ଭୁବନେଶ୍ୱର: ସାଇବର ଲୁଟେରାଙ୍କ କବଳରେ ଉଚ୍ଚଶିକ୍ଷିତ। ଆଖି ପିଛୁଳାକେ ଆକାଉଣ୍ଟରୁ ଚଳୁ କରିଦେଲେ ସବୁତକ ଟଙ୍କା। ସାଇବର ଲୁଟେରାଙ୍କ ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଯୁବ ଇଂଜିନିୟର। ଯୁବତୀ ଯୋଗାଇ ଦେବାକୁ କହି ଗୁଗୁଲ ପେ ମାଧ୍ୟମରେ ତାଙ୍କଠାରୁ ୯୪ ହଜାର ଟଙ୍କା ନେଇଛନ୍ତି ଏହି ଦୁର୍ବୃତ୍ତ। ଏହା ପରେ ଇଣ୍ଡିଆ ଏସ୍କର୍ଟ ସର୍ଭିସ ନାଁରେ ସେହି ଯୁବକ ଜଣକ ମାମଲା ରୁଜୁ କରିଛନ୍ତି। ଗୁଗୁଲ ପେ ମାଧ୍ୟମରେ ତାଙ୍କଠାରୁ ଏତେ ଟଙ୍କା ନେଇ ଯାଇଥିବା […]
ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ନାର୍କୋ ଟେଷ୍ଟ ଲାଗି ଅସହମତି ପ୍ରକାଶ କଲେ ଅଭିଯୁକ୍ତ ନାବାଳକ। ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ନାବାଳକ ଅସହମତି ପ୍ରକାଶ କରିଛନ୍ତି। ନାର୍କୋ ଟେଷ୍ଟ ଲାଗି SIT ଆବେଦନ କରିଥିଲା। ଏ ନେଇ ଏସ୍ଆଇଟିର ଓକିଲ ଏବଂ ଅଭିଯୁକ୍ତ ନାବାଳକଙ୍କ ଓକିଲ ନିଜ ନିଜର ପକ୍ଷ ରଖିଥିଲେ। ତେବେ ନାର୍କୋ ଟେଷ୍ଟ ପାଇଁ ଅସହମତି ପ୍ରକାଶ କରିଛନ୍ତି ଅଭିଯୁକ୍ତ ନାବାଳକ। ଉଭୟ ପକ୍ଷର ଶୁଣାଣି ଶେଷ ହୋଇଥିବା ବେଳେ […]
ରାଉଲକେଲା: ପୁଣି ଘାତକ ସାଜିଲା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କାମ କରୁ କରୁ ବିଷାକ୍ତ ଗ୍ୟାସ୍ ଶୋଷିନେଲା ୪ ଶ୍ରମିକଙ୍କ ଜୀବନ। RSPର କୋଲ୍ କେମିକାଲ ୟୁନିଟରେ ଘଟିଛି ଏହି ବଡ଼ ଧରଣର ଅଘଟଣ। ସକାଳ ପ୍ରାୟ ୯ଟା ପ୍ଲାଣ୍ଟର କୋଲ୍ କେମିକାଲ ୟୁନିଟରେ ଗ୍ୟାସ୍ ଚାମ୍ବର ମରାମତି କାମରେ ଲାଗିଥିଲେ ଶ୍ରମିକ। ହଠାତ ଲିକ୍ ହୋଇଥିଲା ବିଷାକ୍ତ କାର୍ବନ ମନୋକସାଇଡ୍ ଗ୍ୟାସ୍ ଫଳରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରାୟ ୧୦ରୁ ଅଧିକ ଶ୍ରମିକ। ଅଘଟଣ ପରେ ତୁରନ୍ତ […]
ବ୍ରହ୍ମପୁର: ନିଜ ସ୍ୱାର୍ଥ ହାସଲ କରିବା ପାଇଁ ମଣିଷ କେତେ ତଳକୁ ଖସିପାରେ ! ନିରୀହ ପଶୁଙ୍କୁ ଶିକାର କରିବା ପାଇଁ ସେ ଯେକୌଣସି ଉପାୟ ବି ଆପଣେଇପାରେ। ଶିକାର କରିବା ପାଇଁ ଖାଦ୍ୟ ବଦଳରେ ମଣିଷ ରଖିଲା ବୋମା। ଆଉ ବିଚରା ନିରୀହ ପଶୁଟି ଖାଦ୍ୟ ଭାବି ବୋମାକୁ ଖାଇଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି କାଳୁଆ ରୋଡ଼ ନିକଟରେ ବିଲ ରହିଛି। ନିତିଦିନ ସେଠାରେ ଗାଈ ଚରିଥାନ୍ତି। […]
ଫୁଲବାଣୀ: ମହଙ୍ଗା ପଡ଼ିଲା କି ଅବେଳାରେ ଚଢଉ କରିବା ? ଚୋର ଭାବି ପୋଲିସ୍ଙ୍କୁ ପିଟିଲେ ଗାଁ ଲୋକେ। କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗ୍ରାମରେ ଗଞ୍ଜେଇ ରେଡ୍ କରିବାକୁ ଯାଇଥିବା କ୍ରାଇମ୍ ବ୍ରାଞ୍ଚର STF ଟିମକୁ ଗ୍ରାମବାସୀମାନେ ମାଡ଼ ମାରିବା ସହିତ ଅଟକ ରଖିଥିଲେ। ଏହି ଖବର ସଦର ଥାନା ପୋଲିସ ଜାଣିବା ପରେ STF ର 7 ଜଣିଆ ଟିମକୁ ଉଦ୍ଧାର କରିଛି। ଉଦ୍ଧାର ପରେ STF ଟିମ ସଦସ୍ୟମାନଙ୍କୁ ଆଶୁ […]
