• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

1d
ଅାଇଜି ପାର୍କରେ ଇନ୍ଦିରାଙ୍କୁ କଂଗ୍ରେସର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭୁବନେଶ୍ୱରରେ ଅାଇଜି ପାର୍କରେ କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଇନ୍ଦିରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏଥିସହ ପିସିସି ସଭାପତିଙ୍କ ସହ ଅନ୍ୟ କଂଗ୍ରେସ କର୍ମକର୍ତ୍ତା ଲୌହମାନବ ସର୍ଦ୍ଦାର ପଟେଲଙ୍କୁ ମଧ୍ୟ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଏକ ଶ୍ରଦ୍ଧାଞ୍ଚଳି ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

  • Thursday, 15 July 2021
1a
ଗାଁରେ ପହଞ୍ଚିଲା ଅଚ୍ୟୁତାନନ୍ଦଙ୍କ ମରଶରୀର

ବଲାଙ୍ଗିର: ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ନିହତ ହୋଇଥିବା ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିଛି। ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡା ଗାଁରେ ତାଙ୍କ ମରଶରୀର ପହଞ୍ଚିଲା ପରେ ଗାଁ ପରିବେଶ ଶୋକାକୁଳ ହୋଇଯାଇଛି। ଅଚ୍ୟୁତାନନ୍ଦଙ୍କୁ ଝୁରୁଛି ଜନ୍ମମାଟି। ଗତକାଲି ଛତିଶଗଡ଼ ଦନ୍ତେୱାଡ଼ା ଅରନ୍‌ପୁରରେ ନକ୍ସଲ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଡିଡି ନ୍ୟୁଜ୍‌ କ୍ୟାମେରାମ୍ୟାନ ଭାବେ ଅଚ୍ୟୁତ କାମ କରୁଥିଲେ। ବିଧାନସଭା ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ। […]

  • Thursday, 15 July 2021
0
ପାରାଦୀପ ବନ୍ଦରରେ ନୂଆ ପଦ୍ଧତିରେ ପଣ୍ୟ କାରବାର

ପାରାଦୀପ: ପାରାଦୀପ ବନ୍ଦରରେ ନୂଆ ପଦ୍ଧତିରେ ପଣ୍ୟ କାରବାର ହୋଇଛି। ଜାହାଜକୁ ବର୍ଥିଂ କରାନଯାଇ ମେଡିଟେରାନିନ୍ ମୁରିଂ ପଦ୍ଧତିରେ ପୋତାଶ୍ରୟ ମଧ୍ୟରେ ବର୍ଥ ଠାରୁ କିଛି ଦୂରରେ ରଖି ସେଥିରୁ ତୈଳ ଖଲାସ୍‌ କରାଯାଇଛି। ୧ ନମ୍ବର ଫର୍ଟିଲାଇଜର୍‌ ବର୍ଥ ନିକଟରେ ଜାହାଜକୁ ଲଙ୍ଗର ପକାଯାଇ ରଖାଯାଇଛି। ପାରାଦୀପ ବନ୍ଦରରେ ଏଭଳି ପ୍ରକ୍ରିୟାରେ ପଣ୍ୟ କାରବାର କରିବାରେ ଏହା ପ୍ରଥମ ଘଟଣା ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟାରେ ଇଣ୍ଡୋନେସିଆରୁ ଆସିଥିବା ଜାହାଜରୁ […]

  • Thursday, 15 July 2021
1
ରାଜ୍ୟର ବିଭିନ୍ନ ଜେଲ୍ ପରିସରରେ କ୍ୟାମ୍ପ୍ କୋର୍ଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲ୍ ପରିସରରେ କ୍ୟାମ୍ପ୍ କୋର୍ଟ ଆରମ୍ଭ ହୋଇଛି । ଛୋଟ ଛୋଟ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା କଏଦୀଙ୍କୁ ସର୍ତ୍ତମୂଳକ ଜାମିନ୍‌ ଦେବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଜେଲ୍‌ ପରିସରରେ କ୍ୟାମ୍ପ୍ କୋର୍ଟ ବସିଛି। ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ ପରିସ୍ଥିତିକୁ ଦେଖି ଗତ ଶନିବାର ଦିନ ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରାଜଜ୍‌ଙ୍କୁ କ୍ୟାମ୍ପ୍‌ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ୫ଟି ସର୍କଲ ଜେଲ୍ ଏବଂ ଶାଖା […]

  • Thursday, 15 July 2021
1
ଚୌକିରେ ବୁହା ହେଲେ ରୋଗୀ

କୋରାପୁଟ: ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ନ ଥିବାରୁ ରୋଗୀଙ୍କୁ ଖଟିଆରେ ଡାକ୍ତରଖାନା ନିଆଯାଉଥିବା ନଜରକୁ ଆସୁଥିବା ବେଳେ କୋରାପୁଟ ଜିଲ୍ଲା ଲମତାପୁଟ୍‌ରେ ଜଣେ ବୃଦ୍ଧାଙ୍କୁ ଚୌକିରେ ଡାକ୍ତରଖାନା ନିଆଯାଉଥିବା ଦେଖିବାକୁ ମିଳିଛି। ଲମତାପୁଟ୍‌ ବ୍ଲକର ଉପାପଡ଼ା ଗାଁର ଲଚମା ପାତାଲ ଅସୁସ୍ଥ ହୋଇ ପଡିଥିଲେ। କିନ୍ତୁ ରାସ୍ତା ନଥିବାରୁ ତାଙ୍କ ପୁଅ ଓ ସମ୍ପର୍କୀୟମାନେ ଏକ ଚୌକିରେ ପ୍ରାୟ ୨ କିଲୋମଟର ଦୂରରେ ଥିବା ମାଟାମପୁଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବୋହି ବୋହି ନେଇଥିଲେ। ଦୁଇ ବର୍ଷ […]

  • Thursday, 15 July 2021
farmer-agitation
ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍, ପେନ୍‌ସନ୍‌ ଦାବିରେ ଆନ୍ଦୋଳନ

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍, ପେନ୍‌ସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ପଦଯାତ୍ରାରେ ଭୁବନେଶ୍ୱର ଆସୁଛନ୍ତି। ତେବେ ପଦଯାତ୍ରାରେ ଆସୁଥିବା କୃଷକଙ୍କୁ ପୁଲିସ୍‌ ଅଟକାଉଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି। ଆଜି ସକାଳେ ଶତାଧିକ ଚାଷୀ କେନ୍ଦୁଝରରୁ ଭୁବନେଶ୍ୱର ଆସୁଥିବା ବେଳେ କେନ୍ଦୁଝର ରେଳ ଷ୍ଟେସନରେ ସେମାନଙ୍କୁ ପୁଲିସ୍‌ ଅଟକ ରଖିଛି। ଏହାସହ ସଂଗଠନ ସଂଯୋଜକ ସୁବାସ ପଣ୍ଡାଙ୍କୁ ପୁଲିସ୍‌ ଉଠାଇ […]

  • Thursday, 15 July 2021
HighCourt
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠୁ ଜେଲ୍‌ରେ ଖୋଲିବ କ୍ୟାମ୍ପ୍‌ କୋର୍ଟ

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ରାଜ୍ୟର ବିଭିନ୍ନ ଜେଲ୍ ଗୁଡ଼ିକରେ କ୍ୟାମ୍ପ୍‌ କୋର୍ଟ ଖୋଲିବ । ଏଥିରେ ଛୋଟବଡ଼ ମାମଲାରେ ବନ୍ଦୀଥିବା ଲୋକଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରାଯିବ। ଏଥିପାଇଁ ଜେଲ୍ ଗୁଡ଼ିକର କର୍ତ୍ତୃପକ୍ଷ ଆନୁଷଙ୍ଗିକ ସୁବିଧା ପ୍ରଦାନ କରିବେ। ଓକିଲଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ ପରିସ୍ଥିତିକୁ ଦେଖି ଗତ ଶନିବାର ଦିନ ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରା ଜଜ୍‌ଙ୍କୁ କ୍ୟାମ୍ପ୍‌ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କାର୍ଯ୍ୟ ଦିବସର ସମୟ […]

