• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

police-foundation-day
’ଓଡ଼ିଶା ପୋଲିସ ସବୁ କ୍ଷେତ୍ରରେ ଆଗୁଆ’

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବୁ କ୍ଷେତ୍ରରେ ଆଗୁଆ । ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିଛି ଓଡ଼ିଶା ପୋଲିସ । ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ପୋଲିସର ପ୍ରୟାସ ପ୍ରଶଂସନୀୟ । ଓଡ଼ିଶା ପୋଲିସର ୮୬ ତମ ପ୍ରତିଷ୍ଠା ଦିବସରେ ଏପରି କହିଛନ୍ତି ପୋଲିସ ଡିଜି ଅଭୟ । ପ୍ରତିଷ୍ଠା ଦିବସ ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପରେଡ ଅଭିବାଦନ ଗ୍ରହଣ କରିଥିଲେ ପୋଲିସ ଡିଜି । ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସହିଦ ପୋଲିସ […]

  • Tuesday, 13 July 2021
jungle fire
ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ

ଜଳୁଛି ଜଙ୍ଗଲ ।  ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ଲାଗିଛି ନିଆଁ। ବାଲେଶ୍ୱର ରେମୁଣା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ଗୋବିନ୍ଦପୁର, ପଚାଶଟି, ଖମଟଣା ଗାଁରେ ପ୍ରାୟ ୮ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଗ୍ରାମବାସୀ ନିଆଁ ଆୟତ୍ତ କରିଥିବା ବେଳେ କିଛି ସ୍ଥାନରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି  । ସେହିପରି ବାଲେଶ୍ୱର ନୀଳଗିରି କୁଳଡିହା ସଂରକ୍ଷିତ ଅଭୟାରଣ୍ୟ ଦେବଗିରି ପାହାଡ଼ରେ ଦୁଇ ଦିନ […]

  • Tuesday, 13 July 2021
died
ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ରୋଡ୍ ଅଞ୍ଚଳରେ ଆଜି ଏକ ଅଘଟଣ ଘଟିଛି। ସ୍ୱେରେଜ୍‌ କାମ ଚାଲି ଥିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ‌ଆଜି ସକାଳେ ସ୍ୱେରେଜ୍‌ କାମରେ ଲାଗିଥିବା ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣ କାମ କରିବାକୁ ଭିତରକୁ ଓହ୍ଲାଇଥିଲେ। ତେବେ ଏହି ସମୟରେ କୌଣସି ଅଘଟଣ ଘଟି ଶ୍ୱାସରୁଦ୍ଧ ହୋଇଥିଲା। […]

  • Tuesday, 13 July 2021
accident
ବାଇକ୍‌ରେ ଘରକୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ଜୀବନ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଗତକାଲି ବିଳମ୍ବିତ ରାତିରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ୩ ଜଣ ହେଲେ- ଜଗନ୍ନାଥପୁର ଭୋଇସାହିର କୃଷ୍ଣଚନ୍ଦ୍ର ନାୟକ, ମୁନା ନାୟକ ଓ ଶ୍ୟାମ ସୁନ୍ଦର ସେଠୀ। ଦିଲ୍ଲୀପ ସେଠୀ ଓ ତାଙ୍କର ଜଣେ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କୃଷ୍ଣଚନ୍ଦ୍ର […]

  • Tuesday, 13 July 2021
sarapanch
ଓଡ଼ିଆ ଜାଣି ନଥିବାରୁ ପୁଣି ଜଣେ ସରପଞ୍ଚଙ୍କ ହାତରୁ ଗଲା ପଦ

ବ୍ରହ୍ମପୁର: ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ଗଞ୍ଜାମରେ ଆଉ ଜଣେ ସରପଞ୍ଚଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ଓଡ଼ିଆ ଲେଖି ପଢ଼ି ଜାଣି ନଥିବା ସହ ପ୍ରାର୍ଥୀପତ୍ର ଦାଖଲ ସମୟରେ ସରପଞ୍ଚ ଜାଲ୍‌ ଜାତିଗତ ପ୍ରମାଣ ପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍‌. ଲଷ୍ମୀଙ୍କ ସରପଞ୍ଚ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି ଛତ୍ରପୁର ସିଭିଲ ଜଜ୍। ୨୦୧୭ ମାର୍ଚ୍ଚରେ ସରପଞ୍ଚ ଏମ୍. ଲକ୍ଷ୍ମୀଙ୍କ ବିରୋଧରେ ଛତ୍ରପୁର […]

