• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

11
ମନ୍ଦିରରୁ ମା’ଙ୍କ ବିଗ୍ରହ ଚୋରି ହୋଇଥିବା ଅଭିଯାଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡ଼ା ସ୍ଥିତ ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ବିଗ୍ରହ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିର କବାଟ ଭାଙ୍ଗି ଅଷ୍ଟଧାତୁରେ ନିର୍ମିତ ମା’ଙ୍କ ବିଗ୍ରହକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ମୂର୍ତ୍ତି ବହୁତ ପ୍ରାଚୀନ ଏବଂ ମୂଲ୍ୟବାନ ବୋଲି କୁହାଯାଉଛି। ଅନ୍ୟପଟେ ମନ୍ଦିରରୁ ମା’ଙ୍କ ମୂର୍ତ୍ତି ଚୋରିକୁ ନେଇ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ଅଧିକ ସୂଚନାକୁ […]

  • Friday, 16 July 2021
police -lawyer
ପୁଲିସ-ଓକିଲ ବିବାଦ : ନିଃସର୍ତ୍ତ କ୍ଷମା ମାଗିଲେ ୩ ପୁଲିସ କର୍ମଚାରୀ

କଟକ  : କଟକ ପୁଲିସ-ଓକିଲ ବିବାଦରେ ନିଃସର୍ତ୍ତ କ୍ଷମା ମାଗିଲେ ୩ ପୁଲିସ କର୍ମଚାରୀ। ହାଇକୋର୍ଟରେ ସେମାନେ କ୍ଷମା ମାଗିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ହାବିଲଦାର ଓ ୨ ଜଣ କନ୍‌ଷ୍ଚେବଲ। ଏହା ପରେ ବିବାଦର ଏକପ୍ରକାର ସମାଧାନର ରାସ୍ତା ବାହାରିବ ବୋଲି ଅାଶା କରାଯାଉଛି। ସେପଟେ ଅାଜି ଅପରାହ୍ଣରେ ହାଇକୋର୍ଟ ବାର୍ ଅାସୋସିଏସନ୍‌ର ବୈଠକ ବସିବ। ସେହି ବୈଠକରେ ଅାନ୍ଦୋଳନ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ। କଟକରେ ଜଣେ ଓକିଲଙ୍କୁ ପୁଲିସ କର୍ମଚାରୀ ମାଡ଼ […]

  • Friday, 16 July 2021
kendrapada
କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ମିଳିବ ସହାୟତା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ମିଳିବ। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଗୁରୁତର ‌ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିଛି। ଯେଉଁ ମାନଙ୍କୁ ସହାୟତା ରାଶି ଦିଆଯିବ ସେମାନଙ୍କ ବାବଦରେ ସମସ୍ତ ତଥ୍ୟ ସହ ବ୍ୟାଙ୍କ ଆକାଉଣ୍ଟ ନମ୍ବର […]

  • Friday, 16 July 2021
raid
ଭିଜିଲାନ୍ସ ଜାଲ୍‌ରେ ଭଦ୍ରକ ଜୁନିୟର MVI

ଭଦ୍ରକ : ଭିଜିଲାନ୍ସ ଜାଲ୍‌ରେ ଭଦ୍ରକ ଜୁନିୟର MVI । ଅାୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିୟର MVI ଶଙ୍କର ଚୌଧୁରୀଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ ଟିମ୍। ଶଙ୍କରଙ୍କ ଭୁବନେଶ୍ୱର ସମେତ ଅନ୍ୟ ୬ଟି ଅଞ୍ଚଳରେ ଏକକାଳୀନ ଚଢ଼ଉ ହୋଇଛି। ସେପଟେ ଶଙ୍କରଙ୍କ ଭଦ୍ରକ ଚରମ୍ପା ସ୍ଥିତ ଘରେ ତାଲା ଝୁଲୁଥିବା ଜଣାପଡ଼ିଛି। ଘର ବାହାରେ ଭିଜିଲାନ୍ସ ଟିମ୍ ଅପେକ୍ଷା କରି ରହିଛନ୍ତି।  