  • Thursday, 15 July 2021
2
ଏକର ଏକର ଅମୃତଭଣ୍ଡା ଚାଷ ନଷ୍ଟ; ଚିନ୍ତାରେ ଚାଷୀ

ବାଲେଶ୍ୱର: ବାଲେଶ୍ୱର ରେମୁଣା ବ୍ଳକ୍‌ କଅଁରାଳି ଗାଁରେ ଚାଷୀ କରିଥିବା ଏକର ଏକର ଅମୃତଭଣ୍ଡା ଚାଷ ନଷ୍ଟ ହୋଇଛି। ବାତ୍ୟା ତିତ୍‌ଲି ପରବର୍ତ୍ତୀ ବନ୍ୟାରେ ଭଣ୍ଡା ଗଛ ସବୁ ଉଜୁଡ଼ି ଯାଇଛି। ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଆଉ ଯେତିକି ଅମୃତଭଣ୍ଡା ଗଛ ସବୁ ରହି ଯାଇଛି, ସିଏ ବି ଧିରେ ଧିରେ ମରିଯାଉଛି।  ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ କିଛି ଉପାୟ ନପାଇ ଚିନ୍ତାରେ ପଡ଼ି […]

  • Thursday, 15 July 2021
aska
ଭୂତପଙ୍କାଳ ଗାଁରେ ୬ ଜଣ ଭାସିଯିବା ଘଟଣା: ମିଳିଲା ଜଣଙ୍କ ମୃତଦେହ

ଗଞ୍ଜାମ: ବାତ୍ୟା ତିତ୍‌ଲି ପ୍ରଭାବରେ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ଭୂତପଙ୍କାଳରୁ ଭାସିଯାଇଥିବା ୬ ଜଣଙ୍କ ମଧ୍ୟରୁ ଆଜି ଆଉ ଜଣଙ୍କ ମୃତଦେହ ମିଳିଛି। ଏଯାଏ ଘଟଣାରେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘରଠାରୁ ଗୋଟେ କିଲୋମିଟର ଦୂରରେ ମୃତଦେହ ମିଳିଛି। ତେବେ ଆଉ ଦୁଇ ଜଣଙ୍କ ପତ୍ତା ମିଳୁନି। ଅକ୍ଟୋବର ୧୧ ଓ ୧୨ରେ ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା ପରେ ବନ୍ୟା ଆସିବାରୁ ଭୂତପଙ୍କାଳ ଗାଁର ୬ […]

  • Thursday, 15 July 2021
tarini
ଆଜି ଘଟଗାଁ ପୀଠରେ ଚଇତି ପର୍ବ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ପୀଠରେ ଆଜି ଚଇତି ପର୍ବ ପାଳନ ହେଉଛି। ପଣା ସଂକ୍ରାନ୍ତି ଅବସରରେ ମା’ ତାରିଣୀ ସୁନା ବେଶରେ ଦର୍ଶନ ଦେଉଛନ୍ତି। ମାଆଙ୍କୁ କ୍ଷୀର, ଲହୁଣୀ, ହଳଦି, ଚୁଆ ଓ ଚନ୍ଦନରେ ସ୍ନାନ କରାଯାଇଥିଲା।    

  • Thursday, 15 July 2021
rathha
ଆଜି ପୁଣି ଟଣା ହେବ ରୁକୁଣା ରଥ

ଭୁବନେଶ୍ୱର: ବଢ଼େଇ ବାଙ୍କରେ ଅଟକି ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ପୁଣି ଟଣା ହେବ। ଗତକାଲି ରୁକୁଣା ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ଏକାମ୍ର କ୍ଷେତ୍ର। ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସହ ମଙ୍ଗଳ ଆଳତୀ ଓ ଅବକାଶ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା। ନୀତି ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ଥିବାରୁ ଦିନ ସାଢେ ୨ଟାରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରାୟ ୩ଟାରେ ମହାପ୍ରଭୁ ରଥାରୁଢ଼ ହୋଇଥିଲେ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି […]

