ଭୁବନେଶ୍ୱର: ସାରା ବିଶ୍ୱରେ ଏପରିକି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର। ଗତ ତିନି ଦିନ ଭିତରେ ରାଜ୍ୟରେ ଜଣେ ହେଲେ ବି ଚିହ୍ନଟ ହୋଇ ନାହାନ୍ତି କରୋନା ପଜିଟିଭ୍ । ଗତ ୧୫ ତାରିଖରେ ରାଜ୍ୟର ମୋଟ ୧୧ ଶହ ୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା । ସେହିଭଳି ଗୁରୁବାର ମଧ୍ୟ ୮୪୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା । ଗତକାଲି ତୃତୀୟ ଦିନରେ ମୋଟ ୧୦୪୨ ଜଣଙ୍କ […]
ପୁରୀ: ଯେଉଁ ଶ୍ରୀମନ୍ଦିର ଦିନେ ଗହଳଚହଳରେ ଫାଟି ଫଡୁଥିଲା ଆଜି ସେଠି ନିରବତାର ରାଜୁତି। କାଳିଆକୁ ଦର୍ଶନ ନ କରି ଭକ୍ତ ବି ହତାଶ । କରୋନା କଟକଣା ଭକ୍ତ-ଭଗବାନଙ୍କ ମଧ୍ୟରେ ଯେମିତି ବାଡ ପକେଇ ଦେଇଛି। ଭକ୍ତଙ୍କ ପାଇଁ ସିନା ମନ୍ଦିର ମନା। ହେଲେ କାଳିଆର ରୀତିନୀତି କେମିତି ହେବ ? ପାଖେଇ ଆସୁଛି ଚନ୍ଦନ ଯାତ। ଠାକୁରଙ୍କ ଜଳକ୍ରୀଡ଼ା କ’ଣ ହେବନି ? ନିର୍ଦ୍ଧାରିତ ଦୂରତା ରକ୍ଷା କରାଯାଇ ବିଧି ବିଧାନ ମୁତାବକ ଶ୍ରୀକ୍ଷେତ୍ରରେ […]
ଭୁବନେଶ୍ୱର: ଲକଡାଉନ୍ ନିୟମ ଜାରି ରହିଥିବା ବେଳେ କେଉଁ ସରକାରୀ କର୍ମଚାରୀ ଅଫିସ ଆସିବେ, କିଏ ଘରେ ରହି କାମ କରିବେ ସେ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଏପ୍ରିଲ ୨୦ରୁ ମେ‘ ୩ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । ଏ ନେଇ ରାଜ୍ୟ ସରକାର କ୍ରିଟିକାଲ୍ ବିଭାଗ ପୁନଃ ନିର୍ଦ୍ଧାରଣ କରିଛନ୍ତି। ୧୧ଟି ବିଭାଗକୁ କ୍ରିଟିକାଲ୍, ଅନ୍ୟ […]
ପୁରୀ: ପୁରୀ ଶ୍ରୀମନ୍ଦିରର ପ୍ରତି ସେବାୟତ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେବାୟତଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଟଙ୍କା ଟ୍ରାନ୍ସଫର କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଲକ୍ଡାଉନ୍ ପାଇଁ ଅନ୍ୟ ଧର୍ମସ୍ଥଳୀ ଭଳି ଶ୍ରୀମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। […]
ଭୁବନେଶ୍ୱର: ଭୁବନେଶ୍ୱରରେ ଏଯାବତ ୧୯୫୮ଟି ସାମ୍ପଲ ଟେଷ୍ଟ ହୋଇଛି। ଆଗାମୀ ଦିନରେ ଏହାର ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ। ୭ ଦିନରେ ୫ ହଜାର ସାମ୍ପଲ ଟେଷ୍ଟ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଜି ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଅଧିକରୁ ଅଧିକ ନମୂନା ପରୀକ୍ଷା ହେଲେ ଭୁବନେଶ୍ୱରର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ। ଏଥିପାଇଁ ଭୁବନେଶ୍ୱରରେ ଲ୍ୟାବ୍ର ଅପଗ୍ରେଡେସନ୍ […]
