• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jaga-kalia-2
ଆଜି କଟକରେ ପହଞ୍ଚିବେ ଜଗା, କାଳିଆ

ଭୁବନେଶ୍ୱର: ପ୍ରାୟ ୨ ବର୍ଷ ପରେ ଆଜି ଓଡ଼ିଶା ଫେରିବେ ଜଗା-କାଳିଆ। ଅପରାହ୍ନରେ ସେମାନେ କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍‌ସିବିକୁ ନିଆଯିବ। ଏସ୍‌ସିବିରେ ଜଗା,କାଳିଆଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଦୁଇ ଶଯ୍ୟା ବିଶିଷ୍ଟ କୋଠରୀର ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ୧୬ ଜଣିଆ ଟିମ୍ ଗଠନ କରାଯାଇଛି। ଆବଶ୍ୟକ ହେଲେ ଅଧିକ ଡାକ୍ତରଙ୍କୁ ଟିମ୍‌ରେ ସାମିଲ କରାଯିବ ବୋଲି ମେଡିକାଲ୍‌ ଅଧିକ୍ଷକ କହିଛନ୍ତି। ଗତକାଲି ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ କଟକ […]

  • Monday, 12 July 2021
odisha
୬ ଉପଦେଷ୍ଟାଙ୍କୁ ମିଳିଲା ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନବନିଯୁକ୍ତ ଉପଦେଷ୍ଟାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।  ସେହିପରି ସୁଧୀର ଦାସ ଓ ମୁନ୍ନା ଖାଁଙ୍କୁ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ଅନୁଭବ ପଟ୍ଟନାୟକ, କୃତିବାସ ପାତ୍ର, ରାମଚନ୍ଦ୍ର ପଣ୍ଡାଙ୍କୁ ବି ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ସୁଜିତ କୁମାରଙ୍କୁ ମୁଖ୍ୟ ସଚିବ ଏବଂ ଉତ୍କଳ ପରିଡ଼ା ଓ ସୁଲତା ଦେଓଙ୍କୁ ପ୍ରମୁଖ ସଚିବ ପାହ୍ୟା ମିଳିଛି। ଜନ୍ମେଜୟ ଲେଙ୍କା […]

  • Monday, 12 July 2021
Sushant Singh
ନୂଆ ମୋଟରଯାନ ଆଇନ୍‌କୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାପସନ୍ଦ

ଭୁବନେଶ୍ୱର: ଦେଶରେ ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଚେକିଂ ଚାଲିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ କଡ଼ାକଡ଼ି ଭାବେ ଏହାକୁ ପାଳନ କରାଯାଉଛି ଅନ୍ୟପକ୍ଷରେ ଏହି ସଂଶୋଧିତ ଆଇନ୍‌କୁ ମନ୍ତ୍ରୀ ସୁଶାନ୍ତ ସିଂ ନାପସନ୍ଦ କରିଛନ୍ତି। ସେ କହିଛନ୍ତି,‘୨ ଚକିଆ ଯାନରେ ଗଲେ ଯେତିକି ଫାଇନ୍‌ ଦେବାକୁ ପଡୁଛି ୫୦ ଲକ୍ଷ ଟଙ୍କାର ଗାଡ଼ିରେ ଗଲେ ବି ସେତିକି ଫାଇନ ଦେବାକୁ ପଡୁଛି। ଲୋକ ସାଥିରେ ଯେତିକି ଟଙ୍କା ଧରି ଯାଉନାହାନ୍ତି, […]

  • Monday, 12 July 2021
odisha
ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି; ମାସେ ଯାଏ ପଲ୍ୟୁସନ୍‌ ଚେକିଂ କୋହଳ

