• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

accident
ଟ୍ରକ୍ ପଛରେ ପିଟି ହେଲା ବାଇକ୍, ଦୁଇ ମୃତ

ଉମରକୋଟ : ଟ୍ରକ୍ ପଛରେ ପିଟି ହେଲା ବାଇକ୍। ଚାଲିଗଲା ଦୁଇଟି ଜୀବନ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟରେ। ଗତକାଲି ରାତିରେ ୟୁଭି-୧ ବଡ଼କୁମାରୀ ଗ୍ରାମର ଦୁଇ ଜଣ ଯୁବକ ବାଇକ୍ ଯୋଗେ ଉମରକୋଟକୁ ଦୁର୍ଗାପୂଜା ଦେଖିବାକୁ ଆସୁଥିଲେ। ତେବେ ଉମରକୋଟ-ରାଇଘର ରାସ୍ତାରେ ଥିବା ପେଟ୍ରୋଲ୍ ପମ୍ପ ନିକଟରେ ସେମାନେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲେ। ମୃତକ ଦ୍ୱୟ ହେଲେ ମଞ୍ଜିତ ବେପାରି ଓ ସତ୍ୟଜିତ ସରକାର।  ମଞ୍ଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। […]

  • Thursday, 15 July 2021
1
ଆଜି ମହାନବମୀ

ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ହେଉଛି ମହାନବମୀ ପୂଜା।  ସକାଳେ ମାଆଙ୍କର ମହାସ୍ନାନ ପରେ ବିଭିନ୍ନ ରୀତିନୀତିରେ ପୂଜା କରାଯାଉଛି। ଗତକାଲି ସନ୍ଧିପୂଜା ସହ ପୂଜା ମଣ୍ଡପଗୁଡ଼ିକରେ କନ୍ୟାପୂଜା ହୋଇଯାଇଛି। ନବରାତ୍ର ପୂଜାର ମହାନବମୀ ଗୁରୁତ୍ୱପୂର୍ଣ୍ଣ ପୂଜା। ଏଣୁ ସକାଳୁ ସକାଳୁ ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି। ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ଗୁଡ଼ିକରେ ଆକର୍ଷଣୀୟ ସାଜସଜା ହୋଇଛି। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କର ଗହଳି ଚହଳି ଲାଗୁଛି। […]

  • Thursday, 15 July 2021
17
ଡାଲ୍‌ଖାଇ ନାଚରେ ଦୁଲୁକୁଛି ନୂଆପଡ଼ା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ପୁରପଲ୍ଲୀରେ ଡାଲ୍‌ଖାଇ ପର୍ବକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଢୋଲ, ନିଶାନ, ତାସାର ତାଳେ ତାଳେ ଯୁବତୀଙ୍କ ଡାଲ୍‌ଖାଇ ନାଚରେ ଦୁଲୁକୁଛି କୋମନା ଅଞ୍ଚଳ। ଯୁବତୀମାନେ ଦୁଇଦିନ ଧରି ଉପବାସ ରହି ଡାଲ୍‌ଖାଇ ପାଳନ କରିଛନ୍ତି। ଗାଁ ଲୋକେ ଡାଲ୍‌ଖାଇ ଗୀତର ତାଳେ ତାଳେ ନାଚି ଦେବୀ ଦୁର୍ଗାଙ୍କ ଉପାସନା କରିଛନ୍ତି। ସପ୍ତମୀ ତିଥିରେ ଯୁବତୀମାନେ ଏକାଠି ହୋଇ ଗାଧୋଇବା ପରେ ଗୋଟିଏ ଜାଗାରେ ମାଆଙ୍କ ଆବାହନ ଲାଗି ପ୍ରସ୍ତୁତି କରିଥାନ୍ତି। […]

