• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jeep
ସାମୁଦ୍ରିକ ଥାନା ଭଙ୍ଗାରୁଜା ଘଟଣାରେ ୫୨ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନାରେ ଭଙ୍ଗାରୁଜା ଘଟଣାରେ ପୁଲିସ୍‌ ଏବେ ସୁଦ୍ଧା ୫୨ ଜଣଙ୍କୁ ଗିରଫ କରିଛି। ପୁଲିସ୍‌ର ଗିରଫଦାରି ଭୟରେ ବିନୋବାଭାବେ ନଗର ଗାଁ ପୁରୁଷ ଶୂନ୍ୟ ପାଲଟିଛି। ଗାଁର ବୋହୂ ବାପଘରୁ ଶ୍ୱଶୁର ଘରକୁ ଫେରିବାରେ ବିଳମ୍ବକୁ ନେଇ ଦୁଇ ପରିବାର ମଧ୍ୟରେ ଦେଖାଦେଇଥିବା ଗଣ୍ଡଗୋଳରୁ ଥାନା ଭଙ୍ଗାରୁଜା ଯାଏଁ କଥା ଯାଇଥିଲା। ପୁଲିସ୍‌ ଘଟଣାର ସମାଧାନ କରିବାରେ ବିଫଳ ହେବାରୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ଲୋକେ ଥାନାରେ ପଶି […]

  • Thursday, 15 July 2021
car
କାର୍‌ରୁ ଜବତ ହେଲା ଦୁଇ ଲକ୍ଷ ଟଙ୍କା

ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ପଦ୍ମପୁରରୁ ଜବତ ହୋଇଛି ଦୁଇ ଲକ୍ଷ ଟଙ୍କା। ଏମ୍‌ଭିଆଇ ଚେକିଂ ବେଳେ ପଦ୍ମପୁର ମେଲଛା ମୁଣ୍ଡା ନିକଟ ଗୁଦେରପାଲିରୁ ଏତେ ପରିମାଣର ଟଙ୍କା ଜବତ ହୋଇଛି। ଏକ କାର୍‌ରେ ଚାଲାଣ ହେବା ବେଳେ ପୁଲିସ୍ ଏହାକୁ ଜବତ କରିଛି। ଜବତ କାରର ନମ୍ବର ହେଉଛି OD17 K 1166। ସୋହେଲାର ସଞ୍ଜୟ ମହାପାତ୍ର ନାମକ ଜଣେ ବ୍ୟକ୍ତି ଏହି ଟଙ୍କା ନେଇ ଯାଉଥିବା ଜଣାପଡ଼ିଛି। ତେବେ ଏହି ଟଙ୍କା କାହା ପାଖକୁ […]

  • Thursday, 15 July 2021
ambulance1
ରୋଗୀଙ୍କୁ ଛାଡ଼ି ଫେରିବାବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ରଗୁଡିଆପଡ଼ା ନିକଟରେ ପୋଲ ତଳକୁ ଖସିପଡ଼ିଲା ୧୦୮ ଆମ୍ବୁଲାନ୍ସ। ଆମ୍ବୁଲାନ୍ସଟି କଟକରେ ରୋଗୀଙ୍କୁ ଛାଡ଼ି ବୁର୍ଲା ଅଭିମୁଖେ ଫେରୁଥିବାବେଳେ ରଗୁଡ଼ିଆପଡ଼ା ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଡ୍ରାଇଭର ସମେତ ୨ ମେଡ଼ିକାଲ କର୍ମଚାରୀ ଆହତ ହୋଇଛନ୍ତି। ବନ୍ତଳା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।