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବାପରେ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ଚାରିଆଡ଼େ ଜୋରଦାର ଚେକିଂ ଚାଲିଛି। ତେବେ ଏସବୁ ଭିତରେ ଗାଡ଼ି ଚାଳକଙ୍କ ପାଇଁ ଏକ ଖୁସି ଖବର ଆସିଛି। ମାସେ ଯାଏ ପଲ୍ୟୁସନ୍‌ ଚେକିଂ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ବିଧିବଦ୍ଧ ଭାବେ ପରିବହନ ସଚିବ ଜି. ଶ୍ରୀନିବାସନ ସୂଚନା ଦେଇଛନ୍ତି।   ଯେଉଁମାନଙ୍କର ପଲ୍ୟୁସନ୍‌ ଚେକିଂ ସାର୍ଟିଫିକେଟ୍‌ ନାହିଁ, ସେମାନେ ଏହାକୁ ମାସକ ମଧ୍ୟରେ ବାହାର କରିବେ। […]

  • Monday, 12 July 2021
odisha
ଦୁଷ୍କର୍ମ ଘଟଣା ଚପାଇ ଦେବାକୁ ଉଦ୍ୟମ: ଅଭିଯୁକ୍ତଙ୍କ ସମେତ ବନ୍ଧା ହେଲେ ୧୨

ବାଲିଗୁଡ଼ା(ଅଜିତ ନାୟକ): ଏକ ଦୁଷ୍କର୍ମ ଘଟଣାକୁ ଚପାଇବାକୁ ଗାଁର ଖାପ୍ ପଞ୍ଚାୟତରେ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାକର ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । ଅଭିଯୋଗକୁ ଭିତ୍ତି କରି ରାଇକିଆ ଥାନା  ପୁଲିସ୍ ଅଭିଯୁକ୍ତଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ଶିବାନୀ ପ୍ରଧାନ। ଗତ ୨୭ ତାରିଖରେ ରାଇକିଆ ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ପଡ଼ୋଶୀ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା […]

  • Monday, 12 July 2021
odisha
ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଲମତାପୁଟ ଅଞ୍ଚଳରେ ଥିବା ମାଛକୁଣ୍ଡ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି। ମାଛକୁଣ୍ଡର ଜଲାପୁଟ ଡ୍ୟାମ୍‌ର ୮ଟିରୁ ୩ଟି ଗେଟ୍ ଖୋଲା ଯାଇଛି। ଏବେ ୨୨ରୁ ୨୩ ହଜାର କ୍ୟୁସେକ୍‌ ଜଳ ଡ୍ୟାମ୍ ଭିତରକୁ ପ୍ରବେଶ କରୁଥିବା ବେଳେ ୧୨ ହଜାର କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି। ଇନ୍ଦ୍ରାବତୀ ଡ୍ୟାମ୍‌ର ୨ଟି ଓ ମୁରାନ୍ ଡ୍ୟାମ୍‌ର ୨ଟି ଗେଟ୍ ଖୋଲା ଯାଇଛି। ସେହିପରି […]

  • Monday, 12 July 2021
representational image
ନାବାଳିକାଙ୍କ ଉପରେ ଚଢ଼ିଗଲା ଟ୍ରକ୍

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ନୁନମାଠ ଗାଁ ଛକରେ ଜଣେ ନାବାଳିକାଙ୍କ ଉପରେ ଟ୍ରକ୍ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସସ୍ମିତା ସାହୁ। ତାଙ୍କ ଘର କେସିଙ୍ଗା ଥାନା ଅନ୍ତର୍ଗତ ବୋଗାଡ଼ରେ। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସସ୍ମିତା ତାଙ୍କ ବାପାଙ୍କ ସହିତ ନୁନମାଠ ଗାଁକୁ ଆସିଥିଲେ। ତାଙ୍କ ବାପା ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ସେ ରାସ୍ତା ପାର ହୋଇ ବିସ୍କୁଟ୍ କିଣିବାକୁ ଯାଉଥିଲେ। ଏହି ସମୟରେ ଏକ […]

  • Monday, 12 July 2021
rainfall
୧୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବଲାଙ୍ଗିର, ବରଗଡ଼, ନବରଙ୍ଗପୁର, ସୋନପୁର, କଳାହାଣ୍ଡି ଓ ବୌଦ୍ଧ। ଏହାସହ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, […]

  • Monday, 12 July 2021
school
ବର୍ଷା ଯୋଗୁ ସ୍ଥିତି ବେହାଲ୍‌: ଏହି ସବୁ ଜିଲ୍ଲାରେ ସ୍କୁଲ୍‌ ଛୁଟି

ବ୍ରହ୍ମପୁର/ଫୁଲବାଣୀ: ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା। କେଉଁଠି ପୋଲ ଭାଙ୍ଗି ଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ବନ୍ଦ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଯିବେନି, କିନ୍ତୁ ଶିକ୍ଷକମାନେ ଯିବେ। ସେହିପରି କନ୍ଧମାଳ ଜିଲ୍ଲାର ମଧ୍ୟ ସବୁ ସ୍କୁଲକୁ ଆଜି […]

  • Monday, 12 July 2021
jaga
ଆଜି ଦିଲ୍ଲୀରୁ ବାହାରିବେ ଜଗା, କାଳିଆ

ଭୁବନେଶ୍ୱର: ଏସ୍‌ସିବିରୁ ଯାଇଥିବା ୨ ଜଣିଆ ଡାକ୍ତରୀ ଟିମ୍‌ଙ୍କ ସହ ଦିଲ୍ଲୀରୁ ଆଜି ଓଡ଼ିଶା ଅଭିମୁଖେ ଯାତ୍ରା କରିବେ ଜଗା, କାଳିଆ। ନୂଆଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଦିଲ୍ଲୀରୁ ଆଜି ସନ୍ଧ୍ୟାରେ ସେମାନେ ବାହାରିବେ। ଜଗା କାଳିଆ ଓଡ଼ିଶାରେ ପହଞ୍ଚିବା ପରେ କଟକ ଏସ୍‌ସିବି ମେଡିକାଲ୍‌ରେ ସେମାନଙ୍କର ଚିକିତ୍ସା ହେବ। ଏଥିପାଇଁ ୬ ଜଣିଆ ଡାକ୍ତରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ଆବଶ୍ୟକ ପଡ଼ିଲେ ଚିକିତ୍ସା ପାଇଁ ୧୬ ଜଣ ଡାକ୍ତରଙ୍କ […]

  • Monday, 12 July 2021
odisha
ପ୍ରସୂତିଙ୍କ ଷ୍ଟିଚ୍‌ ଖୋଲିବାକୁ ଲାଞ୍ଚ ମାଗିଥିବା ନର୍ସ ନିଲମ୍ବିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତିଙ୍କୁ ଲାଞ୍ଚ ମାଗିବା ଘଟଣାରେ ସମ୍ପୃକ୍ତ ନର୍ସଙ୍କୁ ନିଲମ୍ବନ କରାଯାଇଛି। ଗତ ୩ ତାରିଖରେ ଜଣେ ପ୍ରସୂତିଙ୍କ ଷ୍ଟିଚ୍ ଖୋଲିବାକୁ ସମ୍ପୃକ୍ତ ନର୍ସ ଜଣକ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ମାଗିବା ବେଳର ଭିଜୁଆଲ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ପ୍ରସୂତିଙ୍କ ପରିବାର ପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା।

  • Monday, 12 July 2021
fire
ରାଜଧାନୀର ରାସ୍ତା ମଝିରେ ଜଳିଗଲା ଚଳନ୍ତା ଭ୍ୟାନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ଭ୍ୟାନ୍। କିମ୍‌ସ୍‌ ହସ୍ପିଟାଲ ପଛପଟ ରାସ୍ତାରେ ଏକ ଚଳନ୍ତା ଭ୍ୟାନ୍‌ରେ ଏହି ନିଆଁ ଲାଗି ଯାଇଛି। ଆଜି ଅପରାହ୍ଣ ପ୍ରାୟ୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନ ଅନୁସାରେ, ହଠାତ୍‌ ରାସ୍ତା ଉପରେ ଭ୍ୟାନ୍‌ଟିରେ ନିଆଁ ଲାଗି ଯାଇଥିଲା। ଭ୍ୟାନ୍‌ରେ ବିପୁଳ ପରିମାଣରେ କୌଣସି ରାସାୟନିକ ଦ୍ରବ୍ୟ ଲଦା ଯାଇଥିବା ଦେଖିବାକୁ ମିଳିଥିଲା। ଫଳରେ କୌଣସି କାରଣରୁ ନିଆଁ ଲାଗି ପୁରା ଗାଡ଼ି ଜଳିଯାଇଥିବା […]

  • Monday, 12 July 2021
odisha
ଗଣେଶ ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ମୁର୍ଷୁଣ୍ଢି ଗାଁରେ ଗଣେଶ ପୂଜା ଭସାଣି ସମୟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ପକ୍ଷରୁ ୧୫ରୁ ଅଧିକ ଆହତ ହୋଇଛନ୍ତି। ବୀରମହାରାଜପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଛନ୍ତି। ସୂଚନା ଅନୁସାରେ, ଗତକାଲି ମୁର୍ଷୁଣ୍ଢି ଗାନ୍ଧିପଡ଼ା ଯୁବକ ଜ୍ୟୋତି ସଂଘ ପକ୍ଷରୁ ଗଣେଶ ଭସାଣି ଆୟୋଜିତ ହୋଇଥିଲା। ଭସାଣି ଗାନ୍ଧି ପଡ଼ିଆରୁ ବାହାରି ମୁର୍ଷୁଣ୍ଢି ଗାଁ ପରିକ୍ରମା କରି ଟିକ୍ରିପଡାରେ ପହଞ୍ଚିବା ପରେ […]

  • Monday, 12 July 2021
accident
ଟ୍ରକ୍‌ ଧକ୍କାରେ ବାପା ମୃତ, ପୁଅ ଗୁରୁତର

କୋଣାର୍କ(ସଞ୍ଜୟ ପତି): ଟ୍ରକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବାଣୀଶ୍ରୀ କଲେଜ୍‌ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ କୈଳାସ ଚନ୍ଦ୍ର ବିଶ୍ୱାଳ। ତାଙ୍କ ଘର କାଜିପୁର ଗାଁରେ। ଗୁରୁତରଙ୍କ ନାଁ ବ୍ରହ୍ମାନନ୍ଦ ବିଶ୍ୱାଳ। ସୂଚନା ଅନୁସାରେ, କୈଳାସ ଓ ତାଙ୍କ ପୁଅ ବାଇକ୍‌ରେ ପୁରୀ ଯାଉଥିଲେ। ତେବେ ବାଣୀଶ୍ରୀ କଲେଜ ନିକଟରେ ପଛରୁ ଆସୁଥିବା […]

  • Monday, 12 July 2021
heavy rainfall
ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, ବରଗଡ଼, ବଲାଙ୍ଗିର। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବଜ୍ରପାତ ହୋଇପାରେ। […]

  • Monday, 12 July 2021
odisha
ଖୋର୍ଦ୍ଧାରେ ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ୍‌ ଆହତ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ନିକଟରେ ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ୍‌ ଖାନ୍‌ ଆହତ ହୋଇଛି। ତା’ର ବାମ ଗୋଡ଼ରେ ଗୁଳି ବାଜିଛି। ପ୍ରଥମେ ତାକୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଭୁବନେଶ୍ୱର ସ୍ଥିତ ଏମସ୍‌କୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଏନ୍‌କାଉଣ୍ଟର ହୋଇଛି। ଜାମସେଦ୍‌ ରାମେଶ୍ୱର ନିକଟ ଏକ ଜଙ୍ଗଲ ଭିତରେ ରହିଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହାପରେ ନିରାକାରପୁର ଥାନା ଆଇଆଇସି ଓ ଟାଙ୍ଗୀ ଥାନା […]

  • Monday, 12 July 2021
bjp
‘ସେବା ସପ୍ତାହ’ ପାଳନ କରିବ ବିଜେପି

ଭୁବନେଶ୍ୱର: ଆସନ୍ତା ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ‘ସେବା ସପ୍ତାହ’ ପାଳନ କରିବ ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଏହି ସେବା ସପ୍ତାହ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିବିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା, ମାଗଣା ଔଷଧ ବିତରଣ ସହିତ ହସ୍ପିଟାଲ୍‌, ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ ଫଳ ବିତରଣ କରାଯିବ। ଏହାସହ ୧୦ ରୁ ୧୦୦ଜଣ ଦିବ୍ୟାଙ୍ଗ ପିଲାଙ୍କ […]

  • Monday, 12 July 2021
bbsr
ଭୁବନେଶ୍ୱରରେ ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏନ୍‌କାଉଣ୍ଟର। କଳିଙ୍ଗନଗର କେ-୭ ଅଞ୍ଚଳରେ ଆଜି ଭୋର ସମୟରେ ଏହି ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଗୁରୁତର ଆହତ ହୋଇଛି। ତା’ର ବାମ ଗୋଡ଼ର ଆଣ୍ଠୁ ତଳକୁ ଗୁଳି ବାଜିଛି। ସୂଚନା ଅନୁସାରେ, ଡକାୟତି ପାଇଁ ସୁଶାନ୍ତ ନୟାଗଡ଼ରୁ ଭୁବନେଶ୍ୱର ଆସିଥିଲା। ତେବେ କୌଣସି ସୁତ୍ରରୁ ଖବର ପାଇ କଳିଙ୍ଗନଗର କେ-୭ ଅଞ୍ଚଳରେ ପୁଲିସ୍‌ ତାକୁ କାବୁ କରିବା ପାଇଁ ଉଦ୍ୟମ କରିଥିଲା। ହେଲେ ଏହି ସମୟରେ ସୁଶାନ୍ତ […]

  • Monday, 12 July 2021
auto driver
ରାଜଧାନୀର ଅଟୋ ଚାଳକଙ୍କ ଉପରେ ମୋଟା ଅଙ୍କର ଜରିମାନା

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବାର ୩ ଦିନ ପରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରର ଜଣେ ଅଟୋ ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିଛି। ଗୋଟିଏ ନୁହେଁ, ଏକାଧିକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜଧାନୀର ଏହି ଅଟୋ ଚାଳକଙ୍କୁ ୪୭ ହଜାର ୫୦୦ ଟଙ୍କାର ଜରିମାନା ଦେବାକୁ ପଡ଼ିଛି। ଅଟୋଚାଳକ ଜଣକ ଆଚାର୍ଯ୍ୟ ବିହାରର ବୋଲି ଜଣାପଡ଼ିଛି। ସାଧାରଣ ନିୟମ ଭାଙ୍ଗିଥିବାରୁ ୫୦୦ ଟଙ୍କା, ଅଣଅଧିକୃତ ବ୍ୟକ୍ତି […]

  • Monday, 12 July 2021
killed
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସ୍ୱାମୀ, ସ୍ତ୍ରୀ ମୃତ

ବଲାଙ୍ଗିର: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଲୁଗା ଶୁଖାଉ ଥିବା ବେଳେ ପ୍ରଥମେ ସ୍ତ୍ରୀଙ୍କୁ କରେଣ୍ଟ ମାରିଥିଲା। ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ବି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର […]

  • Monday, 12 July 2021
representational image
ଭଉଣୀକୁ ବଞ୍ଚାଇବାକୁ ଯାଇ ଭାଇର ମୃତ୍ୟୁ

କଣ୍ଟାବାଞ୍ଜି: ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ ଭାଇର ମୃତ୍ୟୁ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମୁରିବାହାଲ ଥାନା ଅନ୍ତର୍ଗତ ଗୁରୁଣ୍ଡା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ କର୍ଣ୍ଣଦାନୀ ସରାଫ। ଆଜି ସକାଳେ ସାନ ଭଉଣୀ ପ୍ରେମଲତା ଘର ବାହାରେ ଝାଡୁ କରିବା ବେଳେ ଗଣେଶ ପୂଜା ପାଇଁ ସଜା ଯାଇଥିବା ଲିଚୁ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କ ପାଟି ଶୁଣି ବଡ଼ ଭାଇ କର୍ଣ୍ଣଦାନୀ ସେଠାରେ ପହଞ୍ଚି  ତାରଟିକୁ ଟାଣି ଆଣିଥିଲେ। ହେଲେ […]

  • Monday, 12 July 2021
flood water
ସୁବର୍ଣ୍ଣପୁରରେ ବନ୍ୟା ପରିସ୍ଥିତି; ଗାଁରେ ପଶିଲା ପାଣି

ସୋନପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ସୋନପୁର ବ୍ଲକ୍‌ ପାଇକବାହଲ ଗାଁ ନିକଟରେ ଥିବା ରାକ୍ଷସ ନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି। ୩ ଫୁଟ ଉଚ୍ଚର ବନ୍ୟାପାଣି ଗାଁ ଭିତର ଦେଇ ପ୍ରବାହିତ ହେଉଛି। ସେହିପରି ବୀରମହାରାଜପୁର ବ୍ଲକର କୃଷ୍ଣପାଲି ଏବଂ ଉଲୁଣ୍ଡା ବ୍ଲକର ପୁଲେଶ୍ୱର ଗାଁରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବନ୍ୟା ପାଣି ପ୍ରବାହିତ ହେବା ସହ ଚାଷ ଜମି ମଧ୍ୟ […]

  • Monday, 12 July 2021
bjd
ବିଧିବଦ୍ଧ ଭାବେ ଆରମ୍ଭ ହେଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ଆଜିଠୁ ବିଧିବଦ୍ଧ ଭାବେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଦଳୀୟ ମୁଖ୍ୟାଳୟରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ପାଇଁ ଦଳ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଆବାହକ ଦେବୀ ମିଶ୍ରଙ୍କ ନେତୃତ୍ୱରେ କମିଟି ସଭ୍ୟ ସଂଗ୍ରହ ଅଭିଯାନକୁ ରାଜ୍ୟର ତୃଣମୂଳ ସ୍ତରକୁ ପହଞ୍ଚାଇବାର ଯୋଜନା ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳର ବିଭିନ୍ନ ୱାର୍ଡରେ ଲୋକଙ୍କୁ ଦଳ ସହ ଜୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି। […]

  • Monday, 12 July 2021
lightning
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ  ନବରଙ୍ଗପୁର। ଅପରାହ୍ଣ ୧ଟା ୩୦ ଯାଏ ସତର୍କ ରହିବାକୁ ଏହି ୧୧ଟି ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି।

  • Monday, 12 July 2021
traffic rules
କଡ଼ାକଡ଼ି ହେଲା ଟ୍ରାଫିକ୍‌ ନିୟମ: ମୋଟା ଅଙ୍କର ଜରିମାନା ଗଣିଲେ ନିୟମ ଉଲ୍ଲଂଘନକାରୀ

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍ ଲାଗୁ ହେବାପରେ ଟ୍ରାଫିକ୍ ନିୟମ ପୁରାପୂରି କଡ଼ାକଡ଼ି ହୋଇଛି। ଗତକାଲି ଠାରୁ ଏହି ଆଇନ୍‌ ଅନୁସାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ବର୍ଦ୍ଧିତ ଜରିମାନା ଆଦାୟ କରାଯାଉଛି। ପ୍ରଥମ ଦିନରେ କେବଳ ଟ୍ୱିନ୍‌ସିଟି ଭୁବନେଶ୍ୱର ଓ କଟକରୁ ୨ ଲକ୍ଷ ୧୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା କମିଶନରେଟ୍ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ଚେକିଂ ଆହୁରି କଡ଼ାକଡ଼ି କରାଯିବ। ତେଣୁ ଟ୍ରାଫିକ୍ ନିୟମ ଅନୁସାରେ ଗାଡ଼ି ଚଳାଇବାକୁ […]

  • Monday, 12 July 2021