ଭୁବନେଶ୍ୱର: ହକି ବିଶ୍ୱକପ୍ ପୂର୍ବରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଆରମ୍ଭ ହୋଇଛି ମୋଟର ସାଇକେଲ୍ ଯୋଜନା। ଯେଉଁ ଗ୍ରାହକ ଏହି ବାଇକ୍ ଭଡ଼ାରେ ନେବାକୁ ଚାହୁଁଥିବେ www.yorindia.comରେ ଲଗ୍ ଇନ୍ କରି ବୁକ୍ କରିପାରିବେ। ଏଥିପାଇଁ ଆଧାର କାର୍ଡ ଓ ଡ୍ରାଇଭିଙ୍ଗ୍ ଲାଇସେନ୍ସ ବାଧ୍ୟତାମୂଳକ ହୋଇଥିବା ବେଳେ ବାଇକ୍ ଘଣ୍ଟା ପ୍ରତି ଦାମ୍ ୩୯ ଟଙ୍କାରୁ ଆରମ୍ଭ କରି ୯୫ ଟଙ୍କା ରହିଛି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ୯ଟି ବାଇକ୍ ସାମିଲ କରାଯାଇଛି। ପରେ […]
କେନ୍ଦୁଝର: କେନ୍ଦୁଝରରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଜିଲ୍ଲାର କଦମଡିହିଠାରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବୁଧରାମ୍ ମୁଣ୍ଡା। ସୂଚନା ଅନୁସାରେ, ଗତକାଲି ବୁଧରାମ୍ ନିଜ କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାଲେଶ୍ୱର: ବାଲେଶ୍ୱର ଟ୍ରକ ସମନ୍ୱୟ କମିଟି ବା ବିଟିସିସିର ନିର୍ବାଚନ ବିଳମ୍ବକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ସଂଘର ଅବଧି ଶେଷ ହେବାର ୩ ମାସ ପରେ ମଧ୍ୟ ନିର୍ବାଚନ ହୋଇ ପାରିନି। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗୋଟିଏ ଗୋଷ୍ଠୀ ତୁରନ୍ତ ନିର୍ବାଚନ ପାଇଁ ଦାବି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ପୂର୍ବ ନିର୍ବାଚିତ ପ୍ରତିନିଧିଙ୍କଠାରୁ ହିସାବ ନିକାସ ଦାବି କରିଛନ୍ତି। ଗଠିତ ହୋଇଥିବା ୪ ଜଣିଆ ଅସ୍ଥାୟୀ ଆଡ୍ହକ୍ କମିଟି […]
ପୁରୀ: ଦାଦାବଟି ଆଦାୟକୁ ନେଇ ପୁରୀ ସହରରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଦାଦାବଟି ନଦେବାରୁ ଗୁଣ୍ଡିଚା ମନ୍ଦିର ପାଖରେ ଏକ ଦୋକାନ ଉପରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର: ବ୍ରହ୍ମପୁର ମହାନଗରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ କୃଷକ କଲ୍ୟାଣ କାର୍ଡ ବଣ୍ଟା ହେଉଛି। ଏହାସହ ଚିକିତ୍ସା ପାଇଁ ୫ ଲକ୍ଷ ବଦଳରେ କେବଳ ୭୦ ହଜାର ଟଙ୍କା ମିଳୁଥିବା ଅଭିଯୋଗ ହୋଇଛି। ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ରୋଗୀ ଏଭଳି ଅଭିଯୋଗ ଆଣିଛନ୍ତି। ତେବେ ହସ୍ପିଟାଲ ଓ ରୋଗ ଅନୁସାରେ ସହାୟତା ମିଳିବ ବୋଲି ସିଡିଏମଓ କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜୁ […]
