• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

suicide
ଦେହରେ କିରୋସିନ ଢାଳି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ

ଯାଜପୁର  : କଷ୍ଟ ସହି ନପାରି ଦେହରେ କିରୋସିନ ଢାଳି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପାଥପୁର ଗ୍ରାମରେ। ଗ୍ରାମର ବୃଦ୍ଧ ପାଣ୍ଡବ ମଲ୍ଲିକ ପକ୍ଷାଘାତ ରୋଗରେ ପୀଡିତ ଥିଲେ। ତାଙ୍କ ପତ୍ନୀ କେସା ମଲ୍ଲିକ ତାଙ୍କର ସେବା କରୁଥିଲେ। ବୃଦ୍ଧାବସ୍ଥାରେ ସ୍ୱାମୀଙ୍କ ସେବାରେ ସେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପରିବାର ଓ ପଡୋଶୀ କହିଛନ୍ତି। ମିଳିଥିବା ସୂଚନା ମୁତାବକ ,ଶୁକ୍ରବାର […]

  • Saturday, 17 July 2021
murder
ଘରୋଇ କଳିରୁ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ) :  ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳ ଅରଖକୁଦରେ ସ୍ତ୍ରୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ। ଏହାପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଗାଁରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ଗାଁର ଚନ୍ଦନ ଜେନା ୫ ବର୍ଷ ତଳେ ମାହାଙ୍ଗା ଥାନା ଅଞ୍ଚଳର କୁମୁଡ଼ା ଜୟପୁର ଗାଁର ବନିତା ଜେନାଙ୍କୁ ପ୍ରେମ ବିବାହ କରିଥିଲେ। କୌଣସି କାରଣରୁ ସକାଳେ […]

  • Saturday, 17 July 2021
cctv
ନୟାପଲ୍ଲୀ ବ୍ୟବସାୟୀଙ୍କୁ ଅପହରଣ ଘଟଣାର ମିଳିଲା ସିସିଟିଭି ଫୁଟେଜ

ଭୁବନେଶ୍ୱର : ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ ବ୍ୟବସାୟୀ ଶିବସୁନ୍ଦର ଦାସଙ୍କୁ ଅପହରଣ ଘଟଣାର ସିସିଟିଭି ଫୁଟେଜ୍ ପୁଲିସକୁ ମିଳିଛି। ଏହି ଫୁଟେଜ ଆଧାରରେ ଅପରାଧୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି କମିଶନରେଟ୍ ପୁଲିସ। ଶୁକ୍ରବାର ରାତିରେ ଆଇଆରସି ଭିଲେଜ ଅଞ୍ଚଳରେ ରହୁଥିବା ଶିବସୁନ୍ଦର ଘର ବାହାରେ କାର୍‌ରେ ଶୋଇଥିଲେ। ୬ ଜଣ ଦୁର୍ବୃତ୍ତ ଗୋଟିଏ ଇନୋଭାରେ ଆସି ଗାଡ଼ି ପାଖରେ ରହିଥିଲେ। ତା ପରେ ତାଙ୍କ ଗାଡ଼ିରେ ପଶି ଅପହରଣ କରିନେଇଥିଲେ। ରାସ୍ତାରେ ଯିବାବେଳେ ବାଣୀବିହାର ଓଭରବ୍ରିଜ୍‌ […]

  • Saturday, 17 July 2021
bjp meeting
ଆସନ୍ତାକାଲି ବିଜେପିର ବୈଠକ

ଭୁବନେଶ୍ୱର : ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପିର ଖରାପ ପ୍ରଦର୍ଶନର ସମୀକ୍ଷା କରାଯିବ। ଓଡ଼ିଶାରେ ବିଜେପି ଆଶାନୁରୂପ ସଫଳତା ନ ପାଇବା ପଛରେ କେଉଁ କାରଣ ଦାୟୀ, ତାର ସମୀକ୍ଷା କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ। ଦଳକୁ ତୃଣମୂଳ ସ୍ତରରୁ ଆହୁରି ସଂଗଠିତ କରିବାକୁ ପଡ଼ିବ ବୋଲି ଅରୁଣ କହିଛନ୍ତି। ଏହାସହ ଆସନ୍ତାକାଲି ଦଳର ବୈଠକ ବସି ପାଟକୁରା, ବିଜେପୁର ଉପନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି […]

