• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

booth
ଭୋଟ୍ ବେଳେ ବୁଥ୍ ରିଗିଂ ଅଭିଯୋଗ ଅାଣିଲା ବିଜେପି

ଭୁବନେଶ୍ୱର : ମୟୂରଭଞ୍ଜ ବିଜାତଳା ବ୍ଲକ୍‌ର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ଉପ-ନିର୍ବାଚନରେ ବୁଥ୍ ରିଗିଂ ଅଭିଯୋଗ। ଶାସକ ବିଜେଡିର ସମର୍ଥକମାନେ ୮ଟି ବୁଥ୍‌ରେ ପଶି ଜବରଦଖଲ ସହ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ କରିଛି ବିଜେପି। ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ୮ଟି ଯାକ ବୁଥ୍‌ରେ ସାନି ନିର୍ବାଚନ ପାଇଁ ଦାବି କରିଛି। ଅାସନ୍ତାକାଲି ଫଳାଫଳ ଘୋଷଣାକୁ ସ୍ଥଗିତ ରଖି ଅନିୟମିତତା ହୋଇଥିବା ବୁଥ୍‌ […]

  • Friday, 16 July 2021
ashwin
ଭିମ୍‌ସାର ନିର୍ଦ୍ଦେଶକଙ୍କ ବିରୋଧରେ ତେଜିଲା ଜେଡିଏ ଅାନ୍ଦୋଳନ

କଟକ : ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ତେଜିଲା ଜୁନିଅର ଡାକ୍ତର ସଂଘର ଅାନ୍ଦୋଳନ । ୪୮ ଘଣ୍ଟା ମଧ୍ୟରେ ଯଦି ପୂଜାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅାନଯାଏ, ତେବେ ରାଜ୍ୟର ୩ଟି ବଡ଼ ଡାକ୍ତରଖାନାରେ କାର୍ଯ୍ୟାବନ୍ଦ ଅାନ୍ଦୋଳନ କରାଯିବ ବୋଲି ଜେଡିଏ ଚେତାବନୀ ଦେଇଛି। ନିର୍ଦ୍ଦେଶକ ପୂଜାହାରୀଙ୍କ ବହିଷ୍କାର ଦାବିରେ ହାଉସ ସର୍ଜନ, ପିଜି ଏବଂ ଅଣ୍ଡର ଗ୍ରାଜୁଏଟ୍ ସହ ସମସ୍ତ ମେଡ଼ିକାଲ ଛାତ୍ରଛାତ୍ରୀ ଅାନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଜେଡିଏ। […]

  • Friday, 16 July 2021
c1
ରାଜ୍ୟରେ ଅସହ୍ୟ ଥଣ୍ଡା

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ରାତିରେ ହଠାତ୍ ତାପମାତ୍ରା ଅସ୍ୱାଭାବିକ ଭାବେ ଖସି ଆସୁଛି। ଗତକାଲି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୧୨ ଡିଗ୍ରୀ ସେଲିସିୟସ୍ ତଳକୁ ଖସିଥିବାବେଳେ ଆଜି ଦାରିଙ୍ଗବାଡ଼ିର ତାପମାତ୍ରା ୬ ଡିଗ୍ରୀ ରହିଥିଲା। ସେହିଭଳି ଫୁଲବାଣୀରେ ତାପମାତ୍ରା ୬ ଦଶମିକ ୮ ଡିଗ୍ରୀ ରହିଥିଲା। ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ମଧ୍ୟ ରାତି ଓ ସକାଳେ ପ୍ରବଳ ଶୀତ ଲହରୀ ଅନୁଭୂତ […]

  • Friday, 16 July 2021
abhijiti-up
ଜେଲରୁ ମୁକୁଳିଲେ ଅଭିଜିତ୍ ଅାୟର

ଭୁବନେଶ୍ୱର : ଜେଲରୁ ମୁକୁଳିଲେ ଅଭିଜିତ୍ ଅାୟର। ହାଇକୋର୍ଟରୁ ଜାମିନ ପରେ ଅାଜି ଅଭିଜିତ୍‌ ଅାୟର ମିତ୍ରଙ୍କୁ ତଳକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଭୁବନେଶ୍ୱର SDJM ଓ କୋଣାର୍କ JMFC କୋର୍ଟ ଅାଜି ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅଭିଜିତଙ୍କୁ ଜାମିନ୍ ମିଳିଥିବା ବେଳେ ଭବିଷ୍ୟତରେ ସେ ଅାଉ ଏଭଳି ଅରୁଚିକର ମନ୍ତବ୍ୟ ନଦେବାକୁ କୋର୍ଟ ସର୍ତ୍ତ ରଖିଥିଲେ। ଭୁବନେଶ୍ୱର ସହିଦନଗର ଥାନା ଓ କୋଣାର୍କ ଥାନାରେ ଅାୟରଙ୍କ ବିରୋଧରେ […]

  • Friday, 16 July 2021
naveen-up
୩୩ ପ୍ରତିଶତ ମହିଳା ସଂରକ୍ଷଣ ଲାଗି ସମର୍ଥନ ଜୁଟାଇବାକୁ ଅଣ୍ଟା ଭିଡ଼ିଲା ବିଜେଡି

ଭୁବନେଶ୍ୱର : ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗରେ ନବୀନଙ୍କୁ ମିଳିବ କି ସମର୍ଥନ ? ୨୨ଟି ରାଜନୈତିକ ଦଳ ମଧ୍ୟରୁ କେଉଁମାନେ କରିବେ ସମର୍ଥନ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଗତକାଲି ସବୁ ଦଳକୁ ବିଜେଡି ପ୍ରତିନିଧି ଭେଟି ସମର୍ଥନ ଲୋଡ଼ିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବା ପରେ ଅାଜି ନବୀନ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମର୍ଥନ ମାଗିଛନ୍ତି। ତେବେ ଜାତୀୟ ରାଜନୀତିରେ ବିଜେଡିର ଅାଭିମୁଖ୍ୟ […]

  • Friday, 16 July 2021
p1
ପାର୍ସଲବୋମା ବିସ୍ଫୋରଣ ମାମଲାରେ ଆଜି ଫାଇନାଲ୍ ଚାର୍ଜସିଟ୍ ଦାଖଲ

ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ବିରୋଧରେ ଆଜି ଫାଇନାଲ୍ ଚାର୍ଜସିଟ୍ ଦାଖଲ ହେବ। ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୧୧ମାସ ଧରି ବିଭିନ୍ନ ଦିଗରୁ ଖୋଳତାଡ଼ କରି ୬୫ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରିଛି। ଯେଉଁଥିରେ ୭୬ଜଣ ସାକ୍ଷୀଙ୍କ ବୟାନ ରହିଛି। ସାଇଣ୍ଟିଫିକ୍ ଟିମ୍, ବିଶେଷଜ୍ଞଙ୍କ ମତ ଓ ମାଳ ମାଳ ତଥ୍ୟ ପାଟଣାଗଡ଼ ଏସ୍‌ଡିଜେଏମ୍ କୋର୍ଟରେ ଆଜି ଦାଖଲ ହେବ। ଗତ […]

  • Friday, 16 July 2021
bjp
ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ରଙ୍କ ନାଁରେ ସଂଗୀନ ଅଭିଯୋଗ

 ଭୁବନେଶ୍ୱର : ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ରଙ୍କ ନାଁରେ ବିଜେପିର ସଂଗୀନ ଅଭିଯୋଗ। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏକ ପ୍ରେସ୍‌ମିଟ୍ କରି କହିଛନ୍ତି, ସସ୍ମିତ୍‌ଙ୍କ ଛତ୍ରଛାୟାରେ ଅଛନ୍ତି ଗୁଡ଼ ନ୍ୟୁଜ୍ ଇଣ୍ଡିଅା ମୁଖ୍ୟ ଫୟାଜ ରେହମାନ।  ସସ୍ମିତ୍‌ଙ୍କ ଜରିଅାରେ ଫୟାଜ ଓଡ଼ିଶାରେ କାୟା ବିସ୍ତାର କରିଥିବା ପ୍ରଭାତୀ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ସେଲଟର ହୋମ୍ ନିର୍ଯାତନା ପ୍ରତିବାଦରେ ବିକ୍ଷୋଭ କରିବ ବିଜେପି। ୭ ଓ ୮ ତାରିଖ ଦୁଇ ଦିନ ଧରି ୩୦ଟି […]