ଚିଲିକା: ଚିଲିକା ହ୍ରଦର ମହିଂସା ଗ୍ରାମ ନିକଟରେ ଏକ ଇରାୱାଡି ଡଲଫିନ୍ ମରି ଭାସୁଥିବାର ଦେଖିବାକୁ ମିଳିଛି। ଖବର ପାଇବା ପରେ ସାତପଡ଼ା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଡଲଫିନ୍କୁ ଉଦ୍ଧାର କରିଥିଲେ। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ସାତପଡ଼ା ରେଞ୍ଜର କହିଛନ୍ତି। ଏହି ବିରଳ ଇରାୱାଡି ଡଲଫିନ୍ ଚିଲିକା ହ୍ରଦରେ ୧୮୦ରୁ ଅଧିକ ଥିଲେ। ବିଭିନ୍ନ କାରଣରୁ ଏମାନଙ୍କର ମୃତ୍ୟୁ ଘଟୁଥିବାରୁ ଦିନକୁ ଦିନ ଏହି […]
ଭୁବନେଶ୍ୱର: ‘ମୋ ବସ୍’ ପରେ ରାଜଧାନୀରେ ଗଡ଼ିଲା ‘ମୋ ସାଇକେଲ’। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସାଇକେଲ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଯୋଜନାରେ ୧ ହଜାର ସାଇକେଲ ସାମିଲ କରାଯାଇଛି। ପ୍ରଥମେ ୧୦୦ଟି ଷ୍ଟେସନ୍ କରାଯାଇଛି। ଏହାକୁ ୪୦୦କୁ ବୃଦ୍ଧି କରାଯିବ। ପରେ ଆଉ ୧ ହଜାର ସାଇକେଲ ମଧ୍ୟ ସାମିଲ କରାଯିବ। ରାଜଧାନୀର ୩୦ କିମି ରାସ୍ତାରେ […]
ବ୍ରହ୍ମପୁର: ବିଭିନ୍ନ ଦାବିକୁ ନେଇ ୧୨ ଘଣ୍ଟିଆ ପୁରୁଷୋତ୍ତମପୁର ବନ୍ଦ ଡାକରା ଦିଆଯାଇଛି। ଓକିଲ ଓ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ସବ୍ ଜଜ୍ କୋର୍ଟ ସ୍ଥାପନ ଦାବିରେ ଓକିଲ ସଂଘ ବନ୍ଦ ଡାକରା ଦେଇଥିବା ବେଳେ ରାସ୍ତା ନିର୍ମାଣ ଦାବିରେ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ବରଗଡ଼: ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନରେ ୩୨ଟି ସଂଗଠନ ସାମିଲ ହୋଇଛନ୍ତି। ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଲୋକଙ୍କ ଅଭିଯୋଗ ହେଲା, ପଦ୍ମପୁର ଉପଖଣ୍ଡରେ ଥିବା କିଛି ବ୍ଲକ୍ ଓ ଗାଁ ବରଗଡ଼ ଜିଲ୍ଲା ସଦର ମହକୁମାରୁ ୧୫୦-୧୬୦ କିଲୋମିଟର ଦୂରରେ ଥିବାରୁ ଏହି ଅଞ୍ଚଳ ପ୍ରତି […]
ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ହକି ବିଶ୍ୱକପ୍ର ପ୍ରଚାର କଲେ ଓଡ଼ିଆ ପୁଅ ବିଜୟ କୁମାର ମଲ୍ଲିକ। ବିଜୟ ୨୦ ଦିନ ପୂର୍ବରୁ ଏହି ପ୍ରଚାର ଅଭିଯାନରେ ବାହାରି ଥିଲେ। ମୁମ୍ବାଇ, ବେଙ୍ଗାଲୁରୁ ଓ ଆନ୍ଧ୍ରପ୍ରଦେଶ ଇତ୍ୟାଦି ବିଭିନ୍ନ ସ୍ଥାନ ବୁଲି ହକି ବିଶ୍ୱକପ୍ର ପ୍ରଚାର ସାରି ଭୁବନେଶ୍ୱର ଫେରିଛନ୍ତି। ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ୍ ସମ୍ପର୍କରେ ଯେମିତି ବାହାର ରାଜ୍ୟର ଲୋକେ ଜାଣି ପାରିବେ ଏବଂ ଏହାକୁ ଦେଖିବେ, ସେଥିପାଇଁ ସେ ଏହି ପ୍ରଚାର ଅଭିଯାନ […]
କଟକ: କଟକ ଜିଲ୍ଲା ବାଙ୍କି ରଗଡ଼ିରେ ଚାଲିଥିବା କାର୍ତ୍ତିକେଶ୍ୱର ମହୋତ୍ସବ ଉଦ୍ଯାପିତ ହୋଇଛି। ଗତକାଲି ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ବାଙ୍କି ହରିହରରେ ପହଞ୍ଚିବା ପରେ ବୈଜୟନ୍ତ ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଏକ ବାଇକ୍ ଶୋଭାଯାତ୍ରାରେ ମହୋତ୍ସବ ସ୍ଥଳୀ ପର୍ଯ୍ୟନ୍ତ ନିଆଯାଇଥିଲା। ପରେ ପ୍ରଦୀପ ପ୍ରଜ୍ୱଳନ କରି ସେ ଶେଷ ଉଦ୍ଯାପନୀ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟର […]
ବାଲେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମାରେ ବାଲେଶ୍ୱର ବାଲିଘାଟ ନିକଟରେ ଅନୁଷ୍ଠିତ ହୋଇଛି ଏକ ନିଆରା ମେଳା। ସ୍ଥାନୀୟ ଲୋକେ ଏହାକୁ ଭିକ୍ଷୁକ ମେଳା ବୋଲି କହିଥାନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ରାଜ୍ୟର ବହୁ ଭିକ୍ଷୁକମାନେ ଏହି ମେଳାରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ବହୁ କୁଷ୍ଠରୋଗରେ ଆକ୍ରାନ୍ତ ବି ଥିଲେ। ମହିଳା ଭିକ୍ଷୁକଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। ବାଲିଘାଟରୁ ୧ କିଲୋମିଟର ପର୍ଯ୍ୟନ୍ତ ଏହି ଭିକ୍ଷୁକମାନେ ରାସ୍ତାର ଦୁଇ ପାର୍ଶ୍ୱରେ ବସିଥାନ୍ତି। ଏହି ଭିକ୍ଷୁକ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲ ଦୀର୍ଘ ୧୦ ଦିନ ଧରି ଉପଦ୍ରବ କରିବା ପରେ ହାତୀପଲକୁ ସେହି ଅଞ୍ଚଳରୁ ଘଉଡ଼ାଇବାରେ ବନ ବିଭାଗ ସଫଳ ହୋଇଛି। ହାତୀ ଘଉଡ଼ାଇବାରେ ପୁଲିସ୍, ରାଜସ୍ୱ ବିଭାଗ ଓ ସ୍ଥାନୀୟ ଲୋକେ ବନ ବିଭାଗକୁ ସାହାଯ୍ୟ କରିଥିଲେ। ବାଜା ବଜାଇ, ବାଣ ଫୁଟାଇ ହାତୀପଲକୁ ତିନିକୋଶିଆର ବୁଦୁସାହି ଜଙ୍ଗଲକୁ ଘଉଡ଼ାଇ ଯଡ଼ିବାଲି ଜଙ୍ଗଲକୁ ପଠାଇ ଦିଆଯାଇଥିଲା। ସେଠାରୁ ଗୋପାଳପୁର ଜଙ୍ଗଲ ଦେଇ ପାଟଣା, କାଠପାଳ, ପୁନ୍ଦାଳ, ଦୁର୍ଗାଦେବୀ […]
କେନ୍ଦୁଝର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଣ ବେଳେ ଅଘଟଣ ଘଟିଛି। କେନ୍ଦୁଝର ଆନନ୍ଦପୁର କୁଶେଇ ନଦୀରେ ବୁଡ଼ି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ନୂଆଗଡ଼ ଗାଁ କୁଶେଇ ନଦୀରେ ଡଙ୍ଗା ଭସା ବେଳେ ୯ ବର୍ଷର ବାଳକ ଶୁଭମ୍ ରାଉତ ଭାସି ଯାଇଛନ୍ତି। ଆଜି ବଢ଼ି ଭୋରରୁ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶୁଭମଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]
ପାଟଣାଗଡ଼ : ବଲାଙ୍ଗିର ବେଲପାହାଡ଼ ଭରୁଆମୁଣ୍ଡା ଗାଁରେ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଗାଧୋଇବା ଘର ଟାଙ୍କିରୁ ନାବାଳିକାଙ୍କ ମୃତଦେହ ମିଳିଛି। ମାମଲାରେ ପୁଲିସ୍ ସାବତ ମାଆକୁ ଗିରଫ କରି କୋର୍ଟ ଚାଲଣା କରିଛି। ଭରୁଆମୁଣ୍ଡା ଗାଁର ପ୍ରଦୀପ ମେହେରଙ୍କ ସାତ ବର୍ଷର ଝିଅ ରଶ୍ମିତା ଗତକାଲି ଅପରାହ୍ନରୁ ନିଖୋଜ ଥିଲେ। ଏହାକୁନେଇ ପରିବାରଲୋକେ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ତେବେ ସଂଧ୍ୟା ବେଳେ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ବେଲପାହାଡ଼ ଥାନାରେ ମାମଲା ରୁଜୁ […]
ବାରିପଦା: ସୁଉଚ୍ଚ ତୋରଣ, ରଙ୍ଗୀନ ଆଲୋକମାଳା ସହ ବାହୁବଳୀ ସିନେମାରେ ନଜର ଆସିଛି ମାହିଷ୍ମତୀ ତୋରଣ। ବାରିପଦା ସହରରେ ଚାଲିଥିବା ମାଆ ଜଗଦ୍ଧାତ୍ରୀଙ୍କ ପୂଜା ପାଇଁ ଭବ୍ୟ ମହଲ ସଦୃଶ ମଣ୍ଡପକୁ ଏହିଭଳି ଭାବରେ ସଜା ଯାଇଛି। ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟୁଛି। ମାଆ ଦୁର୍ଗାଙ୍କ ଅନନ୍ୟ ଅବତାର ଭାବେ ଜଗଦ୍ଧାତ୍ରୀଙ୍କ ପୂଜା କରାଯାଉଛି। କାର୍ତ୍ତିକ ପଞ୍ଚୁକରୁ ଆରମ୍ଭ ହୋଇଛି ମାଆଙ୍କ ପୂଜାର୍ଚ୍ଚନା। ମାଆ ଦୁର୍ଗାଙ୍କ ଶାନ୍ତ ରୂପ ହେଉଛନ୍ତି ଜଗଦ୍ଧାତ୍ରୀ। ଉଭୟ ଓଡ଼ିଆ […]
କଟକ: କଟକ ମହାନଦୀ ବସ୍ ଟ୍ରାଜେଡିର ୩ ବିଭାଗର ୧୦ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛି । ପୁଲିସ୍, ପରିବହନ ଓ ଜାତୀୟ ରାଜପଥ ପ୍ରାଧିକରଣର ତିନି ଅଧିକାରୀଙ୍କ ନେତୃତ୍ୱରେ ଏହି ଟିମ୍ ଦୁର୍ଘଟଣାର ମିଳିତ ତଦନ୍ତ କରୁଛନ୍ତି। ଆଜି ଏହି ଟିମ୍ ଦୁର୍ଘଟଣା ସ୍ଥଳକୁ ଆସି ସରଜମିନ ତଦନ୍ତ କରୁଛନ୍ତି। ଏହି ଟିମ୍ ଦୁର୍ଘଟଣାର କାରଣ ଓ ଅନ୍ୟ ଦିଗ ସମ୍ପର୍କରେ ଛାନ୍ଭିନ୍ କରିବ। ଟିମର ନେତୃତ୍ୱ ନେଇଛନ୍ତି ଜଣେ ଏମ୍ଭିଆଇ, ଜଣେ ପୁଲିସ୍ […]
ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ଜାଲ୍ କାଗଜ ପତ୍ରରେ ଜାଲ୍ କାର୍ଡ ତିଆରି ହେଉଛି। ଏହି ଜାଲ୍ କାର୍ଡ ସାହାଯ୍ୟରେ ଦଲାଲ୍ମାନେ ସମବାୟ ସମିତି ଜରିଆରେ ଧାନ ବିକ୍ରି କରୁଥିବା ଅଭିଯୋଗ ଆସିଛି। ଚାଷୀଙ୍କ ଡକ୍ୟୁମେଣ୍ଟରେ ଦଲାଲମାନେ ନିଜ ନାଁରେ ଜାଲ୍ କାର୍ଡ ପଞ୍ଜୀକରଣ କରୁଥିବା ନେଇ ଅଭିଯୋଗ ହୋଇଛି। ଦଲାଲ୍ମାନେ ଚାଷୀଙ୍କ ଠାରୁ କମ୍ ଦରରେ କିଣି ଜାଲ୍ କାର୍ଡ ମାଧ୍ୟମରେ ସମବାୟ ସମିତିରେ ଧାନ […]
କଟକ: କଟକ ବସ୍ ଟ୍ରାଜେଡି ପରେ ଏବେ ବଡ଼ ଚିନ୍ତା, କେମିତି କମିବ ସଡ଼କ ଦୁର୍ଘଟଣା ? ଦିନକୁ ଦିନ ରାସ୍ତାରେ ଗାଡ଼ି ସଂଖ୍ୟା ବଢୁଥିବା ବେଳେ ସେହି ଅନୁପାତରେ ଦୁର୍ଘଟଣା ମଧ୍ୟ ବଢ଼ି ଚାଲିଛି। ରାଜ୍ୟରେ ଦୈନିକ ପ୍ରାୟ ୧୨ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। କଟକ ବସ୍ ଟ୍ରାଜେଡିର ୨୪ ଘଣ୍ଟା ମଧ୍ୟରେ ଆଉ ୪ଟି ବଡ଼ ଦୁର୍ଘଟଣା ଘଟି ଯାଇଛି। ଯେଉଁଥିରେ ୪ଜଣଙ୍କ ମୁଣ୍ଡ ଗଡ଼ିଛି। ଜଗତ୍ସିଂହପୁର ଜିଲ୍ଲା ଚାରିପୋଲିଆ, ବାଲେଶ୍ୱର […]
କେନ୍ଦୁଝର: ଦୁର୍ଘଟଣାରେ ପୁଣି ଆଉ ଏକ ହାତୀର ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ରେଞ୍ଜ ନରଣପୁର ବିଟ୍ ରାମଚନ୍ଦ୍ରପୁର ନିକଟରେ ଏକ ମାଲ୍ବାହୀ ଟ୍ରେନ୍ ଧକ୍କା ଦେବାରୁ ମାଈ ହାତୀଟିର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଟ୍ରେନ୍ଟି ଯଖପୁରା ପଟୁ ଯୋଡ଼ା ଅଭିମୁଖେ ଯାଉଥିବା ସମୟରେ ରାମଚନ୍ଦ୍ରପୁର ନିକଟରେ ହାତୀଟିକୁ ଧକ୍କା ଦେଇଥିଲା। ମିଳିଥିବା ସୂଚନା ଅନୁସାରେ, ଏକ ହାତୀ ପଲ ରେଳ ଧାରଣା ପାର ହେଉଥିଲେ। ହାତୀ ପଲରେ ପ୍ରାୟ […]
ଗଞ୍ଜାମ: ଗଞ୍ଜାମ କବିସୂର୍ଯ୍ୟନଗର ନାବାଳିକା ଦୁଷ୍କର୍ମ ମାମଲାରେ ୩ ଜଣ ଗିରଫ ହୋଇଛନ୍ତି। ଗତ ଅକ୍ଟୋବର ୩୧ ତାରିଖରେ ଏହି ଗଣଦୁଷ୍କର୍ମ ହୋଇଥିଲା। ଦୁର୍ବୃତ୍ତମାନେ ଚୋରି କରିବାକୁ ଆସି ଘରୁ ୮ ବର୍ଷର ନାବାଳିକାକୁ ଉଠାଇ ନେଇଥିଲେ। ଧାନ ବିଲକୁ ନେଇ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ। ପୁଲିସ୍ ଏହାର ତନାଘନା କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୧୧ଟି ମାମଲା ଥିବା ପୁଲିସ୍ ସୂଚନା ଦେଇଛି।
ଭୁବନେଶ୍ୱର: ବିୟର ଫ୍ୟାକ୍ଟ୍ରି ପାଇଁ ରାଜ୍ୟ ସରକାର ଜାଗା ଦେଉଛନ୍ତି। କିନ୍ତୁ ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଜମି ଦେବାକୁ ଆଗ୍ରହ ନାହିଁ। ଏଭଳି ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍ଜିରେ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ସେ କହିଛନ୍ତି, ରାଜ୍ୟ ସରକାର ବଡ଼ ଘରର ପୁଅ ଆମେ ଗୁଣ୍ଡୁଚି ମୂଷା। ଶୁଣନ୍ତୁ କ’ଣ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ… ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜାଗା […]
ବଲାଙ୍ଗିର: ବଲାଙ୍ଗିର ବାଇପାସ୍କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଶ୍ରେୟ ନେବାକୁ ତିନି ପ୍ରମୁଖ ରାଜନୀତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଦେଖା ଦେଇଛି। ୧୭ ବର୍ଷ ତଳେ ବଲାଙ୍ଗିର ବାଇପାସ୍ ରାସ୍ତାର ଶିଳାନ୍ୟାସ ହୋଇଥିଲା। କିନ୍ତୁ ଏଯାଏ କାମ ଆରମ୍ଭ ହେଇପାରିନି। ଏବେ କିନ୍ତୁ ଜମି ଅଧିଗ୍ରହଣ ପାଇଁ ୧୯୦ କୋଟି ଟଙ୍କା ମଞ୍ଜୁର କରିବାକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେବା ପରେ ଏହାର ଶ୍ରେୟ ନେବା ପାଇଁ ଲଢ଼େଇ […]
ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ତହସିଲ ଡାଟାଏଣ୍ଟ୍ରି ଅପରେଟର ସଂଘର ବିଧାନସଭା ସମ୍ମୁଖରେ ଧାରଣା। ୧୨ ବର୍ଷ ପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନଥିବାରୁ ସଂଘ ପକ୍ଷରୁ ଧାରଣା ଦିଆ ଯାଇଛି। ୨୦୦୭ ମସିହାରେ ପ୍ରାୟ ୬୦୦ ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଥିଲେ। ୬ ବର୍ଷ ଠିକା ଭାବେ କାମ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ନିୟମ ଥିଲେ ମଧ୍ୟ ଡାଟାଏଣ୍ଟ୍ରି ଅପରେଟରଙ୍କ କ୍ଷେତ୍ରରେ ଲାଗୁ ହୋଇନଥିବା ଅଭିଯୋଗ ହୋଇଛି। ପୂର୍ବରୁ ସରକାରଙ୍କ […]
କଟକ: ଏଥର ବିବାଦ ଯେମିତି ବାଲିଯାତ୍ରାର ପିଛା ଛାଡ଼ୁନି। କଟକ ବାଲିଯାତ୍ରାକୁ ଆଉ ମାତ୍ର ତିନି ଦିନ ଥିବାବେଳେ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପ୍ଲଟ୍ ଆବଣ୍ଟନ ବିବାଦ ସିନା ତୁଟିଗଲା, କିନ୍ତୁ କ୍ଷୁଦ୍ର ବ୍ୟବସାୟୀମାନେ ଜାଗା ପାଉନଥିବା ଅଭିଯୋଗ କରିଛନ୍ତି। ଦୋଳି ବ୍ୟବସାୟୀଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପୁରୁଣା ଜାଗା ଦେଉନଥିବାରୁ ବର୍ଦ୍ଧିତ ଦରରେ ବାଲିଯାତ୍ରାକୁ ଆସିବେ ନାହିଁ ବୋଲି ବ୍ୟବସାୟୀ କହିଛନ୍ତି। ପ୍ରତିବର୍ଷ ବାଲିଯାତ୍ରା ଆରମ୍ଭ ହେବାର ୧୦ଦିନ ଆଗରୁ କୋଲକାତାରୁ ଟେରାକୋଟା […]