• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

lokayukta
ପିପିଇ କିଟ୍, ମାସ୍କ କିଣା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ହେବ

ଭୁବନେଶ୍ୱର: ରାଜ୍ୟରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାର ଭିଜିଲାନ୍ସ ତଦନ୍ତ କରାଯିବ। ଏ ନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ଲୋକାୟୁକ୍ତ। ନିଜ ଫାଇଦା ପାଇଁ ଭିନ୍ନ ଉଦ୍ଦେଶ୍ୟ ରଖି ହେମନ୍ତ ଶର୍ମା ଓ ଅନ୍ୟ ସରକାରୀ ଅଧିକାରୀ କୋଭିଡ୍ ୧୯ ପାଇଁ ଉଚ୍ଚା ଦରରେ ପିପିଇ କିଟ୍, ମାସ୍କ କିଣିଛନ୍ତି କି ?  ଏହାର ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାସକ ଭିତରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି […]

  • Tuesday, 13 July 2021
matric
ସଟ୍‌ଡାଉନ୍‌ ପାଇଁ ୧୧ ଜିଲ୍ଲାରେ ମାଟ୍ରିକ୍‌ ଖାତାଦେଖା ବନ୍ଦ

ଭୁବନେଶ୍ୱର: ସଟ୍‌ଡାଉନ୍‌ ଘୋଷଣା ହୋଇଥିବା ୧୧ ଜିଲ୍ଲାରେ ଶନିବାର, ରବିବାର ମାଟ୍ରିକ୍‌ ଖାତାଦେଖା ବନ୍ଦ ହୋଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଏହି ୧୧ ଜିଲ୍ଲାରେ ଖାତା ଦେଖା ହୋଇନଥିବାବେଳେ ଆସନ୍ତାକାଲି ବି ଖାତା ଦେଖାକୁ ବାତିଲ କରାଯାଇଛି। ଜୁନ୍ ମାସ ସାରା ସଟ୍‌ଡାଉନ୍ ସମୟରେ ଖାତା ଦେଖା ବାତିଲ ହୋଇଛି। ତେବେ ଅନ୍ୟ ଜିଲ୍ଲା ଗୁଡ଼ିକରେ ମାଟ୍ରିକ ମୂଲ୍ୟାୟନ୍ ପୂର୍ବ ନିୟମ ମୁତାବକ ଜାରି ରହିବ। ଯାତାୟତ ଅସୁବିଧାକୁ […]

  • Tuesday, 13 July 2021
omfed 1
ସଟ୍‌ଡାଉନ୍‌: ଭୁବନେଶ୍ୱରରେ ଏହିସବୁ ରିଟେଲର୍‌ ଓମ୍‌ଫେଡ୍ ପ୍ରଡକ୍ଟ ହୋମ୍‌ ଡେଲିଭରି‌ କରିପାରିବେ

ଭୁବନେଶ୍ୱର: ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ଶନିବାର ଓ ରବିବାର ସଟ୍‌ଡାଉନ୍‌ ବେଳେ ଭୁବନେଶ୍ୱରରେ କେଉଁସବୁ ରିଟେଲର୍‌ ଓମ୍‌ଫେଡ୍ ପ୍ରଡକ୍ଟ ହୋମ୍‌ ଡେଲିଭରି କରିପାରିବେ ସେନେଇ ଏକ ତାଲିକା ପ୍ରକାଶ ପାଇଛି। ତାଲିକାରେ ୨୬ ଜଣ ରିଟେଲର୍‌ଙ୍କ ଠିକଣା ସହ ମୋବାଇଲ ନମ୍ବର ଜାରି ହୋଇଛି। କେବଳ ତାଲିକାରେ ସ୍ଥାନୀତ ରିଟେଲର୍‌ ହିଁ ଓମଫେଡ୍ ପ୍ରଡକ୍ଟ ହୋମ୍‌ ଡେଲିଭରି କରିପାରିବେ। ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର […]

  • Tuesday, 13 July 2021
odisha
ଦାଦା-ଖୁଡ଼ୀଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଲା ପୁତୁରା

