• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Bishnupriya
ଗାଁ ଦାଣ୍ଡରୁ ନିଖୋଜ ହୋଇ ଗଲା ଆଉଜଣେ ଶିଶୁକନ୍ୟା

ଯାଜପୁର: ନୟାଗଡ଼ ଜିଲ୍ଲାର ପରୀ, ସ୍ୱାତୀ ଏବଂ ଯାଜପୁର ଜିଲ୍ଲାର ପୀହୁ ପରେ ଏବେ ଆଉ ଜଣେ କୁନି ଝିଅ  ନିଖୋଜ ହୋଇଯାଇଥିବା ଅଭିଯୋଗ ଆସିଛି। କୁନିଝିଅଟି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦରକୋଇଲି ଗାଁର। ଏହି ଗାଁର ବଳରାମ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରିୟା ଓରଫ ନେଉଳି ଗତ ଶୁକ୍ରବାର ଠାରୁ ନିଖୋଜ ହୋଇଯାଛି। ନିଜ ଗାଁରେ ମାମୁଙ୍କ ଘରେ ରହି ପାଠପଢୁଥିବା ବିଷ୍ଣୁପ୍ରିୟାର ଗତ ଶୁକ୍ରବାରଠାରୁ ପତ୍ତା […]

  • Tuesday, 13 July 2021
rainfall
ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷିବ !

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଆଜି ଦକ୍ଷିଣ ଓଡ଼ିଶା ଓ ଆସନ୍ତାକାଲି ସାରା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କାଲିଠୁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏ […]

  • Tuesday, 13 July 2021
accident-bls
ମୋଟର ସାଇକେଲରେ ବନ୍ଧୁ ଘରକୁ ଯାଉଥିଲେ ଦୁଇ ଭାଇ; ପିଟିଦେଲା ଡମ୍ପର

ବାଲେଶ୍ୱର:ବାଲେଶ୍ୱର ଜଲ୍ଲା ଜଳେଶ୍ୱର ନିକଟ ସାତଶୁଳିଆ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ  ଜଣେ ନାବାଳକ ସହ ୨ ଜଣଙ୍କ ମୃତ୍ୟୁ ଘଟିଛି। ୨ ମୃତକ ଗୋଟିଏ ପରିବାରର ଏବଂ ସେମାନେ ସମ୍ପର୍କରେ ଦୁଇ ଭାଇ ବୋଲି ଜଣାପଡ଼ିଛି। ସେମାନଙ୍କ ନାମ ଈଶ୍ୱର ଦାସ ଓ ସ୍ୱାଧୀନ ଦାସ। ଈଶ୍ୱରଙ୍କ ବୟସ ୧୮ ବର୍ଷ ବୋଲି ଜଣାପଡ଼ିଛି। ଜଳେଶ୍ୱର ବଣିଦା ଅଞ୍ଚଳର ଦୁଇ ଭାଇ ଆଜି ସକାଳ ୮ଟାରେ ସମ୍ପର୍କୀୟ ଘରକୁ ଯାଉଥିଲେ।   ରାଜ୍ୟ ରାଜପଥ-୫୭ର […]

  • Tuesday, 13 July 2021
breaking
ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରିରେ ମାଓ ଏନକାଉଣ୍ଟର। ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଆଲମପକାରେ ପୋଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି।  ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ ଜାରି ରହିଛି ସ୍ପେଶାଲ ଅପରେଶନ ଗ୍ରୁପ୍(SOG)  ଓ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରି ଫୋର୍ସ (DVF) ମିଳିତ ଟିମ୍ ଏହି ସର୍ଚ୍ଚ ଅପରେସନ ଚଳାଇଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ, ଏସ୍‌ଓଜି ଓ ଡିଭିଏଫ ଜବାନ […]

  • Tuesday, 13 July 2021
ifs
ବନ ବିଭାଗର ବଡ଼ ଦୁର୍ନୀତି; ଭିଜିଲାନ୍ସ ପଞ୍ଝାରେ ୧୦ରୁ ଅଧିକ ଅଧିକାରୀ