ରାଉଲକଲା: ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା। ନିଲମ୍ବିତ ହେଲେ ଆର୍ଏସ୍ପିର ୨ ଡିଜିଏମ୍। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହୋଇ ୪ ମୃତ ଘଟଣାରେ ୨ ଜଣ ଡିଜିଏମ୍ଙ୍କୁ ନିଲମ୍ବିତ କଲେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ CEO। କୋଲ୍ କେମିକାଲ ଡିପାର୍ଟମେଣ୍ଟର DGM ଏନ୍. ଦାସ ଓ ଏନର୍ଜି ମ୍ୟାନେଜମେଣ୍ଟ DGM ଜି. ବାରିକଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଉଭୟଙ୍କୁ ନିଲମ୍ବିତ କରିଛନ୍ତି RSP କର୍ତ୍ତୃପକ୍ଷ। ଏହାସହ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି […]
ଭୁବନେଶ୍ୱର: ନୟାଗଡ଼ କୁନିଝିଅ ହତ୍ୟା ମାମଲାରେ SITକୁ ଶକ୍ତ ଝଟ୍କା। ଜନ୍ମ ପ୍ରମାଣପତ୍ର ଆଧାରରେ ନାବାଳକ ଥିବା ଅଭିଯୁକ୍ତକୁ ସାବାଳକ ଦର୍ଶାଇ ଅଡୁଆରେ ଏବେ ବୋଥ୍ରା ଆଣ୍ଡ୍ କୋ। ଯଦୁପୁର ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇଛନ୍ତି ପୋକ୍ସୋ କୋର୍ଟ। ଆଜି ନୟାଗଡ଼ ପୋକ୍ସୋ କୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ସଂପୃକ୍ତ ଅଭିଯୁକ୍ତକୁ ନାବାଳକ ବୋଲି ଗ୍ରହଣ କରିିଥିବା କହିଛନ୍ତି ଅଭିଯୁକ୍ତର ଓକିଲ। ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର […]
ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ SITକୁ ଜବରଦସ୍ତ ଝଟକା। ନାବାଳିକା ହତ୍ୟା ମାମଲାର ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ SITକୁ ବଡ଼ ଝଟକା ଲାଗିଛି। ଗିରଫ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପୋକ୍ସୋ କୋର୍ଟ। ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଏସ୍ଆଇଟି। ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା SIT। ତେବେ କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ। ପ୍ରମାଣ […]
ଗଜପତି: ଗଜପତି ଜିଲ୍ଲାର ପୂର୍ବତନ ଏସପି ତଥା ବର୍ତ୍ତମାନର ସମ୍ବଲପୁର ଜିଲ୍ଲା ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ଫେକ ଫେସବୁକ୍ ଆକାଉଣ୍ଟ। ସାରା ନିଜେ ପୁର୍ବରୁ କେବଳ ଗୋଟିଏ ଫେସବୁକ୍ ଆକାଉଣ୍ଟ ବ୍ୟବହାର କରି ଆସୁଥିବା ବେଳେ ବର୍ତ୍ତମାନ କେହି ଦୁର୍ବୃତ୍ତ ତାଙ୍କା ନାଁରେ ଫେକ ଫେସବୁକ୍ ଆକାଉଣ୍ଟ ଖୋଲିଛି। ଏହି ଫେସବୁକ୍ ଆକାଉଣ୍ଟରୁ ଫ୍ରେଣ୍ଡ୍ ରିକେଷ୍ଟ ଆସିଲେ ଗ୍ରହଣ ନକରିବା ଏବଂ କେହି ତାଙ୍କ ନାଁରେ ଟଙ୍କା ମାଗିଲେ ନଦେବାକୁ ଅନୁରୋଧ କରିଛନ୍ତି ସାରା […]
