• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mushroom
ପରିବାର ପୋଷୁଛି ଛତୁ ଚାଷ,ଗାଁରେ ଘରେ ଘରେ ସଫଳ ଛତୁ ଚାଷୀ

କାମାକ୍ଷାନଗର(ବିଦ୍ୟାଧର ବରାଳ): ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ । ଲୋକଙ୍କୁ ସ୍ୱାବଲମ୍ବୀ  କରିବା ସହ  ଗୁଜୁରାଣମେଣ୍ଟାଇ ପାରୁଛି ଛତୁ ଚାଷ । ସମଗ୍ର ଗାଁ ପାଲଟିଛି ଛତୁ ଚାଷର ସଫଳ ଗାଁ ।  ପ୍ରଥମେ ସଂଘର୍ଷ ଆଉ ଏବେ ସଫଳତାର ସ୍ୱାଦ ଚାଖିଛନ୍ତି ଗାଁ ଲୋକେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗାଁ । ଗାଁର ୬୦ ଭାଗ ଲୋକଙ୍କ ପ୍ରଧାନ ଜୀବିକା ହେଉଛି ଛତୁଚାଷ । ଖରିପ୍ ଋତୁରେ ଧାନ ଚାଷ […]

  • Tuesday, 13 July 2021
bjp
କୁଆଡ଼େ ଗଲେ ମୁଖ୍ୟମନ୍ତ୍ରୀ ? ନବୀନଙ୍କୁ ଖୋଜିବାକୁ ବାହାରିଲା ବିଜେପି, ପଛେପଛେ ଗଲା ବିଜେଡି

ଭୁବନେଶ୍ୱର: ୬ ଦିନ ହେଲା ହେଲା ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି ବିଧାନସଭା ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ତାଙ୍କୁ ଖୋଜିବା ପାଇଁ ବିଜେପି ନେତାମାନେ ହାତରେ ପ୍ଲାକାର୍ଡ ଧରି  ବିଧାନସଭାରୁ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିବାବେଳେ ବିଜେପି ସଦସ୍ୟଙ୍କ ପଛରେ ବିଜେଡି ନେତାମାନେ ମଧ୍ୟ ନବୀନ ନିବାସ ଯାତ୍ରା କରିଛନ୍ତି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ତାଙ୍କୁ ଖୋଜିବାକୁ ଯାଉଛୁ। […]

  • Tuesday, 13 July 2021
soumya ranjan patnaik
ବିଧାନସଭାକୁ ଯଦି ଚଲାଇ ପାରୁନୁ, ତା’ହେଲେ ଏଠି ରହିବା ପାଇଁ ଆମେ ଯୋଗ୍ୟ ନୁହେଁ: ସୌମ୍ୟରଞ୍ଜନ

ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଙ୍ଗରେ ଶାସକ ଦଳ ନେତାଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଆଜି ବିଧାନସଭା ଅଚଳ ହେବା ପରେ ଶାସକ ଦଳର ୫୦ରୁ ଅଧିକ ବିଧାୟକ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହ ଅଚଳ ନେଇ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିବା ବିଜେଡି ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଲୋକସେବା ଭବନରେ ଆମର ଅନ୍ୟ ବିଭାଗୀୟ କାମ ଥିଲା, […]

  • Tuesday, 13 July 2021
nilagiri
ଦ୍ୱିତୀୟ ବିବାହ ଯୋଜନା କରୁଥିବା ବେଳେ ପହଞ୍ଚିଗଲେ ସ୍ତ୍ରୀ , ଘଟଣାସ୍ଥଳରୁ ଚମ୍ପଟ ମାରିଲା ସ୍ୱାମୀ

ନୀଳଗିରି(ବିଶ୍ୱମ୍ବର ଦାସ): ସ୍ୱାମୀସ୍ତ୍ରୀର ପବିତ୍ର ସମ୍ପର୍କରେ ଧୋକାଦାରୀର କଳାଦାଗ ।  ହାତ ଧରି ସାତ ଜନମର ସାଥୀ ହେବ ବୋଲି କଥା ଦେଇଥିଲା । ହେଲେ ଅନ୍ୟ ରାଜ୍ୟରେ ସ୍ତ୍ରୀକୁ ଏକା ଛାଡ଼ି ଲୁଚିକି ବାହା ହେଉଥିଲା ସ୍ୱାମୀ । ଆଉ ଠିକ ସମୟରେ ଗାଁରେ ପହଞ୍ଚି ଯାଇଥିଲା ସ୍ତ୍ରୀ । ଫଳରେ ସ୍ୱାମୀର ଦ୍ୱିତୀୟ ବିବାହ ଯୋଜନା ଭଣ୍ଡୁର ହୋଇଛି । ନୀଳଗିରି ଥାନା ଜୁରିଆପାଟଣା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ବଡୁଆଁ ଗ୍ରାମର […]

