ୍ଣିମା ଓ […]

  • Monday, 12 July 2021
fire
ଜଳିଗଲା ଲକ୍ଷାଧିକ ଟଙ୍କାର ଫ୍ୟାନ୍, ଇଣ୍ଡକସନ କୁକର୍

କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏକ ଇଲେକ୍ଟ୍ରୋନିକ୍ସ ଗୋଦମରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ଏହି ଇଲେକ୍ଟ୍ରୋନିକ୍ସ ଗୋଦାମରେ ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା। ଉପର ମହଲାର ଜଣେ ବ୍ୟକ୍ତି ଶୌଚ ହେବା ପାଇଁ ଉଠିଥିବାବେଳେ ପ୍ରଥମେ ନିଆଁକୁ ଦେଖି ଅନ୍ୟମାନଙ୍କୁ ଉଠାଇଥିଲେ। ପରେ ଦମକାଳ ବାହିନୀକୁ ଖବର ଦିଆଯାଇଥିଲା। ୩ଟି ଦମକଳ ଗାଡ଼ି ଆସି ନିଆଁକୁ  ଆୟତ୍ତ […]

  • Monday, 12 July 2021
surya patra
ବିମାନରେ ଭୁବନେଶ୍ୱରରୁ ସୁରଟ-ଶ୍ରେୟ କାହାର

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧାସଳଖ ସୁରତକୁ ଉଡ଼ିବ ବିମାନ। ୨୦ ତାରିଖରୁ ଏହି ବିମାନ ସେବା ଉପଲବ୍ଧ ହୋଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ। ହେଲେ ଯାତ୍ରୀମାନଙ୍କୁ ଏପରି ସୁବିଧା ଯୋଗାଇ ଦେବା ପରେ ଆରମ୍ଭ ହୋଇଛି ରାଜନୈତିକ ଖେଳ। ବିମାନ ଚଳାଚଳର ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଲାଗିଛି। ଭୁବନେଶ୍ୱରରୁ ସିଧାସଳଖ ସୁରତ୍‌ ବିମାନ ଚଳାଚଳ […]

  • Monday, 12 July 2021
netaji
ବେଳାଭୂମିରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ନେତାଜୀ ଜୟନ୍ତୀ । ସାରା ଦେଶରେ ପାଳନ ହେଉଛି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମଦିନ । ଏଥିପାଇଁ ନେତାଜୀଙ୍କ ଜନ୍ମ ସ୍ଥାନ କଟକ ସହରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଓଡ଼ିଆ ବଜାରରେ ଥିବା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଜୟନ୍ତୀ ପାଳନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସଂଗ୍ରହାଳୟକୁ ସୁନ୍ଦର ଭାବେ ସଜାଯାଇଛି।ନେତାଜୀଙ୍କ ଜନ୍ମ ସ୍ଥାନ ସଂଗ୍ରହାଳୟରେ ଯୋଡି ହୋଇଛି ସୁବାଷ ବୋଷଙ୍କ ସମ୍ପର୍କିତ ୨ଟି ବିରଳ ଫଟୋ। ମ୍ୟୁଜିୟମ […]

  • Monday, 12 July 2021
train
ଗୁଣପୁର ଷ୍ଟେଶନରେ ଟ୍ରେନ ଦୁର୍ଘଟଣା

ରାୟଗଡ଼ା: ଗୁଣୁପୁର ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା। ଗତକାଲି ରାତି ୯ଟାରେ ଘଟିଛି ଏହି ଦୁର୍ଘଟଣ। ଇଞ୍ଜିନ୍‌ ବଦଳାଇବାକୁ ଯାଉଥିବାବେଳେ  ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଇଞ୍ଜିନ ଡେଡ୍ ଲାଇନକୁ ଧକ୍କା ଦେଇଥିଲା। ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ ଗତକାଲି ପୁରୀରୁ ଗୁଣପୁର ଆସୁଥିଲାବେଳେ ଗୁଣପୁର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ଷ୍ଟେଶନରେ ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନ୍‌ଟି ଇଞ୍ଜିନ୍‌ ବଦଳାଇବା ନିମନ୍ତେ ଡେଡ୍‌ ଲାଇନ୍‌ ନିକଟକୁ ଯାଇଥିଲା। ମାତ୍ର ସେଠାରେ ତାହା ଡେଡ୍‌ଲାଇନ୍‌କୁ ଧକ୍କା ଦେଇଥିଲା। ଫଳରେ […]

