• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

blushi
ଜମି ହଡପକାରୀଙ୍କୁ ଧରିବ ବ୍ଲୁଇସ ଆପ୍

ଭୁବନେଶ୍ୱର: ଜମି ହଡପକାରୀ ସାବଧାନ। ଆଉ ସରକାରୀ ଜମିରେ ରାତାରାତି ବିଲଡିଂ ନିର୍ମାଣ କରି ହଡପ କରିବା ଚଳିବନି। ଆସିଗଲା ରାଜ୍ୟ ସରକାରଙ୍କର ବ୍ଲୁଇସ ଆପ୍। ସାଟେଲାଇଟ ଜରିଆରେ କିଏ କେତେବେଳେ ସରକାରୀ ଜମିକୁ  ଅକ୍ତିଆର କରୁଛି ତାହା ଆଲର୍ଟ କରିବ। ଏହି ଆପ୍ସକୁ ତିଆରି କରିଛି ଓରସାକ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ଆସନ୍ତୁ ଜାଣିବା, କଣ ରହିଛି ଏହି ଆପ୍‌ର ଗୁରୁତ୍ୱ:-  ରାଜଧାନୀର ସରକାରୀ ଜମିକୁ ହଡପ କରୁଥିଲେ ଏଥର ସାବଧାନ […]

  • Wednesday, 14 July 2021
ayush
ଗିରଫ ହେଲେ ରାଜ୍ୟ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ମହିଳାଙ୍କୁ କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର। ଗିରଫ ହେଲେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ। ଭୁବନେଶ୍ୱର ମହିଳା ଥାନା ପୋଲିସ୍ ତାଙ୍କୁ ଗିରଫ କରିଛି। କିଛି ସମୟ ପୂର୍ବରୁ ତାଙ୍କୁ ମହିଳା ଥାନାରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବିଧିବଦ୍ଧ ଭାବେ ଦର୍ଶାଯାଇଛି। ବିଭୁ ପ୍ରସାଦ ଷଡଙ୍ଗୀଙ୍କ ବିରୋଧରେ କାର୍ଯ୍ୟକ୍ଷେତ୍ରରେ ଅଶ୍ଳୀଳ ଇଙ୍ଗିତ ଏବଂ ମାନସିକ ନିର୍ଯାତନା ଦେବା ଅଭିଯୋଗ ଆଣିଥିଲେ ସେହି ବିଭାଗର କଣେ ମହିଳା […]

  • Wednesday, 14 July 2021
student
ସ୍ମାର୍ଟ ଫୋନ୍‌ରେ ହେବ ଡିପ୍ଲୋମା ପରୀକ୍ଷା

ଭୁବନେଶ୍ୱର: ସ୍ମାର୍ଟ ଫୋନ୍‌ରେ ହେବ ଡିପ୍ଲୋମା ପରୀକ୍ଷା। ଆଣ୍ଡ୍ରଏଡ ଫୋନରେ ଏଥର ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ। ଲାପଟପ୍ କି ଡେସ୍କଟପ୍ ନଥିବା ପିଲା ଘରେ ରହି ସ୍ମାର୍ଟ ଫୋନରେ ପରୀକ୍ଷା ଦେବେ ବୋଲି ନିଷ୍ପତ୍ତି ନେଇଛି ବୈଷୟିକ ଶିକ୍ଷା ବିଭାଗ। ଅଗଷ୍ଟ ୧ରୁ ୨୦ ତାରିଖ ଯାଏ ହେବ ପରୀକ୍ଷା ହେବ। ୭ ଦିନରେ ମଧ୍ୟରେ ରେଜଲ୍ଟ ବାହାରିବ। ଚଳିତ ବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ଡିପ୍ଲୋମା ପରୀକ୍ଷା ଦେବେ।  