  • Saturday, 17 July 2021
ratha
ପ୍ରଥମ ଥର ପାଇଁ ନିଲାମ ହେବ ରଥଯାତ୍ରା ସିଧା ପ୍ରସାରଣ

ଭୁବନେଶ୍ୱର / ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାସେ ଠୁ ବି କମ୍ ସମୟ। କିଏ ପୁରୀ ଯାଇ ରଥାରୁଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ପ୍ରସ୍ତୁତି କଲାଣି, ତ ଆଉ କିଏ ଟିଭି ପରଦାରେ ଏହାର ସିଧାପ୍ରସାରଣ ଦେଖିବାକୁ ଆଶା ବାନ୍ଧିଛି। ଏଭଳି ସ୍ଥିତିରେ, ସାମ୍ନାକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନର ଏକ ନୋଟିସ୍। ଏଣିକି ଯେକୌଣସି ଚ୍ୟାନେଲ କରିପାରିବେନି ପୁରୀ ରଥାଯାତ୍ରାର ସିଧା ପ୍ରସାରଣ। ବିଡିଂ ଜରିଆରେ ଗୋଟିଏ ଚ୍ୟାନେଲ୍‌କୁ ମିଳିବ ସିଧା ପ୍ରସାରଣ ଅଧିକାର। ସ୍ନାନଯାତ୍ରାଠୁ […]

  • Saturday, 17 July 2021
modi-naveen
୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର : ନିର୍ବାଚନ ପରେ ମୋଦି-ନବୀନ ଭେଟ୍‌ଘାଟ୍। ଉଭୟ ନେତା କ୍ଷମତା ବଜାୟ ରଖିବା ପରେ ଆସନ୍ତା ୧୧ରେ ପ୍ରଥମ ଥର ଲାଗି ପରସ୍ପରକୁ ଭେଟିବେ। ଏହି ଅବସରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମି ନିର୍ମାଣ ଲାଗି ସହାୟତା, ଫୋନି କ୍ଷୟକ୍ଷତି ବାବଦରେ ରାଜ୍ୟ ଦାବି କରିଥିବା ସହାୟତା ଖୁବ୍ ଶୀଘ୍ର ପ୍ରଦାନ, କେନ୍ଦ୍ରୀୟ ବଜେଟ୍‌ରେ ରାଜ୍ୟକୁ ଅଧିକ ଅନୁଦାନ, କୋଇଲା ରୟାଲ୍‌ଟି ସଂଶୋଧନ ଆଦି ଦାବି ଦୋହରାଇ […]

  • Saturday, 17 July 2021
jay panda
ସାଂସଦ ବୈଜୟନ୍ତଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ପ୍ରସଙ୍ଗ : ନବୀନଙ୍କୁ ପକ୍ଷଭୁକ୍ତ କରିବାକୁ ଦାବି କଲେ ସଚେତନ ନାଗରିକ

କେନ୍ଦ୍ରାପଡା : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାଣିଲେ କେନ୍ଦ୍ରାପଡ଼ାର କିଛି ଲୋକ। ମାମଲାରେ ନବୀନଙ୍କୁ ପକ୍ଷଭୁକ୍ତ କରିବାକୁ ଟାଉନ୍ ଥାନାରେ ଲିଖିତ ଆବେଦନ କରିଛନ୍ତି କେନ୍ଦ୍ରାପଡାର କିଛି ସଚେତନ ନାଗରିକ। ଟାଉନ୍ ଥାନା ଅଧିକାରୀଙ୍କୁ ଦେଇଥିବା ଏହି ଆବେଦନରେ ସେମାନେ ଦର୍ଶାଇଛନ୍ତି, ବୈଜୟନ୍ତଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦୁଇ ଦୁଇ ଥର ନିଜ ସ୍ୱାକ୍ଷରରେ ଦଳୀୟ ଟିକେଟ ଦେଇଛନ୍ତି। […]

