ଭୁବନେଶ୍ୱର : ଭୁବନେଶ୍ୱରରେ ଉଦଘାଟିତ ହୋଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮। ରାଜ୍ୟ ସରକାରଙ୍କ ଏହି ଫ୍ଲାଗସିପ୍ ଦ୍ୱିବାର୍ଷିକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଓଡ଼ିଶାକୁ ଅଧିକ ପୁଞ୍ଜି ଅାଣିବା ତଥା ଦେଶ ବିଦେଶର ଶିଳ୍ପପତିମାନଙ୍କୁ ଅାକୃଷ୍ଟ କରିବା ଉଦ୍ଦେଶ୍ୟରେ ଅାଜିଠୁ ଅାସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ନିବେଶକ ସମ୍ମିଳନୀ। ସୋମବାର କନକ୍ଲେଭ୍ର ଦ୍ୱିତୀୟ ଦିନରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବିଜନେସ୍ ଲିଡରସିପ୍ ସମିଟ୍। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ […]
ଢେଙ୍କାନାଳ : ଶିଳ୍ପ ପ୍ରତିଷ୍ଠାକୁ ବିରୋଧ। ମରିବେ ପଛେ ଗାଁରେ କୌଣସି ଫ୍ୟାକ୍ଟ୍ରି କରାଇ ଦେବେ ନାହିଁ। ଏହି ବଜ୍ର ଶପଥ ନେଇଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ବଳରାମପୁର ଗାଁର ଲୋକେ। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂରେ ଏଠାରେ ମଦ ଫ୍ୟାକ୍ଟ୍ରିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗତ ଅାଠ ତାରିଖରେ ସେଠାକୁ ଯାଇ ପ୍ରଶାସନ କାମ ଅାରମ୍ଭ କରିବାର ଥିଲା। କିନ୍ତୁ ଲୋକଙ୍କ ବିରୋଧ ଯୋଗୁଁ ଏହା […]
ଭୁବନେଶ୍ୱର : ବିଜୁ ସମତାକ୍ରାନ୍ତି ଦଳ ଗଠନ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ଅାଞ୍ଚଳିକ ଦଳ ଗଠନ ନେଇ ଅନେକ ନାଁ ପ୍ରସ୍ତାବ ରହିଛି। ତେବେ ବିଜୁ ସମତାକ୍ରାନ୍ତି ଦଳ ଗଠନ ପ୍ରସ୍ତାବ ନେଇ ଅାଲୋଚନା ହୋଇଛି । ପୂର୍ବତନ ମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କ ସହ ଏନେଇ ଅାଲୋଚନା ହୋଇଛି । ବିଜୁଙ୍କ ନାଁ ଯୋଡ଼ିଲେ ସମାନ ପ୍ରତୀକ ମିଳିବ ନା ନାହିଁ ସେ ନେଇ ଅାଲୋଚନା ହୋଇଛି। ଏହାସହ ବୈଷୟିକ ଦିଗ […]
ଗଞ୍ଜାମ: କବିସୂର୍ଯ୍ୟନଗର ନାରାୟଣପୁର ଶାସନରେ ୪ମାସ ଶିଶୁର ସନ୍ଦେହଜନକ ମୃତ୍ୟୁ ହୋଇଛି। ପାରିବାରିକ କଳହରୁ ଶିଶୁପୁତ୍ରକୁ ନିଜେ ମାଆ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆଉ ଖୋଦ୍ ମହିଳାଙ୍କ ସ୍ୱାମୀ ତଥା ଶିଶୁର ବାପା ଏହିଭଳି ଅଭିଯୋଗ ଆଣିଛନ୍ତି। ଆଜି ଭୋର୍ ୪ଟା ସମୟରେ ପିଲାଟିର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ଅଭିଯୋଗକୁ ମହିଳା ଜଣକ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିବାବେଳେ ପିଲାଟି ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ପୁଲିସ୍ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ […]
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ବସ୍ ଓଲଟି ୩ଜଣଙ୍କ ମୃତ୍ୟୁ ହୋଇଛି। ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୧୦ଜଣ ଗୁରୁତର ଅାହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି ନବରଙ୍ଗପୁରର ଜଣେ ଅବସରପ୍ରାପ୍ତ ଶିକ୍ଷକ ଲଲିତ ମୋହନ ପଟ୍ଟନାୟକ, ସରକାରୀ ଶିକ୍ଷୟିତ୍ରୀ ରୀନା ନାୟକ ଓ ଶିକ୍ଷକ ନିରଞ୍ଜନ ନାୟକ। ଉମରକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପିଲାମାନେ ସ୍କୁଲ ବସ୍ରେ ଯାଉଥିବା ବେଳେ ଏହା ଚନ୍ଦାହାଣ୍ଡି ଘାଟିରେ ଓଲଟି ପଡ଼ିଥିଲା। ଶିକ୍ଷାକେନ୍ଦ୍ରର ପିଲାମାନେ […]
ଯାଜପୁର : ଯାଜପୁର କୁଅାଖିଅାରେ ଅଘଟଣ। କୁଅାଖିଅା କୁରକୁରା ଗାଁରେ ପୋଖରୀରେ ବୁଡ଼ି ଦୁଇ ଜଣ ବାଳିକାଙ୍କ ମୃତ୍ୟୁ ହୋଇଛି। ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ପୋଖରୀରୁ ଉଦ୍ଧାର କରାଯିବା ପରେ ଯାଜପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ କୁରକୁରା ଗାଁର ୫ ବର୍ଷର ଝିଅ ରୋସନୀ ଏବଂ ୬ ବର୍ଷର ସଙ୍ଗୀତ ବୋଲି ଜଣାପଡ଼ିଛି। […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ୨୦୧୪ରେ ଲଗାତର ଦ୍ୱିତୀୟ ଥର ପାଇଁ ବିଜେଡି ୬୭ଟି ଆସନରୁ ୪୯ଟି ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏଥିସହ ଅନନ୍ତ ନାରାୟଣ ଜେନା ମେୟର ଭାବେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ନେଇଥିଲେ। ୧୨ଜଣ କର୍ପୋରେଟର ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ। ସୁପ୍ରିମକୋର୍ଟରେ ପୌର ନିର୍ବାଚନ ସମ୍ପର୍କିତ ମାମଲାର ଶୁଣାଣି ଚାଲିଥିବାରୁ ଏବେ ବିଏମ୍ସିର ନିର୍ବାଚନ ହେବାର ସମ୍ଭାବନା ନାହିଁ। ଏଥିପାଇଁ […]
ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ରର ଫଟୋ ଚିତ୍ର ସୋଶାଲ ମିଡିଆରେ ଘୁରି ବୁଲୁଛି। ତେବେ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସଠିକତା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଜି ଦୁଇଟି ସିଟିଂରେ OTET ପରୀକ୍ଷା ହେଉଛି। ସକାଳ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା ହେଉଥିବା ବେଳେ ଅପରାହ୍ନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ।
ଭୁବନେଶ୍ୱର : ପରିଚିତ ପାହାଡ଼ ଉପରୁ ଅପରିଚିତ ବନ୍ୟାକୁ ସାମ୍ନା କରି ସତେ ଯେମିତି ସର୍ବହରା ହୋଇଯାଇଛି ଗଜପତିର ଗାଁ ବାରଘର ଓ ତିତ୍ଲି। ବାତ୍ୟା ଓ ବନ୍ୟାର ମାସକ ପରେ ବି ଏଠି ତାଜା ପ୍ରଳୟର ଚିତ୍ର ଓ ବିପନ୍ନଙ୍କ ଦୁର୍ଦ୍ଦଶା। ଅାଖି ଅାଗରେ ୧୬ ଜଣ ପରିଜନ ଓ ପଡ଼ିଶାଙ୍କୁ ହରାଇ ସତେ ଯେମିତି ପ୍ରକୃତି ଉପରେ ରୋଷ କରିଛନ୍ତି ପ୍ରକୃତିର ଏ ନିରୀହ ସନ୍ତାନମାନେ। ବିପନ୍ନଙ୍କ ଦୁର୍ଦ୍ଦଶାର ଚିତ୍ର ବଦଳାଉଥିବା କହି ଡିଣ୍ଡିମ […]
ଅନୁଗୁଳ : ଧାନ ମଣ୍ଡିରେ ଓଜନରେ ଠକେଇ ହେଉଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡ଼ା ସମବାୟ ଅଫିସ୍ରେ ଓଜନରେ ଠକେଇ ହେବାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ସୂଚନା ମୁତାବକ, ପାତ୍ରପଡ଼ା ଧାନ ମଣ୍ଡିରେ ଚାଷୀଙ୍କଠାରୁ ଧାନ ଓଜନ ପାଇଁ ୨ଟି ମାପ ଓଜନ କଣ୍ଟା ବ୍ୟବହାର କରାଯାଉଥିବା ବେଳେ ସେଥିରୁ ଗୋଟିଏ କଣ୍ଟାରେ କୁଇଣ୍ଟାଲ ପିଛା ୩ରୁ ୪ କେଜି କମୁଥିବା ଜାଣିବା ପରେ ଚାଷୀମାନେ ମିଲର୍ଙ୍କୁ ଧାନ […]