  • Wednesday, 14 July 2021
ias
IAS ଭୀନିଲ କ୍ରିଷ୍ଣାଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର OSD ହେଲେ ବରିଷ୍ଠ IAS ଭୀନିଲ କ୍ରିଷ୍ଣା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଭିଡ଼ ପରିଚାଳନା ପାଇଁ OSD ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ଏବେ କ୍ରୀଡ଼ା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଭୀନିଲ କ୍ରିଷ୍ଣା ଅତିରିକ୍ତ ଭାବେ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଆଉ ୨ ଅଫିସରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ସିଏମ୍ଓ ଯୁଗ୍ମ ସଚିବ ଭାବେ ଲାଲା ମନୋଜ କୁମାର ରାୟଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି କଟକ ଉପଜିଲ୍ଲାପାଳ ଶୁଭ୍ରାଂଶୁ […]

  • Wednesday, 14 July 2021
adity-dash
ଖୋଲିଲା ମାନବପ୍ରେମୀଙ୍କ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସଙ୍କ ମିଳିଲା ସୁଇସାଇଡ୍ ନୋଟ୍। ୪ ପୃଷ୍ଠାର ସୁଇସାଇଡ୍ ନୋଟ୍‌ରେ ନିଜର ମୃତ୍ୟୁ ପାଇଁ କାହାକୁ ଦାୟୀ କରିନାହାନ୍ତି। ବରଂ ତାଙ୍କର ସେହି ଡାଏରୀରେ ଅନେକ ବାର୍ତ୍ତା ଓ ଦାୟିତ୍ୱ ଯୁବପିଢି ଓ ନିଜ ଟ୍ରଷ୍ଟ ସଦସ୍ୟଙ୍କ ପାଇଁ ଛାଡ଼ି ଚାଲିଯାଇଛନ୍ତି। ଚିଠିରେ ସେ ଲେଖିଛନ୍ତି:- ପ୍ରିୟ ପପୁ, ବିକାଶ ଓ ପିପୁଲ୍‌ ଫର୍‌ ସେବାର ସଦସ୍ୟମାନେ। ମୃତ୍ୟୁ କେବେବେଳେ କେଉଁ ବାଟରେ ଆସି କାହାପାଖରେ ପହଞ୍ଚି ଯାଏ, ସେକଥା କେହିବି […]

  • Wednesday, 14 July 2021
biju
୧୫ ବିଜେଡି ନେତାଙ୍କୁ ବରିଷ୍ଠ ସାଧାରଣ ସଂପାଦକ ପଦ

ଭୁବନେଶ୍ୱର: ୧୫ ବିଜେଡି ନେତାଙ୍କୁ ଦଳର ବରିଷ୍ଠ ସାଧାରଣ ସଂପାଦକ ଦାୟିତ୍ୱ। ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ୧୫ଜଣ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ଆସୀନ କରାଯିବା ସହ ବିଭିନ୍ନ କ୍ଷେତ୍ର(ୱିଙ୍ଗ)ର ଇନଚାର୍ଜ ମଧ୍ୟ କରାଯାଇଛି। ତେବେ ସର୍ବଭାରତୀୟ ସ୍ତରରେ ବିଜେଡି ପ୍ରଥମ ଦଳ ଭାବେ ନିଜର ଦଳୀୟ ନେତାମାନଙ୍କୁ ସନ୍ତୁଷ୍ଟ କରିବାକୁ ଏଭଳି ୱିଙ୍ଗର ଇନଚାର୍ଜ ଦାୟିତ୍ୱ ଦେଇଛି। ଯେଉଁ ନେତାମାନଙ୍କୁ ଆଜି ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି ସେମାନେ ହେଲେ […]