  • Saturday, 17 July 2021
minister
୨ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ବିଜେପିର ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପରାଜୟ ଭିତରେ ବି ବିଜୟର ଖୁସି।  ଯେଉଁ ସ୍ଥାନରେ ନବୀନ ପଞ୍ଚମ ପାଳି ସରକାରର ଶପଥ ନେଲେ, ଠିକ୍ ସେହି ସ୍ଥାନରେ ବିଜେପି ସମ୍ବର୍ଦ୍ଧନା ସଭା କରି ଶକ୍ତି ପ୍ରଦର୍ଶନ କରିଛି। ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ସବୁ ବିଧାୟକ ଓ ସାଂସଦଙ୍କ ଉଦ୍ଦେଶ୍ୟରେ ଦଳ ଆଜି ଭବ୍ୟ ଆୟୋଜନ କରି ବିଜେଡି ଠାରୁ କିଛି କମ୍ ନୁହେଁର ବାର୍ତ୍ତା ଦେବାକୁ ପ୍ରୟାସ କରିଛି। ଓଡ଼ିଶା ମାଟିରେ ଓଡ଼ିଆ ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଭବ୍ୟ ଆୟୋଜନ। […]

  • Saturday, 17 July 2021
keunjara
ମାଟି ଅତଡ଼ା ଧସି ୩ ଶ୍ରମିକ ମୃତ

କେନ୍ଦୁଝର(ପ୍ରଣୟ ପାଣି): ମୋରମ ଖାଦାନରେ ଟଳିଲା ୩ ଶ୍ରମିକଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ତୁଳସୀଚଉରା ଗାଁରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ମୋରମ ଖାଦାନରେ ଟ୍ରାକ୍ଟରରେ ମାଟି ଲୋଡ୍ କରୁଥିବାବେଳେ ମାଟି ଅତଡ଼ା ଧସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଚାପି ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ଜଣେ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ଶ୍ରମିକ ମାନେ ହେଲେ ରେଖା ଦେହୁରୀ, ନିର […]

  • Saturday, 17 July 2021
MURDER
ଯୁବତୀଙ୍କ ହାଡ଼ କଙ୍କାଳ ମିଳିବା ଘଟଣା ; ଶବକୁ ଚିହ୍ନଟ କଲେ ପରିବାର ଲୋକେ

ବାରିପଦା (ମାଣିକ୍‌ଲାଲ ପାଣି): କଲେଜରେ ପଢ଼ୁଥିବା ବେଳେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଆଉ ତା’ ସହ ସଂସାର ଗଢ଼ିବା ପାଇଁ ସ୍ୱପ୍ନ ଦେଖୁଥିଲେ ପ୍ରେମିକା। ହେଲେ ଧୋକ୍କାବାଜ ପ୍ରେମିକ ନିଜର ସାଥୀଙ୍କ ସହ ମିଶି ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱରରୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳର ଚୁମ୍‌କି (ଛଦ୍ମନାମ)ଙ୍କୁ ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକ ଭଲ ପାଉଥିଲେ। […]

