• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ahara
ଆହାର କେନ୍ଦ୍ରରେ ଖାଇଲେ ସ୍ୱାସ୍ଥ୍ୟ ସଚିବ

ବଲାଙ୍ଗିର(ଘଟେଶ୍ୱର ମିଶ୍ର) : ସରକାରୀ ସ୍କୁଲ, ସେବାଶ୍ରମ, ଅନାଥ ଆଶ୍ରମ, ଆହାର କେନ୍ଦ୍ର ଓ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କାରିବା ପାଇଁ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀ ଏବଂ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଆକ୍ସନ ମୁଡ୍‌ରେ ଆସିଛନ୍ତି ମନ୍ତ୍ରୀ ଓ ସଚିବ। ଗତକାଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ସରକାରୀ ସ୍କୁଲରେ ସମୀକ୍ଷା କରିବା ସହିତ ଏକଲବ୍ୟ ମଡେଲ୍‌ ସ୍କୁଲରେ ଖାଇଥିଲେ। […]

  • Monday, 19 July 2021
SupremeCourt
ଓଡ଼ିଶା ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ହାଜର ପାଇଁ ନୋଟିସ୍

ଭୁବନେଶ୍ୱର : ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ। ଓଡ଼ିଶା ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ହାଜର ପାଇଁ ନୋଟିସ୍ ଦିଆଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ ସଭାପତିଙ୍କୁ ମଧ୍ୟ ହାଜର ହେବାକୁ ସବୋର୍ଚ୍ଚ ଅଦାଲତ କହିଛନ୍ତି। ଏନେଇ ଭାରତୀୟ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ସହଯୋଗ ପାଇଁ କୋର୍ଟ କହିଛନ୍ତି। ଆନ୍ଦୋଳନରତ ଓକିଲଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ସହଯୋଗ ଲୋଡ଼ିଛନ୍ତି। ମହକିଲଙ୍କୁ ସୁରକ୍ଷା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମହକିଲଙ୍କ ସମେତ ଇଚ୍ଛୁକ ଓକିଲଙ୍କୁ ସୁରକ୍ଷା […]

  • Monday, 19 July 2021
elephant-3
ହାତୀଛୁଆର ମୃତଦେହ ଉଦ୍ଧାର

ଅନୁଗୋଳ(ବିରଜା ଦାସ) : ଢେଙ୍କାନାଳ ଜିଲ୍ଲା ମହବିରୋଡ଼ ରେଞ୍ଜ ପରଜଙ୍ଗ ଡ଼ାମୋଲ ଗାଁ ବିଲରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ହାତୀ ଛୁଆଟିର ମୃତଦେହ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଛୁଆର ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ହାତୀ ଛୁଆର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ଗତକାଲି ହାତୀ ପଲ ଗାଁ ନିକଟରେ ଥିବା ବେଳେ ଆଜି […]

  • Monday, 19 July 2021
kidney
ଚେନ୍ନାଇରେ କିଡ୍‌ନୀ ଚୋରି ଉଦ୍ୟମ ଅଭିଯୋଗ

କୁଚିଣ୍ଡା :  ପୁଣି ସାମ୍ନାକୁ ଆସିଲା ଦାଦନ ଯନ୍ତ୍ରଣାର ଏକ ଉଦ୍‌ବେଗଜନକ ଚିତ୍ର।  ସମ୍ବଲପୁର ଜିଲ୍ଲା କୁଚିଣ୍ଡା କେଶାଇବାହାଲର ଜଣେ ଯୁବକ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିବା ବେଳେ, ସେଠାରେ ତାଙ୍କର କିଡ୍‌ନୀ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ଆଣିଛନ୍ତି। ଯୁବକଙ୍କ ନାଁ ଦିନୁ ନାଏକ। ଦିନୁଙ୍କ ଅଜାଣତରେ ତାଙ୍କ ପେଟ ଚିରା ଯାଇ ସିଲେଇ ହୋଇଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁସାରେ, ଗତ ୧୬ ତାରିଖରେ ଚେନ୍ନାଇ ସେଣ୍ଟ୍ରାଲ୍ ଷ୍ଟେସନରେ ପହଞ୍ଚି ସେଠାରେ ରାତିରେ ରହିବା […]