  • Friday, 16 July 2021
police
ଅବକାରୀ ସ୍କ୍ୱାଡ୍ ଉପରେ ଅାକ୍ରମଣ

ବାଲେଶ୍ୱର  : ଅବକାରୀ ସ୍କ୍ୱାଡ୍ ଉପରେ ଅାକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଲୋକେ। ଏହି ଘଟଣା ଘଟିଛି, ବାଲେଶ୍ୱର ରୂପସା ମିରିଗିମୁଣ୍ଡି ଛକରେ। ଅବକାରୀ ସ୍କ୍ୱାଡ୍ କର୍ମଚାରୀଙ୍କୁ ଲୋକ ମାଡ଼ ମାରି ଅଭିଯୁକ୍ତକୁ ଛଡ଼ାଇ ନେଇଛନ୍ତି। ଏଥିରେ ୩ ଜଣ ଗୁରୁତର ଅାହତ ହୋଇଥିବା ସୂଚନା ମିଳିଛି। ଚୋରା ମଦ କାରବାରକୁ ନେଇ ସଦର ଅବକାରୀ ସ୍କ୍ୱାଡ୍ ରୁପ୍‌ସା ଅଞ୍ଚଳରେ ଚଢ଼ାଉ କରିଥଲେ। ବିପୁଳ ପରିମାଣର ମଦ ଜବତ ସହ ଦୁଇ ଜଣଙ୍କୁ ଗିରଫ କରି […]

  • Friday, 16 July 2021
puri9
ଶ୍ରୀମନ୍ଦିରରେ ମଙ୍ଗଳ ଅାଳତି ସମୟରେ ଠେଲାପେଲା

ପୁରୀ : ପୁରୀ ଶ୍ରୀମନ୍ଦିରରେ ଠେଲାପେଲା। ଏହା ଫଳରେ ବ୍ୟାରିକେଡ ପଡିଯିବାରୁ ଜଣେ ହବିଷ୍ୟାଳି ଗୁରୁତର ଅାହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ ଭାଙ୍ଗିଯାଇଥିବାରୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।  ଅାହତ ହବିଷ୍ୟାଳିଙ୍କ ନାଁ ବିଳାସିନୀ ବେହେରା। ତାଙ୍କ ଘର ମାର୍କଣ୍ଡପୁର ବାଲିତୁଠ ଅଂଚଳରେ। ସେ ନରେନ୍ଦ୍ରକୋଣ ଅଂଚଳରେ ରହି କାର୍ତ୍ତିକବ୍ରତ କରୁଥିଲେ। ଅାଜି ମଙ୍ଗଳଅାଳତି ସମୟରେ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ ଜମିଥିଲା। ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଠେଲାପେଲା ହୋଇଥିଲା। ଅାହତଙ୍କୁ ସବୁ ପ୍ରକାର ସାହାଯ୍ୟ […]

  • Friday, 16 July 2021
anjali2
ଅାଜିଠାରୁ ଅାରମ୍ଭ ହେବ ୧୭ ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ

ଭୁବନେଶ୍ୱର  : ଅାଜିଠାରୁ ଭୁବନେଶ୍ୱର ରେଳବାଇ ଅଡିଟୋରିଅମରେ ଅାରମ୍ଭ ହେବ ୧୭ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ। ସାମାଜିକ ଅନୁଷ୍ଠାନ ସ୍ୱାଭିମାନ ପକ୍ଷରୁ ଅାୟୋଜିତ ଏହି ମହୋତ୍ସବରେ ଓଡିଶା ସହିତ ୯ଟି ରାଜ୍ୟର ପ୍ରାୟ ୩୫୦୦ ପିଲା ଯୋଗଦେବେ। ଏହି ଉତ୍ସବର ଥିମ୍‌ ‘ସଶକ୍ତ’ ରହିଥିବାବେଳେ ଭିନ୍ନକ୍ଷମ ମାନଙ୍କ ଜୀବନଜୀବିକା, ନିଯୁକ୍ତି ଓ ଦକ୍ଷତା ବିକାଶକୁ ନେଇ ସେମିନାର ଅନୁଷ୍ଠିତ ହେବ। ଅାସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ଭୁବନେଶ୍ୱର ଫିଲ୍ମ […]

  • Friday, 16 July 2021
2
ବେଲଘର ବନାଞ୍ଚଳରେ ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବେଲଘର ବନାଞ୍ଚଳ ଲଙ୍କାଗଡ଼ ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିରହିଥିବା ମାଈ ହାତୀର ଚିକିତ୍ସା ଆରମ୍ଭ ହୋଇଛି। ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ବୟସ ଅଧିକ ଯୋଗୁ ହାତୀଟି ଅସୁସ୍ଥ ହୋଇଥିବା ବନ ବିଭାଗ ଅନୁମାନ କରୁଛି। ଗତ କିଛି ଦିନ ଧରି କଳାହାଣ୍ଡି ଜିଲ୍ଲାର ପାଖ ଜଙ୍ଗଲରୁ କିଛି ହାତୀ ପଲ ଲଙ୍କାଗଡ଼ ଜଙ୍ଗଲକୁ ଆସି ବୁଲାବୁଲି କରୁଥିବା ବନ ବିଭାଗ କହିଛି। […]

  • Friday, 16 July 2021
elephantup
ନୀଳଗିରିରେ ପୁଣି ଥରେ ହାତୀ ଅାତଙ୍କ

ନୀଳଗିରି : ବାଲେଶ୍ୱର ନୀଳଗିରିରେ ପୁଣି ଥରେ ହାତୀ ପଳଙ୍କ ଅାତଙ୍କ । ଝାଡ଼ଖଣ୍ଡରୁ ୪୦ରୁ ଅଧିକ ହାତୀ ନୀଳଗିରି ଅଞ୍ଚଳରେ ପଶି ଅାସିଛନ୍ତି । ଗୋପାଳପୁର ଅଞ୍ଚଳର ବହୁ ସଂଖ୍ୟାରେ ଫସଲ ନଷ୍ଟ କରିଛନ୍ତି ହାତୀ। ଚାଷ ଜମି ଦେଇ ହାତୀ ଚଳ ପ୍ରଚଳ କରିବା ଯୋଗୁଁ ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ ହୋଇଛି। ସେପଟେ ହାତୀ ପଲଙ୍କ ଦୌରାତ୍ମ ଯୋଗୁଁ ଲୋକେ ଅାତଙ୍କୀତ ଅବସ୍ଥାରେ ଅଛନ୍ତି। ହାତୀ ପଲକୁ ଘଉଡ଼ାଇବା ପାଇଁ ବନ […]

  • Friday, 16 July 2021
accident 1
NH-୧୬ରେ ଟ୍ରକକୁ ପଛ ପଟୁ ପିଟିଲା ମିନି ଟ୍ରକ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟୁ ମିନି ଟ୍ରକ୍‌ ପିଟିଛି। ଏହା ଫଳରେ ଘଟଣାସ୍ଥଳରେ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅାହତ ହୋଇଛନ୍ତି। ଅାଜି ଭୋର୍ ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଚାନ୍ଦପୁରଠାରେ ଏହି ଦୁର୍ଘଟଣା ହୋଇଛି।  

  • Friday, 16 July 2021
1
ପୋଡ଼ିଗଲା ଖଳାରେ ଥିବା ଧାନ

ଗଞ୍ଜାମ: ନିଆଁରେ ଜଳିଗଲା ବର୍ଷକର ପରିଶ୍ରମ। ଖଳାରେ ଥିବା ଧାନ ସବୁ ଗଦା ହୋଇଥିବା ବେଳେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି। ଭଞ୍ଜନଗର ଗାମୁଣ୍ଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାମୁଣ୍ଡି ଗାଁର ଏକ ଖଳାରେ ପ୍ରାୟ ୧୫ ଗୋଟି ଧାନଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗାମୁଣ୍ଡି ଗାଁର ଅଜୟ ମଲ୍ଲଙ୍କ ୧୨ଟି ଧାନଗଦା ଓ ଲମ୍ବୋଦର ସ୍ୱାଇଁଙ୍କର ୩ଟି ଧାନଗଦାରେ ଗତକାଲି ବିଳମ୍ବିତ […]

  • Friday, 16 July 2021
debasish
ପାରାଦୀପ ଉପରେ ଦେବାଶିଷଙ୍କ ଲୋଭ!

ପାରାଦୀପ  : ବିଧାୟକ ଦେବାଶିଷ ସାମନ୍ତରାୟଙ୍କର ପାରାଦୀପ ନିର୍ବାଚନମଣ୍ଡଳୀ ପ୍ରତି ଲୋଭ। ଗତକାଲି ପାରାଦୀପ ବିଜେଡି ସମାବେଶରେ ଦେବାଶିଷ କହୁ କହୁ ପାରାଦୀପ ପ୍ରତି ତାଙ୍କ ଲୋଭ ଥିବା କଥା ଜଣାଇଥିଲେ। ୨୦୦୯ରେ ପୁନର୍ଗଠନ ବେଳେ ଏ ନିର୍ବାଚନ ମଣ୍ଡଳୀକୁ ମୁଁ ଗଢ଼ିଥିଲି। ପାରାଦୀପରୁ ପ୍ରାର୍ଥୀ ହେବାକୁ ମୋର ବହୁତ ଇଛା ଥିଲା। କିନ୍ତୁ ଭାଗ୍ୟକୁ ଦାମ ବାବୁଙ୍କୁ ଏଠୁ ଟିକେଟ ମିଳିଲା, ମୁଁ କଟକ ଗଲି ବୋଲି କହିଥିଲେ ଦେବାଶିଷ। ଏହା କହିବା ବେଳେ ବର୍ତ୍ତମାନର […]

  • Friday, 16 July 2021
bus
ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା

କଟକ : ବାସୁଦେବପୁର କୁଅାମରା ଛକରେ ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା। ଏଥିରେ ୨୫ଜଣ ଯାତ୍ରୀ ଅାହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଅାହତ ମାନଙ୍କୁ ବାସୁଦେବପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅାଜି ସକାଳେ କୁଅାମରା ଛକରେ ଧାମରାରୁ କଟକ ଅାସୁଥିବା ଜୁଗୁନ୍ ବସକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ଟି ଓଲଟି ପଡିଥିଲା।

  • Friday, 16 July 2021
lawyer betten
ଅାଜି ବସିବ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ବୈଠକ

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଅାଇନଜୀବୀଙ୍କୁ ପୁଲିସର ମାଡ଼ ଘଟଣାରେ ଅାଜି ବସିବ ଓକିଲ ସଂଘର ବୈଠକ। ଅାଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ, ସେନେଇ ନିଷ୍ପତ୍ତି ନିଅାଯିବ ଗତକାଲି ଗଂଜାମ ବୁଗୁଡା ଥାନାରେ ଜଣେ ଅାଇନଜୀବୀ ହରପ୍ରସାଦ ଦାସଙ୍କୁ ଅାଇଅାଇସି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ବୁଗୁଡାରେ ଏକ ରାସ୍ତାକୁ ନେଇ ଥିବା ବିବାଦ ସମ୍ପର୍କରେ ଅାଲୋଚନାବେଳେ ଥାନାଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହି […]

  • Friday, 16 July 2021
bar
ପୁଲିସ-ଓକିଲ ବିବାଦ ମାମଲା; ଆଜି ହାଇକୋର୍ଟ ବାର ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ : କଟକରେ ପୁଲିସ-ଓକିଲ ବିବାଦ ମାମଲାରେ ଅାଜି ହାଇକୋର୍ଟ ବାର ଅାସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଅାନ୍ଦୋଳନର ପରବର୍ତ୍ତୀ ରୂପରେଖ ଏହି ବୈଠକରେ ସ୍ଥିର ହେବ। ସେପଟେ ଜଷ୍ଟିସ ସି.ଅାର ଦାସଙ୍କ ଖଣ୍ଡପୀଠରେ ଓକିଲ-ପୁଲିସ ବିବାଦ ସମ୍ପର୍କିତ ମାମଲାର ଶୁଣାଣି ଅାଜି ହେବାକୁ ଧାର୍ଯ୍ୟ ହୋଇଛି। ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣାରେ ପୁଲିସର ନିଷ୍କ୍ରିୟତା ଅଭିଯୋଗ ନେଇ ଏହି ମାମଲା ଦାୟର ହୋଇଛି। ଏହି ମାମଲାର ଫଳାଫଳ ସାଧାରଣ ପରିଷଦ ବୈଠକରେ ଅାଲୋଚନା କରାଯାଇ […]

  • Friday, 16 July 2021
viral
OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ କରିବ ତଦନ୍ତ

ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରିବ। ବୋର୍ଡ ପକ୍ଷରୁ ଚିଠି ଲେଖାଯିବା ପରେ ଆଜି କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିପାରେ। ଅଧିକାରୀମାନେ ବୋର୍ଡ ଅଫିସକୁ ଯାଇ ପଚରାଉଚରା କରିପାରନ୍ତି। କେଉଁଠୁ ପ୍ରଶ୍ନପତ୍ର ଲିକ୍ ହୋଇଛି, କେମିତି ଲିକ୍ ହୋଇଛି, ଏହା ପଛରେ କିଏ ଅଛି, ଏସବୁକୁ ନେଇ କ୍ରାଇମ୍‌ବ୍ରାଞ୍ଚ୍‌ ତନାଘନା କରିବ। ଗତକାଲି OTET ପରୀକ୍ଷା ପୂର୍ବରୁ ହିଁ ସୋଶାଲ ମିଡିଆରେ ପ୍ରଶ୍ନପତ୍ରର ଫଟୋ ଭାଇରାଲ୍ ହୋଇଥିଲା। ଏହା ପରେ ପରୀକ୍ଷାକୁ […]

  • Friday, 16 July 2021
brahma
ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ୍‌

ପୁରୀ : ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ୍‌। ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଅାଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। ରିପୋର୍ଟକୁ ଗଠିତ ସବ୍ କମିଟି ତର୍ଜମା କରିବା ପରେ ୧୦ ଦଇତାପତି ଓ ଜଣେ ମହାରଣା ସେବାୟତଙ୍କ ସମେତ ମୋଟ ୧୧ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ଶ୍ରୀଜିଉଙ୍କ ସେବାରେ ବିଭ୍ରାଟ ଓ ବିଳମ୍ବ ଅଭିଯୋଗରେ ନୋଟିସ୍ କରାଯାଇଛି। ୨୦୧୫ ଜୁନ୍ ୧୫ ତାରିଖରେ ଶ୍ରୀଜିଉଙ୍କ ନବକଳେବର ବେଳେ ବ୍ରହ୍ମ […]

  • Friday, 16 July 2021
22
ଲାଞ୍ଚ ନଦେବାରୁ ମିଳିପାରିଲାନି ସହାୟତା, ଶେଷରେ ନିରାଶ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ

ଖୋର୍ଦ୍ଧା: ଗ୍ରାମୀଣ ଆବାସ ପାଇଁ ଲାଞ୍ଚ ନଦେବାରୁ ସହାୟତା ମିଳିପାରିଲାନି। ଆଉ ସହାୟତା ନ ମିଳିବାରୁ ଶେଷରେ ନିରାଶ ହୋଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ମୃତକଙ୍କ ନାଁ ଲକ୍ଷ୍ମୀଧର ବେହେରା। ଗତକାଲି ନିରାକାରପୁର ପଞ୍ଚାୟତ ଗହିରଆଡିଆ ନାଳ ନିକଟରୁ ଲକ୍ଷ୍ମୀଧରଙ୍କ ମୃତଦେହ ମିଳିଥିଲା। ତେବେ ସେ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ହେଲେ ମୃତ୍ୟୁ ପୂର୍ବରୁ ସେ କରିଥିବା ଏକ ଭିଡିଓ ଏବେ […]

  • Friday, 16 July 2021
konark
ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ସହ ସଂସ୍କୃତି ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରରୁ ASI ପକ୍ଷରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଓ ମୂର୍ତ୍ତି ହଟାଯିବା ଅଭିଯୋଗର ସମୀକ୍ଷା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା । କହିଛନ୍ତି, ପ୍ରତ୍ନତତ୍ତ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅାଲୋଚନା ପରେ ରିପୋର୍ଟ ମଗାଯାଇଛି। କୋଣାର୍କ ମନ୍ଦିରରୁ କୌଣସି ପଥର ବଦଳାଯାଇନି ବୋଲି ଏଏସ୍ଅାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଅାଇନ ଅନୁସାରେ ପଥର ବଦଳାଇ ପାରିବାର ନିୟମ ରହିଛି। ଦିଲ୍ଲୀର ହୁମାୟୁନ ଟମ୍ବରେ ପଥର ବଦଳା […]

  • Friday, 16 July 2021
representational image
ପରକୀୟା ପ୍ରୀତିରୁ ଗଲା ଯୁବକଙ୍କ ଜୀବନ!

ମାଲକାନଗିରି: ପରକୀୟା ପ୍ରୀତିକୁ ନେଇ ରାସ୍ତା ମଝିରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ତାଙ୍କ ନାଁ ନିରଞ୍ଜନ ସରଦାର୍। ଏମ୍‌ପିଭି-୪ରେ ତାଙ୍କ ଘର ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ନିରଞ୍ଜନ ଭେଜିଙ୍ଗିଗୁଆ ଗାଁରୁ ଯାତ୍ରା ଦେଖି ଫେରୁଥିବା ବେଳେ ଏମ୍‌ପିଭି ୩୮ ନିକଟରେ ବୈରାଗୀ ନାମକ ଜଣେ ଯୁବକ ନିରଞ୍ଜନଙ୍କୁ ପଛପଟୁ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନିରଞ୍ଜନଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଅଭିଯୁକ୍ତ ବୈରାଗୀକୁ ଗିରଫ କରିଛି। ଅଭିଯୁକ୍ତର ସ୍ତ୍ରୀ ସହ […]

  • Friday, 16 July 2021
make in odisha
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର : ମେକ୍ ଇନ୍‌ ଓଡ଼ିଶା କନକ୍ଲେଭ-୨୦୧୮ରେ ରାଜ୍ୟକୁ ୪ ଲକ୍ଷ ୧୯ ହଜାର ୫୭୪ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଅାସିଛି। ୧୫ଟି ସେକ୍ଟରରେ ପୁଞ୍ଜି ନିବେଶ ଲାଗି ବିଭିନ୍ନ କମ୍ପାନୀ ପକ୍ଷରୁ ପ୍ରସ୍ତାବ ମିଳିଥିବା ବେଳେ ଏହାଦ୍ୱାରା ରାଜ୍ୟରେ ୫ ଲକ୍ଷ ୯୧ ହଜାର ଅତିରିକ୍ତ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍ ଅବସରରେ ଅାଜି ଅଭିଭାଷଣ ରଖି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥର ମେକ୍ […]

  • Friday, 16 July 2021
death-mother
ମଦ ପିଇବା ପାଇଁ ଟଙ୍କା ନଦେବାରୁ ମା’କୁ ମାରିଦେଲା ପୁଅ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ମଦ ପାଇଁ ନିଜ ଜନ୍ମକଲା ମାଆକୁ ମାରିଦେଇଛି ପୁଅ। ଏପରି ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ପୁଅ ମହେଶ ବାର୍ଲାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦେଓଭୁବନପୁର ଗାଁରେ ସପରିବାରେ ବାସ କରନ୍ତି ସୋମବାରୀ ବାର୍ଲା। ସବୁ ଦିନ ପରି ଗତକାଲି ରାତିରେ ସମସ୍ତେ ଖାଇ ପିଇ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମଝିଆ ପୁଅ ମହେଶ ଶୋଇବା ଘରୁ […]

  • Friday, 16 July 2021
lata
ଏସ୍‌.ପି.ଙ୍କ ଦ୍ୱାରସ୍ଥ ହେଲେ ନିଜକୁ ଦୈତାରୀ ପଣ୍ଡାଙ୍କ ସ୍ତ୍ରୀ ଦାବି କରୁଥିବା ଲତା ମଣ୍ଡଳ

ବାଲେଶ୍ୱର : ଯାତ୍ରା କଳାକାର ଦୈତାରୀ ପଣ୍ଡାଙ୍କୁ ନିଜର ସ୍ୱାମୀ ବୋଲି ଦାବି କରୁଥିବା ଝାମୁଛାଡି ଅଞ୍ଚଳର ଜଣେ ମହିଳା ଲତା ମଣ୍ଡଳ ଅାଜି ବାଲେଶ୍ୱର ଏସ୍‌.ପି.ଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଛିଦିନ ତଳେ ଲତା ମଣ୍ଡଳ ଦୈତାରୀ ପଣ୍ଡାଙ୍କ ନାଁରେ ସିମୁଳିଅା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏହାରି ଭିତରେ ୧୫ ଦିନ ବିତିଯାଇଥିଲେ ମଧ୍ୟ ଦୈତାରୀ ପଣ୍ଡାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଅାଜି ସେ ଓ ତାଙ୍କ ପୁଅ ବାଲେଶ୍ୱର […]

  • Friday, 16 July 2021
bjd
ଅନୁଗୁଳ ଜିଲ୍ଲା ବିଜେଡିରେ ଅନ୍ତଃକନ୍ଦଳ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେଡିରେ ଅନ୍ତଃକନ୍ଦଳ। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ବିରୋଧରେ ମେଳି ବାନ୍ଧିଲେଣି କିଛି ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ। ସେମାନେ ଅଭିଯୋଗ କରିଛନ୍ତି, ଗତ ଥର ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି ସୁଶାନ୍ତ। ପୁରୁଖା ନେତାଙ୍କୁ ଅଣଦେଖା କରୁଛନ୍ତି। ତେଣୁ ଅାଗାମୀ ନିର୍ବାଚନରେ ତାଙ୍କୁ ଟିକଟ ନ ଦେବାକୁ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଓ ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ବିଜେଡିରେ ଗୋଷ୍ଠୀ କନ୍ଦଳକୁ […]

  • Friday, 16 July 2021
ri
ତହସିଲଦାର ଓ RIଙ୍କୁ ଅଟକ ରଖିଲେ ଗାଁ ଲୋକେ

ସୁବର୍ଣ୍ଣପୁର  : ଚକଡା ପୋକ ଜନିତ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଯାଇ ତହସିଲଦାର ଓ RI ଅଟକ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ବେହେରାମାଲ ଗାଁରେ ଘଟିଛି ଏହି ଘଟଣା। ଚକଡା ଯୋଗୁଁ କ୍ଷୟକ୍ଷତି ହୋଇଥିବା ଧାନ ଫସଲର ଅନୁଧ୍ୟାନ ଲାଗି ଏସ୍.ରାମପୁରର ତହସିଲଦାର ପଞ୍ଚାନନ ପାତ୍ର  ଓ ବେହେରାମାଲ RI ଗାଁକୁ ଯାଇଥିଲେ। ତେବେ ସେଠାରେ ଗାଁ ଲୋକେ କ୍ଷୟକ୍ଷତିର ଅାକଳନ କରି ତୁରନ୍ତ କ୍ଷତିପୂରଣ ଦାବି କରି ଉଭୟ ତହସିଲଦାର ଏବଂ RIଙ୍କୁ […]

  • Friday, 16 July 2021