• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

CMC Commissioner
ବର୍ଷା ପୂର୍ବରୁ ସହରର ସ୍ଥିତି ପରଖିଲେ ସିଏମ୍‌ସି କମିଶନର

କଟକ: ସିଏମ୍‌ସି କମିଶନର ଅନନ୍ୟା ଦାସ ଆଜି କଟକର ବିଭିନ୍ନ ସ୍ଥାନ ବୁଲି  ସ୍ଥିତି ପରଖିଛନ୍ତି। ସହରର ବିଭିନ୍ନ ସ୍ଥାନ ବୁଲିବା ସହ ରାସ୍ତାଘାଟ ମରାମତି, ଜାଇକା କାମ, ଡ୍ରେନ୍‌, ପରିମଳ ବ୍ୟବସ୍ଥାର ତଦାରଖ କରିଥିଲେ କମିଶନର। ସହରର ମୌଳିକ ସମସ୍ୟା ଗୁଡ଼ିକର କିଭଳି ସମାଧାନ କରାଯାଇପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା  କରିଥିଲେ।  ସିଏମ୍‌ସି କମିଶନରଙ୍କ ଏହି କାର୍ଯ୍ୟକ୍ରମକୁ ‘ଗୋ’ ପଦ ଯାତ୍ରା ’କାର୍ଯ୍ୟକ୍ରମ ନାଁରେ ନାମିତ କରାଯାଇଛି। ବର୍ଷା ଦିନ ଆରମ୍ଭ ହୋଇଗଲାଣି। […]

  • Monday, 12 July 2021
student
ପରୀକ୍ଷା ଦେଇଥିଲେ ବି ଅନୁପସ୍ଥିତ କହି ଫେଲ୍ କରିଦେଲେ ବୋର୍ଡ କର୍ତ୍ତୃପକ୍ଷ

ରାୟଗଡ଼ା: ଯୁକ୍ତ ଦୁଇ କାଉନସିଲ୍‌ର ଖାମଖିଆଲି ନୀତି ଯୋଗୁ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀ ମାନସିକ ସ୍ତରରେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ପରୀକ୍ଷା ଦେଇଥିବା ସତ୍ତ୍ୱେ ସେ ଅନୁପସ୍ଥିତ ଥିବା ଦର୍ଶାଇ ତାଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଫେଲ୍ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ରାୟଗଡ଼ା ମହାବିଦ୍ୟାଳୟର ଛାତ୍ରୀ ପିନିଣ୍ଟି ଲଳିତା ଚଳିତ ବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ରେଜଲ୍ଟ ବାହାରିବା ପରେ ଜଣାପଡ଼ିଥିଲା ଯେ […]

  • Monday, 12 July 2021
money seized
ବାଦାମବାଡ଼ି ଥାନା ନିକଟରୁ ୮୧ ଲକ୍ଷ ଟଙ୍କା ଜବତ

କଟକ (ଦେବାଶିଷ ମହାନ୍ତି): କଟକ ବାଦାମବାଡ଼ି ଥାନା ନିକଟରୁ କମିଶନରେଟ୍‌ ପୁଲିସ୍‌ ୮୧ ଲକ୍ଷ ଟଙ୍କା ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖିଛି। ଏହି ଦୁଇ ଯୁବକ ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାର ସୁନା ବ୍ୟବସାୟୀ ବୋଲି ପରିଚୟ ଦେଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଏହି ଦୁଇ ଯୁବକ ବ୍ୟାଗ୍‌ରେ ଟଙ୍କା ନେଇ ଯାଉଥିବା ବେଳେ ସେମାନଙ୍କ ଉପରେ ପୁଲିସ୍‌ର ସନ୍ଦେହ ହେବାରୁ ପୁଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ଏହାପରେ ସେମାନଙ୍କ […]

  • Monday, 12 July 2021
paradip
ପାରାଦୀପରେ ଡବଲ୍‌ ମର୍ଡର! ୨ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ

ପାରାଦୀପ: ପାରାଦୀପ ନେହରୁ ବଙ୍ଗଳା ଅଞ୍ଚଳରୁ ୨ଜଣ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ କରାଯାଇଛି। ମେରାଇନ୍ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଉଭୟଙ୍କ ମୃତଦେହ ପଡ଼ିଥିବା ଆଜି ଦେଖିବାକୁ ମିଳିଛି। ଉଭୟଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଯୁବକଙ୍କ ପରିଚୟ ମିଳି ପାରିନାହିଁ। ମୃତ ଯୁବକ ଦ୍ୱୟ ମାନସିକ ଭିନ୍ନକ୍ଷମ ବୋଲି କୁହାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁଇ ଜଣ ଦୀର୍ଘଦିନ ହେବ ନେହରୁ ବଙ୍ଗଳା ଅଞ୍ଚଳରେ ମାନସିକ […]

  • Monday, 12 July 2021
investigate
ଯାଞ୍ଚ ହେବ କନିଷ୍ଠ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର

ଭୁବନେଶ୍ୱର: ଏଥର କଡ଼ାକଡ଼ି ଭାବେ ଯାଞ୍ଚ ହେବ କନିଷ୍ଠ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗାଇଡ୍‌ଲାଇନ୍ସ୍‌ ଜାରି କରାଯାଇଛି। କିଛି ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗ ପରେ ଏହି ଗାଇଡ୍‌ଲାଇନ୍ସ୍‌ ଜାରି ହୋଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଡିପିସି ଓ ବିଇଓ ସମସ୍ତ କନିଷ୍ଠ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିବେ। ଅକ୍ଟୋବର ୧୫ରେ ଯାଞ୍ଚ ସାରି ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବେ। ଯଦି କୌଣସି ଶିକ୍ଷକ ଜାଲ୍ […]

  • Monday, 12 July 2021
lantern
ଲଣ୍ଠନ ଫାଟି ଜେଜେ, ନାତି ଗୁରୁତର

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଦୀଘି ଗାଁରେ ଲଣ୍ଠନ ଫାଟି ଯିବାରୁ ଜଣେ ବ୍ୟକ୍ତି ଓ ତାଙ୍କ ନାତି ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ଫକୀର ମହାରଣା (୬୫) ଓ ଶ୍ରୀନିବାସ ମହାରଣା (୮)। ଗତକାଲି ସନ୍ଧ୍ୟାରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ଫକୀରଙ୍କ ଘରେ ଲଣ୍ଠନ ଜଳା ଯାଇଥିଲା। ଲଣ୍ଠନ ଜଳୁଥିବା ଅବସ୍ଥାରେ ଫକୀର ଓ ଶ୍ରୀନିବାସ ସେଥିରେ କିରୋସିନି ଭର୍ତ୍ତି କରୁଥିବା ବେଳେ ତାହା ଫାଟି ଯାଇଥିଲା।  ଲଣ୍ଠନ […]

  • Monday, 12 July 2021
cloudy
ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର ୮ଟି ଜିଲ୍ଲାରେ ଆଜି ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁର। ଦିନ ୧୧ ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାବାସୀଙ୍କୁ  ସତର୍କ ରହିବାକୁ କୁହାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜିଠୁ ୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା […]

  • Monday, 12 July 2021
suicide
ଦୁଇ ଛୁଆଙ୍କୁ ବିଷ ପିଆଇ ନିଜେ ପିଇ ଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋଡଗୁଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଛୁଆଙ୍କୁ ବିଷ ପିଆଇ ଜଣେ ମହିଳା ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇ ଛୁଆଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାଁ ସୀତା। ଗତକାଲି ରାତିରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଦୁଇମାସ ତଳେ ସୀତାଙ୍କ ସ୍ୱାମୀ କୌଣସି ଏକ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ। ଶାଶୁ ଶ୍ୱଶୁରଙ୍କଠାରୁ ସେ ଅଲଗା […]

  • Monday, 12 July 2021
rain
ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଧୀରେ ଧୀରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ଆଉ ଥରେ ସକ୍ରିୟ ହେବ। ଫଳରେ ୧୫ରୁ ଅଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଭଦ୍ରକ, ଯାଜପୁର, ଢେଙ୍କାନାଳ, […]

  • Monday, 12 July 2021
khurda
ଖୋର୍ଦ୍ଧାରେ ଏନ୍‌କାଉଣ୍ଟର: ଜଣେ ଗିରଫ, ଖସି ପଳାଇଲେ ୩ ଦୁର୍ବୃତ୍ତ

