କେନ୍ଦୁଝର (ପ୍ରଣୟ ପାଣି) : ଗୁଣିଗାରେଡି ସନ୍ଦେହ ଗୋଟିଏ ପରିବାରରେ ୮ ଜଣଙ୍କୁ ହତ୍ୟା କରିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏଡିଜେ ସାକ୍ଷୀଙ୍କ ବୟାନ ଆଧାରରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ଜଣକା ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଆଉ ବର୍ଷେ ଲେଖାଏଁ ଦଣ୍ଡ ଭୋଗିବାକୁ ପଡ଼ିବ। ତେବେ ଗୁଣି ସନ୍ଦେହରେ ଗିରଫ ମହିଳାଙ୍କୁ କୋର୍ଟ ୩ […]
ଭୁବନେଶ୍ୱର : 5T ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ। ରାଜ୍ୟ ସରକାରଙ୍କ 5T ଉପରେ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଭଳି ବ୍ୟବସ୍ଥା କରିବା ଦ୍ୱାରା, ମନ୍ତ୍ରୀ ଓ ସଚିବମାନେ ଗୌଣ ହେଉଛନ୍ତି । ତା ସହିତ ସେମାନଙ୍କ ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯାଇ, ସେମାନଙ୍କ ମନିଟର୍ କରାଯିବା ଦ୍ୱାରା ଏକ ସମାନ୍ତରାଳ ଶାସନ ବ୍ୟବସ୍ଥା ଲାଗୁ ହେବା ପରି ମନେହେଉଥିବା ଅପରାଜିତା କହିଛନ୍ତି। […]
ମାଲକାନଗିରି(ଜିତେନ୍ଦ୍ର ବେଉରା) : ଅର୍ଥ ଅଭାବରୁ ମୃତଦେହକୁ ମିଳିଲାନି ସମ୍ମାନ। ୪୦ କିଲୋମିଟର ମୃତଦେହ ବୋହିଲେ ପରିବାର ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଟେମୁରୁପାଲି ଅଞ୍ଚଳରେ। ଗତ କିଛି ଦିନ ହେବ ଟେମୁରୁପାଲି ଗାଁର ମୁଡେ କାଲମରି ନାମକ ଜଣେ ମହିଳାଙ୍କ ଦେହ ହାତ ଫୁଲିବାରେ ଲାଗିଥିଲା। ତେଣୁ ପରିବାର ଲୋକେ ତାଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ପରିବାର ଲୋକେ ତାଙ୍କୁ ଘରକୁ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଚାଞ୍ଚଲ୍ୟ। ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ। କୁଆଁରମୁଣ୍ଡା ଥାନା ଅଞ୍ଚଳର ଏକ ଜଙ୍ଗଲରେ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଘଟଣାଟି ମଙ୍ଗଳବାର ରାତିରେ ଘଟିଛି। କୁଆରମୁଣ୍ଡା ଅଞ୍ଚଳର ଜଣେ ଯୁବକଙ୍କ ସହ ଜଣେ ଯୁବତୀଙ୍କ ଚିହ୍ନା ପରିଚୟ ଥିଲା । ଉକ୍ତ ଯୁବକ ଜଣକ […]
ଭୁବନେଶ୍ୱର / ବାଲେଶ୍ୱର : ଆଗକୁ ରାସ୍ତାରେ ଚାଲି ନପାରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଦେଶରେ ବଢ଼ି ଚାଲିଥିବା ପ୍ରଦୂଷଣକୁ ରୋକିବା ପାଇଁ ସ୍କ୍ରାପ୍ ପଲିସି ଆଣୁଛନ୍ତି କେନ୍ଦ୍ର ସରକାର। ଆଉ ଏପଟେ ଏହି ମର୍ମରେ ରାଜ୍ୟ ସରକାରଙ୍କ ପାଖକୁ ଅଥରାଇଜ୍ଡ ସ୍କ୍ରାପ୍ ସେଣ୍ଟର ଖୋଲିବା ନେଇ ମତାମତ ମଗାଯିବା ପରେ ପୁରୁଣା ଗାଡ଼ି ରଖିଥିବା ଲୋକଙ୍କ ଭିତରେ ଛନକା। ଯେମିତି ବାଲେଶ୍ୱରର ଦେବବ୍ରତ ମିଶ୍ର । ଏକ ଗାଡ଼ିକୁ ଦେବବ୍ରତଙ୍କ ପରିବାର ୨୦୦୪ରେ […]