  • Monday, 19 July 2021
up
ଶିକ୍ଷକଙ୍କୁ ଡରାଇ ଧମକାଇ ଲାଞ୍ଚ ମାଗୁଥିଲେ ନକଲି ସାମ୍ବାଦିକ; ଭିଡିଓ ଭାଇରାଲ

ଅନୁଗୁଳ : ନକଲି ସାମ୍ବାଦିକଙ୍କ ଭିଡିଓ ଭାଇରାଲ। ଅନୁଗୁଳ ଛେଣ୍ଡିପଦା ବ୍ଲକର କିଛି ଯୁବକ ଗୋଟିଏ ସ୍କୁଲକୁ ଯାଇ ଶିକ୍ଷକଙ୍କୁ ଡରାଇ ଧମକାଇ ଲାଞ୍ଚ ମାଗୁଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ କିଛି ଯୁବକ ବିଦ୍ୟାଳୟ ମାନଙ୍କରେ ପହଁଚି ମଧ୍ୟାହ୍ନ ଭୋଜନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ବାବଦରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଡ଼ରାଇବା ସହ ଟଙ୍କା ଦାବି କରିଥିଲେ। ଗ୍ରାମବାସୀ  ଓ ଶିକ୍ଷକମାନେ […]

  • Monday, 19 July 2021
attack
ଜିଆରପିଙ୍କୁ ଭୁଜାଲିରେ ଆକ୍ରମଣ

କୁଚିଣ୍ଡା  :  ଜିଆରପିଙ୍କୁ ଭୁଜାଲିରେ ଆକ୍ରମଣ। ସମ୍ବଲପୁର ଜିଲ୍ଲା ବାମଡ଼ା ରେଳ ଷ୍ଟେସନର ଜିଆରପିଙ୍କୁ ୨ ଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିଛନ୍ତି। ଏଥିରେ ଜିଆରପି ପର୍ଶୁରାମ ବିଭୋର ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ଆକ୍ରମଣ କରିବା ପରେ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଜଣଙ୍କୁ ଲୋକେ କାବୁ କରିଥିଲେ । ଉକ୍ତ ଯୁବକକୁ ଜିଆରପି ଅଫିସରେ ଅଟକ ରଖାଯାଇଛି। ସେ ବ୍ରହ୍ମପୁରର ନାରାୟଣ ଡାକୁଆ ବୋଲି ଜଣାପଡ଼ିଛି। ଫେରାର ହୋଇଥିବା ଅନ୍ୟ ଜମେ ଦୁର୍ବୃତ୍ତ ଭୁବନେଶ୍ୱରର […]

  • Monday, 19 July 2021
puri
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ମହାପ୍ରଭୁଙ୍କ ଗୁପ୍ତ ସେବା ବନକଲାଗି ନୀତି ପାଇଁ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ […]

  • Monday, 19 July 2021
std pregnant
ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ !

ତେଲକୋଇ (ଚିନ୍ମୟ ସାହୁ) : ପୁଣି ଲଜ୍ଜା। ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ହୋଇଛନ୍ତି ଗର୍ଭବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରେ। ଗୌରୀ (ଛଦ୍ମନାମ) ନାମକ ଜଣେ ନବମ ଛାତ୍ରୀ ଏହି ଅଞ୍ଚଳର ଏକ ଆବାସିକ ବାଳିକା ହଷ୍ଟେଲରେ ରହି ପାଠ ପଢୁଥିଲେ। ଛାତ୍ରୀଙ୍କ ଦେହ ଖରାପ ହେବାରୁ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଛାତ୍ରୀ ଜଣକ ଗର୍ଭବତୀ ଥିବା […]

  • Monday, 19 July 2021
didi
ନାଚ ଗୀତ କରି ପାଠ ପଢାଇ ଚର୍ଚ୍ଚାରେ ଶିକ୍ଷୟିତ୍ରୀ

ଜଗତସିଂହପୁର  : ବିଦ୍ୟାଳୟ ହେଉଛି ଏକ ‍ଜ୍ଞାନର ମନ୍ଦିର । ଏଠି କୋମଳ ମନରେ ନୂଆନୂଆ ସମ୍ଭାବନା ଉଙ୍କି ମାରେ ।  ଜୀବନକୁ କିପରି ସରସ ସୁନ୍ଦର ଭାବେ ଗଢ଼ିହେବ ତାର ସୂତ୍ର ପାଏ ପିଲାଟିଏ ଏହି ସ୍କୁଲରୁ । ଆଉ ଏହାର ପ୍ରମୁଖ ସୂତ୍ରଧର ସାଜିଥାନ୍ତି ଶିକ୍ଷକମନେ । ଜଣେ ପିଲାର ଭବିଷ୍ୟତ ଗଢ଼ିବାରେ ଏହିମାନଙ୍କ ଅବଦାନ ସବୁଠୁ ଆଗରେ । ନାଚ ଗୀତ କରି ପାଠ ପଢାଇ ଚର୍ଚ୍ଚାକୁ ଆସିଛନ୍ତି ପୁଣି ଜଣେ ଶିକ୍ଷକ। […]

  • Monday, 19 July 2021
row
ବସ୍ ଉପରକୁ ତୀର ମାଡ଼, ଜଣେ ଗୁରୁତର

କେନ୍ଦୁଝର ( ପ୍ରଣୟ ପାଣି) : ବସ୍‌ ଉପରକୁ ତୀର ମାଡ଼, ଜଣେ ଗୁରୁତର । କେନ୍ଦୁଝର ବଳିପର୍ବତ ନିକଟରେ ଯାଉଥିବା ଏକ ବସ୍ ଉପରକୁ ତୀର ମାଡ଼ କରାଯାଇଛି।  ଗତକାଲି ସଂଧ୍ୟାରେ ଦୈତାରୀ ଥାନା ଓଏମସି ଖଣିରେ ଠିକା କାମ କରୁଥିବା କେଏମସି ନାମକ ଏକ ଘରୋଇ କମ୍ପାନୀର ଷ୍ଟାଫଙ୍କୁ ନେଇ ବସ୍ ଖଣିରୁ ଫେରୁଥିଲା।  ଏହି ସମୟରେ କିଛି ଦୁର୍ବୃତ୍ତ ବସ୍ ଉପରକୁ ତୀର ମାଡ଼ କରିଥିଲେ। ତୀର ମାଡ଼ରେ ଜଣେ କର୍ମଚାରୀ ଗୁରୁତର […]

  • Monday, 19 July 2021
heavyrain
ଆସୁଛି ପ୍ରବଳ ବର୍ଷା !

ଭୁବନେଶ୍ୱର : ଆସୁଛି ପ୍ରବଳ ବର୍ଷା।  ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି।  ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଗଜପତି ଜିଲ୍ଲାରେ ଗତକାଲି ରାତିରୁ ବର୍ଷା ଲାଗି ରହିଛି। ବର୍ଷାର ପରିମାଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାର ୭ଟି ବ୍ଲକର ବିଡିଓ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ପ୍ରଶାସନ। ଚାଷୀ ମାନଙ୍କୁ ଫସଲ ସୁରକ୍ଷା ପାଇଁ କୃଷି […]

  • Monday, 19 July 2021
thief
ଚୋରକୁ ଧରାଇଲା ଚପଲ

ତେଲକୋଇ :  ଚୋରକୁ ଧରାଇଲା ଚପଲ ।  ଚୋର ଚୋରି କରି ଘଟଣାସ୍ଥଳରେ ଚପଲ ଛାଡି ପଳାଇଥିବାରୁ ଧରାପଡି ଗଲା ପୁଲିସ ହାତରେ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ତେଲକୋଇରେ। ଗତ ୨୦ତାରିଖ ରାତିରେ ତେଲକୋଇ ଉଚ୍ଚ ବିଦ୍ୟାଳୟ ପାଖରେ ରହୁଥିବା ପଞ୍ଚାନନ ସାମନ୍ତରାୟଙ୍କ ଘର କବାଟ ଭାଙ୍ଗି କେହି ସୁନା, ଗହଣା, ମୋବାଇଲ, ଟ୍ରଲି ବ୍ୟାଗ ଆଦି ଜିନିଷପତ୍ର ଚୋରି କରିନେଇଥିଲା । ଏନେଇ ପଂଚାନନ ତେଲକୋଇ ଥାନାରେ […]