ଖୋର୍ଦ୍ଧା: ଖଣି ଓ ଡ୍ରଗ୍‌ ମାଫିଆଙ୍କ ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଅଧିକାରୀଙ୍କ ଗୁଳି ବିନିମୟ।ଗତକାଲି ଖୋର୍ଦ୍ଧା ଏଲ୍ଆଇସି ପଡ଼ିଆ ନିକଟରେ ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣେ ଦୁର୍ବୃତ୍ତ ଗିରଫ ହୋଇଥିବା ବେଳେ ଘଟଣାସ୍ଥଳରୁ ୩ରୁ ୪ ଜଣ ଖସି ପଳାଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ସେମାନଙ୍କ କାରକୁ ଏକ ବିଲ ମଝିରେ ଛାଡ଼ି ପଳାଇଛନ୍ତି। କାର୍‌ରେ ରକ୍ତଛିଟା ଓ ଏକାଧିକ ଗୁଳିମାଡ଼ର ଚିହ୍ନ ଦେଖିବାକୁ ମିଳିଛି। ଫଳରେ ଖସି ପଳାଇଥିବା […]

  • Monday, 12 July 2021
bishnu sethi
ବିଜେପି ବିଧାୟକ ଦଳ ଉପନେତା ହେଲେ ବିଷ୍ଣୁ ସେଠୀ

ଭୁବନେଶ୍ୱର: ବିଜେପି ବିଧାୟକ ଦଳର ଉପନେତା ଓ ମୁଖ୍ୟ ସଚେତକ ଘୋଷଣା କରାଯାଇଛି।  ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ଦଳର ଉପନେତା ଦାୟିତ୍ୱ ଦିଆଯାଇଛି। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟ ସଚେତକ ଦାୟିତ୍ୱ ମଳିଛି। ଏଥର ବିଧାନସଭାକୁ ବିଜେପିର ୨୩ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି।  ଦଳ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭୂମିକା ନିର୍ବାହ କରୁଛି।

  • Monday, 12 July 2021
mines
‘ଜୁଲାଇ ସୁଦ୍ଧା ୫ ରୁ ୧୦ଟି ଖଣି ନିଲାମ ହେବ’

ଭୁବନେଶ୍ୱର: ଜୁଲାଇ ମାସ ସୁଦ୍ଧା ୫ ରୁ୧୦ଟି ଖଣି ନିଲାମ ହେବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ୨୦୨୦ ସୁଦ୍ଧା ୨୪ଟି ଖଣି ବନ୍ଦ ହେବାର ଅଛି ବୋଲି ମଧ୍ୟ ସେ କହିଛନ୍ତି। ଏବେ ୩୬ଟି ଖଣି ନିଲାମ ପାଇଁ ପ୍ରସ୍ତୁତ ହୋଇ ରହିଛି। ସେଥିମଧ୍ୟରୁ ଜୁଲାଇ ସୁଦ୍ଧା ୫/୧୦ଟିକୁ ନିଲାମ କରାଯିବ ବୋଲି ଖଣି ମନ୍ତ୍ରୀ କହିଛନ୍ତି। କୋଇଲା ରୟାଲିଟି ବୃଦ୍ଧି ପାଇଁ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ବୃଦ୍ଧି କରୁନି। ତେଣୁ ଓଡ଼ିଶା ବିପୁଳ […]

  • Monday, 12 July 2021
jaga kalia
ଖୁବ୍‌ଶୀଘ୍ର ଓଡ଼ିଶା ଫେରିବେ ଜଗା-କାଳିଆ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଓଡ଼ିଶା ଫେରିବେ ଜଗା-କାଳିଆ। ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସମ୍ପୂର୍ଣ୍ଣ ଭଲ ଅଛି। ସେମାନେ  ଖୁବଶୀଘ୍ର ସେମାନେ ଓଡ଼ିଶା ଫେରିବେ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ କହିଛନ୍ତି। ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏନେଇ ସେ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀ ଏମ୍ସରେ ଶାଳିନୀ ପଣ୍ଡିତ ପହଞ୍ଚି ଜଗା କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଯୋଡ଼ା ମୁଣ୍ଡ ଅବସ୍ଥାରେ ଥିବା କନ୍ଧମାଳ ଅଞ୍ଚଳର […]

