ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ, କ୍ୱାରେଣ୍ଚଟିନରୁ ୧୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ପୂର୍ବଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ସତ ହେଲେ ଏବେବି ପିଛା ଛାଡିନାହିଁ ଭୟ।
ବନାଟି ଗୁରୁ ରାମଚନ୍ଦ୍ର ସୁଆରଙ୍କର ୬୨ବର୍ଷରେ ହୃଦଘାତରେ ଦେହାନ୍ତ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତେବେ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା। ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା।
ଜୀବନ ସହ ଖେଳ। କିଡନି ଯୋଗାଇ ଦେବାକୁ କହି ସାଢେ ୫ ଲକ୍ଷ ଟଙ୍କା ଲୁଟିଥିବା ଯୁବକ ଗିରଫ ହୋଇଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ, ଗିରଫ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନୂଆପଡ଼ା ଅଞ୍ଚଳର ହିମାଂଶୁ ଭୂଷଣ ନନ୍ଦ। ୨୦୧୯ ମସିହା ଏପ୍ରିଲ ମାସ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲା ରୁପ୍ସା ରାଉତପଡ଼ାର ପ୍ରତାପ ଚନ୍ଦ୍ର ମିଶ୍ରଙ୍କର କିଡନି ଆବଶ୍ୟକ ଥିଲା।
ପୁରୀବାସୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷଠାରୁ ହିଁ ପୁରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ। ମିଳିଥିବା ସୂଚନା ଅନୁସାରେ, ମାତ୍ର ଶହେଟି ସିଟରେ ଆଡମିଶନ ପାଇଁ ଅନୁମତି ମିଳିଛି। ଏଣୁ ଚଳିତ ବର୍ଷରୁ ପାଠପଢ଼ା ଆରମ୍ଭ ହେବ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି।
ଭୁବନେଶ୍ୱର: ମୟୂରଭଞ୍ଜରେ ବିଜୁ ବାବୁଙ୍କୁ ଅସମ୍ମାନ ଅଭିଯୋଗ ଘଟଣାରେ ଦୁଇ ଦଳ ମଧ୍ୟରେ ଚାଲିଲା ଟ୍ୱିଟର ୱାର। ଘଟଣାକୁ ନେଇ ବିଜେଡି ବିଧାୟକ(ଯାଜପୁର) ପ୍ରଣବ ପ୍ରକାଶ ଦାସଙ୍କୁ ଟ୍ୱିଟରରେ ଜବାବ ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଟ୍ୱିଟରରେ ଉଲ୍ଲେଖ କରି କହିଛନ୍ତି ଯେ, ଦୁର୍ନୀତି ମୁଖା ଖୋଲିବା ପରେ ହିଂସ୍ର ହୋଇ ଉଠୁଛି ବିଜୁ ଜନତା ଦଳ। ବିଜୁ ବାବୁଙ୍କୁ ସମ୍ମାନ ନାଁରେ ବିଜେଡି ଭଡ଼ାଟିଆ ଗୁଣ୍ଡା ଲଗେଇ ପ୍ରତିଷ୍ଠିତ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର […]