  • Tuesday, 13 July 2021
nayagarh
ଘରଚଟିଆ ପ୍ରେମରେ ଇଞ୍ଜିନିୟର ଦମ୍ପତି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କିଚିରିମିଚିରି ଘର ଚଟିଆ। ଏ ଅଗଣାରୁ ସେ ଅଗଣାକୁ ନିର୍ଭୟରେ ବୁଲୁଛନ୍ତି। ମନ ହେଲେ ଖାଉଛନ୍ତି, ଆଉ ମନ ହେଲେ ଖେଳୁଛନ୍ତି । ବାଧା ଦେବାକୁ କେହି ନାହିଁ।  ଘର ଚଟିଆ ପ୍ରେମରେ ପଡ଼ି ତାଙ୍କ ପାଇଁ ସ୍ୱତନ୍ତ୍ର ଘର ତିଆରି କରିଛନ୍ତି ଇଞ୍ଜିନିୟର ଦମ୍ପତି । ମଣିଷର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ପ୍ରକୃତି ଉପରେ ପଡୁଛି ଏହାର ନକରାତ୍ମକ ପ୍ରଭାବ । ଯାହାଫଳରେ ଅନେକ ଜୀବଜନ୍ତୁ ପୃଥିବୀ ପୃଷ୍ଠରୁ ବୁଲୁପ୍ତ ହେଲେଣି । […]

  • Tuesday, 13 July 2021
vigilance raid
ଶ୍ୱଶୁରଙ୍କ ଲିଙ୍କ୍‌ରେ ଜ୍ୱାଇଁଙ୍କ ଘରେ ରେଡ୍‌‌

ରାୟଗଡ଼ା: ଶ୍ୱଶୁରଙ୍କ ଲିଙ୍କ୍‌ରେ ଜ୍ୱାଇଁଙ୍କ ଘରେ ଭିଜିଲାନ୍ସ ରେଡ୍। ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବୀରେନ୍ଦ୍ରଙ୍କ ବାସଭବନରେ ଚଢଉ ଜାରି ରଖିଛନ୍ତି। ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଶ୍ୱଶୁରଙ୍କ ଲିଙ୍କ୍‌ରେ ଏହି ଚଢଉ ହୋଇଥିବା ଜଣାପଡ଼ିଛି। ଖରିଆର ରେଞ୍ଜର ଥିବା ବୀରେନ୍ଦ୍ରଙ୍କ ଶ୍ୱଶୁର ସଦାନନ୍ଦ ସୁନାନୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଚଢଉ ବେଳେ […]

  • Tuesday, 13 July 2021
water crisis
ପାଣି ପାଇଁ ଚିରକୁଟି : ଅଙ୍ଗନବାଡି କର୍ମୀଙ୍କଠୁ ଚିରକୁଟ ନେଇ ନଳକୂଅରୁ ପାଣି ସଂଗ୍ରହ

ରାୟଗଡ଼ା,ଚିତ୍ରକୋଣ୍ଡା(ମନୋଜ ପାତ୍ର ରତ୍ନାକର ପ୍ରଧାନ) : ପାଣି ପାଇଁ ଚିରକୁଟି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଛଟପଟ ହେଉଥିବା ବେଳେ ରାୟଗଡ଼ା ସଦର ବ୍ଳକର ନେଲାମେଟା ଗାଁରେ ଏଭଳି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି । ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟ ନେଇ ଗ୍ରାମବାସୀ ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି । ସେପଟେ ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆର.ଏ.ସି-୧୫ ଗ୍ରାମର ଲୋକେ। ନଳକୂଅ ନିକଟରେ ମହିଳାଙ୍କ […]