  • Wednesday, 14 July 2021
si
ପ୍ରତାରକ ଏସଆଇଙ୍କୁ ନିଲମ୍ବିତ କଲେ ଏସପି

ଖଲ୍ଲିକୋଟ: ପୁଣି ଖାକିରେ ଦାଗ। ଜଣେ ଏସ୍ଆଇଙ୍କ ବିରୋଧରେ ଆସିଛି ଲଭ-ସେକ୍ସ-ଧୋକ୍କା ଅଭିଯୋଗ। ପ୍ରେମ ପ୍ରତାରଣାର ଅଭିଯୋଗ ପରେ ଗଞ୍ଜାମ ଖଲ୍ଲିକୋଟ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପୀଡିକାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଏସ୍‌ପି। ନିଲମ୍ବନ ପୂର୍ବରୁ ଟୁନାଙ୍କୁ ଗିରଫ କରିଥିଲା ପୋଲିସ। ଅଭିଯୋଗ ଅନୁଯାୟୀ, ଗତ ୨୦୧୭ରେ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ଭୁବନେଶ୍ୱରଠାରେ ଥିବା ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ପ୍ରୋବେଶନାରୀ ଅଫିସର ଭାବେ ତାଲିମ ନେଉଥିଲେ। ଏହି ସମୟରେ ଭୁବନେଶ୍ୱରର ଜଣେ […]

  • Wednesday, 14 July 2021
fas
କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଲେ ଦୁଇ ଯୁବତୀ

କଟକ: ତ୍ରିଶୁଳିଆ ବ୍ରିଜରୁ ଡେଇଁ ପଡ଼ିଲେ ଦୁଇ ଯୁବତୀ। ବ୍ରିଜ୍ ଉପରୁ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଲେ ଉଭୟ। ନଦୀରେ ୫ ଶହ ମିଟର ଭାସିଯିବା ପରେ ଏକ ବୁଦାରେ ଲାଗିଥିଲେ। ସେମାନେ ସମ୍ପର୍କରେ କଣ ତାହା ଜଣାପଡିନାହିଁ। ବୁଧବାର ଅପରାହ୍ନରେ ୨ ଜଣ ୟୁବତୀ ସ୍କୁଟିରେ ଯିବା ସମୟରେ ହତାଠ୍ ତ୍ରିଶୁଳିଆ ବ୍ରିଜ୍ ଉପରେ ଓହ୍ଲାଇ ପଡ଼ିଥିଲେ। ଆଉ ବ୍ରିଜ ଉପରୁ ନଦୀ ତଳକୁ ଡେଇଁ ପଡ଼ିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଲୋକେ ଅଗ୍ନଶମ […]

  • Wednesday, 14 July 2021
main
ହତ୍ୟା ଅଭିଯୁକ୍ତ ହାତରେ କୋଟି କୋଟି ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ୱର: ହତ୍ୟା ଅଭିଯୁକ୍ତଙ୍କଠାରୁ ମିଳିଲା ସାଢ଼େ ୩ କୋଟିର ବ୍ରାଉନସୁଗାର। ଖୋର୍ଦ୍ଧା ପୋଲିସ୍ ହାତରେ ଧରାପଡ଼ିଛି ଦଧିମାଛଗାଡ଼ିଆ ହତ୍ୟାକାଣ୍ଡର ଅଭିଯୁକ୍ତ, ଯାହାଠୁ ମିଳିଛି ୩ କେଜି ୬୦୨ ଗ୍ରାମ ବ୍ରାଉନସୁଗାର। ଆଜି ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ DIG ଆଶିଷ ସିଂହ। ଜୁନ ୧୫ ହତ୍ୟାକାଣ୍ଡ ପରଠୁୁ ଅଭିଯୁକ୍ତ ଫେରାର ଥିଲା। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରିଥିଲା। ତେବେ ଅଭିଯୁକ୍ତ ଗିରଫ ହେବା ପରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। […]