  • Thursday, 15 July 2021
chadak
ଚଡ଼କ ମେଳା ଉଦ୍‌ଯାପିତ

ଜଳେଶ୍ୱର(ଅଜିତ ଦାସ): ୧୩ ଦିନ ଧରି ବାଲେଶ୍ୱର ଭୋଗରାଇ ଚନ୍ଦନେଶ୍ୱର ପୀଠରେ ବେଶ୍ ଧୁମ୍‌ଧାମରେ ଚାଲିଥିବା ପ୍ରସିଦ୍ଧ ଚଡ଼କ ମେଳା ଉଦ୍‌ଯାପିତ ହୋଇଯାଇଛି। ବିଶ୍ୱାସ ଓ ପରମ୍ପରାର ଅନନ୍ୟ ନିଦର୍ଶନ ଚଡ଼କ ଯାତ୍ରାର ଗତକାଲି ଅନ୍ତିମ ଚରଣ ପାଟ ପର୍ବରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ସକାଳୁ ମାଳ ଚନ୍ଦନ ନୀତି ପରେ ଅପରାହ୍ଣରେ ମାନସିକ କରିଥିବା ପାଟ ଭକ୍ତମାନେ ଦେହରେ କଣ୍ଟା ଫୋଡ଼ି ଭକ୍ତି ଓ କୁଛ୍ର ସାଧନାରେ ନିଆରା ପରାକାଷ୍ଠା ପ୍ରଦର୍ଶନ କରିଥିଲେ।

  • Thursday, 15 July 2021
car
କାରରୁ ୫ ଶହ ଲିଟର ଦେଶୀ ମଦ ଜବତ

ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ଆଇଟିଆଇ ଛକରୁ ଏକ କାର୍‌ରୁ ବିପୁଳ ପରିମାଣର ମଦ ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ଜଣକୁ ଗିରଫ କରିଛି। ତାଙ୍କ ନାଁ ହେଉଛି ବିଜୟ ନାଥ। ସେ ଭଦ୍ରକ ଜିଲ୍ଲା ମିଞ୍ଜାପୁର ଗାଁର। ବିଜୟ ନିଜ କାରରେ ପୁରୁଣା ବାଲେଶ୍ୱରରୁ ଭଦ୍ରକ ଯାଉଥିବା ବେଳେ ଖବର ପାଇ ତାଙ୍କୁ ମୋବାଇଲ ସ୍କ୍ୱାର୍ଡ ଧରିଥିଲା। କାର୍‌ରୁ ୫୦୦ଶହ ଲିଟରରୁ ଊର୍ଦ୍ଧ୍ୱ ମଦ ଜବତ ହୋଇଥିବା ଜଣା ପଡ଼ିଛି। […]

  • Thursday, 15 July 2021
accident
ବେଆଇନ୍‌ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗାଁରେ ବେଆଇନ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ ହୋଇଥିଲା। ମଦ ମାଫିଆଙ୍କ ଆକ୍ରମଣରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୪ ଗ୍ରାମବାସୀ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କୁ ଚିକିତ୍ସା ଲାଗି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।

  • Thursday, 15 July 2021
girl
ରେଳ ଲାଇନ୍ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା(ବଳରାମ ଲେଙ୍କା) : ଖୋର୍ଦ୍ଧା ଜିଲ୍ଲା କରଡ଼ଗଡ଼ିଆ ନିକଟ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍‌ କଡ଼ରେ କ୍ଷତବିକ୍ଷତ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ କିଛି ଥଣ୍ଡା ପାନୀୟ ଓ ବିଷ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଆଜି ସକାଳୁ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

  • Thursday, 15 July 2021
oldman
ବୃଦ୍ଧଙ୍କୁ ଦଳିଦେଲା ହାତୀ

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ଶୋଭାଚନ୍ଦ୍ରପୁରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ନା’ ଭୀମ ବେହେରା। ଆଜି ସକାଳେ ସେ କ୍ଷେତକୁ ପାଣି ମଡ଼େଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିବାରେ ବିଳମ୍ବ ହେବା ଯୋଗୁ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ସେହି ଅଞ୍ଚଳରେ କିଛି ଦିନ ହେଲା ଗୋଟିଏ ବଣୁଆ […]

  • Thursday, 15 July 2021
tiger
କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ(ବିରଜା ଦାସ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ରେଞ୍ଜ ହାତୀଧାର ଜଙ୍ଗଲରୁ ଏକ ଅଣ୍ଡିରା କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ମୃତ ବାଘର ଆନୁମାନିକ ବୟସ ପ୍ରାୟ ୩ ବର୍ଷ ହେବ। ବ୍ୟବଚ୍ଛେଦ ପରେ ବନ ବିଭାଗ ବାଘଟିକୁ ପୋଡ଼ି ଦେଇଛି। ତେବେ କିପରି ଏବଂ କେଉଁ ପରିସ୍ଥିତି ବାଘର ମୃତ୍ୟୁ ହେଲା ସେ ନେଇ କୌଣସି ସୂଚନା ମିଳିପାରିନି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ବନ ବିଭାଗ କହିଛି।

  • Thursday, 15 July 2021
vote
ଜିତିଲା ଗଣତନ୍ତ୍ର, ହାରିଲା ଲାଲ୍‌ବାହିନୀ

ମାଲ୍‌କାନଗିରି(ଜିତେନ୍ଦ୍ର ବେଉରା): ଗଣତନ୍ତ୍ରର ଶକ୍ତି ଆଗରେ ହାର୍‌ ମାନିଲା ଲାଲ୍‌ବାହିନୀର ନାଲିଆଖି। ଏମିତି କହିବାର ଅର୍ଥ ହେଉଛି, ଲାଲ୍‌ଗଡ଼ରେ ମାଓବାଦୀଙ୍କ ଭୋଟ୍ ବର୍ଜନ ଧମକ ସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ଆଉ ଏହା ସମ୍ଭବ ହୋଇଛି ମାଲ୍‌କାନଗିରି ଜିଲ୍ଲାର ମୁଦୁଲିପଡ଼ାରେ ନିୟୋଜିତ ୩୬ ଜଣ କର୍ମଚାରୀଙ୍କ ସାହସିକତା ଯୋଗୁ। ଜୀବନ ପ୍ରତି ଭୟ ଥିଲେ ବି ପୋଲିଂ କାର୍ଯ୍ୟରେ ନିୟୋଜିତ ଏହି କର୍ମଚାରୀମାନେ ସେମାନଙ୍କ ଦାୟିତ୍ୱ ସଂପାଦନ କରିବାରେ ଆଦୌ ଅବହେଳା କରି ନାହାନ୍ତି। ଶାନ୍ତିଶୃଙ୍ଖଳାର […]

  • Thursday, 15 July 2021
car
ଗଛରେ ପିଟିହେଲା ଟାଟା ମ୍ୟାଜିକ

ବିନିକା(ଦିଲ୍ଲୀପ୍‌ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିକଟ ଏସ୍‌. ରାମପୁରରେ ସଡ଼କ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ବିଶାପାଲି ଛକରେ ଏକ ଟାଟା ମ୍ୟାଜିକ ଗାଡ଼ିର ଚକ ଫାଟି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିରେ ଥିବା ୧୫ଜଣ ଆହତ ହୋଇଛନ୍ତି। ଏମାନଙ୍କୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବିନିକା ଦେଣ୍ଡୁପଦର ଗାଁ ଲୋକେ ବାହାଘର ପାଇଁ ଜିନିଷ […]

  • Thursday, 15 July 2021
barsha
ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ରିଲିଜ୍‌ ହେଲା ନୂଆ ଭିଡିଓ ଟିଭିସି

ଭୁବନେଶ୍ୱର: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ନୂଆ ଭିଡିଓ ଟିଭିସି ପ୍ରସ୍ତୁତ ହୋଇଛି। ଗତକାଲି ରାଜଧାନୀର ଏକ ତାରକା ହୋଟେଲରେ ଏହାର ଲୋକାର୍ପଣ କରାଯାଇଛି। ଏହି ବିଜ୍ଞାପନରେ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ପ୍ରତ୍ୟେକ ଉତ୍ସବରେ ନାରୀ ସହିତ ଗହଣାର ସଂପର୍କ ଦେଖିବାକୁ ମିଳିବ। ଲାଲ୍‌ଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ସଂଜୟ ହଂସଙ୍କ ଦ୍ୱାରା ପ୍ରସ୍ତୁତ ଏହି ଟିଭି କମର୍ସିଆଲ୍‌ରେ ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ୍‌ର ବିଶିଷ୍ଟ ତଥା ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। […]

  • Thursday, 15 July 2021
firing
ପୂର୍ବ ଶତ୍ରୁତାରୁ ଗୁଳିମାଡ଼

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାର ତାଳଚୁଆ ପଥରମୁଣ୍ଡିଆ ପାହାଡ଼ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ଏଥିସହ ପଥରଫଟା କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଏକ ହିଟାଚି ମେସିନକୁ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ତେବେ କେଉଁ କାରଣରୁ ଗୁଳିମାଡ଼ ହୋଇଛି ସେ ନେଇ ସ୍ପଷ୍ଟ ଜଣାପଡ଼ିନାହିଁ।

  • Thursday, 15 July 2021
water
ପାଣି ପାଇଁ ଆନ୍ଦୋଳନ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଖରା ଆରମ୍ଭରୁ ପାଣି ପାଇଁ ତେଜିଲା ଆନ୍ଦୋଳନ। ପିଇବା ପାଣି ପାଇଁ କଳାହାଣ୍ଡି ଜିଲ୍ଲାର ବାନେର ଠାରେ ରାସ୍ତାରୋକ କରିଥିଲେ ମହିଳା। ଗରା, ମାଠିଆ ଧରି ମହିଳାମାନେ ଭୋର ୫ଟାରୁ ରାସ୍ତା ରୋକ କରି ପ୍ରତିବାଦ କରିଥିଲେ। ଫଳରେ ମୋଟେର-ଜୟପାଟଣା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପାଣି ସମସ୍ୟା ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ତେବେ ବିଡିଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକରୀଙ୍କୁ ବୁଝାସୁଝା କରିବା […]

  • Thursday, 15 July 2021
muniguda
କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ। ଷ୍ଟେସନରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନର ୪ଟି ବଗିରୁ ସକାଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଷ୍ଟେସନ କର୍ମଚାରୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି। ପ୍ରବଳ ଗରମ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି।

  • Thursday, 15 July 2021
book
‘ନବୀନ ପଟ୍ଟନାୟକ’ର ଓଡ଼ିଆ ଅନୁବାଦ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର:  ରୁବେନ୍‌ ବାନାର୍ଜିଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉପରେ ଲିଖିତ ପୁସ୍ତକ ‘ନବୀନ ପଟ୍ଟନାୟକ’ର ଓଡ଼ିଆ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ଲୋହିଆ ଭବନରେ ଏହାର ଉନ୍ମୋଚନ କରାଯାଇଛି। ସାହିତ୍ୟିକ ଅଶୋକ ମିଶ୍ର ଏହି ଓଡ଼ିଆ ପୁସ୍ତକକୁ ଅନୁବାଦ କରିଛନ୍ତି। ଇଂରାଜୀ ପୁସ୍ତକରେ ଯାହା ଥିଲା, ସେହି ସମାନ ତଥ୍ୟ ଓଡ଼ିଆ ଅନୁବାଦ ପୁସ୍ତକରେ ମଧ୍ୟ ଅଛି। ଏହାର ମୂଲ୍ୟ ୨୦୦ ଟଙ୍କା ରଖାଯାଇଛି। ଏହି ପୁସ୍ତକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନୀ ସହ ଅନେକ […]

  • Thursday, 15 July 2021
women
ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର

ବାଲେଶ୍ୱର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରର ମୂଳେଶ୍ୱର ଗାଁରେ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ନିଆଯାଇଛି। ମହିଳା ଜଣକ ଠାକୁର ପୂଜା କରୁଥିବା ସମୟରେ ସର୍ଟ ସର୍କିଟରୁ ଘରେ ନିଆଁ ଲାଗିଯିବାରୁ ସେ ବାହାରକୁ ଆସି ପାରି ନଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିଯାଇଥିବା […]

  • Thursday, 15 July 2021