• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

governner
ସମସ୍ତ ଗଣମାଧ୍ୟମର ସମ୍ପାଦକଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର  : ଭୁବନେଶ୍ୱର ରାଜଭବନରେ ସମସ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକଙ୍କୁ ଭେଟିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଅବସରରେ ସବୁ ବିଶ୍ୱବିଦ୍ୟାଳୟରେ ନୈତିକ ଶିକ୍ଷା ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ ରାଜ୍ୟପାଳ। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ‘ଲିଅନ୍’ ବ୍ୟବସ୍ଥା ଉଚ୍ଛେଦ କରିବା ଉଚିତ୍ ବୋଲି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ କହିଥିଲେ। ଏଥିସହ ଅନୁସୂଚିତ ଜନଜାତିର ଲୋକେ କିପରି ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହର କରିପାରିବେ, ତା […]

  • Friday, 16 July 2021
vishal dev
ବିଶାଲ ଦେବଙ୍କ ଅାଚରଣକୁ ତୀବ୍ର ଭର୍ତ୍ସନା କଲେ ସାମ୍ବାଦିକ ଓ ବିଭିନ୍ନ ବର୍ଗର ଲୋକ

ଭୁବନେଶ୍ୱର : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାରକୁ ନେଇ ସାରା ରାଜ୍ୟରେ ତେଜିବାରେ ଲାଗିଛି କ୍ଷୋଭ ଓ ଅସନ୍ତୋଷ। ରାଜ୍ୟର ସବୁ ଅଞ୍ଚଳର ସାମ୍ବାଦିକମାନେ ଏହି ଘଟଣାକୁ ଭର୍ତ୍ସନା କରିଛନ୍ତି। କହିଛନ୍ତି, ଓଟିଭି କୌଣସି ଭୁଲ୍‌ କରି ନାହିଁ ବରଂ କ୍ରୀଡ଼ା ସଚିବ ଓଟିଭି ସାମ୍ବାଦିକଙ୍କୁ ଏପରି  ବ୍ୟବହାର କରି ବଡ଼ ଭୁଲ୍ କରିଛନ୍ତି। ଗଣମାଧ୍ୟମକୁ କିଭଳି ବ୍ୟବହାର ଦେଖାଇବା ଉଚିତ, ତାହା ବରିଷ୍ଠ ପ୍ରଶାସକ ଶିଖିବା ଉଚିତ ବୋଲି ମତ ଦେଇଛନ୍ତି ସାମ୍ବାଦିକ ଓ […]

  • Friday, 16 July 2021
swept-up
ଡଙ୍ଗା ସହ ସେଲ୍‌ଫି ନେବା ବେଳେ ଭାସିଗଲେ ୨ ଯୁବକ

ବାଲେଶ୍ୱର  : ଡଙ୍ଗା ସହ ସେଲ୍ଫି ନେବା ବେଳେ ଭାସିଗଲେ ୨ ଜଣ ଯୁବକ। ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଏହି ଅଘଟଣ ଘଟିଛି। ଦୁଇଜଣ ଯୁବକ ଡଙ୍ଗା ଭସାଇବା ପରେ ପାଣି ଭିତରେ ଏହାର ସେଲ୍ଫି ନେଉଥିଲେ। ଏତିକି ବେଳେ ନିୟନ୍ତ୍ରଣ ହରାଇ ସମୁଦ୍ରରେ ଭାସିଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା NDRF ଟିମ୍ ଉଭୟଙ୍କୁ ଉଦ୍ଧାର କରି କୂଳକୁ ଅାଣିଥିଲ।

  • Friday, 16 July 2021
election
ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର: ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଭୋଟର ତାଲିକା ସଂଶୋଧନ ପରେ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ବୃଦ୍ଧି ହୋଇଛି। ଏବେ ରାଜ୍ୟର ଭୋଟର ସଂଖ୍ୟା ୩ କୋଟି ୧୮ ଲକ୍ଷ ୭୮୭ ରହିଛି। ସଂଶୋଧନ ପୂର୍ବରୁ ଭୋଟର ସଂଖ୍ୟା ୩, ୧୨, ୫୨, ୩୩୩ ଥିଲା। ଏହି ସଂଖ୍ୟା ବଢ଼ି ୫ ଲକ୍ଷ ୩୯ ହଜାର ୪୫୪ ହୋଇଛି। ଭୋଟର ତାଲିକାରେ ୧୧, ୯୮, ୮୧୯ ଭୋଟର ଅନ୍ତର୍ଭୁକ୍ତ ହୋଇଛନ୍ତି। ତେବେ ୬ […]