ବଲାଙ୍ଗିର: ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ପୁତୁରା। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଟ୍ରାବେଡ଼ା ଗାଁରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟା କରିଥିବା ଯୁବକଙ୍କ ନାଁ କୁଶ ନାଗ୍‌। ମୃତକ ହେଲେ- ତ୍ରିଲୋଚନ ନାଗ୍‌ ଓ ତାଙ୍କ ପତ୍ନୀ ସୀମା ନାଗ୍‌। ଜମିଜମା ମାମଲାକୁ କେନ୍ଦ୍ର କରି କୁଶ ଦାଦା-ଖୁଡ଼ୀଙ୍କୁ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। କାଲି ରାତିରେ କୁଶ ସେମାନଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲା। […]

  • Tuesday, 13 July 2021
vlcsnap-error020
ପୋଖରୀ ଖୋଳା ବେଳେ ବୋମା ବିସ୍ଫୋରଣ

ଆସିକା: ବିଲରେ ପୋଖରୀରେ ଖୋଳା ହେଉ ଥିବାବେଳେ ଫୁଟିଲା ବୋମା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ନୂଆପଲ୍ଲୀ ଗାଁରେ ଏହି ଅଘଟଣ ଘଟିଛି। ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ କିଛି ଲୋକ ବିଲରେ କାମ କରୁଥିବା ବେଳେ ହଠାତ୍‌ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୋଲସରା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବିଲରେ କିଏ ଓ କାହିଁକି ବୋମା ଲୁଚାଇ ରଖିଥିଲା ତାହା ଜଣାପଡ଼ିନାହଁ। […]

  • Tuesday, 13 July 2021
low pressure
ବଙ୍ଗୋପସାଗରରେ ଲଘୁଚାପ ! ଜୁନ୍‌ ୯ ଯାଏ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆସନ୍ତା ୮ ତାରିଖ ଆଡ଼କୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଜୁନ୍‌ ୯ ଯାଏ ଏଭଳି ସ୍ଥିତି ଲାଗି ରହିବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜୁନ୍‌ ୫ରୁ ଜୁନ୍‌ ୬ ତାରିଖ ସକାଳ ସାଢ଼େ ୮ଟା ଯାଏ ୬ଟି ଜିଲ୍ଲାରେ ଝଡ଼ତୋଫାନ ସହ ସ୍ୱଳ୍ପରୁ ମଧ୍ୟମ ଧରଣର […]

  • Tuesday, 13 July 2021
Balianta-Tehsildar-arrested
ଲାଞ୍ଚ ନେଇ ଧରାପଡ଼ିଲେ ବାଲିଅନ୍ତା ତହସିଲଦାର, ପଚାରିବାରୁ କହିଲେ-‘ମୁଁ କିଛି ଜାଣିନି‘

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଛି। ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଧନେଶ୍ୱର ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି। ଜମିଜମା ମାମଲା ପାଇଁ ଅଫିସ୍‌ଠୁ କିଛି ଦୂରରେ ଧନେଶ୍ୱର ଆଜି ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୂଚନା ପାଇ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏହି ମାମଲାରେ ତହସିଲଦାର ରଶ୍ମୀରେଖାଙ୍କ ସମ୍ପୃକ୍ତି ଅଭିଯୋଗରେ ଭିଜିଲାନ୍ସ ତହସିଲଦାରଙ୍କୁ ଗିରଫ […]

  • Tuesday, 13 July 2021
odisha
ପ୍ରବାସୀଙ୍କ କରୁଣ କାହାଣୀ: ମଙ୍ଗଳସୂତ୍ର ବିକି ସାଇକେଲ୍‌ରେ ଘରକୁ ଫେରିଲେ ଦମ୍ପତି

ବାସୁଦେବପୁର: ପ୍ରବାସୀ ଶ୍ରମିକଙ୍କ ଆଉ ଏକ ଦୁଃଖଭରା କାହାଣୀ ଏବେ ସାମ୍ନାକୁ ଆସିଛି। ଘରକୁ ଫେରିବାକୁ ପାଖରେ ଟଙ୍କା ନ ଥିବାରୁ ବାଧ୍ୟ ହୋଇ ସ୍ତ୍ରୀର ମଙ୍ଗଳସୂତ୍ର ବିକ୍ରି କରି ଘରକୁ ଫେରିବାକୁ ପଡ଼ିଛି ଜଣେ ପ୍ରବାସୀଙ୍କୁ। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଲବଗା ଗାଁର ଚନ୍ଦନ ଜେନା ବେଙ୍ଗାଲୁରୁରେ ଏକ ହଷ୍ଟେଲରେ ରୋଷେୟା ଭାବେ କାମ କରୁଥିଲେ। ସେଠାରେ ସେ ତାଙ୍କ ସ୍ତ୍ରୀଙ୍କ ସହ ରହୁଥିଲେ। ଲକ୍‌ଡାଉନ୍‌ରେ କାମ ଚାଲିଯିବା ପରେ ସମସ୍ୟା ଆରମ୍ଭ ହୋଇଥିଲା। ଧୀରେ […]

  • Tuesday, 13 July 2021
child
ବୁଦା ମୂଳରେ ନବଜାତ ଶିଶୁକୁ ପିଙ୍ଗି ଚାଲିଗଲେ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ସିଲୁଆଁ ଛକ ନିକଟରେ ଥିବା ବୁଦା ମୂଳରୁ ସ୍ଥାନୀୟ ଲୋକେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି। ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକମାନେ ଛୁଆଟିର କାନ୍ଦ ଶୁଣି ଅଟକି ଯାଇଥିଲେ। ଏହାପରେ ଖୋଜାଖୋଜି କରି ନିକଟସ୍ଥ ଏକ ବୁଦା ମୂଳରୁ ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁର ପାଟି ଓ ଆଖି ପାଖରେ ପିମ୍ପୁଡି କାମୁଡି ଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସ୍ଥାନୀୟ ଆଶା କର୍ମୀ ଓ ଚାଇଲ୍ଡ […]

  • Tuesday, 13 July 2021
odisha
ପୁଅର ମୃତ୍ୟୁ ପରେ ମା’ ଓ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ: ଆଉ ଜଣେ ପୁଅ ପରେ ଆଖି ବୁଜିଲେ ମା’, ଭଉଣୀ

ଝାରସୁଗୁଡ଼ା: ଘରର ଜଣେ ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ମା’ଙ୍କ ସମେତ ୫ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ବୁର୍ଲା ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପୁଅର ମୃତ୍ୟୁ ଘଟିଥିବାବେଳେ ଏହି ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଉଣୀ ପିଙ୍କି ବିଶ୍ୱାଳ(୩୧) ଓ ମା’ ପୁଷ୍ପାବତୀ ବିଶ୍ୱାଳ(୫୮)। ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ମଙ୍ଗଳବାର ଏକ ଅଭାବନୀୟ […]

  • Tuesday, 13 July 2021
accident
ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି; ୨ ମୃତ

ଜୟପୁର: ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି। କୋରାପୁଟ ଜିଲ୍ଲା ବିଶିଂପୁର ଥାନା ଅନ୍ତର୍ଗତ ଗୁରୁମାଈଗୁଡ଼ା ଘାଟିରେ ଆଜି ଏକ ବରଯାତ୍ରୀ ଭ୍ୟାନ୍ ଓଲଟି ପଡ଼ିଛି। ଦୁର୍ଘଟଣାରେ ୨ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ, ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଜୟପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୧୬ ଆହତଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକ ହେଲେ-ମୁଣ୍ଡିଗୁଡାର ଚଞ୍ଚଳ ଜାନୀ ଏବଂ  ତୁଳସା ଜନୀ। ସୂଚନା ଅନୁସାରେ, […]

  • Tuesday, 13 July 2021
cyber loot
ମଦ ଦେବେ ବୋଲି କହି ଇଞ୍ଜିନିୟରଙ୍କଠୁ ଲୁଟି ନେଲେ ୮୦ହଜାର ଟଙ୍କା