  • Monday, 12 July 2021
crackers
ବାଣ ବିସ୍ଫୋରଣରେ ଭାଇଭଉଣୀ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ରାଉତମୁଣ୍ଡା ଗାଁରେ ବାଣ ବିସ୍ଫୋରଣରେ ଭାଇଭଉଣୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ମୁନିରାମ ଛତ୍ରିଆଙ୍କ ଝିଅ କବିତା (୫) ଓ ପୁଅ ଗଣେଶ (୩)। ଉଭୟଙ୍କୁ ତୁରେଇକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଧିକ ଚିକିତ୍ସା ପାଇଁ ବଲାଙ୍ଗିରକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଗତକାଲି ଏକ ବାହାଘର ଥିଲା। ଝିଅ ଘରକୁ ଶୋଭାଯାତ୍ରାରେ ଆସିବା ବେଳେ ବରଯାତ୍ରୀ ଦଳ ବାଣ ଫୁଟାଇ ଥିଲେ। ରାସ୍ତାରେ ପଡ଼ିଥିବା ଅଫୁଟା ବାଣରେ […]

  • Monday, 12 July 2021
train enginee
ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଗଡ଼ିଲା ଟ୍ରେନ୍ ଇଞ୍ଜିନ୍

କେନ୍ଦ୍ରାପଡ଼ା: ଖୁବ୍ ଶୀଘ୍ର ବହୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଟ୍ରେନ୍ ଚାଲିବା ନେଇ ଆଶା ଉଜ୍ଜ୍ୱଳ ହୋଇଛି। ଆଜି ଯାଜପୁରର ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଏକ ଟ୍ରେନ୍‌ ଇଞ୍ଜିନ୍ ଗଡ଼ିଛି। ପରୀକ୍ଷାମୂଳକ ଭାବେ ଏହି ଇଞ୍ଜିନ୍‌ ଗଡ଼ିଥିବା ଜଣାପଡ଼ିଛି। ସକାଳ ୯ଟାରେ ହରିଦାସପୁର ଷ୍ଟେସନରୁ ଏକ ରେଳ ଇଞ୍ଜିନ୍ କେନ୍ଦ୍ରାପଡ଼ା ଜିଲ୍ଲା ବାଜପୁର ପର୍ଯ୍ୟନ୍ତ ବାହାରିଥିଲା। ବିଶେଷ କରି ନୂତନ ରେଳ ଲାଇନ ଓ ବିଦ୍ୟୁତ୍‌ ସରବରାହ ଯାଞ୍ଚ କରିବା ପାଇଁ ପରୀକ୍ଷାମୂଳକ ଭାବେ ଏହି […]

  • Monday, 12 July 2021
rain
କାଲିଠୁ ପ୍ରବଳ ବର୍ଷା ସମ୍ଭାବନା; ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଧୀରେ ଧୀରେ ଏହା ଅବପାତର ରୂପନେଇ ପଶ୍ଚିମ ଦିଗ ଆଡ଼କୁ ଗତି କରିବ। ସେହିପରି ବାୟୁମଣ୍ଡଳର ଉପରି ଭାଗରେ ମଧ୍ୟ ଏକ ମନ୍‌ସୁନ୍ ଟ୍ରପ୍‌ ଲାଇନ୍ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆଜିଠାରୁ ବର୍ଷାର ପରିମାଣ ବଢ଼ିବ। ଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସହ ଛତିଶଗଡ଼ରେ ମଧ୍ୟ […]

  • Monday, 12 July 2021
representational image
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ସ୍ୱାମୀ ଓ ୨ ପିଲାଙ୍କୁ ନିସ୍ତୁକ ପିଟିଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଏକ ଅମାନୁଷିକ କାଣ୍ଡ ଘଟିଛି। ଘର ଭିତରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମହିଳା ଜଣକ ଘରେ ଶୋଇଥିବା ବେଳେ ୩ଜଣ ଯୁବକ ଆସି ପ୍ରଥମେ ଘରର କବାଟ ବାଡ଼େଇଥିଲେ। ହେଲେ କେହି କବାଟ ନ ଖୋଲିବାରୁ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ମହିଳାଙ୍କୁ ଘୋଷାରି ଘୋଷାରି ବାହାରକୁ ନେଇ ଆସିବା ସହ ଦୁର୍ବୃତ୍ତମାନେ ତାଙ୍କ […]

  • Monday, 12 July 2021
ambulance accident
ରୋଗୀଙ୍କୁ ନେଇ ଯାଉଥିବା ବେଳେ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେଲା ଆମ୍ବୁଲାନ୍ସ