ଭୁବନେଶ୍ୱର:ଆୟ ବର୍ହିଭୂତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ ଦିନ କାଟୁଛନ୍ତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ। ଖାଲି ଅଭୟ ନୁହଁନ୍ତ ଗଲା କିଛି ବର୍ଷରେ ୧୦ରୁ ଅଧିକ ବନ ବିଭାଗ ଅଧିକାରୀ ଭିଜିଲାନ୍ସ ପଞ୍ଝାରେ କଏଦ ହୋଇଛନ୍ତି। ଫରେଷ୍ଟରଙ୍କଠାରୁ ଡିଏଫ୍ଓ ଯାଏ ଅଳ୍ପ ବହୁତ ଅଧିକାରୀଙ୍କ ନାଁରେ ଲାଗିଛି ଦୁର୍ନୀତିର ଛିଟା। ହେଲେ ଗଞ୍ଜାମ ଜିଲ୍ଲା ଲିଙ୍କ୍ ଥିବା ଅଧିକାରୀଙ୍କ ତାଲିକା ଏବେ ଲମ୍ବା ହେବାରେ ଲାଗିଛି। ଦୁଇ ବର୍ଷରେ ୧୦ ଜଣ ଅଧିକାରୀଙ୍କୁ […]

  • Tuesday, 13 July 2021
bar
କୋଭିଡ ନିୟମ ଉଲ୍ଲଘଂନ କରିବାରୁ ରାଜଧାନୀର ୪ ବାର ସିଲ୍‌

ଭୁବନେଶ୍ୱର: ରାଜଧାନୀର ୪ଟି ବାରକୁ କମିଶନରେଟ ପୋଲିସ ପକ୍ଷରୁ ସିଲ କରାଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଏପରି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ୪ଟି ବାରକୁ ସିଲ କରାଯିବା ସହ କମିଶନରେଟ ପୋଲିସ  ୭୨ ଜଣ ଗ୍ରାହକଙ୍କୁ ୨୮ ହଜାର ଟଙ୍କାର ଫାଇନ୍ କରିଛି। ସୂଚନାଥାଉ କି, କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀର ବିଭିନ୍ନ ବାର୍‌ରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବଡ଼ଗଡ଼, ବାଲିଅନ୍ତା, ଲକ୍ଷ୍ମୀସାଗର ଅଞ୍ଚଳରେ ୧୦ଟି ବାର୍ ଉପରେ କରାଯାଇଥିଲା।  ସେହିପରି […]

  • Tuesday, 13 July 2021
ସନାତନ ରଥ
ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ସନାତନ ରଥଙ୍କ ପରଲୋକ

କଟକ: ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। କଟକ କନିକା ଛକ ସ୍ଥିତ ବାସଭବନରେ ଡାକ୍ତର ସନାତନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ପରଲୋକ ଖବର ପାଇ ପ୍ରମୁଖ ଲୋକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ନ୍ୟୁରୋ ସ୍ପେଶାଲିଷ୍ଟ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ […]

pari
ଟଙ୍କା ନୁହେଁ, ଝିଅ ପାଇଁ ନ୍ୟାୟ ମାଗିଲେ ପରୀର ମା’

ଭୁବନେଶ୍ୱର: ପରୀ ମାମଲାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ୧୦ ଲକ୍ଷ ଟଙ୍କାର ସହାୟତା ଦେବାକୁ କହିଛନ୍ତି। ହେଲେ ଏପରି ସହାୟତାକୁ ଅଗ୍ରାହ୍ୟ କରିଛନ୍ତି ପରୀର ମା’ ସୌଦାମିନି ସାହୁ। ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ  ୧୦ ଲକ୍ଷ ଟଙ୍କାର ସହାୟତାକୁ ନାପସନ୍ଦ କରି ପରୀର ମା’ ସୌଦାମିନୀ କହିଛନ୍ତି ଏହା ମନ୍ତ୍ରୀଙ୍କର ଏକ ଚକ୍ରାନ୍ତ । ତାଙ୍କ ଝିଅକୁ ନ୍ୟାୟ ଦେବାପାଇଁ ସେ ଶେଷ ପର୍ଯ୍ୟନ୍ତ ଲଢ଼ିବେ । କୌଣସି ଅର୍ଥ ଲାଳସାରେ ସେ ପ୍ରଲୋଭିତ […]