  • Monday, 12 July 2021
sura
ବଦଳିଲା ସୁରଙ୍କ ସ୍ୱର; କହିଲେ, ଏହା ବିରୋଧୀଙ୍କ ଷଡ଼ଯନ୍ତ୍ର

ଭୁବନେଶ୍ୱର: କଂଗ୍ରେସ ଭବନକୁ ବାଉନସର ପଠାଇବା ବୟାନରୁ ନିଜ ସ୍ୱର ବଦଳାଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। କଂଗ୍ରେସକୁ ବଦନାମ୍ କରିବାକୁ ଏପରି କରାଯାଇଛି । ବିଜେପି, ବିଜେଡି କେହି ବି ଏହା କରିଥାଇପାରନ୍ତି। ଏପରି କିଛି ଢଙ୍ଗରେ ବିରୋଧୀ ଦଳକୁ ଟାଗେର୍ଟ କରିଛନ୍ତି ସୁର ରାଉତରାୟ। କଂଗ୍ରେସ ଭବନକୁ ବାଉନସର୍ କେହି ଆଣି ନାହାନ୍ତି । ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହଳା କଂଗ୍ରେସ କିମ୍ବା ନିରଞ୍ଜନ ପଟ୍ଟନାୟକ କେହି ବି ବାଉନ୍‌ସର ଆଣିନାହାନ୍ତି। […]

  • Monday, 12 July 2021
school
ଫର୍ମପୂରଣ କରିବାର ସୁଯୋଗ ମିଳିଲାନି, ଦଶମ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଦାରିଙ୍ଗବାଡ଼ି:ସ୍କୁଲରେ ନାମ ଲେଖାଇଲେ। ପଢିଲେ। ହେଲେ ମାଟ୍ରିକ ପରୀକ୍ଷା ବେଳକୁ ତାଙ୍କୁ ବାରଣ କରାଗଲା। ଏପରିକି ଫର୍ମ ଫିଲପ୍‌ କରିବାକୁ ଦିଆଗଲାନି। ଏବେ କ’ଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ହାଇସ୍କୁଲରେ। ସ୍କୁଲର ୧୪ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରୁ ବଂଚିତ କରାଯାଇଛି। ସେମାନଙ୍କୁ ଫର୍ମ ଫିଲ୍ଅପ୍ କରିବାକୁ ସୁଯୋଗ ଦିଆଯାଇ ନାହିଁ । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ […]

  • Monday, 12 July 2021
Capture
ଦଶମ ପରୀକ୍ଷା ପୂର୍ବରୁ ଜାଳିଦେଲେ ଖାତାବହି

ରାୟଗଡ଼ା: ଛାତ୍ରୀଙ୍କ ମେଧାକୁ ଦେଖି ଡରି ଗଲେ କି ସ୍କୁଲ୍ ଶିକ୍ଷକ? ସେମାନଙ୍କ ପାଖରେ ଟ୍ୟୁସନ୍ ନହୋଇ ସେ କାଳେ ବୋର୍ଡ ପରୀକ୍ଷାରେ ଭଲ ରେଜଲ୍ଟ କରିଦେବ, ସେଥିପାଇଁ ଲୋକ ଲଗାଇ ପୋଡ଼ି ଦେଲେ କି ଛାତ୍ରୀର ସମସ୍ତ ଖାତା ଓ ବହିପତ୍ର? ଏମିତି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲୀ ଥାନା ଜେ.କେ.ପୁର ଗାଁରୁ । ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ପଲକ ପ୍ରସାଦଙ୍କ ବାପା ମା’ ଘରେ ନଥିବା ବେଳେ ତିନି […]