  • Tuesday, 13 July 2021
heat wave
ତାତିରେ ସିଝିବ ଓଡ଼ିଶା:୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା । ଝାଞ୍ଜି ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ଆଶଙ୍କା କରାଯାଉଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ନେଇ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା,ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲା […]

fake journalist
ଯେଉଁ ପ୍ଲାନ୍‌ରେ ଲୋକଙ୍କୁ ଠକୁଥିଲେ, ସେଇ ପ୍ଲାନ୍‌ରେ ନିଜେ ଫସିଗଲେ

ଭୁବନେଶ୍ୱର: ଯେଉଁ ପ୍ଲାନ୍‌ରେ ଲୋକଙ୍କୁ ଠକୁଥିଲେ, ସେଇ ପ୍ଲାନ୍‌ରେ ଫସିଗଲେ ଯୁବକ। ଲୋନ୍‌ କରାଇ ଦେବା ନାଁରେ ଲୋକଙ୍କୁ ଠକୁଥିବା ଜଣେ ନକଲି ସାମ୍ବାଦିକଙ୍କୁ ସହିଦ ନଗର ପୋଲିସ୍ ଗତକାଲି‌ ଗିରଫ କରିଛି। ସମ୍ପୃକ୍ତ ଯୁବକ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ନିଜକୁ ସାମ୍ବାଦିକ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ। ଏଥିରେ ତାଙ୍କୁ ୨ ଜଣ ଯୁବତୀ ମଧ୍ୟ ସାହାଯ୍ୟ କରୁଥିଲେ। ସେମାନେ ମଧ୍ୟ ଲୋକଙ୍କୁ ଠକୁଥିଲେ। ହେଲେ ସେମାନଙ୍କର ଏହି ଠକାମି ଶେଷରେ ଧରାପଡ଼ି ଯାଇଥିଲା। ସୂଚନା […]

  • Tuesday, 13 July 2021
reena
ସୀମା ସୁରକ୍ଷା ବାହିନୀରେ ଯୋଗ ଦେବାକୁ ଯୋଗ୍ୟ ବିବେଚିତ ହେଲେ ରୀନା ନାୟକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଘରେ ସାତ ବର୍ଷର ଝିଅ। କିନ୍ତୁ ମନ ଦେଶ ସେବା ପାଇଁ । ଶତ୍ରୁକୁ କଡ଼ା ଜବାବ ଦେବାକୁ ଯେପରି ପଣ କରିଛନ୍ତି। ଏଥିପାଇଁ ବିବାହର ୭ ବର୍ଷ ପରେ ବି ସବୁ ଶାରୀରିକ ଚାଲେଞ୍ଜକୁ ଅତିକ୍ରମ କରି ଭାରତୀୟ ସୀମା ସୁରକ୍ଷା ବାହିନୀରେ ଯୋଗ ଦେବାକୁ ଅଣ୍ଟା ଭିଡ଼ିଛନ୍ତି । ଆଉ ସେଥିପାଇଁ ଦିନ ରାତି କଠିନ ପରିଶ୍ରମ କରିବାରେ ଲାଗି ପଡ଼ିଛନ୍ତି । ଶ୍ୱଶୁର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ହୋଇଥିବା […]

  • Tuesday, 13 July 2021
assembly
ଶୂନ୍ୟକାଳରେ ଉଠିଲା ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରସଙ୍ଗ : ପ୍ରତ୍ୟାହାର କରିବାକୁ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଶୂନ୍ୟକାଳରେ ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରସଙ୍ଗ ଉଠାଇ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ । ଏ ନେଇ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ ବିରୋଧୀ । ତେବେ ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ । ୧୫ ମିନିଟ ପାଇଁ […]

  • Tuesday, 13 July 2021
School-Drop
ପିଲା ଅଧାରୁ ସ୍କୁଲ୍‌ ଛାଡ଼ିବା ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: ପିଲା ଅଧାରୁ ସ୍କୁଲ ଛାଡ଼ିବା ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ । ନବରଙ୍ଗପୁର ତଳକୁ ମାଲକାନଗିରି ରହିଥିବା ବେଳେ ଗଜପତି ରହିଛି ୩ୟ ସ୍ଥାନରେ । ଗତବର୍ଷ ନବରଙ୍ଗପୁରରେ ଡ୍ରପଆଉଟ ହାର ଥିଲା ୧୧.୨୧ । ଆଉ ଏବର୍ଷ ନବରଙ୍ଗପୁରରେ ଡ୍ରପଆଉଟ ହାର ରହିଛି ୧୩.୩୫% । ସେହିଭଳି ମାଲକାନଗିରିରେ ୧୩% ଓ ଗଜପତି ଜିଲ୍ଲାରେ ୯.୩୮% ଡ୍ରପଆଉଟ ହାର ରହିଛି  । ରାଜ୍ୟର ଚଳିତ ବର୍ଷ ଡ୍ରପଆଉଟ୍ ହାର ୪.୭୫ ପ୍ରତିଶତ ରହିଥିବା […]