  • Thursday, 15 July 2021
umarkote
ଜାମୁ ଗଛରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଛଟାଗୁଡ଼ା ଗାଁ ପୋଖରୀ ପାଖରେ ଥିବା ଜାମୁ ଗଛରେ ରଶି ଲଗାଇ ଦୁଇଜଣ ଯୁବକଯୁବତୀ ଆତ୍ମହତ୍ୟା କରିଛନ୍ତି।  ମୃତ ଯୁବକଯୁବତୀ ହେଲେ ଇନ୍ଦ୍ର ଗଣ୍ଡ ଓ ସୁଶୀଳା କଲାର। ଦୁହେଁ ଗତ ରାତିରେ ଗଛରେ ରଶି ଲଗାଇ ଦେଇଥିଲେ। ପ୍ରେମ ଜନିତ କାରଣରୁ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସକାଳେ ଗାଁ ଲୋକେ ଗଛରେ ମୃତଦେହ ଝୁଲୁଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ।  ଖବର ପାଇ ପୁଲିସ୍‌ ଗାଁରେ […]

  • Thursday, 15 July 2021
tiger
କଲରାପତରିଆ ବାଘ ଚମଡ଼ା ଜବତ: ୩ ଗିରଫ

ବାରିପଦା: କରଞ୍ଜିଆ ଓ ଦୁଧିଆଣି ରେଞ୍ଜ୍‌ର ମିଳିତ ଚଢଉ କରି ଗୋଟିଏ କଲରାପତରିଆ ବାଘର ଚମଡ଼ା ଜବତ କରିଛନ୍ତି। ବାଘ ଚମଡ଼ା କାରବାର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣି କରିଛନ୍ତି ବନ ବିଭାଗ କର୍ମଚାରୀ। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟାଙ୍କ କର୍ମଚାରୀ ଅଛନ୍ତି। ଦୁଧିଆଣି ରେଞ୍ଜ୍‌ ଅନ୍ତର୍ଗତ କଙ୍କଡା ଗାଁର ଦୁଇ ବ୍ୟକ୍ତି ଓ କେନ୍ଦୁମୁଣ୍ଡି ରେଞ୍ଜ ଅନ୍ତର୍ଗତ ଧାତିକାବେଡାରୁ ଶିରିଷ ମହାନ୍ତ ନାମକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ […]

  • Thursday, 15 July 2021
school
ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା

ଭୁବନେଶ୍ୱର:  ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା।  ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖିବାକୁ ମୋଟ ୬୦ ମୂଲ୍ୟାୟନ କେନ୍ଦ୍ର ହୋଇଛି।  ଏଥର ୧୬ହଜାର ୩୦ ଜଣ ଶିକ୍ଷକ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ।  ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୫ରେ ଶେଷ ହେବ। ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ମୂଲ୍ୟାୟନ ଉପରେ ବିଶେଷ ଗୁରୁତ୍ୱ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ।  

  • Thursday, 15 July 2021
Tower
ସର୍ଟ ସର୍କିଟ୍‌ରୁ ପୋଡ଼ିଗଲା ଘର

ରାଉରକେଲା: ମୋବାଇଲ୍ ଟାୱାର ସର୍ଟ ସର୍କିଟ୍‌ରୁ ପୋଡ଼ିଗଲା ଘର। ରାଉରକେଲା ସାରନଗରୀରେ ଥିବା ଏକ ମୋବାଇଲ୍ ଟାୱାରରେ ଲାଗିଥିବା ବ୍ୟାଟେରୀ ଏବଂ ଅନ୍ୟାନ୍ୟ ବିଦ୍ୟୁତ୍‌ ସାମଗ୍ରୀରେ ଆଜି ସକାଳେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ପରେ ଏହା ନିକଟରେ ଥିବା ଏକ ଘରକୁ ବ୍ୟାପିଯିବାରୁ ଘରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଘରେ ଥିବା ଲୋକ ଏବଂ ୩ ପିଲାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।

  • Thursday, 15 July 2021
boy
ଗ୍ରାହକଙ୍କୁ ଆଣ୍ଠେଇ ଦେଲେ ପେଟ୍ରୋଲ ପମ୍ପ୍‌ କର୍ମଚାରୀ

ସୋର(ଶଶିକାନ୍ତ ବେହେରା): ମାତ୍ର ୫ ଟଙ୍କାକୁ ନେଇ ଗଣ୍ଡଗୋଳ ଓ ହାତାହାତି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଉତ୍ତରେଶ୍ୱର ବଜାରରେ ଥିବା ପେଟ୍ରୋଲ ପମ୍ପ୍‌ରେ। ୫ ଟଙ୍କା ଖୁଚୁରାକୁ ନେଇ ଗ୍ରାହକ ଓ ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ତା’ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। କିଛି ସମୟ ପାଇଁ ପେଟ୍ରୋଲ୍‌ ପମ୍ପ୍‌ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀ ୩ ଜଣ ଗ୍ରାହରକଙ୍କୁ ମାଡ଼ […]

  • Thursday, 15 July 2021
shop
ଦୋକାନ ଉପରକୁ ବୋମା ମାଡ଼

ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଫୁଟିଲା ବୋମା। ବ୍ରହ୍ମଗିରିର ପଲଙ୍କ ଗାଁରେ ଥିବା ଏକ ଦୋକାନ ଉପରେ ବୋମାମାଡ଼ ହୋଇଛି। ଗତକାଲି ରାତିରେ କେହି ଦୁବୃର୍ତ୍ତ କ୍ୟାବିନ୍ ଉପରେ ବୋମା ମାଡ଼ କରି ୧୦ ହଜାର ଟଙ୍କାରୁ ଅଧିକ ସାମଗ୍ରୀ ଚୋରି କରି ନେଇଛି। କିଏ ଓ କାହିଁକି ଏପରି କରିଛି ସେ ନେଇ କୌଣସି ସୂଚନା ମିଳିପାରିନି। ଏନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।

  • Thursday, 15 July 2021
bank
ବ୍ୟାଙ୍କ୍‌ କାନ୍ଥ ଭାଙ୍ଗି ଲୁଟ୍ ଉଦ୍ୟମ

ମୟୂରଭଞ୍ଜ:  ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ୟୁକୋ ବ୍ୟାଙ୍କ୍‌ର ଲୁଟ୍ ଉଦ୍ୟମ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ବ୍ୟାଙ୍କ୍‌ର କାନ୍ଥ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି। ଏହି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଖୋଳତାଡ଼ କରୁଛି। ଘଟଣାସ୍ଥଳରୁ ହ୍ୟାଣ୍ଡ ଗ୍ଲୋବସ୍‌ ଓ ଶାବଳ ଆଦି ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବ୍ୟାଙ୍କ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବି ଲୁଟେରା ନଷ୍ଟ କରିଦେଇଛନ୍ତି।

  • Thursday, 15 July 2021
puri
ବାଲୁକା କଳାରେ ଯକ୍ଷ୍ମାରୋଗର ଭୟାବହତା ସମ୍ପର୍କରେ ସଚେତନ କରିବାକୁ ଉଦ୍ୟମ

ପୁରୀ(ମଧୁସୂଦନ ମିଶ୍ର): ଯକ୍ଷ୍ମାରୋଗର ଭୟାବହତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପୁରୀରେ ବାଲୁକା କଳା ପ୍ରଦର୍ଶିତ ହୋଇଛି। ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଯକ୍ଷ୍ମା ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ବିଭିନ୍ନ ବାଲୁକା କଳା ନିର୍ମାଣ କରି ଲୋକମାନଙ୍କୁ ସଚେତନ କରିବା ପାଇଁ ଉଦ୍ୟମ କରିଛନ୍ତି। ପ୍ରାୟ ୧୫ଟନ୍ ବାଲିରେ ୧୫ଫୁଟ୍‌ ଓସାରର ଏହି ବାଲୁକା କଳା ତିଆରି ହୋଇଛି। ଭାରତରେ ପ୍ରାୟ ୨୨ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ […]

  • Thursday, 15 July 2021
police
୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ପୁଲିସ୍‌ ମୁତୟନ

