ବଲାଙ୍ଗିର: ପ୍ରଶାସନର ବାରଣ ସତ୍ତ୍ୱେ ଆଜି ବଲାଙ୍ଗିର ଜିଲ୍ଲାରେ ଶୁଳିଆ ଯାତ୍ରାରେ ପଶୁବଳି ପଡ଼ିଛି। ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଏବଂ କୁମୁରିଆ ଗାଁର ଆଦିବାସୀମାନେ ପାରମ୍ପରିକ ରୀତିନୀତିରେ ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରିଛନ୍ତି। ଗତକାଲି ଅର୍ଦ୍ଧରାତ୍ରରେ ଗାଁର ଶୁଳିଆଗୁଡ଼ିରେ ନିଶି ପୂଜା ଶେଷ ହୋଇଥିବା ବେଳେ ଆଜି ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଢୋଲ ନିଶାନ ତାଳେ ତାଳେ ଶୁଳିଆ ଖଳାକୁ ଆସିଥିଲେ। ଏହାପରେ ସାନ ଖଳା […]
ଭୁବନେଶ୍ୱର : ପୁଲିସ-ଓକିଲ ବିବାଦରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ଓକିଲଙ୍କ କ୍ଷୋଭ କମି ନାହିଁ। ସେମାନେ ଅାନ୍ଦୋଳନ ଜାରି ରଖିଛନ୍ତି। ବିଶେଷ କରି ବିଜୁ ଲିଗାଲ୍ ଫ୍ରଣ୍ଟ ଅାନ୍ଦୋଳନରୁ ଓହରିଯିବା ପରେ ପରିସ୍ଥିତି ଅାହୁରି ସଂଗୀନ ହୋଇଛି। ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓକିଲ। ଅାଜି ମଧ୍ୟାହ୍ନ ୧୨ଟାରେ ରାଜ୍ୟର ସମସ୍ତ ଓକିଲ ସଂଘ କାର୍ଯ୍ୟାଳୟ ଅାଗରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବାକୁ ନିଷ୍ପତ୍ତି ହୋଇଛି। ଗତକାଲି ହାଇକୋର୍ଟ ବାର୍ ଅାସୋସିଏସନର ସାଧାରଣ ପରିଷଦ ବୈଠକରେ ଏହି […]
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ପୁଣି ମାତିଲେ ଲୁଟେରା। ବାଘମାରୀ ବଜାର ଛକରେ ଥିବା SBI ଏଟିଏମ୍ରୁ ଲୁଟ୍ ଉଦ୍ୟମ ହୋଇଛି । ଏଟିଏମ୍ ମେସିନକୁ ଭଙ୍ଗାରୁଜା କରିବା ସହ ଖୋଲି ଦେଇଛନ୍ତି ଲୁଟେରା। ଏଟିଏମ୍କୁ ଲାଗି ରହିଥିବା ଏକ ବଖରାରେ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡିଛି। ଏଟିଏମ୍ରୁ ଟଙ୍କା ଚୋରି ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଏଟିମ୍କୁ ସିଲ୍ କଲା ଟାଉନଥାନା ପୁଲିସ।
ଭୁବନେଶ୍ୱର: ଧାଡ଼ି ଦର୍ଶନକୁ ନେଇ ପୁରୀରେ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଘଟଣାରେ ଅାଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବନ୍ଦ ପାଳନ ବେଳେ ଗଣ୍ଡଗୋଳ ହେବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ ଜୋତା ପିନ୍ଧି ଓ ବନ୍ଧୁକ ଧରି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ ଯାଇଥିଲେ ଅାଇନଜୀବୀ ଦେବାଶିଷ ମିଶ୍ର। ଗତ ୧୦ ତାରିଖରେ ଏହାର ଜରୁରୀକାଳୀନ ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଜବାବ ମାଗିଥିଲେ। […]
ବ୍ରହ୍ମପୁର : ବ୍ରହ୍ମପୁରରେ ଅଭାବନୀୟ ଘଟଣା। ରାସ୍ତା କଡ଼ରେ ପଡିଛି ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସଦର ଥାନା ଖାରବେଳ ନଗର ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତକଙ୍କ ନାଁରେ ଥାନାରେ ପୂର୍ବରୁ ଅନେକ ମାମଲା ରହିଛି। ଏହା ପୂର୍ବରୁ ମୃତ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ମଧ୍ୟ ଜଣାପଡିଛି।
ରାଉରକେଲା: ରାଉରକେଲାରୁ ବି ଉଡ଼ିବ ବିମାନ। ଇସ୍ପାତ ନଗରୀରେ ପ୍ରତିଷ୍ଠା ହେବ ରାଜ୍ୟର ତୃତୀୟ ବିମାନ ବନ୍ଦର। ଏଥିପାଇଁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ରାଉରକେଲାରେ ବିମାନ ବନ୍ଦର ନିର୍ମାଣ ଲାଗି ଡିଜିସିଏ ଲାଇସେନ୍ସ ଦେଇଛନ୍ତି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଛି। The Directorate General of Civil Aviation (DGCA) has issued license for third […]
ଭୁବନେଶ୍ୱର : ଖରିଫ ଧାନ ଫସଲ ସଂଗ୍ରହ ବୈଠକରେ ଯୋଗଦେବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଅାଜି ସମ୍ବଲପୁର ଯିବେ। ଉତ୍ତରାଞ୍ଚଳ ଅାରଡିସିଙ୍କ କନ୍ଫରେନସ ହଲରେ ହେବାକୁ ଥିବା ଏହି ବୈଠକରେ ଜିଲ୍ଲାପାଳ ମାନେ ଯୋଗଦେବେ। ମନ୍ତ୍ରୀ ସୂଯ୍ୟ ନାରାୟଣଙ୍କ ଏହି ଗସ୍ତକୁ ବିରୋଧ କରିବ ଜିଲ୍ଲା ଓକିଲ ସଂଘ। ମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ପାଇଁ ସଂଘ ପକ୍ଷରୁ କୋର କମିଟିରେ ନିଷ୍ପତ୍ତି ନିଅାଯାଇଛି। ଏଥିସହ ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ […]
ବଲାଙ୍ଗିର : ଛତିଶଗଡ଼ ଦାନ୍ତେଓ୍ୱାଡ଼ାରେ ନକ୍ସଲଙ୍କ ଅାକ୍ରମଣରେ ନିହତ ହୋଇଥିବା ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର ଅାଜି ତାଙ୍କ ଗାଁକୁ ଅାସିପାରେ। ତାଙ୍କର ଗାଁ ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡାରେ ଶୋକାକୁଳ ପରିବେଶ। ଅଚ୍ୟୁତାନନ୍ଦଙ୍କୁ ଝୁରୁଛି ଜନ୍ମମାଟି। ଗତକାଲି ଛତିଶଗଡ଼ ଦନ୍ତେଓ୍ୱାଡ଼ା ଅରନ୍ପୁରରେ ନକ୍ସଲ ଅାକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଡିଡି ନ୍ୟୁଜ୍ର କ୍ୟାମେରାମ୍ୟାନ ଭାବେ ଅଚ୍ୟୁତ କାମ କରୁଥିଲେ। ବିଧାନସଭା ନିର୍ବାଚନ ଖବର ସଂଗ୍ରହ ବେଳେ ମାଓବାଦୀଙ୍କ ଅାକ୍ରମଣର ଶିକାର ଥିଲେ ଅଚ୍ୟୁତ। ତାଙ୍କ ସହିତ ୨ ଜଣ […]
ପୁରୀ : ଅାଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଲୌହମାନବଙ୍କ ପ୍ରତିକୃତି ନିର୍ମାଣ କରିବା ସହ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା କାରିଗର ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିରେ ପ୍ରାୟ ଚାରି ଟନ୍ ବାଲି ବ୍ୟବହୃତ ହୋଇଛି।
ଭୁବନେଶ୍ୱର : ବରଗଡ଼ ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଅଭିଯୋଗ ଘଟଣାରେ ରାଜ୍ୟ ବନ ବିଭାଗକୁ ନ୍ୟାସନାଲ୍ ଟାଇଗର କନ୍ଜରର୍ଭେସନ ଅଥରିଟି ବା ଏନ୍ଟିସିଏର ରିପୋର୍ଟ ତଲବ। କିଭଳି ଓ କେଉଁ ପରିସ୍ଥିତିରେ ଘଟଣା ଘଟିଛି, ବନ ବିଭାଗ କି ପଦକ୍ଷେପ ନେଇଛି ସେ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଛି ଏନଟିସିଏ । ଏହାସହ ବାଘ ପାଇଁ ସମସ୍ତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସଓପି ପାଳନ କରିବାକୁ ରାଜ୍ୟ ବନ ବିଭାଗକୁ […]