  • Monday, 12 July 2021
IAS
ଚମକିବ ଚନ୍ଦ୍ରଭାଗା; ଖୁବ୍‌ ଶୀଘ୍ର ମାଷ୍ଟରପ୍ଲାନ

ଭୁବନେଶ୍ୱର: ଚନ୍ଦ୍ରଭାଗା ପାଇଁ ହେବ ମାଷ୍ଟରପ୍ଲାନ୍। ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଇଏଏସ୍ ସମ୍ମିଳନୀର ଦ୍ୱିତୀୟ ଦିନର ବୈଠକ ଆଜି କୋଣାର୍କରେ ଅନୁଷ୍ଠିତ ହୋଇଛି। ଆଇଏଏସ୍ ସମ୍ମିଳନୀ ପାଇଁ କୋଣାର୍କରେ ଇକୋ ରିଟ୍ରିଟ୍‌ରେ ଏକାଠି ହୋଇଛନ୍ତି ବରିଷ୍ଠ ଅଇଏଏସ୍ ଅଧିକାରୀ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ ଏବଂ […]

  • Monday, 12 July 2021
padayatra
ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ

ଭଦ୍ରକ: ଦାବି ପୂରଣ ନେଇ ଅଭିନବ ପ୍ରତିବାଦ। ମେଡିକାଲ୍‌ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ୪୦ କିଲୋମିଟର୍ ଚାଲିଛନ୍ତି ଲୋକେ।  ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର ଅଞ୍ଚଳରେ। ସ୍ଥାନୀୟ ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ପଦବୀ ପୂରଣ କରିବା ପାଇଁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ଲୋକେ। ହେଲେ ଏଥିପ୍ରତି ପ୍ରଶାସନ କର୍ଣ୍ଣପାତ କରୁ ନ ଥିଲା। ଏହାର ପ୍ରତିବାଦରେ  ପ୍ରାୟ ୪୦ କିଲୋମିଟର୍ ଚାଲିଛନ୍ତି ଅଞ୍ଚଳବସୀ। […]

  • Monday, 12 July 2021
sameer
ରାଜ୍ୟ ସଭାପତି ଭାବେ ଶପଥ ନେଲେ ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର ମହାନ୍ତି । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର। ଏହି ଅବସରରେ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ସମୀର ମହାନ୍ତି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା […]

  • Monday, 12 July 2021
CMOdisha
 ଲୋକମାନେ ଆମର ପ୍ରଭୁ, ତାଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦିଅ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଲୋକଙ୍କୁ ସର୍ବଶ୍ରଷ୍ଠ ସେବା ଯୋଗାଇ ଦିଅ। ଲୋକମାନେ ହିଁ ଆମର ପ୍ରଭୁ। ସେମାନେ ହିଁ ଶାସନର ବିନ୍ଦୁ। ତେଣୁ ତାଙ୍କୁ ଅବହେଳା କରନି। ବରିଷ୍ଠ ଅଧିକାରୀମାନଙ୍କୁ ଏମିତି ଦାୟିତ୍ୱ ବିଷୟରେ ବୁଝାଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ଆୟୋଜିତ ହୋଇଥିଲା ବରିଷ୍ଠ ଅଧିକାରୀଙ୍କ  ଦୁଇ ଦିନିଆ ସମ୍ମିଳନୀ । ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଲୋକମାନଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେବାକୁ  ଆହ୍ୱାନ ଦେଇଛନ୍ତି। ଏଥିସହିତ ବରିଷ୍ଠ […]

  • Monday, 12 July 2021
electtricity
କିଛି ଶୁଣିଲେନି, କାଟିଦେଲେ ବିଦ୍ୟୁତ୍‌ ସଂଯୋଗ,

ଖୋର୍ଦ୍ଧା:ବକେୟା ବିଲ୍‌ ପୈଠ କରି ନ ଥିବା ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ୍‌ ସଂଯୋଗ ଛିନ୍ନ କଲା ସେସୁ। ଏହି କାର୍ଯ୍ୟ ପ୍ରଥମେ ଖୋର୍ଦ୍ଧା ଅଞ୍ଚଳରୁ ଆରମ୍ଭ ହୋଇଛି।  ପ୍ରଥମେ ୫୩ଟି କମର୍ସିଆଲ୍ ସଂସ୍ଥାରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି । ଏହି ସଂସ୍ଥା ଗୁଡ଼ିକ ବିଲ୍‌ ବକେୟା ରଖିଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ସେସୁ ପକ୍ଷରୁ କୁହାଯାଇଛି। ବିଦ୍ୟୁତ କାଟିବା ପାଇଁ ସେସୁ ପକ୍ଷରୁ ୩୯ଟି ସ୍କ୍ୱାଡ୍ ନିୟୋଜିତ ହୋଇଛନ୍ତି । ଆଜି ପ୍ରଥମ ଦିନରେ ସମୁଦାୟ […]