ଚିତ୍ରକୋଣ୍ଡା: (ରିପୋର୍ଟ- ରତ୍ନାକର ପ୍ରଧାନ)ପୋଲିସ ଲୋଗୋ ଲଗାଇ ଗଂଜେଇ ଚୋରା ଚାଲାଣ। ପୋଲିସ ଡ୍ରେସ୍ ପିନ୍ଧି ଗାଡ଼ିରେ ପୋଲିସ ଲୋଗୋ ଲଗାଇ ଏଭଳି ଅଭିନବ ଉପାୟରେ ଗଂଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ଅଭିଯୁକ୍ତ। ମାଲକାନଗିରି ଓରକେଲ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତମାନେ ହେଲେ ରାଜୁ ଖରିଫା, ରାଜୀବ କୁମାର ଓ ଆକାଶ କୁମାର। ଦୁଇ […]
"ଭାରତୀୟ ଜନତା ପାର୍ଟି ଅନ୍ୟ ରାଜନୈତିକ ଦଳ ଠାରୁ ଭିନ୍ନ ହୁକୁୁମ ଚଳାଇବା ପାଇଁ ନୁହେଁ, ବରଂ ଲୋକଙ୍କ ସେବା କରିବା ପାଇଁ ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି"। ତେବେ ନିଜର ବ୍ରହ୍ମପୁରର ଗସ୍ତରେ ଆବସରରେ ଦଳୀୟ କର୍ମୀଙ୍କୁ କିଛି ଏପରି ସମ୍ବୋଧନ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ।
କଟକ: ଆଠଗଡରେ ପୋଲିସ ଉପରକୁ ବୋମାମାଡରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ବେଳେ ଏପରି ଉତ୍ତେଜନା ପ୍ରକାଶ ପାଇଥିବା ନେଇ ସୂଚନା ରହିଛି। ତେବେ ଖୁଣ୍ଟୁଣି ଥାନା ଡ଼ାଳଭାବ ଗାଁରେ ପୋଲିସ ଉପରକୁ ବୋମାମାଡ ହୋଇଛି। ପ୍ରକାଶଯୋଗ୍ୟ, ଯେଉଁମାନଙ୍କ ଜମି ଉପରେ ଟାୱାର ଲାଇନ ଟଣା ହେଉଥିଲା ସେମାନେ କ୍ଷତିପୂରଣ ମାଗିଥିଲେ। ବିନା କ୍ଷତିପୂରଣରେ କେମିତି ତାର ଟଣାଯିବ ସେନେଇ ପ୍ରଶ୍ନ କରିଥିଲେ ଚାଷୀ? #ଆଠଗଡ଼: ପୋଲିସ […]
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ ହିଂସାକାଣ୍ଡ ବଢି ଚାଲିଛି। ଯେଉଁ ସଂଖ୍ୟାରେ ହିଂସା ବଢୁଛି, ତାହା ତୁଳନାରେ ଦଣ୍ଡ କମ୍ ହେଉଛି- ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟୟ ସ୍ଥିତିକୁ ଦେଖି ଉଦ୍ବେଗ ପ୍ରକାଶ କରିବା ସହ ବିଜେପି କର୍ମୀ ବେଶୀ ଆକ୍ରମଣର ଶିକାର ହେଉଥିବା ସେ ଅଭିଯୋଗ ଆଣିଛନ୍ତି। ଏ ନେଇ ଡିଜିପିଙ୍କୁ ତଥ୍ୟ ସମ୍ବଳିତ ଚିଠି ଲେଖିଛନ୍ତି ସାଂସଦ । ଚିଠିରେ ସେ ଉଲ୍ଲେଖ କରିଛନ୍ତି […]
କଟକ : ରାସ୍ତା ଉପରେ ଭିଏଲଡବ୍ଲୁଙ୍କୁ ଘୋଷାରି ଘୋଷାରି ପିଟିଲେ ମହିଳା। କିଛି ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବଜାରରେ। ମିଳିଥିବା ସୂଚନା ଅନୁସାରେ, ନିଆଳି ପଞ୍ଚାୟତର ୧୦ ନମ୍ବର ଓ୍ୱାର୍ଡର ପୂର୍ବତନ ଓ୍ୱାର୍ଡ ସଭ୍ୟା ହାଜୋ ବିବି ପୂର୍ବତନ ଭିଏଲଡବ୍ଲୁ ତ୍ରିଲୋଚନ ସାହୁଙ୍କୁ ଘୋଷାରି ଘୋଷାରି ବିଚ୍ ରାସ୍ତାରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ପୂର୍ବତନ ଭିଏଲଡବ୍ଲୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଆବାସ ଯୋଜନା ନ ଦେବା ଯୋଗୁଁ […]
ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି। ରାଜ୍ୟର ବିଭିନ୍ନ ଥାନା ଓ ଏସପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ଦଳ।
ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ନେତା ପ୍ରକାଶ ମିଶ୍ର। କହିଲେ, ଲୋକଙ୍କ ଆଗରେ ଏବେ କାହାଣୀ ପ୍ରସ୍ତୁତ କରାଯାଉଛି।
ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ କଟକ ନୃର୍ତ୍ତାଙ୍ଗରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ। କହିଲେ, ଦୁର୍ନୀତିରେ ବୁଡ଼ି ରହିଛି ଏଠାକାର ରାଜ୍ୟ ସରକାର ।
ଫୁଲ ଚାଷ ସାଜିଛି ରୋଜଗାରର ପ୍ରମୁଖ ମାଧ୍ୟମ। ଫୁଲ ଚାଷ କରି ପରିବାର ପ୍ରତିିପୋଷଣ କରୁଛନ୍ତିି ବାଲେଶ୍ୱର ଏବଂ ଆସିକାରେ ୨ ଫୁଲ ଚାଷୀ। ତେବେ ନିଜେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ପରେ ଅନ୍ୟମାନଙ୍କୁ ମଧ୍ୟ ଫୁଲ ଚାଷ କରିବାକୁ ପରାମର୍ଶ ଦେଉଛନ୍ତି
ସେପଟେ, ପୁରୀ ସିଦ୍ଧ ମହାବୀର ଫ୍ଲାଏ ଓଭର ର୍ନିମାଣ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ସମ୍ବିତ ପାତ୍ର। ବହୁ ଦିନରୁ ପୁରୀ କୋଣାର୍କ ଜାତୀୟ ରାଜପଥରେ ସିଦ୍ଧ ମହାବୀର ଫ୍ଲାଏ ଓଭର ବ୍ରିଜ ର୍ନିମାଣ ପାଇଁ ଦାବି ହୋଇଆସୁଛି।
ଆସନ୍ତାକାଲିଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିବାକୁ ଯାଉଛି। କୋଭିଡ ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ। ଛାତ୍ରାଛାତ୍ରୀ, ଅଭିଭାବକ ସମସ୍ତେ ଏସଓପି ମାନିବା ବାଧ୍ୟତାମୂଳକ କରାଯାଇଛି।
ଭୁବନେଶ୍ୱର: ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ ଅଭିଯୋଗରେ ଆସିଲା ନୂଆ ତଥ୍ୟ। ଘଟଣା ପଛରେ ବାହ୍ୟ ଶତ୍ରୁଙ୍କ ହାତ ଥାଇପାରେ ବୋଲି କହିଲେ ତପନ ମିଶ୍ର। ଓଟିଭିକୁ ଫୋନରେ ସାକ୍ଷାତକାର ଦେବା ସମୟରେ ଏମିତି କହିଲେ ତପନ। କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାହ୍ୟ ଶତ୍ରୁଙ୍କ ସହ ଅନୁଷ୍ଠାନ ଭିତରର ଲୋକ ସଂଶ୍ଳିଷ୍ଟ ଥାଇପାରନ୍ତି। ଯଦି ଅନୁଷ୍ଠାନ ମଧ୍ୟରେ କାମ କରୁଥିବା ଲୋକ ନଥାନ୍ତେ […]
ଭୁବନେଶ୍ୱର: ଓଡ଼ିଶା ଲଲିତକଳା ଏକାଡେମୀର ୨୦୨୦-୨୧ ମସିହା ଲାଗି ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କଳାକୃତି କ୍ଷେତ୍ରରେ ଏଥର ୮ ଜଣଙ୍କୁ ଏହି ପୁରସ୍କାର ମିଳିବ। ଚଳିତବର୍ଷ ୩୯ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ୫୧୫ ଜଣ ଶିଳ୍ପୀମାନଙ୍କଠାରୁ ୮୨୯ ଗୋଟି କଳାକୃତିର ଫଟୋଗ୍ରାଫ୍ ଗ୍ରହଣ କରାଯାଇଥିଲା। ଏହାପରେ ପ୍ରଥମ ପର୍ଯ୍ୟାୟ ବିଚାରକ ମଣ୍ଡଳୀଙ୍କ ସୁପାରିଶ କ୍ରମେ ୨୩୭ ଜଣ ଶିଳ୍ପୀ ସେମାନଙ୍କର କଳାକୃତିକୁ ଏକାଡେମୀ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ତନ୍ମଧ୍ୟରୁ ୮ ଜଣ ଶିଳ୍ପୀଙ୍କୁ […]
ଦଳରୁ ଅଲଗା ହୋଇଥିଲା ହେଲେ ନୂଆ ଠିକଣାରେ ମିଳିଲେ ନୂଆ ବନ୍ଧୁ। କୁନି ହାତୀ ପଦ୍ମାକୁ ମିଳିଛି ଏବେ ନୂଆ ପରିବାର। ଢେଙ୍କାନାଳ କପିଳାସ ହାତୀ ଉଦ୍ୟାନରେ ପଦ୍ମା ହାତୀ ଏବେ ଅନ୍ୟ ବଡ଼ ହାତୀଙ୍କ ସହ ମିଶିଛି। ଏକାଠି ରହୁଛି, ଖାଉଛି ଏବଂ ବୁଲୁଛି ମଧ୍ୟ। ସେହିପରି ଉଦ୍ୟାନରେ ଥିବା ଅନ୍ୟ ହାତୀ ବି ପଦ୍ମାକୁ ଦଳରେ ମିଶାଇବା ପରେ ବେଶ ଖୁସ୍ ଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱର: ଟିକା ନିର୍ମାଣ କମ୍ପାନିରୁ ସିଧା ଓଡ଼ିଶା ଆସିବ କରୋନା ଟିକା। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ। ଟିକା ପହଞ୍ଚିବା ପରେ ଏହାକୁ ଷ୍ଟେଟ୍ ଭ୍ୟାକ୍ସିନ ଷ୍ଟୋରରେ ରଖାଯିବ। ଏଠାରୁ ବିଭିନ୍ନ ଜିଲ୍ଲାରେ ଥିବା ଭ୍ୟାକ୍ସିନ ଷ୍ଟୋରକୁ ପଠାଯିବ। ରାଜ୍ୟରେ ଯାହା ସରଞ୍ଜାମ ରହିଛି ତାହା ଟିକାକରଣ ପାଇଁ ଯଥେଷ୍ଟ ବୋଲି ସେ ସୂଚନା ଦେଇଛନ୍ତି। ଏହାସହ ରାଜ୍ୟରେ ଡାଟାବେସ୍ ଅନୁସାରେ ଟିକା ମଗାଯାଇଛି। ତେବେ କେତେ ଟିକା ପଠାଇବେ […]
ନୟାଗଡ: (ଆର୍ତ୍ତତ୍ରାଣ ପ୍ରଧାନ)ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ବାଳସୁଧାର ଗୃହକୁ ଆଜି ପଠାଇ ଦିଆଯାଇଛି । ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର ପରେ ଅଭିଯୁକ୍ତକୁ ଅନୁଗୁଳ ବାଳସୁଧାର ଗୃହକୁ ଅଣାଯାଇଛି। ତେବେ ଅଭିଯୁକ୍ତର ନାର୍କୋ ଟେଷ୍ଟ ଆବେଦନର ଶୁଣାଣି ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହେବ। ଏହାର ଶୁଣାଣି ଆସନ୍ତା ୮ ତାରିଖରେ ହେବ ବୋଲି ସୂଚନା ରହିଛି। ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଗତକାଲି ନୟାଗଡ଼ ପକ୍ସୋ କୋର୍ଟ ନାବାଳକ ଦର୍ଶାଇଥିଲେ। […]
ଖୋର୍ଦ୍ଧା: ପୁଣି ବ୍ୟାପୁଛି କି ବାର୍ଡ ଫ୍ଲୁ? ମିଳିଥିବା ସୂଚନା ଅନୁସାରେ, ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ପଦକ୍ଷେପ ନେଲା ପ୍ରାଣୀଧନ ବିଭାଗ। ଚିଲିକାରୁ ପାଖାପାଖି ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଲା ପ୍ରାଣୀଧନ ବିଭାଗ। ଏହାସହ ଚିଲିକାରୁ ପକ୍ଷୀ ସାମ୍ପଲ ସହ OUATକୁ କୁକୁଡ଼ାଙ୍କ ସାମ୍ପଲ ପଠାଗଲା। କେବଳ ଏତିକି ନୁହେଁ ବରଂ ଫୁଲନଖରା ପଶୁରୋଗ ଗବେଷଣା ପ୍ରତିଷ୍ଠାନ ବି ସାମ୍ପଲ ଯାଇଥିବା ନେଇ ସୂଚନା ମିଳିଛି। ପରେ ଚିଲିକା […]
ଭୁବନେଶ୍ୱର: ୟୁନୟନ ପବ୍ଲିକ ସର୍ଭିସ କମିଶନ(UPSC) ପକ୍ଷରୁ ସିଭିଲ ସର୍ଭିସ ୨୦୧୯ର ରିଜର୍ଭ ଲିଷ୍ଟ ଅନୁସାରେ ୮୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ୨୦୨୧ ଜାନୁଆରୀ ୪ ତାରିଖ UPSC ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକାରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ସାନ ଝିଅ ଅଞ୍ଜଳି ବିର୍ଲା ଅଛନ୍ତି। ଏହାର ପ୍ରିଲିମନାରୀ ପରୀକ୍ଷା ୨୦୧୯ ଜୁନ ୪ ତାରିଖ ହୋଇଥିଲା ଓ ମେନ ପରୀକ୍ଷା ୨୦୧୯ ସେପ୍ଟେମ୍ବର ୨୦ରେ ହୋଇଥିଲା। ଏହାର ଫଳାଫଳ ଅଗଷ୍ଟ […]
ବ୍ରହ୍ମପୁରରେ ଉଦଘାଟିତ ହୋଇଛି ବହୁ ପ୍ରତିକ୍ଷିତ ରାମଲିଙ୍ଗେଶ୍ୱର ପାର୍କ। ଶହେ ବର୍ଷ ପୁରୁଣା ପୋଖରୀ ପଙ୍କ କାଦୁଅରେ ଭର୍ତ୍ତି ହୋଇ ରହିଥିଲା ଏହି ଜଳାଶୟ। ତେବେ ଗତ ୪ ବର୍ଷ ଧରି ଏହାର ପୁନଃରୁଦ୍ଧାର ପରେ ଏବେ ମିଳିଛି ନୂତନ ପରିଚୟ।
ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାକୁ ନେଇ ପୁଣି ଆସିଲା ନୂଆ ଟ୍ୱିଷ୍ଟ। ପୂରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ। କୋର୍ଟରେ ହାଜର ହୋଇ ବାହାରିବା ପରେ କହିଲେ, ମତେ ଫସାଇ ଦିଆଯାଉଛି। କେବଳ ଏତିକି ନୁହେଁ ବରଂ ଏସଆଇଟି ତାଙ୍କୁ ମାଡ ମାରିଥିବା ନେଇ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ସରୋଜ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କିଛି କରିନାହିଁ। ମତେ ମାଡ ମରାଯାଇଛି ଓ ଫସା ଯାଉଥିବା କଥା ବାରମ୍ବାର କହିଛନ୍ତି ସରୋଜ।