• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

puri
ଫୋନି ପ୍ରଭାବିତ ପୁରୀ ସହରରେ ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ

ପୁରୀ( ପ୍ରଦୀପ ମହାନ୍ତି)  : ଫୋନି ପ୍ରଭାବିତ ପୁରୀ ସହରରେ ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ। ୨୬ ଜଣିଆ ଏହି ଟିମ୍ ପୁରୀର ବିଭିନ୍ନ ଅଂଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପର୍ଯ୍ୟଟନ, ଶିଳ୍ପ, ହେରିଟେଜ୍ ବିଲଡିଂ, ବିଦ୍ୟୁତ୍‌ ସରବରାହ କ୍ଷେତ୍ର, ରାସ୍ତାଘାଟ ଗୁଡିକର ଆକଳନ କରିଛନ୍ତି ପ୍ରତିନିଧି ଦଳ। ଏନେଇ ପୁରୀ ସର୍କିଟ୍ ହାଉସ ପରିସରରେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛି ଟିମ୍। ବର୍ତ୍ତମାନ ସୁଦ୍ଧା […]

  • Saturday, 17 July 2021
school
ସ୍କୁଲ ବାରଣ୍ଡାରେ ଦୁଇ ଝିଅଙ୍କ ସହ ରହୁଛନ୍ତି ଅସହାୟ ବିଧବା

ଚୌଦ୍ୱାର : ବଦଳୁଛି ବିକାଶର ଧାରା,ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ଲାଗି କରାଯାଉଛି ଅନେକ ଯୋଜନା। ସରକାରୀ ପାଣ୍ଠିରୁ ପାଣି ପରି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଶୁଖୁନି ଗରିବ ଆଖିର ଲୁହ। ବିଭିନ୍ନ ଯୋଜନାରେ ଯୋଗ୍ୟ ହିତାଧିକାରୀ ଅନୁଦାନରୁ ବାଦ୍‌ ପଡ଼ୁଛନ୍ତ। ଏଭଳି ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗି ବ୍ଲକ୍‌ ନପଙ୍ଗ ପଂଚାୟତ ସାଇଣ୍ଟୋ ଗ୍ରାମରେ। ସ୍ୱାମୀ ମରିବାର ୩ବର୍ଷ ବତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ସଉରୀ ସାମଲଙ୍କୁ ମିଳିପାରିନାହିଁ ବିଧବା ଭତ୍ତା। […]

  • Saturday, 17 July 2021
puri
ଆଜି ଭଉଁରୀ ତିଥି

ପୁରୀ : ଆଜି ଭଉଁରୀ ତିଥି। ପରମ୍ପରା ଅନୁସାରେ ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ନିର୍ମାଣ ଚାଲିଥିବା ପ୍ରତି ରଥରେ ଆଜି ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୋଗ କରାଯାଇଛି। ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ରଥଖଳାକୁ ବିଜେ କରିଥିଲେ। ଏହାପରେ ଭୋଇ ସେବାୟତ ଚକରେ ଅଖ ସଂଯୋଗ କରିଥିଲେ। କମାର ସେବକମାନଙ୍କ ପକ୍ଷରୁ ପନ୍ଦାରି ଚାବି କାଠି ନିତି ମଧ୍ୟ ଅନୁକୁଳ ହୋଇଛି। ଏଥିସହ ଅକ୍ଷୟ ତୃତୀୟା ଦିନରୁ ଚାଲିଥିବା ବାହାର ଚନ୍ଦନ […]

  • Saturday, 17 July 2021
kanhu
କଂଗ୍ରେସର ପରାଜୟକୁ ନେଇ ବର୍ଷିଲେ କାହ୍ନୁ ଲେଙ୍କା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଉପରେ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା କାହ୍ନୁ ଚରଣ ଲେଙ୍କା। ଦଳର ବିଫଳତା ପାଇଁ ସେ ସିଧାସଳଖ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି। ଏହାସହ ଦଳର ସାଂଗଠନିକ ଦାୟିତ୍ୱରେ ଥିବା ବରିଷ୍ଠ ନେତା ଭକ୍ତ ଦାସ ଓ ହେମାନନ୍ଦ ବିଶ୍ୱାଳଙ୍କ ସମେତ ଅନ୍ୟ କିଛି ତୁଙ୍ଗ ନେତାଙ୍କ ବିରୋଧରେ ବି ବିଷୋଦଗାର କରିଛନ୍ତି। ଏପରିକି ପିସିସି ସଭାପତି କଂଗ୍ରେସ ଭଳି ଜାତୀୟ ଦଳକୁ […]

  • Saturday, 17 July 2021
NARAJ
ନରାଜରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କଟକ : ସାଙ୍ଗମାନଙ୍କ ସହିତ ଗାଧୋଇବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ର ବୁଡ଼ି ଯାଇଛନ୍ତି। ସେ ହେଉଛନ୍ତି ଝାରଖଣ୍ଡର ଭିକି କୁମାର। ସେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଏକ ଇଞ୍ଜିନିୟରିଂ ସ୍କୁଲରେ ପାଠ ପଢ଼ୁଥିଲେ। ଆଜି ଭିକି ତାଙ୍କର ୪ ଜଣ ସାଙ୍ଗଙ୍କ ସହ କଟକର ନରାଜ ମହାନଦୀ ଆନିକଟରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ନଦୀ ସୁଅରେ ଭାସି ଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି ପହଁରି କୂଳକୁ ଫେରିଆସିଥିଲେ। ମାତ୍ର […]

  • Saturday, 17 July 2021
bombing
ବ୍ରହ୍ମଗିରି ଭାଟପଡ଼ା ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା

ବ୍ରହ୍ମଗିରି : ବ୍ରହ୍ମଗିରିରେ ବୋମାମାଡ଼। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାଟପଡ଼ା ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଗାଁର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ବୋମାମାଡ଼ରେ ଉଭୟ ପକ୍ଷର ୫ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୁରୀ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ଚଳାଇଛି। ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ପରସ୍ପର ଭିତରେ କମେଣ୍ଟ ମରାକୁ ନେଇ ୨ ଦିନ […]

  • Saturday, 17 July 2021
kalpana das-2
ପର୍ବତାରୋହୀ କଳ୍ପନାଙ୍କ ପରଲୋକରେ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ଶୋକ

ଭୁବନେଶ୍ୱର : ପ୍ରଥମ ଓଡ଼ିଆ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ପରଲୋକରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି, ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ। ଏହା ଦ୍ୱାରା ଓଡ଼ିଶାର ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର […]

  • Saturday, 17 July 2021
aasika
ଆସିକାର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କର ମୃତ୍ୟୁ

ଆସିକା : ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ଆସିକାର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ସୂଚନା ଯେ, ଗତ ୨୨ ତାରିଖରେ ଲାଂଜିପଲ୍ଲୀ  ବାଇପାସ୍‌ ନିକଟରେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ କରିବା ସହ ତାଙ୍କ ଗଳା କାଟି ଦେଇଥିଲେ ୪ ଜଣ  ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ସେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିଲେ।

  • Saturday, 17 July 2021
cdmo
ନିଲମ୍ବନ ପ୍ରତ୍ୟାହାର ଆଦେଶ ପୂର୍ବରୁ ଆଖିବୁଜିଲେ ରାୟଗଡ଼ା ସିଡିଏମ୍ଓ

ରାୟଗଡ଼ା : ସ୍ୱାସ୍ଥ୍ୟ ବିଭାଗର ତୃଟିପୂର୍ଣ୍ଣ ସସ୍‌ପେଣ୍ଡ, ନିଲମ୍ବନ ପ୍ରତ୍ୟାହାର ଏବଂ ଦୁଃଖଦ ଘଟଣାକ୍ରମରେ କ୍ୟାନସରରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ରାୟଗଡ଼ା ସିଡିଏମ୍ ଡାକ୍ତର ଶିବ ପ୍ରସାଦ ପାଢ଼ୀ। ନିଲମ୍ବନ ଆଦେଶ ପ୍ରତ୍ୟାହାରର ଚିଠି ଦେଖିବା ଆଗରୁ ଆଖି ବୁଜିଦେଲେ ରାୟଗଡ଼ା ସିଡିଏମ୍ ଡାକ୍ତର ଶିବ ପ୍ରସାଦ ପାଢ଼ୀ। ଗୋଟିଏ ପଟେ ନିଲମ୍ବନ ଆଦେଶର ପ୍ରତ୍ୟାହାରର ଚିଠି ପହଞ୍ଚିଥିବାବେଳେ ଅନ୍ୟପଟେ ବେଙ୍ଗାଳୁରୁରୁ ତାଙ୍କର ମୃତଦେହ ପହଞ୍ଚିଛି ରାୟଗଡ଼ାରେ। ଗତକାଲି ଚିକିତ୍ସାଧିନ ଅବସ୍ଥାରେ ବେଙ୍ଗାଳୁରୁରେ ମେଡ଼ିକାଲରେ ତାଙ୍କର […]

  • Saturday, 17 July 2021
loot
ରାୟଗଡ଼ାରେ ବ୍ୟବସାୟୀଙ୍କ ଠାରୁ ଲୁଟ୍

ରାୟଗଡ଼ା  : ରାୟଗଡ଼ାରେ ବ୍ୟବସାୟୀଙ୍କଠୁ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଶିଖରପାଇ ଗାଁର ବ୍ୟବସାୟୀ ଟି.ମହେଶ୍ୱର ରାୟଗଡ଼ା ଆନ୍ଧ୍ର ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ଏକ ବ୍ୟାଗରେ ରଖି ପାଖରେ ଥିବା ଏଟିଏମ୍ କୁ ଯାଇଥିବାବେଳେ ୨ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଟଙ୍କା ବ୍ୟାଗ୍ ଧରି ଚମ୍ପଟ୍ ମାରିଥିଲେ। ଏନେଇ ମହେଶ୍ୱର ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ।

  • Saturday, 17 July 2021
ite
ଇଟା ମାଫିଆଙ୍କ କବ୍‌ଜାରେ ଏକର ଏକର ଜମି

ପଟ୍ଟାମୁଣ୍ଡାଇ ( ପ୍ରବୀର ନାୟକ) : ଇଟା ମାଫିଆଙ୍କ କବ୍‌ଜାରେ ଏକର ଏକର ଜମି। ଦିନ ରାତି ତିଆରି ଚାଲିଛି ଇଟା, ମାଲେମାଲ୍‌ ହେଉଛନ୍ତି ମାଫିଆ, ସବୁ ଜାଣି ଚୁପ୍ ବସୁଛି ପ୍ରଶାସନ। ଆଉ ଇଆଡ଼େ ହଇରାଣ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଖର୍ଦ୍ଦା ବାସିନ୍ଦା। ଗାଈଗୋରୁ ଚରିବାଠୁ ନେଇ ପିଲାଙ୍କ ଖେଳ ପଡ଼ିଆ, ଗାଁ ଶ୍ମଶାନ ସବୁକିଛି ଅବରୋଧ କରି ରଖିଛନ୍ତି ଇଟା ମାଫିଆ। ଯେଉଁଠି ଟିକେ ଫାଙ୍କା ମିଳିଲା, ସେଠୁ ମାଟି ତାଡ଼ି […]

  • Saturday, 17 July 2021
suicide
ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରହିବାରୁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ନୟାଗଡ଼ : ମାଟ୍ରିକରେ କମ୍‌ ନମ୍ବର ରହିବାରୁ ବିଷ ପିଇ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ପଞ୍ଚାୟତ ଲତାର ଗାଁରେ। ଏଠାକାର ଉମେଶ ଦଳବେହେରାଙ୍କ ପୁଅ ପ୍ରଦ୍ୟୁମ୍ନ ଦଳବେହେରା ମାଟ୍ରିକରେ କମ ନମ୍ବର ରଖିଥିବାରୁ ବିଷ ପିଇ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର […]

  • Saturday, 17 July 2021
father
ବାପାଙ୍କୁ ହତ୍ୟାର ପ୍ରତିଶୋଧ ନେଲେ ୪ ପୁଅ !

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବାପାଙ୍କୁ ହତ୍ୟାର ପ୍ରତିଶୋଧ। ଜେଲ୍ ଫେରନ୍ତା ଅଭିଯୁକ୍ତର ଦୁଇ ହାତ ସହ ଗୋଡର ଅଙ୍ଗୁଳି କାଟିଦେଲେ ୪ ପୁଅ। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଖମାର ଗାଁରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ସୁରେନ୍ଦ୍ର କ୍ଷେତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ୪ ପୁଅ ଅନ୍ୟ ୨ ଜଣ ମିଶି ତାଙ୍କ ଦୁଇ ହାତ ସହ ଦୁଇ ଗୋଡର ଅଙ୍ଗୁଳିକୁ କାଟି ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର […]

  • Saturday, 17 July 2021
death
ଆମ୍ବ ତୋଳିବା ବେଳେ ବିଦ୍ୟୁତ୍ ଆଘାତରେ ଦମ୍ପତି ମୃତ

ଫୁଲବାଣୀ(ତ୍ରିନାଥ ସାହୁ) : ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଦଶରଥ ଭୁକ୍ତା ଓ ତାଙ୍କ ସ୍ତ୍ରୀ ସରୋଜିନୀ ଭୁକ୍ତା। ଆଜି ସକାଳେ ଦଶରଥ ଓ ତାଙ୍କ ସ୍ତ୍ରୀ ଆମ୍ବ ତୋଳିବାକୁ ଯାଇଥିଲେ। ଗାଁରେ ରାସ୍ତା କଡ଼ରେ ଥିବା ଏକ ଆମ୍ବ ଗଛରୁ ସେମାନେ ଆମ୍ବ ତୋଳୁଥିଲେ। ସେହି ଆମ୍ବ ଗଛ ଦେଇ ଏକ ୩୩ କେଭି ବିଦ୍ୟୁତ୍ […]

  • Saturday, 17 July 2021
thunder storm
ଧୂଳିଝଡ଼ ସହ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର  : ଆଜି ରାଜ୍ୟର କେତେକ ସ୍ଥାନରେ ଧୂଳିଝଡ଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଘଡ଼ଘଡ଼ି ମଧ୍ୟ ମାରିବ। ସେଥିପାଇଁ ୭ଟି ଜିଲ୍ଲାକୁ ରାତି ୬ଟା ୩୦ ଯାଏ ସତର୍କ ରହିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ ଓ ନୟାଗଡ଼। ଏହି ଜିଲ୍ଲା […]

  • Saturday, 17 July 2021
asi
କ୍ଷମା ମାଗିଲା ASI

ପୁରୀ : ବାତ୍ୟାରେ ଲୁହାଭାରା ଭାଙ୍ଗି ଶ୍ରୀମନ୍ଦିରକୁ କ୍ଷତି ପହଞ୍ଚିଥିବାରୁ କ୍ଷମା ମାଗିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବା ASI। ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ମୁଖ୍ୟ ମନ୍ଦିରର ସିଂହ ମୂର୍ତ୍ତି ଭାଙ୍ଗିବା ନେଇ ଗଜପତି କ୍ଷୋଭ ପ୍ରକାଶ କରିଥିଲେ। ବାତ୍ୟା ପୂର୍ବରୁ ଭାରା ଖୋଲାଯାଇ ନଥିବାରୁ ସିଂହ ମୂର୍ତ୍ତି ଭାଙ୍ଗିଲା ବୋଲି କହିଥିଲେ ଗଜପତି। ASI ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏହାକୁ ସ୍ୱୀକାର […]

  • Saturday, 17 July 2021
girl
ମାଟ୍ରିକ ପରୀକ୍ଷା ଫଳ ; ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର  : ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଏଥର ପାସ୍‌ ହାର ୭୦.୭୮ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ତେବେ ଗତବର୍ଷ ତୁଳନାରେ ଏଥର ପାସ ହାର ପ୍ରାୟ ୬ ପ୍ରତିଶତ କମିଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ A1 ଗ୍ରେଡରେ ୧ ହଜାର ୧୮୧, A2ରେ ୯ହଜାର ୯୩୮ ଓ B1ରେ ୨୪ ହଜାର ୯୯୧ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି B2 ଗ୍ରେଡରେ ୪୬ ହଜାର […]

  • Saturday, 17 July 2021
heatwave
ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ୪୫ ଡ଼ିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ରହିଛି। ସେହିପରି ଝାରସୁଗୁଡ଼ାରେ ୪୩.୮ ଡ଼ିଗ୍ରୀ, ବଲାଙ୍ଗିରରେ ୪୩.୬ ଡ଼ିଗ୍ରୀ, ସମ୍ବଲପୁରରେ ୪୩.୪ ଡ଼ିଗ୍ରୀ, ସୋନପୁରରେ ୪୩.୨ ଡ଼ିଗ୍ରୀ, ଭବାନୀପାଟଣାରେ ୪୩ ଡ଼ିଗ୍ରୀ, ତାଳଚେରରେ ୪୨.୫ ଡ଼ିଗ୍ରୀ, ହୀରାକୁଦରେ ୪୨.୪ ଡ଼ିଗ୍ରୀ, ସୁନ୍ଦରଗଡ଼ ଓ ମାଲକାନଗିରିରେ ୪୨ ଡ଼ିଗ୍ରୀ, ଅନୁଗୋଳରେ […]

  • Saturday, 17 July 2021
kv singhdeo
କେଭି ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସୋନପୁର(ରବିନ୍ଦ୍ର ହୋତା)  : ସୋନପୁର-ବଲାଙ୍ଗିର ରାସ୍ତାର ଖମ୍ବଶିଶିପାଲିରେ କନକ ବର୍ଦ୍ଧନ ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ସୂଚନା ମୁତାବକ, ଆଜି କେଭି ନିଜ ପତ୍ନୀଙ୍କ ସହ ଭୁବନେଶ୍ୱରରୁ ପାଟଣାଗଡ଼ ଯାଉଥିଲେ। ରାସ୍ତାରେ ଏକ ତେଲ ବୋଝେଇ ଟ୍ରକକୁ ତାଙ୍କ ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ କେଭି ସିଂହଦେଓଙ୍କ ଗାଡ଼ିର ସାମନା ପଟ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ତେବେ ଅଳ୍ପକେ କନକ ବର୍ଦ୍ଧନ ସିଂଦେଓ ଓ ତାଙ୍କ […]

  • Saturday, 17 July 2021
bus
ତପ୍ତପାଣି ଘାଟିରେ ଓଲଟିଲା ମିନି ବସ୍

ମୋହନା(ମିହିର ଯତି) : ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଓଲଟିଲା ମିନି ବସ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଚାନ୍ଦିପୁଟରୁ ଫେରୁଥିବାବେଳେ ଘାଟିରେ ଭାରସାମ୍ୟ ହରାଇ ରାସ୍ତାର ବାମ ପଟକୁ ୨୦ ଫୁଟ ତଳକୁ ଖସି ଯାଇଥିଲା। ଅଗ୍ନିଶମ ବାହିନୀ ଓ ପୁଲିସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି। ଆଜି ସକାଳେ ଦିଗପହଣ୍ଡି ଦ୍ୱାର ଗାଁରୁ ମିନି ବସ୍‌ରେ ଜ୍ୱାଇଁ ଦେଖିବାକୁ ଚାନ୍ଦିପୁଟ୍ […]

  • Saturday, 17 July 2021
evm
ତୁଟିନି ମକ୍ ପୋଲ୍ ଭୋଟ୍ ଅଡୁଆ

ଦିନକ ପରେ ଗଣତି ଥିଲେ ବି ଏଯାଏଁ ତୁଟିନି ମକ୍ ପୋଲ୍ ଭୋଟ୍ ଅଡୁଆ। ଇଭିଏମ୍ କଣ୍ଟ୍ରୋଲ ୟୁନିଟରେ ମକ୍ ପୋଲ୍ ଭୋଟ୍ ରହି ଯାଇଥିବା ନେଇ ଆଶଙ୍କା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ପ୍ରକୃତ ଭୋଟ୍‌ ଗ୍ରହଣ ପୂର୍ବରୁ ମେସିନରେ ମକ୍ ପୋଲ୍ କରାଯାଇଥାଏ। ପ୍ରକୃତ ଭୋଟ୍‌ ଗ୍ରହଣ ପୂର୍ବରୁ ମକ୍ ପୋଲ୍‌କୁ ମେସିନରୁ ଡିଲିଟ୍ କରାଯାଏ। ପ୍ରିଜାଇଡିଂ ଅଫିସର ମେସିନ୍‌ରୁ ମକ୍ ପୋଲ୍ ଡିଲିଟ୍ କରିବା କଥା। ଯେଉଁଠି ପ୍ରିଜାଇଡିଂ ଅଫିସର ମକ୍ ପୋଲ୍ […]

  • Saturday, 17 July 2021
heat
ପ୍ରଚଣ୍ଡ ଖରାରେ ଜଳୁଛି ସାରା ଓଡ଼ିଶା

ଭୁବନେଶ୍ୱର : ଅସମ୍ଭାଳ ତାତିରେ ଅଥୟ ସାରା ରାଜ୍ୟ। ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ, ସବୁଠି ପ୍ରଚଣ୍ଡ ଖରାରେ କଲବଲ ହେଉଛନ୍ତି ଲୋକେ। ଗତ କିଛିଦିନ ଧରି ଏଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଏହାର ପ୍ରଭାବ ଆହୁରି ଦୁଇ ଦିନ ରହିବ ବୋଲି ପାଣିପାଗ ବିଭାଗ କହିଛି। ଟିଟିଲାଗଡ଼ରେ ଆଜି ପାରଦ ୪୫ ଡ଼ିଗ୍ରୀ ପାର ହୋଇଥିବା ବେଳେ ୯ଟି ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ଏପଟେ ୧୦ ଜିଲ୍ଲାରେ […]

  • Saturday, 17 July 2021
dkl
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ସାମ୍ବାଦିକ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକଙ୍କ ଦୁର୍ବ୍ୟବହାର ଓ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ସ୍ୱର ଉଠାଇଛନ୍ତି ସ୍ଥାନୀୟ ସାମ୍ବାଦିକ। ପ୍ରତିବାଦରେ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି ଯେ, ଏ ସମ୍ପର୍କରେ ସେମାନେ ବାରମ୍ବାର ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଗଲା ନାହିଁ । ତେଣୁ ବାଧ୍ୟ ହୋଇ […]

  • Saturday, 17 July 2021
rice
ରିଲିଫ ଚାଉଳ ହଡ଼ପ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ଠପ୍‌

ବାଙ୍କୀ ( ସଂଜୀବ ନାୟକ) : ବାତ୍ୟା ପାଇଁ ଆସିଥିବା ରିଲିଫ ଚାଉଳ ହଡ଼ପ ଅଭିଯୋଗ ଘଟଣାର ୭୨ ଘଣ୍ଟା ପରେ ବି ହୋଇନି କାର୍ଯ୍ୟାନୁଷ୍ଠାନ। ଡ୍ରାଇଭର ଧରା ପଡିନଥିବାରୁ ତଦନ୍ତରେ ବିଳମ୍ବ ହେଉଥିବା କହିଲେ ବାଙ୍କୀ ଡ଼ମପଡ଼ା ଯୋଗାଣ ନିରୀକ୍ଷକ। ଗତ ୧୮ ତାରିଖରେ କଟକ ଜିଲ୍ଲା ବାଙ୍କୀ ଥାନା ବିଲିପଦା ଗାଁରୁ ଏକ ଗାଡ଼ିରେ ୫ କ୍ୱିଣ୍ଟାଲରୁ ଅଧିକ ଚାଉଳ ନିଆଯାଉଥିଲା। ସେହି ଚାଉଳ ବସ୍ତାରେ ଓଡ଼ିଶା ଷ୍ଟେଟ ସପ୍ଲାଏ କର୍ପୋରେସନ ଲେଖା ଯାଇଥିଲା। […]

  • Saturday, 17 July 2021
train--
ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌

କୁଚିଣ୍ଡା( ଦେବେନ୍ଦ୍ର ବେହେରା) : ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌। ବ୍ରଜରାଜ ନଗରରୁ କୋଲାଘାଟ ଯାଉଥିବା କୋଇଲା ବୋଝେଇ ଟ୍ରେନ୍‌ ଧାରୁଆଡିହି-ବାମରା ମଝି କୁଅଁରମାଲ ରେଲୱେ ଫାଟକ ନିକଟରେ ୫ଟି ବଗି ଛାଡ଼ି ପଳାଇଥିଲା। ବଗି ଛାଡ଼ି ଇଂଜିନ ପଳାଉଥିବା ଟ୍ରେନ୍‌ର ଡ୍ରାଇଭର ଜାଣିପାରିବା ପରେ ପୁଣି ଟ୍ରେନ୍‌କୁ ପଛକୁ ଆଣି ବଗି ସଂଯୋଗ କରାଯାଇଥିଲା। ତେବେ ଏନେଇ ରେଲୱେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

  • Saturday, 17 July 2021