ଭୁବନେଶ୍ୱର: ପୁଣି ମାତିଲେ ସାଇବର ଲୁଟେରା। ଅନଲାଇନ୍‌ରେ ମଦ ବୁକିଂ ବେଳେ ରାଜଧାନୀର ଜଣେ ସଫ୍ଟେୱେର୍‌ ଇଞ୍ଜିନିୟର ବଡ଼ଧରଣର ଠକେଇର ଶିକାର ହୋଇଛନ୍ତି। ମଦ ବୁକିଂ ବେଳେ ସମ୍ପୃକ୍ତ ଇଞ୍ଜିନିୟର ପ୍ରାୟ ୮୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ଆସିଛି। ସୂଚନା ଅନୁସାରେ, ସମ୍ପୃକ୍ତ ଇଞ୍ଜିନିୟର ଜଣକ ସୋସିଆଲ୍‌ ମିଡିଆରୁ ଏକ ମଦ ଦୋକାନ ନାଁରେ ଥିବା ବିଜ୍ଞାପନ ଦେଖି ଅନ୍‌ଲାଇନ୍‌ ଅର୍ଡର କରିଥିଲେ। ଅନ୍‌ଲାଇନ୍‌ରେ ମଦ ବୁକିଂ ପାଇଁ ସେଥିରେ ଦିଆଯାଇଥିବା […]

  • Tuesday, 13 July 2021
odisha
୪ ପଞ୍ଚାୟତ ସଟ୍‌ଡାଉନ୍‌ ଘୋଷଣା

ଭୁବନେଶ୍ୱର: ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ରାଜ୍ୟର ୪ଟି ପଞ୍ଚାୟତରେ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ‌ସ୍ଥାନୀୟ ସରପଞ୍ଚ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ବୁରୁଝୁରୀ ପଞ୍ଚାୟତକୁ ୭ ଦିନିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ କସ୍ତୁରୀ ପରିଡ଼ା। ଗତ ତିନି ଦିନରେ ସ୍ଥାନୀୟ ୪ଜଣ ଏବଂ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଜଣଙ୍କୁ କୋଭିଡ୍ ହସ୍ପିଟାଲ ନିଆଯିବା ପରେ ସରପଞ୍ଚ ଏହି କଟକଣା ଜାରି କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍‌ ଗଙ୍ଗପଡ଼ା ପଞ୍ଚାୟତରେ ଜଣେ ମହିଳା କରୋନା ପଜିଟିଭ୍ […]

  • Tuesday, 13 July 2021
odisha
ବଡ଼ ପୁଅର ମୃତ୍ୟୁ ପରେ ମା’ ଓ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ: ଆଖି ବୁଜିଲେ ସାନ ପୁଅ

ଝାରସୁଗୁଡ଼ା: ଘରର ବଡ଼ ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ମା’ଙ୍କ ସମେତ ୫ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ବୁର୍ଲା ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ସାନ ପୁଅର ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ରୀକାନ୍ତ ବିଶ୍ୱାଳ। ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଥିଲା। ଘରର ବଡ଼ ପୁଅର ମୃତ୍ୟୁ ଘଟିବା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ପରିବାରର […]

  • Tuesday, 13 July 2021
school closed
ଜୁଲାଇ ୩୧ ଯାଏ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ୱର: ଜୁଲାଇ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ। ଏ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ରାଜ୍ୟରେ ଜୁନ୍ ୧୭ ତାରିଖରୁ ସ୍କୁଲ୍ ନ ଖୋଲିବା ନେଇ ପୂର୍ବରୁ‌ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍‌ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ […]

  • Tuesday, 13 July 2021
drown
ପୋଖରୀରେ ବୁଡ଼ି ୪ ମୃତ

ଢେଙ୍କାନାଳ: ପୋଖରୀରେ ବୁଡ଼ି ୪ ମୃତ। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ଜଣେ ନାବାଳିକା ଅଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳର ବାରବାଙ୍କ ସାହିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ୪ ଜଣ ସମ୍ପର୍କୀୟ ଭାଇଭଉଣୀ ବୋଲି ଜଣାପଡ଼ିଛି। ଆଜି ସକାଳେ ଏମାନେ ସମସ୍ତେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ଗୋଡ଼ ଖସି ଯିବାରୁ ଏମାନେ ସମସ୍ତେ ପାଣିରେ ବୁଡ଼ି ଯାଇଥିବା ସୂଚନା ମିଳିଛି। […]