  • Thursday, 15 July 2021
16
ତିତ୍‌ଲି ଦେଇଗଲା ଦୁଃଖ; ଏବେବି ଖୋଲା ଆକାଶ ତଳେ ବିତୁଛି ଜୀବନ

ବାଲେଶ୍ୱର: ବାତ୍ୟା ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ସୋରର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କାଂଶବାଂସ ନଦୀରେ ବନ୍ୟା ଆସିବାରୁ ବହୁ ଲୋକଙ୍କ ଘର ଭାଙ୍ଗିଯାଇଛି। ବନ୍ୟାରେ କ୍ଷତିଗ୍ରସ୍ତ ଲୋକ ଏବେବି ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି। ଏମାନଙ୍କ ପାଖରେ ଏବେ ଯାଏ ସହାୟତା ପହଞ୍ଚି ନଥିବା ଅଭିଯୋଗ ହୋଇଛି।  ସୋର ବ୍ଲକର ବିଭିନ୍ନ ସ୍ଥାନରେ ଘରଦ୍ୱାର ନଷ୍ଟ ହୋଇଛି। ବାଟୀ ପଞ୍ଚାୟତର ରୁଡ଼ୁଙ୍ଗା, କବିରପୁର, ଆଙ୍କୁଲା ଓ ହରସିଂପୁରରେ […]

  • Thursday, 15 July 2021
12
୨୦ରେ ଭସାଣି; ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଗୋଟିଏ ପଟେ ପୂଜାର ମଜା। ଅନ୍ୟପଟେ ଭସାଣିର ପ୍ରସ୍ତୁତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାକୃତିକ ଜଳାଶୟରେ ବିସର୍ଜନର କଟକଣା ଲାଗିବା ପରେ ଦୁଇ ବର୍ଷ ହେବ କୃତ୍ରିମ ପୋଖରୀ ତିଆରି କରାଯାଉଛି। ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦେବୀଙ୍କ ମୃଣ୍ମୟୀ ପ୍ରତିମା ବିସର୍ଜନ ପାଇଁ ୪ଟି ସ୍ଥାନରେ କୃତ୍ରିମ ପୋଖରୀ ନିର୍ମାଣ କରାଯାଇଛି। ଟଙ୍କପାଣି ରୋଡ଼୍‌, ଗଙ୍ଗୁଆ, କୂଆଖାଇ ଓ ରଘୁନାଥପୁରରେ ତିଆରି ହେଉଛି କୃତ୍ରିମ ପୋଖରୀ। ରଘୁନାଥପୁରରେ ଚଳିତ […]

  • Thursday, 15 July 2021
6
ବାଲେଶ୍ୱରରେ ବେଶ୍‌ ଧୁମ୍‌ଧାମରେ ଚାଲିଛି ମା’ ଦୁର୍ଗାଙ୍କ ପୂଜା

ବାଲେଶ୍ୱର: ବାଲେଶ୍ୱରରେ ବେଶ୍‌ ଧୁମ୍‌ଧାମରେ ଚାଲିଛି ମା’ ଦୁର୍ଗାଙ୍କ ପୂଜା। ଏହି ସହରରେ ୧୭୫ ବର୍ଷ ତଳେ ମଦନ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପ୍ରଥମେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମହାଷ୍ଟମୀ ଓ ସନ୍ଧିପୂଜା ଏଠାରେ ସବୁଠୁ ନିଆରା ବୋଲି କୁହାଯାଏ। ମହାନବମୀ ଦିନ ବଙ୍ଗାଳୀ ଝିଅ, ବୋହୂମାନେ ସିନ୍ଦୁର ଖେଳ ଓ ଅଳତା ଲଗାଇବାର ପରମ୍ପରା ବେଶ୍‌ ଆକର୍ଷଣୀୟ ଲାଗିଥାଏ।  ସ୍ୱତନ୍ତ୍ର ବଙ୍ଗୀୟ ରୀତିନୀତିରେ ଦୁର୍ଗାପୂଜା ହୋଇଥାଏ। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ସଂପୂର୍ଣ୍ଣ […]

  • Thursday, 15 July 2021
3
ଛାତ ଉପରେ ଶୁଖାଗଲା ଲକ୍ଷାଧିକ ଟଙ୍କା!