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂତନ ଭାବେ ଉଦ୍ଘାଟିତ ହୋଇଥିବା ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ଉଡ଼ାଣ ହେଉନଥିବାରୁ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ। ତୁରନ୍ତ ହସ୍ତକ୍ଷେପ କରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଉଡ଼ାଣ ପାଇଁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଗତ ଅକ୍ଟୋବର ୬ରୁ ଏୟାର ଓଡ଼ିଶା ବିମାନ ଉଡ଼ାଣ ବନ୍ଦ ରଖିଛି। କୌଣସି ସଠିକ୍ କାରଣ ନଦର୍ଶାଇ ଉଡ଼ାଣ ବନ୍ଦ ରଖିଥିବା […]
ନୂଆଦିଲ୍ଲୀ: ଚାଷୀଙ୍କ ହକ୍ ପାଇଁ ଆଜି ଦିଲ୍ଲୀ ଦରବାରରେ ବିଜେଡି ନେତାଙ୍କ ଗର୍ଜନ ଶୁଭିବ। ଏଥିପାଇଁ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମ ପ୍ରସ୍ତୁତ ହୋଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କ୍ୟାବିନେଟ୍ ମନ୍ତ୍ରୀ, ବିଧାୟକ ଧାରଣାରେ ବସିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର ସରକାର ୨୯୩୦ ଟଙ୍କା କରିବା ଏବଂ ସ୍ୱାମୀନାଥନ୍ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ବିଜେଡି ପ୍ରମୁଖ ଦାବି ରଖିଛି। ଆଜି ଦିନ ତମାମ ଧାରଣା ଓ ପ୍ରତିବାଦ ସଭା ପରେ ମୁଖ୍ୟମନ୍ତ୍ରୀ […]
ବାଲେଶ୍ୱର : ପ୍ରଥମ ଥର ପାଇଁ ରାତିରେ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୪ ନମ୍ବର ଲଞ୍ଚ୍ ପ୍ୟାଡରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଅଗ୍ନି-୧ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ପରମାଣୁ କ୍ଷମତା ସମ୍ପନ୍ନ ଅଗ୍ନି-୧କୁ ଭାରତୀୟ ସେନାର ଷ୍ଟ୍ରାଟେଜିକ୍ କମାଣ୍ଡ୍ ଫୋର୍ସର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଯବାନମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। କ୍ଷେପଣାସ୍ତ୍ରକୁ ଉତ୍କ୍ଷେପଣ ପରେ ଟେଲି ମେଟ୍ରିକ୍ ରାଡାର ବ୍ୟବସ୍ଥାରେ ଏହାର ଟାର୍ଗେଟକୁ ଟ୍ରାକ୍ […]
ଭୁବନେଶ୍ୱର: କେନ୍ଦ୍ର ସରକାର ଶ୍ରମିକ ମାରଣ ନୀତି ଆପଣାଉଥିବା ଅଭିଯୋଗ କରି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଆଜି ଓ ଆସନ୍ତାକାଲି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ୧୦ଟି ଶ୍ରମିକ ସଂଗଠନର ୨୦ କୋଟି କର୍ମଚାରୀ ସାମିଲ ହୋଇଛନ୍ତି। ବନ୍ଦକୁ ଟେଲିକମ୍, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଷ୍ଟିଲ୍, ବିଦ୍ୟୁତ୍, ବ୍ୟାଙ୍କ, ବୀମା ଓ ପରିବହନ ସେକ୍ଟରର କର୍ମଚାରୀମାନେ ସମର୍ଥନ କରୁଥିବା ଟ୍ରେଡ୍ ୟୁନିଅନ୍ ପକ୍ଷରୁ କୁହାଯାଇଛି। ଭାରତ […]
କଟକ : ପୁଲିସ-ଓକିଲ ବିବାଦରେ ଶେଷରେ ହସ୍ତକ୍ଷେପ କଲେ ହାଇକୋର୍ଟ । ଅାସନ୍ତା ୯ ତାରିଖ ସୁଦ୍ଧା ତଦନ୍ତ ଶେଷ କରିବାକୁ ହାଇକୋର୍ଟ ତଦନ୍ତକାରୀ ଅଧିକାରୀ ତଥା ଅାଇଜି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ହାଇକୋର୍ଟ ବିଚାରପତି ସି.ଅାର.ଦାଶଙ୍କୁ ପ୍ରତିଦିନ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅାସନ୍ତା ୯ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି। ଏହାସତ୍ତ୍ୱେ ବି ହାଇକୋର୍ଟ ବାର୍ ଅାସୋସିଏସନ୍ ନଛୋଡ଼ବନ୍ଧା। ହାଇକୋର୍ଟ ବାର୍ ଅାସୋସିଏସନର ସାଧାରଣ ପରିଷଦ […]