  • Tuesday, 13 July 2021
snake
ଜାଲରେ ପଡ଼ିଲା ନାଗ

ଭଦ୍ରକ: ଦୁଇ ବର୍ଷ ତଳେ ଶହ ଶହ ସଂଖ୍ୟାର ନାଗ ସାପ ବାହାରିବା ନେଇ ଚର୍ଚ୍ଚାରେ ଥିବା ଭଦ୍ରକ ଜିଲ୍ଲାର ଧାମନଗର ପାଇକସାହି ଗାଁ, ଏବେ ପୁଣି ଚର୍ଚ୍ଚାରେ। ଗାଁରେ ପୁଣି ସାପ ଆତଙ୍କ ଦେଖା ଦେଇଛି। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଓ ଘର ଭିତରେ ସାପ ରହୁଥିବା ଦେଖିବା ପରେ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗତ ୫ ତାରିଖରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଗାଁର ପ୍ରାୟ […]

  • Tuesday, 13 July 2021
manoj-dash
JIPMER ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ପୁଡୁଚେରୀ: ବିଶିଷ୍ଟ ସାରସ୍ୱତ ସାଧକ ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ପୁଡୁଚେରୀ ସ୍ଥିତ JIPMER ମେଡିକାଲ୍ ଇନ୍‌ଷ୍ଟିଚ୍ୟୁଟର  ୪ ଜଣିଆ ଡାକ୍ତରୀ ଟିମ୍। ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ ବା JIPMERର ଡାକ୍ତରୀ ଟିମ୍‌ ପ୍ରଫେସର୍ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ଚିକିତ୍ସା ପଦ୍ଧତି ନିର୍ଦ୍ଧାରଣ କରୁଛନ୍ତି। ଏଥିପାଇଁ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ କୃତଜ୍ଞତା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଟୁଇଟ କରି ଜଣାଇଛନ୍ତି ଯେ, […]

  • Tuesday, 13 July 2021
jagannath-temple
୩ରୁ ଖୋଲିବ ଶ୍ରୀମନ୍ଦିର !

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି। ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାରଙ୍କ ଅନୁମତି ମିଳିଲା ପରେ ଶ୍ରୀମନ୍ଦିର ଖୋଲାଯିବ। ଦର୍ଶନ ଆରମ୍ଭ ପରେ ବି କଟକଣା ଜାରି ରହିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଖୋଲିବା ପରେ […]

  • Tuesday, 13 July 2021
vande-utakal
‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂରେ ଆଜି ଅନୁଷ୍ଠିତ ଏହି ବୈଠକରେ ମାତ୍ର ଏହି ଗୋଟିଏ ପ୍ରସ୍ତାବ ପାରିତ ହୋଇଥିବା ସୂଚନା ମିଳିଛି। ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗ […]

  • Tuesday, 13 July 2021
train
ବିନା ଇଞ୍ଜିନ୍‌ରେ ୭୦୦ ମିଟର ଗଡ଼ିଲା ବଗି

ଝାରସୁଗୁଡ଼ା: ବିନା ଇଞ୍ଜିନ୍‌ରେ ଆପେଆପେ ଗଡ଼ି ମାଲ୍‌ବାହୀ ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗତ ୪ ତାରିଖରୁ କୋଇଲା ଭର୍ତ୍ତି ଟ୍ରେନ୍‌ର ୫୯ଟି ବଗି ବ୍ରଜରାଜନଗରର ଲଜକୁରା ସାଇଡ଼ିଂରେ ଠିଆ ହୋଇ ରହିଥିଲା। ଏହି ବଗି ଗୁଡ଼ିକ ଇଞ୍ଜିନ ବିହୀନ ଥିଲା। ଇଞ୍ଜିନ୍‌ ଲାଗିବା ପରେ ଟ୍ରେନ୍‌ଟି ଗଡ଼ିଥାନ୍ତା। ହେଲେ ଗତକାଲି ବିଳମ୍ବିତ ରାତିରେ ବିନା ଇଞ୍ଜିନ୍‌ରେ ଟ୍ରେନ୍‌ର ୪ଟି ବଗି […]