  • Tuesday, 13 July 2021
brahmapur
ଆଖିରେ ଆଖିଏ ଲୁହ : ଚାରି ବର୍ଷ ପରେ ହଜି ଯାଇଥିବା ପତ୍ନୀକୁ ଫେରିପାଇଲା ସ୍ୱାମୀ

୪ ବର୍ଷ ପରେ ମହିଳାଙ୍କୁ ଫେରି ପାଇଲେ ପରିବାର ବ୍ରହ୍ମପୁର ଆସି ଅହମ୍ମଦାବାଦକୁ ଫେରାଇ ନେଲେ ମାନସିକ ସ୍ଥିତି ହରାଇ ଚାଲିଆସିଥିଲେ ଓଡ଼ିଶା ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚାରି ବର୍ଷ ପରେ ହଜି ଯାଇଥିବା ମାଆକୁ ଫେରି ପାଇଲା ପୁଅ, ପତ୍ନୀକୁ ପୁଣି ଦେଖିଲା ସ୍ୱାମୀ । ଗୁଜରାଟର ଅହମ୍ମଦାବାଦରେ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରିଛନ୍ତି ତାଙ୍କ ପରିବାର ଲୋକେ । ମହିଳାଙ୍କୁ ଫେରି ପାଇବା ପରେ ପୁଣିଥରେ ନିଜ ଘରକୁ ଫେରାଇ ନେଇଯାଇଛନ୍ତି […]

  • Tuesday, 13 July 2021
soumya-pratap
ବିଧାନସଭାରେ ସୌମ୍ୟ ପ୍ରତାପ ମୁହାଁମୁହିଁ : ପାନୀୟ ଜଳ ପ୍ରକଳ୍ପରେ ଓଡ଼ିଆଙ୍କୁ କାମ ମିଳୁନଥିବା ଅଭିଯୋଗ

  ବିଧାନସଭାରେ ମୁହାଁମୁହିଁ ଶାସକ ଦଳ ବିଧାୟକ ଓ ମନ୍ତ୍ରୀ ଠିକାଦାରଙ୍କ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ସୌମ୍ୟ ପଟ୍ଟନାୟକ ଜଳ ପ୍ରକଳ୍ପର ମାପଦଣ୍ଡ ଯୋଗୁଁ ଓଡ଼ିଆ ଠିକାଦାରଙ୍କୁ କାମ ମିଳୁନି ରାଜ୍ୟର କଣ ସମସ୍ତ ପ୍ରକଳ୍ପ ମେଗା ହେବା ଜରୁରୀ ? ସେପଟେ ଗୃହରେ ଜବାବ ରଖିଲେ ମନ୍ତ୍ରୀ ପ୍ରତାପ ଜେନା ସିଭିସିର ଗାଇଡଲାଇନ୍ ଅନୁସାରେ ଠିକା ଦିଆଯାଉଛି ମେଗା ପ୍ରକଳ୍ପରେ ଲାଗୁଥିବା ପାଇପ୍ ଓଡ଼ିଶାରେ ନିର୍ମାଣ ହେଉଛି ଜଳ ଯୋଗାଣ ଓ ଯାନ୍ତ୍ରିକ କାମ […]

  • Tuesday, 13 July 2021
mao banner
କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତା ଅବରୋଧ କଲେ ମାଓବାଦୀ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ରାଇଘର ଅଞ୍ଚଳରେ ପୁଣି ମାଓ ପୋଷ୍ଟର ଓ ବ୍ୟାନର୍‌ ଦେଖିବାକୁ ମିଳିଛି। ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ଲଢେଇ କରିବାକୁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି। କିଛି ଦିନର ବ୍ୟବଧାନ ପରେ ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ ନିକଟରେ ଏଭଳି ମାଓ ପୋଷ୍ଟର ଓ ବ୍ୟାନର୍‌ ଦେଖିବାକୁ ମିଳିଛି। ମାଓବାଦୀମାନେ ରାସ୍ତା ଉପରେ ଗଛ ପକାଇବା ସହ ଗାତ ଖୋଳିଛନ୍ତି। ଏହାସହ ମାଓବାଦୀମାନେ ଏକ କେଟଲିରେ […]

  • Tuesday, 13 July 2021
water melon
ଖରାଦିନ ସାଙ୍ଗକୁ ବଢୁଛି ତରଭୁଜର ଚାହିଦା : କେଉଁଠି ଜମୁଛି ବେପାର ଆଉ କେଉଁଠି ଚିନ୍ତାରେ ଚାଷୀ ?