ଛତିଶଗଡ଼ : ସହିଦ୍ ହୋଇଥିବା ଅନ୍ୟ ୨ ଯବାନଙ୍କ ସହ ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କୁ ବି ଦିଅାଗଲା ଗାର୍ଡ ଅଫ୍ ଅନର। ଛତିଶଗଡ଼ ଦାନ୍ତେଓ୍ୱାଡାରେ ନକ୍ସଲ ଅାକ୍ରମଣରେ ପ୍ରାଣ ହରାଇଥିବା ଅଚ୍ୟୁତାନନ୍ଦଙ୍କ ମରଶରୀରକୁ ଅାଜି ଜିଲ୍ଲା ମୁଖ୍ୟାଳୟକୁ ଅଣାଯିବା ପରେ ସେଠାରେ ଗାର୍ଡ ଅଫ୍ ଅନର ଦିଅାଯାଇଥିଲା। ଅନ୍ୟ ଦୁଇ ସହିଦଙ୍କ ଭଳି ଅଚ୍ୟୁତାନନ୍ଦଙ୍କ କଫିନ ଉପରେ ଜାତୀୟ ପତାକା ଘୋଡ଼ାଇ ରଖାଯାଇଥିଲା। ଦାନ୍ତେଓ୍ୱାଡା ଏସ୍ପିଙ୍କ ସମେତ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଶେଷ ସମ୍ମାନ […]
କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀ ଲିପନ ସାହୁଙ୍କୁ ପୁଲିସ୍ ଗିରଫ କରିଛି। କଟକ ଚାଉଳିଆଗଞ୍ଜ ଥାନା ପୁଲିସ୍ ନିକିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ନିକିତାଙ୍କ ବାପା ମାଆଙ୍କୁ ଦୀର୍ଘ ସମୟ ଧରି ପୁଲିସ୍ ପଚରାଉଚରା କରିଥିଲା। ଏହାପରେ ଅଟକ ଥିବା ଲିପନଙ୍କୁ ଗିରଫ କରାଯାଇଛି। ଗତ ଶୁକ୍ରବାର ଛାତରୁ ପଡ଼ିଯିବା ପରେ ଗୁରୁତର ଅବସ୍ଥାରେ ନିକିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଶନିବାର ନିକିତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀ ଲିପନ […]
ବଲାଙ୍ଗିର : ବଲାଙ୍ଗିରବାସୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ରେଳ ସେବା ଅାରମ୍ଭ ହେବାକୁ ଥିବା ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ଅାଜି ରେଲ୍ୱେ ପକ୍ଷରୁ ଅବଶିଷ୍ଟ ଟ୍ରାକ୍ରେ ଟ୍ରାଏଲ ରନ୍ ହୋଇଛି। ବଲାଙ୍ଗିରରୁ ୧୯ କିଲୋମିଟର ଦୂର ଭଇଁଷାପାଲି ଷ୍ଟେସନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଟ୍ରାଏଲ ରନ୍ କରିଛି। ୧୯ କିଲୋମିଟର ଏହି ରେଳପଥର ସୁରକ୍ଷା ଓ ଅନ୍ୟ ଦିଗର ତଦାରଖ କରିଛନ୍ତି ସାଉଥ ସର୍କଲ କମିଶନର୍ ଅଫ୍ ରେଲେଓ୍ୱ ସେଫ୍ଟି ବା ସିଆର୍ଏସ୍। ତାଙ୍କ ସହିତ ସମ୍ବଲପୁର […]
ଭୁବନେଶ୍ୱର : ରାଜଧାନୀରେ ଜୋରସୋର୍ରେ ଚାଲିଛି ଚୋରା ବନ୍ଧୁକ କାରବାର । ବିକ୍ରି ପାଇଁ ଅଣାଯାଉଥିବା ବେଳେ ୫ଟି ବନ୍ଧୁକ ସହିତ ୧୦ରାଉଣ୍ଡ ଗୁଳି ଜବତ କରିଛି ପୁଲିସ। ଏଥିରେ ରହିଛି ରିଭଲଭର, ୯ MM ପିସ୍ତଲ ଓ ପଏଣ୍ଟ ୭୬୫ MM ପିସ୍ତଲ । ଏହି ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ଥିବା ୪ ଡିଲରଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନେ ଅଟୋ ଡ୍ରାଇଭର, ଝାଲ୍ ମୁଢ଼ି ବେପାରି, ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ। ସଦର ଥାନା ତାଳବରକୋଟ ଗାଁର ଚାଷୀ କୈଳାସ ନାୟକ ଫସଲ ନଷ୍ଟ ଯୋଗୁଁ ବିଷ ପିଇ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୫୫ ବର୍ଷୀୟ କୈଳାସ ୩ ଏକର ଜମିରେ ଧାନ, ମୁଗ, ବିରି ଭାଗ ଚାଷ କରିଥିଲେ। ଏଥିପାଇଁ ହାତ ଉଧାରୀ ମଧ୍ୟ କରିଥିବା ଜଣାପଡିଛି। ତେବେ ତିତ୍ଲି ପରବର୍ତ୍ତୀ ବନ୍ୟାରେ ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଯାଇଥିଲା । ଏହାକୁ ନେଇ […]