  • Friday, 16 July 2021
mahila
ବିଜେପି ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ

ଭୁବନେଶ୍ୱର : ପିପିଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଚୁଡ଼ି ପିନ୍ଧା ଅଭିଯାନରେ ବିଜେପି ମହିଳା ମୋର୍ଚ୍ଚାର ନେତା ଓ କର୍ମୀ ସାମିଲ ହୋଇଥିଲେ। ସେମାନେ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ୍‌ ମହିଳା କର୍ମୀଙ୍କୁ ଅଟକାଇଥିଲା। ଲୋୟର ପିଏମ୍‌ଜି, ସଚିବାଳୟ ଓ ଶିଶୁଭବନ ଛକରେ ହଜାର ହଜାର ସଂଖ୍ୟାରେ ମହିଳା କର୍ମକର୍ତ୍ତା ସରକାରୀ ବିରୋଧୀ ସ୍ଲୋଗାନ୍‌ ଦେଇ ବିକ୍ଷୋଭ କରିଥିଲେ। […]

  • Friday, 16 July 2021
kalinga baliyatra
କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ମଞ୍ଚରେ ପ୍ରତାପଙ୍କୁ କଟାକ୍ଷ କଲେ ଦାମ

ପାରାଦୀପ : ପାରାଦୀପରେ ଗତକାଲି ଉଦଘାଟିତ ହୋଇଛି କଳିଙ୍ଗ ବାଲିଯାତ୍ରା। ତେବେ ଏହି  ଉଦଘାଟନ ବେଳେ ତୁତୁ ମେମେ ଦେଖିବାକୁ ମିଳିଛି। ମଞ୍ଚରେ ଉପସ୍ଥିତ ଥିବା ଅତିଥି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ଥାନୀୟ ବିଧାୟକ ଦାମୋଦର ରାଉତ କଟାକ୍ଷ କରିଛନ୍ତି। ପ୍ରତାପ ଅାଗ ନିଜ ଘର ସମ୍ଭାଳନ୍ତୁ ବୋଲି ଭାଷଣ ଛଳରେ କହିଥିଲେ ଦାମ. କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ବେଳେ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ ପାରାଦୀପ ବିଧାୟକ ଦାମୋଦର ରାଉତ ଓ ମନ୍ତ୍ରୀ ପ୍ରତାପ ଜେନା। […]

  • Friday, 16 July 2021
plfi
ଏନ୍‌କାଉଣ୍ଟରରେ PLFI କମାଣ୍ଡର ବିଜୟ ଡାଙ୍ଗ ମୃତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କୁ ସଫଳତା। କୋଲାବିରା ଝପଲା ଜଙ୍ଗଲରେ PLFI କମାଣ୍ଡର ବିଜୟ ଡାଙ୍ଗକୁ ଏନ୍‌କାଉଣ୍ଟର କରିଛନ୍ତି ଯବାନ। PLFI କମାଣ୍ଡର ବିଜୟ କିଛି ଦିନ ଧରି ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ବେଶ୍ ସକ୍ରିୟ ଥିଲା।ବିଭିନ୍ନ ଅପରାଧିକ ମାମଲା ବିଜୟ ନାଁରେ ରହିଛି। ମୃତ PLFI କମାଣ୍ଡରର ଘର ସୁନ୍ଦରଗଡ଼ ରାୟବଗା ଅଞ୍ଚଳରେ ବୋଲି ସୂଚନା ମିଳିଛି।

  • Friday, 16 July 2021
hbisyali 2
କାର୍ତ୍ତିକ ମାସର ଶେଷ ଦିନ ; ଅାଜି ସରୁଛି ହବିଷ୍ୟାଳିଙ୍କ ବ୍ରତ

ପୁରୀ : ଅାଜି କାର୍ତ୍ତିକ ମାସର ଶେଷ ଦିନ। ଶେଷ ହେଉଛି ହବିଷ୍ୟାଳିଙ୍କ ବ୍ରତ। ଅନେକ ହବିଷ୍ୟାଳି ପୁରୀରେ ମାସ ଯାକ ରହି ବ୍ରତ ପାଳନ କରୁଥିଲେ। ଅାଜି ସେମାନେ ବ୍ରତ ସାରି ଘରକୁ ବାହୁଡ଼ି ଯିବେ। କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କୁ ଶ୍ରୀଜିଉଙ୍କ ଅପୂର୍ବ ରାଜରାଜେଶ୍ୱର ବେଶ ଦର୍ଶନ କରିବାର ସୁଯୋଗ ମିଳିଛି। ଠିକ୍ ସମୟରେ ରୀତିନୀତି ସଂପନ୍ନ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ବିଳମ୍ବିତ ରାତିରୁ ଦ୍ୱାରଫିଟା ହୋଇଛି।   ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା […]

  • Friday, 16 July 2021
p2
ଟ୍ରକ୍‌-ବାଇକ୍‌ ଧକ୍କା; ଜଣେ ମୃତ, ଜଣେ ଗୁରୁତର ଆହତ

ପାରାଦୀପ: ପାଞ୍ଚ ନମ୍ବର (କ) ଜାତୀୟ ରାଜପଥର ହାତୀଟାଙ୍କି ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପ ଆଡ଼କୁ ଯାଉଥିବା ଟ୍ରକ୍‌ ଧକ୍କାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଅଞ୍ଜନ ଦାସ। ଆହତଙ୍କ ନାଁ ତପନ ସାହୁ। ତପନଙ୍କ ଘର ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗାଁରେ ହୋଇଥିବା ବେଳେ ଛେଡ଼କାଣୀ ଗାଁରେ ଅଞ୍ଜନଙ୍କ ଘର। ଉଭୟ […]

  • Friday, 16 July 2021
boita
କାର୍ତ୍ତିକ ପୂର୍ଣ୍ଣିମାରେ ଭୋର୍‌ରୁ ଚାଲିଛି ଡଙ୍ଗା ଭସାଣ

ଭୁବନେଶ୍ୱର : ଆ କା ମା ବୈ … ପାନ ଗୁଅା ଥୋଇ … କାର୍ତ୍ତିକ ପୂର୍ଣ୍ଣିମାରେ ଏମିତି କହି ଡଙ୍ଗା ଭସାଣ କରୁଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ବିଭିନ୍ନ ଜଳାଶୟରେ ବଡି ଭୋରରୁ ଭିଡ଼ ଲାଗିଛି। ଲୋକେ ଭୋର୍‌ରୁ ଉଠି ସ୍ନାନ କରି ଜଳାଶୟ ଗୁଡ଼ିକରେ ଡଙ୍ଗା ଭସାଉଛନ୍ତି। ଓଡ଼ିଶାର ପୂର୍ବ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଲୋକେ ଏହି ଡଙ୍ଗା ଭସାଣ କରୁଛନ୍ତି। ନାନା ପ୍ରକାରର ଡଙ୍ଗା। କିଏ କଦଳୀ ପାଟ୍ଟୁକାର ଡଙ୍ଗା ଭସାଇଛି ତ […]

  • Friday, 16 July 2021
a1
ଗଛରେ ପିଟି ହେଲା ସ୍କୁଟି, ଜଣେ ମୃତ, ୨ଜଣ ଆହତ

ଜଗତସିଂହପୁର: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଟି। ଜଗତସିଂହପୁର-ଜୟପୁର ରାସ୍ତାର ରାହାଡ଼ିଙ୍ଗା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏମାନେ ସ୍କୁଟିରେ ଜଗତସିଂହପୁର ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲେ। ଆହତଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତାହତଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଓ ରାସ୍ତା ମରାମତି ଦାବିରେ ସ୍ଥାନୀୟ ଲୋକେ […]

  • Friday, 16 July 2021
aparajita
ବିଜେପିରେ ଯୋଗ ଦେବେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ଆସନ୍ତା ୨୭ ତାରିଖରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇପାରନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିବେ ବୋଲି ଅପରାଜିତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଅବଶ୍ୟ ଏନେଇ ଆନୁଷ୍ଠାନିକ ଭାବେ କିଛି ଖବର ନାହିଁ ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି। ସୂଚନା ଅନୁସାରେ, ସରକାରୀ ଚାକିରିରୁ ଅବସର ନେଇଥିବା ଶ୍ରୀମତୀ ଷଡ଼ଙ୍ଗୀ ଏବେ […]

  • Friday, 16 July 2021
sagaria
ପୁଣି ନରସିଂହଙ୍କ ଗୋହି ଖୋଳିଲେ ସଗରିଆ

ଭୁବନେଶ୍ୱର : ଶାସକ ବିଜେଡି ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଭିତିରିଅା ସଂପର୍କ ଥିବା ପୁଣି ଥରେ ଅଭିଯୋଗ ଅାଣିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ୍ ନେତା କୃଷ୍ଣଚନ୍ଦ୍ର ସଗରିଅା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ କୁନ୍ଦୁଲି ପୀଡ଼ିତାଙ୍କ ଉଦାହରଣ ଦେଇ ସଗରିଅା କହିଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସ୍ ପକ୍ଷରୁ ଅାନ୍ଦୋଳନ ଚାଲିଥିବା ବେଳେ ନରସିଂହ ସେଥିରେ ସାମିଲ ହୋଇନଥିଲେ କି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇନଥିଲେ। ସେହିପରି SC-STଙ୍କ ସମସ୍ୟା ନେଇ ବିଧାନସଭା […]

  • Friday, 16 July 2021
talcher
ଟ୍ରକ୍‌ ମାଲିକଙ୍କ ଦ୍ୱାରା ଅର୍ଥନୈତିକ ଅବରୋଧ

ଅନୁଗୁଳ : ତାଳଚେରରେ ଅର୍ଥନୈତିକ ଅବରୋଧ କରିଛନ୍ତି ଟ୍ରକ୍‌ ମାଲିକ ସଂଘ। ସେମାନଙ୍କ ଅଭିଯୋଗ ହେଲା, ତାଳଚେରର ପ୍ରାୟ ୨ ହଜାର ଟ୍ରକ୍‌ ମାଲିକ ବିଭିନ୍ନ ଶିଳ୍ପାନୁଷ୍ଠାନକୁ କୋଇଲା ଯୋଗାଇ ଥା’ନ୍ତି। କିନ୍ତୁ ଏମ୍‌ସିଏଲ୍ କର୍ତ୍ତୃପକ୍ଷ ଦିନକୁ ଦିନ ସଡ଼କ ପଥରେ କୋଇଲା ପରିବହନ ହ୍ରାସ କରୁଛନ୍ତି। ଏହା ଦ୍ୱାରା କ୍ଷତି ସହୁଛନ୍ତି ଟ୍ରକମାଲିକମାନେ। ପରିବହନ ପାଇଁ ସେମାନଙ୍କୁ କୋଇଲା ମିଳୁ ନାହିଁ। ଫଳରେ ପ୍ରାୟ୨ ହଜାର ଟ୍ରକ୍‌ ମାଲିକ ରୋଜଗାର ହରାଇ ବସିଲେଣି। ନିଜର ସମସ୍ୟା […]

  • Friday, 16 July 2021
paddy 2
ବରଗଡ଼ରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବରଗଡ଼ : ବରଗଡ଼ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ। ଏମିତିକି ଜାଲ କାଗଜ ପତ୍ରରେ ତିଅାରି ହେଉଛି ଜାଲ୍ କାର୍ଡ। ଏହି ଜାଲ କାର୍ଡ ସାହାଯ୍ୟରେ ଦଲାଲମାନେ ସମବାୟ ସମିତି ଜରିଅାରେ ଧାନ ବିକ୍ରି କରୁଥିବା ଅଭିଯୋଗ ଅାଣିଛି। ଫାଇଟ ଅନ୍ ରାଇଟ୍‌ସ ନାମକ ସଂସ୍ଥା ଚାଷୀଙ୍କ ଡକ୍ୟୁମେଣ୍ଟରେ ଦଲାଲମାନେ ନିଜ ନାଁରେ ଜାଲ୍ କାର୍ଡ ପଞ୍ଜୀକରଣ କରୁଥିବା ସଂସ୍ଥା ଅଭିଯୋଗ କରିଛି। ଦଲାଲା, ପେକ୍ସ କର୍ମଚାରୀ ଏବଂ ସମବାୟ ସମିତି କର୍ମଚାରୀଙ୍କ […]

  • Friday, 16 July 2021
jay-panda-up
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କେନ୍ଦ୍ରାପଡ଼ା ଗସ୍ତ

କେନ୍ଦ୍ରାପଡ଼ା  : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅାଜି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଗସ୍ତ କରିଥିଲେ। ମହାକାଳପଡ଼ାର ତେର ଗ୍ରାମର ସାମନ୍ତସିଂହାରପୁର, ବାଲିସାହି, ଏବଂ ପାଟଣା ଗ୍ରାମର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମର ମହିଳାମାନେ ବୈଜୟନ୍ତଙ୍କୁ ବନ୍ଦାପନା କରି ସମ୍ବର୍ଦ୍ଧିତ କରିଥିଲେ। ଏହାସହ ନଦୀରେ ବୁଡି ପ୍ରାଣ ହରାଇଥିବା ତେର ଗାଁର ଦିପ୍ତୀରଞ୍ଜନ ପରିଡ଼ାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲେ ବୈଜୟନ୍ତ।

  • Friday, 16 July 2021
jaypur
୨ଟି ବସ୍ ମୁହାଁମୁହିଁ ଧକ୍କା; ୧୦ ଗୁରୁତର

ନବରଙ୍ଗପୁର : ଉମରକୋଟରେ ୨ଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ୧୦ଜଣ ଗୁରୁତର ହୋଇଛନ୍ତି। ସରକାରୀ ବସ୍ ଓ ଘରୋଇ ବସ୍ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଓଏସଅାରଟିସି ବସ୍ ଉମରକୋଟରୁ ବ୍ରହ୍ମପୁର ଯାଉଥିଲା। ସେହିପରି ଜୟପୁରରୁ ରାଇଘର ଯାଉଥିଲା ଘରୋଇ ବସ୍‌ଟି। ଡାବୁଗାଁ ନିକଟ ଧାମନାଗୁଡ଼ାରେ ମୁହାଁମୁହିଁ ଧକ୍କା ହୋଇଥିଲା। ସମସ୍ତ ଅାହତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

  • Friday, 16 July 2021
pipe loine
ଅାଜି ପାଇପ୍ ଲାଇନ୍ ଗ୍ୟାସର ହେବ ଶୁଭାରମ୍ଭ

ଭୁବନେଶ୍ୱର : ଆଜି ଦେଶର ମୋଟ ୬୩ଟି ଭୌଗୋଳିକ କ୍ଷେତ୍ରରେ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ମୋଦି ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ଭିତରେ ଓଡ଼ିଶାର ୭ଟି ପ୍ରକଳ୍ପ ରହିଛି। ରାଉରକେଲାରେ ସହରୀ ଗ୍ୟାସ୍‌ ବିତରଣ ବ୍ୟବସ୍ଥାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅାରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଓଡ଼ିଶାରେ ଥିବା ଭୌଗୋଳିକ […]

  • Friday, 16 July 2021
dkl
ଢେଙ୍କାନାଳ ଜିଲ୍ଲା ପ୍ରେସ୍ କ୍ଲବ ପକ୍ଷରୁ ଘଟଣାକୁ ନିନ୍ଦା ସହ ପ୍ରତିବାଦ