ଜୟପୁର(ଟି ଗୌରୀଶଙ୍କର):  ଜୟପୁର ସହରର ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣା ପରେ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି।  ଉଭୟ ସାହିରେ ଫୋର୍ସ ମୁତୟନ କରାଯିବା ସହ ପୁଲିସ୍‌ ଓ ବିଏସଏଫ୍‌ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି। ଘଟଣାସ୍ଥଳରେ କୋରାପୁଟ ଏସ୍ପି କନୱର ବିଶାଲ ସିଂଙ୍କ ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରୁଛନ୍ତି।  କାଲି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି, ପଥର ମାଡ଼ ଓ ଭଙ୍ଗାରୁଜା ହୋଇଥିଲା।  ଗଣ୍ଡଗୋଳ ଆୟତ୍ତ କରିବାକୁ ପୁଲିସ୍‌  ବ୍ଲାଙ୍କ […]

  • Thursday, 15 July 2021
police
ବୋହୂ ବାପଘରୁ ଫେରିବାରେ ବିଳମ୍ବ ନେଇ ଗଣ୍ଡଗୋଳ

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ବାସୁଦେବପୁରର କଷିଆ ସାମୁଦ୍ରିକ ଥାନାରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ପାଟ୍ରୋଲିଂ ଗାଡ଼ିକୁ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟକରି ଦେଇଛନ୍ତି। ଏହାସହ ଥାନା ଭିତରେ ଆସବାବପାତ୍ର ଭାଙ୍ଗିବା ସହ କାଗଜପତ୍ର, କମ୍ପ୍ୟୁଟର ଫିଙ୍ଗା ଫୋପଡ଼ା କରିଛନ୍ତି। ବାପଘରୁ ବୋହୂ ନ ଫେରିବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି। ବାରାପୋଖରୀ ଗାଁର ଝିଅ ବିବିନଗରରେ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପୁଲିସ୍‌ର ମଧ୍ୟସ୍ଥତାରେ […]

  • Thursday, 15 July 2021
murder
ବିଭୂତି ଭୂଷଣ ଜେନା ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଖୁଲୁଡ଼ା ଗାଁର ବିଭୂତି ଭୂଷଣ ଜେନାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ସମ୍ପର୍କୀୟ ପୁତୁରା ନିରଞ୍ଜନ ଜେନାଙ୍କୁ ପୁଲିସ୍‌ ଗିରଫ କରିଛି। ଗତ ୧୭ ତାରିଖରେ ନିରଞ୍ଜନ ଛୁରୀ ଭୁସି ଅତି ବୀଭତ୍ସ ଭାବେ ବିଭୂତିଙ୍କୁ ହତ୍ୟା କରିଥିଲା। ତେବେ ଟଙ୍କା କାରବାରକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୁଲିସ୍‌ କହିଛି।

  • Thursday, 15 July 2021
family
ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଗଟେସରବରପଡ଼ାରେ ଗୋଟିଏ ପରିବାର ଉପରକୁ ସଂଘବନ୍ଧ ଆକ୍ରମଣ ହୋଇଛି। କିଛି ଯୁବକ ଦୈତାରୀ କୁମ୍ଭାରଙ୍କ ଘର ଭିତରକୁ ଧଶେଇ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ପରିବାର ଲୋକଙ୍କୁ ମାଡ଼ପିଟ୍‌ କରିବା ସହ ସବୁ ଜିନିଷ ଭଙ୍ଗାରୁଜା କରିଛନ୍ତି। ଏଥିରେ ଦୈତାରୀଙ୍କ ସହ ପରିବାର ଅନ୍ୟ ସଦସ୍ୟ ବି ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମ୍ପର୍କୀୟ କାକା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଟାଉନ୍‌ ଥାନା ପୁଲିସ୍‌ ଘଟଣାର ତଦନ୍ତ […]

  • Thursday, 15 July 2021
atm
ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଜେକେପୁର ସିଂହାଣିଆ ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଗତକାଲି ରାତିରେ ଜେକେପୁର ସିଂହାଣିଆ ଛକରେ ଥିବା ଏସ୍‌ବିଆଇ ଏଟିଏମ୍ ଭଙ୍ଗାରୁଜା କରି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ତେବେ କେତେ ଟଙ୍କା ଲୁଟ୍ ହୋଇଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