  • Monday, 19 July 2021
truck
ଗ୍ୟାସ ବୋଝେଇ କଣ୍ଟେନରକୁ ଧକ୍କା ଦେଲା ଟ୍ରକ୍‌

ଭୁବନେଶ୍ୱର : ଭୁବନେଶ୍ୱର ଶହିଦନଗର ଥାନା ସମ୍ମୁଖ ଓଭରବ୍ରିଜ ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ ବୋଝେଇ କଣ୍ଟେନରକୁ  ଟ୍ରକ୍‌ଟି ପଛପଟୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଟ୍ରକ୍ ଡ୍ରାଇଭରଙ୍କ ନାଁ ମଲ୍ଲାପା କୁରୀ। ତାଙ୍କ ଘର କର୍ଣ୍ଣାଟକରେ ବୋଲି ଜଣାପଡ଼ିଛି। ଆହତ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ବରମୁଣ୍ଡା ପାର୍ଶ୍ୱରୁ […]

  • Monday, 19 July 2021
ana-1
ନନ୍ଦନକାନନରେ ଆନାକୋଣ୍ଡା

ଭୁବନେଶ୍ୱର : ନନ୍ଦନକାନନରେ ପହଞ୍ଚିଲା ଆନାକୋଣ୍ଡା ସାପ। ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ଆସିଛି ଆନାକୋଣ୍ଡା । ମୋଟ ୮ଟି ହଳଦିଆ ଆନାକୋଣ୍ଡା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛି। ୮ଟି ଆନାକୋଣ୍ଡା ମଧ୍ୟରେ ୪ଟି ଅଣ୍ଡିରା ଓ ୪ଟି ମାଈ ଅଛନ୍ତି। ଆନାକୋଣ୍ଡା ସହ ୩ଟି ନାଇଲ କୁମ୍ଭୀର ମଧ୍ୟ ପହଞ୍ଚିଛି।

  • Monday, 19 July 2021
woman
ମହିଳାଙ୍କୁ ଯୌନ ନିର୍ଯାତନା ଦେବାରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ : ରିପୋର୍ଟ

ଭୁବନେଶ୍ୱର : ଓଡ଼ିଶାରେ ସୁରକ୍ଷିତ ନୁହନ୍ତି ମହିଳା। ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ହିଂସାର ତାଲିକା ଦେଖିଲେ ଦେଶରେ ଓଡ଼ିଶା ଟପ୍ ଟେନ୍‌ରେ ଆସୁଛି। ନ୍ୟାସନାଲ କ୍ରାଇମ ରେକର୍ଡସ୍ ବ୍ୟୁରୋ,  NCRB ପକ୍ଷରୁ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୧୭ ତଥ୍ୟରୁ ଏହି ସାଂଘାତିକ କଥା ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ ମହିଳାଙ୍କୁ ଯୌନ ନିର୍ଯାତନା ଦେବାରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିବାର ଅପବାଦ ମୁଣ୍ଡାଇଛି।  ୨୦୧୭ରେ ରୁଜୁ ହୋଇଛି ଏପରି ୧ ହଜାର ୧୩୪ଟି […]

  • Monday, 19 July 2021
KHAP
ଖାପ୍‌ ପଞ୍ଚାୟତ ପାଲଟିଲା ରଣକ୍ଷେତ୍ର, ଛୁରା ମାଡ଼ରେ ୨ ମୃତ

ମାଲକାନଗିରି(ଜିତେନ୍ଦ୍ର ବେଉରା) : ଖାପ୍‌ ପଞ୍ଚାୟତ ପାଲଟିଲା ରଣକ୍ଷେତ୍ର। ଧାରୁଆ ଅସ୍ତ୍ର ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। MPV-33 ଗାଁର ବିଧାନ ମିର୍ଦ୍ଧାଙ୍କର ଦୁଇଟି ସ୍ତ୍ରୀ ଅଛନ୍ତି। ଦୁଇ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ସୃଷ୍ଟି ହୋଇଥିଲା। ଏହା ସମାଧାନ ପାଇଁ ଆଜି ସନ୍ଧ୍ୟାବେଳେ ବସିଥିଲା ଖାପ୍‌ ପଞ୍ଚାୟତ। ଏଥିରେ ଗାଁର ମୁରବିମାନେ ସାମିଲ ହୋଇଥିଲେ। ତେବେ ଖାବ୍‌ […]

  • Monday, 19 July 2021
kathajodi
ପୁଣି କାଠଯୋଡ଼ି ନଦୀକୁ ଡେଇଁଲେ ; ଯୁବକ ନିଖୋଜ

କଟକ  : କଟକ ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁ ଯୁବକ ନିଖୋଜ।  ବ୍ରିଜ୍ ଉପରେ ବାଇକ୍ ରଖି ସେ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।  ସେଠାରୁ ଏକ ବାଇକ୍ ମିଳିଛି। ସେହି ବାଇକ୍‌ଟି ରାଜଧାନୀ ଉପକଣ୍ଠ ଗାଡ଼କଣର ଦେବବ୍ରତ ମାଝୀଙ୍କର। ବାଇକ୍‌କୁ ଚିହ୍ନଟ କରିଛନ୍ତି ଦେବବ୍ରତଙ୍କ ପରିବାର ଲୋକେ। ତେଣୁ ଦେବବ୍ରତ ହିଁ ନଈକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ତାଙ୍କୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ଅପରେସନ ଚଲାଇଛନ୍ତି। ଉଲ୍ଲେଖନୀୟ […]

  • Monday, 19 July 2021
reeta
ରୀତା ସାହୁ ଏଥର ନବୀନଙ୍କ ବିଜୟ ବ୍ୟବଧାନକୁ କାଟିବେ : ବିଜେଡି

ବିଜେପୁର /ଭୁବନେଶ୍ୱର : ବିଜେପୁର ପାଇଁ ଭୋଟ୍‌ ସରିଛି। ଏବେ ୨୪ ତାରିଖରେ ବାହାରିବାକୁ ଥିବା ଫଳକୁ ଅପେକ୍ଷା।  ହେଲେ ତା’ପୂର୍ବରୁ କିନ୍ତୁ ବିଜୟ ଦମ୍ଭୋକ୍ତିକୁ ନେଇ ବୟାନବାଜି ଥମୁନି। ରୀତା ସାହୁ ଏଥର ନବୀନଙ୍କ ବିଜୟ ବ୍ୟବଧାନକୁ କାଟିବେ ବୋଲି ବିଜେଡି ଦମ୍ଭୋକ୍ତି କରିଥିଲା ବେଳେ ବିଜେପି ମଧ୍ୟ ନିଜ ପ୍ରାର୍ଥିଙ୍କ ବିଜୟ ନେଇ ନିଶ୍ଚିତ ଥିବା ଦାବି କରିଛି । ଏପଟେ କଂଗ୍ରେସ ବି ହାରିବା ଭୟ ଛାଡ଼ି ୨-୩ ହଜାର ଭୋଟ୍‌ରେ ଜିତିବାକୁ […]

  • Monday, 19 July 2021
murder
'ଆତ୍ମହତ୍ୟା ନୁହେଁ, ମୋ ପତ୍ନୀଙ୍କୁ ହତ୍ୟା କରାଯାଇଛି'

ଯାଜପୁର(ଗୁଲାମ ଗସ୍‌) : ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଘନଉଛି ବିବାଦ। ଆତ୍ମହତ୍ୟା ନୁହେଁ, ପତ୍ନୀଙ୍କୁ ହତ୍ୟା କରାଯାଇଛି ବୋଲି ଆଜି ପୁଣି ଅଭିଯୋଗକୁ ଦୋହରାଇଛନ୍ତି ସ୍ମିତାରାଣୀଙ୍କ ସ୍ୱାମୀ। ପଞ୍ଚାୟତରେ ପିଏମ୍ଏୱାଇ ଏବଂ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ବେଆଇନ କାମ ପାଇଁ ତାଙ୍କୁ ଚାପ ପକାଯାଉଥିଲା । ଏନେଇ ବିବାଦ ଉପୁଜିବାରୁ ରାସ୍ତାରୁ ହଟାଇବା ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର ରଚାଯାଇଥାଇପାରେ ବୋଲି ଆଶଙ୍କା କରିଛନ୍ତି ସ୍ମିତାଙ୍କ ସ୍ମାମୀ । ତା’ସହ ପୁଲିସର […]

  • Monday, 19 July 2021
home
ଭୁଶୁଡ଼ି ପଡ଼ିବ ଜରା ନିବାସର ଗୋଶାଳା...ନିମ୍ନମାନର କାମ ଅଭିଯୋଗ

ଧାମନଗର (ମନୋଜ କୁମାର ଦାସ) : ଧାମନଗରରେ ନିର୍ମାଣାଧିନ ଜରା ନିବାସର ଗୋଶାଳା ଅଳ୍ପ ଦିନରେ ଭୁଶୁଡ଼ି ପଡ଼ିବ। କହିବାକୁ ଗଲେ,ଉଦଘାଟନ ହେବା ବେଳକୁ ଏହି ଗୋଶାଳା ତିଷ୍ଠି ରହିବ କି ନାହିଁ ସନ୍ଦେହ ଦେଖାଦେଇଛି। ନିମ୍ନମାନର କାମ ହିଁ ଏହାର ଏକମାତ୍ର କାରଣ ହେବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୨୫ କୋଟି ଟଙ୍କା ବ୍ୟୟରେ ସମନ୍ୱିତ ସାମାଜିକ ନିରାପତ୍ତା ଭିତ୍ତିଭୂମି ପ୍ରକଳ୍ପ ବା ଜରା ନିବାସ ନିର୍ମାଣ ହେଉଛି। ରାଜ୍ୟ […]

  • Monday, 19 July 2021
PC
5T ଅଭିଯାନକୁ ଆଖିଠାର ମାରି ଆଗେଇ ଚାଲିଛି ପିସି କାରବାର

ଯାଜପୁର / ଭୁବନେଶ୍ୱର : ପିସି କାରବାରର ମୂଳୋତ୍ପାଟନ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଉଛନ୍ତି ଓ 5T ଅଭିଯାନକୁ ବି କ୍ରିୟାଶୀଳ କରୁଛନ୍ତି। ହେଲେ ପିସି ବ୍ୟାଧି ସରକାରୀ ବାବୁଙ୍କ ଶିରା ପ୍ରଶିରାରେ ଏମିତି ଚରିଯାଇଛି ଯେ, ବନ୍ଦ ହେବା ପରିବର୍ତ୍ତେ ବ୍ୟାପିବାରେ ଲାଗିଛି, ଯାହାର ସଦ୍ୟତମ ପ୍ରମାଣ ମିଳିଛି। ଯାଜପୁରରୁ କୋରେଇ ବ୍ଲକର ଜେଇ, ଜଣେ ସମିତି ସଭ୍ୟଙ୍କୁ ପ୍ରକଳ୍ପ ବିଲ୍ ପାସ ଲାଗି କେମିତି ଖୋଲା ଖୋଲି ପିସି ମାଗୁଛନ୍ତି ତାର ପ୍ରମାଣ […]

  • Monday, 19 July 2021
iit student
IIT ଛାତ୍ରଙ୍କ ମୃତ୍ୟୁ ପଛର କାରଣ ଖୋଜୁଛି ପୁଲିସ୍‌

ଭୁବନେଶ୍ୱର : ଜଟଣୀ ସ୍ଥିତ ଆଇଆଇଟି ଅରଗୁଳ ଛାତ୍ର ଚିରାଗ ପ୍ରବୀଣ ଜୈନଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ତନାଘନା। ମାନସିକ ଚାପ, ବିବାଦ ନା ଲଭ୍ ଲିଙ୍କ ଥିଲା, ତାକୁ ନେଇ ଅନ୍ଧାରରେ ବାଡି ବୁଲାଉଛି ପୁଲିସ। ଆଇଆଇଟି କର୍ତ୍ତୃପକ୍ଷ ଏନେଇ ଇଣ୍ଟରନାଲ ତଦନ୍ତ କରୁଥିଲେ ମଧ୍ୟ ଛାତ୍ର ମୃତ୍ୟୁ ନେଇ ଅଡୁଆରେ ପଡିଛନ୍ତି। ସେପଟେ ମୃତ୍ୟୁର କାରଣ ଖୋଜୁଛି ପୁଲିସ୍‌। ଆଇଆଇଟି ଛାତ୍ର ଚିରାଗ ପ୍ରବୀଣ ଜୈନଙ୍କର କେମିତି ହେଲା ମୃତ୍ୟୁ ? ଆତ୍ମହତ୍ୟା, ହତ୍ୟା […]

  • Monday, 19 July 2021
market
କାର୍ତ୍ତିକ ମାସରେ ପରିବା ଦରରେ ନିଆଁ

ବ୍ରହ୍ମପୁର /କେନ୍ଦୁଝର : କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶ ଛୁଆଁ। କାର୍ତ୍ତିକରେ ଘରେ ଆମିଷ ପଶୁନଥିବାରୁ ପରିବା ଦର ହୁ ହୁ ହୋଇ ବୃଦ୍ଧି ପାଇଛି। ବ୍ରହ୍ମପୁରରେ ସପ୍ତାହକ ତଳେ ପରିବା ଦର ଯାହା ଥିଲା ତାହା ଏବେ ଢେର ଅଧିକ ବଢିଛି। କିଲୋ ପ୍ରତି ଆଳୁ- ୨୦ ଟଙ୍କା, ବାଇଗଣ-୫୦, ଭେଣ୍ଡି-୫୦, ବିନସ୍-୧୦୦ ଟଙ୍କା, କଲରା-୫୦ଟଙ୍କା , ଗାଜର ୮୦ ଟଙ୍କା ରହିଛି।  ସେହିପରି ଫୁଲକୋବି ଗୋଟା ୮୦ଟଙ୍କା ରହିଛି। ଯାହାକୁ ନେଇ […]

  • Monday, 19 July 2021
anubhav fir
ସାଂସଦ ଅନୁଭବଙ୍କ ନାଁରେ ଥାନାରେ ଏତଲା

କଟକ : ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ବିଜେଡି ଯୁବ ନେତା ମନଜିତ ଦାସଙ୍କ ବିବାଦ ବଢ଼ିଲା। ଅନୁଭବନଙ୍କ ନାଁରେ ମନଜି ତ ଦାସ ଥାନାରେ ଲିଖିତ ମାନହାନି ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ସୋଶାଲ ମିଡିଆରେ ଅନୁଭବ ମୋ ନାଁରେ ଅପପ୍ରଚାର କରୁଛନ୍ତି। ଅପପ୍ରଚାର ଯୋଗୁଁ ମୋର ମାନହାନି ଘଟିଛି। ଏତଲାରେ IT ଆକ୍ଟରେ ଅନୁଭବଙ୍କୁ ଦଣ୍ଡିତ କରିବାକୁ ପ୍ରାର୍ଥନା କରାଯାଇଛି। ଯେଉଁ ମିଡିଆରେ ଅପପ୍ରଚାର କରିଛନ୍ତି, ସେହିଥିରେ ଅନୁଭବ ଭୁଲ […]

  • Monday, 19 July 2021
wine up
ଚୋରା ମଦ ବେପାରୀଙ୍କ ପାଇଁ କାଳ ସାଜିଲେ ମହିଳା ଅଫିସର

ରାୟଗଡ଼ା  : ଚର୍ଚ୍ଚାରେ ଶେଷଖାଲ ଥାନା ଆଇଆଇସି। ଚୋରା ମଦ ବେପାରୀଙ୍କ ପାଇଁ କାଳ ସାଜିଛନ୍ତି ଏହି ମହିଳା ଅଫିସର। ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନାର ଆଇଆଇସି ବିଜୟଲକ୍ଷ୍ମୀ ହିକକ୍କାଙ୍କ ସାହସିକତାକୁ ନେଇ ସାରା ଜିଲ୍ଲାରେ ଲାଗି ରହିଛି ଚର୍ଚ୍ଚା। ଶେଷଖାଲ ଆଇଆଇସି ଭାବେ ଦାୟିତ୍ୱ ନେବାପରେ ଚୋରା ମଦବେପାରୀଙ୍କ ଉପରେ ସେ ଘନ ଘନ ଚଢ଼ଉ ଜାରି ରଖିଛନ୍ତି।  ଆନ୍ଧ୍ର-ଓଡ଼ିଶା ସୀମାରେ ଚୋରା ମଦ କାରବାର ଚାଲିଥିବାବେଳେ ଚଢ଼ଉ କରି ପ୍ରାୟ ୩ ହଜାର ଲିଟର […]

  • Monday, 19 July 2021