  • Saturday, 17 July 2021
bike
ଟ୍ୟାଙ୍କର ଧକ୍କାରେ ଦୁଇ ଭାଇ ମୃତ

ନୟାଗଡ଼  : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଲୁଣିସରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଭାଇଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ନୂଆଗାଁ ଥାନା ଅଧିନ ସୋରଡା ଗାଁର ଗଣେଶ ନାୟକ ଏବଂ ରମେଶ ନାୟକ ଦୁଇ ଭାଇ ବାଇକ୍‌ରେ ନୂଆଗାଁରୁ ନିଜ ଘର ସୋରଡାକୁ ଫେରୁଥିଲେ। ଏହି ସମୟରେ ଲୁଣିସରା ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ୟାସ୍‌ ଟ୍ୟାଙ୍କର ସହ ତାଙ୍କ ବାଇକ୍‌ର ମୁହାଁ ମୁହିଁ ଧକ୍କା ହୋଇଥିଲା। ୨ଭାଇଙ୍କୁ ଚାପିଦେଇ […]

  • Saturday, 17 July 2021
bjp
ବିଧାୟକ ସରୋଜ ମେହେରଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର : ବଲାଙ୍ଗିର ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଦାବି କରିଛି। ବିଜେପି ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ବିଧାୟକ ଶ୍ରୀ ମେହେର ଜଣେ ଆଦିବାସୀ ବର୍ଗର ସରକାରୀ ଅଫିିସର ଜୟକାନ୍ତ ଶବରଙ୍କୁ ଯେଉଁଭଳି ଭାବରେ ସର୍ବସାଧାରଣରେ କାନ ଧରି […]

  • Saturday, 17 July 2021
mines 2
ନିଲାମ ହେବ ରାଜ୍ୟର ୪୦ଟି ଖଣି

ଭୁବନେଶ୍ୱର  : ନିଲାମ ହେବ ରାଜ୍ୟର ୪୦ଟି ଖଣି। ଆଜି ଖଣି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଆସନ୍ତା ୨ ମାସ ଭିତରେ ରାଜ୍ୟର ୩୬ ଖଣିର ନିଲାମ ହେବ। ୪ଟି ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ମନ୍ତ୍ରୀ କହିଛନ୍ତି। ସେପଟେ ଖଣି କ୍ଷେତ୍ରରେ ଗତବର୍ଷ ଅପେକ୍ଷା ୭୦.୯୨ ପ୍ରତିଶତ ରାଜସ୍ୱ ବଢ଼ିଛି। ୨୦୧୮-୧୯ରେ ୧୦ […]

  • Saturday, 17 July 2021
pm kissan
ପିଏମ୍ କିଷାନ ନେଇ ରାଜ୍ୟକୁ କେନ୍ଦ୍ରର ଡେଡ୍‌ଲାଇନ୍‌

ଭୁବନେଶ୍ୱର : ବାଲେଶ୍ୱର ଭୋଗରାଇର ଚାଷୀ ରବୀନ୍ଦ୍ର ଜେନା ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ପାଇଛନ୍ତି ୫ ହଜାର ଟଙ୍କାର ସହାୟତା। ହେଲେ ପିଏମ୍ କିଷାନ ଯୋଜନାରେ ସେ କିନ୍ତୁ କିଛି ପାଇନାହାଁନ୍ତି। ସେମିତି ଆଉ ଜଣେ କଳାହାଣ୍ଡି ଧର୍ମଗଡ଼ କନକପୁରର ଚାଷୀ ପୁସ୍ତମ ନାଏକ। କାଳିଆ ଯୋଜନାରେ ପାଇଥିବା ୫ ହଜାର ଟଙ୍କାକୁ ଚାଷରେ ଖଟାଇଛନ୍ତି। ପିଏମ କିଷାନରେ ୨ ହଜାର ମିଳିବ ବୋଲି ଜାଣିଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ଏ ଟଙ୍କା ମିଳିନି। ରାଜ୍ୟ […]

  • Saturday, 17 July 2021
rajanikanta
ରଜନୀକାନ୍ତ ସିଂ ବିଧାନସଭା ଉପବାଚସ୍ପତି

ଭୁବନେଶ୍ୱର : ଅନୁଗୁଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂ ବିଧାନସଭାର ଉପବାଚସ୍ପତି ହେବେ। ବିଜେଡି ପକ୍ଷରୁ ତାଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଷ୍ପତ୍ତି ନେଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଷୋଡ଼ଶ ବିଧାନସଭାର ଉପବାଚସ୍ପତି ଭାବେ ବିଜେଡି ପ୍ରାର୍ଥୀ […]

  • Saturday, 17 July 2021
sambit
ପୁଅ କେମିତି ଜାଣିଲା ମୁଁ ଦୁଃଖୀ ବୋଲି: ଦାମ

ଭୁବନେଶ୍ୱର  : ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେପିରେ ଖୁସିରେ ନାହାନ୍ତି। ଏପରି କିଛି ଅନୁମାନ କରି ଆଜି ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ୱିତ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଯାହାକୁ ଖଣ୍ଡନ କରିଛନ୍ତି ବାପା ଡା.ଦାମୋଦର ରାଉତ। ସେ ପାଲଟା ପ୍ରଶ୍ନ କରିଛନ୍ତି ମୁଁ ଦୁଃଖରେ ଅଛି ବୋଲି ସେ କେମିତି ଜାଣିଲେ। ବାପା ଓ ପୁଅଙ୍କ ପରସ୍ପର ବିରୋଧୀ ବୟାନ ଏବେ ରାଜ୍ୟ ରାଜନୀତିରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। […]

  • Saturday, 17 July 2021
boudh
ବାପାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଥାନାରେ ଅଟକ

ବୌଦ୍ଧ  ( ଭର୍ଜନ ପ୍ରଧାନ) : ବୌଦ୍ଧ ସହର ପାଖ ମୁରୁଶୁଣ୍ଢି ପଞ୍ଚାୟତର ସରଣ୍ଡା ଗାଁରେ ବାପାକୁ ହତ୍ୟା ଅଭିଯୋଗରେ ପୁଅକୁ ଅଟକ ରଖିଛି ପୁଲିସ। ଗତ ରାତିରେ ଗାଁର ସଦାଶିବ ପାତ୍ର ମଦ ପିଇ ଘରକୁ ଫେରି ସ୍ତ୍ରୀ  ଓ ପୁଅ ଆଶିଷଙ୍କ ସହ ପାଟିତୁଣ୍ଡ କରିଥିଲା। ଏହାସହ ହାତରେ ଛୁରୀ ଧରି ଦୁହିଁଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଗଣ୍ଡଗୋଳ ବଢ଼ିବାରୁ ଆଶିଷ ବାପା ସଦାଶିବଙ୍କ ଠାରୁ ଛୁରୀ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏତିକି […]

  • Saturday, 17 July 2021
dead
କାନ୍ଥ ଭୁଶୁଡ଼ିବା ଘଟଣାରେ ୨ ଶିଶୁ ମୃତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କାନ୍ଥ ଭୁଶୁଡ଼ି ଗତକାଲି ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣେ ଆହତ ଶିଶୁର ଜୀବନ ଯାଇଛି। ସେମାନଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ସେ ଏବେ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ବ୍ରହ୍ମପୁର ଅଞ୍ଚଳର ସୁକାନ୍ତ କାଣ୍ଡିଙ୍କ ପରିବାର ଭୁବନେଶ୍ୱର ୟୁନିଟ୍‌-୪ କେଶରୀ ନଗରରେ ରହି କାମଦାମ କରି ଚଳନ୍ତି। ତିନି ଦିନ ତଳେ ସୁକାନ୍ତ କାମ କରିବା ପାଇଁ ଯାଇଥିଲେ। ଘରେ ତାଙ୍କ ପତ୍ନୀ ସୁନା, ସାଢ଼େ […]

  • Saturday, 17 July 2021
mla
ପାଟଣାଗଡ଼ ଥାନାରେ ବିଧାୟକଙ୍କ ନାଁରେ ମାମଲା ରୁଜୁ

ପାଟଣାଗଡ଼(ବଂଶୀଧର ଶେଠ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦବଙ୍ଗଗିରି ଦୃଶ୍ୟ ଭାଇରାଲ ଘଟଣାରେ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି। JEଙ୍କ ପତ୍ନୀଙ୍କ ଏତଲା ଆଧାରରେ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ IPC ଓ ଏସ୍‌ସି/ଏସଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି। ସେପଟେ ପାଟଣାଗଡ଼ର ପୂର୍ତ୍ତ ବିଭାଗ JE ଜୟକାନ୍ତ ଶବର ଉଦ୍ଧାର ପରେ ଚାଞ୍ଚଲ୍ୟକର ବୟାନ୍ ରଖିଛନ୍ତି। ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ […]

  • Saturday, 17 July 2021
dama rout
ବିଜେଡିକୁ ଫେରିବେ କି ଦାମ?

ଭୁବନେଶ୍ୱର :  ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା। ଏ ଚର୍ଚ୍ଚା ଆଉ କେହି ନୁହଁ, ଖୋଦ୍ ଦାମଙ୍କ ପୁଅ ସମ୍ବିତ ରାଉତରାୟ ଆରମ୍ଭ କରିଛନ୍ତି। ଦାମୋଦର ବିଜେପିକୁ ଯାଇ ଖୁସି ନାହାନ୍ତି ବୋଲି ସମ୍ବିତ ଅନୁମାନ କରିଛନ୍ତି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାହିଁଲେ ବାପା ଦଳକୁ ଫେରି ଆସିପାରନ୍ତି ବୋଲି ସମ୍ବିତ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଦାମ ବାବୁ ଜଣେ ଆଇସୋଲେଟେଡ ପର୍ସନ […]

  • Saturday, 17 July 2021
rape
ଝିଆରୀର ବିଶ୍ୱାସରେ ବିଷ ଦେଲା ସଂପର୍କୀୟ ଦାଦା

କୋରାପୁଟ  : ଗଣ ଦୁଷ୍କର୍ମର ଶିକାର ହେଲେ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ। ଘରେ ଉତ୍ସବ ଚାଲିଥିବା ବେଳେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ସାଥୀରେ ଡାକି ନେଇ ଅଧା ରାସ୍ତାରେ ଛାଡ଼ି ପଳାଇ ଆସିଥିଲେ। ଆଉ ତା’ପରେ ନାବାଳିକାଙ୍କୁ ଦୁଇଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ ଜିଲ୍ଲାରୁ ଆସିଛି। ମାଛକୁଣ୍ଡ ଥାନା ଅଞ୍ଚଳର ସମ୍ପୃକ୍ତ ନାବାଳିକା ୯ମ ଶ୍ରେଣୀରେ ପାଠ ପଢ଼ନ୍ତି। ଗତ ଶନିବାର ରାତିରେ ତାଙ୍କ […]

  • Saturday, 17 July 2021
heat
ପୁଣି ଲେଉଟିଲା ତାତି ; ଆଜି ୧୧ ସହର ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଲା

ଭୁବନେଶ୍ୱର  : ଦିନେ ବ୍ୟବଧାନରେ ପରେ ପୁଣି ଲେଉଟିଛି ତାତି। କାଲି ରାଜ୍ୟର ୩ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ୧୧ ସହର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ତେବେ ଆଜି ସର୍ବାଧିକ ଉତ୍ତପ୍ତ ସହର ରହିଛି ଝାରସୁଗୁଡ଼ା। ଏଠାରେ ୪୫.୨ ଡିଗ୍ରୀ ରହିଛି। ସେହିପରି ସମ୍ବଲପୁର ତାପମାତ୍ରା ୪୩.୨ ଡିଗ୍ରୀ, ହୀରାକୁଦରେ ୪୨.୯ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୨ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ସୋନପୁରରେ ୪୧.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧ […]

  • Saturday, 17 July 2021
gerge tirki
ବିଜେପି ଓ କଂଗ୍ରେସ ନେତାଙ୍କ ବିରୋଧରେ ଜର୍ଜ ତିର୍କୀଙ୍କ ଅଭିଯୋଗ

ରାଉରକେଲା : କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ସାଂଘାତିକ ଅଭିଯୋଗ। ବିଜେପି ଏବଂ ନିଜ ଦଳ ନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜର୍ଜ ତିର୍କୀ। ଇଭିଏମ୍ ହ୍ୟାକ୍ କରି ବିଜେପି ସୁନ୍ଦରଗଡ଼ ଲୋକସଭା ଜିତିଥିବା ଅଭିଯୋଗ କରିଛନ୍ତି ସେ। ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜର୍ଜ ଅଭିଯୋଗ କରିଛନ୍ତି ଯେ, ୨୦୧୪ ନିର୍ବାଚନରେ ଜୁଏଲ ୩ ଲକ୍ଷ ୩୦ ହଜାର ଭୋଟ ପାଇଥିଲେ। ସେତେବେଳେ ମୋଦି ପ୍ରଚାର କରିଥିଲେ, ଦଳରେ ଦିଲୀପ ରାୟ ବି […]

  • Saturday, 17 July 2021
kerala moonsoon
୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା

ଭୁବନେଶ୍ୱର : ସକ୍ରିୟ ହେଉଛି ମୌସୁମୀ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି। ତେବେ  ଚଳିତ ବର୍ଷ ମୌସୁମୀ ବାୟୁ ସ୍ୱାଭାବିକ୍ ରହିବନି ବରଂ ଦୁର୍ବଳ ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ର ବିଶେଷଜ୍ଞ ସମର ଚୌଧୁରୀ ପୂର୍ବାନୁମାନ କରିଛନ୍ତି। ୬୫ ବର୍ଷ ମଧ୍ୟରେ ଏବର୍ଷ ଦ୍ୱିତୀୟ ସର୍ବାଧିକ ଶୁଷ୍କ ବର୍ଷ ହେବ ବୋଲି ସ୍କାଏମେଟ୍‌ ଅନୁମାନ କରିଛି। ସାଧାରଣତଃ ସ୍ୱାଭାବିକ୍‌ ପ୍ରାକ୍ ମୌସୁମୀ ବୃଷ୍ଟି […]

  • Saturday, 17 July 2021
rice
ସବୁ ସାରିଦେଲା ବର୍ଷା ;  ମଣ୍ଡିରେ, ଖଳାରେ ଭିଜିଲା ଧାନ

କଳାହାଣ୍ଡି  : ମୌସୁମୀ ଆସିବା ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ବର୍ଷା ହୋଇ ଫସଲ ନଷ୍ଟ। ଡାଳୁଅ ଧାନ ଏଥର ବେଶ୍ ଭଲ ହୋଇଥିଲା। କିନ୍ତୁ ଠିକ୍ ଅମଳ ବେଳକୁ ପ୍ରବଳ ବର୍ଷା ହୋଇଛି। ମଣ୍ଡିରୁ ଧାନ ଉଠିନଥିବାରୁ ହଜାର ହଜାର କ୍ୱିଣ୍ଟାଲ ଧାନ ଭିଜି ଯାଇଛି। ଖଳାରୁ ଆରମ୍ଭ କରି ମଣ୍ଡି ଯାଏ ସବୁଠି ସମସ୍ୟା। ରବି ଫସଲର ୨୫ ପ୍ରତିଶତ ଧାନ ମଧ୍ୟ ସଂଗ୍ରହ ହୋଇପାରି ନାହିଁ। ବର୍ଷାରୁ ଧାନକୁ ରକ୍ଷା କରିବାକୁ ମଣ୍ଡିରେ  ବ୍ୟବସ୍ଥା […]

  • Saturday, 17 July 2021