ଆସ୍କା: ଛାତ ଉପରେ ଶୁଖାଯାଇଛି ଲକ୍ଷ ଲକ୍ଷ ଟଙ୍କା। ଆସ୍କା ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖା ଉପରେ ନୋଟ୍‌ ଗୁଡ଼ିକ ଶୁଖାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ବାତ୍ୟା ତିତ୍‌ଲି ପରେ ହୋଇଥିବା ବନ୍ୟାରେ ବ୍ୟାଙ୍କ ଭିତରେ ପାଣି ପଶିଯାଇଥିଲା। ପ୍ରାୟ ଦୁଇ ଦିନ ଧରି ପାଣି ଜମି ରହିଥିଲା। ଏହା ଫଳରେ ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମ୍‌ ଭିତରେ ଥିବା ଲକର୍‌ ଭିତରେ ପାଣି ପଶି ଟଙ୍କା ସବୁ ଓଦା ହୋଇଯାଇଥିଲା। ତେବେ […]

  • Thursday, 15 July 2021
1
ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ହଜାର ହଜାର ପଶୁ ବଳି

କଳାହାଣ୍ଡି: ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଭବାନୀପାଟଣା। ମା’ଙ୍କ ମନ୍ଦିରରୁ ଆଜି ଭୋରରୁ ଜେନାଖାଲ ଅଭିମୁଖେ ବାହାରିବାପରେ ସେଠାରେ ଗୁପ୍ତ ପୂଜା ଓ ଅନ୍ୟାନ୍ୟ ରୀତିନୀତି ସମ୍ପନ୍ନ ହୋଇଥିଲା। ଛତର୍‌ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ମାନସିକଧାରୀ ମାନେ ମା’ଙ୍କ ଉଦ୍ଦେଶ୍ୟରେ ବଳି ଦେବାର ପରମ୍ପରା ମଧ୍ୟ ରହିଛି। ଯେଉଁଠି ମାନସିକଧାରୀ ବଳି ବାରଣକୁ ନମାନି ଶତାଧିକ ସଂଖ୍ୟାରେ ପଶୁ ବଳି ଦେଇଛନ୍ତି […]

  • Thursday, 15 July 2021
0
ନିର୍ମାଣାଧିନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ କୁଞ୍ଚପାଣି ନିକଟରେ ନିର୍ମାଣାଧିନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେଉଁ ପରସ୍ଥିତିରେ ବ୍ରିଜ୍‌ ଭୁଶୁଡିଲା ଓ ଏଥିପାଇଁ ଦାୟୀ କିଏ ସେନେଇ ଏକ କମିଟି ତଦନ୍ତ କରୁଥିବା ସୂଚନା ମିଳିଛି। କମିଟି ରିପୋର୍ଟ ପ୍ରଦାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବଣାଇ ଉପ-ଜିଲ୍ଲାପାଳ କହିଛନ୍ତି। ଦୁଇ ଦିନ ତଳେ କୁଞ୍ଚପାଣି ନିକଟରେ ନିର୍ମାଣାଧିନ ବ୍ରିଜ୍‌ ଭୁଶୁଡ଼ି ୨୦ଜଣ ଆହତ ହୋଇଥିଲେ। ସେମାନଙ୍କ […]

  • Thursday, 15 July 2021
9
ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ମୟୂରଝାଲିଆ ଗାଁରେ ହାତୀ ଉପଦ୍ରବ ଦେଖା ଦେଇଛି। ଗାଁ ଭିତରେ ପଶି ହାତୀ ଧାନ ଫସଲ ନଷ୍ଟ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଦୀର୍ଘ ୧୦ ଦିନ ହେବ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଚଳାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହାତୀ ଉପଦ୍ରବ ପରେ ମଧ୍ୟ ବନବିଭାଗ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଲୋକଙ୍କ ସମସ୍ୟା ବିଷୟରେ ବୁଝୁନଥିବା ଲୋକେ କହିଛନ୍ତି।

