ଆଜି ଦିନ ତମାମ ଚାଲି ପାରିଲାନି ବିଧାନସଭା। ମଣ୍ଡି ଅବ୍ୟବସ୍ଥା ଓ କାଲି ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ଦେଖାଦେଇଥିଲା ଅସ୍ୱାଭାବିକ ସ୍ଥିତି। ମୁହାଁମୁହିଁ ହେଲେ ଶାସକ-ବିରୋଧୀ
ରାଜ୍ୟବ୍ୟାପି ଜଳୁଥିବା ଜଙ୍ଗଲୀ ନିଆଁକୁ ନେଇ ହଜାରେ ପ୍ରଶ୍ନ ଉଠିଲାଣି। କିଏ ଲଗାଇଲା ନିଆଁ ?କାହିଁକି ଜଳିପୋଡ଼ି ପାଉଁଶ ହୋଇଗଲା ଶିମିଳିପାଳଠୁ ସୁନାବେଡ଼ା ଯାଏଁ ଅଭୟାରଣ୍ୟ ? ନିଆଁ ଲଗାଇବାର ପ୍ରମୁଖ କାରଣ କଣ ?
ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ପାଲା ଗାୟକ ନିଳାଦ୍ରି ମଲିକ୍। ଘର ନଥିବାରୁ ମଇଁଷି ଗୁହାଳେ ବିତୁଛି ଜୀବନ। ଯିଏ ଦିନେ ପାଲା ମାଧ୍ୟମରେ ସରକାରୀ ଯୋଜନାର ପ୍ରଚାର କରୁଥିଲେ ଆଜି ସେ ନିଜେ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି
କଟକ: କଟକ ଶିଶୁଭବନରେ ନିଆଁ ଲାଗିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁ ଲାଗିବା ପରେ ତତ୍କ୍ଷଣାତ୍ ନିଆଁକୁ ଆୟତ୍ତ କରାଯାଇଛି। ଲାଗିଥିବା ନିଆଁରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ଶିଶୁ ଭବନର କିଛି ବିଦ୍ୟୁତ୍ ତାର ଜଳିଯାଇଥିବା ସୂଚନା ମିଳିଛି। ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଥିବା ନେଇ ସୂଚନା ମିଳିଛି। #କଟକ_ଶିଶୁଭବନରେ_ଅଗ୍ନିକାଣ୍ଡ କଟକ ଶିଶୁଭବନରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବା […]
ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ପୁରୁଣା କଟକ ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲଗାଇବା ପରେ ପଳାଉଥିବା ବେଳେ ଏମାନେ ସ୍ୱତନ୍ତ୍ର ସ୍ୱ୍କାର୍ଡ ହାତରେ ଧରାପଡ଼ିଛନ୍ତି। ଏବେ ରାଜ୍ୟ ସାରା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି
ଏ ଯାଏ କୋଭିଡ ଯାଇନଥିବାରୁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ସେ କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ କରାଯାଉଛି। ଏହାକୁ ଦେଖି ପଦକ୍ଷେପ ନିଆଯିବ। କିଛି କଟକଣା ଲଗାଯିବ କି ନାହିଁ, ପରିସ୍ଥିତି ଅନୁସାରେ ସ୍ଥିର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟର ବିଭିନ୍ନ ଜେଲରେ ଅନ୍ତେବାସୀଙ୍କ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ସୁପ୍ରିମକୋର୍ଟଙ୍କ ଏ ସମ୍ପର୍କିତ ନିର୍ଦ୍ଦେଶାବଳୀ କିଭଳି କଡାକଡି ପାଳନ କରାଯିବ ସେ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଜାରିକରିଛନ୍ତି।