ଭୁବନେଶ୍ୱର : ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ପାଇଁ ଭୁବନେଶ୍ୱର ଜନତା ମୈଦାନରେ ବ୍ୟାପକ ବନ୍ଦୋବସ୍ତ। ଅାସନ୍ତାକାଲି ଠାରୁ ଅାରମ୍ଭ ହେଉଥିବା ରାଜ୍ୟ ସରକାରଙ୍କ ଏହି ମେଗା ଇନଭେଷ୍ଟର୍ସ ମିଟ୍ ପାଇଁ ଜୋରଦାର ପ୍ରସ୍ତୁତି। ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ଏଥିରେ ଅଂଶ ଗ୍ରହଣ କରୁଥିବା ବେଳେ ଏହାକୁ ସରକାର ସର୍ବକାଳୀନ ବଡ଼ ବିଜ୍ନେସ୍ ଇଭେଣ୍ଟ ବୋଲି କହୁଛନ୍ତି। ଫୋକସ୍ରେ ରହିଛି ଖାଦ୍ୟ ପ୍ରକ୍ରିୟାକରଣ, ସିଫୁଡ୍, କେମିକାଲ ଓ ପେଟ୍ରୋକେମିକାଲସ୍, ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ୍ ଶିଳ୍ପ,ବୟନ ଓ […]
ଭୁବନେଶ୍ୱର : ନିଜ ନୂଅା ଦଳର ନାଁ ନେଇ ସୂଚନା ଦେଲେ ଡାକ୍ତର ଦାମ ରାଉତ। ନୂଅା ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’ ରହିବ ବୋଲି ଅାଜି ପାରାଦୀପରେ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦାମ। କହିଛନ୍ତି ତାଙ୍କ ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’ ରଖାଯିବାକୁ ଏକ ପ୍ରକାର ସ୍ଥିର ହୋଇଛି। ତେବେ ପରବର୍ତ୍ତୀ ସମୟରେ ସମସ୍ତେ ବସିବା ପରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଅାଯିବ। ବିଜେଡିରୁ ବହିଷ୍କାର ପରେ ବରିଷ୍ଠ […]
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁନେତ୍ର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ସବୁ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ମାଗଣା ଚକ୍ଷୁ ଚିକିତ୍ସା ସେବା ମିଳିବ। ମାଗଣାରେ ସବୁ ବର୍ଗ ଓ ବୟସର ଲୋକଙ୍କୁ ଚଷମା ମଧ୍ୟ ଯୋଗାଇ ଦିଆଯିବ। ତା’ ସହିତ ମୋତିଆ ବିନ୍ଦୁ ଅପରେସନ୍ ମଧ୍ୟ ମାଗଣାରେ ହେବ। ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଏହି ସୂଚନା ଦେଇଛନ୍ତି। ଯୋଜନାରେ […]
ଭୁବନେଶ୍ୱର : ପାଖେଇ ଅାସିଲାଣି ହକି ବିଶ୍ୱକପ୍। ହାତରେ ଅାଉ ମାତ୍ର ଅଳ୍ପ ଦିନ ଥିବାରୁ ରାଜଧାନୀ ଭୁବନେଶ୍ୱରକୁ ନୂଅା ରୂପ ଦେବାକୁ ଚାଲିଛି ଯୋରଦାର ପ୍ରୟାସ। ସ୍ମାର୍ଟ ସିଟିର କାନ୍ଥରେ ଓଡିଶାର କଳା ଓ ସଂସ୍କୃତିର କଥା। ମାଣବସା ଗୁରୁବାରର ଝୋଟିଚିତା ହେଉ କି ପୁରୀର ନାଗା ମେଢ ପରମ୍ପରା ହେଉ ଅବା ଅାଦିବାସୀଙ୍କ ଚିତ୍ରକଳା ହକି ବିଶ୍ୱପ୍କୁ ଅାଉ ମାତ୍ର ଅଳ୍ପଦିନ ଥିବାରୁ ରାଜଧାନୀ ରାସ୍ତାକଡର କାନ୍ଥକୁ ସଜାଇବାରେ ଲାଗିଛି ବିଏମ୍ସି । କେବଳ […]
ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ‘ଖୁସ୍ବୁ’ ନାମକ ଏହି ଯାତ୍ରୀବାହୀ ବସ୍ଟି ରାଉରକେଲାରୁ ଜରେଇକେଲା ଅଭିମୁଖେ ଯିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଅନ୍ୟପଟେ ଏହି ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ରାଇରକେଲା-ଜରେଇକେଲା ମଧ୍ୟରେ ଭାରିଯାନ ଚଳାଚଳ ବନ୍ଦ ଦାବିରେ ରାଉରକେଲା-ବିସ୍ରା ରାସ୍ତାକୁ ଲୋକେ ଅବରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।
