କୋଣାର୍କ: କୋଣାର୍କ ବାଲିସାହିରେ ଥିବା OTV ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। କୋଣାର୍କ ବାଲିସାହିରେ ଥିବା OTV ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଗୋଟିଏ ବାଇକ୍ରେ ୩ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ବୋମାମାଡ଼ ପରେ ବନ୍ଧୁକ ଦେଖାଇ ଘଟଣାସ୍ଥଳରୁ ୩ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓଟିଭି ପ୍ରତିନିଧିଙ୍କ ପରିବାର ଲୋକେ। କୌଣସି କ୍ଷୟକ୍ଷତି ହୋଇ ନଥିବା […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର ବୋଲି ଜଣାଯାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ରେ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଜଣେ ର ୪୦ ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି । ସେ ବାସୁଦେବପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଯାବତ ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଭୁବନେଶ୍ୱରର ମୋଟ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହେଲେଣି। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଯାବତ ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ […]
ଭୁବନେଶ୍ୱର: ବାଲେଶ୍ୱରରୁ ଆସିଥିବା କିଛି ଲୋକ ଭୁବନେଶ୍ୱର ଘାଟିକିଆରେ ଆସି ରହିଛନ୍ତି। ଏମାନଙ୍କୁ ନେଇ ଘାଟିକିଆ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଞ୍ଚିଛି। ବାଲେଶ୍ୱର ଭୋଗରାଇ ଅଞ୍ଚଳର କିଛି ଲୋକ ଘାଟିକିଆରେ ଥିବା ନେଇ ଖବର ମିଳିବା ପରେ ଏହାକୁ ନେଇ ଏବେ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥାନୀୟ ଗାଁ ଲୋକେ ଏମାନଙ୍କୁ ଘର ଖାଲି କରିବାକୁ ଦାବି କରିଛନ୍ତି। […]
ଭୁବନେଶ୍ୱର: ଆଜିଠୁ ଆସନ୍ତା ଦୁଇ ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଡ଼ ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।ସ୍ଥାନେ ସ୍ଥାନେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିସହିତ ୨୪ ତାରିଖରୁ କେତେକ ଅଞ୍ଚଳରେ କାଳ ବୈଶାଖି ହେବାର ମଧ୍ୟ ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିିକ ଲାଗି ପାଣିପାଗ ବିଭାଗ ସତର୍କ ସୂଚନା ଜାରି […]
ଫୁଲବାଣୀ:ପାରିବାରିକ କଳହର କରୁଣ ପରିଣତି। ବାପା ଉପରକୁ ଏସିଡ ଫିଙ୍ଗିଲା ପୁଅ। ଏମିତି ଘଟଣା ଗତକାଲି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କଇଁଝର ଗାଁରେ। ପାରିବାରିକ କଳହରୁ ପୁଅ ଅରକ୍ଷିତ ନାୟକଙ୍କୁ ତାଙ୍କ ବାପା ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳରେ ଡାହାଣ ଆଖି ସହ କାନ୍ଧ, ଛାତି ଏବଂ ପିଠିର କିଛି ଅଂଶ ପୋଡ଼ିଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀରେ ରହୁଥିବା ଅରକ୍ଷିତ ଗତକାଲି କଇଁଝର ଗାଁକୁ ରାସନ୍ ଆଣିବାକୁ […]
ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଆଦି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଠାରେ କଣ୍ଟେନମେଣ୍ଟ ଜୋନ ବଢାଇ ଦିଆଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ତେବେ କୋଭିଡ୍ ପରିଚାଳନା ବ୍ୟବସ୍ଥା କିପରି ଚାଲିଛି ଏହା ପରଖିବାକୁ ସଚିବମାନଙ୍କୁ ନିୟୋଜିତ କରିଛନ୍ତି ସରକାର। ଏହି ୩ ଜିଲ୍ଲାର ଦାୟିତ୍ୱ ରାଜ୍ୟର ୩ ଜଣ ବରିଷ୍ଠ ସଚିବଙ୍କୁ ଦିଆଯାଇଛି । ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ଅଧିକ ପଜିଟିଭ […]
ବ୍ରହ୍ମପୁର: କରୋନା କଟକଣାକୁ ସାରା ଦେଶ ଲକ୍ଡାଉନ। ଘରକୁ ଫେରବାର ବାଟ ନାହିଁ। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ବାଧ୍ୟ। ଏପରି କଟକଣା ଭିତରେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଶ୍ରମିକ, ଦିନମଜୁରିଆ ଏବଂ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଜୀବୀମାନେ। ତେଣୁ ଯିଏ ଯେମିତି ପାରିଲା ସେମିତି ଆସିଲେ। କିଏ ଚାଲି ଚାଲି ତ କିଏ ସାଇକେଲରେ। ଏମିତି କିଛି ବ୍ୟକ୍ତି ସୁଦୂର ଚେନ୍ନାଇରୁ ବ୍ରହ୍ମପୁର ଫେରିଛନ୍ତି ସାଇକେଲ୍ରେ। ଦୀର୍ଘ ୧୧୦୦ କିଲୋମିଟର ସାଇକେଲିଂ […]
ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ସୋର ନିକଟସ୍ଥ ତଳନଗର ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତି ପ୍ରାୟ ୯ଟାରେ ଏକ ଟ୍ରକ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୧ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗତ ସୋମବାର ଏକ ପ୍ଲାଷ୍ଟିକ ସାମଗ୍ରୀ ବୋଝେଇ ଟ୍ରକ ସୋର ନିକଟସ୍ଥ ତଳନଗରଠାରେ ଓଲଟି ପଡିଥିଲା। […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଅଧିକରୁ ଅଧିକ ନମୂନା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଗତକାଲି ରାଜ୍ୟରେ ସର୍ବାଧିକ ସାମ୍ପଲ ପରୀକ୍ଷା କରାଯାଇଛି । ଗତକାଲି ଗୋଟିଏ ଦିନରେ ୨,୨୦୯ଟି ସାମ୍ପଲ ପରୀକ୍ଷା ହୋଇଛି । ଏଥିସହିତ ଗତକାଲି ସୁଦ୍ଧା ରାଜ୍ୟରେ ସମୁଦୟ ୧୫,୯୮୪ ନମୁନା ପରୀକ୍ଷା ହୋଇଛି। ତେବେ ଗତ ୨୧ ତାରିଖ ସୁଦ୍ଧା ୧୩ ହଜାର ୭୭୫ ଟି ନମୁନା ପରୀକ୍ଷା […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ହ୍ୱାଟ୍ସ ଆପ୍ କୋଭିଡ୍ ହେଲପ୍ ଡେସ୍କ। ଯେଉଁଥିରେ ଲୋକଙ୍କୁ ରାଜ୍ୟରେ କରୋନା ସମ୍ପର୍କିତ ସମସ୍ତ ତଥ୍ୟ ମିଳି ପାରିବ। ଏହାସହ ଦେଶର ଅନ୍ୟ ରାଜ୍ୟ ସମ୍ପର୍କରେ ବି ତଥ୍ୟ ଉପଲବ୍ଧ ରହିଛି। ଲୋକେ statedashboard.odisha.gov.inକୁ ଯାଇ ସମସ୍ତ ତଥ୍ୟ ହାସଲ କରିପାରିବେ। ଯଦି, ଆପଣ ଏହି ତଥ୍ୟକୁ ହ୍ୱାଟ୍ସ ଆପରେ ପାଇବାକୁ ଚାହୁଁଛନ୍ତି ତେବେ ଏନେଇ ବ୍ୟବସ୍ଥା ବି ରହିଛି। ହ୍ୱାଟ୍ସ ଆପ୍ optionକୁ କ୍ଲିକ୍ କରିବା ପରେ […]
ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ସରପଞ୍ଚଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ କରୋନା ସମ୍ପର୍କରେ ଅବଗତ କରିବା ସହ ଏହାକୁ ରୋକିବା ନେଇ ରୋକିବା ନେଇ ପଦକ୍ଷେପ ନେବାକୁ ସରପଞ୍ଚ ଶପଥ ପାଠ କରିଛନ୍ତି। କିପରି ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟିନରେ ରଖାଯିବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ନେବା […]