କୁଚିଣ୍ଡା : ଦୁର୍ଘଟଣାଗ୍ରସ୍ତ ହେଲା କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍। ଆହତ ପିକଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ବଞ୍ଚାଇବେ କଣ ବରଂ କୁକୁଡ଼ାକୁ ନେଇ ଚମ୍ପଟ ମାରିଲେ ଲୋକେ। ଏମିତି ଏକ ଘଟଣା ଘଟିଛି କୁଚିଣ୍ଡା ମହୁଲପାଲି ଥାନା କେସାଇବାହଲ ନିକଟସ୍ଥ ଟେଣ୍ଡାକୁଦରରେ। ଗତ ମଙ୍ଗଳବାର ଭୋର ସମୟର ଏ ଘଟଣା। ଦୁର୍ଘଟଣାପରେ କୁକୁଡ଼ା ସବୁକୁ ବୋହିନେଉଥିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୁଳରୁ ରାଜଗାଙ୍ଗପୁର ଅଭିମୁଖେ ଯାଉଥିବା ଏକ କୁକଡ଼ା ବୋଝେଇ ବୋଲେରୋ ପିକଅପ […]
ସୁନ୍ଦରଗଡ଼ : ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନ୍ଧା ପଡ଼ିଥିବା ହାଇସ୍କୁଲ ସାର୍ଟିଫିକେଟ୍ ମିଳିଲା। ସ୍କୁଲର ବକେୟା ଫିସ୍ ଦେଇ ନପାରିବାରୁ ହାଇସ୍କୁଲ ସାର୍ଟିଫିକେଟ ବନ୍ଧା ପଡ଼ିବାର ଦୁଇ ବର୍ଷପରେ ମିଳିଲା ସାର୍ଟିଫିକେଟ୍। ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଳକ ରିଓ ଗାଁର ଦୁଇ ଭଉଣୀ ଜୟଶ୍ରୀ ଓ ଭାଗ୍ୟଶ୍ରୀ ସିଂହଙ୍କୁ ନିଜ ସ୍କୁଲ ସାର୍ଟିଫିକଟ୍ ମିଳିଛି। ୨୦୧୭ରୁ ରାଉରକେଲାର ସେଣ୍ଟ ମେରି ସ୍କୁଲରୁ ପାସ୍ କରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫିକେଟ୍ ମିଳିନଥିଲା। ତେବେ ଏନେଇ ଗଣମାଧ୍ୟମରେ […]
ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ନଭେମ୍ୱର କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଦେବା ପାଇଁ ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏନେଇ ବିଜେପି ଅଭିଯୋଗ କରି କହିଛି, ନିର୍ବାଚନ ସରୁ ସରୁ କାଳିଆ ଟଙ୍କା ଦେବେ ବୋଲି ସରକାର ଆଗରୁ କହିଥିଲେ। ଏତେ ଡେରି କାହିଁକି ହେଲା ? ତେଣୁ ନିର୍ବାଚନରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଏପରି ଘୋଷଣା କରାଯାଇଥିଲା ବୋଲି କହି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ […]
ଜୟପୁର : ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟନ ଅବସରରେ କଳାକାରଙ୍କ ସହ ନାଚିଲେ ବିଧାୟକ ତାରା ବାହିନୀପତି । କୋରାପୁଟ ଜିଲ୍ଲା କୋଟପାଡ଼ ହାଇସ୍କୁଲ ପଡ଼ିଆରେ ଗତକାଲି ରାଜ୍ୟ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା। ପ୍ରତିଯୋଗିତାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉଦଘାଟନ କରିଥିବା ବେଳେ ମନ୍ତ୍ରୀ ପଦ୍ମିନୀ ଦିଆନ, ଜୟପୁର ବିଧାୟକ ତାରା ବାହିନୀପତି, ପଟ୍ଟଙ୍ଗୀ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ନୃତ୍ୟ ପ୍ରଦର୍ଶନ କରିଥିବା […]
ଭୁବନେଶ୍ୱର : ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ କୃଷି ସଚିବ ସୂଚନା ଦେଇ କହିଛନ୍ତି ଯେ, କାଳିଆ ଯୋଜନାର ହିତାଧିକାରୀ ପାଇଁ ଗତ ଅଗଷ୍ଟରେ ଯାଞ୍ଚ ପ୍ରକ୍ରିୟା ସରିଛି। ଆସନ୍ତା ମାସରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ । ତେବେ କେତେ ଯୋଗ୍ୟ, କେତେ ଅଯୋଗ୍ୟ ସେନେଇ କୃଷି ସଚିବ କୌଣସି ସୂଚନା […]
ଜୟପୁର : ଟଙ୍କା ଆଗରେ ତୁଚ୍ଛ ହେଲା ସଂପର୍କ। ଭାଇ ଭୁଲିଗଲା ଭାଇର ଭାବ ବନ୍ଧନ । ମାତ୍ର ୨୯ ହଜାର ଟଙ୍କା ପାଇଁ ନିଜ ଭାଇକୁ ବନ୍ଧା ପକାଇଲା ଭାଇ । ଆଉ ୪୮ ଘଣ୍ଟା ପରେ ଅପହରଣକାରୀଙ୍କ କବଳରୁ ଖସି ଆସିବାପରେ ସାମ୍ନାକୁ ଆସିଛି ଏହି ଘଟଣା। ସୂଚନା ମୁତାବକ ,କୋରାପୁଟ ଜିଲ୍ଲା ଦେଉଳଗୁଡ଼ାର ରମଣୀ ଅମାନତ୍ୟଙ୍କୁ ତାଙ୍କ ସଂପର୍କୀୟ ଭାଇ ୨୯ ହଜାର ଟଙ୍କା ପାଇଁ ୫ଜଣ ଯୁବକଙ୍କ ପାଖରେ ବନ୍ଧକ ରଖିଥିଲା। […]
ଭୁବନେଶ୍ୱର : ରାଜ୍ୟରେ ବାଟବଣା ହୋଇଛି ବର୍ଷାଜଳ ଅମଳ ଓ ଭୂତଳ ଜଳସ୍ତର ବୃଦ୍ଧି ଯୋଜନା। ପ୍ରକଳ୍ପ ପାଇଁ ଥିବା ୧୦୦ କୋଟିରୁ ୫ ବର୍ଷରେ ଅଧା ବି ଖର୍ଚ୍ଚ କରିପାରିନାହାଁନ୍ତି ସରକାର। ଘରୋଇ ଭାବେ ନିଜ ଛାତରେ ପ୍ରକଳ୍ପ କରିଥିବା ଲୋକଙ୍କୁ ସବ୍ସିଡି ବି ଦେଉନାହାଁନ୍ତି। ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଆକ୍ସନ ପ୍ଲାନ ନ କରି ୪ ମାସ ହେବ ଚୁପ୍ ବସିଛନ୍ତି ରାଜ୍ୟ ସରକାର। ଫଳରେ ଅନେକ ଯୋଜନା ପରି ଏ ଯୋଜନା […]
ଗଜପତି : ଓଡ଼ିଶାରେ କୁନି ପରିବେଶ ସୁରକ୍ଷା କର୍ମୀ ଲିସିପ୍ରିୟା କଙ୍ଗୁଜମ। ଚଳିତ ବର୍ଷ ଭାରତ ଶାନ୍ତି ପୁରସ୍କାର ପାଇଛନ୍ତି ମଣିପୁରର ଏହି ଚର୍ଚ୍ଚିତ ୮ ବର୍ଷୀୟ ଝିଅ ଲିସିପ୍ରିୟା। ସେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ କୁଲଙ୍ଗ ଗାଁରେ ପାହା଼ଡ଼ ଧସି ସର୍ବସ୍ୱ ହରାଇଥିବା ବିପନ୍ନଙ୍କୁ ଭେଟିଛନ୍ତି। ବିପନ୍ନଙ୍କ ସହ କଥା ହେବା ସହ ସେ ଜଙ୍ଗଲ ସୁରକ୍ଷା ସଂପର୍କରେ ସେମାନଙ୍କୁ ବୁଝାଇଥିଲେ ଓ ଗଛ ନକାଟିବାକୁ ସଚେତନ କରିଥିଲେ। ଏଥିସହ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ଜାତୀୟ […]
ନବରଙ୍ଗପୁର : ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଡଙ୍ଗରା ଗାଁ ପ୍ରାଥମିକ ବିଦ୍ୟାଳୟର ୧୪ ଜଣ ହଷ୍ଟେଲ ଛାତ୍ରଙ୍କୁ ଶିକ୍ଷୟତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇଥିବା ଛାତ୍ରମାନେ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ଏନେଇ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଶିକ୍ଷୟିତ୍ରୀଙ୍କ ସାବୁନ ବ୍ୟବହାର କରିବା ଓ ପାଣି ବୋତଲରୁ ପାଣି ପିଇବା ପରେ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଘଟଣାକୁ ଶିକ୍ଷୟିତ୍ରୀ […]
ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ହେଉ ଅଡିଟ୍ । ଏହି ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଖୋଲିବା ସହ ସମସ୍ତ ଅଳଙ୍କାରର ତାଲିକାକୁ ସାର୍ବଜନୀନ କରିବାକୁ ଚିଠିରେ ସେ ଉଲ୍ଲେଖ କରିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଅଳଙ୍କାରର ସଠିକ ଅଡିଟ୍ ସହ ୧୯୭୮ରେ ପ୍ରସ୍ତୁତ ତାଲିକା ଅନୁସାରେ ଅଳଙ୍କାର ମେଳ କରାଯାଉ ବୋଲି ବି ଦାବି କରିଛନ୍ତି। ଏହା […]
ନୟାଗଡ଼ : ନୟାଗଡ଼ରେ ୬ ବର୍ଷୀୟା ଝିଅ ରିଙ୍କିର ଚିକିତ୍ସାରେ ତ୍ରୁଟିରୁ ଆଖି ନଷ୍ଟ ଘଟଣାରେ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ। କ୍ଷତିପୂରଣ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ରିଙ୍କିର ବାପା। ଘଟଣାକୁ ନେଇ ନୟାଗଡ଼ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ବାପା। ଆବଶ୍ୟକ କ୍ଷତିପୂରଣ ସହ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ଏପଟେ ଡାକ୍ତରଙ୍କ ଅବହେଳା ଅଭିଯୋଗ ହେବାର ମାସେ […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : ଯାହାର ହାତ ଧରି ଶ୍ୱଶୁର ଘର ଆସିଥିଲେ ସିଏ ସାଜିଲା ହତ୍ୟାକାରୀ! ସାମାନ୍ୟ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଆଉ ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ଚଣ୍ଡାଳ ରୂପ ଧାରଣ କରିଥିଲା। ରାତିର ଅନ୍ଧକାର ଭିତରେ ଅତିନିର୍ମମ ଭାବେ ସ୍ତ୍ରୀକୁ ହତ୍ୟାକରି ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଜଗତସିଂହପୁର ସଦର ଥାନା ଅଞ୍ଚଳରୁ ଆସିଛି। ସାନତିହଡା ଗାଁର ରୁଦ୍ର ପ୍ରସନ୍ନ ରାଉତ ଓ […]
ବଲାଙ୍ଗିର (ମନୋରଞ୍ଜନ ଯୋଶୀ) : ଗ୍ରାହକଙ୍କ ବିଶ୍ୱାସରେ ବିଷ। ରକ୍ଷକ ହୋଇ ଭକ୍ଷକ ସାଜିଲା ଖୋଦ ବ୍ୟାଙ୍କ୍। ବଲାଙ୍ଗିର ଟାଉନରେ ଥିବା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ଏହି ବ୍ୟାଙ୍କର ପ୍ରାୟ ୧୨ ଜଣ ଜମାକାରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଛି ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା। ତାଲପାଲିପଡ଼ାର ଗୌରଚନ୍ଦ୍ର ପୃଷ୍ଟି ଉକ୍ତ ବ୍ୟାଙ୍କରେ ୧ ଲକ୍ଷ ୭୨ ହଜାର ଟଙ୍କା ରଖିଥିଲେ। ଗତ ୪ ତାରିଖରେ […]
ଭୁବନେଶ୍ୱର : ଅପପୁଷ୍ଟିର କଥା ମନେପଡ଼ିଲେ ମନକୁ ଆସେ ‘ନଗଡ଼ା’। ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଏହି ଗାଁରେ ଅପପୁଷ୍ଟି ନେଇଛି ୧୯ରୁ ଅଧିକ ଶିଶୁଙ୍କ ଜୀବନ। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲା ନଗଡ଼ା। ପରେ ବଡ଼ବଡ଼ ବାବୁମାନେ ନଗଡ଼ା ଯାଇଥିଲେ। ସ୍ଥିତି ଅନୁଧ୍ୟାନ ପରେ ସରକାର ଯୋଜନା ପ୍ରସ୍ତୁତି କରିଥିଲେ। ଯେଉଁଠି କି ଦିନେ ଯାତାୟତର ସୁବିଧା ନଥିଲା। ସେହି ଗାଁକୁ ରାସ୍ତା […]
ସାଲେପୁର /ଜଗତସିଂପୁର : ମୃତ୍ୟୁ ଯେକୌଣସି ବ୍ୟକ୍ତିଙ୍କୁ ବି କୋଳେଇ ନେଇପାରେ, ଯେକୌଣସି ମୂହୁର୍ତ୍ତରେ ବି ଟାଣି ନେଇପାରେ ଅଫେରାବାଟକୁ। ଯାହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ । କିଏ କିଛି ବୁଝିବା ଆଗରୁ ବିଦ୍ୟୁତ୍ ସଂସ୍ପର୍ଶରେ ଦେଖୁ ଦେଖୁ ତିନି ତିନିଟି ଜୀବନ ଚାଲିଗଲା ଦାଣ୍ଡ ଦୁଆରେ। ହୁଏତ କେଇ ଘଣ୍ଟା ପୂର୍ବରୁ ସବୁଦିନ ଭଳି ସଭିଏଁ ଚଳଚଞ୍ଚଳ ଥିଲେ ଘରର କାମଧନ୍ଧାରେ। କିନ୍ତୁ ଗୋଟିଏ ମୁହୁର୍ତ୍ତରେ ବଦଳିଗଲା […]
ଭୁବନେଶ୍ୱର : ଷ୍ଟଣ୍ଟ୍ ଶୋ’ ପାଲଟିଛି ‘ମୋ ସରକାର’। ଓଟିଭିର ‘ଖୋଲାକଥା’ରେ ନିଜ ନିଲମ୍ବନ ପଛର ସତ ପଦାକୁ ଆଣି ଏହା କହିଛନ୍ତି ସୁନ୍ଦରଗଡ଼ର ପୂର୍ବତନ ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲ୍। ଗତକାଲି ସେ ‘ଖୋଲାକଥା’ରେ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ଅନ୍ଧାଧୁନିଆ ଆକ୍ସନ୍ ନିଆଯାଇଛି। ବାସ୍ତବତାକୁ ନବୁଝି କେବଳ ରୋଗୀଙ୍କ ସଂପର୍କୀୟଙ୍କୁ ଭାତ ଦିଆଗଲାନି ବୋଲି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମେଡିକାଲ୍ରେ ଡାକ୍ତର ଓ ନର୍ସଙ୍କ ଘୋର ଅଭାବ ରହିଛି। ତାହାକୁ […]
ଭୁବନେଶ୍ୱର : ଦୁଇ ଦିନର ଲଗାଣ ବର୍ଷା ଯେ କେବଳ ଅସରନ୍ତି ଦୁର୍ଦ୍ଦଶା ଦେଇଛି ତା ନୁହେଁ ଅକାଳରେ ବି ନେଇଛି ଅନେକଙ୍କ ଜୀବନ। କେନ୍ଦ୍ରାପଡ଼ା ଗଣେଶ୍ୱରପୁରରେ କାନ୍ଥ ଭୁଶୁଡ଼ି ପ୍ରାଣ ହରାଇଛନ୍ତି ନୂଆସାହିର କୈଳାଶ ସାମଲ। ତାଙ୍କ ପତ୍ନୀ ବି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘରେ ଶୋଇଥିବାବେଳେ ଉଭୟଙ୍କ ଉପରେ ପଡିଯାଇଥିଲା ବତୁରା କାନ୍ଥ ସାଙ୍ଗକୁ ଚାଳ। ଠିକ୍ ସେମିତି ଜଳେଶ୍ୱରରେ ବି ଘଟିଛି ଅଘଟଣ। ରାଇବଣିଆ ଥାନା ଭଦୁଆ ଗାଁରେ ହଠାତ୍ […]
ପୁରୀ : ଜଳବନ୍ଦୀ ଅବସ୍ଥାରେ ଶ୍ରୀକ୍ଷେତ୍ର ଭଣ୍ଡାର ରକ୍ଷକ ଶ୍ରୀଲୋକନାଥଙ୍କ ମନ୍ଦିର। ମନ୍ଦିରର ଗମ୍ଭୀରା ଠାରୁ ଦେବୀ ପାର୍ବତୀ, ଶ୍ରୀଗଣେଶ, କାର୍ତ୍ତିକଙ୍କ ମନ୍ଦିରରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ପ୍ରବେଶ ପଥ ଓ ଅଗଣାରେ ପାଣି ଜମିରହିଥିବାରୁ ଭକ୍ତ ମାନେ ପଛପାଖ ଦେଇ ମନ୍ଦିର ଭିତରକୁ ଯାଉଥିଲେ ମଧ୍ୟ ସଠିକ୍ ଭାବେ ଦର୍ଶନ ପାଇବାରୁ ବଞ୍ଚିତ ହେଉଛନ୍ତି । ଅନ୍ୟପଟେ ପ୍ରତିବର୍ଷ ବର୍ଷା ଦିନେ ଏଇଭଳି ଦିନ ଦିନ ଧରି ପାଣି ଜମି ରହୁଥିବାରୁ ମନ୍ଦିରର ସ୍ଥିତି […]
କେନ୍ଦୁଝର : ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳା ଗୁରୁତର। କେନ୍ଦୁଝର ଜିଲ୍ଲା ଘଷିପୁରା ବସନ୍ତପୁରା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ କୋଠରୀର କାନ୍ଥ ଭୁଶୁଡି ପଡିଥିଲା। ଫଳରେ ଆହତ ହୋଇଥିବା ମଇନା ହାଁସଦାଙ୍କ ଉପରେ ମାଟିକାନ୍ଥ ଖସିପଡିଥିଲା। ପାଖରେ ଶୋଇଥିବା ୨ ପୁଅ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେପଟେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଜେନାସାହିରେ କାନ୍ଥ ଭୁଶୁଡ଼ି […]
ନାରାୟଣପାଟଣା : ଗାଁକୁ ନାହିଁ ରାସ୍ତା । ଆସିପାରିଲାନି ଆମ୍ବୁଲାନ୍ସ। ୩ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଉପର ଗଡିତ ଗାଁରେ । ସୂଚନା ମୁତାବକ, ଆଜି ସକାଳୁ ଗାଁର ସୋନିଆ ଜାନୀଙ୍କ ପତ୍ନୀ ମିଣିଙ୍ଗ ଜାନୀଙ୍କ ପ୍ରସବ ବେଦନା ହେବାରୁ ମେଡିକାଲକୁ ନେବାକୁ ବାହାରିଥିଲେ ଘର ଲୋକ। ଏଥିପାଇଁ ୧୦୨ ଆମ୍ବୁଲାନ୍ସକୁ ମଧ୍ୟ ଫୋନ୍ କରିଥିଲେ । ହେଲେ ଗାଁକୁ ରାସ୍ତା […]