  • Monday, 12 July 2021
dharama
OBC ଓ SEBCଙ୍କ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ OBC ଓ SEBCଙ୍କ ଲାଗି ସଂରକ୍ଷଣ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ  ଚିଠି ଲେଖିଥିଲେ ହେଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଗତକାଲି ଧର୍ମେନ୍ଦ୍ର ନବୀନଙ୍କୁ […]

  • Monday, 12 July 2021
Beach Shacks
ଏଣିକି ପୁରୀ ବିଚ୍‌ରେ ମିଳିବ ମଦ, ରହିବାକୁ ହେବ ଘର; ଓଟିଡିସି କରିବ ବ୍ୟବସ୍ଥା

ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯେଉଁଠି ମିଳିବ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଆଲକୋହଲ ଯୁକ୍ତ ପାନୀୟ, ମ୍ୟୁଜିକ୍ ସାଙ୍ଗକୁ ମନୋରଂଜନର ଅନ୍ୟାନ୍ୟ ସୁବିଧା

Union Minister
ଓଡ଼ିଆଙ୍କ ଆଶା ପୂରଣ କରିପାରିବେ ତ ଅଶ୍ୱିନୀ?

ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ବଢିଛି ରାଜ୍ୟର ଆଶା। ଏଠାରୁ ହିଁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ତାଙ୍କ କାର୍ଯ୍ୟ କାଳରେ ରେଳ ଭିତ୍ତିଭୂମି ବିକାଶରେ ଓଡ଼ିଶା ଅଗ୍ରାଧିକାର ପାଇବ ବୋଲି ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳମାନେ ଆଶା ବାନ୍ଧିଛନ୍ତି।

dgp
ଏମ୍‌ସରେ ଆହତ ଯବାନଙ୍କୁ ଭେଟିଲେ ଡିଜିପି

କନ୍ଧମାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଗୁରୁତର ଦୁଇ ଯବାନ ସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍‌ସର ବିଶେଷଜ୍ଞ ଡାକ୍ତର ସେମାନଙ୍କ ଚିକିତ୍ସା କରୁଛନ୍ତି ।

gopalpur sea beach
ଏଣିକି ପୁରୀ ବିଚ୍‌ରେ ମିଳିବ ମଦ, ରହିବାକୁ ହେବ ଘର; ଓଟିଡିସି କରିବ ବ୍ୟବସ୍ଥା

ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

bidyut kata
ବିଦ୍ୟୁତ୍‌ ବିଲ୍‌ ପୈଠ ପାଇଁ ସମୟ ଦିଆଯାଉ-ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି

ଭୁବନେଶ୍ୱର: ସରକାରୀ ଉପଭୋକ୍ତାଙ୍କ ଭଳି ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ବିଲ୍ ପୈଠ ପାଇଁ ସମୟ ଦିଆଯାଉ।  ବିଦ୍ୟୁତ ବିଲ୍ ବକୟା ପୈଠ ନେଇ ଏଭଳି ମତ ଦେଇଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ । ଯାହାର ଲାଇନ୍ କିଟିଛି  ସେମାନଙ୍କ ମଧ୍ୟରୁ ଅଧିକାଂଶ ଉପଭୋକ୍ତା ସୌଭାଗ୍ୟ ଯୋଜନାରେ ଲାଇନ୍ ନେଇ ଚଳୁଛନ୍ତି । ତେବେ ଲାଇନ୍ କଟିବା ପରେ ମଧ୍ୟ ସେହି ଗ୍ରାହକଙ୍କୁ କାହିଁକି ଲାଇନ୍ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । […]

  • Sunday, 11 July 2021
pushyaviseka
ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ଆଜି ପୌଷ ପୂର୍ଣ୍ଣିମା। ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ  ମହାପଭ୍ରୁଙ୍କର ହୋଇଛି ଅନନ୍ୟ ପୂଷ୍ୟାଭିଷେକ ନୀତି ।  ଏହି ଅବସରରେ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଲାଗି ରହିଛି। ଡ. ନରେଶଚନ୍ଦ୍ର ଦାଶଙ୍କ କହିବା ଅନୁଯାୟୀ,  ଶାସ୍ତ୍ର ଅନୁସାରେ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ଯିବା ପରେ ଅଯୋଧ୍ୟା […]

  • Sunday, 11 July 2021
chhatar yatra
ଛତରଯାତ୍ରାରେ ବଳି ପଡ଼ିଲେ ଦାୟୀ ରହିବେ ଜିଲ୍ଲାପାଳ ଓ ଏସ୍‌ପି

ଭବାନୀପାଟଣା: ଛତର ଯାତ୍ରାରେ ବନ୍ଦ ହେବ ବଳି। ଯଦି ହୁଏ ତେବେ ଜିଲ୍ଲାପାଳ ଓ ଏସ୍‌ପି ଏଥିପାଇଁ ଦାୟୀ ରହିବେ। ବଳିକୁ ନେଇ ଏପରି କଡା ଆଭିମୁଖ୍ୟ ପୋଷଣ କରିଛନ୍ତି ହାଇକୋର୍ଟ। ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁ ବଳିକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ହାଇକୋର୍ଟ। ଗତକାଲି କୋର୍ଟ କହିଛନ୍ତି, ବଳି ବନ୍ଦ ପାଇଁ ମାସେ ପୂର୍ବରୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିସହିତ  ବଳି ସ୍ଥଳ ଏବଂ ରାସ୍ତା […]

  • Sunday, 11 July 2021
sana-negi
ସାନ ନେଗୀକୁ ଭୁବନେଶ୍ୱରରୁ ଉଠାଇ ନେଲା ବଲାଙ୍ଗୀର ପୁଲିସ

ଭୁବନେଶ୍ୱର: ଧରାପଡ଼ିଲା କଫ୍ ସିରପ୍ କାରବାରର ମାଷ୍ଟରମାଇଣ୍ଡ୍ । ପଶ୍ଚିମ ଓଡ଼ିଶାରେ କଫ୍ ସିରଫ କାରବାରର ମୁଖ୍ୟ ସାନ ନେଗୀକୁ ଭୁବନେଶ୍ୱରରୁ ଉଠାଇ ନେଇଛି ବଲାଙ୍ଗିର ପୁଲିସ। ନେଗୀର ୨ ସହଯୋଗୀ ଅଜିତ ନନ୍ଦ ଓ ଫାରୁଖ ଖାନ୍ ମଧ୍ୟ ଧରା ପଡିଛନ୍ତି । ସମସ୍ତ ୩ ଜଣଙ୍କୁ ନେଇ ଛାନଭିନ୍ ଚଳାଇଛି ପୁଲିସ। ଗତ ନଭେମ୍ବର ୨୮ରେ ବଲାଙ୍ଗିରର ପୁଇଁତଲା ପୋଲିସ ଏକ ପିକ୍ଅଫ୍ ଭ୍ୟାନରୁ ୧୦ ହଜାର ବୋତଲ କଫ୍ ସିରପ୍ ଜବତ କରିଥିଲା […]

  • Sunday, 11 July 2021
murder
ବାଲି ଖାଦାନରୁ ମିଳିଲା ଯୁବକଙ୍କ ମୃତ ଦେହ

ବାରିପଦା: ବାଲି ଖାଦାନକୁ ନେଇ ଯୁବକଙ୍କୁ ହତ୍ୟା ! ଘଟଣା ଘଟିଛି ମୟୂରଭଂଜ ରାସଗୋବିନ୍ଦପୁର ଥାନା ମୁଷାମାରି ଗାଁରେ।  ଆଜି ସକାଳୁ  ଗାଁ ମୁଣ୍ଡରେ ଥିବା ଏକ ବାଲିଗଦାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ଗାଁରେ ଉତ୍ତେଜନା ଦେଖା ଦେଇଛି। ମୃତଦେହକୁ ରାସ୍ତା ଉପରେ ରଖି ଗାଁ ଲୋକେ ପ୍ରତିବାଦ କରିଥିଲେ। ମୃତକଙ୍କ ପରିବାର ଲୋକେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି । ଖବର ପାଇ ସ୍ଥାନୀୟ ଅତିରିକ୍ତ […]

  • Sunday, 11 July 2021