• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kharabela
ଉତ୍କଳ ଭାରତ ସଭାପତି ଖାରବେଳଙ୍କୁ ଅାକ୍ରମଣ ଘଟଣା ; ଅଭିଯୁକ୍ତକୁ ତିନି ଦିନିଅା ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ରାୟଗଡ଼ା  : ରାୟଗଡ଼ା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳଙ୍କୁ ଅାକ୍ରମଣ ଘଟଣାରେ ଅାଉ ଜଣଙ୍କୁ ରାୟଗଡ଼ାରୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତି ହେଲେ ପି. ଗୋବିନ୍ଦ ରାଓ। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ସୁମନ୍ତ ନାୟକକୁ ତିନି ଦିନିଅା ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଘଟଣା ପଛରେ ସୁମନ୍ତର କଣ ଉଦ୍ଦେଶ୍ୟ ରହିଛି, ସେ କେଉଁ ଦଳ ସହ ସଂପୃକ୍ତ ଅଛି, ସେ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ […]

  • Friday, 16 July 2021
vimsar 2
ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକଙ୍କ ବିରୋଧରେ ଅାସିଥିବା ଅଭିଯୋଗର ତଦନ୍ତ ଆରମ୍ଭ

ସମ୍ବଲପୁର  : ସମ୍ବଲପୁର ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନ ପୂଜାହାରୀଙ୍କ ବିରୋଧରେ ଅାସିଥିବା ଅଭିଯୋଗର ତଦନ୍ତ ଅାରମ୍ଭ ହୋଇଛି। ତଦନ୍ତ ପାଇଁ ବୁର୍ଲା ମେଡିକାଲରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ବିଭାଗର ୪ ଜଣିଅା ଟିମ୍। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍ ତଦନ୍ତ କରି ରିପୋର୍ଟ ଦେବ। ପୂର୍ବରୁ ତାଙ୍କ ବିରୋଧରେ ଅାସିଥିବା ସମସ୍ତ ଅଭିଯୋଗର ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ। ନିଜେ ଭିମ୍‌ସାର ନିର୍ଦ୍ଦେଶକ ମେଡିକାଲ ଭିତରେ ରୋଗୀଙ୍କ ମୁଣ୍ଡରୁ ଚୁଟି କଟା ଘଟଣା ହେଉ […]

  • Friday, 16 July 2021
puri
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଜାରି ରହିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ହେଉଥିବା ବୈଠକରେ ୮ଟି ପ୍ରସ୍ତାବ ଉପରେ ଅାଲୋଚନା ହେଉଥିବାର ସୂଚନା ମିଳିଛି। ସୁପ୍ରିମ୍‌କୋର୍ଟ ଦେଇଥିବା ୧୨ଟି ଅନ୍ତରୀଣ ନିର୍ଦ୍ଦେଶର କାର୍ଯ୍ୟକାରୀ ଉପରେ ମୁଖ୍ୟତଃ ଅାଲୋଚନା ଚାଲିଥିବା ଜଣାପଡ଼ିଛି। ୧୨ଟି ନିର୍ଦ୍ଦେଶରୁ ୯ଟି ନିର୍ଦ୍ଦେଶ ଛତିଶା ନିଯୋଗର ସହମତିରେ ପ୍ରଶାସନ କାର୍ଯ୍ୟକାରୀ କରିଛି। ହେଲେ ନିର୍ଦ୍ଦେଶ ନମ୍ବର ୧, ୨ ଓ ୧୨ ଉପରେ ସେବାୟତଙ୍କ ଅାପତ୍ତି ରହିଥିଲା। ବଂଶାନୁକ୍ରମିକ ସେବା, […]

  • Friday, 16 July 2021
puri
ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନଙ୍କୁ ଚିଠି ଲେଖିଛି। ଏଥିସହ ନୀତି ସବ୍ କମିଟି ଓ ପରିଚାଳନା କମିଟିର ଅନୁମୋଦନ କ୍ରମେ ପ୍ରସ୍ତୁତ ନୀତି ନିର୍ଘଣ୍ଟ ପଠାଯାଇଛି। ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ନିର୍ଦ୍ଧାରିତ ସମୟରେ କରିବାପାଇଁ ସବୁ ପାଳିଆ ସେବକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଲେଖାଯାଇଛି। କୌଣସି ପରିସ୍ଥିତିରେ ନୀତି ଯେପରି ବିଳମ୍ବ ନହେବ ସେଥିପ୍ରତି ଧ୍ୟାନ ଦେବାସହ ଜାଣିଶୁଣି ନୀତିରେ ବିଳମ୍ବ ଘଟାଇଲେ ଶୃଙ୍ଖଳାଗତ […]