ଭୁବନେଶ୍ୱର : ବଢିଲା ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଉଚ୍ଚ କୁଶଳୀଙ୍କ ମଜୁରୀ ବୃଦ୍ଧି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୦୦ରୁ ୨୮୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଅର୍ଦ୍ଧକୁଶଳୀଙ୍କ ମଜୁରୀ ୨୨୦ରୁ ୩୨୦ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ଅର୍ଦ୍ଧକୁଶଳୀଙ୍କ ମଜୁରୀ ୨୨୦ରୁ ୩୨୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ବି ପିପିଲି ପୀଡ଼ିତା ଇସ୍ୟୁ ଥମୁନାହିଁ। ଆଜି କଂଗ୍ରେସ ଦଳ ଏ ପ୍ରସଙ୍ଗ ନେଇ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛି। କଂଗ୍ରେସ କହିଛି ମହାରଥୀଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଚାଲ୍। ମହାରଥୀଙ୍କୁ ଇସ୍ତଫା ପାଇଁ କହି ବିଜେଡି ଏଥିରୁ ମୁକୁଳି ପାରିବ ନାହିଁ। ଏ ମାମଲାରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ସେହିଭଳି ଜଷ୍ଟିସ ପି.କେ. ମହାନ୍ତିଙ୍କ ରିପୋର୍ଟକୁ ବି ସାର୍ବଜନୀନ କରିବାକୁ ଦଳ ଦାବି କରିଛି। […]
କଟକ : ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନୂଆ ମୋଡ। ଆଜି ନିକିତାଙ୍କ ବାପା ଘରକୁ ଯାଇ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। ପୁଲିସ୍ ସହ ସାଇଣ୍ଟିଫିକ୍ ଟିମ୍ ନିକିତାଙ୍କ ଘରକୁ ଯାଇ ପୁରା ଘଟଣାର ଅନୁଧ୍ୟାନ କରିଛନ୍ତି। ଛାତ ଉପର ବୁଲି ଦେଖିବା ସହ ସେ କେଉଁଠି ଏବଂ କିଭଳି ପଡ଼ିଲେ ସେନେଇ ଟିମ୍ ଅନୁଧ୍ୟାନ କରିଛନ୍ତି। ଏହାସହ ଘଟଣାକୁ ନେଇ ନିକିତାଙ୍କ ଶାଶୁ ଶ୍ୱଶୁରଙ୍କୁ ପଚରାଉଚୁରା କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ଗତକାଲି […]
ଭଦ୍ରକ : ମଦକୁ ନେଇ ତେଜିଲେ ମହିଳା। ବେଅାଇନ ମଦ ବିକ୍ରିକୁ ନେଇ ଅାନ୍ଦୋଳନକୁ ଓହ୍ଲାଇଲେ ମହିଳାମାନେ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବ୍ରାହ୍ମଣ ଗାଁ ବଜାରରେ ଦୀର୍ଘଦିନ ଧରି ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଯାହାକ ନେଇ ଗାଁର ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବିରୋଧ ହୋଇ ଅାସୁଥିଲା। ଏହାର ପ୍ରତିବାଦ କରି ଶତାଧିକ ମହିଳା ବେଅାଇନ ମଦ ବିକ୍ରି କରୁଥିବା ବେପାରୀକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଘଟଣାସ୍ଥଳରୁ […]
ଭୁବନେଶ୍ୱର: ଦେଶର ଅର୍ଥନୀତି ସମୃଦ୍ଧ କରିବାରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜାତୀୟ ଅର୍ଥନୀତିର ବିକାଶ ଲାଗି ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିବାକୁ ପଡ଼ିବ ବୋଲି ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ କହିଛନ୍ତି। ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନନ୍ଦକିଶୋର ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଗସ୍ତ ଅବସରରେ ନନ୍ଦକିଶୋର ଓଡ଼ିଶାର ଆର୍ଥିକ ଓ ସାମଗ୍ରିକ ବିକାଶ ପ୍ରସଙ୍ଗ ନେଇ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବେ। ପଞ୍ଚଦଶ ଅର୍ଥ କମିଶନ […]