  • Tuesday, 13 July 2021
zeneretor
ଜେନେରେଟର ଲଗାଇ ଶୋଇଥିଲେ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କେନ୍ଦୁଝର: ଜେନେରେଟର୍ ହେଲା କାଳ। ଘର ଭିତରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର କାଠବାଡ଼ି ଗାଁରେ । ଗତକାଲି ଗାଁରେ ଏକ ବାହାଘର ଭୋଜି ଚାଲିଥିଲା। ଭୋଜି ସରିବା ପରେ ବିଦ୍ୟୁତ ଚାଲି ଯାଇଥିଲା। ଫଳରେ ଜେନେରେଟର୍ ଲଗାଇ ଗାଁର ବାଦଲ ନାଏକ(୧୫) , ବାଇଧର ନାଏକ(୩୦) , ଶମ୍ଭୁନାଥ ନାଏକ(୧୫) ଓ ଆକାଶୀ ନାଏକ(୧୬) ଗୋଟିଏ କୋଠରୀରେ ଶୋଇଥିଲେ। ବିଳମ୍ବିତ ରାତିରେ ସମସ୍ତେ  ଶ୍ୱାସରୁଦ୍ଧ ହୋଇ […]

  • Tuesday, 13 July 2021
accident
ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯାଇଥିଲେ, ଚାପିଦେଲା ଟ୍ରକ

କଲ୍ୟାଣସିଂହପୁର: ଏମିତି ବି ଆସେ ମୃତ୍ୟୁ। ଅନ୍ୟକୁ ଉଦ୍ଧାର କରିବାକୁ ଯାଇଥିଲେ ହେଲେ ମୃତ୍ୟୁ ସେମାନଙ୍କ ହାତଧରି ଡାକିନେଲା। ଏମିତି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କାଳିଆପଡା ଘାଟିରେ।  ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।   ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଟିକିଲି ଥାନା କାଳିଆପଡ଼ା ଘାଟିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। କଳାହାଣ୍ଡିରୁ କାମ ସାରି ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଫେରୁଥିଲେ ୪ ଜଣ ଶ୍ରମିକ। […]

  • Tuesday, 13 July 2021
firing
ଗୁଳି ଫୁଟାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟି ନେଲେ ଟଙ୍କା

କଟକ: କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୩ ଜଣ ଦୁର୍ବୃତ୍ତ ଜଣେ ମହିନ୍ଦ୍ରା ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ଲକ୍ଷେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗୁଳି ମାଡ଼ର ଶିକାର ହୋଇଛନ୍ତି ଫାଇନାନ୍ସ କର୍ମଚାରୀ କିତିଶ ରଞ୍ଜନ ଭଞ୍ଜ। ସେ ନରସିଂହପୁରରୁ ଟଙ୍କା ଆଦାୟ କରି ଆଠଗଡ଼ ଫେରୁଥିଲେ। ବାଟରେ ଜେନାପଦା ମାରୁଗୋଠ ଛକ ନିକଟରେ ୩ ଜଣ ଦୁବୃର୍ତ୍ତ ତାଙ୍କୁ […]

  • Tuesday, 13 July 2021
7am-dhal-samant
ପୋଲିସ କବ୍‌ଜାରେ ଧଳସାମନ୍ତଙ୍କ ଘର, ମିଳିଲା ଏମିତି ବେଆଇନ ଜିନିଷ

କଟକ: ଡନ୍ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସ୍ ରେଡ୍ କରିଛି।  ଚଢ଼ାଉ ବେଳେ ତାଙ୍କ ଘରୁ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ମିଳିଛି। ଡି ବ୍ରଦର୍ସ ଜେଲରେ ଥାଇ ବି ଗୁଳିଗୋଳା ବ୍ୟବସାୟ କରୁଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ କମିଶନରେଟ୍ ପୋଲିସ ତାଙ୍କ ସିଡିଏ ଘରେ ଅତର୍କିତ ଚଢାଉ କରିଥିଲା । ଚଢାଉ ବେଳେ ୫୦୦ ରାଉଣ୍ଡ ଗୁଳି ଓ ୭ଟି ବନ୍ଧୁକ ଜବତ କରିଛି । ଘରର ଇଣ୍ଟରିୟର ଡିଜାଇନିଂରେ […]