ବାରିପଦା: କରୋନା ଆଜି ମଣିଷକୁ ଯେମିତି ନୂଆ ଶିକ୍ଷା ଦେଇଛି। ନୂଆ ରାସ୍ତା ଦେଖାଇଛି। କର୍ତ୍ତବ୍ୟ କ’ଣ ଶିଖାଇଛି। ନିଜର ସୁଖ,ସ୍ୱାଚ୍ଛନ୍ଦ୍ୟ ଠାରୁ ଅନ୍ୟର ଅସୁବିଧା ବଡ଼। ପୂର୍ବରୁ ଦେଖିଥିଲୁ ଜଣେ ମହିଳା ଆଇଏଏସ ଅଫିସର ନିଜର ମାସକର ଶିଶୁସନ୍ତାନକୁ ଧରି ଅଫିସ ଆସିଥିଲେ। ସେହିପରି ମାଲକାନାଗିରି ଉପାନ୍ତ ଅଞ୍ଚଳର ଜଣେ ଅଙ୍ଗନୱାଡି କର୍ମୀ ଲକ୍ଷ୍ମୀବାଇ ନିଜର ୪ମାସର ଛୋଟ ଶିଶୁକୁ ନେଇ ନିଜର ଦାୟିତ୍ୱ ସମ୍ପାଦନ କରୁଥିଲେ। ଏପରିକି ଦୁଇଜଣ ମହିଳା ପୋଲିସ କରୋନା ମୁକାବିଲାରେ […]
ଭୁବନେଶ୍ୱର: ୫ ଦିନ ମଧ୍ୟରେ ପିଲାଙ୍କ ପାଖରେ ପହଞ୍ଚିବ ପାଠ୍ୟପୁସ୍ତକ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ। ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଖରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ। ଅଭିଭାବକଙ୍କୁ ସ୍କୁଲକୁ ଡାକି ହେଉ କିମ୍ବା ଘରକୁ ଘର ଯାଇ ହେଉ, ସମସ୍ତଙ୍କୁ ବହି ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ବହି ବାଣ୍ଟିବା ବେଳେ ସାମାଜିକ ଦୂରତା ଅବଲମ୍ବନ […]
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଜି କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯିବ। ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିବେ। ଏଠି କହିରଖିବୁ, ପୂର୍ବରୁ କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଟିକରପଡ଼ାରେ ଅଜଣା ଜ୍ୱରକୁ ନେଇ ଆତଙ୍। ଗତ ୨ ମାସ ଭିତରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମଗ୍ର ମୁନିଗୁଡ଼ା ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସେତିକି ନୁହେଁ, ଟିକରପଡ଼ାରେ ଏବେ ବି ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ହାତ ଗୋଡ଼ ବିନ୍ଧା ହେଉଛି। ପେଟ ବ୍ୟଥା ମଧ୍ୟ ହେଉଛି। ତା ପରେ ଭୀଷଣ ଜ୍ୱର […]
ଭୁବନେଶ୍ୱର: ଏପ୍ରିଲ ୨୦ରୁ ଲକଡାଉନ୍ କୋହଳ ହୋଇଥିବାରୁ ମାଲ ପରିବହନ, ଶ୍ରମିକ ନିୟୋଜନ ଓ ଗାଡ଼ି ମରାମତି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଗଲା ଏସଓପି । ଏ ନେଇ ସବୁ ଜିଲ୍ଲାପାଳ, CP ଓ ମ୍ୟୁନିସିପାଲ କମିଶନରଙ୍କୁ SRCଙ୍କ ପକ୍ଷରୁ ଚିଠି କରାଯାଇଛି । ଏହା ଅନୁସାରେ ଶ୍ରମିକଙ୍କ ପାଇଁ କମ୍ପାନୀ ଦେଇଥିବା ଆଇ କାର୍ଡ ଗ୍ରହଣଯୋଗ୍ୟ ଡକ୍ୟୁମେଣ୍ଟ । ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ କର୍ମଚାରୀଙ୍କୁ ଅନୁମତି ପତ୍ର ଦେଇପାରିବେ । […]
ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର, ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଛି । ଗତ ଦୁଇ ଦିନ ଭିତରେ ୧୮ଟି ପଜିଟିଭ୍ ବାହାରିଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ପରିସ୍ଥିତିର ଅନୁଧ୍ୟାନ ପାଇଁ ୩ଟି ଷ୍ଟେଟ ରାପିଡ ରେସପନ୍ସ ଟିମ ଗଠନ ହୋଇଛି । ଏହି ତିନିଟି ଟିମ୍ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଗସ୍ତରେ ଯିବେ । ଏସସିବି ମେଡିକାଲ କଲେଜର ଟେକନିକାଲ ଟିମ୍ ଯାଜପୁର ଜିଲ୍ଲାରେ ସହାୟତା କରିବ। […]
ଭୁବନେଶ୍ୱର: ରାଜ୍ୟ ତଥା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ନିୟମ କଡାକଡି କଲେ ପୋଲିସ କମିଶନର। ରାଜ୍ୟ ତଥା କେନ୍ଦ୍ର କର୍ମଚାରୀ ଅଫିସକୁ ଆସିବାବେଳେ ଆଇକାର୍ଡ ବାଧ୍ୟତାମୂଳକ। ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଆଜିଠାରୁ ରାଜ୍ୟ ସରକାର ଅଫିସ୍ ସକାଳୁଆ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅଫିସ ଆସିବା ବେଳେ କର୍ମଚାରୀମାନେ ଆଇକାର୍ଡ ସାଙ୍ଗରେ ଆଣିବା ବାଧ୍ୟତାମୂଳକ ବୋଲି କହିଛନ୍ତି ପୋଲିସ କମିଶନର । ଅଫିସ ଆସିବା ସମୟରେ […]
ଭୁବନେଶ୍ୱର:ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ପାଇଁ କୋହଳ ହେଲା ନିୟମ। କଣ୍ଟେନମେଣ୍ଟ୍ ଜୋନ ସତ୍ତ୍ୱେ ରାଜଧାନୀରେ ନିର୍ମାଣ ଚାଲୁ ରଖିବା ପାଇଁ ନିୟମ କୋହଳ କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ଲକଡାଉନ୍ ପିିରିୟଡ ମେ’ ୩ ତାରିଖ ଯାଏଁ ବଳବତ୍ତର ଥିଲେ ବି ନିର୍ମାଣ କାମ ପାଇଁ କିଛି ନିୟମକୁ କୋହଳ କରାଯାଇଥିବା ନେଇ ବିିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହା ଅନୁସାରେ ଆଜିଠୁ ରାଜଧାନୀରେ ନିର୍ମାଣ ପାଇଁ କନଷ୍ଟ୍ରକ୍ସନ ସାଇଟରେ ଥିବା ଶ୍ରମିକଙ୍କୁ […]
ଯାଜପୁର: ଲକ୍ ଡାଉନ କଟକଣା ଭାଙ୍ଗି ବଡ଼ଚଣା IIC ଦୀପକ ଜେନା ଶ୍ରୀମନ୍ଦିରରେ ପ୍ରବେଶ କରିବା ପ୍ରସଙ୍ଗ ଏବେ ନୂଆ ମୋଡ ନେଇଛି। ନିଲମ୍ବିତ ଆଇଆଇସି କିପରି ଶ୍ରୀମନ୍ଦିର ଯାଇଥିଲେ ସେ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ନିଲମ୍ବିତ ଆଇଆଇସି ଯେଉଁ ଗାଡ଼ିରେ ପୁରୀ ଯାଇଥିଲେ ତାହା ଥିଲା ଏକ ଚୋରି ଗାଡ଼ି । IIC ପୁରୀ ଯିବା ପାଇଁ ବ୍ୟବହାର କରିଥିବା ସ୍କର୍ପିଓଟି ଗତ ମାସ ୨୦ ତାରିଖରେ ଚୋରି ହୋଇଥିବା ଅଭିଯୋଗ କରଯାଇଥିଲା। ଗାଡ଼ିର […]
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍ ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ଘର ରମ୍ଭା ଥାନା ଡିଆଁଡି ଗାଁରେ ବୋଲି ଜଣାପଡ଼ିଛି । ବ୍ରହ୍ମପୁର ନିକଟ ଭାବନ୍ଧସ୍ଥିତ କ୍ରସରରେ କାମ କରିବାକୁ ଏହି ଶ୍ରମିକମାନେ ଆଜି ଭୋରରୁ […]
ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଓ ତାଙ୍କ ପରିବାର ଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏ ନେଇ ଖବର ପ୍ରକାଶ ପାଇବା ପରେ ଘଟଣାର ତୀବ୍ର ସମାଲୋଚନା କରାଯାଇଥିଲା। ଏହି ଘଟଣା ପରେ ଆଜି ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ସସପେଣ୍ଡ କରାଯାଇଛି। ଲକ୍ଡାଉନ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ଘଟଣାକୁ ଡିଜିପି ଅଭୟ […]
ଭୁବନେଶ୍ୱର: କରୋନା ପାଇଁ ଲକ୍ ଡାଉନ୍ ଜାରି ରହିଥିବାରୁ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଫଳରେ ଦୂରଦର୍ଶନ ଜରିଆରେ ଦଶମ ଶ୍ରଣୀ ପିଲାଙ୍କୁ ପାଠ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦ ତାରିଖରୁ ଏଡୁସାଟ୍ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଛି । ଏପ୍ରିଲ ୨୦ରୁ ମେ ୧୨ ତାରିଖ ମଧ୍ୟରେ ୩୪ଟି ଭିଡିଓର ପୁନଃ ପ୍ରସାରଣ ହେବ । ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନକୁ ୨ […]