• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sarapancha
ନାଏବ ସରପଞ୍ଚଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ୧୦ରୁ ୧୫ ଜଣ ମାଓବାଦୀ ଛୋଟେଗୁଡ଼ରା ଗାଁର ନାଏବ ସରପଞ୍ଚଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ପଡ଼ିଥିବା ନେଇ ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ। ଗାଁରେ ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ମାଓବାଦୀମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି।  ନିର୍ବାଚନକୁ କେନ୍ଦ୍ର କରି ସେମାନେ ଏହି ହିଂସାକାଣ୍ଡ […]

  • Monday, 12 July 2021
odisha
ଆନେସ୍ଥେସିଆ ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ଫୁଲବାଣୀ: ଅସ୍ତ୍ରୋପଚାର ପୂର୍ବରୁ ଦିଆଯାଇଥିବା ଆନେସ୍ଥେସିଆ ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ମେଡିକାଲରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଜି. ଉଦୟଗିରି ଥାନା ଅନ୍ତର୍ଗତ ବୁଦୁଲିପଡ଼ାର ବିଜୟ ନାୟକଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗତ ୨୭ ତାରିଖରେ ତାଙ୍କୁ  ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ। ଗତକାଲି ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ O.T କୁ ନେଇଥିଲେ ଏବଂ ଆନେସ୍ଥେସିଆ […]

  • Monday, 12 July 2021
accident
ଭାରସାମ୍ୟ ହରାଇ ଓଲଟିଲା ବସ୍‌; ୨ ମୃତ, ୨୦ରୁ ଅଧିକ ଆହତ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ପୁବୁସାହି ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସ୍‌ ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ଖଣ୍ଡପଡ଼ା ଅଭିମୁଖେ ଯାଉଥିବା ‘ନାରାୟଣୀ’ ନାମକ ଏହି ଯାତ୍ରୀବାହୀ ବସ୍‌ ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକଦ୍ୱୟ ହେଲେ ବରଫଦ ଉଲ୍ଲା ଖାନ୍ ଓ ଗୋବିନ୍ଦ ଚନ୍ଦ୍ର ପ୍ରଧାନ। ବରଫଦଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ଅଙ୍ଗାରସିଂହ ଗାଁରେ ଏବଂ […]

  • Monday, 12 July 2021
bbsr
ବନ୍ଧା ହେଲା ରାଜଧାନୀର ଯୌନ ପିପାସୁ

ଭୁବନେଶ୍ୱର: ଗିରଫ ହେଲ ରାଜଧାନୀର ଯୌନ ପିପାସୁ। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାର ଅଭିଯୁକ୍ତକୁ କମିଶନରେଟ୍ ପୁଲିସ୍‌ ଗିରଫ କରିଛି। ତେବେ ଟିଆଇ ପରେଡ୍ ପରେ ଅଭିଯୁକ୍ତର ନାଁ ପ୍ରକାଶ କରାଯିବ ବୋଲି ପୁଲିସ୍‌ କହିଛି। ଗତ କିଛି ଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିଲେ ଉକ୍ତ ବ୍ୟକ୍ତି ଜଣକ। ନାବାଳିକା ଜଣକ ଟ୍ୟୁସନ୍‌ ଯାଉଥିବା ବେଳେ ଉକ୍ତ ବ୍ୟକ୍ତି ତାଙ୍କୁ ପିଛା କରିବା ପରେ, […]

  • Monday, 12 July 2021
bbsr
ଭୁବନେଶ୍ୱରର ଏହି ସବୁ ବସ୍‌ ଷ୍ଟପ୍‌ ହେଲା ସ୍ଥାନାନ୍ତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଓଭରବ୍ରିଜ ପ୍ରାରମ୍ଭରେ ଥିବା ବସ୍ ଷ୍ଟପ୍‌ ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ବେଆଇନ୍‌ ବସ୍ ଷ୍ଟପ୍‌ ପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଗତକାଲି ବସ୍ ମାଲିକ ମାନଙ୍କ ସହ ପରିବହନ ବିଭାଗ ପକ୍ଷରୁ ଏକ ବୈଠକ ବସିଥିଲା। ଏହାପରେ ଆଞ୍ଚଳିକ ପରିବହନ ଅଧିକାରୀ ବସ୍‌ ଷ୍ଟପ୍‌ ସ୍ଥାନାନ୍ତର ନେଇ ସୂଚନା […]

  • Monday, 12 July 2021
odisha
‘ଜିନ୍‌ ହ୍ୱା’ ଜାହାଜ ମାଲିକଙ୍କୁ ନୋଟିସ୍‌

କୃଷ୍ଣପ୍ରସାଦ: ରାଜହଂସରେ ଲାଗିଥିବା ଜିନ ହ୍ୱା ଜାହାଜ ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ୨ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରିବା ସହ  ୭ ଦିନ ମଧ୍ୟରେ ସମୁଦ୍ର କୂଳ ଛାଡ଼ିବାକୁ ନୋଟିସରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି। ୨୦ରୁ ଅଧିକ ଦିନ ଧରି ରାଜହଂସରେ ଅଚଳାବସ୍ଥାରେ ପଡ଼ିରହିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାରୁ ତେଲ କଢ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ୭ଶହ ମିଟର ଲମ୍ବର ପାଇପ୍ ସଂଯୋଗ କରାଯାଇ ଜାହାଜରୁ […]

  • Monday, 12 July 2021
puri
ଏମାର ମଠରେ ଭୂତଳ ଘର !

ପୁରୀ: ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଏକ ଭୂତଳ ଘର ଠାବ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ସ୍ଥାନୀୟ ଲୋକେ ଏହାକୁ ଭୂତଳ ଘର କହୁଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୁରୀର ପୁରୁଣା ମଠ ମଧ୍ୟରେ ରହିଛି ଏମାର ମଠ। କିଛି ବର୍ଷ ତଳେ ଏହି ମଠରେ ରୂପା ଇଟା ମିଳିଥିଲା। ଯାହାକୁ ନେଇ ଏମାର ମଠ ଚର୍ଚ୍ଚାରେ ରହିଥିଲା। ସୂଚନାଯୋଗ୍ୟ, ଆଜି ସକାଳେ ଏମାର […]

  • Monday, 12 July 2021
odisha
ମହଙ୍ଗା ପଡ଼ିଲା ଥାର୍ଡ ଡିଗ୍ରୀ: ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼ ମାରି କନଷ୍ଟେବଲ୍‌ ନିଲମ୍ୱିତ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ମହଙ୍ଗା ପଡ଼ିଲା ବିଚ୍ ରାସ୍ତାରେ ଯୁବକଙ୍କୁ କନଷ୍ଟେବଲ୍‌ଙ୍କ ମାଡ଼ ମାରିବା ଘଟଣା। ସୋଶାଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ କନଷ୍ଟେବଲ୍‌ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବୌଦ୍ଧ ଏସ୍‌ପି ସୂଚନା ଦେଇଛନ୍ତି। ଘଟଣାଟି ବୌଦ୍ଧ ଅଞ୍ଚଳର। ଗତକାଲି ସହରର କିଛି ଯୁବକ କମେଣ୍ଟ ମାରୁଥିବା ନେଇ ବୌଦ୍ଧ ପୁଲିସ୍‌ ଖବର ପାଇଥିଲା। ଏହାପରେ ଏକ ପିସିଆର୍ ଭ୍ୟାନ୍‌ରେ ପୁଲିସ୍‌ ପୋଷାକ ପିନ୍ଧା ଦୁଇ କନଷ୍ଟେବଲ ଏବଂ ସାଧା ପୋଷାକ […]

  • Monday, 12 July 2021
jaga-kalia-2
୭ରେ ଓଡ଼ିଶା ପହଞ୍ଚିବେ ଜଗା,କାଳିଆ

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଜଗା, କାଳିଆ। ୬ ତାରିଖ ଦିନ ସେମାନେ ବାପାମା’ଙ୍କ ସହିତ ରାଜଧାନୀ ଏକ୍ସପ୍ରେସ୍‌ରେ ଦିଲ୍ଲୀରୁ ବାହାରିବେ। ୭ ତାରିଖ ଦିନ ସେମାନେ କଟକରେ ପହଞ୍ଚିବେ। ଜଗା,କାଳିଆଙ୍କ ସହିତ ଏମ୍‌ସ ଡାକ୍ତର ଏବଂ ଓଡ଼ିଶା ଭବନ କର୍ମଚାରୀ ବି ଆସିବେ। ଦିଲ୍ଲୀ ଏମ୍ସରୁ ଫେରିବା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ରଖାଯିବ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ […]

  • Monday, 12 July 2021
question paper evaluators
ପ୍ରଶ୍ନପତ୍ର ପ୍ରସ୍ତୁତ ଓ ଖାତା ମୂଲ୍ୟାୟନ କରୁଥିବା ଅଧ୍ୟାପକଙ୍କ ପାଉଣା ବଢ଼ିବ

ଭୁବନେଶ୍ୱର: ପ୍ରଶ୍ନପତ୍ର ପ୍ରସ୍ତୁତ ଓ ଖାତା ମୂଲ୍ୟାୟନ କରୁଥିବା ଅଧ୍ୟାପକଙ୍କ ପାଉଣା ବଢ଼ିବ। ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ନେବାକୁ ଯାଉଛି। ଏହି କ୍ରମରେ ଯୁକ୍ତ ୩ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ଓ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କ ପାଉଣା ବୃଦ୍ଧି କରିବାକୁ ଯୋଜନା ଚାଲିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ପୂର୍ବରୁ ପ୍ରଶ୍ନ ପତ୍ର ପ୍ରସ୍ତୁତ […]

  • Monday, 12 July 2021
water tank
ପାରା ଧରିବାକୁ ଯାଇ ପାଣି ଟାଙ୍କିରେ ଖସି ପଡ଼ିଲେ ନାବାଳକ

ରାଉରକେଲା: କଥାରେ ଅଛି, ରଖେ ହରି ତ ମାରେ କିଏ।। ପାରାକୁ ଧରିବା ପାଇଁ ଜଣେ ନାବାଳକ ଅଜାଣତରେ ୨ ଦିନ ପୂର୍ବେ ପାଣି ଟାଙ୍କି ଭିତରେ ଖସି ପଡ଼ିଥିଲେ। ଶେଷରେ ନାବାଳକଙ୍କୁ ସୁରକ୍ଷିତ ଭାବରେ ଉକ୍ତ ପାଣି ଟାଙ୍କିରୁ ଉଦ୍ଧାର କରାଯାଇଛି। ଏବେ ନାବାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବାବେଳେ ପରିବାର ଲୋକଙ୍କୁ ଥାନାକୁ ଡକାଯାଇ ତାଙ୍କୁ ହସ୍ତାନ୍ତର କରାଯାଇଛି। ରାଉରକେଲା ବନ୍ଧମୁଣ୍ଡାର ସେକ୍ଟର-Bରେ ଏହି ଘଟଣା ଘଟିଛି। ଉଦ୍ଧାର ନାବାଳକଙ୍କ ଘର ବନ୍ଧୁମଣ୍ଡା ଡୁମେର୍ତ୍ତା ଅଞ୍ଚଳରେ। […]

  • Monday, 12 July 2021
traffic
ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିଲେ ସାବଧାନ!

ଭୁବନେଶ୍ୱର: ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିଲେ ସାବଧାନ! ଏଣିକି ପାର୍କିଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ କମିଶନରେଟ୍ ପୁଲିସ୍‌ କଡ଼ାକଡ଼ି କରିଛି। ଗତକାଲି ଭୁବନେଶ୍ୱର ଓ କଟକରେ ନୋ ପାର୍କିଂ ସ୍ଥାନରେ ଗାଡ଼ି ରଖିଥିବା ୭୫୭ ଜଣ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ କମିଶନରେଟ୍ ପୁଲିସ୍‌ ୧ ଲକ୍ଷ ୮୨ ହଜାର ୮ଶହ ଟଙ୍କା ଜରିମାନା ଆଦାୟ କରିଛି। ଏନେଇ କମିଶନରେଟ୍ ପୁଲିସ୍‌ ପକ୍ଷରୁ ଏକ ଟ୍ୱିଟ୍‌ରେ ସୂଚନା ଦିଆଯାଇଛି। ଏଥିସହ ବ୍ୟସ୍ତବହୁଳ ରାସ୍ତାରେ ଗାଡ଼ି […]

  • Monday, 12 July 2021
bhadrak
ଭଦ୍ରକରେ ୨୪ ଘଣ୍ଟିଆ ଲୋକାଲ ବସ୍‌ ଚଳାଚଳ ବନ୍ଦ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଲକ ଅଞ୍ଚଳକୁ ୨୪ ଘଣ୍ଟିଆ ଲୋକାଲ୍‌ ବସ୍‌ ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସକାଳ ୬ଟା ଯାଏ ଏହା ଲାଗୁ ରହିବ। ଭଦ୍ରକ ବସ୍‌ ସିଣ୍ଡିକେଟ୍‌ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଲକ୍‌ ଅଞ୍ଚଳକୁ […]

  • Monday, 12 July 2021
ctc
ଦବିଲା କାଠଯୋଡ଼ି ବ୍ରିଜ୍

କଟକ: ପଳାଶୁଣୀ ଓଭର ବ୍ରିଜ୍‌ ଦବିବାର ୩ ଦିନ ପରେ ଦବିଛି କାଠଯୋଡ଼ି ବ୍ରିଜ୍ । ଆଜି ସକାଳୁ ଲୋକେ କଟକ  ଲିଙ୍କରୋଡ୍-ଗୋପାଳପୁର ରାସ୍ତାରେ ଥିବା କାଠଯୋଡ଼ି ବ୍ରିଜ୍‌ ଦବି ଯାଇଥିବା ଦେଖିବାକୁ ପାଇଥିଲେ। କଟକରୁ ଭୁବନେଶ୍ୱର ପଟୁ ଆସିବାବେଳେ  ବ୍ରିଜ୍‌ର ଆରମ୍ଭରୁ ସାମାନ୍ୟ ଦବିଯାଇଥିବା ଦେଖିବାକୁ ମିଳିଛି। ଏନେଇ ଲୋକେ ପ୍ରଶାସନକୁ ଖବର ଦେବାପରେ  NHAI ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦବିଥିବା ସ୍ଥାନକୁ କର୍ଡନ କରି ଯାଇଛି। ବର୍ତ୍ତମାନ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିବା […]

  • Monday, 12 July 2021
odisha
ଦୁର୍ଦ୍ଦାନ୍ତ ମାଓ ନେତା ରାକେଶ ସୋଢି ନିହତ

ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ମାଓନେତା ରାକେଶ ସୋଢି ନିହତ ହୋଇଛନ୍ତି। ରାକେଶ ଆନ୍ଧ୍ର- ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟର ମୁଖ୍ୟ ଥିଲେ। ଏହା ପୂର୍ବରୁ ସେ କାଲିମେଳା ଆକ୍ସନ କମିଟିର ମୁଖ୍ୟ ଥିଲେ। ମାଲକାନଗିରି ଜିଲ୍ଲାରେ ଏକାଧିକ ମାଓ ହିଂସାକାଣ୍ଡରେ ମାଓନେତା ରାକେଶ ସାମିଲ ଥିଲେ। ଅନ୍ୟପକ୍ଷରେ ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ସୂଚନା […]

  • Monday, 12 July 2021
ctc
କଟକରେ ନକଲି ତେଲ କାରଖାନା ଠାବ

କଟକ: କଟକରେ ଏକ ନକଲି ତେଲ କାରଖାନା ଠାବ ହୋଇଛି। ସଦର ଥାନା ଅନ୍ତର୍ଗତ ଫୁଲନଖରାର ବମ୍ଫକୁଦ ଅଞ୍ଚଳରୁ ପୁଲିସ୍‌ ଆଜି ଏକ ନକଲି ତେଲ କାରଖାନାକୁ ଠାବ କରିଛି। ଆଜି ସକାଳେ ଉକ୍ତ କାରଖାନାରେ ପୁଲିସ୍‌ ଚଢାଉ କରି ୩୦ହଜାର ଲିଟର ନକଲି ଖାଇବା ତେଲ ଜବତ କରିଛି। ବିଭିନ୍ନ କମ୍ପାନୀର ଲୋଗ ଲଗାଯାଇ ଏଠାରୁ ନକଲି ତେଲ ବଜାରକୁ ଛଡାଯାଉଥିବା ସୂଚନା ମିଳିଛି। କାରଖାନାରେ ନକଲି ଖାଇବା ତେଲ ତିଆରି କରାଯାଉଥିବା ଜଣାପଡ଼ିଛି। ଅନୁଗୁଳ, […]

  • Monday, 12 July 2021
rainfall
ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା; ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତାକାଲି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ମୟୂରଭଞ୍ଜ, ଝାରସୁଗୁଡା, ଢେଙ୍କାନାଳ, କଟକ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ୩୦, ୩୧ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]

  • Monday, 12 July 2021
malkangiri
ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ; ଜଣେ ଯବାନ ସହିଦ

ମାଲକାନଗିରି: ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସହିଦ ଯବାନଙ୍କ ନାଁ ଜୟରାମ କବାସୀ। ଆଜି ବଣ୍ଡାଘାଟି ପାକନାଗୁଡ଼ା ଜଙ୍ଗଲରେ ମାଓବାଦୀମାନେ ଥିବା ନେଇ ସୂଚନା ମିଳିବା ପରେ ଏସ୍‌ଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀମାନେ ଏହାର ପାଲଟା […]

  • Monday, 12 July 2021
drone camera
ଭୁବନେଶ୍ୱରରେ ଟ୍ରାଫିକ୍‌ ଜଗିଛି ଡ୍ରୋନ୍ କ୍ୟାମେରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡ୍ରୋନ୍‌ କ୍ୟାମେରାରେ ଚାଲିଛି ଟ୍ରାଫିକ୍ ନିୟନ୍ତ୍ରଣ। ଯେଉଁମାନେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଆକାଶର୍ମାଗରୁ ଡ୍ରୋନ୍‌ କ୍ୟାମେରା ଠାବ କରୁଛି। ଗତକାଲି ଗୋଟିଏ ଦିନରେ ୨୭ଟି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିଛି ଡ୍ରୋନ୍‌ କ୍ୟାମେରା। ସମ୍ପୃକ୍ତ ଗାଡ଼ି ଚାଳକମାନଙ୍କ ନିକଟରୁ ୧୩ ହଜାର ୫ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ଅନ୍ୟପକ୍ଷରେ ଡ୍ରୋନ୍‌ କ୍ୟାମେରା ପରିଚାଳନା ନେଇ ଟ୍ରାଫିକ କର୍ମଚାରୀଙ୍କୁ ଅବଗତ କରାଯାଉଥିବା ଜଣାପଡ଼ିଛି।

  • Monday, 12 July 2021
accident
ଦୁର୍ଘଟଣାରେ ଚାଲିଗଲା ବାପା, ୨ ପୁଅଙ୍କ ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟ ଗଡ଼ଖୋର୍ଦ୍ଧା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୃଷ୍ଣଚନ୍ଦ୍ର ପାତାଳସିଂହ ଓ ତାଙ୍କର ୨ ପୁଅ ବିକ୍ରମ ପାତାଳସିଂହ ଓ ସଂଜୟ ପାତାଳସିଂହ। ସେମାନଙ୍କ ଘର ଖୋର୍ଦ୍ଧା ମଳିପଡ଼ା ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, କୃଷ୍ଣଚନ୍ଦ୍ର ତାଙ୍କ ୨ ପୁଅଙ୍କ ସହ  ଭୁବନେଶ୍ୱରରୁ ଏକ ବାଇକ୍‌ ଯୋଗେ […]

  • Monday, 12 July 2021
rourkela
ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ବିଦ୍ୟୁତ୍‌ ତାର ଧରି ଝୁଲି ପଡ଼ିଲେ ଯୁବକ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି ): ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଯୁବକ ଜଣକ ହେଲେ ବଲାଙ୍ଗିରର ଅରବିନ୍ଦ ପୁଟେଲ(୨୨)। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଉରକେଲା ଏରୋଡ୍ରମ ନିକଟ ପଡ଼ିଆରେ ଆଜି CISF ଅର୍ଦ୍ଧ ସାମରିକ ବାହିନୀ ନିଯୁକ୍ତି ଲାଗି ଶାରୀରିକ ପରୀକ୍ଷା ଚାଲିଥିଲା। ଏଥିରେ  ଅରବିନ୍ଦ ଯୋଗ ଦେଇଥିଲେ ମଧ୍ୟ ଅକୃତକାର୍ଯ୍ୟ ହୋଇଥିଲେ। ଫଳରେ ସେ ଇଲେକ୍ଟ୍ରିକ୍‌ […]

  • Monday, 12 July 2021
odisha
‘ବୋଷ୍‌’ରେ ଛାତ୍ର ଅଶାନ୍ତି; ହଷ୍ଟେଲ କ୍ୟାଣ୍ଟିନରେ ଖାଇବା ନ ମିଳିବା ନେଇ ପ୍ରତିବାଦ

କଟକ: କଟକ ସ୍ଥିତ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ ତଥା ‘ବୋଷ୍‌’ରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଗତକାଲିଠାରୁ ହଷ୍ଟେଲ କ୍ୟାଣ୍ଟିନରେ ଖାଇବାକୁ ନ ମିଳିବାରୁ ଛାତ୍ରମାନେ ଅଭିଯୋଗ ଆଣିଛନ୍ତି। ଏହାର ପ୍ରତିବାଦ କରି ଆଜି ଛାତ୍ରମାନେ ‘ବୋଷ୍‌’ ଗେଟ୍‌ ସମ୍ମୁଖରେ  ତାଲା ପକାଇବା ସହ ଟାୟାର ଜାଳି ବିକ୍ଷୋଭ କରିଛନ୍ତି। ଏଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଛାତ୍ରମାନେ ଦାୟୀ କରିଛନ୍ତି। କ୍ୟାଣ୍ଟିନରେ ଖାଇବାକୁ ନ  ମିଳିବାରୁ ସେମାନେ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଏଥିସହ […]

  • Monday, 12 July 2021
vlcsnap-error186
ସ୍ତ୍ରୀକୁ ମାରି ବିଷ ପିଇଲା ସ୍ୱାମୀ

ସୋର: ସ୍ତ୍ରୀକୁ ପୋଡ଼ି ମାରିବା ପରେ ନିଜେ ବିଷ ପିଇଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ମୃତ ମହିଳା ହେଲେ ଗୋପାଳପୁର ଫାଣ୍ଡି ଅଧୀନସ୍ଥ ନୂଆପୁର ଗାଁର ନୀଳାମ୍ବର ବାରିକଙ୍କ ପତ୍ନୀ ସାବିତ୍ରୀ ବାରିକ। ଅଭିଯୋଗ ଅନୁସାରେ, ନୀଳାମ୍ବର ଓ ସାବିତ୍ରୀ ଅରଳା ସ୍ଥିତ ତାଙ୍କ ଚାଷ ଜମିରେ ଥିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନୀଳାମ୍ବର, ସାବିତ୍ରୀଙ୍କୁ ପାଳଗଦାରେ ପକାଇ ନିଆଁ ଲଗାଇ […]

  • Monday, 12 July 2021
shivraj
ଶିବରାଜ ସିଂହଙ୍କ ବିବାଦୀୟ ବୟାନ

ଖୋର୍ଦ୍ଧା: କାଶ୍ମୀର ନୀତି ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହରୁ ଅପରାଧୀ। ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ନେହରୁଙ୍କ ଭୁଲ୍‌ ପାଇଁ କାଶ୍ମୀରବାସୀ ଦଶା ଭୋଗୁଛନ୍ତି ବୋଲି ଶିବରାଜ କହିଛନ୍ତି। ୟୁପିଏ ଶାସନ ବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗଲେ ସମ୍ମାନ ପାଉ ନ ଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ବେଳେ ୧୩୦ କୋଟି ଭାରତୀୟ ସମ୍ମାନ ପାଉଛନ୍ତି ବୋଲି ଶିବରାଜ ଦୋହରାଇଛନ୍ତି। […]

  • Monday, 12 July 2021
rainfall
ବର୍ଷା ଓ ବଜ୍ରପାତ ନେଇ ୬ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର।ଦିନ ୧୦ଟା ୩୦ ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

  • Monday, 12 July 2021