ନୟାଗଡ଼: ପୁଅ, ଝିଅକୁ ବିଷ ଦେଇ ପୋଖରୀକୁ ଫିଙ୍ଗିଦେଲା ମା’। ଏହାସହ ସେ ନିଜେ ମଧ୍ୟ ବିଷ ପିଇ ପୋଖରୀକୁ ଡେଇଁଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବାବେଳେ ମେଡ଼ିକାଲ୍ ନେବାବେଳେ ପୁଅର ମଧ୍ୟ ମୃତ୍ୟୁ ଘଟିଛି। ଅନ୍ୟପଟେ, ମା’କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଲକ୍ଷ୍ମୀପ୍ରସାଦ ଗାଁରେ ଏହି ଘଟଣା ଘଟିଛି। କଲ୍ୟାଣୀ ଖୁଣ୍ଟିଆ ନାମକ ଜଣେ ମହିଳା ନିଜର ୫ ବର୍ଷୀୟ […]
ଅନୁଗୁଳ: ଗତକାଲିର ଉତ୍ତେଜନା ପରେ ବାଘୁଣୀ ‘ସୁନ୍ଦରୀ’କୁ ଧରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ଏନ୍କ୍ଲୋଜର୍ ଭିତରକୁ ନେବା ପାଇଁ ବନ ବିଭାଗ ପ୍ରକ୍ରିୟା ଆରମ୍ଭ କରିପାରେ। ଟ୍ରାଙ୍କୁଲାଇଜ୍ କରିବା ପାଇଁ ଗତକାଲି ରାତିରେ ଅନୁଗୁଳରେ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି। ଏହି ଟିମ୍ରେ ଓୟୁଏଟି ଓ ନନ୍ଦନକାନନର ବିଶେଷଜ୍ଞ ଡାକ୍ତର ଅଛନ୍ତି। ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ପାଖାପାଖି ଦେଢ଼ମାସ […]
ବାସୁଦେବପୁର: ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରଞ୍ଜନ ଓ ଗୀତାରାଣୀ ମଳିକ। ସୂଚନା ଅନୁସାରେ, ଗାଁର ଭଶାଳୀ ମଳିକଙ୍କ ପୁଅ ରଞ୍ଜନ ୬ମାସ ତଳେ ବାଲେଶ୍ୱର ଜିଲ୍ଲାର ଶ୍ରୀଜଙ୍ଗ ଅଞ୍ଚଳର ଗୀତାଙ୍କୁ ଭଲ ପାଇ ବିବାହ କରିଥିଲେ। ବିବାହର କିଛିଦିନ ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ୍ଠାକ୍ ଚାଲିଥିଲା। ହେଲେ ଗତକାଲି କୌଣସି କାରଣରୁ ଦୁଇଜଣ ନିଜର […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁରୁଣା ମେଡିକାଲ ପରିସରରେ ଥିବା SBI ଏଟିଏମରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ସୂଚନା ଅନୁସାରେ ଗତକାଲି ରାତିରେ ଲୁଟେରାମାନେ ଏଟିଏମ୍ ଭିତରେ ପଶି ପ୍ରଥମେ ସିସିଟିଭି କ୍ୟାମେରାର ତାରକୁ କାଟିବା ପରେ ଲୁଟ୍ ଉଦ୍ୟମ କରିଥିଲେ। ଏଟିଏମ୍ର ଆଇରନ ଚେଷ୍ଟ ଭାଙ୍ଗିବାକୁ ଚେଷ୍ଟା କରି ସେମାନେ ବିଫଳ ହେବାରୁ ଚାଲି ଯାଇଥିଲେ। ଏହି ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍ରେ ଏକାସଙ୍ଗେ ନିର୍ବାଚନ ହେଉଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଦାନ ପ୍ରକ୍ରିୟା ଅପରାହ୍ଣ ୨ଟାରେ ସରିବ। ଏହାପରେ ଭୋଟ୍ ଗଣତି କରି ଫଳାଫଳ ଘୋଷଣା କରାଯିବ। ହାଇକୋର୍ଟ ବାର୍ କାଉନ୍ସିଲ ସମେତ ଅନ୍ୟ ବାର୍ କାଉନ୍ସିଲ୍ରେ ଆଜି ଭୋଟ୍ ଗ୍ରହଣ ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ‘ୱାନ୍ ବାର ୱାନ୍ ଭୋଟ୍’ ନୀତି ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି। ଏହି ନିୟମ ଅନୁସାରେ […]