ଖରାଦିନ ସାଙ୍ଗକୁ ବଢୁଛି ତରଭୁଜର ଚାହିଦା ଯାଜପୁର ରାସ୍ତା କଡ଼ରେ ଜମୁଛି ତରଭୁଜ ବେପାର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଚିନ୍ତାରେ ଚାଷୀ ତରଭୁଜ ଚାଷରେ ପୋକ ଲାଗୁଥିବାରୁ ଚିନ୍ତାରେ ଚାଷୀ ଔଷଧ ଯୋଗାଇ ଦେବାକୁ ଚାଷୀଙ୍କ ଦାବି ଆଳି,ଯାଜପୁର ( ବନମାଳୀ ସାହୁ, ଗୁଲାମ ଗସ): ଚାହିଦାରେ ତରଭୁଜ ଚାଷ । ଖରା ବଢ଼ିବା ସାଙ୍ଗକୁ ତରଭୁଜ ବେପାର ଜମି ଆସୁଥିବା ବେଳେ ରୋଗ ପୋକକୁ ନେଇ ଚିନ୍ତାରେ ଚାଷୀ । ସବୁ ପ୍ରକାର କୀଟନାଶକ ସିଞ୍ଚନ […]

  • Tuesday, 13 July 2021
OTV-Portal-metro
ଟୁଇନ୍ ସିଟିରେ ୨୦୪୧ ସୁଦ୍ଧା ଗଡ଼ି ନପାରେ ମେଟ୍ରୋ ଟ୍ରେନ୍

୨୦୧୪ରେ ହୋଇଥିବା ସର୍ଭେ ଅନୁଯାୟୀ ମେଟ୍ରୋ ପାଇଁ ନାହିଁ ଫିଜିବିଲିଟି, ବିଧାନସଭାରେ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା , ଆଉ ଥରେ ସର୍ଭେ କରିବାକୁ ଦାବି କଲେ ସୁର ...

  • Tuesday, 13 July 2021
bolangir
ନବବିବାହିତାଙ୍କ ମୁଣ୍ଡରୁ ସିନ୍ଦୁର ପୋଛିଦେଲା ହୋଲି ରଙ୍ଗ, ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଳେ ଜୀବନ ହାରିଲେ ଯୁବକ

ବଲାଙ୍ଗିର : ହୋଲି ଖେଳ ହେଲା କାଳ । ରଙ୍ଗର ପର୍ବ ହୋଲି, ଜୀବନର ସବୁ ରଙ୍ଗ ଧୋଇଦେଲା । ବାହାଘରର ମେହେନ୍ଦୀ ଲିଭିନି, ଲିଭିଗଲା ମଥାର ସିନ୍ଦୁର । ପାଦର ଅଳତା ଦାଉ ଦାଉ ହୋଇ ଜଳୁଥିବା ବେଳେ ହାତର ଶଙ୍ଖା ଭାଙ୍ଗିଗଲା। ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଲେ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ । ବିବାହର ମାତ୍ର ଏକ ମାସ ପରେ ଚୁନା ହୋଇଗଲା ସୁନାର ସଂସାର। ଏକମାତ୍ର ପୁଅକୁ ହରାଇ ପୂରା […]

  • Tuesday, 13 July 2021
school
ନୂଆ ଶିକ୍ଷା ବର୍ଷ ପାଇଁ ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି‌

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଯାଏ ସବୁ ଛାତ୍ରଛାତ୍ରୀ ପାସ୍‌ ଘୋଷଣା ପରେ ଏବେ ନୂଆ ଶିକ୍ଷା ବର୍ଷ ପାଇଁ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନୂଆ ଶିକ୍ଷା ବର୍ଷ ଆରମ୍ଭରୁ ରିଭିଜନ୍ କ୍ଲାସ୍‌ ଆରମ୍ଭ ହେବ। ଆରମ୍ଭରୁ ୨ରୁ ୩ ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ୍‌ କ୍ଲାସ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ପୁରୁଣା କ୍ଲାସ୍‌ର ପାଠ ରିଭିଜନ୍‌ କରାଯିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇଁ ସ୍କୁଲ୍‌ […]

  • Tuesday, 13 July 2021
electricity transformer explodes
ଭୁବନେଶ୍ୱରରେ ଫାଟିଲା ଟ୍ରାନ୍ସଫର୍ମର

ଭୁବନେଶ୍ୱର: ଭୁବନେଶ୍ୱରରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଫାଟି ୪ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଚନ୍ଦ୍ରଶେଖରପୁର ସ୍ଥିତ ଓମ୍‌ଫେଡ୍ ଅଫିସ୍ ଗେଟ୍ ସମ୍ମୁଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ହଠାତ୍‌ ଫାଟି ଯିବା ଫଳରେ ଏହା ନିକଟରେ ଥିବା ଏକ ଜଳଖିଆ ଦୋକାନର ମାଲିକ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଏହାସହ ଦୋକାନରେ କାମ କରୁଥିବା ଅନ୍ୟ ଦୁଇଜଣ ମଧ୍ୟ ପୋଡ଼ି ହୋଇଯାଇଛନ୍ତି। ପୋଲିସ୍‌ ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। […]

  • Tuesday, 13 July 2021
accident
ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ବସ୍‌ରେ ଥିଲେ ୩୦ରୁ ଅଧିକ ଯାତ୍ରୀ

ନବରଙ୍ଗପୁର: ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ସୋମପେଟା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟିପ୍ପର ସହ ବସ୍‌ଟି ଧକ୍କା ହେବା ଯୋଗୁ ଘଟଣାସ୍ଥଳରେ ବସ୍‌ ହେଲ୍‌ପର୍‌ଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ‘ତ୍ରିପାଠୀ’ ନାମକ ଏହି ବସ୍‌ଟି ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ସୋମପେଟା […]

  • Tuesday, 13 July 2021
arrest
ଛାତ୍ରଙ୍କୁ ମାଡ଼ ମାରି ବନ୍ଧା ହେଲେ ଟିଉସନ୍‌ ସାର୍

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ପ୍ରଶ୍ନର ସଠିକ୍ ଉତ୍ତର ‌ନଦେଇ ପାରିବାରୁ ପାଇପ୍‌ରେ ଛାତ୍ରଙ୍କୁ ଟିଉସନ୍‌ ସାର୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି‌। ଆହତ ଛାତ୍ର ଦ୍ୱୟ ତୃତୀୟ ଶ୍ରେଣୀରେ ପଢ଼ନ୍ତି। ମାଡ଼ ମାରିଥିବା ଟିଉସନ୍‌ ସାର୍‌ଙ୍କ ନାଁ ରାଜେନ୍ଦ୍ର ରାଉତ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ରବିବାର ଦିନ ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ୍‌ ରାଜେନ୍ଦ୍ର‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ମାନବାଦିତ୍ୟ ଦାସ(୯) ଓ ଅଭିଷେକ ପରିଡ଼ା(୯)ଙ୍କୁ ରାଜେନ୍ଦ୍ର ଏକ ପ୍ରଶ୍ନ ପଚାରିଥିଲେ। […]

  • Tuesday, 13 July 2021
Musician Sumant Mohanty
ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ପୁନେରୁ ଗିରଫ

ଭୁବନେଶ୍ୱର: ୨୦୦୮ରେ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ବିକ୍ରମାଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି। ପ୍ରେସ୍‌ମିଟ୍‌ରେ ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏହି ସୂଚନା ଦେଇଛନ୍ତି। ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ୨୦୦୮ରେ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ବିକ୍ରମାଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି। ସ୍ପେଶାଲ ସ୍କ୍ୱାଡ୍ ପୋଲିସ୍ ପୁନେରୁ ବିକ୍ରମାଦିତ୍ୟଙ୍କୁ ଗିରଫ କରିଛି। ସେ ପୁନେରେ ଜିମ୍ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ। ସେ ବେଳେବେଳେ […]

  • Tuesday, 13 July 2021
youth-shot-dead
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ, ଶୋଇଥିବା ବେଳେ ଯୁବକଙ୍କୁ ଗୁଳି କରି ହତ୍ୟା

ବ୍ରହ୍ମପୁର/ଗୁଣପୁର: ଗୋଟିଏପଟେ ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣି ଥିବାବେଳେ ଆଉ ଜଣେ ଯୁବକ ଶୋଇଥିବା ବେଳେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଛି। ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗାଁର ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଯୁବକ ବନ୍ଥପଲ୍ଲୀ ଗାଁ ବାଲିସାହିର ପଞ୍ଚୁ ଭୂୟାଁ। ସୂଚନା ଅନୁସାରେ, ଆଜି ସକାଳେ ପଞ୍ଚୁ ନିକଟସ୍ଥ ନାଳକୁ […]