  • Friday, 16 July 2021
kpd
କେନ୍ଦ୍ରାପଡ଼ାରେ ଉଠିଲା କର୍ଫ୍ୟୁ

କେନ୍ଦ୍ରାପଡ଼ା: ଅଶାନ୍ତ କେନ୍ଦ୍ରାପଡ଼ାରେ ଶାନ୍ତି ଫେରାଇ ଆଣିବା ଲାଗି ଗତକାଲି ବସିଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି। ଫଳରେ ପରିସ୍ଥିତି ସୁଧୁରିଥିବାରୁ ସକାଳ ୬ଟାରୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। ତେବେ କର୍ଫ୍ୟୁ ଉଠାଇ ଦିଆଯାଇଥିଲେ ମଧ୍ୟ ୧୪୪ଧାରା ବଳବତ୍ତର ରହିବ। ଗତକାଲି ଦୁଇ ଗୋଷ୍ଠୀଙ୍କ ସହ ଏସ୍‌ପି, କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲାପାଳ ଆଲୋଚନା କରିଥିଲେ। ଏଥିରେ ସହରରେ ଖୁବଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ସମସ୍ତେ ମତ ଦେଇଥିଲେ। ଆଜି ସକାଳ ୯ଟାରେ ଶାନ୍ତି କମିଟି […]

  • Friday, 16 July 2021
paucha
ନୟାଗଡ଼ ଜିଲ୍ଲାରେ ନିମ୍ନମାନର ପାଣି ପାଉଚ୍ ବିକ୍ରି ଅଭିଯୋଗ

ନୟାଗଡ଼  : ପାଣି ବଦଳରେ ମିଳୁଛି ଜହର। ଟଙ୍କା ଖର୍ଚ୍ଚ କରି ଗ୍ରାହକ କିଣୁଥିବା ପାଉଚ୍ ପାଣି ନିଜର ଶୁଦ୍ଧତା ବଜାୟ ରଖୁନଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲାରୁ ଅାସିଛି ଏଭଳି ଅଭିଯୋଗ। ଜିଲ୍ଲାରେ ବିକ୍ରି ହେଉଥିବା ପାଉଚ୍ ପାଣି ଗୁଡିକ ନିମ୍ନମାନର ହୋଇଥିବାବେଳେ ଏଥିରେ ପ୍ୟାକିଙ୍ଗ୍ ଏବଂ ଏକ୍ସପାଏରୀ ତାରିଖ ଲେଖା ନଥିବା ଅଭିଯୋଗ ହୋଇଛି । ଫଳରେ ଏହା କେବେ ତିଅାରି ହୋଇଛି ସେ ସଂପର୍କରେ ଜାଣି ପାରୁନାହାନ୍ତି ଗ୍ରାହକ। ଏପରିକି ପାଉଚ୍ ପାଣିର […]

  • Friday, 16 July 2021
govt-up
୫ ଦିନରେ ଶୀତ ଅଧିବେଶନ ସରିବାକୁ ନେଇ ଆରୋପ ପ୍ରତ୍ୟାରୋପ

ଭୁବନେଶ୍ୱର : ୧୮ଟି କାର୍ଯ୍ୟଦିବସ ପୂର୍ବରୁ କାହିଁକି ବନ୍ଦ ହେଇଗଲା ବିଧାନସଭା ଶୀତ ଅଧିବେଶନ? ପ୍ରସଙ୍ଗକୁ ଡରି ପଳାୟନପନ୍ଥୀ ହେଲେ କି ସରକାର? ନା ଅାଲୋଚନା ପାଇଁ ପ୍ରସଙ୍ଗ ନଥିଲା? ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ କାର୍ଯ୍ୟସୂଚୀରୁ ଜଣା ଯେ, ନଭେମ୍ବର ୧୬ରୁ ଡିସେମ୍ବର ୧୫ ,୨୩ ଦିନ ଶୀତ ଅଧିବେଶନ ପାଇଁ ଧାର୍ଯ୍ୟ ହୋଇଥିଲା କାର୍ଯ୍ୟସୂଚୀ। ହେଲେ ବିଡ଼ମ୍ବନା ୫ ଦିନରେ ସରିଗଲା ଶୀତ ଅଧିବେଶନ। ସେଥିରୁ ପୁଣି ହୋହଲ୍ଲାରେ ଧୋଇଗଲା ୩ ଦିନ। ଶାସକ […]

  • Friday, 16 July 2021
puri
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ପରମ୍ପରା ମୁତାବକ ମହାପ୍ରଭୁଙ୍କ ବନକଲାଗି ନୀତି ହେବ। ପ୍ରାକୃତିକ ରଙ୍ଗରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମୁଖ ଶୃଙ୍ଗାର କରିବେ। ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ଅର୍ଥାତ୍ ୪ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ। କିନ୍ତୁ ଭକ୍ତମାନେ ସେହି ସମୟରେ ବେଢ଼ାରେ ଦର୍ଶନ କରିବେ। ଏହି ସମୟରେ ମୁଖ୍ୟ ମନ୍ଦିର ବନ୍ଦ ରହିବ।

  • Friday, 16 July 2021
gun1
ରାଜଧାନୀରେ ଧରା ପଡିଲେ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ୱର : ରାଜଧାନୀରେ ଧରା ପଡିଲେ ଚୋରା ବନ୍ଧୁକ ବେପାରୀ। ଭୁବନେଶ୍ୱର ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରୁ ୨ ଚୋରା ବନ୍ଧୁକ ବେପାରୀକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ। ଗିରଫ ମାନେ ହେଲେ ଅଜିତ କୁମାର ମହାପାତ୍ର ଓରଫ୍ ବାପି ଓ ସୁଜିତ କୁମାର ଦାସ। ତାଙ୍କ ନିକଟରୁ ଗୋଟିଏ ମାଉଜର ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ବିହାରର ମୁଙ୍ଗେରରୁ ଚୋରାରେ ବନ୍ଧୁକ ଅାଣି ବିକ୍ରି କରୁଥିବା ସୂଚନା ମିଳିଛି। ତେବେ କେବେ ଠାରୁ କେତେ […]

  • Friday, 16 July 2021
k1
କେନ୍ଦ୍ରାପଡ଼ାରେ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଜି ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। କାଳୀମନ୍ଦିର ଛକରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦୁଇ ପକ୍ଷ ମଧ୍ୟରେ ଢେଲାପଥର ମାଡ଼ ହୋଇଥିବା ବେଳେ ପୁଲିସ୍‌ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଛି। ତେବେ ପୁଲିସ୍‌ର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି। ଗତକାଲି ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

  • Friday, 16 July 2021
dadan
୨୦ଜଣ ଦାଦନ ଶ୍ରମିକ ଉଦ୍ଧାର

କୋରାପୁଟ : କୋରାପୁଟର ପଟାଙ୍ଗି ଥାନା ଜିଲ୍ଲାଗୁଣ୍ଠା ଗାଁର ୨୦ ଜଣ ଦାଦାନ ଶ୍ରମିକ କର୍ଣ୍ଣାଟକରୁ ଉଦ୍ଧାର। ବେଙ୍ଗାଲୁରୁ ନିକଟ କୁମ୍ବୁପୋରୁ ଏମାନଙ୍କୁ ଉଦ୍ଧାର କରିଛି ପଟାଙ୍ଗି ପୁଲିସ। ସେମାନଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ ପୁରୁଷ ଓ ୭ ଜଣ ମହିଳା ଶ୍ରମିକ। ରୋଜଗାରର ଲୋଭ ଦେଖାଇ ସେମାନଙ୍କୁ ଦଲାଲ ୩ ମାସ ତଳେ ନେଇଥିଲା। ସେଠାରେ କିନ୍ତୁ ଅଧିକ କାମ ସହିତ ମାଡ ମରାଯାଉଥିଲା। ଶ୍ରମିକଙ୍କ ମଧ୍ୟରୁ ଜଣେ ଠିକାଦାରର କ୍ୟାମ୍ପରୁ ଖସି ଅାସି […]