କେନ୍ଦ୍ରାପଡ଼ା: ଚଳିତ ବର୍ଷ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାରେ ଚମକିବ ଚାନ୍ଦି ମେଢ଼। ତାରକସି କାରୁକାର୍ଯ୍ୟରେ ନିର୍ମିତ ହେଉଥିବା ଏହି ମେଢ଼ ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କଟକ ତାରକସିର ସୂକ୍ଷ୍ମ କାରୁକଳା ଚଳିତ ବର୍ଷ ଦେଖିବାକୁ ମିଳିବ। ଚଳିତ ବର୍ଷ ପ୍ରଥମ କରି କାକଟ ମଙ୍ଗଳା କ୍ଲବ୍ ପକ୍ଷରୁ ଚାନ୍ଦି ମେଢ଼ ନିର୍ମାଣ ହେଉଛି। ପାଖାପାଖି ୪୨ କିଲୋ ଚାନ୍ଦିର ବ୍ୟବହାର ହୋଇଥିବା ମେଢ଼ ପାଇଁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। […]
ପୁରୀ: ପୁରୀ ଜିଲ୍ଲା କୋଣାର୍କ ନାଗାମଠ ଗାଁରେ ଭିନ୍ନ ଢଙ୍ଗରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଦଶହରାଠାରୁ ପାରମ୍ପରିକ ନୀତିରେ ହେଉଥିବା ଏହି ପୂଜା ୫ ଦିନ ଧରି ଚାଲିବା ପରେ କୁମାର ପୂର୍ଣ୍ଣିମାରେ ଉଦ୍ଯାପିତ ହୋଇଥାଏ। ଏହି ପୂଜାର ନୀତି ଗୁଡ଼ିକ ମୁଖ୍ୟତଃ କୁମାରୀମାନଙ୍କ ଦ୍ୱାରା କରାଯାଇଥାଏ। କୁମାରୀମାନେ ପ୍ରଥମେ କଳସ ଧରି ଗାଁ ପରିକ୍ରମା କରିଥାନ୍ତି। ଦଶହରା ସରିବା ପରେ କୁମାରୀମାନେ ମିଶି ଗାଁରେ ମାଆ ଗଜଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପରଠାରୁ […]
ଢେଙ୍କାନାଳ: ଢେଙ୍କାନାଳର ବହୁ ଚର୍ଚ୍ଚିତ ସୁନା ବ୍ୟବସାୟୀ ମଣ୍ଟୁ ପାତ୍ର ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ସଞ୍ଜୟ କୁମାରଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ଘର ହରିୟାଣାରେ ଏବଂ ସେ ସେନାର ଜଣେ ଯବାନ ବୋଲି ଜଣାପଡ଼ିଛି। ପୁଲିସ୍ର ସୂଚନା ଅନୁସାରେ, ମୃତ ମଣ୍ଟୁ ପାତ୍ରଙ୍କ ସ୍ତ୍ରୀ ସହ ସଞ୍ଜୟଙ୍କ ଫେସବୁକ୍ ମାଧ୍ୟମରେ ପ୍ରଥମେ ସଂପର୍କ ଗଢ଼ିଉଠିଥିଲା। ପରେ ଏହି ସଂପର୍କ ପ୍ରେମରେ ପରିଣତ ହୋଇଥିଲା। ମଣ୍ଟୁ ପାତ୍ରଙ୍କ ସ୍ତ୍ରୀ ନିଜକୁ […]
ଭୁବନେଶ୍ୱର: ରାଜଧାନୀର ଏୟାରଫିଲ୍ଡ ଥାନା ଅଞ୍ଚଳର ମହିଳାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ଦାବିରେ ଚାଲିଥିବା ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ଭୁବନେଶ୍ୱର ପଳାଶପଲ୍ଲୀ ନିକଟରେ ଗତକାଲି ଠାରୁ ରାସ୍ତାରୋକ ଚାଲିଥିଲା। ବୀମା ଏଜେଣ୍ଟ୍ ଭାବେ କାମ କରୁଥିବା ଏୟାରଫିଲ୍ଡ ଥାନା ଭୋଇ ସାହିର ଦୀପ୍ତିମୟୀ ସେଠୀଙ୍କ ମୃତଦେହ ବେଗୁନିଆ ଥାନା ଟିକାତାଳରେ ଜାତୀୟ ରାଜପଥ କଡ଼ରୁ ମିଳିଥିଲା। ତଣ୍ଟିକଟା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଦୀପ୍ତିମୟୀ ଶୁକ୍ରବାରଠୁ ନିଖୋଜ […]
କଳାହାଣ୍ଡି: ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ବର୍ଜନ ଦାବିରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି। ମାଓବାଦୀ ସଂଗଠନ KKBN ତରଫରୁ ଏହି ପୋଷ୍ଟର ଲଗାଯାଇଛି। ଏହା ପୂର୍ବରୁ ମଦନପୁର ରାମପୁର ଥାନାର ଦୁର୍ଗମ ବରବନ୍ଧା, ବେଲଗା, ଚିଦ୍ରା ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର ମାରି ଏଭଳି ନିର୍ବାଚନକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ।
ଆନନ୍ଦପୁର( ମୁନା ସିଂ): ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍ପି ଅଫିସ ଘେରିଲା କଂଗ୍ରେସ। ଆଜି ବହୁ କଂଗ୍ରେସ କର୍ମୀ ଏକ ରାଲିରେ ବାହାରି ଏସ୍ପି ଅଫିସ ଘେରାଉ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି। ଗତ ୨୫ ତାରିଖରେ ରାମଚନ୍ଦ୍ରଙ୍କୁ ହତ୍ୟା କାରାଯାଇଥିଲା। ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ବିଫଳ […]
ଫୁଲବାଣୀ(ତ୍ରିନାଥ ସାହୁ): ଭୋଟ ବର୍ଜନ କରିବାକୁ ସାଧାରଣ ଲୋକଙ୍କୁ ମାଓବାଦୀଙ୍କ ଚେତାବନୀ। କନ୍ଧମାଳ ଜିଲ୍ଲା ଗୁଛାପଡ଼ା ଥାନା ଅଞ୍ଚଳରେ ପୋଷ୍ଟର ମାରି ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି ମାଓବାଦୀ। ସିପିଆଇ ମାଓବାଦୀ କେକେବିଏନ୍ ଡିଭିଜନ୍ ନାଁରେ ଏହି ପୋଷ୍ଟର ମରାଯାଇଛି। ଗୁଛାପଡ଼ା ଛକ ସମେତ ଗୁଛାପଡ଼ାଠାରୁ ବାଇନ୍ଦାପଡ଼ା ରାସ୍ତାର ବିଭିନ୍ନ ଛକ ଓ ଗଛ ଗୁଡ଼ିକରେ ପୋଷ୍ଟର ଦେଖିବାକୁ ମିଳିଛି। ଏପରିକି ସରକାରୀ ବସ୍ରେ ମଧ୍ୟ ଏହି ପୋଷ୍ଟର ମରାଯାଇଛି।
ଭଦ୍ରକ: ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନାରେ ଭଙ୍ଗାରୁଜା ଘଟଣାରେ ପୁଲିସ୍ ଏବେ ସୁଦ୍ଧା ୫୨ ଜଣଙ୍କୁ ଗିରଫ କରିଛି। ପୁଲିସ୍ର ଗିରଫଦାରି ଭୟରେ ବିନୋବାଭାବେ ନଗର ଗାଁ ପୁରୁଷ ଶୂନ୍ୟ ପାଲଟିଛି। ଗାଁର ବୋହୂ ବାପଘରୁ ଶ୍ୱଶୁର ଘରକୁ ଫେରିବାରେ ବିଳମ୍ବକୁ ନେଇ ଦୁଇ ପରିବାର ମଧ୍ୟରେ ଦେଖାଦେଇଥିବା ଗଣ୍ଡଗୋଳରୁ ଥାନା ଭଙ୍ଗାରୁଜା ଯାଏଁ କଥା ଯାଇଥିଲା। ପୁଲିସ୍ ଘଟଣାର ସମାଧାନ କରିବାରେ ବିଫଳ ହେବାରୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ଲୋକେ ଥାନାରେ ପଶି […]
ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ପଦ୍ମପୁରରୁ ଜବତ ହୋଇଛି ଦୁଇ ଲକ୍ଷ ଟଙ୍କା। ଏମ୍ଭିଆଇ ଚେକିଂ ବେଳେ ପଦ୍ମପୁର ମେଲଛା ମୁଣ୍ଡା ନିକଟ ଗୁଦେରପାଲିରୁ ଏତେ ପରିମାଣର ଟଙ୍କା ଜବତ ହୋଇଛି। ଏକ କାର୍ରେ ଚାଲାଣ ହେବା ବେଳେ ପୁଲିସ୍ ଏହାକୁ ଜବତ କରିଛି। ଜବତ କାରର ନମ୍ବର ହେଉଛି OD17 K 1166। ସୋହେଲାର ସଞ୍ଜୟ ମହାପାତ୍ର ନାମକ ଜଣେ ବ୍ୟକ୍ତି ଏହି ଟଙ୍କା ନେଇ ଯାଉଥିବା ଜଣାପଡ଼ିଛି। ତେବେ ଏହି ଟଙ୍କା କାହା ପାଖକୁ […]
ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ରଗୁଡିଆପଡ଼ା ନିକଟରେ ପୋଲ ତଳକୁ ଖସିପଡ଼ିଲା ୧୦୮ ଆମ୍ବୁଲାନ୍ସ। ଆମ୍ବୁଲାନ୍ସଟି କଟକରେ ରୋଗୀଙ୍କୁ ଛାଡ଼ି ବୁର୍ଲା ଅଭିମୁଖେ ଫେରୁଥିବାବେଳେ ରଗୁଡ଼ିଆପଡ଼ା ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଡ୍ରାଇଭର ସମେତ ୨ ମେଡ଼ିକାଲ କର୍ମଚାରୀ ଆହତ ହୋଇଛନ୍ତି। ବନ୍ତଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଛଟାଗୁଡ଼ା ଗାଁ ପୋଖରୀ ପାଖରେ ଥିବା ଜାମୁ ଗଛରେ ରଶି ଲଗାଇ ଦୁଇଜଣ ଯୁବକଯୁବତୀ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଯୁବତୀ ହେଲେ ଇନ୍ଦ୍ର ଗଣ୍ଡ ଓ ସୁଶୀଳା କଲାର। ଦୁହେଁ ଗତ ରାତିରେ ଗଛରେ ରଶି ଲଗାଇ ଦେଇଥିଲେ। ପ୍ରେମ ଜନିତ କାରଣରୁ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସକାଳେ ଗାଁ ଲୋକେ ଗଛରେ ମୃତଦେହ ଝୁଲୁଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଗାଁରେ […]