ସମ୍ବଲପୁର: ସମ୍ବଲପୁର ହାତୀବାରୀ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ଜଣ ଆହତ ହୋଇଛନ୍ତି। ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରେଢାଖୋଲରୁ ରୋଗୀଙ୍କୁ ନେଇ ସମ୍ବଲପୁର ଆସୁଥିବାବେଳେ ହାତୀବାରୀ ଛକ ନିକଟରେ ଆମ୍ବୁଲାନ୍ସ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫୁଳରେ ଆମ୍ୱୁଲାନ୍ସ ଚାଳକ, ଆଟେଣ୍ଡାଣ୍ଡ, ରୋଗୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]

  • Monday, 12 July 2021
budget
ରାଜ୍ୟ ସରକାରଙ୍କ ବଜେଟ୍‌କୁ ନେଇ ଭିନ୍ନ ମତ

ଭୁବନେଶ୍ୱର: ବିଧାନସଭାରେ ଗତକାଲି ୨୦୧୯-୨୦ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇଥିଲା।  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍ ଉପସ୍ଥାପନ କରିଥିଲେ। ବଜେଟ୍‌ରେ ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ବଜେଟ୍‌କୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଚଳିତ ବଜେଟ୍‌ରେ ବିଶେଷ କିଛି ନୂଆ ଦିଗ ନାହିଁ ବୋଲି ଅନେକ ଅର୍ଥନୀତି ବିଶାରଦ କହିଛନ୍ତି। ବଜେଟ୍‌ରେ ନିର୍ବାଚନ ପ୍ରତିଶ୍ରୁତି ପାଳନ ଲାଗି ବ୍ୟୟବରାଦ କରାଯାଇଛି। ହେଲେ ରାଜ୍ୟର ବିକାଶ ଏବଂ ନିଯୁକ୍ତି ସୁଯୋଗ […]

  • Monday, 12 July 2021
vigilance raid
ଭିଜିଲାନ୍ସ ଜାଲରେ ପୌରପାଳିକା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଫୁଲବାଣୀ: ଫୁଲବାଣୀ ପୌରପାଳିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଫୁଲବାଣୀ ଓ ବ୍ରହ୍ମପୁରର ଭିଜିଲାନ୍ସ ଟିମ୍‌ ମିଳିତ ଭାବରେ ୫ଟି ସ୍ଥାନରେ ଚଢ଼ାଉ କରିଛନ୍ତି। ରାଧାମୋହନଙ୍କ ସରକାରୀ ବାସଭବନ ସହ ଫୁଲବାଣୀ ପୌରପାଳିକା କାର୍ଯ୍ୟାଳୟରେ କାର୍ଯ୍ୟରତ ତାଙ୍କ ବିଶ୍ୱସ୍ତ କର୍ମଚାରୀଙ୍କ ଘର, ବ୍ରହ୍ମପୁରରେ ଥିବା ତାଙ୍କ ନିଜସ୍ୱ ବାସଭବନ ଓ ସୁରୁଗୁରି ସ୍ଥିତ ତାଙ୍କ ଶ୍ୱଶୁର ଘରେ […]

  • Monday, 12 July 2021
asi
ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ପୁଲିସ୍‌ ବାବୁ

ଅନୁଗୁଳ: ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡି ଏଏସ୍‌ଆଇ ଗଜେନ୍ଦ୍ର ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସୂଚନାଯୋଗ୍ୟ, କନ୍ତପଡ଼ା ଗାଁର ଜଗନ୍ନାଥ ବେହେରା ଓ ତାଙ୍କ ପୁଅଙ୍କ ନାମରେ ଏକ ମାଡ଼ପିଟ୍‌ ମାମଲା ରହିଥିଲା। ଏହାର ରଫାଦଫା କରିବା ସହ ମାମଲାରୁ ଜଗନ୍ନାଥଙ୍କ ପୁଅଙ୍କ ନାମକୁ ହଟାଇବା ପାଇଁ ଗଜେନ୍ଦ୍ର ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଜଗନ୍ନାଥ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଗଜେନ୍ଦ୍ର ଫାଣ୍ଡିରେ ଟଙ୍କା ନେବାବେଳେ ଭିଜିଲାନ୍ସର ସ୍ୱତନ୍ତ୍ର […]