ଭୁବନେଶ୍ୱର : ମଧ୍ୟ ଆଣ୍ଡାମାନ୍ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ମିଡ ଟ୍ରପୋସ୍ପେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ଧୀରେ ଧୀରେ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ମାତ୍ର ବିଭିନ୍ନ […]
ଭୁବନେଶ୍ୱର: ଭୁବନେଶ୍ୱରରୁ ୨୦ ବସ୍ତା ବେଆଇନ ମୁଦ୍ରା ଜବତ ହୋଇଛି। ଆୟକର ବିଭାଗର ଜିଏସ୍ଟି ଡିପାର୍ଟମେଣ୍ଟ ଚଢ଼ାଉ କରି ଏହି ମୁଦ୍ରା ଜବତ କରିଛି। ବରମୁଣ୍ଡା ବସ୍ଷ୍ଟାଣ୍ଡ ଓ ବାଣୀ ବିହାର ଅଞ୍ଚଳରୁ ଏହି ମୁଦ୍ରା ଜବତ କରାଯାଇଛି। ଏହି ବେଆଇନ୍ ମୁଦ୍ରା ଭର୍ତ୍ତି ବସ୍ତାଗୁଡ଼ିକୁ ଦୁଇଟି ବସ୍ରେ କୋଲାକାତାରୁ ଭୁବନେଶ୍ୱରକୁ ଚାଲାଣ କରାଯାଉଥିଲା। ତେବେ ଏତେ ପରିମାଣର ମୁଦ୍ରା କାହାର, କାହା ପାଖକୁ ଏବଂ କେଉଁ ଉଦ୍ଦେଶ୍ୟରେ ଏସବୁ ମୁଦ୍ରା ଯାଉଥିଲା, ସେନେଇ ବର୍ତ୍ତମାନ ସୁଦ୍ଧା […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭକୁ ବିଜେପିର ସମାଲୋଚନା। ମେକ୍ ଇନ୍ ଓଡ଼ିଶାକୁ ରାଜ୍ୟ କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ ଭଳି କରୁଛି। ୨୦୧୬ମସିହାରେ କନ୍କ୍ଲେଭ ଅାୟୋଜନ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ସେତେବେଳେ MOU କରିଥିବା ସଂସ୍ଥା ମଧ୍ୟରୁ ମାତ୍ର ୮% କାର୍ଯ୍ୟ କରୁଛନ୍ତି ବୋଲି ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର। ମାତ୍ର ୯ଟି ପ୍ରକଳ୍ପ କାମ ଅାରମ୍ଭ କରିଥିବାବେଳେ […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଂଜନଗର କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ହତ୍ୟା ମାମଲାରେ ଜଣେ ଓକିଲ ଗିରଫ। ଓକିଲ ଗୋଲକ ବେହେରାଙ୍କୁ ଗିରଫ କରିଛି ଜଗନ୍ନାଥପ୍ରସାଦ ପୁଲିସ। ସେ ନୟାଗଡ଼ରେ ଓକିଲାତି କରନ୍ତି। ଗତ ୫ ତାରିଖରେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ୨ ଦୁର୍ବୁତ୍ତ ତାଙ୍କ ମାଲ ଦେବାକୁ ଡାକି ନେଇ ହାତୁଡିରେ ପିଟି ମାରିଥିଲେ। ହତ୍ୟା ପରେ ୩୫ ହଜାର ଟଙ୍କା ଲୁଟି ସେମାନେ ଖସି ପଳାଇଥିଲେ। ତେବେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଖସି ପଳାଇବାରେ […]
ଭୁବନେଶ୍ୱର : ଦୀପାବଳି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ସୂଚନା ଅାସୁଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବାଣ ଫୁଟି ୩ ଜଣ ଅାହତ ହୋଇଛନ୍ତି । ଅାହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ମଧ୍ୟ ଅଘଟଣ ଘଟିଛି । ବାଣଫୁଟି କଲୋନୀରେ ଥିବା ୨ଟି ବେଅାଇନ ଡିଜେଲ ଏବଂ ପେଟ୍ରୋଲ ଦୋକାନ ଭସ୍ମ ହୋଇଯାଇଥିବା ସୂଚନା ମିଳିଛି। ପାରାଦୀପ ଭଞ୍ଜ କଲୋନୀରେ ଅଗ୍ନିକାଣ୍ଡ ଘଟିଛି […]
