• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dead
ଘର ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌ ,ଗୋଟିଏ ପରିବାରର ୩ ମୃତ

କୋରାପୁଟ ( ସୂର୍ଯ୍ୟ ପଣ୍ଡା) : କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଭେଜାପୁଟ ଗାଁରେ ଅଘଟଣ।  ରାତିରେ ଗୋଟିଏ ଘର ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାରର ଜଣେ ସଦସ୍ୟ। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି। ଲୋକେ ରାସ୍ତା ରୋକ୍‌ କରିଛନ୍ତି।

  • Saturday, 17 July 2021
naveen
ଇସ୍ପାତ କ୍ଷେତ୍ରରେ ଓଡ଼ିଶାର ବିକାଶକୁ ପ୍ରାଥମିକତା ଦିଆଯିବ: ଧର୍ମେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କିପରି କାମ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ସବିଶେଷ ଆଲୋଚନା ହୋଇଛି ଏବଂ ଇସ୍ପାତ କ୍ଷେତ୍ରରେ ଓଡିଶାର ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଓଡ଼ିିଶା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମର ବିଭିନ୍ନ […]

  • Saturday, 17 July 2021
f
ବୀରେନ୍ଦ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ସାହିତ୍ୟ ପୁରସ୍କାର, ଶିଶିରଙ୍କୁ ଯୁବ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୯ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ପୁରସ୍କାର ଏବଂ ଯୁବ ପୁରସ୍କାର ପାଇଁ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଶିଶୁ ସାହିତ୍ୟ କ୍ଷେତ୍ରରେ ସାମଗ୍ରୀକ ଯୋଗଦାନ ନିମନ୍ତେ ଓଡ଼ିଆ ଲେଖକ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବାଲ ସାହିତ୍ୟ ପୁରସ୍କାର ଓ ବିଶିଷ୍ଟ ଅନୁବାଦକ ତଥା ସାହିତ୍ୟ ସମାଲୋଚକ ଶିଶିର ବେହେରା ଯୁବ ପୁରସ୍କାର ମିଳିବ। ବାଲ ସାହିତ୍ୟ ପୁରସ୍କାର ପାଇଁ ପୁରସ୍କାର ବର୍ଷର ପୂର୍ବବର୍ତ୍ତୀ ୫ ବର୍ଷ […]

  • Saturday, 17 July 2021
anubhaba mohanty
ଅନୁଭବ କହିଲେ ମହିଳା ସାମ୍ବାଦିକା ଆଣିଥିବା ଅଭିଯୋଗ ଭିତ୍ତିହୀନ

କଟକ : ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଜଣେ ମହିଳା ସାମ୍ବାଦିକା ପୁରୀଘାଟ ଥାନାରେ କରିଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ଅନୁଭବ। ତାଙ୍କ ନାଁରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଅନୁଭବ କହିଛନ୍ତି। କେହି ଆମକୁ ବଦନାମ କରିବା ପାଇଁ ଏଭଳି କରିଥାଇ ପାରନ୍ତି ବୋଲି ଅନୁଭବ କରିଛନ୍ତି। ଅନୁଭବ କହିଛନ୍ତି ଯେ, ୨ ଦିନ ତଳେ ରାତିରେ ଜଣେ ମହିଳା ମୋ ଘରକୁ ଆସି ପାଟିତୁଣ୍ଡ […]

  • Saturday, 17 July 2021
modi-naveen
ଓଡ଼ିଶାବାସୀଙ୍କୁ ରଜର ଶୁଭେଚ୍ଛା ଜଣାଇଲେ ମୋଦି ଓ ନବୀନ

ଭୁବନେଶ୍ୱର  : ଓଡ଼ିଆଙ୍କ ଅନ୍ୟତମ ବଡ଼ ଗଣପର୍ବ ହେଉଛି ରଜ। ଆଜି ଥିଲା ପହିଲି ରଜ। ଏଥିପାଇଁ ଘରେ ଘରେ ପିଠା, ମିଠା ଓ ପାନର ବାସ୍ନା। ତା’ ସହ ଦୋଳି ଓ ବାଗୁଡ଼ି ଖେଳ। ତିନିଦିନିଆ ରଜ ଉତ୍ସବ ପାଳନ ପାଇଁ ଉପକୂଳ ଓଡ଼ିଶା ଉତ୍ସବମୁଖର ହୋଇ ଉଠିଛି। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ର ରଜ ପର୍ବ ଏକ ପବିତ୍ର ଉତ୍ସବ […]

  • Saturday, 17 July 2021
bijaya-aprajita
ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରଚାର

ପାଟକୁରା ( ମନୋଜ ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପିର ନିର୍ବାଚନୀ ପ୍ରଚାର। ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଆଜି ଶୋଭାଯାତ୍ରା କରିଛନ୍ତି। ଶୋଭାଯାତ୍ରାଟି ପାଟକୁରା ଚାନ୍ଦିଳ ପଞ୍ଚାୟତ ଫାଣ୍ଡି ଛକରୁ ବାହାରି ଦାନପୁର, ବାରିମୂଳ, ଭୋଳାହାଟ ଦେଇ କୋରୁଆରେ ପହଞ୍ଚିଥିଲା। କୋରୁଆରେ ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ସଭା ଚାଲିଥିଲା। ଏହାପୂର୍ବରୁ ସାଂସଦ ଅପରାଜିତା ପାଟକୁରା ନିର୍ବାଚନମଣ୍ଡଳୀର ୬ଟି ପଞ୍ଚାୟତରେ ବିଜେପି କର୍ମୀଙ୍କୁ ଭେଟି ଆଲୋଚନା […]

  • Saturday, 17 July 2021
anubhaba-3
କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା

କଟକ : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା। ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଭଳି ସାଂଘାତିକ ଅଭିଯୋଗରେ ଅନୁଭବଙ୍କ ନାଁରେ ମାମଲା ହୋଇଛି। କଟକ ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ  ଭାଇ ଅନୁପ୍ରାସ ମହାନ୍ତିଙ୍କ ନାଁରେ ମାମଲା ହୋଇଛି। ଅଭିଯୋଗକାରିଣୀ ସସ୍ମିତା ଆଚାର୍ଯ୍ୟଙ୍କ ଅଭିଯୋଗ ଅନୁଯାୟୀ, ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ ଦୀର୍ଘଦିନ ଧରି କମେଣ୍ଟ ମାରିବା ସହ ହଇରାଣ କରି ଆସୁଥିଲେ। ଗତ ୧୨ ତାରିଖ ରାତିରେ ସେ ଏନେଇ ଗୁହାରି […]

  • Saturday, 17 July 2021
chain
ଭୁବନେଶ୍ୱର ରେଳ ଷ୍ଟେସନରେ ବଢୁଛି ଚେନ୍‌ ପୁଲିଂ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରେ ବଢୁଛି ଚେନ୍‌ ପୁଲିଂ ଅଭିଯୋଗ। ଏହାକୁ ରୋକିବାକୁ ଯାତ୍ରୀଙ୍କୁ ସଚେତନ କରିଛନ୍ତି ଆରପିଏଫ୍ ଓ ଷ୍ଟେସନ୍ ମ୍ୟାନେଜର। ଚେନ୍‌ ପୁଲିଂ କରି ଅଯଥା ବିଳମ୍ବ ସୃଷ୍ଟି ନକରିବାକୁ କୁହାଯାଇଛି। ନିୟମ ନମାନିଲେ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରାଯିବ ବୋଲି ପଦକ୍ଷେପ ନିଆଯାଇଛି। ଷ୍ଟେସନର ପ୍ରବେଶ ପଥ, ଫ୍ଲାଟଫର୍ମ ଏପରିକି ଟ୍ରେନ୍‌ ଭିତରେ ଯାତ୍ରୀଙ୍କୁ ଲିଫଲେଟ୍‌ ବଣ୍ଟାଯାଇଛି। ଭୁବନେଶ୍ୱରରୁ ଅଧିକାଂଶ ଟ୍ରେନ୍‌ ଯାତ୍ରା ଆରମ୍ଭ କରୁଥିବାରୁ ଚେନ୍‌ ପୁଲିଂର ପ୍ରଭାବ […]

  • Saturday, 17 July 2021
deadbody5
ଘର ଭିତରୁ ୪ ରକ୍ତାକ୍ତ ମୃତଦେହ ଉଦ୍ଧାର

ଆନନ୍ଦପୁର (ମୁନ୍ନା ସିଂ): ପହିଲି ରଜରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲାରେ ଘଟିଛି। ମାନସିକ ଭାରସାମ୍ୟ ହରାଇ ଜଣେ ବାପା ତାଙ୍କର ୩ ନାବାଳିକା ଝିଅଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ତେବେ ଏପରି ଜଘନ୍ୟ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କଣ ଜଣାପଡ଼ି ନାହିଁ। ମୃତ ଝିଅଙ୍କ ବୟସ ୬ରୁ ୯ ବର୍ଷରେ ହେବ। ଅଭିଯୋଗରୁ ପ୍ରକାଶ, କିଛି […]

  • Saturday, 17 July 2021
deadbody
ଗର୍ଭବତୀଙ୍କ ମୃତଦେହ କାନ୍ଧରେ ବୋହିଲେ ସଂପର୍କୀୟ

ବାରିପଦା (ମାଣିକ ଲାଲ୍ ପାଣି) : ଗର୍ଭବତୀଙ୍କ ମୃତଦେହ କାନ୍ଧରେ ବୋହିଲେ ସଂପର୍କୀୟ। ଚିକିତ୍ସା ଅବହେଳାରେ ମୃତ୍ୟୁ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ। ଖୁଣ୍ଟା ଥାନା ଘଟଶିଳା ଗାଁର ଜଣେ ଗର୍ଭବତୀଙ୍କୁ ମେଡିକାଲ ଆଣିଥିଲେ ସଂପର୍କୀୟ। ତେବେ ଉଭୟ ପ୍ରସୂତି ଓ ନବଜାତର ମୃତ୍ୟୁ ହୋଇଥିଲା। ତେବେ ଚିକିତ୍ସାରେ ଅବହେଳା ଯୋଗୁଁ ପ୍ରସୂତି ଓ ନବଜାତର ମୃତ୍ୟୁ ହେଲା ବୋଲି ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ। […]

  • Saturday, 17 July 2021
fani
‘ଫୋନି ‘ପ୍ରଭାବିତ ୮ହଜାର ପରିବାର ପାଇଁ ସହାୟତା ଘୋଷଣା

ଭୁବନେଶ୍ୱର : ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ପାଇଁ ରାଜ୍ୟ ସରକାର ଆଜି ସହାୟତା ଘୋଷଣା କରିଛନ୍ତି। ୮ହଜାର କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭କୋଟି ୫୮ହଜାର ଟଙ୍କା ମଞ୍ଜୁର କରାଯାଇଛି। ଏହି କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ସହାୟତା ପାଇବାରୁ ବଞ୍ଚିତ ହୋଇଥିଲେ। ଏହି ୮ହଜାର ପରିବାର ମଧ୍ୟରୁ ୬୦୦ ପରିବାରକୁ ଆଂଶିକ ଘର ଭାଙ୍ଗିଥିବା ଯୋଗୁ ୩ହଜାର ଟଙ୍କା ଲେଖାଏ ଓ ୭୪୦୦ ପରିବାରକୁ […]

  • Saturday, 17 July 2021
SUNIT
ମୃତ ଓଡ଼ିଆ ପାଇଲଟ୍ ସୁନୀତଙ୍କ ଗାଁରେ ଶୋକାକୂଳ ପରିବେଶ

ଭୁବନେଶ୍ୱର : ୧୦ ଦିନ ତଳେ ନିଖୋଜ ବାୟୁସେନା ବିମାନ ଏଏନ୍‌-୩୨ ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାମଧ୍ୟରେ ଥିବା ସମସ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଓଡ଼ିଆ ପୁଅ ତଥା ବାୟୁସେନାର ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ ସୁନୀତ ମହାନ୍ତି ମଧ୍ୟ ଥିଲେ। ଦୁର୍ଘଟଣାରେ ସୁନୀତଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସୁନୀତଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛି ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗରର ବଳିଆପଲ୍ଲୀ ଗାଁ। ବିମାନ ନିଖୋଜ ହେବା ପରେ […]

  • Saturday, 17 July 2021
rain--
କାଳବୈଶାଖୀ ବର୍ଷା ଯୋଗୁଁ ସ୍ଥିତିରେ ସାମାନ୍ୟ ସୁଧାର

ଭୁବନେଶ୍ୱର : ତାତିରୁ ମିଳିବ ତ୍ରାହି। ଗତ ୪-୫ ଦିନ ଧରି ରାଜ୍ୟର ବହୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଗତକାଲିର କାଳବୈଶାଖୀ ବର୍ଷା ଯୋଗୁଁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଆଜି ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତେବେ କାଳବୈଶାଖୀ ଯୋଗୁଁ କିଛି ସ୍ଥାନରେ ତାତି ସାମାନ୍ୟ କମିଥିଲେ ବି ଲୋକେ ଗୁଳୁଗୁଳିରେ ବେହାଲ୍ । ସେପଟେ ସାମୁଦ୍ରିକ ଝଡ଼ ବାୟୁ ଯୋଗୁଁ ମୌସୁମୀ ଆସିବାରେ […]

  • Saturday, 17 July 2021
murder
ମଣିଷ ମାରୁଛି ମଣିଷ ; ରାଜ୍ୟରେ କ୍ରମାଗତ ଭାବେ ବଢ଼ିଚାଲିଛି ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର : ଗତ କିଛି ମାସ ହେଲା ରାଜ୍ୟରେ କ୍ରମାଗତ ଭାବେ ବଢ଼ିଚାଲିଛି ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ମଣିଷ ରକ୍ତରେ ମଣିଷ ଖେଳୁଛି ହୋଲି। କେଉଁଠି ଭାଇର ମୁଣ୍ଡ ଭାଇ ଗଡ଼ାଇଲାଣି, ତ ଆଉ କେଉଁଠି ଅକଥନୀୟ ନିର୍ଯାତନାରେ ଗଲାଣି ବୋହୂର ଜୀବନ। ଏଭଳି ବର୍ବରକାଣ୍ଡ ବିଶେଷ କରି ଗ୍ରାମାଞ୍ଚଳରେ ବେଶୀ ଘଟୁଛି। ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, ଚଳିତବର୍ଷ ପ୍ରତି ମାସରେ ହାରାହାରି ଶହେ ହତ୍ୟାକାଣ୍ଡ ଘଟୁଛି। ଏହାକୁ ନେଇ ବିଭିନ୍ନ ମହଲରେ […]

  • Saturday, 17 July 2021
bjd
ପୁଣି ବିଜେଡି ଫୋକସ୍‌ରେ ବିଧାନ ପରିଷଦ

ଭୁବନେଶ୍ୱର : ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବାପରେ ବିଜେଡି ଫୋକସ୍‌ରେ ପୁଣି ବିଧାନ ପରିଷଦ। ଏହା ଭିତରେ ମୋଦି-ନବୀନ ସଂପର୍କ ଘନିଷ୍ଠ ହୋଇଥିବାରୁ ଏହାର ଫାଇଦା ଉଠାଇ ପାର୍ଲାମେଣ୍ଟରେ ଏ ସଂପର୍କିତ ବିଲ୍ ପାରିତ କରିବା ଚକ୍କରେ ରହିଛି ବିଜେଡି। ଏନେଇ ଦଳ ଭିତରେ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଗତ ନିର୍ବାଚନରେ ହାରିଥିବା ଓ ଟିକଟରୁ ବଞ୍ଚିତ ହୋଇଥିବା ବହୁ ହେଭିୱେଟ୍‌ଙ୍କୁ ଥଇଥାନ ଲାଗି ବିଧାନ ପରିଷଦ ଗଠନ ବିଜେଡି ପାଇଁ ଏକ ପ୍ରକାର […]

  • Saturday, 17 July 2021
vigilance
ଭିଜିଲାନ୍ସ ସ୍କାନରରେ ଶିକ୍ଷୟିତ୍ରୀ

ଭୁବନେଶ୍ୱର : ଭିଜିଲାନ୍ସ ସ୍କାନରରେ ଶିକ୍ଷୟିତ୍ରୀ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ସରକାରୀ ଶିକ୍ଷୟିତ୍ରୀ ଗାୟତ୍ରୀ ତ୍ରିପାଠୀଙ୍କ ଘରେ ଚଢ଼ଉ କରିଛି ଭିଜିଲାନସ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଉଚ୍ଚଶିକ୍ଷା ବିଭାଗର ଅଡିଟର ଥିବା ତାଙ୍କ ସ୍ୱାମୀ ସୁଧୀର ଚନ୍ଦ୍ର ତ୍ରିପାଠୀ ମଧ୍ୟ ଆସିଛନ୍ତି ଭିଜିଲାନସ ସ୍କାନରରେ। ଏନେଇ ତାଙ୍କୁ ମଧ୍ୟ ଭିଜିଲାନସ ଗୁଡେଇ ତୁଡେଇ ପଚରା ଉଚରା କରିଛି। ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ହୋଇଛି। […]

  • Saturday, 17 July 2021
sanitary
ଭୁବନେଶ୍ୱରରେ ଖୋଲିଲା ଟୋୟୋ ବ୍ରାଣ୍ଡ ସାନିଟାରିର ଏକ୍ସକ୍ଲୁସିଭ ସୋରୁମ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ଖୋଲିଲା ଟୋୟୋ ବ୍ରାଣ୍ଡ ସାନିଟାରିର ଏକ୍ସକ୍ଲୁସିଭ ସୋରୁମ୍‌। ଭୁବନେଶ୍ୱରରେ ଏହା କମ୍ପାନୀର ଦ୍ୱିତୀୟ ସୋରୁମ ହୋଇଥିବା ବେଳେ ସାରା ରାଜ୍ୟରେ ୫୦ରୁ ଅଧିକ ଡିଲର ଅଛନ୍ତି। ଅତ୍ୟାଧୁନିକ ତଥା ଷ୍ଟାଇଲିସ ବାଥରୁମ ଫିଟିଙ୍ଗସ ପ୍ରସ୍ତୁତ କରୁଥିବା କମ୍ପାନୀ ଚଳିତ ବର୍ଷ ଓଡିଶାରେ ୧୨ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ଲକ୍ଷ୍ୟ ରଖିଛି। ତେବେ ସେନ୍‌ସର ଲାଇଟ୍‌ ମିରର, ବାଥରୁମ ଭାନିଟି, ହାଣ୍ଡ ସାୱାର, ସେନ୍‌ସର ଟ୍ୟାବ୍‌ ଆଦି ଉତ୍ପାଦ ଉପରେ ୧୦ […]

  • Saturday, 17 July 2021
puri
ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିରରେ ହେବ ରୁକ୍ମଣୀ ହରଣ ନୀତି

ପୁରୀ : ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ପରେ ମହାପ୍ରଭୁଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବିବାହ ନୀତି ପାଇଁ ଶ୍ରୀମନ୍ଦିର ଉତ୍ସବ ମୁଖର ହେବ। ସିଂହଦ୍ଵାରରେ ବାଜିବ ତେଲେଙ୍ଗୀ ବାଇଦ ବାଜା। ପ୍ରଥମ ଭୋଗମଣ୍ଡପ ନୀତି ପରେ ରୁକ୍ମଣୀ ହରଣ ନୀତି ପାଇଁ ମହାଲକ୍ଷ୍ମୀ ବିମଳା ମନ୍ଦିରକୁ ବିଜେ କରିବେ। ମହାପ୍ରଭୁଙ୍କ ନିକଟକୁ ଚିଠାଉ ପଠାଯିବା ପରେ ମଦନମୋହନ […]

  • Saturday, 17 July 2021
barrage
ଅନୁଗୁଳ ସମଲ ବ୍ୟାରେଜ୍ ତଳମୁଣ୍ଡରେ ବୁଡ଼ି ଯାଇ ୨ ମୃତ

ଅନୁଗୋଳ(ବିରଜା ଦାସ) : ଅନୁଗୋଳ ଜିଲ୍ଲା ସମଲ ବ୍ୟାରେଜ୍ ତଳମୁଣ୍ଡ ବ୍ରାହ୍ମଣୀ ନଦୀରେ ବୁଡ଼ି ଆଜି ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କାହ୍ନୁ ମହାରଣା ଓ ଲଲା ନାଏକ। ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀ ନଦୀରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଆଜି ଦିନ ୩ଟା ବେଳେ କାହ୍ନୁ ଓ ଲଲା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ଅସାବଧାନତା ଯୋଗୁ ନଦୀ […]

  • Saturday, 17 July 2021
bomb
ନୟାଗଡ଼ରେ ବୋମା ମାଡ଼

ନୟାଗଡ଼: ନୟାଗଡ଼ରେ ବୋମା ମାଡ଼। ଶରଣକୁଳ ଥାନା ଗୋଡ଼ିପଡ଼ାର ଏକ ଢାବା ଉପରେ ଗତକାଲି ରାତିରେ ବୋମାମାଡ଼ ହୋଇଛି।  କିଛି ଦୁର୍ବୃତ୍ତ ଢାବା ଉପରେ ବୋମା ଫୋପାଡ଼ିବା ପରେ ୭ ହଜାର ଟଙ୍କା ଲୁଟ୍ କରି ନେଇଛନ୍ତି। ବୋମା ମାଡ଼ରେ ଢାବା ଭିତରେ ଥିବା ବାଇକ୍ ଜଳି ଯାଇଛି। ଏହାସହ ଏକ କାର୍ ବି କ୍ଷତିଗସ୍ତ ହୋଇଛି। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ବୋମାମାଡ଼ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ଘଟଣାସ୍ଥଳରେ […]

  • Saturday, 17 July 2021
fani review
ଫୋନି ପ୍ରଭାବିତ ଅଞ୍ଚଳ ବୁଲିଲା NDMA ଟିମ୍

ପୁରୀ( ମଧୁସୂଦନ ମିଶ୍ର) : ଦୁଇଦିନ ଧରି ବାତ୍ୟା ଫୋନି ଜନିତ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଆଜି ରାଜ୍ୟ ସରକାରଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା NDMAର ପ୍ରତିନିଧି ଦଳ। ବୈଠକ ପରେ NDMA ଟିମ୍ ସଦସ୍ୟ କମଲ କିଶୋର କହିଛନ୍ତି ଯେ, ଓଡ଼ିଶାର ବାତ୍ୟା ମୁକାବିଲା ଓ ପରିଚାଳନା ବହୁତ ଭଲ ଥିଲା। ବିଭିନ୍ନ ଜିଲ୍ଲାରେ ଏନ୍‌ଡିଏମ୍ଏ ପକ୍ଷରୁ ଚାଲିଥିବା ଆପଦା ମିତ୍ର ସ୍କିମ୍‌ ଭଲ ଭାବେ […]

  • Saturday, 17 July 2021
police
ସାଇବର କ୍ରାଇମ୍ କରି ଧରାପଡ଼ିଲା ନାବାଳକ

ସମ୍ବଲପୁର(ସଞ୍ଜୟ ଜେନା) : ନାବାଳକର ଚର୍ଚ୍ଚିତ କଳା କାରନାମା । ପ୍ରତିଷ୍ଠିତ ଲୋକଙ୍କ ନାଁ ରେ ନକଲି ଫେସବୁକ ଆକାଉଣ୍ଟ ଖୋଲି  ବିଭିନ୍ନ ଆଳରେ ଟଙ୍କା ଓ ମୂଲ୍ୟବାନ ଜିନିଷ ହଡ଼ପ। ନିଜକୁ ଭିଆଇପି ଓ ମନ୍ତ୍ରୀ ପରିଚୟ ଦେଇ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ସମ୍ବଲପୁରରୁ ଆସିଛି। ସାଇବର କ୍ରାଇମ୍‌ ମାମଲାରେ ସମ୍ପୃକ୍ତ ନାବାଳକଙ୍କୁ ପୁଲିସ ଗିରଫ କରିଛି। ନାବାଳକର କାରନାମା ବିଷୟରେ ଜାଣିଲେ , ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଯିବ। […]

  • Saturday, 17 July 2021
HALADHARNAG
ପାଠକ ଓ ଲେଖକଙ୍କୁ ସିଧାସଳଖ ଯୋଡିବାର ପ୍ରୟାସ

ଭୁବନେଶ୍ୱର : ପୁସ୍ତକ ଓ ଉପନ୍ୟାସ ପଢ଼ିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ସହ ଲେଖକ ଓ ଗାଳ୍ପିକଙ୍କ ସହ ସିଧାସଳଖ ଯୋଡ଼ି ହେବାର ଉଦ୍ଦେଶ୍ୟ ନେଇ ପ୍ରଭାକେତନ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପଦ୍ମଶ୍ରୀ ହଳଧର ନାଗ। ତାଙ୍କ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ କବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ହଳଧର ନାଗଙ୍କ ଲିଖିତ କବିତା […]

  • Saturday, 17 July 2021
heat wave sambalpur
ଆଜି ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ତାତି ପ୍ରବାହିତ ହେଉଛି। ୪୫ ଡିଗ୍ରୀ ଉପରେ ୬ ସହର ରହିଛି। ୪୫.୬ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର। ତାଳଚେରରେ ୪୫.୩ ଡିଗ୍ରୀ, ହୀରାକୁଦରେ ୪୫.୨ ଡିଗ୍ରୀ, ସୋନପୁରରେ ୪୫.୨ ଡିଗ୍ରୀ, ଝାରସୁଗୁଡ଼ାରେ ୪୫ ଡିଗ୍ରୀ, ଟିଟିଲାଗଡ଼ରେ ତାପମାତ୍ରା ରହିଛି ୪୫ ଡିଗ୍ରୀ। ସେହିପରି ଅନୁଗୋଳରେ ୪୩.୯ ଡିଗ୍ରୀ, ମାଲକାନଗିରିରେ ୪୨.୬ ଡିଗ୍ରୀ, ବଲାଙ୍ଗିରରେ ୪୨.୫ ଡିଗ୍ରୀ, ଭୁବନେଶ୍ୱରରେ ୪୨.୪ ଡିଗ୍ରୀ, ଭବାନୀପାଟଣାରେ ୪୧.୮ ଡିଗ୍ରୀ, କେନ୍ଦୁଝରରେ ୪୦.୯ […]

  • Saturday, 17 July 2021
pratap jena
ପୁରୀ ରଥଯାତ୍ରା ଲାଇଭ ଟେଲିକାଷ୍ଟ ପ୍ରସଙ୍ଗରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ପୁରୀ ରଥଯାତ୍ରା ଲାଇଭ ଟେଲିକାଷ୍ଟ ନେଇ ଟେଲିଭିଜିନ ଚ୍ୟାନେଲ ଗୁଡ଼ିକ ଠାରୁ ଟଙ୍କା ନେବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। କହିଛନ୍ତି ଏ ନେଇ ଟେଲିଭିଜନ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ ଏ ସମ୍ପର୍କରେ ଅଧିକ ଅନୁଧ୍ୟାନ କରାଯାଉଛି, ଏବଂ ଆସନ୍ତାକାଲି ପୁରୀରେ ବୈଠକ ପରେ ଏ ନେଇ ନିର୍ଯ୍ୟାସ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ରଥଯାତ୍ରାର ଲାଇଭ ଟେଲିକାଷ୍ଟ […]

  • Saturday, 17 July 2021