  • Tuesday, 13 July 2021
odisha
ଭୁବନେଶ୍ୱରରେ ବନ୍ଧୁକ ମୁନରେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ସିକ୍ୟୁରିଟି ସୁପରଭାଇଜରଙ୍କୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଜି ଭୋର ସମୟରେ ସୁନ୍ଦରପଦା ହାଇଟେକ୍‌ ପ୍ଲାଜାର ସିକ୍ୟୁରିଟି ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ୩ ଜଣ ଦୁର୍ବୃତ୍ତ ଏକ କାର୍‌ରେ ଆସି ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ କରିନେଇଛନ୍ତି। ଅପହରଣ ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି। କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ କଲେ ତା’ର […]

  • Tuesday, 13 July 2021
heavy-rain
ଲଘୁଚାପ ପ୍ରଭାବରେ ଜୁନ୍‌ ୧୦ରୁ ପ୍ରବଳ ବର୍ଷିବ ! ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ

ଭୁବନେଶ୍ୱର: ବାତ୍ୟା ‘ଅମ୍ପନ୍‌’ ଓ ‘ନିସର୍ଗ’ ପରେ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ଆସନ୍ତାକାଲି ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁନ୍‌ ୧୦ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ନବରଙ୍ଗପୁର, କୋରାପୁଟ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ […]

  • Tuesday, 13 July 2021
students
ଚଳିତ ବର୍ଷ ସବୁ ସ୍କୁଲ୍‌ରେ ହେବ ଆଡମିଶନ୍, ସୋମବାରଠୁ ନାମଲେଖା

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ସବୁ ସ୍କୁଲ୍‌ରେ ହେବ ଆଡମିଶନ୍। କୌଣସି ବି ସ୍କୁଲ୍‌ରେ ଆଡ୍‌ମିଶନ୍‌ ବନ୍ଦ ହେବନି।  ‌ଆଜି ଏ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଗତ ବର୍ଷ ଯେଉଁ ସବୁ ସ୍କୁଲ୍‌ରେ ଆଡମିଶନ୍ ହୋଇଥିଲା, ଚଳିତ ବର୍ଷ ବି ସେହି ସବୁ ସ୍କୁଲ୍‌ରେ ଆଡମିଶନ୍ କରାଯିବ। ୨୦ରୁ କମ୍ ଉପସ୍ଥାନ ଥିବା ସ୍କୁଲ୍‌କୁ ନିକଟତର ସ୍କୁଲ ସହ ମିଶାଇବା ସହ ଏଗୁଡ଼ିକୁ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ […]

  • Tuesday, 13 July 2021
lokayukta
ପିପିଇ କିଟ୍, ମାସ୍କ କିଣା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ହେବ

ଭୁବନେଶ୍ୱର: ରାଜ୍ୟରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାର ଭିଜିଲାନ୍ସ ତଦନ୍ତ କରାଯିବ। ଏ ନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ଲୋକାୟୁକ୍ତ। ନିଜ ଫାଇଦା ପାଇଁ ଭିନ୍ନ ଉଦ୍ଦେଶ୍ୟ ରଖି ହେମନ୍ତ ଶର୍ମା ଓ ଅନ୍ୟ ସରକାରୀ ଅଧିକାରୀ କୋଭିଡ୍ ୧୯ ପାଇଁ ଉଚ୍ଚା ଦରରେ ପିପିଇ କିଟ୍, ମାସ୍କ କିଣିଛନ୍ତି କି ?  ଏହାର ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାସକ ଭିତରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି […]

  • Tuesday, 13 July 2021
matric
ସଟ୍‌ଡାଉନ୍‌ ପାଇଁ ୧୧ ଜିଲ୍ଲାରେ ମାଟ୍ରିକ୍‌ ଖାତାଦେଖା ବନ୍ଦ