  • Wednesday, 14 July 2021
trick-complain
ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ ମିଛ! ପାଲଟା ଏତଲା ଦେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଅଶ୍ଳୀଳ ଇଙ୍ଗିତ ଏବଂ ମାନସିକ ନିର୍ଯାତନା ନେଇ ମହିଳାଙ୍କ ଅଭିଯୋଗ ଉପରେ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ଆୟୁଷ ଓଡ଼ିଶାର ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ। ତାଙ୍କ ବିରୋଧରେ ଅଭିଯୋଗକୁ ମିଥ୍ୟା ଓ ଷଡ଼ଯନ୍ତ୍ରପୂର୍ଣ୍ଣ ବୋଲି କହିବା ସହ ଭୁବନେଶ୍ୱର ମହିଳା ଥାନାରେ ପାଲଟା ଏତଲା କରିଛନ୍ତି। ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ନିଯୁକ୍ତି ବେଆଇନ ଥିବା ନିକଟରେ ଜଣାପଡ଼ିଥିଲା। ପ୍ରୋଗ୍ରାମ ମ୍ୟାନେଜରଙ୍କ ଜରିଆରେ ଜାଲ୍ କାଗଜାତ ଦେଇ ନିଯୁକ୍ତି କରାଯାଇଥିଲା। ଏନେଇ ସଂପୃକ୍ତ ପ୍ରୋଗ୍ରାମ ମ୍ୟାନେଜର […]

  • Wednesday, 14 July 2021
bishnu
ପରଲୋକରେ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ଦେହାନ୍ତ। ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ବିଜେଡିର ଆଉ କିଛି ନେତା ମଧ୍ୟ ବିଷ୍ଣୁ ଦାସଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ […]

  • Wednesday, 14 July 2021
lane-drive
କଟକ-ଭୁବନେଶ୍ୱର ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭ ପ୍ରସ୍ତାବ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ଜାତୀୟ ରାଜପଥ-୧୬ରେ ଲେନ ଡ୍ରାଇଭ ପ୍ରସ୍ତାବ। ଟ୍ରାଫିକ ସୁଗମ କରିବାକୁ ପ୍ରସ୍ତାବ ଦେଲେ ଟ୍ରାଫିକ ଡିସିପି ସାଗରିକା ନାଥ। ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ପ୍ରସ୍ତାବ ଦେଲେ ଡିସିପି ସାଗରିକା। ଏନେଇ ଡିସିପି ସାଗରିକା କହିଛନ୍ତି, NH ୧୬ର ଉଭୟ ପଟେ ତିନିଟି ଲେଖାଏଁ ଲେନ୍ ଅଛି। ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ। ଲେନ୍ ଡ୍ରାଇଭିଂ ଦ୍ୱାରା ତିନିଟି ଲାଭ ହେବ। ଯାତ୍ରାର ସମୟ କମିବ, ଗାଡ଼ିର ଗତି ବଢ଼ିବ ଓ […]

  • Wednesday, 14 July 2021
vlcsnap-error809
ହୃଦୟ ବିଦାରକ ଘଟଣା, ଘର ବାରଣ୍ଡାରେ ପଡ଼ି ରହିଛି ମା’ର ମୃତଦେହ ! ପୁଅ ବି ନାଚାର..

ସୁବର୍ଣ୍ଣପୁର: ଅମାନବିକତାର ଆଉ ଏକ ପରିଚୟ । ଘର ବାରଣ୍ଡାରେ ପଡ଼ି ରହିଛି ମହିଳାଙ୍କ ମୃତଦେହ । ହେଲେ ପାଖ ପଡ଼ୋଶୀ କେହି ବି ଆସିଲେନି ଅନ୍ତିମ ସଂସ୍କାର କରିବାକୁ । ପୁଅ କରୋନାରେ ଆକ୍ରାନ୍ତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ହେଉଛି । ଏଣେ ଘରେ ପଡି ରହିଛି କରୋନା ସଂକ୍ରମିତ ମା’ର ମୃତଦେହ । ଗତକାଲି ରାତିରୁ ମୃତଦେହ ପଡି ରହିଥିଲେ ମଧ୍ୟ ଦିନ ଦ୍ୱିପ୍ରହର ସୁଦ୍ଧା ସତ୍କାର ହୋଇପାରିନାହିଁ । […]

  • Wednesday, 14 July 2021
Police DGP
ପରିବା ଦୋକାନୀ ଓ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା; SPଙ୍କୁ ରିପୋର୍ଟ ମାଗିଲେ DGP