  • Friday, 16 July 2021
childline
ଗଜପତି ଜିଲ୍ଲାରେ ଅଣପଞ୍ଜୀକୃତ ଚାଲିଛି ୪୮ ଶିଶୁ ଗୃହ

ଗଜପତି : ଢେଙ୍କାନାଳରେ ଗୁଡ ନ୍ୟୁଜ୍‌ ଇଣ୍ଡିଅା ଦ୍ୱାରା ପରିଚାଳିତ ସେଲ୍‌ଟର ହୋମ୍‌ରେ ଯୌନ ନିର୍ଯାତନା ଘଟଣା ପଦାକୁ ଅାସିବା ପରେ ହଠାତ୍ ସକ୍ରିୟ ହୋଇଉଠିଛି ଚାଇଲ୍ଡ ଲାଇନ୍। ତୁରନ୍ତ ପଞ୍ଜୀକରଣ କର, ନଚେତ୍ ବନ୍ଦ କର। ଗଜପତି ଜିଲ୍ଲାରେ ପଞ୍ଜୀକୃତ ନହୋଇ ବେଅାଇନ୍ ଭାବେ ୪୮ଟି ଶିଶୁ ଗୃହ ଚାଲିଥିବା ଜଣାପଡିବା ପରେ ସମ୍ପୃକ୍ତ ସଂସ୍ଥା ଗୁଡିକୁ ଏଭଳି ଚେତାବନୀ ଦେଇଛି ପ୍ରଶାସନ। ଜୁଭେନାଇଲ ଜଷ୍ଟିସ୍ ଅାକ୍ଟ ଅନୁସାରେ, ୨୦୧୭ ଡିସେମ୍ବର ସୁଦ୍ଧା ପଞ୍ଜୀକରଣ ବାଧ୍ୟତାମୂଳକ […]

  • Friday, 16 July 2021
meeting--odisha jana mancha
ଓଡ଼ିଶା ଜନ ସଚେତନତା ମଞ୍ଚର ଅାଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱରରେ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ଅାଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତା ଯୋଗ ଦେଇଥିବାବେଳେ ବଲିଉଡ୍ ଅଭିନେତା ପ୍ରକାଶ ରାଜ୍‌ ମଧ୍ୟ ସାମିଲ ହୋଇଥିଲେ। ଓଡ଼ିଶା ଜନ ସଚେତନତା ମଞ୍ଚ ପକ୍ଷରୁ ଅାୟୋଜିତ ଅାଲୋଚନା ଚକ୍ରରେ ଯୋଗଦେଇ ଦେଶରେ ଦେଖା ଦେଇଥିବା ସାମ୍ବିଧାନିକ ସଂକଟ ଓ ଗଣତନ୍ତ୍ର ପ୍ରତି ବିପଦ ଉପରେ ଅତିଥିମାନେ ଅାଲୋଚନା କରିଥିଲେ। ପ୍ରକାଶ ରାଜ୍‌ ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, […]

  • Friday, 16 July 2021
mayurbhanja-1
ଅାରମ୍ଭ ହେଲା ମୟୂରଭଞ୍ଜ ମହୋତ୍ସବ ୨୦୧୮

ବାରିପଦା : ଅାରମ୍ଭ ହେଲା ମୟୂରଭଞ୍ଜ ମହୋତ୍ସବ ୨୦୧୮ । ଗତକାଲି ଏହାର ଉଦ୍‌ଘାଟନୀ ରାଲି ବାରିପଦା ଠାରେ ଅନୁଷ୍ଠିତ ହୋଇଥିଲା। ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଓ ଅସିତ୍‌ ପତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପରେ ଧୁମ୍‌ସାର ତାଳେ ତାଳେ ଅାଦିବାସୀ ନୃତ୍ୟ ପ୍ରଦର୍ଶିତ ହେବା ସହ ଛୋଟ ଛୋଟ ପିଲାମାନଙ୍କ ଡ୍ୟାନ୍ସ ମାଧ୍ୟମରେ ଏହି କାର୍ନିଭାଲ ସୋ’ ସହର ପରିକ୍ରମା କରିଥିଲା। ଏହି ଉତ୍ସବରେ ଶହ ଶହ ଲୋକ ଭିଡ଼ ଜମାଇ ଗୀତନାଚର […]

  • Friday, 16 July 2021
abhijit
ଅଭିଜିତ ଆୟର ମିତ୍ରଙ୍କୁ ମିଳିଲା ଜାମିନ

 ପୁରୀ : ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଜେଲ ଯାଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ ଜାମିନ୍‌ ମିଳିଛି। କୋଣାର୍କ JMFC ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମିଳିଛି। ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଓଡ଼ିଶା ଆସି ବିଧାନସଭା ଗୃହ କମିଟି ଆଗରେ ହାଜର ହେବା ପରେ ଅଭିଜିତ ଆୟର ମିତ୍ରଙ୍କୁ […]

  • Friday, 16 July 2021
meeting
ଅାସନ୍ତା ଶିକ୍ଷା ବର୍ଷରୁ ବଦଳବ +୩ ପିଜି ପାଠ୍ୟକ୍ରମ

ଭୁବନେଶ୍ୱର : ଉଚ୍ଚଶିକ୍ଷାର ମାନବୃଦ୍ଧି ଲାଗି ବ୍ଲୁ-ପ୍ରିଣ୍ଟ । ଏଥିଲାଗି ଶିକ୍ଷା ବ୍ୟବସ୍ଥାରେ ଅଣାଯିବ ସଂସ୍କାର। ଉଚ୍ଚଶିକ୍ଷା ପରିଷଦର ଉଚ୍ଚସ୍ତରୀୟ ବୈଠକରେ ଅାଜି ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁୟାୟୀ ଏଣିକି ସାରା ରାଜ୍ୟରେ ଯୁକ୍ତ ତିନି ପାଇଁ ଲାଗୁ ହେବ ଏକକ ପାଠ୍ୟକ୍ରମ। ସେହିପରି ପିଜି ଅାଡ୍‌ମିଶନ ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଷ୍ଟୁଡେଣ୍ଟସ ଏକାଡେମିକ୍ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ-ସାମ୍‌ସ ଏହି ପ୍ରବେଶିକା ପରୀକ୍ଷା ପରିଚାଳନା କରିବ। ସାରା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଗୋଟିଏ ମାନଦଣ୍ଡରେ […]

  • Friday, 16 July 2021
b1
ସୁନାବେଡ଼ା ଅଭୟାରଣ୍ୟ ଘାଟିରେ ମାଓବାଦୀଙ୍କ ବ୍ୟାନର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ବରକୋଟ ଘାଟିରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏଥିରେ ସରକାରଙ୍କ ଫାଶୀବାଦ ନୀତି ଓ ମୋଦି ସରକାରଙ୍କ ବ୍ରାହ୍ମଣବାଦ ରାଜନୀତିକୁ ବିରୋଧ କରାଯାଇଛି। ଏସବୁ ନୀତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିରୋଧ କରିବାକୁ ପୋଷ୍ଟରରେ ନିବେଦନ କରାଯାଇଛି। ସିଆର୍‌ପିଏଫ୍ କ୍ୟାମ୍ପ ଠାରୁ ୧ କିଲୋମିଟର ଦୂରରେ ଏହି ବ୍ୟାନର୍‌ ଲାଗିଛି। ବ୍ୟାନର୍‌ ଲାଗିବା ଯୋଗୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଘାଟିରେ ଯାନବାହାନ ଚଳାଚଳ ମଧ୍ୟ […]

  • Friday, 16 July 2021
crocodile
ଅଳାଇଲୋ ଗାଁ ନିକଟରୁ କୁମ୍ଭୀରର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡା ମହାକାଳପଡା ବ୍ଲକ୍‌ର ଅଳାଇଲୋ ଗାଁ ନିକଟରୁ ଏକ ମୃତ କୁମ୍ଭୀର ଉଦ୍ଧାର କରାଯାଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ତିନିରୁ ଚାରିଫୁଟ ହେବ। ମୃତ କୁମ୍ଭୀରଟି ଗୋବରୀ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। କୁମ୍ଭୀରଟିର ଶରୀର ପଚିସଢି ଯାଇଥିବାରୁ କିଛି ଦିନ ପୂର୍ବରୁ କୁମ୍ଭୀରଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

  • Friday, 16 July 2021
abhijit
ଅଭିଜିତ୍‌ ଅାୟରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ଅଭିଜିତ ଅାୟର ମିତ୍ରଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ଭୁବନେଶ୍ୱର ସହିଦ ନଗର ଓ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି। ଜାମିନ ବେଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଜାମିନ ମିଳିବା ପରେ ଅଭିଜିତ ଜେଲରୁ ବାହାରିବାର ବାଟ ଫିଟିଛି। ଗତକାଲି ରାଜ୍ୟ ସରକାର ଅଭିଜିତଙ୍କ ବିରୋଧରେ ଥିବା ସବୁ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରେସ୍‌ […]

  • Friday, 16 July 2021
clash
ଖେଳ ଦେଖି ଫେରିବା ବେଳେ ରାସ୍ତାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଡୁମୁରିସାହିରେ ଅଭାବନୀୟ ଘଟଣା ଘଟିଛି। ଖେଳ ଦେଖି ଫେରିବା ରାସ୍ତାରେ ଝଗଡ଼ା ଯୋଗୁ ଗଣ୍ଡଗୋଳ ଓ ଗଣ୍ଡଗୋଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନଦୀଗଡ଼ିଆରୁ ଫୁଟବଲ ଖେଳ ଦେଖି ଫେରିବାବେଳେ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଦୁଇ ଜଣ ଆହତ ହୋଇଥିଲେ। ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଲକ୍ଷ୍ମଣ […]

  • Friday, 16 July 2021
meeting
ରେଲୱେ ଓ ଜିଅାର୍‌ପିର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ରେଲୱେ ଓ ଜିଅାର୍‌ପିର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଯାତ୍ରୀଙ୍କ ସୁରକ୍ଷା, ରେଳବାଇର ଭିତ୍ତିଭୂମିର ବିକାଶ, ନକ୍ସଲ ଅଂଚଳରେ ସୁରକ୍ଷିତ ରେଳ ଚଳାଚଳ ଓ ଭିଅାଇପିଙ୍କ ସୁରକ୍ଷା ପ୍ରସଙ୍ଗରେ ଅାଲୋଚନା ହେଉଛି। ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଥିବା ଏହି ବୈଠକରେ ଅାରପିଏଫର ତିନିଜଣ ଅାଇଜି, ଜିଅାରପିର ଏଡିଜି ଓ ଦୁଇଜଣ ଏସପି ଉପସ୍ଥିତ ଅଛନ୍ତି।

  • Friday, 16 July 2021
bolangiiri-2
ତୀବ୍ର ହେଉଛି ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସଂଗ୍ରାମ

ବଲାଙ୍ଗିର : ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଅାନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି।  ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ଭିତରକୁ ଛାଡି ନାହାନ୍ତି ଅାନ୍ଦୋଳନକାରୀ। ଜିଲ୍ଲାପାଳଙ୍କୁ କଚେରୀ ଗେଟ୍ ନିକଟରୁ ଫେରାଇ ଦେଇଛନ୍ତି। ଜିଲ୍ଲାପାଳଙ୍କର ଅାଜି ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଥିବାବେଳେ ସେ ଏହି ବୈଠକରେ ଯୋଗ ଦେଇପାରିନାହାନ୍ତି। ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ସୋମବାର ଠାରୁ ଚାଲିଛି ଅାନ୍ଦୋଳନ। ଅାନ୍ଦୋଳନକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ, ତହସିଲ ବନ୍ଦ […]

  • Friday, 16 July 2021
dadi
ଢେଙ୍କାନାଳ ଗୁଡ୍ ନ୍ୟୁଜ୍‌ ଇଣ୍ଡିଅା କେଳେଙ୍କାରୀ

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ କେଳେଙ୍କାରୀର ଗୁମର ଖୋଲୁଛି। ଫୟାଜ ରେହମାନଙ୍କୁ ଦୁଇ ଦିନିଅା ରିମାଣ୍ଡରେ ନେଇ ତଥ୍ୟ ଓଗାଳୁଛି ପୁଲିସ୍। ଢେଙ୍କାନାଳ ପୁଲିସ ସେଲଟର ହୋମ୍ ନିର୍ଯାତନା ଘଟଣାରେ ଘନ ଘନ ଜେରା କରି ଚାଞ୍ଚଲ୍ୟକର ତଥ୍ୟ ସଂଗ୍ରହ କରିଛି। ସେଲଟର ହୋମ୍‌ ପକ୍ଷରୁ ବିଭିନ୍ନ ସୂତ୍ରରୁ ବାର୍ଷିକ ପ୍ରାୟ ୧୬କୋଟି ଟଙ୍କା ସଂଗ୍ରହ କରାଯାଉଛି। ଏଥିରୁ ପ୍ରାୟ ୧୪-୧୫କୋଟି ଟଙ୍କା ବିଦେଶରୁ ସଂଗ୍ରହ ହେଉଥିବା ଢେଙ୍କନାଳ ଏସପି ସନ୍ତୋଷ ନାୟକ ସୂଚନା […]

  • Friday, 16 July 2021
raid
ଭିଜିଲାନ୍ସ ଜାଲରେ DRDA ପ୍ରୋଗ୍ରାମିଂ ଅଫିସର

ଭଦ୍ରକ : ଭିଜିଲାନ୍ସ ଜାଲରେ DRDA ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତି। ଅାୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଡିଅାରଡିଏ। ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ଭଦ୍ରକ ନରୀପୁର ସ୍ଥିତ ବାସଭବନ ସହ କୁଆଁସରେ ଥିବା ଶ୍ୱଶୁର ଘର ଓ ଅଫିସରେ ଚଢାଉ ଚାଲିଛି। ଏଥିସହ ଭୁବନେଶ୍ୱର ଓ ପୁରୀ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ରେଡ୍‌ କରୁଛି।

  • Friday, 16 July 2021
jjj-up
ରାଉରକେଲା NITରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରାଉରକେଲା : ରାଉରକେଲା NITରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତ୍ରିରେ ଓ୍ୱାର୍କ୍ସ ଓ ପର୍ଚେଜ୍ ଡିପାର୍ଟମେଣ୍ଟରେ ନିଆଁ ଲାଗିଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ସହିତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଗତ ରାତିରେ ଏହି ନିଆଁ ଲାଗିଥିଲା। କର୍ତ୍ତୃପକ୍ଷ ଜାଣିବା ମାତ୍ରେ ଦମକଳକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଅାସି ନିଆଁକୁ ଅାୟତ୍ତ କରିଛି। ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ […]

  • Friday, 16 July 2021
biju
ବିଜୁ ସ୍ୱାସ୍ଥ୍ୟ ଯୋଜନା ବିଜ୍ଞାପନ ବିବାଦ ପ୍ରସଙ୍ଗ

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ସୋଶାଲ ମିଡିଅାରେ ଏକ ଭିଡିଓ ଭାଇରାଲ ହେବାପରେ, ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଅାଯାଇଛି। ଯୋଜନାକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାକୁ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶିଖାଇ ଏପରି ଭିଡିଓ ତିଅାରି କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅକ୍ଟୋବର ୯ ଏବଂ ୧୦ ତାରିଖରେ ଲକ୍ଷ୍ମଣ କୁମାର ନାମକ ରୋଗୀ ନୂଅାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏହି […]

  • Friday, 16 July 2021
konark festival
କୋଣାର୍କ ଉତ୍ସବ ୨୦୧୮ : ମନ ଜିଣୁଛି ଓଡ଼ିଶୀ ନୃତ୍ୟ

କୋଣାର୍କ : କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚରେ ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଚତୁର୍ଥ ସଂଧ୍ୟାରେ କାର୍ଯ୍ୟକ୍ରମରେ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଅାକୃଷ୍ଟ କରିଥିଲା ଅାସାମର ଅନ୍ୱେଷା ମହନ୍ତ ଓ ସାଥୀ କଳାକାରଙ୍କ ଓଡ଼ିଶୀ ନୃତ୍ୟ। ଇଲିଅାନା ଚିତାରିସ୍ତି, ଶାଶ୍ୱତ ଯୋଶୀଙ୍କ ନୃତ୍ୟାଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା।   ଅାଜି କୋଣାର୍କ ଉତ୍ସବର ଅନ୍ତିମ ଦିନରେ ମୁଖ୍ୟ ଅାକର୍ଷଣ ରହିବ ଅହମ୍ମଦାବାଦର ପଦ୍ମବିଭୂଷଣ କୁମୁଦୁନି ଲାଖିଅା ଓ ସାଥୀ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ।  

  • Friday, 16 July 2021
death
ସଡ଼କ ଦୁର୍ଘଟଣାରେ ଥାନା ଅଧିକାରୀଙ୍କ ମୃତ୍ୟୁ

ରାଉରକେଲା : ସଡ଼କ ଦୁର୍ଘଟଣାରେ ଥାନା ଅଧିକାରୀ ମୃତ। ରାଉରକେଲା ବିଶ୍ରା ଛକରେ ଦୁର୍ଘଟଣା ଘଟି କୁଆଁରମୁଣ୍ଡା ଧାନାଥିକାରୀ ମନୋଜ କୁମାର ନାୟକଙ୍କ ମୃତ୍ୟୁ ଘଟିଛି। ବିଳମ୍ବିତ ରାତ୍ରିରେ ଡ୍ୟୁଟି ସାରି ଫେରିବାବେଳେ ଦୁର୍ଘଟଣା ଘଟିଥିଲା। ବିସ୍ରା ଛକରେ ଡିଭାଇଡରରେ କାର୍‌ ପିଟି ହୋଇ ଦୁର୍ଘଟଣା ଘଟିଥିଲା।  

  • Friday, 16 July 2021
land
ବିଭିନ୍ନ ଦାବି ନେଇ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ରାଜ୍ୟର ସମସ୍ତ  ମହାନଗର ନିଗମରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ଦାବି କରିଛି ଓଡ଼ିଶା ବସ୍ତି ସଂଘର୍ଷ ସମିତି। ଏନେଇ ରାଜଧାନୀର ଗାନ୍ଧି ମାର୍ଗରେ ସମିତ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ସରକାର ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଅବହେଳା କରି ମ୍ୟୁନିସିପାଲିଟି ଏବଂ ଏନ୍ଏସିରେ ରହୁଥିବା ବସ୍ତିବାଲିନ୍ଦାଙ୍କୁ ଜମିପଟ୍ଟା ଦେଉଛନ୍ତି। ଏହାକୁ ବିରୋଧ କରିଛି ବସ୍ତି ସଂଘର୍ଷ ସମିତି। ଏହା ସହ  ଓଡ଼ିଶା ବସ୍ତିବାସିନ୍ଦା କଲ୍ୟାଣ ନିଗମ ଗଠନ […]

  • Friday, 16 July 2021