  • Thursday, 15 July 2021
gun-attack
ଗୁଳିମାଡ଼ରେ ବୃଦ୍ଧ ଗୁରୁତର

ଖୋର୍ଦ୍ଧା: ଗୁଳିମାଡ଼ରେ ବୃଦ୍ଧ ଗୁରୁତର। ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ତେନ୍ତୁଳିମୂଳ ଗାଁରେ। ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଯୁଧିଷ୍ଠିର ମହାପାତ୍ର। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତେଣୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ଖୋର୍ଦ୍ଧା ଏସ୍‌ଡିପିଓ ଏବଂ ଜଙ୍କିଆ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି।

  • Thursday, 15 July 2021
sameer
ଗୁଇନ୍ଦା ଚିଠି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର: ଗୁଇନ୍ଦା ଚିଠି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଟାର୍ଗେଟ। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏହି ପ୍ରସଙ୍ଗରେ ଆମର ଅଭିଯୋଗର ୪୮ ଘଣ୍ଟା ପରେ ବି ପଦକ୍ଷେପ ନେଇନାହାନ୍ତି CEO। ବିଜେପି ନା କେନ୍ଦ୍ର ସରକାର ଚାପରେ ପଦକ୍ଷେପ ନିଆଯାଉନାହିଁ ସେ ବିଷୟରେ ଆଜି ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଦଳ କହିଛି। ସେପଟେ ବିଜେଡିର ଅଭିଯୋଗକୁ ନେଇ ପ୍ରତିକ୍ରିୟା […]

  • Thursday, 15 July 2021
women
ମୁମୂର୍ଷୁ ଅବସ୍ଥାରେ ମହିଳା ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଗୁରୁଧି ଗାଁରୁ ଜଣେ ମହିଳାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।  ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ପୁଅର ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କୁ ୫ ଜଣ ବଳପୂର୍ବକ ବିଷ ପିଆଇ ଦେଇଛନ୍ତି। ଗତକାଲି ସ୍ୱାମୀ ସହ ଝଗଡ଼ା ହେବା ପରେ ମହିଳା ଜଣକ ଘରୁ ପଳାଇ ଆସି ତାଙ୍କ ସାଙ୍ଗ ଘରେ ରହିଥିଲେ। ଆଜି କିନ୍ତୁ କେଉଁ ପରିସ୍ଥିତିରେ ତାଙ୍କୁ ବିଷ ପିଆଯାଇଛି, ତାହା […]

  • Thursday, 15 July 2021
bottle
କୋରେକ୍ସ ବୋତଲ ଜବତ

ବଲାଙ୍ଗିର( ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ବିପୁଳ ପରିମାଣର କୋରେକ୍ସ ବୋତଲ ଜବତ ହୋଇଛି। ୨ଟି ଗାଡ଼ିରୁ ବିପୁଳ ପରିମାଣର କୋରେକ୍ସ କଫ୍ ସିରପ ବୋତଲ ଜବତ କରିଛି ବଲାଙ୍ଗିର ଟାଉନ୍‌ ପୁଲିସ୍‌। ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। କିନ୍ତୁ କୋରେକ୍ସ ବୋତଲ କେଉଁଠିକୁ ଚାଲାଣ ହେଉଥିଲା ସେ ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

  • Thursday, 15 July 2021
brother
ବଡ଼ ଭାଇ ନେଲା ସାନ ଭାଇର ଜୀବନ

ପାରାଦୀପ(ରମାନାଥ ନାୟକ): ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ। ଏହି ଜଘନ୍ୟକାଣ୍ଡ ଘଟିଛି ପାରାଦୀପ ନୂଆବଜାରରେ। ମୃତକ ଜଣକ ହେଲେ ସୁଦୀପ୍ତ ସ୍ୱାଇଁ।  ତାଙ୍କ ବୟସ ପ୍ରାୟ ୩୨ ବର୍ଷ ହେବ।  କୌଣସି କାରଣରୁ ଆଜି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ବଡ଼ ଭାଇ ରକ୍ତମୁଖା ହୋଇ ଉଠିଥିଲା। ଆଉ ତାପରେ ସାନ ଭାଇ ଉପରେ ଆକ୍ରମଣ କରିଥିଲେ।  ତା ଆକ୍ରମଣରେ ସାନଭାଇ ସୁଦୀପ୍ତଙ୍କ ମୃତ୍ୟୁ ହୋଇଛି।  ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି […]

  • Thursday, 15 July 2021
stone
ଆଜି କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସାଙ୍ଗରୁ ପ୍ରବଳ ପବନ ବହିବାର ଆଶଙ୍କା ରହିଛି। ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ଝଡ଼ ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଂଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। […]

  • Thursday, 15 July 2021
basta
ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ

ଭଦ୍ରକ(ତପନ ସ୍ୱାଇଁ): ରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନ କରୁଛନ୍ତି ଚାଷୀ। ଏହି ଆନ୍ଦୋଳନ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଦେଖିବାକୁ ମିଳିଛି। ସେଠାରେ ଚାଷୀମାନେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଖରିଫ ଋତୁରେ ୨୨ଟି ସମିତି ଜରିଆରେ ଧାନକିଣା ପାଇଁ ଯୋଜନା ହୋଇଥିଲା। କିନ୍ତୁ ପର୍ଯ୍ୟାୟ କ୍ରମେ ମିଳିଥିବା ଟାର୍ଗେଟ ଅନୁସାରେ ସମିତି ଗୁଡ଼ିକ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଥିଲା। ଏମିତିକି ସମିତିରେ ଆଣି ଚାଷୀ ଧାନ ଗଦା କରୁଥିଲେ ବି, ମିଲର ନେଉ […]

  • Thursday, 15 July 2021
boy
ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ପିଟିଲେ ଗ୍ରାମବାସୀ

ଆସ୍କା(ମନୋଜ ମୁନି): ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନନ୍ଦିଆଗଡ଼ା ଗାଁରେ। ଆଜି ସକାଳୁ ଅଜଣା ଯୁବକକୁ ଚୋର ସନ୍ଦେହରେ ଧରି ହାତଗୋଡ଼ ବାନ୍ଧି ମାଡ଼ ମାରିବା ସହ ଗାଁରେ ବୁଲାଇଥିଲେ ଲୋକେ। ପରେ ତାଙ୍କୁ ଲଣ୍ଡା କରିବା ସହ ଅମାନୁଷିକ ଭାବେ ପିଟିଥିବା କୁହାଯାଉଛି। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଥିଲା।

  • Thursday, 15 July 2021
sand
ଏନଜିଟିଙ୍କ ବାରଣ ସତ୍ତ୍ୱେ ଚାଲିଛି ବାଲି ଖାଦାନ

ବାଲେଶ୍ୱର(ରଶ୍ମି ରଂଜନ ଦାସ) : ଏନ୍‌ଜିଟିଙ୍କ ବାରଣ ସତ୍ତ୍ୱେ ଚାଲିଛି ବାଲି ଖାଦାନ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ସେକ ସରାଇ ଗାଁରେ ବେଆଇନ୍ ଭାବେ ବାଲି ଖାଦାନ ଚାଲିଥିବା ଜଣାପଡ଼ିଛି। ତେବେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗତ ୧୮ ତାରିଖରେ ଷ୍ଟେଟ୍ ଏନ୍‌ଭାର୍ଣ୍ଣମେଣ୍ଟ ଇମ୍ପା ଆସେସ୍‌ମେଣ୍ଟ ଅଥରିଟି ସ୍ଥାନୀୟ ଜଳେଶ୍ୱର ତହସିଲଦାର ଓ ବାଲିଖାଦାନ ମାଲିକଙ୍କୁ ବେଆଇନ ବାଲିଖାଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  • Thursday, 15 July 2021