• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mao
ସରକାରଙ୍କ ବିରୋଧରେ ମାଓ ଅଡିଓ ଟେପ୍

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ଅଡିଓ ଟେପ୍ ଜାରି କଲେ ମାଓବାଦୀ। ସିପିଅାଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ ଅଡିଓ ଟେପ୍ ଜାରି କରି ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ମେକ୍ ଇନ୍ ଓଡ଼ିଶାକୁ ଓଡ଼ିଶା ବିକ୍ରି କନ୍‌କ୍ଲେଭ ଭାବେ ଅଭିହିତ କରି ଉମାକାନ୍ତ କହିଛନ୍ତି, ଓଡ଼ିଶାର ଚାଷୀଙ୍କ ସହାୟତା ପାଇଁ ପଦକ୍ଷେପ ନିଅାଯାଉନାହିଁ। ଓଡ଼ିଶାର ରାଷ୍ଟ୍ରାୟତ ଉଦ୍ୟୋଗ, କ୍ଷୁଦ୍ର ଶିଳ୍ପକୁ ବନ୍ଦ କରି ଦିଅାଯାଉଛି। ଅର୍ଥ ଯୋଗାଡ଼ ଲାଗି ତଥା ନିଜର […]

  • Friday, 16 July 2021
abhijiti-up
ଅଭିଜିତ୍ ଅାୟରଙ୍କୁ ଅାଶ୍ୱସ୍ତି

ଭୁବନେଶ୍ୱର : ବିଧାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଅାୟର ମିତ୍ରଙ୍କୁ କ୍ଷମା ଦେଲା ବିଧାନସଭା। ଗୃହ କମିଟି ପ୍ରସ୍ତାବ ଅାଧାରରେ ଅାୟରଙ୍କୁ କ୍ଷମା କରିଦିଅାଯାଇଥିବା ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର। ଗତକାଲି ବିଧାନସଭାରେ ଗୃହ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଏଥିରେ ଅଭିଜିତ୍‌ଙ୍କୁ କ୍ଷମା ଦେବାକୁ ଗୃହ କମିଟି ପ୍ରସ୍ତାବ ଦେଇଥିଲା ବୋଲି କହିଛନ୍ତି ନରସିଂହ ମିଶ୍ର। ଅଭିଜିତ ଅାୟର ବର୍ତ୍ତମାନ ଝାରପଡ଼ା ଜେଲରେ ଅଛନ୍ତି। ପୂର୍ବରୁ ତଳ କୋର୍ଟରେ ଅଭିଜିତଙ୍କ […]

  • Friday, 16 July 2021
foreigner
ଭୁବନେଶ୍ୱରରେ ବିଦେଶିନୀଙ୍କ ଠାରୁ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ବିଦେଶିନୀଙ୍କ ଠାରୁ ଲୁଟିଲେ ଦୁର୍ବୃତ୍ତ। ଅଟୋ ଭିତରୁ ନେଇଗଲେ ୪ ଲକ୍ଷରୁ ଅଧିକ ଟଙ୍କାର ଲାପଟପ୍ ଓ ଡକ୍ୟୁମେଣ୍ଟ। ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟିରେ ଇଣ୍ଟର୍ଣ୍ଣସିପ୍ ପାଇଁ ଅାସିଥିବା ନରୱେର ସଂପୃକ୍ତ ବିଦେଶିନୀ ଅଟୋରେ ଫେରୁଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଏହି ଲୁଟ୍ ହୋଇଛି। ବିଦେଶିନୀଙ୍କ ଅଭିଯୋଗକୁ ଅାଧାର କରି ଖଣ୍ଡଗିରି ପୁଲିସ ମାମଲା ରୁଜୁ କରିଛି। ପୁଲିସ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଓ ସଂପୃକ୍ତ ଅଟୋଚାଳକକୁ ପଚରା ଉଚରା କରି ତଥ୍ୟ […]

  • Friday, 16 July 2021
maharana-up
ବିଶିଷ୍ଟ ତାଳବାଦ୍ୟ ଗୁରୁ ବନମାଳୀ ମହାରଣାଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ତାଳବାଦ୍ୟ ଗୁରୁ ତଥା ମର୍ଦ୍ଦଳ ବାଦକ ବନମାଳୀ ମହାରଣାଙ୍କ ପରଲୋକ। ଅାଜି ଭୁବନେଶ୍ୱରରେ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କୁ  ୮୩ ବର୍ଷ ବୟସ ହୋଇଥିଲା। ଶାସ୍ତ୍ରୀୟ ସଙ୍ଗୀତ ଧାରାରେ ନୃତ୍ୟ ସଙ୍ଗୀତ ସହ ମର୍ଦ୍ଦଳକୁ ସମାନ୍ତରାଳ ମର୍ଯ୍ୟାଦା ଦେବାରେ ଗୁରୁ ବନମାଳୀ ମହାରାଣାଙ୍କ ଅବଦାନ ଅତୁଳନୀୟ। ମର୍ଦ୍ଦଳ ବାଦନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ୧୯୯୪ରେ ତାଙ୍କୁ ଓଡ଼ିଶା  […]

  • Friday, 16 July 2021
bomb
ବିଲରେ ବୋମା ବିସ୍ଫୋରଣ

କେନ୍ଦୁଝର  : ବିଲରେ ବୋମା ବିସ୍ଫୋରଣ ଘଟି ଦୁଇ ଭାଇ ଗୁରୁତର। କେନ୍ଦୁଝର ସଦର ରେଞ୍ଜ ବିନିଦା ଗାଁରେ ଘଟିଛି ଏହି ଘଟଣା। ଗୁରୁତର ଦୁଇ ଭାଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅାଜି ହାତୀ ଘଉଡାଇବା ଲାଗି ଦୁଇ ଭାଇ ମୁକୁନ୍ଦ ଜୁଅାଙ୍ଗ ଓ କେଦାର ତାଙ୍କ ଦୁଧିଅାନାଳି ଜମିକୁ ଯାଇଥିଲେ। ହେଲେ ସେଠାରେ ପୂର୍ବରୁ ଖଞ୍ଜା ଯାଇଥିବା ବୋମା ଉପରେ ଗୋଡ଼ ପଡିଥିବାରୁ ବିସ୍ଫୋରଣ ଘଟିଥିଲା।  ଏଥିରେ କେଦାରଙ୍କ ଗୋଡ଼ କଟି ଯାଇଥିବା […]

  • Friday, 16 July 2021
assembly
ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନର ଅାଜି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଚାଲିଥିବାବେଳେ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିବାରୁ ବାଚସ୍ପତି  ସନ୍ଧ୍ୟା ୫.୩୭ ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି। ବାଚସ୍ପତି  ପ୍ରଶ୍ନକାଳ ଅାରମ୍ଭରେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ନିଜର ପ୍ରଶ୍ନ ରଖୁଥିବାବେଳେ କଂଗ୍ରେସ ସଦସ୍ୟ ଗୃହ ମଧ୍ୟଭାଗକୁ ଅାସି ହୋ ହଲ୍ଲା କରିଥିଲେ। ଅାଦିବାସୀ କଲ୍ୟାଣ ସଂପର୍କରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଭୁଲ୍ ତଥ୍ୟ […]

  • Friday, 16 July 2021
student
ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର , ମେଡିକାଲରେ ଭର୍ତ୍ତି

ବାଲେଶ୍ୱର : ଛାତ୍ରୀଙ୍କୁ ଶିକ୍ଷକଙ୍କ ମାଡ଼ ଅଭିଯୋଗ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଏଭଳି ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ବାଲିଅାପାଳ ବ୍ଲକ୍‌ ସୁବର୍ଣ୍ଣରେଖା ହାଇସ୍କୁଲରୁ। ଅଭିଯୋଗ ଅନୁସାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ବାହାରେ ବୁଲୁଥିବା ଦେଖି ଇଂରାଜୀ ଶିକ୍ଷକ ମାଡ଼ ମାରିଥିଲେ। ଏଥିରେ ଛାତ୍ରୀଜଣଙ୍କ ଗୁରୁତର ହେବା ସହ ଅଚେତ ହୋଇପଡିଥିଲେ। ପରେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ବାଲିଅାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।  ସେପଟେ ଏନେଇ […]

  • Friday, 16 July 2021
gajapati
ଅାଧ୍ୟାତ୍ମିକ ଚେତନାର ଅଭାବ ସବୁ ବିଶୃଙ୍ଖଳାର କାରଣ : ଗଜପତି ମହାରାଜା

ପୁରୀ :  ଅାଧ୍ୟାତ୍ମିକତାର ଅଭାବରୁ ବିଶ୍ୱରେ ଏବେ ବିଶୃଙ୍ଖଳା ଦେଖାଦେଉଛି। ଅାଧ୍ୟାତ୍ମିକ ଚେତନାର ଅଭାବ ସବୁ ବିଶୃଙ୍ଖଳାର କାରଣ। ଅାଜି ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଦାରୁ ଫିକ୍ସିଂ ସମ୍ପର୍କିତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଗଜପତି ମହାରାଜା ଏହି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ୱରେ ଯେତେ ବିଶୃଙ୍ଖଳା ଦେଖାଦେଉଛି, ତାର କାରଣ ହେଉଛି ଅାଧ୍ୟାତ୍ମିକତାର ଅଭାବ। ମଣିଷର ଚରିତ୍ର ତଳକୁ ଖସିଛି, ମଣିଷ ପଶୁତ୍ୱ ଅାଡ଼କୁ ଅାଗେଇ […]

  • Friday, 16 July 2021
aparajita sarangi
ଅପରାଜିତା ଷଡ଼ଙ୍ଗୀ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର୍

ଭୁବନେଶ୍ୱର : ବରିଷ୍ଠ ଅାଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବା ସହ ରାଜନୀତିରେ ପ୍ରବେଶ ଖବରକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେଉଛି। ତାଙ୍କର ଏକ ଟୁଇଟ୍ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଦଳରେ ମିଶିବା ଲାଗି ଯଦି ଅପରାଜିତା ଅାବେଦନ କରନ୍ତି ତା ହେଲେ ବିଚାର କରାଯିବ ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି। ଏହାସହ ସେ ଅାହୁରି କହିଛନ୍ତି ଯେ, ଦଳରେ ବହୁ ଲୋକ ଅାଗରୁ ମିଶିଛନ୍ତି ।ମିଶିବାକୁ […]

  • Friday, 16 July 2021
radhapadA-up
ରାଧାପାଦ ଦର୍ଶନ ଲାଗି ହୋଇଥିବା ବିବାଦର ହେଲା ସମାଧାନ

ପୁରୀ : ଆସନ୍ତାକାଲି ପବିତ୍ର ଅଁଳା ନବମୀ। ରାଧାପାଦ ଦର୍ଶନ ଲାଗି ଚଳଚଞ୍ଚଳ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିର। ଅଁଳା ନବମୀରେ ରାଧାଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଅଁଳା ନବମୀ ପୂର୍ବରୁ ପ୍ରଶାସନ ପ୍ରଦାନ କରୁଥିବା ପାଉଣାକୁ ନେଇ […]

  • Friday, 16 July 2021
tusar--1
ପୁଣି ତେଜିଲା ଅରୁଣ-ତୁଷାର ବିବାଦ

ବାରିପଦା : ପୁଣି ତେଜିଲା ଅରୁଣ-ତୁଷାର ବିବାଦ। ବାରିପଦା ଅାସିଲେ ବିଧାୟକ ଅରୁଣ ସାହୁଙ୍କୁ ବିରୋଧ କରାଯିବ ବୋଲି କହିଛନ୍ତି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତୁଷାର ନାୟକ। ଅରୁଣ ତାଙ୍କୁ ଗାଳିଦେବା ଓ ଉଠ୍‌ବସ୍‌ କରାଇବା ବିବାଦର ସମାଧାନ ବେଳେ ମିଳିଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବା ତୁଷାର କହିଛନ୍ତି। ଅରୁଣଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ଅବ୍ୟାହତି ସହ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଦାବିକୁ ପୂରଣ ପାଇଁ ପ୍ରତିଶ୍ରୁତି ଦିଅାଯିବାରୁ ସେ ଚୁପ୍ […]