ଢେଙ୍କାନାଳ : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣାରେ ବିଭିନ୍ନ ଅାଡୁ ଅାସୁଛି ପ୍ରତିବାଦ ସ୍ୱର। ଢେଙ୍କାନାଳ ଜିଲ୍ଲା ପ୍ରେସ୍ କ୍ଲବ୍‌ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ପ୍ରତିବାଦ କରାଯାଇଛି। କ୍ଲବ୍‌ର ସମସ୍ତ ସଦସ୍ୟ ଏବଂ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଥିବା ଅାମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସାମ୍ନାରେ ପ୍ରଦିବାଦ କରିଛନ୍ତି। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଏକ ନିନ୍ଦନୀୟ ଘଟଣା। ଏ ଘଟଣା ନେଇ କ୍ରୀଡ଼ା ସଚିବଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା […]

  • Friday, 16 July 2021
vishal dev
ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣାକୁ OUJର ନିନ୍ଦା

ଭୁବନେଶ୍ୱର : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣାରେ ପ୍ରତିବାଦ ପାଇଁ OUJର ଆହ୍ୱାନ। ଘଟଣାକୁ OUJ ସଭାପତି ପ୍ରସନ୍ନ ମହାନ୍ତି ନିନ୍ଦା କରିବା ସହ ଏଭଳି ଘଟଣାକୁ ପ୍ରତିବାଦ ପାଇଁ ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଅମଲାଙ୍କ ବେଖାତିର ମନୋଭାବକୁ ଗଣମାଧ୍ୟମ ପ୍ରତିନିଧିମାନେ ବିରୋଧ କରିବେ ବୋଲି OUJ କହିଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଓଟିଭି ପ୍ରତିନିଧିଙ୍କୁ ଉଠି ପଳାଇବାକୁ କହିଥିଲେ କ୍ରୀଡ଼ା ସଚିବ ବିଶାଲ ଦେବ। ତାଙ୍କୁ ପ୍ରକୋଷ୍ଠରୁ ବାହାରି ଯିବାକୁ କହିବା […]

  • Friday, 16 July 2021
kendrapara
ରାଜ୍ୟବ୍ୟାପୀ ମହମ୍ମଦ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଅାଜି ମହମ୍ମଦ ଜୟନ୍ତୀ। ଇସଲାମ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ମହମ୍ମଦ ଜୟନ୍ତୀକୁ ଧୁମଧାମରେ ପାଳନ କରିଛନ୍ତି। ଏହି ଅବସରରେ ଭଦ୍ରକରୁ ଜୁଲୁସ ଶୋଭାଯାତ୍ରା ବାହାରିଥିଲା। ଶହ ଶହ ସଂଖ୍ୟାରେ ଲୋକେ ଶୋଭାଯାତ୍ରାରେ ଅାସି ମହମ୍ମଦଙ୍କ ଧର୍ମବାଣୀ ଗାନ କରିଥିଲେ। ବାଲେଶ୍ୱରରେ ମହାଅାଡମ୍ବରରେ ପାଳିତ ହୋଇଛି ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ। ଏହି ଅବସରରେ ଏକ ବିରାଟ ବାଇକ୍ ରାଲି ଦର୍ଘା ଉବଦାନରୁ ବାହାରି ସହର ପରିକ୍ରମା କରିଥିଲା। ଏଥିରେ ସବୁ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ। ସମ୍ବଲପୁରରେ […]

  • Friday, 16 July 2021
bus-tragedy-up
ମହାନଦୀ ବସ୍ ଟ୍ରାଜେଡି : ମୃତକଙ୍କ ପରିବାରରେ ଶୋକର ଛାୟା

କଟକ : ପଞ୍ଚଭୂତରେ ବିଲୀନ ହୋଇଯାଇଛି କଟକ ହୋଲିପୁର ଗାଁର ବସନ୍ତ ପ୍ରଧାନଙ୍କ ମରଶରୀର। ଚାକିରୀ କରୁଥିଲେ ଅନୁଗୁଳରେ। ପୁଅର ଦେହ ଭଲ ନଥିବାରୁ ଘରକୁ ଫେରୁଥିଲେ ବସ୍‌ରେ। ହେଲେ ମହାନଦୀର ମର୍ମନ୍ତୁଦ ଦୁର୍ଘଟଣାରେ ଅାଖି ବୁଜିଲେ ସବୁଦିନ ପାଇଁ। ଅାଉ ଏପଟେ ଏମ୍‌ଟେକ୍‌ରେ ଅାଡମିଶନ ପାଇଁ ସାର୍ଟିଫିକେଟ ଧରି ଘରକୁ ଫେରୁଥିଲେ ନୟାଗଡ଼ର ସୌମ୍ୟରଂଜନ ସାହୁ। ହେଲେ ସେ ଫେରିଲେନି। ବରଂ ଫେରିଛି ତାଙ୍କ ମୃତଦେହ। ଏମିତି ମୃତ୍ୟୁର ବିଭୀଷିକାରେ ଅାରପାରିକୁ ଚାଲିଗଲେ ୧୦ ଜଣ। […]

  • Friday, 16 July 2021
tara-up
ଓଟିଭି ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌କୁ ନେଇ କଂଗ୍ରେସ ଦି ଫାଳ

ଭୁବନେଶ୍ୱର : ଓଟିଭି ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌କୁ ନେଇ କଂଗ୍ରେସ ଦି’ଫାଳ। ଖୋଦ୍ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଅାଣିଥିଲେ ମଧ୍ୟ ଏହା ଦଳୀୟ ନିଷ୍ପତ୍ତି ନୁହେଁ ବୋଲି କହିଛନ୍ତି କଂଗ୍ରେସର ଅଧିକାଂଶ ନେତା। ଏହି ନିଷ୍ପତ୍ତି ପ୍ରେସ୍‌ ସ୍ୱାଧୀନତାର କଣ୍ଠରୋଧ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ। ବିଧାୟକ ନବ ଦାସ ମଧ୍ୟ ସ୍ୱାଧୀକାର ନୋଟିସ୍‌କୁ ନାପସନ୍ଦ କରିଛନ୍ତି। ଗୃହରେ ଯାହା ଘଟିଲା ତାହା ନିନ୍ଦନୀୟ […]

  • Friday, 16 July 2021
brown sugar
ପୁଣି ରାଜଧାନୀରୁ ଧରାପଡିଲା ଧଳା ଜହର

ଭୁବନେଶ୍ୱର : ପୁଣି ରାଜଧାନୀରୁ ଧରାପଡିଲା ଧଳା ଜହର। ବ୍ରାଉନ୍‌ସୁଗାର କାରବାର ପଛରେ ଏକାଧିକ ଅଟୋ ଚାଳକ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଇନ୍ଦ୍ରଧନୁ ମାର୍କେଟ ସ୍ଥିତ ଜନଗହଳି ସ୍ଥାନରେ ବ୍ରାଉନସୁଗାର ବିକ୍ରି କରୁଥିଲା ବେଳେ ପ୍ରାୟ ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିଲା ଅବକାରୀ ବିଭାଗ। ୨ ଜଣ ଅଟୋ ଚାଳକ ଗିରଫ ହୋଇଛନ୍ତି। ବାପୁ ନାମକ ଜଣେ ଅଟୋ ଚାଳକ ଏହି ରାକେଟ୍‌ ଚଳାଉଥିବା ଜଣାପଡିଛି। ଖୋର୍ଦ୍ଧାରୁ ବ୍ରାଉନ୍‌ ସୁଗାର ଅାଣି […]

  • Friday, 16 July 2021
deadbody
ଚନ୍ଦନପୁରରେ ୨ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁରରେ ୨ ଜଣ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳର ବୁଧୁନି ନାୟକ ଓ ବିମଳା ନାୟକ ବୋଲି ଜଣାପଡ଼ିଛି। ଏହି ଦୁଇ ମହିଳା ବନ୍ତଳା ଚନ୍ଦନପୁରର ଏକ କୁକୁଡ଼ାଫାର୍ମରେ କାମ କରୁଥିଲେ। ମଙ୍ଗଳବାର କାମ ସାରିବାପରେ ଦୁଇ ମହିଳା ବାହାରକୁ ଯିବା ସହ ରାତି ୧୧ଟାରେ ଘରକୁ ଫେରିଥିଲେ। ଘରକୁ ଫେରି ଅସୁସ୍ଥ ଅନୁଭବ କରିବା ପରେ ଏ ନେଇ […]

  • Friday, 16 July 2021