ବାରିପଦା: କରଞ୍ଜିଆ ଓ ଦୁଧିଆଣି ରେଞ୍ଜ୍ର ମିଳିତ ଚଢଉ କରି ଗୋଟିଏ କଲରାପତରିଆ ବାଘର ଚମଡ଼ା ଜବତ କରିଛନ୍ତି। ବାଘ ଚମଡ଼ା କାରବାର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣି କରିଛନ୍ତି ବନ ବିଭାଗ କର୍ମଚାରୀ। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟାଙ୍କ କର୍ମଚାରୀ ଅଛନ୍ତି। ଦୁଧିଆଣି ରେଞ୍ଜ୍ ଅନ୍ତର୍ଗତ କଙ୍କଡା ଗାଁର ଦୁଇ ବ୍ୟକ୍ତି ଓ କେନ୍ଦୁମୁଣ୍ଡି ରେଞ୍ଜ ଅନ୍ତର୍ଗତ ଧାତିକାବେଡାରୁ ଶିରିଷ ମହାନ୍ତ ନାମକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା। ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖିବାକୁ ମୋଟ ୬୦ ମୂଲ୍ୟାୟନ କେନ୍ଦ୍ର ହୋଇଛି। ଏଥର ୧୬ହଜାର ୩୦ ଜଣ ଶିକ୍ଷକ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ। ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୫ରେ ଶେଷ ହେବ। ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ମୂଲ୍ୟାୟନ ଉପରେ ବିଶେଷ ଗୁରୁତ୍ୱ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ।
ରାଉରକେଲା: ମୋବାଇଲ୍ ଟାୱାର ସର୍ଟ ସର୍କିଟ୍ରୁ ପୋଡ଼ିଗଲା ଘର। ରାଉରକେଲା ସାରନଗରୀରେ ଥିବା ଏକ ମୋବାଇଲ୍ ଟାୱାରରେ ଲାଗିଥିବା ବ୍ୟାଟେରୀ ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ସାମଗ୍ରୀରେ ଆଜି ସକାଳେ ସର୍ଟ ସର୍କିଟ୍ରୁ ନିଆଁ ଲାଗିଯାଇଥିଲା। ପରେ ଏହା ନିକଟରେ ଥିବା ଏକ ଘରକୁ ବ୍ୟାପିଯିବାରୁ ଘରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଘରେ ଥିବା ଲୋକ ଏବଂ ୩ ପିଲାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।
ସୋର(ଶଶିକାନ୍ତ ବେହେରା): ମାତ୍ର ୫ ଟଙ୍କାକୁ ନେଇ ଗଣ୍ଡଗୋଳ ଓ ହାତାହାତି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଉତ୍ତରେଶ୍ୱର ବଜାରରେ ଥିବା ପେଟ୍ରୋଲ ପମ୍ପ୍ରେ। ୫ ଟଙ୍କା ଖୁଚୁରାକୁ ନେଇ ଗ୍ରାହକ ଓ ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ତା’ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। କିଛି ସମୟ ପାଇଁ ପେଟ୍ରୋଲ୍ ପମ୍ପ୍ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ୩ ଜଣ ଗ୍ରାହରକଙ୍କୁ ମାଡ଼ […]
ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଫୁଟିଲା ବୋମା। ବ୍ରହ୍ମଗିରିର ପଲଙ୍କ ଗାଁରେ ଥିବା ଏକ ଦୋକାନ ଉପରେ ବୋମାମାଡ଼ ହୋଇଛି। ଗତକାଲି ରାତିରେ କେହି ଦୁବୃର୍ତ୍ତ କ୍ୟାବିନ୍ ଉପରେ ବୋମା ମାଡ଼ କରି ୧୦ ହଜାର ଟଙ୍କାରୁ ଅଧିକ ସାମଗ୍ରୀ ଚୋରି କରି ନେଇଛି। କିଏ ଓ କାହିଁକି ଏପରି କରିଛି ସେ ନେଇ କୌଣସି ସୂଚନା ମିଳିପାରିନି। ଏନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ୟୁକୋ ବ୍ୟାଙ୍କ୍ର ଲୁଟ୍ ଉଦ୍ୟମ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ବ୍ୟାଙ୍କ୍ର କାନ୍ଥ ଭାଙ୍ଗି ଲୁଟ୍ ଉଦ୍ୟମ କରିଛନ୍ତି। ଏହି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଖୋଳତାଡ଼ କରୁଛି। ଘଟଣାସ୍ଥଳରୁ ହ୍ୟାଣ୍ଡ ଗ୍ଲୋବସ୍ ଓ ଶାବଳ ଆଦି ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବ୍ୟାଙ୍କ୍ରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବି ଲୁଟେରା ନଷ୍ଟ କରିଦେଇଛନ୍ତି।
ପୁରୀ(ମଧୁସୂଦନ ମିଶ୍ର): ଯକ୍ଷ୍ମାରୋଗର ଭୟାବହତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପୁରୀରେ ବାଲୁକା କଳା ପ୍ରଦର୍ଶିତ ହୋଇଛି। ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ଯକ୍ଷ୍ମା ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ବିଭିନ୍ନ ବାଲୁକା କଳା ନିର୍ମାଣ କରି ଲୋକମାନଙ୍କୁ ସଚେତନ କରିବା ପାଇଁ ଉଦ୍ୟମ କରିଛନ୍ତି। ପ୍ରାୟ ୧୫ଟନ୍ ବାଲିରେ ୧୫ଫୁଟ୍ ଓସାରର ଏହି ବାଲୁକା କଳା ତିଆରି ହୋଇଛି। ଭାରତରେ ପ୍ରାୟ ୨୨ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ […]
ଜୟପୁର(ଟି ଗୌରୀଶଙ୍କର): ଜୟପୁର ସହରର ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣା ପରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି। ଉଭୟ ସାହିରେ ଫୋର୍ସ ମୁତୟନ କରାଯିବା ସହ ପୁଲିସ୍ ଓ ବିଏସଏଫ୍ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି। ଘଟଣାସ୍ଥଳରେ କୋରାପୁଟ ଏସ୍ପି କନୱର ବିଶାଲ ସିଂଙ୍କ ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରୁଛନ୍ତି। କାଲି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି, ପଥର ମାଡ଼ ଓ ଭଙ୍ଗାରୁଜା ହୋଇଥିଲା। ଗଣ୍ଡଗୋଳ ଆୟତ୍ତ କରିବାକୁ ପୁଲିସ୍ ବ୍ଲାଙ୍କ […]
ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ବାସୁଦେବପୁରର କଷିଆ ସାମୁଦ୍ରିକ ଥାନାରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ପାଟ୍ରୋଲିଂ ଗାଡ଼ିକୁ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟକରି ଦେଇଛନ୍ତି। ଏହାସହ ଥାନା ଭିତରେ ଆସବାବପାତ୍ର ଭାଙ୍ଗିବା ସହ କାଗଜପତ୍ର, କମ୍ପ୍ୟୁଟର ଫିଙ୍ଗା ଫୋପଡ଼ା କରିଛନ୍ତି। ବାପଘରୁ ବୋହୂ ନ ଫେରିବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି। ବାରାପୋଖରୀ ଗାଁର ଝିଅ ବିବିନଗରରେ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପୁଲିସ୍ର ମଧ୍ୟସ୍ଥତାରେ […]