ପୁରୀ: ନଅ ମାସର ପ୍ରତିକ୍ଷାରେ ଅନ୍ତ ଘଟିଲା। ପୁଣିଥରେ କୋଳାହଳମୟ ହୋଇଉଠିଲା ଶ୍ରୀମନ୍ଦିର। ଜଗନ୍ନାଥ ମୟ ପରିବେଶ ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଶ୍ରୀମନ୍ଦିର। ସକାଳ ୭ଟାରୁ ରାତ୍ର ପହୁଡ଼ ଯାଏଁ ଚାଲିବ ଦର୍ଶନ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛି। ମହାମହିମ ରାଜ୍ୟପାଳ କୋଭିଡ ନିୟମକୁ ପାଳନ କରି ପତିତପାବନଙ୍କୁ ଦର୍ଶନ କରିଛନ୍ତି। ସେପଟେ କୋଭିଡ଼ ଟେଷ୍ଟ ରିପୋର୍ଟ ଦେଖାଇ ଦର୍ଶନାର୍ଥୀ ନିୟମପାଳି […]
କଟକ: କଟକ ସାଲେପୁରରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା। ବାଇକ୍ରେ ଘରକୁ ଫେରୁଥିବା ବେଳେ ଜଂକୋଟି ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। କୁଳମଣି ସାଲେପୁର ବିଜେପିର ମଣ୍ଡଳ […]
ଭୁବନେଶ୍ୱର: ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ? ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବସ୍ଥା କଣ? ରାଜ୍ୟ ପଛୁଆ ବର୍ଗ କମିଶନ୍ ମାଧ୍ୟମରେ ଏହି ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର ପ୍ରାୟ ବର୍ଷକ ତଳେ ପଛୁଆ ବର୍ଗ କମିଶନ୍ ଅଧ୍ୟକ୍ଷ ଓ ୩ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଥିଲା। ଗତବର୍ଷ ଫେବ୍ରୁଆରୀରେ ଓଡିଶା ପଛୁଆ ବର୍ଗ କମିଶନ୍ ସଂଶୋଧନ ବିଲ୍ ବି ବିଧାନସଭାରେ ପାରିତ ହୋଇଥିଲା। ତେବେ କମିଶନ୍ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଆଜି […]
ଭୁବନେଶ୍ୱର: ଆଈମା କାହାଣୀ କହି ପଦୋନ୍ନତି ପାଇଲେ SIT ମୁଖ୍ୟ ଅରୁଣ ବୋଥ୍ରା। ଏକଥା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ। ପରୀ ପ୍ରସଙ୍ଗରେ ସରକାରଙ୍କୁ ସେ କଡ଼ା ସମାଲୋଚନା କରିବା ସହ ୭ଟି ଗୁରୁତ୍ୱପୂର୍ଣ୍ଣ କଥା ଉଠାଇଛନ୍ତି। ପଢନ୍ତୁ:- ପ୍ରତି ବର୍ଷ ପରୀ ଭଳି ୫୫୦୦ କୁନି ପିଲାମାନେ ଓଡ଼ିଶାରୁ ନିଖୋଜ ହେଉଛନ୍ତି। ୨୭ ହଜାର ସିଶୁ ଗତ ୫ ବର୍ଷ ଭତରେ ନିଖୋଜ ହୋଇଛନ୍ତି। ଅଥଚ ସାଢେ ୪ କୋଟି ଓଡ଼ିଆ ମୋ ପରିବାର କହୁଥିବା […]
ଭୁବନେଶ୍ୱର: ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସ୍କୁଲ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି। ପାଠପଢ଼ା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ମାର୍ଗଦର୍ଶିକା ଅନୁସାରେ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। […]
ସ୍କୁଲ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି। ପାଠପଢ଼ା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ମାର୍ଗଦର୍ଶିକା ଅନୁସାରେ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ। ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। ଶନିବାର ଓ […]