  • Monday, 12 July 2021
tiktok
ମାଲକାନଗିରି ପରେ କଟକ ଏସ୍‌ସିବିରେ ଟିକ୍‌ଟକ୍ ମସ୍ତି

କଟକ: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଏବେ କଟକ ବଡ଼ ମେଡିକାଲ୍‌ରେ ମହିଳା କର୍ମଚାରୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇଛି। ହସ୍ପିଟାଲ୍ ଭିତରେ ଓଡ଼ିଆ, ହିନ୍ଦୀ ଗୀତରେ କର୍ମଚାରୀ ଠୁମ୍‌କା ଲଗାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ରୋଗୀଙ୍କ ଉପସ୍ଥିତିରେ ବି ଭିଡିଓ ଶୁଟିଂ ହୋଇଛି। କେତେବେଳେ ରୋଗୀଙ୍କ ବେଡ୍ ନିକଟରେ ହସ୍ପିଟାଲର ଏହି କର୍ମଚାରୀ ଖାମଖିଆଲ ଭାବେ ନାଚୁଛନ୍ତି ତ ଆଉ କେତେବେଳେ ଗୀତ ଗାଉଛନ୍ତି। ଅନ୍ୟପକ୍ଷରେ ଭାଇରାଲ ହୋଇଥିବା ଏହି ଭିଡିଓରେ ନଜର ଆସୁଥିବା […]

  • Monday, 12 July 2021
assembly
ବିଧାନସଭାରେ ମନ୍ତ୍ରୀ ମାନିଲେ- ପୁରୀକୁ ବିଦ୍ୟୁତ୍‌ ପୁନଃ ସଂଯୋଗ କାର୍ଯ୍ୟ ସରିନି

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ବିଜୁଳି ଯନ୍ତ୍ରଣା ନେଇ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ପ୍ରଶ୍ନକାଳରେ ପ୍ରଥମେ ଏହି ପ୍ରସଙ୍ଗକୁ ଗୃହରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଉଠାଇଥିଲେ। ପରେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ ଏହା ଉପରେ ଅତିରିକ୍ତ ପ୍ରଶ୍ନ କରି ବିଦ୍ୟୁତ୍‌ ବିଭାଗର କାର୍ଯ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବାତ୍ୟା ପରେ ନୂତନ ଭାବେ ପୋତା ଯାଇଥିବା ଇଲେକ୍ଟ୍ରିକ୍‌ ପୋଲ୍‌ରେ କଂକ୍ରିଟ୍‌ […]

  • Monday, 12 July 2021
Economic-growth
ବଢ଼ିଛି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର

ଭୁବନେଶ୍ୱର: ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ଆଜି ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଗତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ଆଉ ୧ ପ୍ରତିଶତ ବଢ଼ିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ଦର୍ଶାଉଛି […]

  • Monday, 12 July 2021
online registration
ରାଜ୍ୟରେ ମେଡିକାଲ୍‌ ପାଠ୍ୟକ୍ରମ ଲାଗି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଶେଷ; ଜୁଲାଇ ୧ ରେ ବାହାରିବ ମେରିଟ୍ ତାଲିକା

ଭୁବନେଶ୍ୱର: ଚଳିତ ବର୍ଷ ମେଡିକାଲ୍‌ ପାଠ୍ୟକ୍ରମ ଲାଗି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ମୋଟ୍ ୭ଟି ମେଡିକାଲ୍ କଲେଜର ୧୨୫୦ଟି ସିଟ୍‌ ଓ ଦୁଇଟି ବିଡିଏସ୍ କଲେଜ୍‌ର ୧୫୦ ସିଟ୍ ଲାଗି ଚଳିତ ବର୍ଷ ନାମଲେଖା ହେବ। ଚଳିତ ବର୍ଷ ଏମ୍‌ବିବିଏସ୍‌ରେ ୨୫୦ ସିଟ୍ ବଢ଼ିଛି। ଆର୍ଥିକ ଅନଗ୍ରସର କୋଟା ଲାଗୁ ପରେ ଜୁନ୍ ୨୦ରୁ ଆରମ୍ଭ ହୋଇଥିବା ମେଡିକାଲ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟାକୁ ଦୁଇଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଜୁଲାଇ ୧ ରେ ଷ୍ଟେଟ୍ ମେରିଟ୍ […]

  • Monday, 12 July 2021