  • Tuesday, 13 July 2021
migrant dies
କ୍ୱାରେଣ୍ଟିନ୍‌ ସେଣ୍ଟର ବାହାରୁ ପ୍ରବାସୀଙ୍କ ମୃତଦେହ ଉଦ୍ଧାର

ନରସିଂହପୁର: କ୍ୱାରେଣ୍ଟିନ୍‌ ସେଣ୍ଟର ବାହାରୁ ପ୍ରବାସୀଙ୍କ ମୃତଦେହ ଉଦ୍ଧାର। କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ନୋଡାଲ ହାଇସ୍କୁଲ୍‌ରେ ହୋଇଥିବା କ୍ୱାରେଣ୍ଟିନ୍‌ ସେଣ୍ଟର ବାହାରୁ ଜଣେ ପ୍ରବାସୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ କୃଷ୍ଣଚନ୍ଦ୍ରପୁର ଗାଁର। ଆଜି ଭୋର ସମୟରେ ସମ୍ପୃକ୍ତ ପ୍ରବାସୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ  ମେ’ ୨୬ରେ ସେ ମୁମ୍ବାଇରୁ ଫେରି କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। […]

  • Tuesday, 13 July 2021
airport-3
ଆଜିଠୁ ଝାରସୁଗୁଡ଼ା ବିମାନ ବନ୍ଦରରୁ Alliance Airର ବିମାନ ସେବା ଆରମ୍ଭ

ଝାରସୁଗୁଡ଼ା: ଆଜିଠୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ Alliance Air ଏହାର ବିମାନ ସେବା ଆରମ୍ଭ କରିଛି। ୭ଜଣ ଯାତ୍ରୀଙ୍କୁ ନେଇ ବିମାନଟି କୋଲକାତାରୁ ବାହାରି ଆଜି ସକାଳ ୭ଟା ୪୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିବା ସୂଚନା ମିଳିଛି। ସେହିପରି ବିମାନଟି ୯ଟା ୧୫ରେ  ଝାରସୁଗୁଡାରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ ୯ଟା ୪୫ରେ ବାହାରି ୧୦ଟା ୫୦ରେ ବିମାନଟି ଝାରସୁଗୁଡାରେ ପହଞ୍ଚିବ। ଝାରସୁଗୁଡାରୁ ଦିନ ୧୧ଟା ୩୦ରେ ବାହାରି […]

  • Tuesday, 13 July 2021
drown
ମହାନଦୀରେ ବୁଡ଼ି ୨ ଭାଇ ମୃତ

ବୌଦ୍ଧ: ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାନ ଭାଇର ଜୀବନ। ମହାନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି୨ ଭାଇଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଉଭୟ ଭାଇଙ୍କ ବୟସ ୧୭ରୁ ୧୮ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଅରଖପଦର ଗାଁ ଦେଇ ଯାଇଥିବା ମହାନଦୀକୁ ଗାଧୋଇବାକୁ ଆଜି ସକାଳେ ଏହି ଦୁଇ ଭାଇ ଯାଇଥିଲେ। ନଦୀରେ ଗାଧୋଉ ଥିବାବେଳେ […]

  • Tuesday, 13 July 2021
locust
ଆସୁଛି ବିପଦ ! ଜୁନ୍‌ରେ ଓଡ଼ିଶାରେ ପହଞ୍ଚି ଯାଇ ପାରନ୍ତି ପଙ୍ଗପାଳ

ଭୁବନେଶ୍ୱର: ଜୁନ୍‌ରେ ଓଡ଼ିଶାରେ ପହଞ୍ଚି ଯାଇ ପାରନ୍ତି ପଙ୍ଗପାଳ। କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଯଦି ଏମାନେ ଓଡ଼ିଶାକୁ ଆସନ୍ତି, ତେବେ ସ୍ଥିତି ମୁକାବିଲା ପାଇଁ କ’ଣ ସବୁ ପଦକ୍ଷପ ଗ୍ରହଣ କରାଯିବ, ସେ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଓୟୁଏଟିର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ‘ଯଦି ଓଡ଼ିଶାକୁ ପଙ୍ଗପାଳ ଆସନ୍ତି ତେବେ ପଶ୍ଚିମ ଓଡ଼ିଶାକୁ ପ୍ରଥମେ ଆସିବେ। ତେବେ ବର୍ଷା ଆରମ୍ଭ ହେଲେ ପଳାଇବେ। ରାଜ୍ୟରେ […]

  • Tuesday, 13 July 2021
odisha
ଥାନା ପଛପଟୁ ମିଳିଲା ଅର୍ଦ୍ଧ ଦଗ୍ଧ ମୃତଦେହ

ନୂଆପଡ଼ା: ଥାନା ପଛପଟୁ ମିଳିଲା ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ। ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପଛପଟେ ଥିବା ଏକ ପରିତ୍ୟକ୍ତ ଘରୁ ଏହି ମୃତଦେହ ମିଳିଛି। ମୃତକ ଜଣଙ୍କ ଛତିଶଗଡ଼ର ବୋଲି ଜଣାପଡ଼ିଛି। ସେ ସ୍ଥାନୀୟ ଏକ ଢାବାରେ କାମ କରୁଥିଲେ।  ଲକ୍‌ଡାଉନ୍‌ ଯୋଗୁ ଢାବା ବନ୍ଦ ଥିବାରୁ ଖରିଆର୍ ରୋଡରେ ରହୁଥିଲେ। ଗତକାଲି ମୃତଦେହକୁ ଦେଖି ସ୍ଥାନୀୟଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ନୂଆପଡ଼ା ଏସ୍‌ପି ବିନୀତ ଅଗ୍ରୱାଲଙ୍କ ସହ ବରିଷ୍ଠ ପୁଲିସ୍‌ […]

  • Tuesday, 13 July 2021
representational image
ମା’କୁ ମାରି ବିଲରେ ଫୋପାଡ଼ି ଚାଲି ଆସିଲା ପୁଅ !

ଭଦ୍ରକ: ମା’କୁ ମାରି ବିଲରେ ଫୋପାଡ଼ି ଚାଲି ଆସିଲା ପୁଅ ! ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସାନ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ମାତାଜୀ ଜେନା। ଅଭିଯୁକ୍ତ ତଥା ମୃତକଙ୍କ ସାନ ପୁଅର ନାଁ ନିରଞ୍ଜନ ଜେନା। ସୂଚନା ଅନୁସାରେ, ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ନିରଞ୍ଜନ କାମ କରୁଥିଲେ। କିଛିଦିନ ତଳେ ସେ ଘରକୁ ଆସିଥିଲେ। କୌଣସି କାରଣକୁ […]

  • Tuesday, 13 July 2021
school closed
ଓଡ଼ିଶାରେ ଜୁନ୍ ୧୭ରୁ ଖୋଲିବନି ସ୍କୁଲ୍‌

ଭୁବନେଶ୍ୱର: ରାଜ୍ୟରେ ଜୁନ୍ ୧୭ ତାରିଖରୁ ଖୋଲିବ ନାହିଁ ସ୍କୁଲ୍‌। ଏନେଇ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍‌ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ସ ମଧ୍ୟ ଜାରି ହୋଇଛି।ଗାଇଡ୍‌ଲାଇନ୍ସ ଅନୁସାରେ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି। ତେଣୁ ସେହି ଅନୁସାରେ ଜୁନ୍ ୧୭ରୁ ସ୍କୁଲ ଖୋଲିବନି ବୋଲି ସୂଚନା […]

  • Tuesday, 13 July 2021
rainfall
୪ ଦିନ ଯାଏ ବର୍ଷା !

ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟ ହୋଇଛି। ଫଳରେ ଓଡ଼ିଶାରେ ଆଉ ୪ ଦିନ ଯାଏ ବର୍ଷା ସହ କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ଉତ୍ତର, ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। […]

  • Tuesday, 13 July 2021
accident
ପୁଣି ପ୍ରବାସୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ, ପଛପଟୁ ଧକ୍କା ଦେଲା ଟ୍ରକ୍‌

ଜଳେଶ୍ୱର: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍‌। ବସ୍‌କୁ ପଛପଟୁ ଏକ ଟ୍ରକ୍‌‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବସ୍‌ଟି ପ୍ରବାସୀଙ୍କୁ ଧରି କେରଳରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦକୁ ଯାଉ […]

  • Tuesday, 13 July 2021