  • Friday, 16 July 2021
accident-4-up
ଦିନକୁ ଯାଉଛି ୧୨ ଜୀବନ

ଭୁବନେଶ୍ୱର : ଚିନ୍ତା ବଢାଉଛି ସଡ଼କ ଦୁର୍ଘଟଣା। ଓଡ଼ିଶାରେ ପ୍ରତିଦିନ ରାସ୍ତାରେ ୧୨ଟି ମୁଣ୍ଡ ଗଡୁଛି। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ।୨୦୦୮ ମସିହାରୁ ୨୦୧୮ ମସିହା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ୪୩ ହଜାର ୩ଶହ ୧୨ଜଣଙ୍କ ଜୀବନ ଯାଇଛି। ସେହିଭଳି ଦୁର୍ଘଟଣାରେ ୬୧ ହଜାର ୮ଶହ ୮୪ଜଣ ଗୁରୁତର ହୋଇଛନ୍ତି । ସେହିଭଳି ୫୭ହଜାର ୯ଶହ ୩୭ଜଣ ସାମାନ୍ୟ ଅାହତ ହୋଇଛନ୍ତି। […]

  • Friday, 16 July 2021
daru-up
ଦାରୁ ଫିକ୍ସିଂ ଅଭିଯୋଗକୁ ନେଇ ଥମୁନି ରାଜନୀତି

ପୁରୀ : ଶ୍ରୀଜିଉଙ୍କ ଦାରୁ ଫିକ୍ସିଂ ଅଭିଯୋଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ। ଅାଜିବି ଏ ପ୍ରସଙ୍ଗ ନେଇ ନବୀନ ସରକାରକୁ ସଣ୍ଡୁଅାସି ଅାକ୍ରମଣ କରିଛନ୍ତି କଂଗ୍ରେସ ଓ ବିଜେପି। ଏ ଷଡ଼ଯନ୍ତ୍ର ପଛରେ ନେତା, ଅଫିସର ଓ ମନ୍ତ୍ରୀ ସାମିଲ ଥିବାରୁ ସିବିଅାଇ କିମ୍ବା ହାଇକୋର୍ଟ ସିଟିଂ ଜଜ୍‌ଙ୍କ ଦ୍ୱାରା ଘଟଣାର ତଦନ୍ତ ହେଲେ ଦୋଷୀଙ୍କ ମୁଖା ଖୋଲିବ ବୋଲି କଂଗ୍ରେସ କହିଛି। ସମାନ ଅଭିଯୋଗ ଅାଣି ବିଜେପି କହିଛି ଯେ, ଏହା ପଛରେ କିଛି […]

  • Friday, 16 July 2021
baby
ଭୁବନେଶ୍ୱରରେ ନବଜାତ ଶିଶୁ ଯତ୍ନ ସପ୍ତାହ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱରରେ ପାଳିତ ହୋଇଛି ନବଜାତ ଶିଶୁ ଯତ୍ନ ସପ୍ତାହ। ସାରା ଦେଶରେ ଶିଶୁ ମୃତ୍ୟୁ ହାର ବଢୁଥିବାବେଳେ ନବଜାତ ଶିଶୁଙ୍କ ଯତ୍ନ କିଭଳି ନିଅାଯିବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ତେଣୁ ସ୍ୱାସ୍ଥ୍ୟ ସେବା ଦିଗରେ କଣ ନିଅାଯିବ ପଦକ୍ଷେପ ସେନେଇ ଅାଲୋଚନା ହୋଇଛି। ପ୍ରତି ଜିଲ୍ଲାରେ ଏସଏନସିୟୁ ସଂଖ୍ୟାକୁ ବୃଦ୍ଧି କରାଯିବା ଉପରେ ଦିଅାଯାଇଛି ଗୁରୁତ୍ୱ। ଯାହାକି ନବଜାତ ଶିଶୁଙ୍କ ଚିକିତ୍ସାରେ ସହାୟକ ହେବ। କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା […]

  • Friday, 16 July 2021
drouht
ମାଲକାନଗିରି ଜିଲ୍ଲାରେ ମରୁଡ଼ି ପରିସ୍ଥିତି

ମାଲକାନଗିରି  : କେଉଁଠି ଜମି ଫାଟି ଆଁ କରିଛି ତ, ଅାଉ କେଉଁଠି ପୋଡ଼ି ଶୁଖିଗଲାଣି ଧାନଗଛ। ପୁଣି କେଉଁଠି ଅଗାଡିରେ ଭର୍ତ୍ତି ହୋଇଛି ଧାନ କେଣ୍ଡା। ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକର ଅନେକ ଗାଁର ଚାଷଜମିର ଏବେ ଏଭଳି ପରିସ୍ଥିତି। କିଛିଦିନ ତଳେ ମାଲକାନଗିରି ଜିଲ୍ଲାରେ ବନ୍ୟା ହୋଇ ଜମି ବାଲି ଚରି ଯାଇଥିବାବେଳେ ବର୍ତ୍ତମାନ ପାଣି ଅଭାବରୁ ଜମିଗୁଡିକର ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ସେପଟେ ପେଟ ପାଟଣା ସାଙ୍ଗକୁ ଋଣ ପରିଶୋଧ […]

  • Friday, 16 July 2021
jaypur
ଜୟପୁରରେ ଡାକ୍ତର-ଓକିଲ ବିବାଦ

କୋରାପୁଟ : ପୁଲିସ-ଓକିଲ ବିବାଦରେ ସାରା ରାଜ୍ୟ ଯୁଝି ହେବା ପରେ ଏବେ କୋରାପୁଟ ଜୟପୁରରେ ଡାକ୍ତର-ଓକିଲ ବିବାଦ ଦେଖାଦେଇଛି। ଅାଇନଜୀବୀ ସତ୍ୟବ୍ରତ ପାଢ଼ୀ ୧୪ ତାରିଖ ଦିନ ନିଜର ୬ ମାସର ଝିଅକୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ଚିକିତ୍ସା ସତ୍ତ୍ୱେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସତ୍ୟବ୍ରତ ଉପସ୍ଥିତ ଭେଷଜ ବିଶେଷଜ୍ଞ ପ୍ରଶାନ୍ତ ସାମଲଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ହାତାହାତି ଯାଏ ଯାଇଥିଲା। ଏହାପରେ ଡାକ୍ତର ସାମଲ […]

  • Friday, 16 July 2021
temple-up
ରାଧାପାଦ ଦର୍ଶନକୁ ନେଇ ସାକ୍ଷୀଗୋପାଳ ମନ୍ଦିରରେ ବିବାଦ

ପୁରୀ  : ଅାସନ୍ତାକାଲି ଅଁଳା ନବମୀ, ରାଧାପାଦ ଦର୍ଶନ। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ, ଏବେ ଏହାକୁ ନେଇ ସମସ୍ୟା । କମିଶନରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ପାଉଣାକୁ ନେଇ ଏହି ବିବାଦ ଦେଖାଦେଇଛି। ଗୋପାଳବଲ୍ଲବ ନୀତି ପରେ ଅନ୍ୟ ନୀତିକୁ ବନ୍ଦ କରି ସେବାୟତମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଛନ୍ତି। ପାଉଣା ବାବଦକୁ ୫ଲକ୍ଷ ଟଙ୍କା ପ୍ରଦାନ କରିବା ସହ ଭିଅାଇପି ଟିକଟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେବାୟତମାନେ […]

  • Friday, 16 July 2021
tara
ଦାରୁ ଫିକ୍ସିଂ ଅଭିଯୋଗ ପ୍ରସଙ୍ଗ : ସିବିଅାଇ ତଦନ୍ତ ଦାବି କଲେ ତାରା ବାହିନୀପତି

ଭୁବନେଶ୍ୱର : ଦାରୁ ଫିକ୍ସିଂ ଅଭିଯୋଗର ସିବିଅାଇ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି, ଏଥିରେ ବହୁତ ବଡ଼ ବଡ଼ ଲୋକ ଜଡ଼ିତ ଅଛନ୍ତି। ତେଣୁ ସିବିଅାଇ ତଦନ୍ତ କଲେ ହିଁ ପ୍ରକୃତ ତଥ୍ୟ ପଦାକୁ ଅାସିବ। ସେପଟେ ବିଜେପି ବିଧାୟକ କେଭି ସିଂହଦେଓ କହିଛନ୍ତି, ଏହି ସରକାରରେ କୌଣସି ତଦନ୍ତ ରିପୋର୍ଟ ପଦାକୁ ଅାସେନି। ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଅାଇନ ମନ୍ତ୍ରୀ ପ୍ରତାପ ଜେନା। […]

  • Friday, 16 July 2021
11
ରାୟଗଡ଼ାରେ ପୁଣି ମନ୍ଦିରରୁ ଚୋରି

ରାୟଗଡ଼ା: ଗତକାଲି ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡ଼ାର ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ବିଗ୍ରହ ଚୋରି ହେବାର ୨୪ ଘଣ୍ଟା ନପୂରୁଣୁ ପୁଣି ଜିଲ୍ଲାର ଆଉ ଏକ ମନ୍ଦିରରୁ ମା’ଙ୍କ ମୁକୁଟ ଚୋରି ହୋଇଛି। ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରେ ଥିବା ବିମଳା ମନ୍ଦିରରୁ ମା’ଙ୍କ ରୂପା ମୁକୁଟ ଚୋରି ହୋଇଥିଲା। ପରେ ଚୋରକୁ ଧରା ଯିବାସହ ଓ ତା’ ପାଖରୁ ମୁକୁଟ ଉଦ୍ଧାର କରାଯାଇଥିଲା। ଆଜି ସକାଳେ ବିମଳା ମନ୍ଦିରର ପୂଜକ ଆଳତି ସାରି […]

  • Friday, 16 July 2021
bike
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ: ପାହାଡ଼ ନିକଟରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ହରଣପଦର ପଞ୍ଚାୟତ ନିକଟରେ ଥିବା ମାଗୁରା ପାହାଡ଼ ନିକଟରୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ନାୟକ (୨୮)। ତାଙ୍କ ଘର ଭେଙ୍କଟରାଇପଲ୍ଲୀ ଗାଁରେ ବୋଲି ଜଣାପଡ଼ିଛି। ମୃତଦେହ ପାଖରେ ଏକ ବାଇକ୍ ପଡ଼ି ରହିଥିବା ଦେଖିବାକୁ ମିଳିଛି। ତେବେ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର ପ୍ରକୃତ […]

  • Friday, 16 July 2021
assembly
ଅାସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ ଅାରମ୍ଭ

ଭୁବନେଶ୍ୱର : ଅାସନ୍ତାକାଲିଠୁ ଅାରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ତା ପୂର୍ବରୁ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ବିରୋଧୀ କଂଗ୍ରେସ ହାତରେ ଏଥର ପ୍ରସଙ୍ଗର ଲମ୍ବା ତାଲିକା । ତେବେ ଚାଷ ଓ ଚାଷୀ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବ ଦଳ। ସେହିଭଳି ବେକାରୀ ସମସ୍ୟା, ଶିକ୍ଷକ ଅାନ୍ଦୋଳନ ଓ ରାସନ କାର୍ଡ ବଣ୍ଟନରେ ଅନିୟମିତତା ସହ ଅାମ ଗାଁ ଅାମ ବିକାଶ କାର୍ଯ୍ୟକ୍ରମ ଓ ବିଜୁ ଯୁବ […]

  • Friday, 16 July 2021
mla
ପିଠା କାର୍ଯ୍ୟକ୍ରମରେ ବିଧାୟକ ହଟହଟା

ଭୁବନେଶ୍ୱର: ପିଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ବିଧାୟକଙ୍କୁ ହଟହଟା ହେବାକୁ ପଡ଼ିଛି। ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ଚକସାର୍ଥ ପଞ୍ଚାୟତ କାର୍ଯ୍ୟାଳୟରେ ପିଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ବିଧାୟକ ଜୀବନ ପ୍ରଦୀପ ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ। ତେବେ ଅଞ୍ଚଳରେ ଏଲ୍‌ଇଡି ବଲ୍‌ବ ବଣ୍ଟନ ପ୍ରସଙ୍ଗକୁ ନେଇ ହିତାଧିକାରୀ ପାଟି ତୁଣ୍ଡ କରିଥିଲେ। ଏପରିକି ବିପିଏଲ୍ ଚାଉଳ ଯୋଜନାକୁ ନେଇ ବି ଲୋକେ ବିଧାୟକଙ୍କୁ ଘେରିଥିଲେ। ବଢୁଥିବା ବିରୋଧକୁ ଦେଖି ବିଧାୟକ […]

  • Friday, 16 July 2021
make in
ସରିଲା ମେକ୍ ଇନ୍‌ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ

ଭୁବନେଶ୍ୱର : ଶେଷ ହୋଇଛି ୫ ଦିନ ଧରି ଚାଲିଥିବା ମେକ୍ ଇନ୍‌ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ। ଅାଜି ଉଦ୍‌ଯାପନୀ ଦିବସରେ ବାୟୋଟେକ୍ନୋଲୋଜି ଏବଂ ମିଡିଅା ଓ ମନୋରଂଜନ କ୍ଷେତ୍ରରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ଅଧିବେଶନ। ସେପଟେ ସରକାର ଦାବି କରୁଥିବା ଶିଳ୍ପ ମହାକୁମ୍ଭକୁ ଅାଜି ପୂର୍ବତନ ଶିଳ୍ପ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ପ୍ରତାରଣାର ମୁହାକୁମ୍ଭ ବୋଲି କହି ପୁଞ୍ଜିନିବେଶର ବାସ୍ତବତାକୁ ନେଇ ପ୍ରଶ୍ନ କରିଛନ୍ତି। ସାଧାରଣ ପ୍ରକିୟା ଭିତରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ପୁଞ୍ଜିନିବେଶ ପାଇଁ […]

  • Friday, 16 July 2021
tiger-up
ସୁନ୍ଦରୀ ବିବାଦ ଥଣ୍ଡା ନପଡୁଣୁ ପୁଣି ସାତକୋଶିଅା ଅଡୁଅା

ଭୁବନେଶ୍ୱର : ମରିପଡ଼ିଛି ମହାବଳ। ସାତକୋଶିଅାର ଘନ ଜଙ୍ଗଲରେ ପଡ଼ିଛି ମୃତଦେହ। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ମହାବଳର ମୃତ୍ୟୁ ସଂପର୍କରେ ଜଣାପଡିଥିଲା। ରାଇଗୋଡ଼ାରୁ ନୂଅାଗଡ଼ ରାସ୍ତାର ୫ଶହ ମିଟର ଦୂରରେ ପଡିଥିବା ବାଘର ମୃତଦେହକୁ ଉଦ୍ଧାର କରିଥିଲା ଜଙ୍ଗଲ ବିଭାଗ। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମହାବଳର ବେକରେ ଅାଘାତ ଲାଗିଥିଲା। ଏହା ପ୍ରାୟ ୫ ଦିନ ତଳର। ଏହା ସଂକ୍ରମଣ ହୋଇ ଘା’ ହେବା ସହ ପୋକ ହୋଇଯାଇଥିଲା। ଯେଉଁଥିପାଇଁ ବାଘର ମୃତ୍ୟୁ […]

  • Friday, 16 July 2021
arrest
ମହିଳା ପ୍ରଶିକ୍ଷାର୍ଥୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ରାଉରକେଲା  : ମହିଳା ପ୍ରଶିକ୍ଷାର୍ଥୀଙ୍କୁ ଅସଦାଚରଣ ଅଭିଯୋଗ ମହଙ୍ଗା ପଡ଼ିଲା। ରାଉରକେଲା ଗ୍ରାମୀଣ ସ୍ୱରୋଜଗାର ଯୋଜନା ପ୍ରତିଷ୍ଠାନର ନିର୍ଦ୍ଦେଶକ ରଂଜନ କୁମାର ନନ୍ଦୀ ଗିରଫ। ଅଭିଯୋଗ ଅନୁସାରେ ସିଭିଲ ଟାଉନସିପ୍‌ ସ୍ଥିତ ଏହି ପ୍ରତିଷ୍ଠାନରେ ମୋଟ ୩୪ ଝିଅ ହଷ୍ଟେଲରେ ରହି ସିଲେଇ ଓ ଅନ୍ୟାନ୍ୟ ତାଲିମ ନେଉଛନ୍ତି। ତେବେ ପ୍ରତିଷ୍ଠାନର ନିର୍ଦ୍ଦେଶକ ରଂଜନ ଅଚାନକ ହଷ୍ଟେଲରେ ପ୍ରବେଶ କରିବା ସହ ବିଭିନ୍ନ ବାହାନା ଦେଖାଇ ଅନ୍ତେବାସୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିବା ଅଭିଯୋଗ ହୋଇଛି। ଏଥିରେ […]

  • Friday, 16 July 2021