  • Tuesday, 13 July 2021
mushroom
ପରିବାର ପୋଷୁଛି ଛତୁ ଚାଷ,ଗାଁରେ ଘରେ ଘରେ ସଫଳ ଛତୁ ଚାଷୀ

କାମାକ୍ଷାନଗର(ବିଦ୍ୟାଧର ବରାଳ): ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ । ଲୋକଙ୍କୁ ସ୍ୱାବଲମ୍ବୀ  କରିବା ସହ  ଗୁଜୁରାଣମେଣ୍ଟାଇ ପାରୁଛି ଛତୁ ଚାଷ । ସମଗ୍ର ଗାଁ ପାଲଟିଛି ଛତୁ ଚାଷର ସଫଳ ଗାଁ ।  ପ୍ରଥମେ ସଂଘର୍ଷ ଆଉ ଏବେ ସଫଳତାର ସ୍ୱାଦ ଚାଖିଛନ୍ତି ଗାଁ ଲୋକେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗାଁ । ଗାଁର ୬୦ ଭାଗ ଲୋକଙ୍କ ପ୍ରଧାନ ଜୀବିକା ହେଉଛି ଛତୁଚାଷ । ଖରିପ୍ ଋତୁରେ ଧାନ ଚାଷ […]

  • Tuesday, 13 July 2021
bjp
କୁଆଡ଼େ ଗଲେ ମୁଖ୍ୟମନ୍ତ୍ରୀ ? ନବୀନଙ୍କୁ ଖୋଜିବାକୁ ବାହାରିଲା ବିଜେପି, ପଛେପଛେ ଗଲା ବିଜେଡି

ଭୁବନେଶ୍ୱର: ୬ ଦିନ ହେଲା ହେଲା ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି ବିଧାନସଭା ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ତାଙ୍କୁ ଖୋଜିବା ପାଇଁ ବିଜେପି ନେତାମାନେ ହାତରେ ପ୍ଲାକାର୍ଡ ଧରି  ବିଧାନସଭାରୁ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିବାବେଳେ ବିଜେପି ସଦସ୍ୟଙ୍କ ପଛରେ ବିଜେଡି ନେତାମାନେ ମଧ୍ୟ ନବୀନ ନିବାସ ଯାତ୍ରା କରିଛନ୍ତି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ତାଙ୍କୁ ଖୋଜିବାକୁ ଯାଉଛୁ। […]

  • Tuesday, 13 July 2021
soumya ranjan patnaik
ବିଧାନସଭାକୁ ଯଦି ଚଲାଇ ପାରୁନୁ, ତା’ହେଲେ ଏଠି ରହିବା ପାଇଁ ଆମେ ଯୋଗ୍ୟ ନୁହେଁ: ସୌମ୍ୟରଞ୍ଜନ

ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଙ୍ଗରେ ଶାସକ ଦଳ ନେତାଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଆଜି ବିଧାନସଭା ଅଚଳ ହେବା ପରେ ଶାସକ ଦଳର ୫୦ରୁ ଅଧିକ ବିଧାୟକ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହ ଅଚଳ ନେଇ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିବା ବିଜେଡି ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଲୋକସେବା ଭବନରେ ଆମର ଅନ୍ୟ ବିଭାଗୀୟ କାମ ଥିଲା, […]

  • Tuesday, 13 July 2021
nilagiri
ଦ୍ୱିତୀୟ ବିବାହ ଯୋଜନା କରୁଥିବା ବେଳେ ପହଞ୍ଚିଗଲେ ସ୍ତ୍ରୀ , ଘଟଣାସ୍ଥଳରୁ ଚମ୍ପଟ ମାରିଲା ସ୍ୱାମୀ

ନୀଳଗିରି(ବିଶ୍ୱମ୍ବର ଦାସ): ସ୍ୱାମୀସ୍ତ୍ରୀର ପବିତ୍ର ସମ୍ପର୍କରେ ଧୋକାଦାରୀର କଳାଦାଗ ।  ହାତ ଧରି ସାତ ଜନମର ସାଥୀ ହେବ ବୋଲି କଥା ଦେଇଥିଲା । ହେଲେ ଅନ୍ୟ ରାଜ୍ୟରେ ସ୍ତ୍ରୀକୁ ଏକା ଛାଡ଼ି ଲୁଚିକି ବାହା ହେଉଥିଲା ସ୍ୱାମୀ । ଆଉ ଠିକ ସମୟରେ ଗାଁରେ ପହଞ୍ଚି ଯାଇଥିଲା ସ୍ତ୍ରୀ । ଫଳରେ ସ୍ୱାମୀର ଦ୍ୱିତୀୟ ବିବାହ ଯୋଜନା ଭଣ୍ଡୁର ହୋଇଛି । ନୀଳଗିରି ଥାନା ଜୁରିଆପାଟଣା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ବଡୁଆଁ ଗ୍ରାମର […]

  • Tuesday, 13 July 2021
nayagarh
ଘରଚଟିଆ ପ୍ରେମରେ ଇଞ୍ଜିନିୟର ଦମ୍ପତି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କିଚିରିମିଚିରି ଘର ଚଟିଆ। ଏ ଅଗଣାରୁ ସେ ଅଗଣାକୁ ନିର୍ଭୟରେ ବୁଲୁଛନ୍ତି। ମନ ହେଲେ ଖାଉଛନ୍ତି, ଆଉ ମନ ହେଲେ ଖେଳୁଛନ୍ତି । ବାଧା ଦେବାକୁ କେହି ନାହିଁ।  ଘର ଚଟିଆ ପ୍ରେମରେ ପଡ଼ି ତାଙ୍କ ପାଇଁ ସ୍ୱତନ୍ତ୍ର ଘର ତିଆରି କରିଛନ୍ତି ଇଞ୍ଜିନିୟର ଦମ୍ପତି । ମଣିଷର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ପ୍ରକୃତି ଉପରେ ପଡୁଛି ଏହାର ନକରାତ୍ମକ ପ୍ରଭାବ । ଯାହାଫଳରେ ଅନେକ ଜୀବଜନ୍ତୁ ପୃଥିବୀ ପୃଷ୍ଠରୁ ବୁଲୁପ୍ତ ହେଲେଣି । […]

  • Tuesday, 13 July 2021
vigilance raid
ଶ୍ୱଶୁରଙ୍କ ଲିଙ୍କ୍‌ରେ ଜ୍ୱାଇଁଙ୍କ ଘରେ ରେଡ୍‌‌

ରାୟଗଡ଼ା: ଶ୍ୱଶୁରଙ୍କ ଲିଙ୍କ୍‌ରେ ଜ୍ୱାଇଁଙ୍କ ଘରେ ଭିଜିଲାନ୍ସ ରେଡ୍। ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବୀରେନ୍ଦ୍ରଙ୍କ ବାସଭବନରେ ଚଢଉ ଜାରି ରଖିଛନ୍ତି। ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଶ୍ୱଶୁରଙ୍କ ଲିଙ୍କ୍‌ରେ ଏହି ଚଢଉ ହୋଇଥିବା ଜଣାପଡ଼ିଛି। ଖରିଆର ରେଞ୍ଜର ଥିବା ବୀରେନ୍ଦ୍ରଙ୍କ ଶ୍ୱଶୁର ସଦାନନ୍ଦ ସୁନାନୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଚଢଉ ବେଳେ […]

  • Tuesday, 13 July 2021
water crisis
ପାଣି ପାଇଁ ଚିରକୁଟି : ଅଙ୍ଗନବାଡି କର୍ମୀଙ୍କଠୁ ଚିରକୁଟ ନେଇ ନଳକୂଅରୁ ପାଣି ସଂଗ୍ରହ

ରାୟଗଡ଼ା,ଚିତ୍ରକୋଣ୍ଡା(ମନୋଜ ପାତ୍ର ରତ୍ନାକର ପ୍ରଧାନ) : ପାଣି ପାଇଁ ଚିରକୁଟି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଛଟପଟ ହେଉଥିବା ବେଳେ ରାୟଗଡ଼ା ସଦର ବ୍ଳକର ନେଲାମେଟା ଗାଁରେ ଏଭଳି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି । ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟ ନେଇ ଗ୍ରାମବାସୀ ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି । ସେପଟେ ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆର.ଏ.ସି-୧୫ ଗ୍ରାମର ଲୋକେ। ନଳକୂଅ ନିକଟରେ ମହିଳାଙ୍କ […]

  • Tuesday, 13 July 2021
brahmapur
ଆଖିରେ ଆଖିଏ ଲୁହ : ଚାରି ବର୍ଷ ପରେ ହଜି ଯାଇଥିବା ପତ୍ନୀକୁ ଫେରିପାଇଲା ସ୍ୱାମୀ

୪ ବର୍ଷ ପରେ ମହିଳାଙ୍କୁ ଫେରି ପାଇଲେ ପରିବାର ବ୍ରହ୍ମପୁର ଆସି ଅହମ୍ମଦାବାଦକୁ ଫେରାଇ ନେଲେ ମାନସିକ ସ୍ଥିତି ହରାଇ ଚାଲିଆସିଥିଲେ ଓଡ଼ିଶା ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚାରି ବର୍ଷ ପରେ ହଜି ଯାଇଥିବା ମାଆକୁ ଫେରି ପାଇଲା ପୁଅ, ପତ୍ନୀକୁ ପୁଣି ଦେଖିଲା ସ୍ୱାମୀ । ଗୁଜରାଟର ଅହମ୍ମଦାବାଦରେ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରିଛନ୍ତି ତାଙ୍କ ପରିବାର ଲୋକେ । ମହିଳାଙ୍କୁ ଫେରି ପାଇବା ପରେ ପୁଣିଥରେ ନିଜ ଘରକୁ ଫେରାଇ ନେଇଯାଇଛନ୍ତି […]

  • Tuesday, 13 July 2021
soumya-pratap
ବିଧାନସଭାରେ ସୌମ୍ୟ ପ୍ରତାପ ମୁହାଁମୁହିଁ : ପାନୀୟ ଜଳ ପ୍ରକଳ୍ପରେ ଓଡ଼ିଆଙ୍କୁ କାମ ମିଳୁନଥିବା ଅଭିଯୋଗ

  ବିଧାନସଭାରେ ମୁହାଁମୁହିଁ ଶାସକ ଦଳ ବିଧାୟକ ଓ ମନ୍ତ୍ରୀ ଠିକାଦାରଙ୍କ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ସୌମ୍ୟ ପଟ୍ଟନାୟକ ଜଳ ପ୍ରକଳ୍ପର ମାପଦଣ୍ଡ ଯୋଗୁଁ ଓଡ଼ିଆ ଠିକାଦାରଙ୍କୁ କାମ ମିଳୁନି ରାଜ୍ୟର କଣ ସମସ୍ତ ପ୍ରକଳ୍ପ ମେଗା ହେବା ଜରୁରୀ ? ସେପଟେ ଗୃହରେ ଜବାବ ରଖିଲେ ମନ୍ତ୍ରୀ ପ୍ରତାପ ଜେନା ସିଭିସିର ଗାଇଡଲାଇନ୍ ଅନୁସାରେ ଠିକା ଦିଆଯାଉଛି ମେଗା ପ୍ରକଳ୍ପରେ ଲାଗୁଥିବା ପାଇପ୍ ଓଡ଼ିଶାରେ ନିର୍ମାଣ ହେଉଛି ଜଳ ଯୋଗାଣ ଓ ଯାନ୍ତ୍ରିକ କାମ […]

  • Tuesday, 13 July 2021
mao banner
କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରାସ୍ତା ଅବରୋଧ କଲେ ମାଓବାଦୀ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ରାଇଘର ଅଞ୍ଚଳରେ ପୁଣି ମାଓ ପୋଷ୍ଟର ଓ ବ୍ୟାନର୍‌ ଦେଖିବାକୁ ମିଳିଛି। ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ଲଢେଇ କରିବାକୁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି। କିଛି ଦିନର ବ୍ୟବଧାନ ପରେ ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ ନିକଟରେ ଏଭଳି ମାଓ ପୋଷ୍ଟର ଓ ବ୍ୟାନର୍‌ ଦେଖିବାକୁ ମିଳିଛି। ମାଓବାଦୀମାନେ ରାସ୍ତା ଉପରେ ଗଛ ପକାଇବା ସହ ଗାତ ଖୋଳିଛନ୍ତି। ଏହାସହ ମାଓବାଦୀମାନେ ଏକ କେଟଲିରେ […]

  • Tuesday, 13 July 2021
water melon
ଖରାଦିନ ସାଙ୍ଗକୁ ବଢୁଛି ତରଭୁଜର ଚାହିଦା : କେଉଁଠି ଜମୁଛି ବେପାର ଆଉ କେଉଁଠି ଚିନ୍ତାରେ ଚାଷୀ ?

ଖରାଦିନ ସାଙ୍ଗକୁ ବଢୁଛି ତରଭୁଜର ଚାହିଦା ଯାଜପୁର ରାସ୍ତା କଡ଼ରେ ଜମୁଛି ତରଭୁଜ ବେପାର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଚିନ୍ତାରେ ଚାଷୀ ତରଭୁଜ ଚାଷରେ ପୋକ ଲାଗୁଥିବାରୁ ଚିନ୍ତାରେ ଚାଷୀ ଔଷଧ ଯୋଗାଇ ଦେବାକୁ ଚାଷୀଙ୍କ ଦାବି ଆଳି,ଯାଜପୁର ( ବନମାଳୀ ସାହୁ, ଗୁଲାମ ଗସ): ଚାହିଦାରେ ତରଭୁଜ ଚାଷ । ଖରା ବଢ଼ିବା ସାଙ୍ଗକୁ ତରଭୁଜ ବେପାର ଜମି ଆସୁଥିବା ବେଳେ ରୋଗ ପୋକକୁ ନେଇ ଚିନ୍ତାରେ ଚାଷୀ । ସବୁ ପ୍ରକାର କୀଟନାଶକ ସିଞ୍ଚନ […]

  • Tuesday, 13 July 2021
OTV-Portal-metro
ଟୁଇନ୍ ସିଟିରେ ୨୦୪୧ ସୁଦ୍ଧା ଗଡ଼ି ନପାରେ ମେଟ୍ରୋ ଟ୍ରେନ୍

୨୦୧୪ରେ ହୋଇଥିବା ସର୍ଭେ ଅନୁଯାୟୀ ମେଟ୍ରୋ ପାଇଁ ନାହିଁ ଫିଜିବିଲିଟି, ବିଧାନସଭାରେ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା , ଆଉ ଥରେ ସର୍ଭେ କରିବାକୁ ଦାବି କଲେ ସୁର ...

  • Tuesday, 13 July 2021
bolangir
ନବବିବାହିତାଙ୍କ ମୁଣ୍ଡରୁ ସିନ୍ଦୁର ପୋଛିଦେଲା ହୋଲି ରଙ୍ଗ, ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଳେ ଜୀବନ ହାରିଲେ ଯୁବକ

ବଲାଙ୍ଗିର : ହୋଲି ଖେଳ ହେଲା କାଳ । ରଙ୍ଗର ପର୍ବ ହୋଲି, ଜୀବନର ସବୁ ରଙ୍ଗ ଧୋଇଦେଲା । ବାହାଘରର ମେହେନ୍ଦୀ ଲିଭିନି, ଲିଭିଗଲା ମଥାର ସିନ୍ଦୁର । ପାଦର ଅଳତା ଦାଉ ଦାଉ ହୋଇ ଜଳୁଥିବା ବେଳେ ହାତର ଶଙ୍ଖା ଭାଙ୍ଗିଗଲା। ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଲେ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ । ବିବାହର ମାତ୍ର ଏକ ମାସ ପରେ ଚୁନା ହୋଇଗଲା ସୁନାର ସଂସାର। ଏକମାତ୍ର ପୁଅକୁ ହରାଇ ପୂରା […]

  • Tuesday, 13 July 2021
school
ନୂଆ ଶିକ୍ଷା ବର୍ଷ ପାଇଁ ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି‌

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଯାଏ ସବୁ ଛାତ୍ରଛାତ୍ରୀ ପାସ୍‌ ଘୋଷଣା ପରେ ଏବେ ନୂଆ ଶିକ୍ଷା ବର୍ଷ ପାଇଁ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନୂଆ ଶିକ୍ଷା ବର୍ଷ ଆରମ୍ଭରୁ ରିଭିଜନ୍ କ୍ଲାସ୍‌ ଆରମ୍ଭ ହେବ। ଆରମ୍ଭରୁ ୨ରୁ ୩ ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ୍‌ କ୍ଲାସ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ପୁରୁଣା କ୍ଲାସ୍‌ର ପାଠ ରିଭିଜନ୍‌ କରାଯିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇଁ ସ୍କୁଲ୍‌ […]

  • Tuesday, 13 July 2021