  • Thursday, 15 July 2021
8
ମା’ ଅମ୍ବିକାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା: ପବିତ୍ର ଦୁର୍ଗାପୂଜା ଅବସରରେ ସଜେଇ ହୋଇଛି ବାରିପଦା ସହରର ମା’ ଅମ୍ବିକାଙ୍କ ପୀଠ। ଧୂପ, ଦୀପ, ଫୁଲହାର ଓ ସ୍ୱର୍ଣ୍ଣ ଅଳଙ୍କାରରେ ଝଟକୁଛି ମା’ଙ୍କ ପ୍ରତିମା। ରୀତିନୀତି ଓ ପରମ୍ପରା ଅନୁଯାୟୀ ମା’ଙ୍କର ନବରାତ୍ରୀ ପୂଜା ସହ ବିଭିନ୍ନ ବେଶ କରାଯାଉଛି। ମା’ ଅମ୍ବିକାଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି। ନବରାତ୍ରୀ ବେଳେ ମା’ଙ୍କ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

  • Thursday, 15 July 2021
3
ପଶ୍ଚିମ ଓଡ଼ିଶାରେ ମା’ଙ୍କ ପୂଜା ମଣ୍ଡପରେ ଦୁଲ୍‌ଦୁଲି ବାଦ୍ୟର ବିଶେଷ ଭୂମିକା

ଭୁବନେଶ୍ୱର: ଜମି ଆସିଲାଣି ପାର୍ବଣର ପରିବେଶ। ଶକ୍ତି ପୀଠରେ ଚାଲିଛି ମା’ଙ୍କ ଆରାଧନା। ମାତୃ ଶକ୍ତିର ଆରାଧନା ଭାରତୀୟ ସଂସ୍କୃତିର ଏକ ମହାନ୍ ପରମ୍ପରା ହୋଇଥିବା ବେଳେ ମା’ଙ୍କ ଆଶୀର୍ବାଦ ନେବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ବଢୁଛି। ପଶ୍ଚିମ ଓଡ଼ିଶାରେ ମା’ଙ୍କ ପୂଜା ମଣ୍ଡପରେ ଦୁଲ୍‌ଦୁଲି ବାଦ୍ୟ ବିଶେଷ ଭୂମିକା ନେଇଥାଏ। ମା’ଙ୍କ ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଷୋହଳ ପ୍ରକାର ବାଦ୍ୟରେ ଷୋହଳଭରନୀ ବାଦ୍ୟ ବଜାଇଥାଆନ୍ତି ବାଦ୍ୟକାରମାନେ। ମା’ଙ୍କ ଷୋଡ଼ଶ […]

  • Thursday, 15 July 2021
2
ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାଙ୍କୀ: ବାଙ୍କୀର ଆରାଧ୍ୟ ଦେବୀ ତଥା ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସକାଳୁ ସେବାୟତମାନଙ୍କ ଦ୍ୱାରା ୧୦୮ ଗରାରେ ପବିତ୍ର ଜଳଲାଗି ଓ ମାଜଣା କରାଯିବା ପରେ ମହାଷ୍ଟମୀର ନୀତିକାନ୍ତି ଆରମ୍ଭ ହୋଇଥିଲା। ସୂର୍ଯ୍ୟପୂଜା, ମଙ୍ଗଳଆଳତି, ଦ୍ୱାରପାଳ ପୂଜା ପରେ ବଲ୍ଲଭ ପୂଜା ସହ ମାଣ୍ଡୁଅ ଭୋଗ ଲାଗି ହେବ। ମା’ଙ୍କୁ ଆଜି ସୁସଜ୍ଜିତ ପାଟ୍ଟବସ୍ତ୍ର ଦ୍ୱାରା ମହିଷାମର୍ଦ୍ଦିନୀ ବେଶ କରାଯାଇଛି। ଏହି ବେଶରେ ମା’ଙ୍କୁ ଦର୍ଶନ […]

  • Thursday, 15 July 2021
mao
ମାଓବାଦୀଙ୍କୁ ବନ୍ଧୁକ, ଗୁଳି ଯୋଗାଉଥିଲେ ଯବାନ

ମାଲକାନଗିରି: ଲୁଚାଛପାରେ ମାଓବାଦୀଙ୍କୁ ଗୁଳି, ବନ୍ଧୁକ ଯୋଗାଉଥିବା ଅଭିଯୋଗରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାର କାସୋଲି ଫୋର୍ସ କ୍ୟାମ୍ପରେ କାର୍ଯ୍ୟରତ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌। ତାଙ୍କ ନାଁ ରାଜୁ କୁଜୁର। ପୁଲିସ ତାଙ୍କୁ ଗିରଫ କରିବା ପରେ ଡେମୋ ପ୍ରଦର୍ଶନ କରାଇଛି। ସେ କେମିତି ସୁରକ୍ଷା ତାରବାଡ଼କୁ ଡେଇଁ ମାଓବାଦୀଙ୍କୁ ସହଯୋଗ କରୁଥିଲେ, ତାହାର ଡେମୋ ସେ କରି ଦେଖାଇଛନ୍ତି। ଏହି ଘଟଣାକୁ ନେଇ ସଂପୃକ୍ତ ଯବାନ କିମ୍ବା […]

  • Thursday, 15 July 2021
farma
ଭୁଲ୍‌ ଇଞ୍ଜେକ୍‌ସନ୍‌ ଦେବାରୁ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ

ଚାନ୍ଦବାଲି: ଫାର୍ମାସିଷ୍ଟଙ୍କ ଭୁଲ୍‌ ଇଞ୍ଜେକ୍‌ସନ୍‌ ଦେବା ଯୋଗୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଫାର୍ମାସିଷ୍ଟଙ୍କୁ ଗିରଫ କରିବା ସହ କ୍ଷତିପୂରଣ ଦାବିରେ ଭଦ୍ରକ- ଚାନ୍ଦବାଲି ରାସ୍ତାରେ ବାଳକର ମୃତଦେହ ରଖି ରାସ୍ତାରୋକ କରିଥିଲେ। ଅଭିଯୋଗ ଅନୁସାରେ, ଚାନ୍ଦବାଲି ନୂଆଗାଁ ଇଚ୍ଛାପୁର ଗାଁର ସରୋଜ ମହାଳିକଙ୍କ ୯ ବର୍ଷର ପୁଅ କୁନା ମହାଳିକଙ୍କୁ ଜ୍ୱର ହୋଇଥିଲା। ଦୁଇ ଦିନ ହେଲା ଜ୍ୱର ନ ଛାଡ଼ିବାରୁ ପରିବାର ଲୋକେ ଜଣେ ଫାର୍ମାସିଷ୍ଟଙ୍କୁ ଦେଖାଇଥିଲେ। […]

  • Thursday, 15 July 2021
1
ବନ୍ୟାରେ ସୁଧାର ଆସିଛି, ହେଲେ କମିନି ଦୁର୍ଦ୍ଦଶା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ବିଭିନ୍ନ ନଦୀରେ ଜଳସ୍ତର କମିଛି। ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ବୁଢାବଳଙ୍ଗ ଓ ଜଳକା ନଦୀରେ ବନ୍ୟା ଅସିବାରୁ ଏହାର ପ୍ରଭାବରେ ପାଖାପାଖି ୬ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଏବେ ବି କିଛି ଅଞ୍ଚଳ ପାଣି ଘେରରେ ରହିଛି। ପାଣିରେ ବୁଡ଼ି ଶହ ଶହ ଏକର ଚାଷ ଜମିର ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି।

  • Thursday, 15 July 2021
2
ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି

ବାଲେଶ୍ୱର: ବାତ୍ୟା ତିତ୍‌ଲିର ପ୍ରଭାବ ବାଲେଶ୍ୱର ଜିଲ୍ଲାରେ ବି ଦେଖିବାକୁ ମିଳିଛି। ଏହି ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବସ୍ତା ବ୍ଲକ୍‌ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏବେ ଏହା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ମୁଳିଆପଦା, ଝିଙ୍କିରିଆ ଓ  ତିତ୍ରିତା ଅଞ୍ଚଳରେ ବର୍ଷା ହେବାରୁ ଏହାର ଜଳସ୍ତର ବୃଦ୍ଧି ପାଇଛି। ଜଳକା ନଦୀର ବିପଦ ସଙ୍କେତ […]