  • Tuesday, 13 July 2021
gang raped
ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର: ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଶୁକ୍ରବାର ରାତିରେ ସମ୍ପୃକ୍ତ ମହିଳା କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବଡବିଲ ଥାନା ଅନ୍ତର୍ଗତ ରୋଇଡ଼ା ଛକ ନିକଟରେ ଡମ୍ପରରେ ଲିଫ୍ଟ ଦେଇ ଘରେ ଛାଡ଼ି ଦେବେ ବୋଲି ଡମ୍ପରର ଦୁଇ ଜଣ ଡ୍ରାଇଭର କହିଥିଲେ। କିନ୍ତୁ ଲିଫ୍ଟ ଦେବା ପରେ ଦୁର୍ବୃତ୍ତମାନେ ଡମ୍ପର ଭିତରେ ରାତି ସାରା ମହିଳାଙ୍କ […]

  • Tuesday, 13 July 2021
firing
ଯୁବକଙ୍କ ଉପରକୁ ଗୁଳିମାଡ଼ କଲେ ଅବସରପ୍ରାପ୍ତ ପ୍ରଫେସର

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଯୁବକଙ୍କ ଉପରକୁ ଗୁଳି ଚଳାଇଲେ ଅବସରପ୍ରାପ୍ତ ପ୍ରଫେସର। ବାଲେଶ୍ଵର ଗଡ଼ଗଡ଼ିଆ ଛକ ନିକଟରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ସାମାନ୍ୟ ବଚସାରୁ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ଯୁବକ ଜଣକ ଆହତ ହୋଇଛନ୍ତି। ଗୁଳିମାଡ଼ କରିଥିବା ଅବସରପ୍ରାପ୍ତ ପ୍ରଫେସରଙ୍କ ନାଁ ଲକ୍ଷ୍ମଣ ବେହେରା। ଆହତ ଯୁବକଙ୍କ ନାଁ ଆନନ୍ଦ ସିଂ। ଆନନ୍ଦ ଏକ ଇଲୋକଟୋନିକ୍ସ ଦୋକାନର ମାଲିକ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଗଡ଼ଗଡ଼ିଆ ଛକ ନିକଟରେ ଥିବା […]

  • Tuesday, 13 July 2021
Woman’s Skeleton Found In Seized Car
ଗାଡ଼ି ଭିତରୁ ମିଳିଥିଲା ମହିଳାଙ୍କ କଙ୍କାଳ, ଏବେ ମିଳିଲା ପ୍ରେମ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ ଜବତ ହୋଇଥିବା ଗାଡ଼ିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାର ତଦନ୍ତ କରିବେ ମହିଳା ଥାନାର ଜଣେ ଇନ୍ସପେକ୍ଟର। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇଛନ୍ତି। ପୋଲିସ କମିଶନର କହିଛନ୍ତି, କାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିବା ସମ୍ବେଦନଶୀଳ ଘଟଣା। ଫେବୃଆରୀ ୧୨ରେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପଦକ୍ଷେପ ନିଆ ଯାଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ମହିଳାଙ୍କର ଯକ୍ଷ୍ମାରେ ସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା […]

  • Tuesday, 13 July 2021
mother crying
ମା’ ଆଖିରେ ଲୁହ, ଲୋଡ଼ା ନାହିଁ ଏମିତି ପୁଅ

କେନ୍ଦୁଝର/ନୀଳଗିରି: ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରିଥିଲା ସେ ଆଜି ମା’କୁ ନିର୍ଯାତନା ଦେଉଥିବା ବେଳେ ଆଉ କେଉଁଠି ପୁଅ ମା’କୁ ହତ୍ୟା କରିବାକୁ ମଧ୍ୟ ପଛାଇ ନାହିଁ। କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାବାଳକ ଥିବା ବେଳେ ବାପାକୁ ହତ୍ୟା କରିଥିବା ପୁଅ ଏବେ ନିଜ ମା’କୁ ଇଟାରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଗାଢ଼ ହଟିଂ ଅଞ୍ଚଳରେ ଏହି […]

  • Tuesday, 13 July 2021