• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

arjun tripathy
ମନ୍ତ୍ରୀ ଓ ସାଂସଦଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ପ୍ରସଙ୍ଗ : ଘଟଣାକୁ ନିନ୍ଦାକଲା ନବରଙ୍ଗପୁର ଜିଲ୍ଲା ବିଜେଡ଼ି

ନବରଙ୍ଗପୁର : ମନ୍ତ୍ରୀ ରମେଶ ମାଝୀ ଓ ସାଂସଦ ବଳଭଦ୍ର ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ଘଟଣାକୁ ନିନ୍ଦା କରିଛି ନବରଙ୍ଗପୁର ଜିଲ୍ଲା ବିଜେଡି। ଏକ ସମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିଛନ୍ତି ଜିଲ୍ଲା ବିଜେଡି ସଭାପତି ଅର୍ଜୁନ ତ୍ରିପାଠୀ।  ଅାମ ଗାଁ ଅାମ ବିକାଶ ଯୋଜନାରେ ଏକ କମ୍ୟୁନିଟି ସେଣ୍ଟର ଉଦ୍‌ଘାଟନ ପାଇଁ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉମରକୋଟ ବ୍ଲକ୍ ମୁଣ୍ଡିଗୁଡା […]

  • Friday, 16 July 2021
anganwadi-worker-up
ଅଙ୍ଗନବାଡ଼ି କର୍ମୀଙ୍କ ଜରିଅାରେ ଦାମଙ୍କୁ ବିରୋଧ ପ୍ରଦର୍ଶନ

ନିଅାଳି : ମୟୂରଭଞ୍ଜ ପରେ ନିଅାଳିରେ ଦାମଙ୍କୁ ବିରୋଧ। ଅଙ୍ଗନବାଡ଼ି କର୍ମୀ ଦାମଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି । ଦାମଙ୍କ ସଭାମଞ୍ଚ ଅାଗରେ ଅଙ୍ଗନବାଡ଼ି କର୍ମୀ ହାତରେ ଦାମ ବିରୋଧୀ ପ୍ଲାକାର୍ଡ ଧରି ରାଲି କରିଛନ୍ତି।  ନିଅାଳି ହାଇସ୍କୁଲ ପଡ଼ିଆରେ ଦୁର୍ନୀତି ବିରୋଧୀ ସମାବେଶ କରୁଥିବା ବେଳେ ଦାମୋଦର ରାଉତଙ୍କୁ ଏଭଳି ବିରୋଧ ପ୍ରଦର୍ଶନ କରାଯାଇଥିଲା।

  • Friday, 16 July 2021
cbi
ସିବିଅାଇର ଦୁଇ ଜଣିଅା ଟିମ୍ ସୁନାବେଡ଼ାରେ ଆରମ୍ଭ କଲେ ଖୋଳତାଡ଼

କୋରାପୁଟ : ସୁନାବେଡା ହାଲ୍‌ର ଫାଇନାନ୍ସ ମ୍ୟାନେଜରଙ୍କ ଏକ ଲକ୍ଷ ୬୭ ହଜାର ଟଙ୍କା ଏବଂ କାଗଜପତ୍ର ଜାଳିବା ମାମଲାରେ ଅାରମ୍ଭ ହୋଇଛି ସିବିଅାଇ ତଦନ୍ତ । ଗତକାଲିଠୁ ସିବିଅାଇର ଦୁଇ ଜଣିଅା ଟିମ୍ ସୁନାବେଡ଼ାରେ ପହଞ୍ଚି ଖୋଲତାଡ଼ ଅାରମ୍ଭ କରିଛି। ଅାଜି ତଦନ୍ତକାରୀ ସଂସ୍ଥା ହାଲ୍ ଯାଇ ତନାଘନା ଜାରି ରଖିଛି। ଏନେଇ କୋରାପୁଟ୍ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅାଲୋଚନା କରିଛି ସିବିଅାଇ ଟିମ୍। ମାମଲାରେ ହିନ୍ଦୁସ୍ତାନ୍ ଏରୋନେଟିକ୍ସ ଲିମିଟେଡ-ହାଲ୍‌ର ୪ ଜଣ ଠିକାଦାରଙ୍କୁ ଗିରଫ କରାଯାଇଛି। […]

  • Friday, 16 July 2021
egg attack
ମନ୍ତ୍ରୀ ରମେଶ ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ଅଭିଯୋଗ

ଉମରକୋଟ : ମନ୍ତ୍ରୀ ରମେଶ ମାଝୀ ଓ ସାଂସଦ ବଳଭଦ୍ର ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ଅଭିଯୋଗ। ‘ଅାମ ଗାଁ ଅାମ ବିକାଶ’ ଯୋଜନାରେ ଏକ କମ୍ୟୁନିଟି ସେଣ୍ଟର ଉଦଘାଟନ ପାଇଁ ଅନୁସୂଚନିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉମରକୋଟ ବ୍ଲକ୍ ମୁଣ୍ଡିଗୁଡା ଗାଁକୁ ଯାଉଥିଲେ। ତେବେ ଗାଁରେ ପଶିବା ପୂର୍ବରୁ ଉଭୟ ମନ୍ତ୍ରୀ ଓ ସାଂସଦଙ୍କ ଗାଡ଼ିକୁ ଲକ୍ଷ୍ୟ କରି କିଛି କଂଗ୍ରେସ କର୍ମୀ ଅଣ୍ଡା […]

  • Friday, 16 July 2021
titli up
ତିତ୍‌ଲି ଜନିତ ମୃତ୍ୟୁ ସଂଖ୍ୟା ୭୭ ଛୁଇଁଲା

ଭୁବନେଶ୍ୱର : ତିତ୍‌ଲି ବାତ୍ୟାଜନିତ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି। ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ଅାଜି ଏହି ସୂଚନା ଦେଇଛନ୍ତି। ୫୮ ଜଣଙ୍କର ମୃତ୍ୟୁ ତାଲିକା ମିଳିଛି । ବାକି ୧୯ ଜଣଙ୍କର ଯାଞ୍ଚ ଚାଲିଥିବା ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ କମିଶନର। ସେପଟେ ବାତ୍ୟାର ୧୫ ଦିନ ପରେ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳିଥିଲା ଟପ୍ ଅଫିସରଙ୍କୁ। ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ, ନଗର ଉନ୍ନୟନ ସଚିବ ମାଥି ଭାତନନ୍ […]

  • Friday, 16 July 2021
2
ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ପ୍ରବଳ ଶୀତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ କୋଲ୍ଡ ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି। ଭୁବନେଶ୍ୱର, ଅନୁଗୁଳ ଓ ଟିଟିଲାଗଡ଼ରେ କୋଲ୍ଡ ୱେଭ୍‌ ସ୍ଥିତି ଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କିଛି ଦିନ ହେବ ରାଜ୍ୟର ପ୍ରାୟ ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ସେଲସିୟସ୍‌ରୁ […]

  • Friday, 16 July 2021
berhmpur
ବ୍ରହ୍ମପୁରରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ; ୩ ନାବାଳକଙ୍କୁ ଗିରଫ କଲା ପୁଲିସ

ବହ୍ମପୁର  : ନାବାଳକଙ୍କ ହାତରେ ହତ୍ୟାକାଣ୍ଡ । ନିଜ ସମ୍ପର୍କୀୟ ମହିଳାଙ୍କୁ ଗାଳିଗୁଲଜ ଓ ଅନୈତିକ ସଂପର୍କର ପ୍ରତିଶୋଧ ନେବାକୁ ଯାଇ ଗଳାକାଟି ହତ୍ୟା । ପ୍ରଥମେ ବ୍ଲେଡରେ ତଣ୍ଟି କାଟିବା ପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା।  ଗତ ଅକ୍ଟୋବର ୧୯ ତାରିଖରେ ବହ୍ମପୁର ଗୋସାଇଁ ନୂଅାଗାଁ ହତ୍ୟାକାଣ୍ଡ ଘଟଣାରେ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ବ୍ରହ୍ମପୁର ପୁଲିସ୍‌। ଘଟଣାରେ ସଂପୃକ୍ତ ୩ଜଣ ନାବାଳକଙ୍କୁ ପୁଲିସ୍‌ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ପଥରକୁ […]

  • Friday, 16 July 2021
1
ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଆସିକା: ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଆଠଗଡ଼ପାଟଣାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଗାଁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ଆସିକା ଓ ଭୁବନେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୁଲିସ୍ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ସୂଚନା ଅନୁସାରେ, ଗତ ୨୪ ତାରିଖରେ ଆଠଗଡ଼ପାଟଣା ଗାଁର କବିର ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ କବିସୂର୍ଯ୍ୟନଗର ଥାନା ଅର୍ଜୁନପଲ୍ଲୀ ଗାଁ ଛକରେ […]

  • Friday, 16 July 2021
j panda up
ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ନାଁରେ ବୈଜୟନ୍ତଙ୍କୁ ଅପମାନ ଉଦ୍ୟମ

ତାଳଚେର : ମୟୂରଭଞ୍ଜରେ ଦାମଙ୍କ ପରେ ଅାଜି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ । ତାଳଚେରରେ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ନାଁରେ ଅପମାନ ଉଦ୍ୟମ କରାଯାଇଛି । କିଶୋର କ୍ଲବ ଦଶହରା ଉତ୍ସବରେ ଯୋଗ ଦେବାକୁ ସଭାସ୍ଥଳକୁ ଗଲା ବେଳେ ଫୁଲତୋଡା ଦେଇ କିଛି ଯୁବକ ଅପମାନଜନକ ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି । ୮ଶହ କୋଟି ବିଦ୍ୟୁତ୍‌ ବିଲ୍ ବକେୟା କହି ଅପମାନ ଉଦ୍ୟମ କରିଛନ୍ତି ଏକ ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀ । ସେପଟେ ଘଟଣା […]

  • Friday, 16 July 2021
b1
ସରକାରୀ ଡାଏରୀରେ ତ୍ରୁଟିକୁ ନେଇ ବିରୋଧ

ଭୁବନେଶ୍ୱର: ସରକାରୀ ଡାଏରୀରେ ତ୍ରୁଟି। ‘ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ’ ପଂକ୍ତିଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ ଧର୍ମପଦ ପୁସ୍ତକର। କିନ୍ତୁ ଚଳିତ ବର୍ଷ ଛପାଯାଇଥିବା ରାଜ୍ୟ ସରକାରଙ୍କ ଡାଏରୀରେ ଏହି ପଂକ୍ତିଟି କବିବର ରାଧାନାଥ ରାୟଙ୍କର ବୋଲି ଉଲ୍ଲେଖ କରାଯାଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡାଏରୀ ଖଣ୍ଡେ ପାଇବା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ […]

  • Friday, 16 July 2021
kumari up
ପିପିଲି ଗୋପୀନାଥପୁର ଅଂଚଳରେ କୁମାର ପୂର୍ଣ୍ଣିମା ପାଳିତ

ପିପିଲି : ଅାଶ୍ୱିନ ମାସ ପୂର୍ଣ୍ଣିମା ତଥା କାର୍ତ୍ତିକ ମାସର ଅାରମ୍ଭରେ କୁଆଁରୀମାନେ ପାଳନ କରନ୍ତି କୁମାର ପୂର୍ଣ୍ଣିମା ଉତ୍ସବ । ପୁରୀ ଜିଲ୍ଲା ଧଉଳି ଉପକଣ୍ଠ ଗୋପୀନାଥପୁରରେ ଏହି ଅବସରରେ ପାଳନ କରାଯାଉଛି କୁମାର ପୂର୍ଣ୍ଣିମା । ବଡି ଭୋରରୁ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଖଇ ଅର୍ପଣ କରିଥିଲେ କୁମାରୀମାନେ । ସାତ ଅାଞ୍ଜୁଳା ଖଇରେ ନଡିଅା, ଗୁଆ, କଦଳୀ, ଅାଖୁ, ଜହ୍ନି ଅାଦି ଦେଇ ଆଂଜୁଳା ଟେକା କରିଥିଲେ । ତେବେ ପରମ୍ପରା ଅନୁଯାୟୀ, କୁମାର […]

  • Friday, 16 July 2021
e1
ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ। ଝୁମ୍ପୁରା ବ୍ଲକ ଅଫିସ୍‌ ପାଖରେ ଥିବା ଆମ୍ବ ବଗିଚାରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ସକାଳୁ ବାଲିବନ୍ଧ ପଟୁ ହାତୀ ଆସି ବଗିଚାରେ ଅଛନ୍ତି। ୮ଟି ହାତୀ ପ୍ରବେଶ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଜନବସତି ଭିତରେ ହାତୀ ପସିଯିବାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଅନ୍ୟପଟେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଗୁଡ଼ିକୁ ଘଉଡ଼ାଇବା ଲାଗି ଉଦ୍ୟମ କରୁଛନ୍ତି।

  • Friday, 16 July 2021
drowning up
ଋଷିକୂଲ୍ୟା ନଦୀରେ ଭାସିଗଲେ ୨ ଭାଇ

ଗଞ୍ଜାମ  : ରୁଷିକୂଲ୍ୟା ନଦୀରେ ଭାସିଗଲେ ୨ ଭାଇ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭୀମପୁର ନିକଟରେ ଘଟିଛି ଅଘଟଣ। ଭୀମପୁରର ଗୌତମ ପ୍ରଧାନଙ୍କ ଦୁଇ ପୁଅ ୧୭ ବର୍ଷୀୟ ସଂଗ୍ରାମ ଓ ୧୩ ବର୍ଷୀୟ ଶୁଭମ୍ ଅାଜି ଗାଧୋଇବା ଲାଗି ରୁଷିକୁଲ୍ୟା ନଦୀକୁ ଯାଇଥିଲେ । ଏହି ସମୟରେ ସେମାନେ ନଦୀ ସୁଅରେ ଭାସିଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମବାହିନୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।  

  • Friday, 16 July 2021
supremecourt
ଲୋକାୟୁକ୍ତ ମାମଲା ; ଓଡ଼ିଶାର ଅାବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର : ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମ ଝଟ୍‌କା। ଓଡ଼ିଶା ସରକାରଙ୍କ ଅାବେଦନକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ। ଲୋକାୟୁକ୍ତ ନିଯୁକ୍ତ କରିବାକୁ ଅାଉ ୩ ମାସ ମହଲତ ମାଗିଥିଲେ ରାଜ୍ୟ ସରକାର। ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ କେବେ ସୁଦ୍ଧା କାର୍ଯ୍ୟକାରୀ କରିବେ ନିର୍ଦ୍ଦିଷ୍ଟ ଭାବେ ଜଣାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକାୟୁକ୍ତ ଗଠନ ନେଇ ବିଧାନସଭାରେ ବିଲ୍ ପାରିତ ହେବାର ୪ ବର୍ଷରୁ ଅଧିକ […]

  • Friday, 16 July 2021
dama
ବ୍ଲାକ୍ ରୋଜ୍ ପ୍ରସଙ୍ଗ : CBI ତୀର ମାରିଲେ ଦାମ

ଭୁବନେଶ୍ୱର : ବ୍ଲାକ୍‌ରୋଜ୍ ପ୍ରସଙ୍ଗରେ ଅାଜି ପୁଣି CBI ତୀର ମାରିଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ। CBI ସହ ଶହେ କୋଟିର ଡିଲ୍ ହୋଇଥିବା ଦାମ ଅଭିଯୋଗ କରିଛନ୍ତି। ବ୍ଲାକ୍‌ରୋଜ୍ ନେଇ CBI ଯୁଗ୍ମ ନିର୍ଦ୍ଦେଶକ ତଥ୍ୟ ନେଇଥିଲେ । ହେଲେ ଓଡ଼ିଶା ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ ସମର୍ଥନ ପରେ ଡିଲ୍ ହୋଇଥିଲା। ଏଥିପାଇଁ ସିବିଅାଇ ସହ ନବୀନ ପଟ୍ଟନାୟକ ଶହେ କୋଟିର ଡିଲ୍ କରିଥିଲେ। ଦାମ ଅଭିଯୋଗ କରିଛନ୍ତି ଏହାସହ ଚିଟ୍‌ଫଣ୍ଡ ମାମଲାରେ ବିଭିନ୍ନ ନେତା […]

  • Friday, 16 July 2021
oil-tanker-burn-12
ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ଲାଗି ଜଳିଗଲା ତେଲ ଟ୍ୟାଙ୍କର

ସୋନପୁର : ହାଇଓ୍ୱା ସହ ମୁହାଁମୁହିଁ ଧକ୍କା ଲାଗି ଜଳିଗଲା ତେଲ ଟ୍ୟାଙ୍କର। ଟ୍ୟାଙ୍କର ଭିତରେ ଜୀବନ୍ତ ଜଳିଗଲେ ଡ୍ରାଇଭର।  ସୋନପୁର-ସମ୍ବଲପୁର ରାସ୍ତାର ପତ୍ରାପାଲିରେ ଘଟିଛି ଏହି  ଦୁର୍ଘଟଣା । ସମ୍ବଲପୁରରୁ ସୋନପୁରକୁ ଅାସୁଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ସହ ବିପରୀତ ଦିଗରୁ ଯାଉଥିବା ଏକ ହାଇଓ୍ୱା ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଟ୍ୟାଙ୍କରର ଡ୍ରାଇଭର ଗାଡିରୁ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ […]

  • Friday, 16 July 2021
balyatra
ଏବର୍ଷ ବି ରାଜଧାନୀବାସୀ ଉଠାଇବେ ବାଲିଯାତ୍ରାର ମଜା

ଭୁବନେଶ୍ୱର : ଚଳିତ ବର୍ଷ ମଧ୍ୟ ରାଜଧାନୀବାସୀ ବାଲିଯାତ୍ରାର ମଜା ଉଠାଇବେ। ଓଡିଶାର ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିଥିବା ବାଲିଯାତ୍ରାର ନିଅାରା ସ୍ୱାଦ ମିଳିବ କୁଅାଖାଇ ନଦୀପଠାରେ । ଏନେଇ ସୋମବାର ସର୍କିଟ ହାଉସ୍‌ ଠାରେ ଭୁବନେଶ୍ୱର ବାଲିଯାତ୍ରା କମିଟିର ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲିଯାତ୍ରାର ସଭାପତି ତଥା ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ କମିଟିର ବିଭିନ୍ନ ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ । ପୂର୍ବବର୍ଷ ୩ ଦିନ ପାଇଁ […]

  • Friday, 16 July 2021
ips
IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର : IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରେ ଫେରିଥିବା ୧୯୮୪ ବ୍ୟାଚ ଆଇପିଏସ ଆରପି ସିଂହଙ୍କୁ ଜେଲ ଡିଜି ଓ ନିର୍ଦ୍ଦେଶକ(କରେକ୍ସନାଲ ସର୍ଭିସ) ଭାବେ ଅବସ୍ଥାପିତ କରିଯାଇଛି। ଶ୍ରୀ ସିଂହ ଆସନ୍ତାମାସ ସରକାରୀ ଚାକିରିରୁ ଅବସର ନେବେ। ସେହିପରି ୧୯୮୮ ବ୍ୟାଚ ଆଇପିଏସ୍ ଅତିରିକ୍ତ ଡିଜି(ଜେଲ୍) ବିଏନ୍ ଝାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଥିବାବେଳେ ,କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ୩ମାସ […]

  • Friday, 16 July 2021
lightening-up
ବସ୍ ଉପରେ ବଜ୍ରପାତ, ହେଲ୍‌ପର ମୃତ

ବରଗଡ଼  : ବସ୍ ଉପରେ ବଜ୍ରପାତ । ବର୍ତ୍ତିଗଲେ ଯାତ୍ରୀ, ହେଲ୍‌ପର ମୃତ । ଘଟଣା ଘଟିଛି ବରଗଡ଼ ହଳଦୀପାଲି ନିକଟରେ । ମୃତ ହେଲପରଙ୍କ ନାଁ ଶାନ୍ତନୁ ନାଏକ । ଘର ବଲାଙ୍ଗିର ଜିଲ୍ଲା ଲରମ୍ଭା ବୋଲି ଜଣାପଡ଼ିଛି । ବରଗଡ଼ରୁ ବଲାଙ୍ଗିର ଯାଉଥିବା କୁମୁଦିନୀ ନାମକ ଏକ ଘରୋଇ ବସ୍ ଉପରେ ଚଢ଼ି ହେଲ୍‌ପର ଶାନ୍ତନୁ ତାରପଲିନ୍ ବାନ୍ଧୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଫଳରେ ବସ୍ ଛାତ ଉପରେ ହିଁ […]

  • Friday, 16 July 2021
train
ମୋବାଇଲ ଫୋନ ପାଇଁ ଜୀବନକୁ ବାଜି

ବାଲେଶ୍ୱର  : ମୋବାଇଲ ପାଇଁ ଜୀବନକୁ ବାଜି। ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଷ୍ଟେସନ ନିକଟରେ। ଯୁବକ ଜଣକ ହେଲେ ରଂଜନ ବିନ୍ଧାଣୀ । ଟ୍ରେନରୁ ଡେଇଁ ପଡିବା ପରେ ଗୁରୁତର ହୋଇ ସେ ବାଲେଶ୍ୱର ମେଡିକାଲ କଲେଜ ଅାଣ୍ଡ  ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ଥିଲା ଏମିତି – ବସ୍ତା ଥାନା ଅନ୍ତର୍ଗତ ବୋଧିମୁହାଁ ଗାଁର ରଂଜନ ଫାଷ୍ଟ ପାସେଞ୍ଜରରେ ବାଲେଶ୍ୱର ଅାସୁଥିଲେ। ଟ୍ରେନର ଗେଟ୍ […]

  • Friday, 16 July 2021
ayar-up
ଅଭିଜିତ ଅାୟର ମିତ୍ର ଗିରଫ

ଭୁବନେଶ୍ୱର : ମହଙ୍ଗା ପଡିଲା ଓଡ଼ିଶା ସଂପର୍କରେ ଅରୁଚିକର ମନ୍ତବ୍ୟ ଦେବା । ଟୁଇଟରରେ କୋଣାର୍କ ସଂପର୍କରେ ନିନ୍ଦାସୂଚକ ଭିଡିଓ ଛାଡିଥିବା ଅଭିଜିତ୍ ଅାୟର ମିତ୍ରଙ୍କୁ ଗିରଫ କରିଛି ସହିଦ ନଗର ପୁଲିସ। ଶ୍ରୀମନ୍ଦିର, କୋଣାର୍କ ଓ ଓଡ଼ିଶାର କଳାସଂସ୍କୃତି ଉପରେ ଅଭିଜିତ୍ ସୋଶାଲ ମିଡିଅାରେ ନିନ୍ଦାସୂଚନା ମନ୍ତବ୍ୟ ଥିବା ଭିଡିଓ ଅପଲୋଡ୍ କରିଥିଲେ। ଏହାକୁ ନେଇ ମନୋରଂଜନ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ସହିଦନଗର ଥାନାରେ ମାମଲା ରୁଜୁ କରିଥିଲେ । ତାଙ୍କ ବିରୁଦ୍ଧରେ ୫ଟି […]

  • Friday, 16 July 2021
gitanjali-2
ବିଜେଡି ମହିଳା ସମାବେଶକୁ ନଯିବାରୁ ଅାକ୍ରମଣ ଘଟଣା

ଜଗତସିଂହପୁର : ବିଜେଡି ମହିଳା ସମାବେଶରେ ଯୋଗ ନଦେବାରୁ ଜଗତସିଂହପୁର ଜିଲ୍ଲା ଖୋଲାସପୁର ଗ୍ରାମର ଗୀତଞ୍ଜଳୀ ବାରିକଙ୍କ ପରିବାରକୁ ଅାକ୍ରମଣ ଘଟଣାରେ ପୁଲିସର ନିଷ୍କ୍ରିୟତା। ପ୍ରତିବାଦରେ ଖୋଲାସପୁର ଗ୍ରାମବାସୀଙ୍କ ସହିତ ଏସ୍‌ପିଙ୍କୁ ଭେଟି ଗୀତାଞ୍ଜଳୀ ବାରିକ ଅଭିଯୋଗ କରିଛନ୍ତି। ଗତମାସ ୩୦ ତାରିଖରେ ଜଗତସିଂହପୁରରେ ବିଜେଡିର ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା।  ଯେଉଁଥିରେ ଗୀତାଞ୍ଜଳୀ ବାରିକ ନାମକ ମହିଳା ଯୋଗ ଦେଇନଥିଲେ। ଏଥିପାଇଁ ଗ୍ରାମର ସରପଞ୍ଚଙ୍କ ସହ ଅନ୍ୟ ୭ ଜଣ ତାଙ୍କୁ ଏବଂ ତାଙ୍କ ପରିବାରକୁ […]

  • Friday, 16 July 2021
deadbody found
ବିଲରୁ ମୃତଦେହ ଉଦ୍ଧାର

ମୟୂରଭଞ୍ଜ  : ମୟୂରଭଞ୍ଜ ଉଦଳା ରଙ୍ଗାମାଟିଅା ଗ୍ରୀଡ ନିକଟ ବିଲରୁ ମୃତଦେହ ଉଦ୍ଧାର। ମୃତକ ହେଲେ ଚୁଳିଅାପୋଷି ଗାଁର ବିଶ୍ୱଜିତ ପାତ୍ର । ବିଶ୍ୱଜିତ୍‌ଙ୍କୁ କେହି ହତ୍ୟା କରି ବିଲରେ ପୋତି ଦେଇଥିବା ସନ୍ଦେହ କରାଯାଉଛି। ଗତକାଲି ସନ୍ଧ୍ୟାରୁ ବିଶ୍ୱଜିତ୍  ଘରକୁ ଫେରିନଥିଲେ। ଅାଜି ସକାଳେ କିଛି ଲୋକ ବିଲରେ ମୃତଦେହ ଥିବା ସନ୍ଦେହ କରି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସେଠାରେ ମୃତଦେହକୁ ଚିହ୍ନଟ କରିଥିଲେ ପରିବାର ଲୋକେ। ପୁଲିସ […]

  • Friday, 16 July 2021
arrest
କାର୍ ଡକାୟତି ମାମଲାରେ ୪ ଜଣ ଗିରଫ

ଜୟପୁର  : କାର୍ ଡକାୟତି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୟପୁର ପୁଲିସ। ଗିରଫ ଡକାୟତମାନେ ହେଲେ ବାରିଣିପୁଟର ଦୈତାରୀ ଖରା, ଉପେନ୍ଦ୍ର ଖୋସଲା,  ଜି.ଧର୍ମାରା ଓ ବାବୁଲି ପାଙ୍ଗୀ। ବାବୁଲି ପାଙ୍ଗୀ ଜଣେ ବିଜେଡି ନେତା ବୋଲି ଜଣାପଡ଼ିଛି। ସେ ବାରିଣିପୁଟ ପଞ୍ଚାୟତର ସମିତି ସଭ୍ୟ ଥିଲେ। ସୂଚନା ଅନୁସାରେ ଛତିଶଗଡ ଜଗଦଲପୁରର କାର୍ ଡ୍ରାଇଭର୍ ସୁଜନ ସରକାର ଯାତ୍ରୀଙ୍କୁ ରାୟଗଡାରେ ଛାଡ଼ି କରି ଫେରୁଥିବାବେଳେ ବାରିଣିପୁଟରେ ବିଶ୍ରାମ ନେଉଥିଲେ। […]

  • Friday, 16 July 2021
adoptaion of chiul;d
ଅନାଥ ୨ ଶିଶୁଙ୍କୁ ଅାପଣାଇଲା ପ୍ରଶାସନ

ଗଜପତି  : ତିତ୍‌ଲି ବାତ୍ୟାରେ ବାପାଙ୍କୁ ହରାଇ ଅନାଥ ହୋଇଥିବା ୨ ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ଅାପଣାଇ ନେଇଛି। ବାତ୍ୟାରେ ପ୍ରାଣ ହରାଇଥିବା ସୁଅାବା ଗାଁର ଶେଖର ଶବରଙ୍କ ପୁଅ ଓ ଝିଅଙ୍କ ଲାଳନପାଳନ ଦାୟିତ୍ୱ ନେଇଛି ଜିଲ୍ଲା ପ୍ରଶାସନ। ବାତ୍ୟା ପରେ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପାହାଡ଼ରୁ ପଥର ଖସିବାରୁ ଶେଖର ଶବର ଭାସିଯାଇ ପ୍ରାଣ ହରାଇଥିଲେ। ବନ୍ୟା ଛାଡ଼ିବା ପରେ ଶେଖରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିଲା ଗାରାବନ୍ଧ ପୁଲିସ। […]

  • Friday, 16 July 2021