  • Friday, 16 July 2021
mao
ମାଓ ବିରୋଧୀ ପୋଷ୍ଟର ଠାବ

କନ୍ଧମାଳ  : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରାଇପଙ୍ଗା ଗାଁରେ ମାଓ ବିରୋଧୀ ପୋଷ୍ଟର। ଲାଲବାହିନୀର PLGA ସପ୍ତାହକୁ ବର୍ଜନ କରିବାକୁ ପୋଷ୍ଟରରେ ଅାହ୍ୱାନ କରାଯାଇଛି। ଏଥିସହିତ ମାଓ ବିରୋଧୀ ପୋଷ୍ଟରରେ ଚପଲ ମାଳ ପକାଇ ବିରୋଧ କରାଯାଇଛି। ଅାଣ୍ଟି ନକ୍ସଲ ପିପୁଲ୍ସ ପିସ୍ ଫୋରମ କନ୍ଧମାଳ ଜିଲ୍ଲା କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା କୁହାଯାଇଛି।

  • Friday, 16 July 2021
woman
କ୍ଷତାକ୍ତ ଅବସ୍ଥାରେ ମହିଳା ଓ ଜଣେ ଯୁବକ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଗୁଡ଼ିଖାଲ ବ୍ରିଜ୍ ରେଲ୍‌ୱେ କ୍ରସିଂ ନିକଟରୁ ଜଣେ ମହିଳା ଓ ଜଣେ ଯୁବକଙ୍କ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଛି ଅାରପିଏଫ୍ । ଉଦ୍ଧାର ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ମହିଳାଙ୍କ ବାମ ଗୋଡ ଟ୍ରେନ୍‌ ଲାଇନରେ କଟିଯାଇିଛି। ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର ହୋଇଥିବା ଗୁରୁତର ମହିଳା ଜଳେଶ୍ୱର ଥାନା ଗଙ୍ଗାଧରପୁରର ବୋଲି ଜଣାପଡିଛି। ୪ ଦିନ ହେବ ମହିଳା ଜଣଙ୍କ ଘରୁ ଲୁଚି ଚାଲିଅାସିଥିଲେ। ଏ […]

  • Friday, 16 July 2021
fire
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୧ ବଖରା ଘର

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ। ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ର ଚିନ୍ତାଲଗୁଡ଼ା ଗାଁରେ ନିଆଁ ଲାଗି ୨୧ ବଖରା ଘର ଜଳି ଯାଇଛି। ଫଳରେ ସାତୋଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଚିନ୍ତାଲଗୁଡ଼ା ଗାଁରେ ହଠାତ୍ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

  • Friday, 16 July 2021
fire
ପାରିବାରିକ କଳହର କରୁଣ ପରିଣତି: ନିଆଁରେ ପୋଡ଼ି ହୋଇ ଆଖି ବୁଜିଲା ଝିଅ, ବାପା ମା’ ଗୁରୁତର

ବରଗଡ଼: ପାରିବାରିକ କଳହର କରୁଣ ପରିଣତି। କଳହ ଯୋଗୁ ଏକ ଛଅ ବର୍ଷର ଶିଶୁ କନ୍ୟା ପୋଡ଼ି ହୋଇ ପ୍ରାଣ ହରାଇଥିବା ବେଳେ ଶିଶୁ କନ୍ୟାର ବାପା ମା’ ଗୁରୁତର ହୋଇ ହସ୍ପିଟାଲ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ କୁକେତିରା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର କୈଳାସ ସାହୁ ଓ ସ୍ତ୍ରୀ କସ୍ତୁରୀ ନିଜ ଝିଅ ସହ କୁକେତିରାରେ […]

  • Friday, 16 July 2021
p1
କାର୍ଯ୍ୟକ୍ରମକୁ ଆସିଲେନି ସାଂସଦ; ଅସନ୍ତୋଷ ପ୍ରକାଶ କଲେ ବିଜେଡି କର୍ମୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଉପରେ ବିଜେଡି କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତ୍ରିବେଦୀ ପାର୍କ ପାଖରେ ‘ମୋ ଭବିଷ୍ୟତ ସୁରକ୍ଷା ସ୍ୱାକ୍ଷର’ ଅଭିଯାନ ଚାଲିଥିଲା। ଏଥିରେ ଯୋଗଦେବାକୁ ପ୍ରତ୍ୟୁଷାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ପ୍ରତ୍ୟୁଷା ବାଲିଗୁଡ଼ାରେ ଥାଇ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନ ଆସିବାରୁ ବ୍ଲକ୍ ସଭାପତି ଟୁନା ଦାସଙ୍କ ସମେତ ବହୁ କର୍ମୀ ଏହାକୁ ନିନ୍ଦା କରିଥିଲେ। ଏନେଇ ସ୍ଥାନୀୟ ନେତା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି। ପାଖରେ […]

  • Friday, 16 July 2021
r1
ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ ଚଳାଚଳରେ ସଂପ୍ରସାରଣ

ଭୁବନେଶ୍ୱର: ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ ଚଳାଚଳରେ ସଂପ୍ରସାରଣ କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ କିଛି ଟ୍ରେନ୍‌କୁ ସଂପ୍ରସାରଣ କରାଯାଇଛି। ରାଉରକେଲା ଓ କୋରାପୁଟ ମଧ୍ୟରେ ଚଳାଚଳ କରୁଥିବା ରାଉରକେଲା-କୋରାପୁଟ ଏକ୍ସପ୍ରେସ୍‌କୁ ଛତିଶଗଡ଼ର ଜଗଦଲପୁର ଯାଏ ସଂପ୍ରସାରଣ କରାଯାଇଛି। ଏହାସହ ଜୟପୁର ଓ କୋଟପାଡ଼ ରୋଡ୍‌ରେ ଷ୍ଟପେଜ୍‌ ରଖାଯାଇଛି। ପୁରୀରୁ କେନ୍ଦୁଝରର ବଡ଼ବିଲ ପର୍ଯ୍ୟନ୍ତ ଚାଲୁଥିବା ପୁରୀ-ବଡ଼ବିଲ ଏକ୍ସପ୍ରେସ୍‌କୁ ରାଉରକେଲା ଯାଏ ସଂପ୍ରସାରଣ କରାଯାଇଛି। କଟକ ଓ ବ୍ରହ୍ମପୁର ମଧ୍ୟରେ ଯାତାୟତ କରୁଥିବା ମେମୁ ଟ୍ରେନ୍‌କୁ ଆନ୍ଧ୍ରପ୍ରଦେଶର ଇଛାପୁରମ୍‌ […]

  • Friday, 16 July 2021
baijayanta
ବୈଜୟନ୍ତ ପଣ୍ଡାଙ୍କ ମାହାଙ୍ଗା ବ୍ଲକ୍‌ କଲ୍ୟାଣପୁର ଗାଁ ଗସ୍ତ

କଟକ  : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ କଲ୍ୟାଣପୁର ଗାଁ ଗସ୍ତ କରି ରହିମ ଖାନଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରହିମଙ୍କ ପରିବାରକୁ ଭେଟି ବୈଜୟନ୍ତ ପଣ୍ଡା ସମବେଦନା ଜଣାଇଛନ୍ତି। ଗତ ୧୬ ତାରିଖ ଦିନ ଗ୍ରାମର ରହିମ ଖାନଙ୍କ ୨ ବର୍ଷର ଶିଶୁପୁତ୍ର ପୋଖରୀରେ  ବୁଡ଼ି ମୃତ୍ୟୁ ବରଣ କରିଥିଲା।  ଏ ନେଇ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗାଁଲୋକଙ୍କ ସହ ମିଶି ଭଲମନ୍ଦ ପଚାରି ବୁଝିଥିଲେ  ବୈଜୟନ୍ତ।

  • Friday, 16 July 2021
hockey
ମାରାଥନ୍‌ରେ ଭାଗ ନେଇଥିବା ଜଣେ ବ୍ୟକ୍ତିଙ୍କର ଚାଲିଗଲା ପ୍ରାଣ

ଖୋର୍ଦ୍ଧା  : ରନ୍ ଫର୍ ହକି ମାରାଥନ୍ ବେଳେ ଅଘଟଣ। ମାରାଥନ୍‌ରେ ଭାଗ ନେଇଥିବା ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଅା ଥାନା କମାଗୁରୁ ପଞ୍ଚାୟତରେ ଘଟିଛି ଏହି ଘଟଣା। ବିଶ୍ୱକପ୍ ହକିର ପ୍ରଚାର ପାଇଁ ବିଜୁ ଯୁବବାହିନୀ ପକ୍ଷରୁ ଏହି ମାରାଥନର ଅାୟୋଜନ କରାଯାଇଥିଲା। ତେବେ  ମାରାଥନ୍‌ରେ ଭାଗ ନେଇଥିବା ବେଲପଦା ଗାଁର କୃଷ୍ଣ ପରିଡା ଦୌଡୁଥିବା ବେଳେ ହଠାତ୍ ପଡିଯାଇଥିଲେ। ତେବେ ସ୍ଥାନୀୟ ସରପଞ୍ଚ ଏବଂ ଯୁବକମାନେ ଅାମ୍ବୁଲାନ୍ସ ଡକାଇ ଖୋର୍ଦ୍ଧା […]

  • Friday, 16 July 2021
nagendra
ଓଟିଭି ପ୍ରତିନିଧିଙ୍କୁ ବିଶାଲ ଦେବଙ୍କ ଦୁର୍ବ୍ୟବହାର ଘଟଣା ; ମୁହଁ ଖୋଲିଲେ ବିଜେଡି ସାଂସଦ

ସମ୍ବଲପୁର : ଓଟିଭି ପ୍ରତିନିଧିଙ୍କୁ ବିଶାଲ ଦେବଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ମୁହଁ ଖୋଲିଲେ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ। ଘଟଣାକୁ ସେ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି। କହିଛନ୍ତି , ଅଫିସରଙ୍କର ମିଡିଅାକୁ ବିରୋଧ କରିବାର ନୈତିକ ଅଧିକାର ନାହିଁ। ବିଶାଲ ଦେବ କାହିଁକି ଏପରି କଲେ ମୁଁ ସେଥିରେ ଅାଶ୍ଚର୍ଯ୍ୟ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗରେ ମଧ୍ୟ ମତପ୍ରକାଶ କରିଛନ୍ତି ସାଂସଦ ନଗେନ୍ଦ୍ର ପ୍ରଧାନ। ସମ୍ବଲପୁର ରାଜ୍ୟର ଦ୍ୱିତୀୟ ରାଜଧାନୀସଦୃଶ। ସମ୍ବଲପୁରରେ […]

  • Friday, 16 July 2021
police
ପୁଲିସକୁ ଚକ୍‌ମା ଦେଇ ନଦୀକୁ ଡେଇଁ ପଡ଼ିଲା ଗିରଫ ଯୁବକ

ରାଉରକେଲା : ଚୋରି ଅଭିଯୋଗରେ ଗିରଫ ଯୁବକକୁ କୋର୍ଟ ଚାଲାଣ ପାଇଁ ପୁଲିସ ଆଣୁଥିଲା। ମାତ୍ର ଅଧାରାସ୍ତାରେ ପୁଲିସକୁ ଚକ୍‌ମା ଦେଇ ନଦୀକୁ ଡେଇଁ ପଡ଼ିଛି ଅଭିଯୁକ୍ତ ଯୁବକ। ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ନଦୀରେ ତାକୁ ଖୋଜୁଛନ୍ତି। ମାତ୍ର ତା’ର ପତ୍ତା ମିଳିନଥିବା ଜଣାପଡ଼ିଛି। ରାଉରକେଲା ଟିମ୍ବର କଲୋନୀରେ ରହୁଥିବା କୁନ୍ଦନ ସାହୁ ଶୁକ୍ରବାର ରାତିରେ କିଛି ସାଥୀଙ୍କ ସହ ଟ୍ରେନରେ ଝାରଖଣ୍ଡର ଚକ୍ରଧରପୁର ଯାଇଥିଲା। ସେଠାରେ ସେ ନନ୍ଦପଡ଼ାର ଭୋଲୁ କର୍ମକାରଙ୍କ ଘରେ ପଶି […]

  • Friday, 16 July 2021
b1
ମହୋଦଧିରେ ସ୍ନାନ କଲେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ କଂସ ମହାରାଜ। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ। ସେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମଠରେ ପହଞ୍ଚିବା ପରେ ମହୋଦଧିରେ ସ୍ନାନ କରିଥିଲେ। ପାପ ମୋଚନ ପାଇଁ ସେ ମହୋଦଧିରେ ସ୍ନାନ କରିଛନ୍ତି। ୧୧ ଦିନ ଧରି ବରଗଡ଼ରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉଦ୍‌ଯାପିତ ହୋଇଛି। କଂସ ବଦ୍ଧ ସହ ପଶ୍ଚିମ ଓଡ଼ିଶାର ଏହି ବିଶାଳ ମହୋତ୍ସବର ଅନ୍ତିମ ଦୃଶ୍ୟକୁ ଦେଖିବାକୁ […]

  • Friday, 16 July 2021
jaga-kalia-up
ଜଗା କାଳିଅାଙ୍କ ଚିକିତ୍ସା ଜାରି ରଖିବାକୁ ନବୀନଙ୍କ ଚିଠି

ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ କନ୍ଧମାଳର ଜଗା କାଳିଅାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ନବୀନ ଚିଠି ଲେଖି ଉଭୟଙ୍କ ଚିକିତ୍ସା ଜାରି ରଖିବାକୁ କହିଛନ୍ତି। ଯେ ପର୍ଯ୍ୟନ୍ତ ଉଭୟେ ସମ୍ପୂର୍ଣ୍ଣ ଫିଟ୍ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଚିକିତ୍ସା କରାଯାଉ ବୋଲି ନବୀନ କହିଛନ୍ତି। ଉଭୟଙ୍କ ଚିକିତ୍ସା ଖର୍ଚ୍ଚ ଦେବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ଚିଠିରେ ଜଣାଇଛନ୍ତି ନବୀନ। ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବାବେଳେ କନ୍ଧମାଳର […]

  • Friday, 16 July 2021
acp nikita
ନିକିତାଙ୍କ ଶାଶୂ ଶ୍ୱଶୁରଙ୍କୁ ଅଧିକ ମହଲତ ଦେଲା ପୁଲିସ୍‌

କଟକ: ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଓରଫ୍‌ ନିକିତା ହତ୍ୟା ମାମଲାରେ ପୁଲିସ୍‌ ତାଙ୍କ ଶାଶୂ, ଶ୍ୱଶୁରଙ୍କୁ ଅଧିକ ମହଲତ ଦେଇଛି। ଚାଉଳିଆଗଞ୍ଜ ପୁଲିସ୍‌ ନିକିତାଙ୍କ ଶାଶୂ ଘର ଲୋକଙ୍କୁ ଅଧିକ ସପ୍ତାହେ ମହଲତ ଦେଇଛି। ୭ ଦିନ ଭିତରେ ସେମାନେ ଯଦି ହାଜର ନହୁଅନ୍ତି ତେବେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପୁଲିସ୍‌ ନିକଟରେ ହାଜର ହେବାକୁ ନିକିତାଙ୍କ ଶ୍ୱଶୂର ଘର ଲୋକେ ଅଧିକ ୧୫ ଦିନ ସମୟ ମାଗିଥିଲେ। ତେବେ ଏହାକୁ ବିଚାର କରି ପୁଲିସ୍‌ ୭ […]

  • Friday, 16 July 2021
kiit
କିଟ୍ ବିଶ୍ୱବିଦ୍ୟାଳୟରେ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୨ ଛାତ୍ରଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ। କମେଣ୍ଟମରାକୁ ନେଇ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ପିଟାପିଟି ପରେ ରଣକ୍ଷେତ୍ର ପାଲଟିଥିଲା କ୍ୟାମ୍ପସ୍। ଟେକା ପଥର, ବାଉଁଶ ଓ କାଠ ଫାଳିଅାରେ ପରସ୍ପରକୁ ଅାକ୍ରମଣ କରିଥିଲେ ଉଭୟ ଗୋଷ୍ଠୀ। କମେଣ୍ଟମରାକୁ ନେଇ ୨ ଦିନ ହେଲାଣି ଉତ୍ତେଜନା ଲାଗି ରହିଥିଲା ତେବେ ଏ ନେଇ କର୍ତ୍ତୃପକ୍ଷ ଧ୍ୟାନ ନଦେବାରୁ ଶେଷରେ ଏଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ କିଟ୍ […]

  • Friday, 16 July 2021