• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

boat
ଡଙ୍ଗାବୁଡ଼ି ଘଟଣା : ୯ ଜଣଙ୍କ ମୃତ ଦେହକୁ କୁଜଙ୍ଗ ଚଉମୁହାଣି ଅଣାଗଲା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ୯ ଜଣଙ୍କ ମୃତଦେହକୁ କୁଜଙ୍ଗ ଚଉମୁହାଣି ଅଣାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୭ ଜଣ ଶିଶୁ ଓ ୨ ଜଣ ମହିଳା। କୁଜଙ୍ଗ ମେଡିକାଲ୍‌ରେ ମୃତଦେହ ଗୁଡିକର ପୋଷ୍ଟମର୍ଟମ ହୋଇଛି। ଏହା ପରେ  ମୃତକଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ସେପଟେ ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ଲୋକଙ୍କୁ କୁଜଙ୍ଗ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି। ପ୍ରାୟ ୪-୫ ଜଣଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଯାଇଛି। ତେବେ ହସ୍ପିଟାଲରେ ଆହୁରି […]

  • Friday, 16 July 2021
dead
ସମ୍ବଲପୁରରେ ପୋଲ ତଳୁ ମିଳିଥିବା ଯୁବତୀଙ୍କ ମୃତଦେହ ଚିହ୍ନଟ

ସମ୍ବଲପୁର : ସମ୍ବଲପୁରରେ ମହାନଦୀ ପୋଲ ତଳୁ ମିଳିଥିବା ଯୁବତୀଙ୍କ ମୃତଦେହର ପରିଚୟ ମିଳିଛି। ସେ ହେଉଛନ୍ତି ପଶ୍ଚିମ ଓଡ଼ିଶା ସମେତ ସାରା ରାଜ୍ୟରେ ଚହଳ ପକାଇଥିବା ସମ୍ବଲପୁରୀ ମ୍ୟୁଜିକ୍ ଆଲବମ୍ ‘ସେଲ୍‌ଫି ବେବୋ’ ଫେମ୍ ସିମ୍‌ରନ। ତାଙ୍କ ମୁଣ୍ଡ, ମୁହଁ ସମେତ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ରହିଛି। ସେହିପରି ମୃତଦେହ ନିକଟରୁ କେସିଙ୍ଗା ଯିବା ଲାଗି ଟ୍ରେନ୍ ଟିକଟ ସହ ମୋବାଇଲ୍ ଫୋନ୍ ଜବତ ହୋଇଛି। ପ୍ରାଥମିକ ତଦନ୍ତରୁ ସିମ୍‌ରନ ପୋଲରୁ ଡେଇଁ ଆତ୍ମହତ୍ୟା […]

  • Friday, 16 July 2021
candle rally
ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡ଼ା : ମୃତ ବିନୋଦ ବାୟୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି ନେଇ ପ୍ରତିବାଦ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଓଳାଭର ଗାଁରେ ମୃତ ବିନୋଦକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା। ଯଥାଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାନଗଲେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଗତ ୩୦ ତାରିଖରେ ଗାଁ ଦାଣ୍ଡରେ ବିନୋଦ ବାୟୀଙ୍କୁ ଛୁରୀ ଭୁସୀ ହତ୍ୟା କରାଯାଇଥିଲା।

  • Friday, 16 July 2021
deadbody
୨୦ ଘଣ୍ଟା ଧରି ଘରେ ପଡ଼ିରହିଛି ମୃତଦେହ

କୋରାପୁଟ : ଘର ଦାଣ୍ଡରେ ଦୀର୍ଘ ୨୦ ଘଣ୍ଟା ଧରି ଶବ ପଡିରହିଛି। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଲୋକେ। କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନାର ମାଝୀଗୁଡା ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ୧୫ଦିନ ତଳେ ମାଝୀଗୁଡା ଗାଁର କେଶବ ରାମପୁରିଆଙ୍କ ସହ ଗାଁ ଲୋକଙ୍କ ଗଣ୍ଡଗୋଳ ହୋଇଥିଲା। ସେଥିରେ କେଶବ ଗୁରୁତର ଆହତ ହୋଇ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ଗୁରୁତର ହେବାରୁ କୋରାପୁଟ ଅଭିମୁଖେ ନିଆଯିବା ବେଳେ ବାଟରେ […]

  • Friday, 16 July 2021
dilip ray
‘କୌଣସି ଦଳକୁ ଯିବି ନା ନାହିଁ, ଏଯାଏଁ ନିଷ୍ପତ୍ତି ନେଇନି’ : ଦିଲୀପ ରାୟ

ରାଉରକେଲା : ବିଜେଡି କିମ୍ବା ଅନ୍ୟ କୌଣସି ଦଳକୁ ଯିବି ନା ନାହିଁ, ସେ ସମ୍ପର୍କରେ ଏଯାଏଁ ନିଷ୍ପତ୍ତି ନେଇନି। ବିଜେପିରୁ ଇସ୍ତଫା ପରେ ଦିଲୀପ ରାୟ ଆଜି ପ୍ରଥମ ଥର ପାଇଁ ରାଉରକେଲାରେ ପହଞ୍ଚି ଗଣମାଧ୍ୟମକୁ ଏହା କହିଛନ୍ତି। ରାଉରକେଲା ଏବଂ ରାଉରକେଲାବାସୀଙ୍କ ଉନ୍ନତି ପାଇଁ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ଦିଲୀପ କହିଛନ୍ତି। କିଛି ଦିନ ତଳେ ରାଉରକେଲା ବିଧାୟକ ପଦ ଏବଂ ବିଜେପିରୁ ଇସ୍ତଫା ଦେଇଥିଲେ […]

  • Friday, 16 July 2021
pratap
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ହିତାଧିକାରୀଙ୍କୁ ମାଗଣାରେ ମିଳିବ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ହିତାଧିକାରୀଙ୍କୁ ମଧ୍ୟ ମାଗଣାରେ ମିଳିବ ସ୍ୱାସ୍ଥ୍ୟ ସେବା। ବିଜୁ କୃଷକ କଲ୍ୟାଣ ଯୋଜନା ଜରିଆରେ ମାଗଣା ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ। ଏହି ଯୋଜନା ମାଧ୍ୟମରେ ରାଜ୍ୟର ମୋଟ ୪୪ ଲକ୍ଷ ୮୭୦ ହିତାଧିକାରୀ ମାଗଣା ସ୍ୱାସ୍ଥ୍ୟ ସେବାର ସୁବିଧା ପାଇବେ। ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଆୟୁଷ୍ମାନ ଭାରତ ଲାଗୁ ହେବା ପରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ବନ୍ଦ ହୋଇଥିଲା। […]

  • Friday, 16 July 2021
death
ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା

ମୋହନା : ଗଜପତି ଜିଲ୍ଲା ମୋହନାରେ ଅଭାବନୀୟ ଘଟଣା। ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା କରିବା ପରେ ଏକ ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ। ଆଜି ମୋହନା ରଣ୍ଡବା ପାତ୍ରବସା ଛକ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ୧୦ ତାରିଖରୁ ନିଖୋଜ ଥିଲେ ସଂପୃକ୍ତ ଛାତ୍ରୀ ଜଣକ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଅଭିଯୋଗ ପରେ ମଧ୍ୟ ଝିଅକୁ ଖୋଜିବାରେ ପୁଲିସ ବିଫଳ ହୋଇଥିଲା। […]

  • Friday, 16 July 2021
winter
ଆହୁରି ୪ରୁ ୫ଦିନ ଯାଏଁ ଥରିବ ଓଡ଼ିଶା

ଭୁବନେଶ୍ୱର : ପ୍ରବଳ ଶୀତରେ ଆହୁରି ୪ରୁ ୫ଦିନ ଯାଏଁ ଥରିବ ଓଡ଼ିଶା। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ କୋଲ୍ଡ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଭୁବନେଶ୍ୱର, ଅନୁଗୁଳ ଓ ଟିଟିଲାଗଡ଼ରେ କୋଲ୍ଡ ୱେଭ ସ୍ଥିତି ଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। କିଛି ଦିନ ହେଲା ରାଜ୍ୟର ଅନେକ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ […]

  • Friday, 16 July 2021
sita
କନ୍ଧମାଳରେ ହାଡ଼ଭଙ୍ଗା ଶୀତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦେଖିବାକୁ ମଳିଛି ଶୀତର ପ୍ରକୋପ।  ଲାଗାତାର ଭାବେ ଶୀତର ପ୍ରକୋପ ବଢି ଚାଲିଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଲୋକେ। ବିଶେଷ ଭାବେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡ଼ି, ବେଲଘର, କୋଟଗଡ଼, ତୁମୁଡିବନ୍ଧ, ବ୍ରାହ୍ମଣୀ ଗାଁ, ରାଇକିଆ ଏବଂ ଜି. ଉଦୟଗିରି ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ସାରା ରାତି ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି। କାଲୁଆ ପବନ ବହିବା ସହ […]

  • Friday, 16 July 2021
youth deadbody
ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ଗଞ୍ଜାମ : ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ସୋରଡ଼ାର ଗୋଚ୍ଛାମିଲ ପାଖରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ବାଲାପଙ୍କା ଗାଁର ବେଣୁଧର ମଲ୍ଲିକ। ତେବେ ବେଣୁଧରଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ନେଇ ପରିବାର ଲୋକେ ସୋରଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ବଚସାରୁ ଯୁବକଙ୍କୁ ହତ୍ୟା କରି କୂଅ ଭିତରେ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।

  • Friday, 16 July 2021
kalinga
ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୧୩ ବର୍ଷ

ଯାଜପୁର  : ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୧୩ ବର୍ଷ। ମୃତକ ମାନଙ୍କ ଉଦ୍ଦେଶ୍ୟରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପାଳିତ ହେଉଛି ସହିଦ୍ ସ୍ମୃତି ଦିବସ। ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ପୂଜା ସରିବା ପରେ ଆମ୍ବଗାଡ଼ିଆ ଅଭିମୁଖେ ଶୋଭାଯାତ୍ରା ବାହାରିବ। ଆମ୍ବଗାଡିଆ ବୀରଭୂମି ପଡ଼ିଆରେ ଆୟୋଜିତ ହେବ ଗଣସମାବେଶ। ଆଇନ୍‌ଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ୭ ପ୍ଲାଟୁନ୍ ପୁଲିସ ଫୋର୍ସ, ୨ ଜଣ ମାଜିଷ୍ଟ୍ରେଟ୍ ଓ ୨ ଜଣ ଡିଏସ୍‌ପି […]

  • Friday, 16 July 2021
elephant
ବିଦ୍ୟୁତ୍‌ ଆଘାତରେ ହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳରେ ବିଦ୍ୟୁତ୍‌ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ। ହିନ୍ଦୋଳ ରେଞ୍ଜ ଦୁଦୁରକୋଟ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି। ବାର୍‌ହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ହାତୀର ମୃତ ଦେହ ଦୁଦୁରକୋଟ ଜଙ୍ଗଲରେ ପଡିରହିଛି। ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ ଏ ଯାଏଁ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ନାହାନ୍ତି। ପୂର୍ବରୁ କିଛି ଦିନ ତଳେ […]

  • Friday, 16 July 2021
bank
ରାତିରେ ସଟର ତାଡ଼ି ବ୍ୟାଙ୍କ୍‌ ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱରରେ ସଟର ତାଡ଼ି ବ୍ୟାଙ୍କ ଲୁଟ୍। ଗତକାଲି ରାତିରେ ସଦର ବ୍ଲକ ପରିଖି ସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ସଟର ଭାଙ୍ଗି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ତେବେ ବ୍ୟାଙ୍କରୁ କେତେ ଟଙ୍କା ଚୋରୀ ହୋଇଛି ଏନେଇ କୌଣସି ସୂଚନା ମିଳିପାରିନାହିଁ। ଏହାସହ ବ୍ୟାଙ୍କ ନିକଟରେ ଥିବା ଏକ ରଡ୍‌ ଓ ସିମେଣ୍ଟ ଦୋକାନରୁ ମଧ୍ୟ ଲୁଟ୍ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ […]

  • Friday, 16 July 2021
ganeshi lal
ସଫ୍ଟୱେର ଆପ୍ଲିକେସନର ଶୁଭାରମ୍ଭ କଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର : ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପ୍ରସ୍ତୁତ ସଫ୍ଟୱେର ଆପ୍ଲିକେସନକୁ ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସଫ୍ଟୱେର ଆପ୍ଲିକେସନର ନାଁ ରହିଛି ‘ରାଜଭବନ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ’ । ଆସନ୍ତା ଫେବ୍ରୁଆରୀ ମାସରୁ ଏହି ଆପ୍ଲିକେସନ ଜରିଆରେ ରାଜ୍ୟପାଳଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆବେଦନ କରିପାରିବେ। କାର୍ଯ୍ୟକ୍ରମର ୨୦ ଦିନ ପୂର୍ବରୁ ଏହି ଆପ୍ଲିକେସନ ଜରିଆରେ ଆବେଦନ କରିବାକୁ ପଡିବ। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ […]

  • Friday, 16 July 2021
congress-bhawan
କଂଗ୍ରେସର କସରତ ଜାରି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥିୀ ଚୟନ ଲାଗି କଂଗ୍ରେସର କସରତ ଜାରି ରହିଛି। ଓଡ଼ିଶା ଗସ୍ତରେ ଆସଥିବା AICC ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓ ସଦସ୍ୟମାନେ କରୁଥିବା ପ୍ରାର୍ଥିୀ ଚୟନ ପ୍ରକ୍ରିୟାର ଆଜି ଦ୍ୱିତୀୟ ଦିନ। ଆଜି ଭୁବନେଶ୍ୱର ଓ ନବରଙ୍ଗପୁରରେ ସ୍କ୍ରିନିଂ କମିଟିର ବୈଠକ ଅନୁଷ୍ଠିତ ହେବ।  ଭୁବନେଶ୍ୱରରେ ପୁରୀ ଓ ଜଗତସିଂହପୁର ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ହେବ। ସେହିପରି ନବରଙ୍ଗପୁରରେ କଳାହାଣ୍ଡି ଓ […]

  • Friday, 16 July 2021
e1
ଗାତରେ ପଡ଼ି ହାତୀ ଛୁଆ ମୃତ

ରାଉରକେଲା: ଗାତରେ ପଡି ହାତୀ ଛୁଆ ମୃତ। ରାଉରକେଲା ବିଶ୍ରା ଫରେଷ୍ଟ ରେଞ୍ଜ ମହିପାଣି ପାଖରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ରେଳ ଧାରଣା ପାଖରେ ଖୋଳା ଯାଇଥିବା ଏକ ଗାତରେ ପଡ଼ି ଏକ ବର୍ଷକର ହାତୀ ଛୁଆର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ଗାଁକୁ ଏକ ହାତୀପଲ ଚାଲିଆସିଥିଲା। ହାତୀପଲକୁ ଘଉଡ଼ାଇବାକୁ ଗାଁ ଲୋକଙ୍କ ସହ ବନ ବିଭାଗ ଉଦ୍ୟମ କରିଥିଲେ। ଘଉଡ଼ାଇବାବେଳେ ହାତୀ ଛୁଆଟି ଗାତ ଭିତରେ ପଡ଼ିଯାଇଥିଲା। […]

  • Friday, 16 July 2021
bjp
ବିଜେପି ଫୋକସ୍‌ରେ ପଶ୍ଚିମ ଓଡ଼ିଶା

ବଲାଙ୍ଗିର: ବିଜେପିର ଫୋକସ୍‌ରେ ଏବେ ପଶ୍ଚିମ ଓଡ଼ିଶା। ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ବିଜେପି ଶକ୍ତି ପ୍ରଦର୍ଶନ କରିବ। ଆଜି ଦଳ ପକ୍ଷରୁ ପଛୁଆ ବର୍ଗ ମହା ସମ୍ମିଳନୀ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ରାମ୍‌ କ୍ରିପାଲ୍‌ ଯାଦବ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେବେ। ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶା ଭୋଟର୍‌ଙ୍କୁ ଆକୃଷ୍ଟ କରିବାକୁ ଦଳ ଯୋଜନା ପ୍ରସ୍ତୁତ କରିଛି। ଏହି ଅବସରରେ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବେକାରୀ, ଦାଦନ ସମସ୍ୟାକୁ ଦଳ ଉଠାଇବ। ନିକଟରେ […]

  • Friday, 16 July 2021
cm
ନୂଆବର୍ଷରେ ପୁରୀ ଶ୍ରୀମନ୍ଦିର ଗଲେ ମୁଖ୍ୟମନ୍ତ୍ରୀ

ପୁରୀ : ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ କେବଳ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି।  ସେ ଶ୍ରୀମନ୍ଦିର ଭିତରକୁ ନଯାଇ ସିଂହଦ୍ୱାର ଗୁମୁଟରେ ପତିତପାବନଙ୍କୁ ଦର୍ଶନ କରିଥିଲେ। ଏହି ଅବସରେ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ ସ୍ୱର୍ଗଦ୍ୱାରକୁ ଯାଇ ସେ ବିଜୁ ପଟ୍ଟନାୟକଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

  • Friday, 16 July 2021
puri
ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଜନ ସମାଗମ

ପୁରୀ : ନୂଆ ବର୍ଷ ୨୦୧୯ର ପ୍ରଥମ ସୂର୍ଯ୍ୟୋଦୟ। ପୁରୀ ମହୋଦଧିରେ ସକାଳୁ ସକାଳୁ ସ୍ନାନ ସହିତ ଉଦିତ ସୂର୍ଯ୍ୟଙ୍କୁ ଦେଖି ନୂଆ ବର୍ଷ ଆରମ୍ଭ କରିଛନ୍ତି ପର୍ଯ୍ୟଟକ। ଲକ୍ଷାଧିକ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରି ତାଙ୍କ ଆଶିଷ ଲାଭ କରିଛନ୍ତି। ଲକ୍ଷାଧିକ ଭକ୍ତ ଆଜି ପୁରୀ ଆସିଥିଲେ। ନୂଆ ବର୍ଷରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା।  ରାତି ୧୨ଟା ୫୦ରୁ ଦ୍ୱାର ଫିଟା ହୋଇଥିଲା। ଏହା ପରେ […]

  • Friday, 16 July 2021
aradi
ଆରଡ଼ି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଭଦ୍ରକ : ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିଛି ୨୦୧୯। ଏଥିପାଇଁ ସାରା ବିଶ୍ୱ ଉତ୍ସବ ମୁଖର। ବର୍ଷର ପ୍ରଥମ ଦିନରେ କିଏ ମନ୍ଦିର ଯାଇ ଠାକୁର ଦର୍ଶନ କରୁଛି ତ ପୁଣି କିଏ ବେଳାଭୂମି ଯାଇ ଉଦିତ ସୂର୍ଯ୍ୟର ଦର୍ଶନ କରିଛନ୍ତି। ଏହି ଅବସରରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ  ବାବା ଆଖଣ୍ଡଳମଣି ବା ଆରଡ଼ି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।ବର୍ଷର ପ୍ରଥମ ଦିନରେ ବାବାଙ୍କ ଠାରେ କ୍ଷୀର ଢାଳିବା ସହ ଦୀପ […]

  • Friday, 16 July 2021
kill
କୋଣାର୍କ କୁରୁମ ଗାଁରେ ବାପର ନୃଶଂସକାଣ୍ଡ

କୋଣାର୍କ : କୋଣାର୍କ କୁରୁମ ଗାଁରେ ବାପା, ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ। ଅବସରପ୍ରାପ୍ତ ସେନା କର୍ମଚାରୀ ରବୀନ୍ଦ୍ର ପ୍ରଧାନ ଗତକାଲି ରାତିରେ ଝିଅ କଣ୍ଢେଇର ବେକକୁ ଓଢଣୀରେ ଚିପି ହତ୍ୟା କରିଥିବା ପୁଅ ରାକେଶ କହିଛନ୍ତି। ସେହିପରି ରବୀନ୍ଦ୍ର ଝିଅକୁ ହତ୍ୟା କରିଥିବା ନେଇ ତାଙ୍କ ଭଉଣୀ ବି ଅଭିଯୋଗ କରିଛନ୍ତି। ତେବେ ରବୀନ୍ଦ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଝିଅ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସେ କହିଛନ୍ତି। ତେବେ କଣ୍ଢେଇ […]

  • Friday, 16 July 2021
polibe
ମହିଳା ବିଜେପି-ପୁଲିସ ଧସ୍ତାଧସ୍ତି

ଭୁବନେଶ୍ୱର : ଗତକାଲି ଭଳି ଆଜି ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ପିପିଲି ପୀଡ଼ିତା ମାମଲାରେ ମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ୍ ରହିବା ନେଇ ପ୍ରତିବାଦ କରିବାକୁ ନବୀନ ନିବାସ ଗଲାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛି। ମହିଳା ବିଜେପିର ଶତାଧିକ କର୍ମୀ ହାତରେ ଚୁଡ଼ି ଧରି ନବୀନ ନିବାସ ଯାଉଥିଲେ। ଏହି ସମୟରେ ଟ୍ରାଫିକ୍‌ ଛକରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହାପରେ […]

  • Friday, 16 July 2021
dama
ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଦାମ ରାଉତ

ଭୁବନେଶ୍ୱର : ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବରିଷ୍ଠ ନେତା ଦାମୋଦର ରାଉତ। ମୁଖ୍ୟମନ୍ତ୍ରୀଙ୍କ ମନର ଭାଷା ତାମିଲ। ପାଣ୍ଡିଆନ୍ ଯାହା ଲେଖୁଛନ୍ତି ସେ ପଢ଼ୁଛନ୍ତି ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ନବୀନଙ୍କୁ ମୁଁ ଚୋର କହିବାରୁ ଦଳରୁ ବାହାରିଛି ବୋଲି କହିଛନ୍ତି ଦାମ। ଦୁର୍ନୀତି, କୁଶାସନ, ଭ୍ରଷ୍ଟାଚାରରୁ ମୁକ୍ତି ପାଇଁ ଲୋକେ ଚିନ୍ତା କଲେଣି ବୋଲି ଦାମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ନିଜର ରାଜନୈତିକ ଭବିଷ୍ୟତ ନେଇ ମଧ୍ୟ ମତ ରଖିଛନ୍ତି […]

  • Friday, 16 July 2021
sanad
ଅନ୍ୟ ଜାତିରେ ଝିଅ ବାହା କରି ଅକଳରେ ପୂର୍ବତନ ବିଧାୟକ ସଦନ ନାୟକ

ନବରଙ୍ଗପୁର : ସଂପ୍ରଦାୟର ଲକ୍ଷ୍ମଣ ରେଖା ଡେଇଁ ହରଡ଼ଘଣାରେ ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକ। ଝିଅକୁ ଅନ୍ୟ ଜାତିରେ ବାହା ଦେଇଥିବାରୁ ସଦନକୁ ବାସନ୍ଦ କରିଛି ଭତରା ସମାଜ। ଅନ୍ୟ ଜାତିରେ ଝିଅ ବାହା ଦେଇ ସଦନ ଆଦିବାସୀ ସମାଜର ପରମ୍ପରା ଭାଙ୍ଗିଥିବା ଅଭିଯୋଗ ହୋଇଛି। ତେବେ ଜାତି ଅନୁଶାସନ ଭଙ୍ଗ ଅଭିଯୋଗରେ କେବଳ ସଦନ ନୁହଁନ୍ତି, ତାଙ୍କ ଝିଅ ବାହାଘର ଭୋଜିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ଭୂଜବଳ […]

  • Friday, 16 July 2021
sri mandir
ଶ୍ରୀମନ୍ଦିର ବିଶୃଙ୍ଖଳା : ପୁରୀ ଏସ୍‌ପିଙ୍କୁ ସ୍ପେଶାଲ ବ୍ରାଞ୍ଚ୍ ଏସ୍‌ପିଙ୍କ ଚିଠି

ପୁରୀ : ଶ୍ରୀମନ୍ଦିର ବିବାଦ ସମାଧାନରେ ଜିଲ୍ଲା ଓ ମନ୍ଦିର ପ୍ରଶାସନର ଚରମ ଉଦାସୀନତା। ଆସନ୍ତାକାଲି ଠାରୁ ପୁଣି ପାରମାଣିକ ଦର୍ଶନ ଆରମ୍ଭ କରାଯିବା, ମହାପ୍ରସାଦର ରେଟ୍ ଚାଟ୍ ଓ ଗତ ୨୮ ତାରିଖରେ ଶ୍ରୀମନ୍ଦିରର ମହାବିଶୃଙ୍ଖଳା ପ୍ରସଙ୍ଗରେ ସ୍ପେଶାଲ ବ୍ରାଞ୍ଚ ଏସ୍‌ପି  ପୁରୀ ଏସ୍‌ପିଙ୍କୁ ଲେଖିଥିବା ଚିଠିରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଗତ ୨୭ ତାରିଖର ପୁଲିସ-ସେବାୟତ ବିବାଦ ଓ ତାପରଦିନ ହୋଇଥିବା ନୀତି ବିଶୃଙ୍ଖଳାର ସମାଧାନ ଲାଗି ପୁରୀ ଜିଲ୍ଲା ପ୍ରଶାସନ […]

  • Friday, 16 July 2021