  • Thursday, 15 July 2021
111
ଦୁର୍ବୃତ୍ତଙ୍କ ଏସିଡ୍‌ ମାଡ଼ରେ ପରିବାରର ତିନି ସଦସ୍ୟ ଗୁରତର

କେନ୍ଦ୍ରାପଡ଼ା: ଦୁର୍ବୃତ୍ତଙ୍କ ଏସିଡ୍‌ ମାଡ଼ରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଗୁରତର ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ମର୍ଶାଘାଇ ଥାନା ପାଟଳି ପଙ୍କ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅବସ୍ଥାରେ ତିନି ଜଣଙ୍କୁ କେହି ଦୁର୍ବୃତ୍ତ ଏସିଡ୍‌ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ହୋଇଥିବା ହିଂମାଶୁ ବାରିକ, ପତ୍ନୀ ନମିତା ବାରିକ ଏବଂ ଦୁଇ ବର୍ଷର ଝିଅ ଶୁଭଶ୍ରୀ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏସିଡ୍‌ ଆକ୍ରମଣର […]

  • Thursday, 15 July 2021
bhiti-prastara
ଧାନ ନଡ଼ାରୁ ପ୍ରସ୍ତୁତ ହେବ ବାୟୋ ଇନ୍ଧନ

ବରଗଡ଼: ବରଗଡ଼ରେ ହେବ ଟୁଜି ଇଥାନଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ। ଧାନ ନଡ଼ାରୁ ପ୍ରସ୍ତୁତ ହେବ ବାୟୋ ଇନ୍ଧନ। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବଉଳସିଂହା ଗାଁରେ ଦେଶର ପ୍ରଥମ ଟୁଜି ଇଥାନଲ ପ୍ରକଳ୍ପ ପ୍ରତିଷ୍ଠା ହେବ। ଆଜି ହେବାକୁ ଥିବା ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଭାସ ସିଂ, ମନ୍ତ୍ରୀ ସୁଶାନ୍ତ ସିଂ […]

  • Thursday, 15 July 2021
77
ରାଜ୍ୟରେ ଏବେ ଚାଲିଛି ବାଘ ଗଣନା

ଭୁବନେଶ୍ୱର: ରାଜ୍ୟରେ ଏବେ ବାଘ ଗଣନା ଚାଲିଛି। ୨୦୧୪ ଓ ୨୦୧୬ ଗଣନାରେ ସଂଖ୍ୟାକୁ ନେଇ ବିବାଦ ଦେଖା ଦେଇଥିଲା। ଏଥର ଗଣନାରେ ଯେଭଳି କୌଣସି ବିବାଦ ନ ହେବ ଓ ବାଘର ପ୍ରକୃତ ସଂଖ୍ୟା ବାହାରିବ ସେଥିପାଇଁ ବନ ବିଭାଗ ତତ୍ପର ହୋଇଉଠିଛି। ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆର ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ରାଜ୍ୟ ବନ ବିଭାଗ କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି ଗଣନା ଜାରି ରହିଛି। ଏଥର ଗଣନାରେ ରାଜ୍ୟର ପ୍ରାୟ ସମସ୍ତ […]

  • Thursday, 15 July 2021
ajagara
ରୋଷେଇ ଘରୁ ଅଜଗର ସାପ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ସଦର ମହକୁମାର ଜଣେ ବ୍ୟକ୍ତିଙ୍କ ଘରୁ ଅଜଗର ସାପ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଅଜଗର ସାପର ଲମ୍ବ ୧୨ ଫୁଟ ବୋଲି ଜଣାପଡ଼ିଛି। ସାପଟି ରୋଷେଇ ଘରେ ଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲେ।