ଭୁବନେଶ୍ୱର: ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ ଲାଗି ଥାନାଧିକାରୀଙ୍କୁ ଦିଆଗଲା ଅଧିକ କ୍ଷମତା। IPC ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଲକ୍ଡାଉନ୍ ନିୟମ ଉଲ୍ଲଂଘନ କଲେ ଏନେଇ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ର ଧାରା ୫୧ରୁ ୬୦ ଏବଂ ଆଇପିସିର ୧୮୮ ଧାରାରେ ଥାନାଧିକାରୀ ମାନେ ମାମଲା ରୁଜୁ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠିରେ ସ୍ପଷ୍ଟ କରାଯାଇଛି। ଏହି ଆଇନ […]
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ଖବର। ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ବୁଧବାର ଓ ଗୁରୁବାର ଦୁଇ ଦିନ ହେଲା କରୋନା ପଜିଟିଭ ସଂଖ୍ୟା ରାଜ୍ୟରେ ବଢିନି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ହଜାର ୫ଶହ ୭୭ଟି ଟେଷ୍ଟ କରାଯାଇଛି । ସେ ମଧ୍ୟରୁ ୭ହଜାର ୫ଶହ ୧୭ଟି ନମୁନା ନେଗେଟିଭ ଆସିଛି । ବର୍ତ୍ତମାନ ସୁଦ୍ଧା […]
କୋରାପୁଟ: କରୋନା ସଂକ୍ରମଣକୁ ରୋକିବା ପାଇଁ ବାହାରେ ଛେପ ପକାଇବାକୁ ବାରଣ କରାଯାଇଛି। କାରଣ ଛେପରେ ସଂକ୍ରମଣର ଭୟ ରହିଛି। ତେଣୁ ଖୋଲା ସ୍ଥାନରେ କିମ୍ବା ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ବାରଣ କରାଯାଇଛି। ପୂର୍ବରୁ ବ୍ରହ୍ମପୁରରେ ଏ ନେଇ କଟକଣା ଜାରି କରାଯାଇଥିବାବେଳେ ଗତକାଲି ଭଦ୍ରକ ଓ କୋରାପୁଟ ଜିଲ୍ଲାରେ କଟକଣା ଜାରି କରାଯାଇଛି। କୋରାପୁଟ ଜିଲ୍ଲାରେ ମଧ୍ୟ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ନେଇ କଟକଣା ଜାରି କରାଯାଇଛି। ଏ ନେଇ ଜିଲ୍ଲା […]
ଭୁବନେଶ୍ୱର: କରୋନା ସଂକ୍ରମଣର ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର। ରାଜ୍ୟର ୬୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାର ଅଛନ୍ତି ୪୬ ଜଣ । ଏହାକୁ ଦୃଷ୍ଟିରେ ରଖି ବୁଧବାର ଖୋର୍ଦ୍ଧା ଜିଲ୍ଲାକୁ କରୋନା ହଟ୍ସ୍ପଟ୍ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା। ଏହି ହଟସ୍ପଟ ଅଞ୍ଚଳରେ ୨ୟ ପର୍ଯ୍ୟାୟ ଲକ୍ଡାଉନକୁ କଡାକଡି କରାଯାଇଛି। ଘରୁ ବାହାରିବାକୁ ବାରଣ କରାଯାଇଛି। ଆବଶ୍ୟକ କାମ ପାଇଁ ବାହାରିଲେ ସୋଶିଆଲ ଡିଷ୍ଟାନ୍ସିଂ ପାଳନ କରିବାକୁ କୁହାଯାଉଛି। ତଥାପି କେତେକ ଅମାନିଆ […]
ଭଦ୍ରକ: ସର୍ବସାଧାରଣ ସ୍ଥାନ ବା ଖୋଲା ଜାଗାରେ ଛେପ ପକାଇବା ପୂର୍ବରୁ ଏଣିକି ସାବଧାନ ହୁଅନ୍ତୁ। କାରଣ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଗଣିବାକୁ ପଡ଼ିପାରେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି।୨ୟ ପର୍ଯ୍ୟାୟ ଲକ୍ଡାଉନରେ ଗାଇଡଲାଇନ ମାନିବାକୁ ନେଇ କଟକଣା ଜାରି କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଏନେଇ ଗତକାଲି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ କୁହାଯାଇଛି,ଏଣିକି […]
କରଞ୍ଜିଆ: କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ସମୟରେ ଅନେକ ରାଜ୍ୟର ସୀମା ସିଲ୍ କରାଯାଇଛି। ଲକଡାଉନ ନିୟମ ମାନିବାକୁ ନିୟମ କଡାକଡି କରାଯାଇଛି। ହେଲେ କେତେକ ଲକ୍ଡାଉନ ନିୟମ ଉଲ୍ଲଘଂନକାରୀଙ୍କୁ ବିରୋଧ କରିବାକୁ ଯାଇ ପୋଲିସ କର୍ମଚାରୀ ଆହତ ଆହତ ହୋଇଛନ୍ତି। ଘଟଣା ଘଟିଛି ଝାଡ଼ଖଣ୍ଡ-ମୟୂରଭଂଜ ସୀମାନ୍ତ ରରୁଆଁ ଥାନା ଅଞ୍ଚଳରେ। ହୋମଗାର୍ଡ ଅନିଲ କୁମାର ହେମ୍ବ୍ରମ୍ଙ୍କ କହିବା ଅନୁଯାୟୀ, ଲକ୍ଡାଉନ ପାଇଁ ରାଜ୍ୟର ବିଭିନ୍ନ ସୀମାକୁ ସିଲ୍ କରି ଦିଆଯାଇଛି। ତେବେ ଓଡ଼ିଶା –ଝାରଖଣ୍ଡ […]
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ବହୁ ସଂଖ୍ୟକ କୋଭିଡ-୧୯ ଟେଷ୍ଟ ହେବ। ଏକାଥରେ ଏକାଧିକ ନମୁନା ପରୀକ୍ଷା କରାଯିବ। କରୋନାର ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଆଗାମୀ ଦିନରେ ବ୍ୟାପକ ଧରଣର ଗୋଷ୍ଠୀଗତ ଭାବେ ପୁଲ୍ ଟେଷ୍ଟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହାକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଏହାଛଡ଼ା ଏବେ ବୁର୍ଲା ମେଡିକାଲରେ ଗୋଟିଏ ଟେଷ୍ଟ […]
ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇନଥିବା ଗରିବ ଓ ନିସ୍ୱ ପରିବାରକୁ ମାଗଣାରେ ଚାଉଳ ଓ ଡାଲି ଯୋଗାଇ ଦେବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଲକଡାଉନ ଯୋଗୁଁ ଅନେକ ଗରିବ ହଇରାଣ ହେଉଛନ୍ତି ଓଡିଶାରେ ଏପରି କିଛି ଗରିବ ପରିବାର ଅଛନ୍ତି ଯେଉଁମାନେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇନାହାନ୍ତି। ଏଥିଯୋଗୁଁ […]
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଛି ୨ୟ ପର୍ଯ୍ୟାୟ ଲକଡାଉନ୍। ଲକ୍ଡାଉନ ସମୟରେ ପିଲାଙ୍କ ପାଠପଢା ପ୍ରଭାବିତ ହେଉଛି। ତେଣୁ ଏହି ସମୟରେ ହ୍ୱାଟସ୍ଆପ୍ ଜରିଆରେ ପାଠ ପଢ଼ିବେ ରାଜ୍ୟର ଛାତ୍ରଛାତ୍ରୀ । ଶିକ୍ଷା ସଂଯୋଗ ନାମକ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ୍ ଯାଏଁ ଛାତ୍ରଛାତ୍ରୀ ପାଠ ପଢ଼ିବେ। ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ସ୍କୁଲରେ ଏହି ଶିକ୍ଷା ସଂଯୋଗ ଯୋଜନା […]
ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ୨ୟ ପର୍ଯ୍ୟାୟ ଲକ୍ ଡାଉନ ଘୋଷଣା କରାଯାଇଛି। ସାରା ଦେଶରେ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ ଲାଗି ରହିବ। ଏଥିପାଇଁ ସରକାରୀ, ବେସରକାରୀ ସ୍ତରରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଛି। ବିଶେଷକରି କୋର୍ଟ କାମ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ତଳକୋର୍ଟ କାର୍ଯ୍ୟ ଅବଧି ପରିବର୍ତ୍ତନ କରାଯାଇଛି । ଆସନ୍ତା ୨୦ ତାରିଖରୁ ଦିନକୁ ଏକ ଘଣ୍ଟା ପାଇଁ କୋର୍ଟ ଖୋଲିବାକୁ […]
ନୂଆଦିଲ୍ଲୀ: ଦେଶରେ ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଜୁନରୁ ସେପ୍ଟେମ୍ବର ଯାଏ ମୌସୁମୀ ସକ୍ରିୟ ରହିବ ଓ ବର୍ଷା ସ୍ୱାଭାବିକ ହେବ। ହେଲେ ଓଡ଼ିଶାକୁ ସାତ ଦିନ ବିଳମ୍ୱରେ ଆସିବ ମୌସୁମୀ। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୧୩ରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିବାବେଳେ ଚଳିତ ବର୍ଷ ବର୍ଷାର ପରିମାଣ ୯୬%ରୁ ୧୦୪% ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ କହିଛି। ପ୍ରେସମିଟରେ […]
ଭୁବନେଶ୍ୱର:ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ଆକାଶରେ ଚନ୍ଦ୍ର କ୍ରମାନ୍ୱୟରେ ବୃହଷ୍ପତି, ଶନି ଓ ମଙ୍ଗଳ ଗ୍ରହର ଖୁବ ପାଖରେ ରହିବ। ଏହି ଦୃଶ୍ୟ ଆସନ୍ତାକାଲି ଅର୍ଥାତ୍ ୧୬, ୧୭ ଏବଂ ୨୫ ଓ ୨୭ ତାରିଖ ମଧ୍ୟ ଦୃଶ୍ୟ ହେବ। ଏହି ତିନିଟ ଗ୍ରହ ଏପ୍ରିଲ ମାସ ସାରା ପାଖାପାଖି ରହିବେ । ପ୍ରତ୍ୟେକ ଦିନ ଭୋର ସମୟରେ ଉତ୍ତର-ପୂର୍ବ ଦିଗବଳୟ ଉପରେ ଏକ ଘଣ୍ଟା ଧରି ଏହି ଦୃଶ୍ୟ ଦେଖାଯିବ। ସେହିପରି ଶୁକ୍ରଗ୍ରହ […]
ପୁରୀ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ପରିସ୍ଥିତିକୁ ଦେଖି ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୨ୟ ପର୍ଯ୍ୟାୟ ଲକଡାଉନର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି। ଏହି ଗାଇଡ ଲାଇନ ଅନୁଯାୟୀ, ଧାର୍ମିକ, ସାଂସ୍କୃତିକ କାର୍ଯ ଉପରେ କଟକଣା ଜାରି କରାଯାଇଛି। ଏପରି ପରିସ୍ଥିତିରେ କାଳିଆର ଚନ୍ଦନଯାତକୁ ନେଇ ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖା ଦେଇଛି। ଆସନ୍ତା ୨୬ ତାରିଖରେ ପଡ଼ୁଛି ଚନ୍ଦନ ଯାତ୍ରା […]
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ବିଶେଷକରି କରି ଭୁବନେଶ୍ୱରରେ କରୋନା ସ୍ଥିତି ସବୁଠାରୁ ଖରାପ। ରାଜ୍ୟରେ ମୋଟ ୬୦ ଆକ୍ରାନ୍ତଙ୍କୁ ଚିହ୍ନଟ କରା ଯାଇଥିବାବେଳେ କେବଳ ଭୁବନେଶ୍ୱରରେ ଅଛନ୍ତି ୪୬। ଏହାକୁ ଦଷ୍ଟିରେ ରଖି ଭୁବନେଶ୍ୱର ମହାନଗର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରକୁ ୩ ଜୋନ୍ରେ ବିଭକ୍ତ କରାଯାଇଛି। ଏହି ତିନି ଜୋନ୍ର ଦାୟିତ୍ୱ ୬ଜଣ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି। ବିଏମ୍ସି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଏହି […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଆଉ ୨ଟି ହସ୍ପିଟାଲରେ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଏହି ଦୁଇଟି ହସ୍ପିଟାଲ ହେଲା ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ଓ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସ। ଗତକାଲିଠାରୁ ଏହି ୨ ହସ୍ପିଟାଲରେ କୋଭିଡ୍-୧୯ ଟେଷ୍ଟ ଆରମ୍ଭ ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଥାଉ […]
ବ୍ରହ୍ମପୁର: କରୋନା ଭାଇରସର ମୁକାବିଲା ପାଇଁ ୨ୟ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରି ମେ’ ୩ ତାରିଖ ପର୍ଯ୍ୟନ୍ତ ଏହି ଲକ୍ଡାଉନ ଅବଧି ବୃଦ୍ଧି କରିଛନ୍ତି। ଏଥିସହିତ ଆଗାମୀ ଏକ ସପ୍ତାହ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ତେଣୁ ଘରୁ ବାହାରିବା ନିୟମ, ଲକ୍ ଡାଉନ କଟକଣାକୁ ଆହୁରି କଡ଼ାକଡି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଲକ୍ ଡାଉନ ନିୟମକୁ କଡାକଡି କରିଛନ୍ତି। ଏପରିକି […]
ଭୁବନେଶ୍ୱର:ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି, ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ଦିନ ହୋଇଥିବା ସମୀକ୍ଷା ବୈଠକର ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି, ସେନେଇ ପଚାରି ବୁଝିଥିଲେ । ସଂକ୍ରମଣ ନିୟନ୍ତ୍ରଣରେ […]
ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କର ଆଜି ପରଲୋକ ହୋଇଯାଇଛି। ସମ୍ବଲପୁର ହୀରାକୁଦ କଲୋନୀ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଚିକିତ୍ସା ଚାଲିଥିବାବେଳେ ଆଜି ସକାଳୁ ପରଲୋକ ହୋଇଯାଇଛି । ସନାତନ ୧୯୯୪ରୁ ୨୦୦୦ ମସିହା ଯାଏ ରାଜ୍ୟସଭା ସଦସ୍ୟ ଥିଲେ । ୨୦୦୦ ମସିହାରେ ବିଜେଡି ପକ୍ଷରୁ ସମ୍ବଲପୁର ରେଢ଼ାଖୋଲ ଆସନରୁ ବିଜୟୀ ହୋଇଥିଲେ। ଏହାପରେ ପୁଣି ୨୦୦୪ ନିର୍ବାଚନରେ ବିଧାନସଭାକୁ […]
ଭୁବନେଶ୍ୱର: ବରିଷ୍ଠ ଟ୍ରେଡ ୟୁନିୟନ ନେତା ସୌରିବନ୍ଧୁ କର ଆଉ ନାହାନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ତଳେ ହିଁ ସେ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ଟ୍ରେଡ ୟୁନିୟନ ସଂଗଠନ AITUCର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଗତ ୨୦୦୫ ମସିହାରୁ ଦାୟିତ୍ୱ ତୁଲାଇ ଆସୁଥିଲେ ।ସୌରୀବନ୍ଧୁ ରାଜ୍ୟରେ ଶ୍ରମିକଙ୍କ ଦାବି ନେଇ ଅନେକ ଆନ୍ଦୋଳନର ନେତୃତ୍ୱ […]