ଭୁବନେଶ୍ୱର: କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣର ଆଜି ଶେଷ ତାରିଖ ଥିବାବେଳେ ଆସନ୍ତା ୨୫ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ ହେବ। ଏହା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଆବେଦନ କରିନଥିବା ଚାଷୀ ଆବେଦନ କରିପାରିବେ। କାଳିଆ ଯୋଜନା ଦ୍ୱାରା ଛୋଟ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ସମସ୍ତେ ଉପକୃତ ହୋଇପାରିବେ। ଆଜି ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା […]
ଭୁବନେଶ୍ୱର : ତିନି ଦିନ ପରେ ଭୁବନେଶ୍ୱର ଜନତା ମଇଦାନରେ ହେବ ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ। ୫ ଦିନ ଧରି ହେବାକୁ ଥିବା ଏହି କନ୍କ୍ଲେଭ ପାଇଁ ଚାଲିଛି ବିରାଟ ଅାୟୋଜନ। ପ୍ରଥମ ସଂସ୍କରଣ ତୁଳନାରେ ଅଧିକ ପୁଞ୍ଜିନିବେଶ ଟାଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ୬ ଟି କ୍ଷେତ୍ରକୁ ଦିଅାଯାଇଛି ଅଧିକ ଗୁରୁତ୍ୱ। ତେବେ ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଅାସିବାକୁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ସରକରା ନୂଅା ନୀତି […]
ଭୁବନେଶ୍ୱର : ଅଭିଜିତ ଅାୟର ମିତ୍ର ପ୍ରସଙ୍ଗକୁ ନେଇ ନିଜ ବିରୋଧରେ ଷଡଯନ୍ତ୍ରର ବାସ୍ନା ବାରିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଏ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ଏକ ଟୁଇଟର ଜବାବରେ ବୈଜୟନ୍ତ ଟୁଇଟ୍ କରି କହିଛନ୍ତି, ତାଙ୍କ ବିରୋଧରେ ନୂଅା ଷଡଯନ୍ତ୍ର କରାଯାଉଛି। ନିଜ ମନ୍ତବ୍ୟକୁ ନେଇ ଜଣେ ଦୋଷ ସ୍ୱୀକାର କରି କ୍ଷମା ମାଗିବା ପରେ ଅାଉ କଣ ତଦନ୍ତର ଅାବଶ୍ୟକତା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବୈଜୟନ୍ତ ଲେଖିଛନ୍ତି, […]
ବାଲେଶ୍ୱର : ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଅଭିଯୋଗ। ନିଜକୁ ଦୈତାରୀଙ୍କ ପତ୍ନୀ ଦାବି କରୁଥିବା ଲତାରାଣୀ ପଣ୍ଡା ନ୍ୟାୟ ଲାଗି ବାଲେଶ୍ୱର ଜିଲ୍ଲା ସିମୁଳିଅା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଯାତ୍ରା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିବା ସହ ଲତା ୨ଟି ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲେ। ତେବେ ଦୈତାରୀ ପଣ୍ଡା ଅନ୍ୟତ୍ର ରହୁଥିବାରୁ ତାଙ୍କ ସହ ସଂପର୍କ ଛିନ୍ନ କରିଥିବା ସେ ଏତଲାରେ […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ସବୁଠୁ ବଡ଼ କଲ୍ୟାଣକାରୀ ସ୍କିମ୍ ବୋଲି ଦାବି ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ। ପାଖରେ ବିଜୁ କୃଷକ କଲ୍ୟାଣ କାର୍ଡ ଥାଇ ବି ଗୁରୁତର ରୋଗୀଙ୍କୁ ଫେରାଇ ଦେଉଛନ୍ତି ଘରୋଇ ମେଡିକାଲ୍। ଯାହାର ପ୍ରମାଣ ଲାଗିଛି ଓଟିଭି ହାତରେ। ଏମିତିକି ନିଜ ଲୋକଙ୍କ ଜୀବନ ବଞ୍ଚାଇବାକୁ ଜମି ବାଡ଼ି ବିକି ସର୍ବସ୍ୱାନ୍ତ ହେଉଛନ୍ତି ସମ୍ପର୍କୀୟ। ଟଙ୍କା ସରିଗଲେ ରୋଗୀ ଶେଷ।ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର […]