ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋଡଗୁଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଛୁଆଙ୍କୁ ବିଷ ପିଆଇ ଜଣେ ମହିଳା ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇ ଛୁଆଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାଁ ସୀତା। ଗତକାଲି ରାତିରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଦୁଇମାସ ତଳେ ସୀତାଙ୍କ ସ୍ୱାମୀ କୌଣସି ଏକ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ। ଶାଶୁ ଶ୍ୱଶୁରଙ୍କଠାରୁ ସେ ଅଲଗା […]
ଭୁବନେଶ୍ୱର: ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଧୀରେ ଧୀରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ଆଉ ଥରେ ସକ୍ରିୟ ହେବ। ଫଳରେ ୧୫ରୁ ଅଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଭଦ୍ରକ, ଯାଜପୁର, ଢେଙ୍କାନାଳ, […]
ଖୋର୍ଦ୍ଧା: ଖଣି ଓ ଡ୍ରଗ୍ ମାଫିଆଙ୍କ ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଅଧିକାରୀଙ୍କ ଗୁଳି ବିନିମୟ।ଗତକାଲି ଖୋର୍ଦ୍ଧା ଏଲ୍ଆଇସି ପଡ଼ିଆ ନିକଟରେ ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣେ ଦୁର୍ବୃତ୍ତ ଗିରଫ ହୋଇଥିବା ବେଳେ ଘଟଣାସ୍ଥଳରୁ ୩ରୁ ୪ ଜଣ ଖସି ପଳାଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ସେମାନଙ୍କ କାରକୁ ଏକ ବିଲ ମଝିରେ ଛାଡ଼ି ପଳାଇଛନ୍ତି। କାର୍ରେ ରକ୍ତଛିଟା ଓ ଏକାଧିକ ଗୁଳିମାଡ଼ର ଚିହ୍ନ ଦେଖିବାକୁ ମିଳିଛି। ଫଳରେ ଖସି ପଳାଇଥିବା […]
ଭୁବନେଶ୍ୱର: ବିଜେପି ବିଧାୟକ ଦଳର ଉପନେତା ଓ ମୁଖ୍ୟ ସଚେତକ ଘୋଷଣା କରାଯାଇଛି। ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ଦଳର ଉପନେତା ଦାୟିତ୍ୱ ଦିଆଯାଇଛି। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟ ସଚେତକ ଦାୟିତ୍ୱ ମଳିଛି। ଏଥର ବିଧାନସଭାକୁ ବିଜେପିର ୨୩ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଦଳ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭୂମିକା ନିର୍ବାହ କରୁଛି।
ଭୁବନେଶ୍ୱର: ଜୁଲାଇ ମାସ ସୁଦ୍ଧା ୫ ରୁ୧୦ଟି ଖଣି ନିଲାମ ହେବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ୨୦୨୦ ସୁଦ୍ଧା ୨୪ଟି ଖଣି ବନ୍ଦ ହେବାର ଅଛି ବୋଲି ମଧ୍ୟ ସେ କହିଛନ୍ତି। ଏବେ ୩୬ଟି ଖଣି ନିଲାମ ପାଇଁ ପ୍ରସ୍ତୁତ ହୋଇ ରହିଛି। ସେଥିମଧ୍ୟରୁ ଜୁଲାଇ ସୁଦ୍ଧା ୫/୧୦ଟିକୁ ନିଲାମ କରାଯିବ ବୋଲି ଖଣି ମନ୍ତ୍ରୀ କହିଛନ୍ତି। କୋଇଲା ରୟାଲିଟି ବୃଦ୍ଧି ପାଇଁ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ବୃଦ୍ଧି କରୁନି। ତେଣୁ ଓଡ଼ିଶା ବିପୁଳ […]
ଭୁବନେଶ୍ୱର: ଖୁବ୍ଶୀଘ୍ର ଓଡ଼ିଶା ଫେରିବେ ଜଗା-କାଳିଆ। ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସମ୍ପୂର୍ଣ୍ଣ ଭଲ ଅଛି। ସେମାନେ ଖୁବଶୀଘ୍ର ସେମାନେ ଓଡ଼ିଶା ଫେରିବେ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ କହିଛନ୍ତି। ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏନେଇ ସେ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀ ଏମ୍ସରେ ଶାଳିନୀ ପଣ୍ଡିତ ପହଞ୍ଚି ଜଗା କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଯୋଡ଼ା ମୁଣ୍ଡ ଅବସ୍ଥାରେ ଥିବା କନ୍ଧମାଳ ଅଞ୍ଚଳର […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ଅନ୍ତର୍ଗତ ରାଉତମୁଣ୍ଡା ଗାଁରେ ବାଣ ବିସ୍ଫୋରଣରେ ଭାଇଭଉଣୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ମୁନିରାମ ଛତ୍ରିଆଙ୍କ ଝିଅ କବିତା (୫) ଓ ପୁଅ ଗଣେଶ (୩)। ଉଭୟଙ୍କୁ ତୁରେଇକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଧିକ ଚିକିତ୍ସା ପାଇଁ ବଲାଙ୍ଗିରକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଗତକାଲି ଏକ ବାହାଘର ଥିଲା। ଝିଅ ଘରକୁ ଶୋଭାଯାତ୍ରାରେ ଆସିବା ବେଳେ ବରଯାତ୍ରୀ ଦଳ ବାଣ ଫୁଟାଇ ଥିଲେ। ରାସ୍ତାରେ ପଡ଼ିଥିବା ଅଫୁଟା ବାଣରେ […]
କେନ୍ଦ୍ରାପଡ଼ା: ଖୁବ୍ ଶୀଘ୍ର ବହୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଟ୍ରେନ୍ ଚାଲିବା ନେଇ ଆଶା ଉଜ୍ଜ୍ୱଳ ହୋଇଛି। ଆଜି ଯାଜପୁରର ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଏକ ଟ୍ରେନ୍ ଇଞ୍ଜିନ୍ ଗଡ଼ିଛି। ପରୀକ୍ଷାମୂଳକ ଭାବେ ଏହି ଇଞ୍ଜିନ୍ ଗଡ଼ିଥିବା ଜଣାପଡ଼ିଛି। ସକାଳ ୯ଟାରେ ହରିଦାସପୁର ଷ୍ଟେସନରୁ ଏକ ରେଳ ଇଞ୍ଜିନ୍ କେନ୍ଦ୍ରାପଡ଼ା ଜିଲ୍ଲା ବାଜପୁର ପର୍ଯ୍ୟନ୍ତ ବାହାରିଥିଲା। ବିଶେଷ କରି ନୂତନ ରେଳ ଲାଇନ ଓ ବିଦ୍ୟୁତ୍ ସରବରାହ ଯାଞ୍ଚ କରିବା ପାଇଁ ପରୀକ୍ଷାମୂଳକ ଭାବେ ଏହି […]
ଭୁବନେଶ୍ୱର: ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଧୀରେ ଧୀରେ ଏହା ଅବପାତର ରୂପନେଇ ପଶ୍ଚିମ ଦିଗ ଆଡ଼କୁ ଗତି କରିବ। ସେହିପରି ବାୟୁମଣ୍ଡଳର ଉପରି ଭାଗରେ ମଧ୍ୟ ଏକ ମନ୍ସୁନ୍ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆଜିଠାରୁ ବର୍ଷାର ପରିମାଣ ବଢ଼ିବ। ଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସହ ଛତିଶଗଡ଼ରେ ମଧ୍ୟ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଏକ ଅମାନୁଷିକ କାଣ୍ଡ ଘଟିଛି। ଘର ଭିତରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମହିଳା ଜଣକ ଘରେ ଶୋଇଥିବା ବେଳେ ୩ଜଣ ଯୁବକ ଆସି ପ୍ରଥମେ ଘରର କବାଟ ବାଡ଼େଇଥିଲେ। ହେଲେ କେହି କବାଟ ନ ଖୋଲିବାରୁ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ମହିଳାଙ୍କୁ ଘୋଷାରି ଘୋଷାରି ବାହାରକୁ ନେଇ ଆସିବା ସହ ଦୁର୍ବୃତ୍ତମାନେ ତାଙ୍କ […]
ସମ୍ବଲପୁର: ସମ୍ବଲପୁର ହାତୀବାରୀ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ଜଣ ଆହତ ହୋଇଛନ୍ତି। ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରେଢାଖୋଲରୁ ରୋଗୀଙ୍କୁ ନେଇ ସମ୍ବଲପୁର ଆସୁଥିବାବେଳେ ହାତୀବାରୀ ଛକ ନିକଟରେ ଆମ୍ବୁଲାନ୍ସ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫୁଳରେ ଆମ୍ୱୁଲାନ୍ସ ଚାଳକ, ଆଟେଣ୍ଡାଣ୍ଡ, ରୋଗୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]
ଭୁବନେଶ୍ୱର: ବିଧାନସଭାରେ ଗତକାଲି ୨୦୧୯-୨୦ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇଥିଲା। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍ ଉପସ୍ଥାପନ କରିଥିଲେ। ବଜେଟ୍ରେ ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ବଜେଟ୍କୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଚଳିତ ବଜେଟ୍ରେ ବିଶେଷ କିଛି ନୂଆ ଦିଗ ନାହିଁ ବୋଲି ଅନେକ ଅର୍ଥନୀତି ବିଶାରଦ କହିଛନ୍ତି। ବଜେଟ୍ରେ ନିର୍ବାଚନ ପ୍ରତିଶ୍ରୁତି ପାଳନ ଲାଗି ବ୍ୟୟବରାଦ କରାଯାଇଛି। ହେଲେ ରାଜ୍ୟର ବିକାଶ ଏବଂ ନିଯୁକ୍ତି ସୁଯୋଗ […]
ଫୁଲବାଣୀ: ଫୁଲବାଣୀ ପୌରପାଳିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଫୁଲବାଣୀ ଓ ବ୍ରହ୍ମପୁରର ଭିଜିଲାନ୍ସ ଟିମ୍ ମିଳିତ ଭାବରେ ୫ଟି ସ୍ଥାନରେ ଚଢ଼ାଉ କରିଛନ୍ତି। ରାଧାମୋହନଙ୍କ ସରକାରୀ ବାସଭବନ ସହ ଫୁଲବାଣୀ ପୌରପାଳିକା କାର୍ଯ୍ୟାଳୟରେ କାର୍ଯ୍ୟରତ ତାଙ୍କ ବିଶ୍ୱସ୍ତ କର୍ମଚାରୀଙ୍କ ଘର, ବ୍ରହ୍ମପୁରରେ ଥିବା ତାଙ୍କ ନିଜସ୍ୱ ବାସଭବନ ଓ ସୁରୁଗୁରି ସ୍ଥିତ ତାଙ୍କ ଶ୍ୱଶୁର ଘରେ […]
ଅନୁଗୁଳ: ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡି ଏଏସ୍ଆଇ ଗଜେନ୍ଦ୍ର ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସୂଚନାଯୋଗ୍ୟ, କନ୍ତପଡ଼ା ଗାଁର ଜଗନ୍ନାଥ ବେହେରା ଓ ତାଙ୍କ ପୁଅଙ୍କ ନାମରେ ଏକ ମାଡ଼ପିଟ୍ ମାମଲା ରହିଥିଲା। ଏହାର ରଫାଦଫା କରିବା ସହ ମାମଲାରୁ ଜଗନ୍ନାଥଙ୍କ ପୁଅଙ୍କ ନାମକୁ ହଟାଇବା ପାଇଁ ଗଜେନ୍ଦ୍ର ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଜଗନ୍ନାଥ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଗଜେନ୍ଦ୍ର ଫାଣ୍ଡିରେ ଟଙ୍କା ନେବାବେଳେ ଭିଜିଲାନ୍ସର ସ୍ୱତନ୍ତ୍ର […]
କଟକ: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଏବେ କଟକ ବଡ଼ ମେଡିକାଲ୍ରେ ମହିଳା କର୍ମଚାରୀଙ୍କ ଟିକ୍ଟକ୍ ଭିଡିଓ ଭାଇରାଲ ହୋଇଛି। ହସ୍ପିଟାଲ୍ ଭିତରେ ଓଡ଼ିଆ, ହିନ୍ଦୀ ଗୀତରେ କର୍ମଚାରୀ ଠୁମ୍କା ଲଗାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ରୋଗୀଙ୍କ ଉପସ୍ଥିତିରେ ବି ଭିଡିଓ ଶୁଟିଂ ହୋଇଛି। କେତେବେଳେ ରୋଗୀଙ୍କ ବେଡ୍ ନିକଟରେ ହସ୍ପିଟାଲର ଏହି କର୍ମଚାରୀ ଖାମଖିଆଲ ଭାବେ ନାଚୁଛନ୍ତି ତ ଆଉ କେତେବେଳେ ଗୀତ ଗାଉଛନ୍ତି। ଅନ୍ୟପକ୍ଷରେ ଭାଇରାଲ ହୋଇଥିବା ଏହି ଭିଡିଓରେ ନଜର ଆସୁଥିବା […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ବିଜୁଳି ଯନ୍ତ୍ରଣା ନେଇ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ପ୍ରଶ୍ନକାଳରେ ପ୍ରଥମେ ଏହି ପ୍ରସଙ୍ଗକୁ ଗୃହରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଉଠାଇଥିଲେ। ପରେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ ଏହା ଉପରେ ଅତିରିକ୍ତ ପ୍ରଶ୍ନ କରି ବିଦ୍ୟୁତ୍ ବିଭାଗର କାର୍ଯ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବାତ୍ୟା ପରେ ନୂତନ ଭାବେ ପୋତା ଯାଇଥିବା ଇଲେକ୍ଟ୍ରିକ୍ ପୋଲ୍ରେ କଂକ୍ରିଟ୍ […]
ଭୁବନେଶ୍ୱର: ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ଆଜି ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଗତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ଆଉ ୧ ପ୍ରତିଶତ ବଢ଼ିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ଦର୍ଶାଉଛି […]
ଭୁବନେଶ୍ୱର: ଚଳିତ ବର୍ଷ ମେଡିକାଲ୍ ପାଠ୍ୟକ୍ରମ ଲାଗି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ମୋଟ୍ ୭ଟି ମେଡିକାଲ୍ କଲେଜର ୧୨୫୦ଟି ସିଟ୍ ଓ ଦୁଇଟି ବିଡିଏସ୍ କଲେଜ୍ର ୧୫୦ ସିଟ୍ ଲାଗି ଚଳିତ ବର୍ଷ ନାମଲେଖା ହେବ। ଚଳିତ ବର୍ଷ ଏମ୍ବିବିଏସ୍ରେ ୨୫୦ ସିଟ୍ ବଢ଼ିଛି। ଆର୍ଥିକ ଅନଗ୍ରସର କୋଟା ଲାଗୁ ପରେ ଜୁନ୍ ୨୦ରୁ ଆରମ୍ଭ ହୋଇଥିବା ମେଡିକାଲ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟାକୁ ଦୁଇଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଜୁଲାଇ ୧ ରେ ଷ୍ଟେଟ୍ ମେରିଟ୍ […]
ଭୁବନେଶ୍ୱର: ଗତ କିଛିଦିନ ଧରି ରାଜ୍ୟରେ ଅସହ୍ୟ ଗରମ ପରେ ପୁଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ବାୟୁମଣ୍ଡଳର ଉପରି ଭାଗରେ ଏକ ମନ୍ସୁନ୍ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲିଠୁ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ‘ଦିଲ୍ଖୁସ୍’ ନାମକ ଯାତ୍ରୀବାହୀ ବସ୍ଟି ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ବନ୍ଦା ଓଭରବ୍ରିଜ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ପୁଲିସ୍ ଓ ଦମକଳ ବାହିନୀ ଘଟଣା […]
ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିବେ। କ’ଣ ହେବ ପୂର୍ଣ୍ଣାଙ୍ଗ ବଜେଟ୍ର ରୂପରେଖ,କେଉଁ କ୍ଷେତ୍ର ଉପରେ ରହିବ ଫୋକସ୍, କାହାକୁ ପ୍ରାଥମିକତା ଦେବେ ଅର୍ଥମନ୍ତ୍ରୀ ତା’ ଉପରେ ସମସ୍ତଙ୍କ ନଜର। ବାତ୍ୟା ‘ଫୋନି’ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର କାମ ଫୋକସ୍ରେ ରହିବା ନେଇ ଆଶା କରାଯାଉଛି। କାରଣ ବାତ୍ୟାରେ ହଜାର ହଜାର କଚ୍ଚା ଘର ମାଟିରେ ମିଶିଥିବା ବେଳେ ସ୍କୁଲ […]
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥର ଆଗରିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରେଲର ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଆହତଙ୍କୁ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବାରିପଦା ଆସୁଥିବା ‘କଳ୍ପନା’ ବସ୍ ଆଗରିଆ ନିକଟରେ ଏକ […]
ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ହାଲ୍କା ବର୍ଷା ହେବ। ଏପରିକି ଧୂଳିଝଡ଼ ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏନେଇ ୧୨ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଝାରସୁଗୁଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବାଲେଶ୍ୱର ପାଇଁ ସତର୍କ ସୂଚନା ଜାରି ହୋଇଛି। ଅପରାହ୍ନ ୫ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଚଳିତବର୍ଷ ମୌସୁମୀ […]
ଭୁବନେଶ୍ୱର: ରାଜ୍ୟରେ ଗରିବ ଚିହ୍ନଟ ନେଇ ବିଧାନସଭାର ପ୍ରଶ୍ନକାଳରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଛନ୍ତି। ୨୦୦୪-୦୫ରେ ୫୭.୨୦% ଅର୍ଥାତ୍ ୨ କୋଟି ୨୧ ଲକ୍ଷ ୬୦ ହଜାର ଗରିବ ଥିଲେ। ୨୦୧୧-୧୨ରେ ୩୨.୫୯% ଅର୍ଥାତ ୧ କୋଟି ୩୮ ଲକ୍ଷ ୫୩ ହଜାର ଗରିବ ଚିହ୍ନଟ ହୋଇଥିଲେ। ସେହିପରି ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ୪୦୭ ଟଙ୍କା ଥିଲା। ୨୦୦୪-୦୫ରେ ସହରାଞ୍ଚଳରେ ମୁଣ୍ଡପିଛା ଆୟ ୪୯୭ ଟଙ୍କା ଥିଲା। ୨୦୧୧-୧୨ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ୬୯୫ ଟଙ୍କା […]
ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଅମିନ, ଆର୍ଆଇ ପଦବୀକୁ ନେଇ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ପ୍ରତି ପଞ୍ଚାୟତରେ ରାଜ୍ୟ ସରକାର ଆର୍ଆଇ ସର୍କଲ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନ ହେବାର କାରଣ କ’ଣ ବୋଲି ଆଜି ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଠାରୁ ଶାସକ ଦଳ ସଦସ୍ୟ ପ୍ରଫୁଲ୍ଲ ସାମଲ ଉତ୍ତର ଚାହିଁଥିଲେ। ସେହିପରି ଏହା ଉପରେ ଅତିରିକ୍ତ ପ୍ରଶ୍ନ କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର […]