ପାଟଣାଗଡ଼(ବଂଶୀଧର ଶେଠ୍) : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦବଙ୍ଗଗିରି ଦୃଶ୍ୟ ଭାଇରାଲ ଘଟଣାରେ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି। JEଙ୍କ ପତ୍ନୀଙ୍କ ଏତଲା ଆଧାରରେ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ IPC ଓ ଏସ୍ସି/ଏସଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି। ସେପଟେ ପାଟଣାଗଡ଼ର ପୂର୍ତ୍ତ ବିଭାଗ JE ଜୟକାନ୍ତ ଶବର ଉଦ୍ଧାର ପରେ ଚାଞ୍ଚଲ୍ୟକର ବୟାନ୍ ରଖିଛନ୍ତି। ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ […]
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା। ଏ ଚର୍ଚ୍ଚା ଆଉ କେହି ନୁହଁ, ଖୋଦ୍ ଦାମଙ୍କ ପୁଅ ସମ୍ବିତ ରାଉତରାୟ ଆରମ୍ଭ କରିଛନ୍ତି। ଦାମୋଦର ବିଜେପିକୁ ଯାଇ ଖୁସି ନାହାନ୍ତି ବୋଲି ସମ୍ବିତ ଅନୁମାନ କରିଛନ୍ତି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାହିଁଲେ ବାପା ଦଳକୁ ଫେରି ଆସିପାରନ୍ତି ବୋଲି ସମ୍ବିତ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଦାମ ବାବୁ ଜଣେ ଆଇସୋଲେଟେଡ ପର୍ସନ […]
କୋରାପୁଟ : ଗଣ ଦୁଷ୍କର୍ମର ଶିକାର ହେଲେ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ। ଘରେ ଉତ୍ସବ ଚାଲିଥିବା ବେଳେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ସାଥୀରେ ଡାକି ନେଇ ଅଧା ରାସ୍ତାରେ ଛାଡ଼ି ପଳାଇ ଆସିଥିଲେ। ଆଉ ତା’ପରେ ନାବାଳିକାଙ୍କୁ ଦୁଇଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ ଜିଲ୍ଲାରୁ ଆସିଛି। ମାଛକୁଣ୍ଡ ଥାନା ଅଞ୍ଚଳର ସମ୍ପୃକ୍ତ ନାବାଳିକା ୯ମ ଶ୍ରେଣୀରେ ପାଠ ପଢ଼ନ୍ତି। ଗତ ଶନିବାର ରାତିରେ ତାଙ୍କ […]
ଭୁବନେଶ୍ୱର : ଦିନେ ବ୍ୟବଧାନରେ ପରେ ପୁଣି ଲେଉଟିଛି ତାତି। କାଲି ରାଜ୍ୟର ୩ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ୧୧ ସହର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ତେବେ ଆଜି ସର୍ବାଧିକ ଉତ୍ତପ୍ତ ସହର ରହିଛି ଝାରସୁଗୁଡ଼ା। ଏଠାରେ ୪୫.୨ ଡିଗ୍ରୀ ରହିଛି। ସେହିପରି ସମ୍ବଲପୁର ତାପମାତ୍ରା ୪୩.୨ ଡିଗ୍ରୀ, ହୀରାକୁଦରେ ୪୨.୯ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୨ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ସୋନପୁରରେ ୪୧.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧ […]
ରାଉରକେଲା : କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ସାଂଘାତିକ ଅଭିଯୋଗ। ବିଜେପି ଏବଂ ନିଜ ଦଳ ନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜର୍ଜ ତିର୍କୀ। ଇଭିଏମ୍ ହ୍ୟାକ୍ କରି ବିଜେପି ସୁନ୍ଦରଗଡ଼ ଲୋକସଭା ଜିତିଥିବା ଅଭିଯୋଗ କରିଛନ୍ତି ସେ। ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜର୍ଜ ଅଭିଯୋଗ କରିଛନ୍ତି ଯେ, ୨୦୧୪ ନିର୍ବାଚନରେ ଜୁଏଲ ୩ ଲକ୍ଷ ୩୦ ହଜାର ଭୋଟ ପାଇଥିଲେ। ସେତେବେଳେ ମୋଦି ପ୍ରଚାର କରିଥିଲେ, ଦଳରେ ଦିଲୀପ ରାୟ ବି […]
ଭୁବନେଶ୍ୱର : ସକ୍ରିୟ ହେଉଛି ମୌସୁମୀ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି। ତେବେ ଚଳିତ ବର୍ଷ ମୌସୁମୀ ବାୟୁ ସ୍ୱାଭାବିକ୍ ରହିବନି ବରଂ ଦୁର୍ବଳ ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ର ବିଶେଷଜ୍ଞ ସମର ଚୌଧୁରୀ ପୂର୍ବାନୁମାନ କରିଛନ୍ତି। ୬୫ ବର୍ଷ ମଧ୍ୟରେ ଏବର୍ଷ ଦ୍ୱିତୀୟ ସର୍ବାଧିକ ଶୁଷ୍କ ବର୍ଷ ହେବ ବୋଲି ସ୍କାଏମେଟ୍ ଅନୁମାନ କରିଛି। ସାଧାରଣତଃ ସ୍ୱାଭାବିକ୍ ପ୍ରାକ୍ ମୌସୁମୀ ବୃଷ୍ଟି […]
କଳାହାଣ୍ଡି : ମୌସୁମୀ ଆସିବା ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ବର୍ଷା ହୋଇ ଫସଲ ନଷ୍ଟ। ଡାଳୁଅ ଧାନ ଏଥର ବେଶ୍ ଭଲ ହୋଇଥିଲା। କିନ୍ତୁ ଠିକ୍ ଅମଳ ବେଳକୁ ପ୍ରବଳ ବର୍ଷା ହୋଇଛି। ମଣ୍ଡିରୁ ଧାନ ଉଠିନଥିବାରୁ ହଜାର ହଜାର କ୍ୱିଣ୍ଟାଲ ଧାନ ଭିଜି ଯାଇଛି। ଖଳାରୁ ଆରମ୍ଭ କରି ମଣ୍ଡି ଯାଏ ସବୁଠି ସମସ୍ୟା। ରବି ଫସଲର ୨୫ ପ୍ରତିଶତ ଧାନ ମଧ୍ୟ ସଂଗ୍ରହ ହୋଇପାରି ନାହିଁ। ବର୍ଷାରୁ ଧାନକୁ ରକ୍ଷା କରିବାକୁ ମଣ୍ଡିରେ ବ୍ୟବସ୍ଥା […]
ଭୁବନେଶ୍ୱର : ପାଣିପାଗ ବିଭାଗ ପକ୍ଷରୁ ଆଜି ୨ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ମୟୂରଭଂଜ ଓ ବାଲେଶ୍ୱର ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। ଏହି ଦୁଇଟି ଜିଲ୍ଲାରେ ଆଜି ଝଡ଼, ବର୍ଷା, ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ସଂଧ୍ୟା ୬ଟା ୧୫ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଛି।
ବ୍ରହ୍ମପୁର (ଜଗନ୍ନାଥ ସାହୁ) : ବ୍ରହ୍ମପୁରର କଂଗ୍ରେସ ନେତା ମନୋଜ ଜେନା ହତ୍ୟା ମାମଲାରେ ଧରାପଡ଼ିଲେ ଆଉ ୫ ଜଣ ଅଭିଯୁକ୍ତ। ଏହି ୫ ଜଣଙ୍କୁ ବିଭିନ୍ନ ସ୍ଥାନରୁ ପୁଲିସ ଗିରଫ କରିଛି। ୪ ଜଣଙ୍କୁ କୋରାପୁଟ ଲକ୍ଷ୍ମୀପୁରରୁ ଏବଂ ଅନ୍ୟ ଜଣଙ୍କୁ ବାଲୁଗାଁ ଷ୍ଟେସନରୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୩ ବାଇକ୍, ୨ ମାଉଜର ଓ ହତ୍ୟାରେ ବ୍ୟବହୃତ ୨ଟି ଛୁରୀକୁ ଜବତ କରିଛି ପୁଲିସ। ସେହିପରି ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ […]
ଝାରସୁଗୁଡ଼ା ( ଭାଗିରଥୀ ସାହୁ) : ଆଜିଠାରୁ ଆରମ୍ଭ ହୋଇଛି ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ବିମାନ ସେବା। ଭୁବନେଶ୍ୱରରୁ ATR-72 ବିମାନ ଝାରସୁଗୁଡ଼ାରେ ପହଞ୍ଚିବା ପରେ ସେଠାରୁ ମଧ୍ୟ ଭୁବନେଶ୍ୱରକୁ ଉଡାଣ ଭରିଥିଲା ଏହି ବିମାନ। ଭୁବନେଶ୍ୱରରୁ ଯାଇଥିବା ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିଥିଲେ ୭୨ ଯାତ୍ରୀ। ଝାରସୁଗୁଡ଼ାରୁ ପୁଣି ୭୨ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରଆସିଥିଲା ସେହି ବିମାନ। ଏହି ଶୁଭାରମ୍ଭ ସମାରୋହରେ ବରଗଡ ସାଂସଦ ସୁରେଶ ପୁଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ […]
କନ୍ଧମାଳ : କନ୍ଧମାଳ ଜିଲ୍ଲା ମଣ୍ଡାକିଆ ଗ୍ରାମରେ ଗ୍ୟାସ ଚୁଲାରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ୧୫ ବର୍ଷିଆ ନାବାଳିକା ଗୁରୁତର। ପ୍ରଥମେ ତାଙ୍କୁ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ବିଗିଡିବାରୁ ତାଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନାବାଳିକା ଜଣକ ନିଜ ରୋଷେଇ ଘରେ ରନ୍ଧନ ଗ୍ୟାସ ଚୁଲାରେ ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁଁ ତାଙ୍କ ଡ୍ରେସ୍ରେ ନିଆଁ ଲାଗି ଯାଇଥିଲା। ଦେହରେ ନିଆଁ ଲାଗିବା ଜାଣି ସେ ପାଟି […]
ଭୁବନେଶ୍ୱର : ଆସନ୍ତାକାଲି ସମଗ୍ର ରାଜ୍ୟରେ ଇଦ୍ ଉଲ ଫିତର ଉତ୍ସବ ପାଳନ ହେବ। କଟକର ଅଞ୍ଜୁମାନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି। ଆଜି ପବିତ୍ର ରମଜାନ ମାସର ଶେଷ ଦିନ ଥିଲା। ମୁସଲମାନ ସଂପ୍ରଦାୟର ଭାଇ ଭଉଣୀମାନେ ମାସ ତମାମ ରୋଜା ବା ଉପବାସ କରିଥିଲେ। ଆଜି ସନ୍ଧ୍ୟାରେ ଚାନ୍ଦ ଦେଖି ଏହି ଉପବାସ ଶେଷ ହୋଇଥିବା କମିଟି ପକ୍ଷରୁ କୁହାଯାଇଛି। ତେଣୁ ଆସନ୍ତାକାଲି ସମସ୍ତ ମୁସଲିମ୍ ଇଦ୍ ପାଳନ କରିବେ। […]
ଭୁବନେଶ୍ୱର : ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ବା ମୋଦି କେୟାର ଲାଗୁ ପାଇଁ କସରତ। କେନ୍ଦ୍ର ସରକାରଙ୍କ ଆଯୁଷ୍ମାନ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିଛନ୍ତି। ରାଜ୍ୟ ସରକାର କହିଛନ୍ତି ଯୋଜନାକୁ ଲାଗୁ କରାଯିବ କି ନାହିଁ ସେ ନେଇ ଏବେ ନିଷ୍ପତ୍ତି ହୋଇନି। ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ପିଏମ୍ କିଷାନ ସହ ମିଶାଇବାକୁ […]
ଭୁବନେଶ୍ୱର : ୨୦୧୯-୨୦ ବଜେଟ ପାଇଁ ସାଧାରଣ ଲୋକଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର। ବଜେଟ୍ ସମ୍ପର୍କିତ ମତାମତ ଦେବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଇ-ମେଲ୍, ହ୍ୱାଟ୍ସଆପ୍ ଓ SMS ମାଧ୍ୟମରେ ପଠାଇ ପାରିବେ। ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବଜେଟ୍ ସମ୍ପର୍କିତ ମତାମତ ଦେବାକୁ ଚାହୁଁଥିବା ସାଧାରଣ ଲୋକମାନେ ଇ-ମେଲ୍ odisha.budget@gov.in, ୯୪୩୮୧୬୧୧୧୧ ନମ୍ୱରରେ ହ୍ୱାଟ୍ସଆପ୍ ଓ SMSରେ ପଠାଇପାରିବେ। ଆଜିଠାରୁ ଜୁନ୍ ୧୫ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ସେଠାରେ ହେବ ଉପନିର୍ବାଚନ। ଏଥିପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ବିଜେଡି ଓ ବିଜେପିରେ ଏକାଧିକ ଆଶାୟୀ ଥିବାବେଳେ ଦଳ କାହାକୁ ଯୋଗ୍ୟ ଭାବେ ବାଛୁଛି, ତାକୁ ନେଇ ସସ୍ପେନ୍ସ ବଢୁଥିବାବେଳେ କଂଗ୍ରେସ ସେହି ପୁରୁଣା ମୁହଁକୁ ସୁଯୋଗ ଦେବ ନା ନୂଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ତାକୁ ନେଇ […]
ଭୁବନେଶ୍ୱର : ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଅପରାଜିତା କହିଲେ, ଏହା ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ନିର୍ବାଚନ ଜିତିବା ପରେ ଭେଟିନଥିଲି, ଭେଟି ଅଭିନନ୍ଦନ ଜଣାଇଲି। ମୁଖ୍ୟମନ୍ତ୍ରୀଙ୍କ ସହ ସୁନ୍ଦର ଓ ସକାରାତ୍ମକ ଆଲୋଚନା ହେବା ସହ ଭୁବନେଶ୍ୱର ସାଂସଦ ଭାବେ ଯାହା ସହଯୋଗ ଦରକାର ଦେବି ବୋଲି ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।
ଚାନ୍ଦବାଲି( ବାସୁଦେବ ଦାସ) : ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଜଣେ ମହିଳା। ୨ ବର୍ଷ ତଳେ ଭଦ୍ରକ ଚାନ୍ଦବାଲି ଥାନା ପାହାଡପୁର ଗାଁର ସୁବ୍ରତ ନାଥଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ମହିଳା ଜଣକ। ବିବାହର ମାତ୍ର ୬ ଦିନ ପରେ ମହିଳାଙ୍କ ଉପରେ ସ୍ୱାମୀଙ୍କ ସହ ଶାଶୁ ଘର […]
ଜୟପୁର( ଗୌରୀ ଶଙ୍କର): ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ପୁଲିସର ନିସ୍ତୁକ ମାଡ଼ ନେଇ ଭିଡିଓ ଭାଇରାଲ। ମାଲକାନଗିରି ବିଚ୍ଛିନ୍ନାଞ୍ଚଳରୁ କିଛି ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଧରିବା ପରେ ସ୍ଥାନୀୟ ପୁଲିସ ଏଭଳି ବର୍ବରୋଚିତ ମାଡ଼ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଭିଡ଼ିଓରେ ଦେଖିବାକୁ ମିଳିଛି ପ୍ଲାଷ୍ଟିକ ପାଇପ୍ରେ କିଭଳି ଅଭିଯୁକ୍ତକୁ ମାଡ଼ ମାରୁଛି ପୁଲିସ। ବୈପାରୀଗୁଡ଼ା ଥାନା ଧରାଗୁଡ଼ା ଅଞ୍ଚଳରେ ପୁଲିସ ପିଟିଥିବା ନେଇ ଅଭିଯୋଗ ହେଉଛି। ତେବେ ଏନେଇ […]
ଭୁବନେଶ୍ୱର : ସୁଇମିଂ ପୁଲ୍ରେ ବୁଡ଼ି ଛାତ୍ର ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର କ୍ଲବରେ। ମୃତ ଛାତ୍ର ଜଣଙ୍କ ହେଉଛନ୍ତି ସନ୍ଦୀପ ସାହୁ। ତାଙ୍କ ଘର ଡୁମୁଡୁମା ଅଞ୍ଚଳରେ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, କ୍ଲବରେ ସମର କ୍ୟାମ୍ପରେ ସେ ପହଁରା ପ୍ରଶିକ୍ଷଣ ନେଉଥିବାବେଳେ ବୁଡ଼ିଯାଇଛନ୍ତି। ଅନ୍ୟପଟେ ବିନା ପ୍ରଶିକ୍ଷକରେ ସେ ପହଁରୁଥିବା ଟ୍ରେନର କହିଛନ୍ତି। କିନ୍ତୁ ବିନା ଟ୍ରେନରରେ କିଭଳି ପହଁରିବା ପାଇଁ ଅନୁମତି ଦେଉଥିଲେ କର୍ତ୍ତୃପକ୍ଷ ବୋଲି ଅଭିଯୋଗ […]
ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଯୁଯୁମରା CRPF କ୍ୟାମ୍ପରେ ଗୁଳି ଫୁଟି ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ହେଉଛି ବୁଟା ସିଂ। ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ୱଲପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ମାତ୍ର ଗୁଳି ଫୁଟିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ସୂଚନାରୁ ପ୍ରକାଶ, ଯୁଯୁମରା ଏକ ନକ୍ସଲ ପ୍ରବଣ ଅଞ୍ଚଳ। ସେଥିପାଇଁ ସେଠାରେ ଏକ ସିଆର୍ପିଏଫ୍ କ୍ୟାମ୍ପ ରହିଛି। ଏଠାରେ ନିୟମିତ ଫାୟାରିଂ କ୍ୟାମ୍ପ ହୋଇଥାଏ। […]
ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ) : ଚଢ଼ା ଦରରେ ମଦ ବିକିବାକୁ ନେଇ ଆଜି ନୟାଗଡ଼ ଜିଲ୍ଲାର ଭାପୁର ଠାରେ ଗଣ୍ଡଗୋଳ ହୋଇଛି। ମଦ ଦୋକାନୀଙ୍କ ମାଡ଼ରେ ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ନୟାଗଡ଼ ଜିଲ୍ଲା ଭାପୁର ବଜାରରେ ଘଟିଛି। ଏନେଇ ଖବର ପ୍ରକାଶ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଫତେଗଡ଼ ଥାନା ଭାପୁର ବଜାରରେ ଥିବା ମଦ ଦୋକାନକୁ ପୀଠଖାଇ ଗାଁର ସାଗର ଲେଙ୍କା ନାମକ ଜଣେ […]
ପୁରୀ/ଭୁବନେଶ୍ୱର : ବାତ୍ୟା ଫୋନି ମାଡ଼ରେ ଉଜୁଡି ଯାଇଥିବା ଶିକ୍ଷା ଭିତ୍ତିଭୂମିକୁ ନେଇ ଚିନ୍ତା। ଆଉ ଦିନ କେଇଟା ପରେ ସ୍କୁଲ ଖୋଲିବାକୁ ଥିବା ବେଳେ, ଭାଙ୍ଗି ଯାଇଥିବା ଅନେକ ସ୍କୁଲ ଗୃହ ଏବେବି ଅଣ୍ଟାସଳଖି ଠିଆ ହୋଇପାରିନି। ସେପଟେ ସ୍କୁଲରେ ଆଶ୍ରୟ ନେଇଥିବା ଅନେକ ବାତ୍ୟା ବିପନ୍ନ ନିଜ ନିଜ ଗାଁକୁ ଫେରିନାହାଁନ୍ତି। ତେଣୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଖରାଛୁଟି ପରେ ସ୍କୁଲ ଖୋଲିପାରିବ ନା ନାହିଁ ତାକୁ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା। ତେବେ […]
ଭୁବନେଶ୍ୱର : ଚାଷୀଙ୍କୁ ଚଳିତ ବର୍ଷ ଚିନ୍ତା ବଢ଼ାଇଛି ମୌସୁମୀ ବର୍ଷା । ପ୍ରାକ୍ ମୌସୁମୀ ବର୍ଷା ଅଭାବରୁ କେଉଁଠି ଜମି ଫାଟି ଆଁ କଲାଣି ତ’ ଆଉ କେଉଁଠି ଆଗେଇ ପାରୁନି ଚାଷ ବାସ। ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କରି ଦୀର୍ଘ ଦିନ ହେଲାଣି ଚାଷୀ ଚାହିଁ ରହିଛି ବର୍ଷାକୁ । ହେଲେ ଆବଶ୍ୟକ ମୁତାବକ ବର୍ଷା ଅଭାବରୁ ଜମି ଶୁଖିଲା ପଡ଼ିଛି। ଏଭଳି ସ୍ଥିତିରେ ସାଧାରଣତଃ ଜୁନ୍ ୧୦ ସୁଦ୍ଧା ଓଡ଼ିଶାକୁ […]
ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଚରମ୍ପା ଅଞ୍ଚଳର ନିଶାଣୀଗରଦା ଗାଁରେ ସାବିତ୍ରୀ ବ୍ରତ ଟିକିଏ ନିଆରା ଢଙ୍ଗରେ ପାଳନ କରିଛନ୍ତି କିନ୍ନର। ସଧବା ମହିଳା ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରୁଥିବାବେଳେ ଏଠାରେ କିନ୍ନରମାନେ ସେମାନଙ୍କ ଗୁରୁମାଙ୍କ ଦୀର୍ଘଜୀବନ ଓ ମଙ୍ଗଳକାମନା କରି ଏହି ବ୍ରତ ପାଳନ କରିଛନ୍ତି। ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ପିନ୍ଧି ଉପବାସ ରହି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅନେକ କିନ୍ନର। ସେହିପରି ବ୍ରହ୍ମପୁର ଗୋକୁଳଧାମ ପରିସରରେ କିନ୍ନର ପାଳିଛନ୍ତି […]
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରଥମଥର ପାଇଁ ଆମ୍ବ ମେଳା ଆୟୋଜିତ ହୋଇଛି। ଏହି ମେଳାରେ ବିଭିନ୍ନ କିସମର ୧୫ ପ୍ରକାରର ଆମ୍ବ ପ୍ରଦର୍ଶିତ ହେବା ସହ ବିକ୍ରି କରାଯାଉଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ୱୟଂସହାୟିକା ଗୋଷ୍ଠୀ ଏଥିରେ ଭାଗ ନେଇଛନ୍ତି। ଏହି ମେଳା ୭ ତାରିଖ ଯାଏଁ ଚାଲିବ। ଗୋଟିଏ ସ୍ଥାନରେ ବିଭିନ୍ନ କିସମର ଆମ୍ବ ସୁଲଭ ମୂଲ୍ୟରେ ମିଳୁଥିବାରୁ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ଅନ୍ୟ ଅଂଚଳରୁ ଲୋକେ ଆସି ଆମ୍ବ କିଣି […]