ଭୁବନେଶ୍ୱର: ସଟ୍‌ଡାଉନ୍‌ ଘୋଷଣା ହୋଇଥିବା ୧୧ ଜିଲ୍ଲାରେ ଶନିବାର, ରବିବାର ମାଟ୍ରିକ୍‌ ଖାତାଦେଖା ବନ୍ଦ ହୋଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଏହି ୧୧ ଜିଲ୍ଲାରେ ଖାତା ଦେଖା ହୋଇନଥିବାବେଳେ ଆସନ୍ତାକାଲି ବି ଖାତା ଦେଖାକୁ ବାତିଲ କରାଯାଇଛି। ଜୁନ୍ ମାସ ସାରା ସଟ୍‌ଡାଉନ୍ ସମୟରେ ଖାତା ଦେଖା ବାତିଲ ହୋଇଛି। ତେବେ ଅନ୍ୟ ଜିଲ୍ଲା ଗୁଡ଼ିକରେ ମାଟ୍ରିକ ମୂଲ୍ୟାୟନ୍ ପୂର୍ବ ନିୟମ ମୁତାବକ ଜାରି ରହିବ। ଯାତାୟତ ଅସୁବିଧାକୁ […]

  • Tuesday, 13 July 2021
omfed 1
ସଟ୍‌ଡାଉନ୍‌: ଭୁବନେଶ୍ୱରରେ ଏହିସବୁ ରିଟେଲର୍‌ ଓମ୍‌ଫେଡ୍ ପ୍ରଡକ୍ଟ ହୋମ୍‌ ଡେଲିଭରି‌ କରିପାରିବେ

ଭୁବନେଶ୍ୱର: ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ଶନିବାର ଓ ରବିବାର ସଟ୍‌ଡାଉନ୍‌ ବେଳେ ଭୁବନେଶ୍ୱରରେ କେଉଁସବୁ ରିଟେଲର୍‌ ଓମ୍‌ଫେଡ୍ ପ୍ରଡକ୍ଟ ହୋମ୍‌ ଡେଲିଭରି କରିପାରିବେ ସେନେଇ ଏକ ତାଲିକା ପ୍ରକାଶ ପାଇଛି। ତାଲିକାରେ ୨୬ ଜଣ ରିଟେଲର୍‌ଙ୍କ ଠିକଣା ସହ ମୋବାଇଲ ନମ୍ବର ଜାରି ହୋଇଛି। କେବଳ ତାଲିକାରେ ସ୍ଥାନୀତ ରିଟେଲର୍‌ ହିଁ ଓମଫେଡ୍ ପ୍ରଡକ୍ଟ ହୋମ୍‌ ଡେଲିଭରି କରିପାରିବେ। ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର […]

  • Tuesday, 13 July 2021
odisha
ଦାଦା-ଖୁଡ଼ୀଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଲା ପୁତୁରା

ବଲାଙ୍ଗିର: ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ପୁତୁରା। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଟ୍ରାବେଡ଼ା ଗାଁରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟା କରିଥିବା ଯୁବକଙ୍କ ନାଁ କୁଶ ନାଗ୍‌। ମୃତକ ହେଲେ- ତ୍ରିଲୋଚନ ନାଗ୍‌ ଓ ତାଙ୍କ ପତ୍ନୀ ସୀମା ନାଗ୍‌। ଜମିଜମା ମାମଲାକୁ କେନ୍ଦ୍ର କରି କୁଶ ଦାଦା-ଖୁଡ଼ୀଙ୍କୁ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। କାଲି ରାତିରେ କୁଶ ସେମାନଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲା। […]

  • Tuesday, 13 July 2021
vlcsnap-error020
ପୋଖରୀ ଖୋଳା ବେଳେ ବୋମା ବିସ୍ଫୋରଣ

ଆସିକା: ବିଲରେ ପୋଖରୀରେ ଖୋଳା ହେଉ ଥିବାବେଳେ ଫୁଟିଲା ବୋମା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ନୂଆପଲ୍ଲୀ ଗାଁରେ ଏହି ଅଘଟଣ ଘଟିଛି। ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ କିଛି ଲୋକ ବିଲରେ କାମ କରୁଥିବା ବେଳେ ହଠାତ୍‌ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୋଲସରା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବିଲରେ କିଏ ଓ କାହିଁକି ବୋମା ଲୁଚାଇ ରଖିଥିଲା ତାହା ଜଣାପଡ଼ିନାହଁ। […]

  • Tuesday, 13 July 2021