କିଛି ଦିନର ଅନ୍ତର ପରେ ପୁଣି ଥରେ କମିଛି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ରାଜଧାନୀରେ ତେଜିଲା ହୋଲ୍ଡିଂ ଟିକସ ତାତି। ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ହୋଲଡିଂ ଟିକସରେ ଅହେତୁକ ବୃଦ୍ଧିକୁ ଜିଜିଆ କର ବୋଲି କହି ଭୁବନେଶ୍ୱର ଜିଲ୍ଲା ବିଜେପି ଏବଂ କଂଗ୍ରେସ ରାଲି କରି ପ୍ରତିବାଦ କରିଛନ୍ତି
୧୫ ଦିନ ବିତିଗଲାଣି, ସୁନ୍ଦରୀ ଶିମିଳିପାଳରେ କାହିଁକି ଲାଗିଲା ନିଆଁ ? କେମିତି ଉଜାଡ଼ିଲା ଏସିଆର ଏହି ଦ୍ୱିତୀୟ ବୃହତ୍ତ ଜୈବମଣ୍ଡଳ? ନା ସ୍ପଷ୍ଟ କରୁଛି ବନ ବିଭାଗ ନା ମୁହଁ ଖୋଲୁଛନ୍ତି ରାଜ୍ୟ ସରକାର। ଗତ କିଛି ଦିନ ହେଲା, ଶିମିଳିପାଳର ଘଞ୍ଚ ଅରଣ୍ୟ ଭିତରେ କେବଳ ଚାଲିଛି କାରଣ ଖୋଜା
ବିଜୁ ଯୁବ ବାହିନୀ ପୋଥିରେ ଡୋରି ବାନ୍ଧିଲେ ସରକାର ଏବର୍ଷ ବଜେଟରେ ହୋଇନି ଅର୍ଥ ବରାଦ, ହେବନି କିଛି କାର୍ଯ୍ୟକ୍ରମ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବର୍ଷିଲେ ବିରୋଧୀ ବିଜେଡି କହିଲା କରୋନା ପାଇଁ ହୋଇଛି ଖର୍ଚ୍ଚକାଟ ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ବିଜୁ ଯୁବ ବାହିନୀ ସ୍କିମ। ବିଧାନସଭାରେ ବିଜେପି ବିଧାୟକଙ୍କ ଲିଖିତ ପ୍ରଶ୍ନ ଉପରେ କ୍ରୀଡା ଓ ଯୁବ କଲ୍ୟାଣ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉତ୍ତରରୁ ଏକଥା ସ୍ପଷ୍ଟ ହୋଇଛି। ବଜେଟରେ […]
ଅନ୍ତହୀନ ମଣ୍ଡି ଯନ୍ତ୍ରଣାକୁ ନେଇ ବିଧାନସଭାରେ ବିରୋଧୀ ତମ୍ବିତୋଫାନ କରିଛନ୍ତି। ଆଉ ବାଚସ୍ପତିଙ୍କ ରୁଲିଂ ପରେ ଗୃହରେ ଯୋଗାଣମନ୍ତ୍ରୀ ଉତ୍ତର ରଖୁଥିବାବେଳେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଧରାକୋଟ(ମନୋଜ ମୁନି): ଦିବ୍ୟାଙ୍ଗ ହୋଇ ବି ହୋଇଛନ୍ତି ସ୍ୱାବଲମ୍ବୀ ହୋଇଛନ୍ତି। ଜଣେ କି ଦୁଇ ଜଣ ନୁହଁନ୍ତି, ଗାଁର ୬ ଦିବ୍ୟାଙ୍ଗ ମହିଳା ଏକାଠି ହୋଇ ଗଠନ କରିଛନ୍ତି ସ୍ୱୟଂସହାୟକ ଗୋଷ୍ଠୀ। ଖଲିପତ୍ର ସିଲାଇ ସହ ଚାଷବାସ କରି ବେସ୍ ଦୁଇ ପଇସା ରୋଜଗାର କରୁଛନ୍ତି । କିଏ ଠିକରେ ପାଦ ପକାଇପାରୁନି, ତ କିଏ କଥା କହିପାରୁନି। ପୁଣି ଆଉ କିଏ ହରାଇଛି ଦୃଷ୍ଟି ଶକ୍ତି। ଏମାନେ ସମସ୍ତେ ଦିବ୍ୟାଙ୍ଗ କିନ୍ତୁ ହାର ମାନିନାହାନ୍ତି ବରଂ […]
ଭୁବନେଶ୍ୱର: ଇଂଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ଼ କଲେ ରାଜ୍ୟ ସରକାର। ଇଂଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ଼ ହୋଇଛି। କରୋନା ପାଇଁ ହଷ୍ଟେଲ ବନ୍ଦ ଥିବାରୁ ଫି ଛାଡ଼ କରିଛନ୍ତି ସରକାର। ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ବନ୍ଦ ରହିଥିଲା ହଷ୍ଟେଲ। ପ୍ରାୟ ୧୭୦୧୨ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ ଘୋଷଣା ହୋଇଛି। ତେବେ କରୋନା କାଳରେ ହଷ୍ଟେଲରେ ପିଲାମାନେ ରହିନଥିଲେ, ତେଣୁ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। #ହଷ୍ଟେଲ_ଫି_ଛାଡ଼ […]
କରୋନା ବାହାନା ଦେଖାଇ କୌଣସି ସ୍ଥାନରେ ଜାଗର ମେଳା କରାଇବାକୁ ଅନୁମତି ଦେଲେ ନାହିଁ ରାଜ୍ୟ ସରକାର। କିନ୍ତୁ ନିଜେ ନୂଆପଡାରେ ଯାଇ ବିରାଟ ସମାବେଶ କରିଦେଲେ। ଏ ନିର୍ଲଜ ସରକାରଙ୍କୁ କଣ କହିବୁ? ଏମିତି ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି।
ଆସନ୍ତାମାସରୁ ଚାଲିପାରେ ସବୁ ଟ୍ରେନ। ଏପ୍ରିଲ ସୁଦ୍ଧା ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍। ECR ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା ଏନେଇ ସୂଚନା ଦେଇଛନ୍ତି
କୋଭିଡ ଟେଷ୍ଟିଂ ବଢ଼ାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିସହ ଟେଷ୍ଟିଂ ଅବଧିକୁ ଏପ୍ରିଲ ୩୦ତାରିଖ ଯାଏ ବଢ଼ାଯାଇଛି। ପୂର୍ବରୁ ଟେଷ୍ଟିଂ ଅବଧି ମାର୍ଚ୍ଚ ଶେଷ ଯାଏ ଘୋଷଣା ହୋଇଥିଲା। ତେବେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଜଙ୍ଗଲ ନିଆଁ ଘଟଣାର ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ସମୀକ୍ଷା ଆରମ୍ଭ କରିଛନ୍ତି। ଆପାରବାରାହାକାମୁଡ଼ାରେ ଥିବା ଗେଷ୍ଟ ହାଉସରେ ସମୀକ୍ଷା କରୁଛନ୍ତି କେନ୍ଦ୍ରୀୟ ଟିମ୍। ଏଥିରେ ଶିମିଳିପାଳ କ୍ଷେତ୍ରୀୟ ନିର୍ଦ୍ଦେଶକ ଆରସିସିଏଫ୍, ଶିମିଳିପାଳ ଉତ୍ତର ଓ ଦକ୍ଷିଣ ଉପନିର୍ଦ୍ଦେଶକ, ରେଞ୍ଜ ଅଫିସର ଓ କର୍ମଚାରୀଙ୍କ ସହ ଜଙ୍ଗଲ ନିଆଁ ସଂପର୍କରେ ସମୀକ୍ଷା କରୁଛନ୍ତି। ଏହାପରେ ଆଖାପାଖରେ ବାସ କରୁଥିବା ଗାଁ ଲୋକଙ୍କ ସହ ମଧ୍ୟ ଆଳୋଚନା କରିବେ ବୋଲି ସୂଚନା ମିଳିଛି। […]
ବୁର୍ଲାର ମେଡିକାଲ କଲେଜ ଭିମସାରରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ସିନିଅର ଛାତ୍ର ର୍ୟାଗିଂ କରିଥିବା ଅଭିଯୋଗ ହୋଇଛି। ଆଂଟି ରାଗିଂ ସେଲ୍ ନିକଟରେ ଅଭିଯୋଗ ପରେ ଏହାର ତଦନ୍ତ କରାଯାଉଛି।
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ନିର୍ଧାରିତ ସମୟର ପାଖାପାଖି ୨୫ ମିନିଟ୍ ପୂର୍ବରୁ ମନ୍ଦିରର ଅଁଳା ବେଢାକୁ ଦୀପ ଉଠିଛି। ମହାପ୍ରଭୁଙ୍କ ପରମ୍ପରା ଅନୁସାରେ ଗର୍ଭ ଗୃହରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମାପ୍ତ ହେବା ପରେ ବେଢା ପରିକ୍ରମା କରିଥିଲେ ମହାପ୍ରଭୁ। ଏହାପରେ ହରିବୋଲ ଓ ହୁଳହୁଳି ଶଦ୍ଦରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ପରିବେଶ। ଏହାପରେ ସେବାୟତମାନେ ମନ୍ଦିର ଉପରକୁ ଦୀପ ଉଠାଇଛନ୍ତି। କୋଭିଡ୍ କଟକଣା ସତ୍ତ୍ୱେ ଶିବମୟ ସାରା ଜଗତ। ଯଦିଓ ପୂର୍ବ ବର୍ଷ […]
କୋଭିଡ୍ କଟକଣା ସତ୍ତ୍ୱେ ଶିବମୟ ସାରା ଜଗତ। ଯଦିଓ ପୂର୍ବ ବର୍ଷ ଭଳି ଏଥର ସେତେଟା ଗହଳି ଚହଳି ନାହିଁ, ତଥାପି ଶ୍ରଦ୍ଧାଳୁମାନେ ଭକ୍ତି ଓ ଆନନ୍ଦ ମଧ୍ୟରେ ପାଳନ କରୁଛନ୍ତି ଶିବରାତ୍ରି। ସାମାଜିକ ଦୂରତା ରକ୍ଷା କରି ଜାଳିଛନ୍ତି ଜାଗର ଦୀପ ଆଉ ଅପେକ୍ଷା କରିଛନ୍ତି ମହାଦୀପ ଦର୍ଶନକୁ।
୩ ବର୍ଷରୁ ଅଧିକ ସମୟ ବିତିଲାଣି ସରିପାରୁନି କଟକ ଚୌଦ୍ୱାର ଦେଇ ଯାଇଥିବା ଏନ୍ଏଚ୍ ୫୫ର ସଂପ୍ରସାରଣ କାମ। ଫଳରେ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ତା ଛଡ଼ା ବୁଲା ଗାଇ ଗୋରୁ ଓ କୁକୁରଙ୍କ ଦୌରାତ୍ମ୍ୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ।
ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ସତ୍ର। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ
କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) ମାଟିରେ ମିଶିବ ଶହେ ବର୍ଷର ପୁରୁଣା ବସ୍ତି। ବେଘର ହେବେ ଶହ ଶହ ବସ୍ତି ବାସିନ୍ଦା। ମାଲଗୋଦାମ ସଂଲଗ୍ନ ବେହେରା ସାହି ବସ୍ତି ଏସସିବି ମେଡିକାଲ ସଂଯୋଗ ରାସ୍ତାର ସମ୍ପ୍ରସାରଣ ଲାଗି ମାଟିରେ ମିଶିବାକୁ ଯାଉଛି। ପୁରୁଷ ପୁରୁଷ ଧରି ଏଠାରେ ରହି କାମ ଧନ୍ଦା କରି ପରିବାର ଚଳାଉଥିବା ବସ୍ତିବାସିନ୍ଦା, ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ ପ୍ରକଳ୍ପକୁ ସ୍ୱାଗତ କରୁଛନ୍ତି ସତ, କିନ୍ତୁ ଥଇଥାନ ପାଇଁ ସଠିକ ଭାବେ ସ୍ଥାନ ଚିହ୍ନଟ କରାଯାଉନଥିବାରୁ […]
ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳ ଏବେ ଡ୍ରଗ୍ସ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ସହରର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ମିଳୁଛି। ଏହା ଅନାୟସରେ ମିଳୁଥିବାରୁ ଯୁବପିଢ଼ି ଓ ଛାତ୍ରମାନେ ନିଶାଗ୍ରସ୍ତ ହେଉଛନ୍ତି। ଗତବର୍ଷ ଜଳେଶ୍ୱର ପୋଲିସ ୧ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ଟି ମାମଲା ରୁଜୁ କରିଥିଲା