  • Thursday, 15 July 2021
murderer
ବାଲେଶ୍ୱର ଫିରିଙ୍ଗିପାଟଣା ହତ୍ୟାକାଣ୍ଡ ଘଟଣା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ବାଲେଶ୍ୱର: ବାଲେଶ୍ୱର ଫିରିଙ୍ଗିପାଟଣାର ବହୁ ଚର୍ଚ୍ଚିତ ମାନସ ଦାସ ଫତେ ସିଂ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ସହଦେବଖୁଣ୍ଟା ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାଁ ସାମସନ୍‌ ମହାପାତ୍ର। ପୁଲିସ୍‌ ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଅଫୁଟା ଗୁଳି, ୧୫ ହଜାର ଟଙ୍କା, ଏଟିଏମ୍‌ କାର୍ଡ ଏବଂ ଅନ୍ୟାନ୍ୟ ଜିନିଷ ସବୁ ଜବତ କରିଛି। ସୂଚନାଥାଉ କି, ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖ ବିଳମ୍ବିତ ରାତିରେ ଫିରିଙ୍ଗିପାଟଣାର ଟ୍ରାନ୍ସପୋର୍ଟ ବ୍ୟବସାୟୀ ମାନସ […]

  • Thursday, 15 July 2021
1
ହୋମଗାର୍ଡଙ୍କୁ ଖଣ୍ଡାରେ ଆକ୍ରମଣ

ପୁରୀ: ହୋମଗାର୍ଡଙ୍କୁ ଆକ୍ରମଣ। ପୁରୀ ଜିଲ୍ଲାର ମଶାଣି ଚଣ୍ଡୀ ଛକ ନିକଟରେ କାର୍ଯ୍ୟରତ ହୋମଗାର୍ଡ ଗୁଣମଣି ରାଉତଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଗୁଣମଣିଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ବାମ ହାତ, ମୁଣ୍ଡ ଓ ପିଟିରେ ଆଘାତ ଲାଗିଛି। ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ବାସେଳୀ ଥାନା ଗୋଖା ସାହିରେ ଜମିଜମା ବିବାଦକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଯୁବକ ସଂପୃକ୍ତ […]

  • Thursday, 15 July 2021
4
ଆସିପାରିଲାନି ଆମ୍ବୁଲାନ୍ସ; ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି

ଚିତ୍ରକୋଣ୍ଡା : ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଶେଷରେ କିଛି ବାଟ ଷ୍ଟ୍ରେଚରରେ ଅଣାଯାଇ ବାଇକ୍‌ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ପାବିଲିଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ପାର୍ବତୀ ଖରାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା। ଶେଷରେ ପରିବାର ଲୋକେ ଗ୍ରାମବାସୀ, ସୁପରଭାଇଜର ଓ ଏଏନ୍ଏମ୍ ଦିଦି ମିଶି ତାଙ୍କୁ ଷ୍ଟ୍ରେଚରରେ ବୋହି ମୁଖ୍ୟରାସ୍ତା ପର୍ଯ୍ୟନ୍ତ […]

  • Thursday, 15 July 2021
2
ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ରାଜୁତି: ପିଠିରେ ଥାଳି ରଖି ଚାଲିଛି ଝଡ଼ାଫୁଙ୍କା

କାମାକ୍ଷାନଗର: ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ରାଜୁତି ଚାଲିଛି। କୁକୁର କାମୁଡ଼ା ହେଉ ଅବା ସାପ କାମୁଡ଼ା, ଏବେ ବି ହସ୍ପିଟାଲକୁ ନ ଯାଇ ଗୁଣିଆଙ୍କ ପାଖରେ ଝଡ଼ାଫୁଙ୍କା କରୁଛନ୍ତି ଲୋକେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଗୁଣ୍ଡିଚାନାଳି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗାଁର ଜଣେ ମହିଳାଙ୍କୁ ବିଷାକ୍ତ କୀଟ କାମୁଡ଼ିଥିଲା। ଏହା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନ ନେଇ ଗାଁର ଜଣେ […]

  • Thursday, 15 July 2021