ପୁରୀ: ପୁରୀରେ ପରିବା ଦୋକାନୀ ଓ ସାମ୍ବାଦିକଙ୍କ ଉପରେ ପୋଲିସର ଆକ୍ରମଣ ଅଭିଯୋଗକୁ ଗୁରୁତର ସହିତ ନେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ତୁରନ୍ତ ଏହାର ତଦନ୍ତ କରି ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଏକ ରିପୋର୍ଟ ପଠାଇବା ପାଇଁ ପୁରୀ ଏସପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ତଦନ୍ତ କରିବାକୁ ଏସପିଙ୍କୁ ଡିଜିପି କହିଛନ୍ତି । ବୁଧବାର ପୁରୀ ବଡ଼ଶଙ୍ଖରେ କିଛି ପରିବା ଦୋକାନୀଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲା ପୋଲିସ । ଏହାକୁ ନେଇ ଉଭୟ […]

  • Wednesday, 14 July 2021
Ice cream stick Kedarnath
ଆଇସକ୍ରିମ୍ କାଠିରେ ନିଆରା କଳାକୃତି, ଗଢିଲେ ଅବିକଳ କେଦାରନାଥ ମନ୍ଦିର

ପୁରୀ: ଶିଳ୍ପୀର ହାତ କେତେବେଳେ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥଙ୍କୁ ବିରାଜମାନ କରେ ତ କେତେବେଳେ ବିଦ୍ୟାଦାତା ଗଣେଶଙ୍କ ମୂର୍ତ୍ତି ଗଢେ । ଆଉ କେତେବେଳେ ମହାଦେବଙ୍କ ମନ୍ଦିର । ଆଇସକ୍ରିମ କାଠିରେ ନିଆରା କଳାକୃତି କରି ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ପୁରୀ ଅଞ୍ଚଳର ବିଶ୍ୱଜିତ ନାୟକ ଏବେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆଇସକ୍ରିମ୍ କାଠିରେ ସେ ୧୦ ଇଞ୍ଚର କେଦାରନାଥ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ରହିଛନ୍ତି । ବିଶ୍ୱଜିତ ୧୭୫ଟି ଆଇସକ୍ରିମ୍ କାଠିକୁ […]

  • Wednesday, 14 July 2021
assembly
ବିଧାନସଭା କମିଟି ବୈଠକ ବାତିଲ

ଭୁବନେଶ୍ୱର: ବିଧାନସଭା କମିଟି ବୈଠକ ବାତିଲ। ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ ନେଇ ନିଷ୍ପତ୍ତି ହୋଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଗତମାସରେ ବିଧାନସଭାର ବିଭିନ୍ନ କମିଟି ମିଟିଂ ପାଇଁ ଅନୁମତି ଦେଇଥିଲୁ କରୋନା ସ୍ଥିତି ଦେଖି ସବୁ ବୈଠକ ବାତିଲ ନେଇ କାଲି ନିଷ୍ପତ୍ତି ହୋଇଥିଲା। ବିଧାନସଭା ମାର୍ଚ୍ଚ ୩୦ରେ ହୋଇଥିଲା, ଆଉ ୬ ମାସ ଭିତରେ ହେବା କଥା। ଏନେଇ ଲୋକସଭା ବାଚସ୍ପତି ଓ  ରାଜ୍ୟପାଳଙ୍କ ସହ ସେ କଥା […]

  • Wednesday, 14 July 2021
cat murder
ବିଲେଇକୁ ମାଡ଼ ମାରି କୁକୁର ଆଗକୁ ଫିଙ୍ଗିଥିବା ବ୍ୟକ୍ତି ଗିରଫ

ଭୁବନେଶ୍ୱର: ପ୍ରଶାନ୍ତି ବିହାର ଅଞ୍ଚଳରେ କୁକୁର ଆଗକୁ ବିଲେଇ ଛୁଆକୁ ଫିଙ୍ଗି ମାରିବା ମାମଲାରେ ଅଭିଯୁକ୍ତ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପ୍ରଶାନ୍ତି ବିହାର ଅଞ୍ଚଳର ପ୍ରହଲ୍ଲାଦ ବେହେରା । ଭାଇରାଲ ଭିଡିଓ ଆଧାରରେ ଇନଫୋସିଟି ଥାନା ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗତ ୧୬ ତାରିଖରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ପ୍ରହଲ୍ଲାଦ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ବିଲେଇ ଛୁଆ […]

  • Wednesday, 14 July 2021
strick
ଚାକିରିରୁ ବହିଷ୍କୃତ ହେଲେ ପୂର୍ବତନ ବିରମିତ୍ରପୁର ଆଇଆଇସି

ଭୁବନେଶ୍ୱର: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଡିଜିପି। ପୂର୍ବତନ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ନାବାଳିକାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଡିଜିପି। DGP has dismissed Inspector Ananda Chandra Majhi former IIC of Birmitrapur Police Station from service . His conduct was shameful .Our apologies to the young girl . — DGP, […]

  • Wednesday, 14 July 2021
BHAYA
ଗାଁ ନ ଛାଡ଼ିଲେ ମୃତ୍ୟୁ ଦଣ୍ଡ!

ଚିତ୍ରକୋଣ୍ଡା: ଯୁଗ ଓ ସମୟର ବଡ଼ ପରିବର୍ତ୍ତନ ଓ ବିଜ୍ଞାନର ଅଗ୍ରଗତି ହୋଇଥିଲେ ବି ଆଜିବି ଅନେକ ଲୋକ ଅନ୍ଧବିଶ୍ୱାସ ଦ୍ୱାରା କବଳିତ। ଆଉ ଏହାର ପରିଣାମ ଏତେ ଭୟଙ୍କର ହୋଇଛି ଯେ ଦୁଇଟି ପରିବାରକୁ ଆଜି ବାସହରା ହେବାକୁ ପଡିଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଗାଜଲମାମୁଡ଼ି ପଞ୍ଚାୟତର ତୋଟାଗୁଡା ଗ୍ରାମରେ। ସୂଚନା ଅନୁଯାୟୀ, ତୋଟାଗୁଡା ଗ୍ରାମରେ ମୋଟ ୩୩ ପରିବାର ରହୁଛନ୍ତି। କିନ୍ତୁ ଉକ୍ତ ଗ୍ରାମରେ […]

  • Wednesday, 14 July 2021
rain
ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଟ୍ରପ୍ ଲାଇନ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବୌଦ୍ଧ, ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିପାଇଁ ଏହି ୮ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ପୂର୍ବ ମଧ୍ୟପ୍ରଦେଶଠାରୁ ରାଜସ୍ଥାନ ପର୍ଯ୍ୟନ୍ତ ଏହି ଟ୍ରପଲାଇନ ଲମ୍ବିଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା […]

  • Wednesday, 14 July 2021
satya
ଜଗନ୍ନାଥ ଭକ୍ତଙ୍କ ସହ ବିଶ୍ୱାସଘାତ: 'ଆଇନ୍‌ ମନ୍ତ୍ରୀ, ଏଜିଙ୍କୁ ବହିଷ୍କାର କର'

ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଗଜପତିଙ୍କ ସାକ୍ଷାତକାର ପରେ ସରକାର ଜଗନ୍ନାଥ ପ୍ରେମୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି କହିବା ସହ ଆଇନମନ୍ତ୍ରୀ ଓ ଆଡଭୋକେଟ ଜେନେରାଲଙ୍କୁ ତୁରନ୍ତ ବହିଷ୍କାର କରିବାକୁ କଂଗ୍ରେସ ଦାବି କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, କୋଟିକୋଟି ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ବନ୍ଦ କରିବା ନିମନ୍ତେ […]

  • Wednesday, 14 July 2021
lokseba
୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ମିଳିଲା ନିଯୁକ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ୨୦୧୭ ବ୍ୟାଚ୍ ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଟିଟିଲାଗଡ଼ ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ସେ ଏବେ ଓମଫେଡ୍ ସିଜିଏମ୍ ସହ ହକି ପ୍ରୋମୋସନ୍ କାଉନସିଲ ସିଇଓ […]

  • Wednesday, 14 July 2021
adshf
'ସରକାରଙ୍କ ମୁଖା ଖୋଲିଗଲା'

ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗ ନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧି। ସରକାରଙ୍କ ମୁଖା ଖୋଲିଯାଇଛି ବୋଲି କହିଛନ୍ତି କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର। ସେ କହିଛନ୍ତି ଯେ ମହାରାଜା ସତକୁ ଭକ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି। ଗଜପତିଙ୍କ ଶେଷ ଚିଠି ଗୁରୁତ୍ୱପୂର୍ଣ୍ଣ। ହୃଦୟର ଭାବ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ। ସାଲଭେଙ୍କୁ କାହିଁକି ନିଆଯାଇଥିଲା। ତାଙ୍କୁ ଦିଆଯାଇଥିବା ପଇସା କାହା ପଇସା, ଯେଉଁମାନେ ଜଗନ୍ନାଥଙ୍କ ବଡ଼ ଭକ୍ତ କହୁଥିଲେ, […]

  • Wednesday, 14 July 2021
poision
କଳି ହେଲା କାଳ: ମା, ଯାଆଁଳା ପୁଅର ଆତ୍ମହତ୍ୟା

ବରଗଡ଼: ପାରିବାରିକ କଳହ କେତେ ଭୟଙ୍କର ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ। ସ୍ୱାମୀଙ୍କ ସହିତ ପାଟିତୁଣ୍ଡ ହେବା ପରେ ସ୍ତ୍ରୀ ଓ ତାଙ୍କର ଯାଆଁଳା ପୁଅ ବିଷ ପିଇଦେବା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟିଛି। କେମିତି ଥିଲା ଘଟଣା:- ବରଗଡ଼ ଜିଲ୍ଲା ସଦର ଥାନା ଚାରପାଲି ଗାଁ ଗୋପୀନାଥ ବନ୍‌ଛୋରଙ୍କ ସହିତ ପତ୍ନୀ ଉତ୍ତରା ଓ ଦୁଇ ଯାଆଁଳା ପୁଅ(ଜଗା ଏବଂ ବଳିଆ)ଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ […]

  • Wednesday, 14 July 2021
exclusivesfdrg
ଘରୁ ବାହାରିଲା ମାଳମାଳ ସାପ

ଭଦ୍ରକ: ଭଦ୍ରକରେ ପୁଣି ସାପ ଆତଙ୍କ। ଆଜି ଜଣଙ୍କ ଘରୁ ଉଦ୍ଧାର ହୋଇଛି ମାଳମାଳ ସାପ। ଭଦ୍ରକ ଵ୍ଲକ କଲେଇ ପଞ୍ଚାୟତର ରଙ୍ଗରାଜପୁର ଗ୍ରାମର ବିଜୟ ଵିଶ୍ଵାଳଙ୍କ ଘରୁ ୪୩ ଟି ଛୋଟ ସାପ,  ୫୮ ଟି ଅଣ୍ଡା ଓ ମାଆ ନାଗକୁ ଭଦ୍ରକ ସାପ ଧରାଳି ମିର୍ଜା ଆରିଫ ଉଦ୍ଧାର କରିଛି। ଗତ ୮ ଦିନ ହେଲା ବିଜୟ ଵିଶ୍ଵାଳ ନିଜ ଘରେ ସାପ ଏଣେ ତେଣେ ଵୁଲୁଥିବାର ଦେଖିଥିଲେ। ମାଟି ଘରେ ବିଭିନ୍ନ ସ୍ଥାନରେ […]

  • Wednesday, 14 July 2021