ଭୁବନେଶ୍ୱର: ରାଜ୍ୟ ଏସସିବିସି କମିଶନ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ ରଘୁନାଥ ବିଶ୍ୱାଳ। ଏଥିସହ କମିଶନରେ ତିନିଜଣ ସଦସ୍ୟ ଭାବେ ଡକ୍ଟର ନବନୀତା ରଥ, ମିତାଲି ଚିନ୍ନାରା ଓ ପ୍ରଶନ୍ନ କୁମାର ପାତ୍ର ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ କମିଶନ ରଘୁନାଥ ବିଶ୍ୱାଳ ପ୍ରାଥମିକ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟରେ ପଛୁଆବର୍ଗଙ୍କୁ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ତ୍ୱରାନିତ ହେବ। ଯଦି କୌଣସି ଜାତିର ଲୋକ ଓବିସି ବର୍ଗକୁ ଆସିବା ପାଇଁ […]
ଭୁବନେଶ୍ୱର: ମେ ୪ରୁ ଜୁନ୍ ୧୦ ଭିତରେ ବୋର୍ଡ ପରୀକ୍ଷା ଦେବେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା। କାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶଙ୍କ ଏ ଘୋଷଣା ପରେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସିବିଏସଇ ଛାତ୍ରଛାତ୍ରୀ। ଏଣେ ସିବିଏସଇର ପରୀକ୍ଷା ତାରିଖ ଧାର୍ଯ୍ୟ ପରେ କେବେ ହେବ ରାଜ୍ୟ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା, ତାକୁ ନେଇ ବଢିଛି ଛାତ୍ରଛାତ୍ରୀଙ୍କ ଉତ୍କଣ୍ଠା ରାଜ୍ୟରେ ଏଯାଏ ସ୍କୁଲ୍ […]
ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନକଲି ସନ୍ତକ କରି ଆଟେଣ୍ଡାଣ୍ଟ ପଦବୀ ପୂରଣ ନେଇ ସ୍ପଷ୍ଟ କଲେ ସିଡିଏମଓ। ଜଣେ ବ୍ୟକ୍ତି ଏହି ଜାଲ ଦସ୍ତଖତ ଜରିଆରେ ଜିଲ୍ଲାର ବିଭିନ୍ନ ମେଡିକାଲରେ ଆଟେଣ୍ଡାଣ୍ଟ ପଦବୀ ଲାଗି ବିଜ୍ଞାପନ ଦେବା ସହ ଶିକ୍ଷିତ ଯୁବକ ଯୁବତୀଙ୍କ ଠାରୁ ଅର୍ଥ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଧରାପଡିବା ପରେ ସିଡିଏମଓ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। […]
ବ୍ରହ୍ମପୁର: ମାତ୍ର ଦୁଇଟା ଦିନରେ କି କିମିଆଁ ଲଗେଇଦେଲା କେଜାଣି। ଆଖିର ଲୁହ ବୋଲ ମାନୁନି। ମା ଭଳି ବୋତଲରେ କ୍ଷୀର ପିଆଉଛନ୍ତି। ଶେଷ ଥର ପାଇଁ ସ୍ନେହବୋଳା ହାତରେ ଛୁଆ ହାତୀକୁ ଆଉଁସି ଦେଉଛନ୍ତି ଫରେଷ୍ଟଗାର୍ଡ ସନ୍ତୋଷ। ସନ୍ତୋଷ ଜାଣିଥିଲେ, ଦିନେ ନା ଦିନେ ଗୋଠଖଣ୍ଡିଆ ଏ ହାତୀଛୁଆକୁ ତାଙ୍କୁ ଛାଡ଼ିବାକୁ ହେବ ପ୍ରକୃତି କୋଳକୁ। ହେଲେ ସେ ଦିନ ଯେ ଏତେ ଜଲ୍ଦି ଆସିବ, ଭାବିପାରି ନଥିଲେ। ଖାଲି ସନ୍ତୋଷ ନୁହନ୍ତି ହାତୀ ଛୁଆଟିକୁ […]
ଭୁବନେଶ୍ୱର: ନୂଆବର୍ଷରୁ ଟ୍ରାଫିକ୍ ନିୟମ ଆହୁରି ହେବ କଡ଼ାକଡ଼ି। ଆସନ୍ତାକାଲିଠାରୁ ବାଇକ୍ ପଛରେ ବସୁଥିବା ଯାତ୍ରୀ ବି ହେଲମେଟ୍ ପିନ୍ଧିବେ। ଉଭୟ ଚାଳକ ଏବଂ ଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ। ଆସନ୍ତାକାଲିଠାରୁ କଡାକଡି ହେବ ଚେକିଂ। ହେଲମେଟ୍ ନପିନ୍ଧିଲେ ଗାଡିର ସମସ୍ତ କାଗଜପତ୍ର ଯାଞ୍ଚ ହେବ ବୋଲି ଆଜି ସ୍ପଷ୍ଟ କରିଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ମନ୍ତ୍ରୀ କହିଛନ୍ତି, ବାଇକରେ ଅଧିକ ଦୁର୍ଘଟଣା ଘଟୁଛି। ରୋଡ ସେଫଟି କମିଟି ଚେୟାରମ୍ୟାନ ରାଜ୍ୟକୁ ଦୁର୍ଘଟଣା ପାଇଁ ତାଗିଦ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଚଞ୍ଚକତା କରିଥିବା ଅଭିଯୋଗରେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଉଛି। ରାଜ୍ୟର ବିଭିନ୍ନ ଥାନାରେ ଦଳ ପକ୍ଷରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦିଆଯାଉଛି। କ୍ୟାପିଟାଲ ଥାନାରେ ବିଜେପି ମହିଳା ମୋର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦିଆଯାଇଛି। ଏହା ପୂର୍ବରୁ ଗତକାଲି ରାଜ୍ୟର ସମସ୍ତ ୩୧୪ଟି ବ୍ଲକ ଆଗରେ ଦଳ ଧାରଣା ଦେବା ସହ ପ୍ରତିବାଦ କରିଥିଲା। କେନ୍ଦ୍ର ସରକାରଙ୍କ […]
ଭୁବନେଶ୍ୱର: ସେଲିବ୍ରିଟି ବିବାଦ ଆସି ମହିଳା କମିଶନଙ୍କ ନିକଟରେ ପହଞ୍ଚିଛି। ମହିଳା କମିଶନ ଅଫିସ୍ରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ ବିବାଦ ନେଇ ବର୍ଷା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ ହାଜର ପାଇଁ ନୋଟିସ ହୋଇଛି। ଆଜି ହାଜର ହେବାକୁ ୩ ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ। ଓଲିଉଡ୍ ଦମ୍ପତି ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ ଘରୋଇ ବିବାଦ ମାମଲାରେ ଆଜି ରାଜ୍ୟ ମହିଳା […]
ସୁନ୍ଦରଗଡ଼: ଏତେ ନୃଶଂସ କଣ ମଣିଷ ହୋଇପାରେ ! ଯାହାକୁ ବିଶ୍ୱାସ କରି ହାତ ଧରିଥିଲା, ଆଜି ସେଇ ବିଶ୍ୱାସର ହାତ ନୃଶଂସ ଭାବେ ହତ୍ୟା କରିବାକୁ ପଛାଇଲାନି। ନିଜ ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତିଦେଲା ସୈତାନ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ତଳସରା ଥାନା ସବଡେଗା ଗାଁରେ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେ଼ଗା ବସ୍ତିରେ ରୁହନ୍ତି ଖଏରୁ ନାଏକ ଓ ସ୍ତ୍ରୀ ଶକୁନ୍ତଳା ନାଏକ। ସ୍ତ୍ରୀ ଶକୁନ୍ତଳା ନାଏକ ୩୦ […]
ଦାନ୍ତେୱାଡ଼ା: ଛତିଶଗଡ଼ରେ ସୁରକ୍ଷାବଳକୁ ବଡ଼ ସଫଳତା। ଦୁଇ ହାର୍ଡ କୋର୍ ମହିଳା ମାଓବାଦୀ ଏନକାଉଣ୍ଟରରେ ନିହତ। ଛତିଶଗଡ଼ ଦାନ୍ତେୱାଡ଼ା କାଲୋପଲ୍ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଖବର ପାଇଁ କମ୍ବିଂ କରିଥିଲେ ଯବାନ। ତେବେ ଏହି ସମୟରେ ପୋଲିସ୍ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ ନକ୍ସଲ। ଏହାର କଡ଼ା ଜବାବ ଦେଇଥିଲେ ଯବାନ। ଏଥିରେ ୱାଣ୍ଟେଣ୍ଡ ମାଓବାଦୀ ଇଜେ ମରକୋମ୍ ଓ ମାଲାଙ୍ଗିରିଙ୍କ ମୃତ୍ୟୁ ହୋଇଛି। ଇଜେ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା […]