• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

15
ଆ...କା...ମା..ବୈରେ ପ୍ରକମ୍ପିତ ପରିବେଶ, ଡଙ୍ଗା ଭସାଇବାକୁ ଭୋର୍‌ରୁ ଲୋକଙ୍କ ଭିଡ଼

ଭୁବନେଶ୍ୱର :  ଆଜି ପବିତ୍ର କାର୍ତ୍ତିକ ମାସର ଶେଷ ତିଥୀ ବା ପୂର୍ଣ୍ଣିମା । ପରମ୍ପରା ଅନୁସାରେ ଆଜି ଓଡ଼ିଶାରେ ପାଳନ ହେଉଛି ବୋଇତ ବନ୍ଦାଣ ଉତ୍ସବ । ବଢ଼ି ଭୋରରୁ ରାଜ୍ୟର ବିଭିନ୍ନ ପୁଷ୍କରିଣୀ, ମହୋଦଧୀ ଏବଂ ଜଳାଶୟରେ ଡଙ୍ଗା ଭସାଉଛନ୍ତି ଲୋକେ । ଆ…କା…ମା..ବୈ, ପାନ ଗୁଆ ଥୋଇ, ଗୀତରେ ଫାଟି ପଡୁଛି ବିଭିନ୍ନ ଜଳାଶୟ।  କଟକ ମହାନଦୀ, କାଠଯୋଡ଼ି ନଦୀରେ ଆଜି ସକାଳୁ ହିଁ ଲୋକଙ୍କ ପ୍ରବଳ ଭିଡ଼ ଜମିଛି ।  ଭଳି […]

  • Monday, 19 July 2021
station
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର : ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଏହାକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀ ଭିଡକୁ ଦେଖି ପୂର୍ବତଟ ରେଲ୍‌ୱେ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଣିବ। ଗୋଟିଏ ଟ୍ରେନ୍‌ ପୁରୀଠାରୁ ପଲାସା ମଧ୍ୟରେ ଚାଲିବ। ଏହି ଟ୍ରେନ୍‌ କାଲି ଅପରାହ୍ନ ୨ଟାରେ ପୁରୀରୁ ଛାଡ଼ି ପଲାସା […]

  • Monday, 19 July 2021
bali yatra
କାଲିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ : ଆସନ୍ତାକାଲି ଠାରୁ କଟକରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପୁରା ପ୍ରସ୍ତୁତ ବାଲିଯାତ୍ରା ପଡିଆ । ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସାୟୀମାନେ ଡେରା ପକାଇଲେଣି ମେଳା ପଡିଆରେ । ସେପଟେ ବାଲିଯାତ୍ରା ରାଜ୍ୟ ମେଳାର ମାନ୍ୟତା ପାଇବା ପରେ ପ୍ରଶାସନ ମଧ୍ୟ ସରସ ସୁନ୍ଦର କରିବା ପାଇଁ ପୁରା ଲାଗି ପଡିଛି। ପ୍ରସ୍ତୁତ ହେଉଛି ମହାନଦୀ ପଠା ମେଳା […]

  • Monday, 19 July 2021
cm
ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା। ସମୀକ୍ଷା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଏହା ପରେ ଲୋକସେବା ଭବନରେ ପ୍ରଭାବିତ ଅଞ୍ଚଳ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହ […]

  • Monday, 19 July 2021
suraj--
ମୃତ୍ୟୁ ପରେ ଅଙ୍ଗଦାନ କରିଥିବା ସୁରଜଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁରଟରେ ମୃତ୍ୟୁ ପରେ ଓଡ଼ିଆ ପୁଅ ଅଙ୍ଗଦାନ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ସୁରଜଙ୍କ ପରିବାରଙ୍କୁ ଭେଟିଛନ୍ତି। ଏହାସହ ସୁରଜଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ଜମି ଓ ଘର ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି. ଗତ  ଅକ୍ଟୋବର ୨୯ ତାରିଖରେ ଗଂଜାମ ଜିଲ୍ଲା ଭଞ୍ଜନଗର ଲାଲସିଙ୍ଗି ଗ୍ରାମର ସୁରଜ ବେହେରା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ଏହାପରେ ଚିକିତ୍ସା ଅବସ୍ଥାରେ ସେ ୨ ତାରିଖରେ ପ୍ରାଣ […]

  • Monday, 19 July 2021
loot
ଅଟୋ ଚାଳକର ଚା' ପିଇ ଯାତ୍ରୀ ସଂଜ୍ଞା ହରାଇଲେ !

ଭଞ୍ଜନଗର (ରାଜେଶ ପଣ୍ଡା): ଘରକୁ ଫେରୁଥିବା ବେଳେ ୩ ଜଣଙ୍କୁ ଚାହା ପିଆଇ ଲୁଟିନେଲେ ଅଟୋ ଚାଳକ। ପରେ ସେମାନଙ୍କୁ ସଜ୍ଞାହୀନ ଅବସ୍ଥାରେ ପାହାଡ ତଳେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜି ଭୋରୁ ସମୟରେ ଏପରି ଘଟଣା ଗଞ୍ଜମ ଜିଲ୍ଲାରେ ଘଟିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଜଗନ୍ନାଥପ୍ରସାଦ ବ୍ଲକ୍‌ ଗଣ୍ଡାଧର ଗାଁର ଚନ୍ଦନ ନାୟକ, ଚକୁ ଗୌଡ଼ ଓ କୁଶପଲ୍ଲି ଗାଁର ବୁଲୁ ନାୟକ ଗତକାଲି ସୁରତରୁ ଘରକୁ ଫେରୁଥିଲେ। […]

  • Monday, 19 July 2021
rape 2
ରାଜଧାନୀରେ ଚାଞ୍ଚଲ୍ୟ ; କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ। ଜଣେ କଲେଜ ଛାତ୍ରୀକୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ । ୟୁନିଟ୍-୧ ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ ଛାତ୍ରୀ ଜଣକ ଏହି ଅଞ୍ଚଳରେ ରହୁଥିଲେ । ଅଭିଯୁକ୍ତ ଜଣକ ତାଙ୍କୁ ଆଗରୁ ମଧ୍ୟ ପିଛା କରି ବହୁ ସମୟରେ ଅଶ୍ଲୀଳ ଇଙ୍ଗିତ କରୁଥିଲା । ଗତ ରାତିରେ ସେ ବାହାରକୁ ଆସିଥିବା ଅଭିଯୁକ୍ତ ତାଙ୍କ ପାଟିକୁ ହାତରେ ଚାପି ଧରି ଉଠାଇ ନେବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲା […]

  • Monday, 19 July 2021
pratap
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସଂକୀର୍ତ୍ତନ

ନୀଳଗିରି (ବିଶ୍ୱମ୍ୱର ଦାସ): ଗତକାଲି ଥିଲା ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଜନ୍ମଦିନ। ସେଥିପାଇଁ ସେ ରାମନ୍ଦିରକୁ ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେବା ପରେ ସେଠାରେ ଆୟୋଜିତ ହେଉଥିବା ସଂକୀର୍ତ୍ତନରେ ସାମିଲ୍‌ ହୋଇଥିଲେ। ମୃଦଙ୍ଗ, ଝାଞ୍ଜ ଓ ଗିନି ସହ ତାଳ ଦେଇ ସଂକୀର୍ତ୍ତନ ଦଳ ସହିତ ସେ ନାଚିଥିଲେ। ପୂରା ଭକ୍ତି ଭାବରେ ସେ ନିମଗ୍ନ ହୋଇଯାଇ ଥିଲେ। ପରେ ସେ ମିତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନିଜ ଜନ୍ମଦିନରେ ଆୟୋଜିତ ରକ୍ତଦାନ […]

  • Monday, 19 July 2021
odisha link
ଅଯୋଧ୍ୟା ରାୟରେ ଓଡ଼ିଶା ଲିଙ୍କ୍

ଭୁବନେଶ୍ୱର : ବହୁଚର୍ଚ୍ଚିତ ଅଯୋଧ୍ୟା ବିବାଦ ସମାଧାନରେ ବି ରହିଛି ଓଡ଼ିଶା ଲିଙ୍କ୍। ରାଜ୍ୟର ୩ଟି ଭିନ୍ନ ଭିନ୍ନ ମାମଲାର ରାୟକୁ ଉଦାହରଣ ଭାବେ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। କଣ ସେ ମାମଲା ଓ ଏହା ଆଧାରରେ କି ଯୁକ୍ତି ଦର୍ଶାଇଛନ୍ତି କୋର୍ଟ ତାକୁ ନେଇ ଆସନ୍ତୁ ଜାଣିବା। ଦୀର୍ଘ ଦଶନ୍ଧିର ଅଯୋଧ୍ୟା ମାମଲା ସମାଧାନ ଲାଗି ଓଡ଼ିଶା ସଂପର୍କିତ ୩ଟି ମାମଲାକୁ ଉଦାହରଣ ଭାବେ ଉଲ୍ଲେଖ କରିଛନ୍ତି ସୁପ୍ରିମକୋର୍ଟ। ପୁରୀ ଏମାର୍ ମଠର ଇତିହାସ ଓ ଏହା […]

  • Monday, 19 July 2021
field
ବୁଲ୍‌ବୁଲ୍ ପରର ବେଦନା ,ଏବେ ଚାରିଆଡ଼େ ଖାଲି ଉଜୁଡ଼ା କ୍ଷେତର ଚିତ୍ର

ଭୁବନେଶ୍ୱର : ବୁଲ୍‌ବୁଲ୍ ପଞ୍ଝାରେ ବରବାଦ ଫସଲ। ବୁଡ଼ିଗଲା ବର୍ଷକର ଦାନାପାଣି।  ଭାଙ୍ଗିଗଲା ଚାଷୀର ମେରୁଦଣ୍ଡ। ଭଦ୍ରକରୁ ବାଲେଶ୍ୱର, କେନ୍ଦ୍ରାପଡ଼ାରୁ ଜଗତସିଂପୁର, ବାତ୍ୟା ଫେରିଯିବା ପରେ ଏବେ ଚାରିଆଡ଼େ ଖାଲି ଉଜୁଡ଼ା କ୍ଷେତର ଚିତ୍ର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଚାଷୀ ଶ୍ରୀନିବାସ ଦାସ। କାଳେ କିଛି ବଞ୍ଚିଯିବ, ସେଥିପାଇଁ ପାଣି କାଟି ଚାଲିଥିଲେ ବିଲ ମଝିରେ । ହେଲେ ସବୁ ଉଦ୍ୟମ ଶୂନ୍ । ଧାରକରଜ କରି ଫଳାଇଥିବା ଫସଲ ଲୋଟିପଡିଛି ପାଣି ଭିତରେ । […]

  • Monday, 19 July 2021
dil er mehendi
ଏଥର ବାଲିଯାତ୍ରାରେ ବଲିଉଡ୍‌ ସିଙ୍ଗର

କଟକ : ନୂଆ ରୂପରେ ଅନୁଷ୍ଠିତ ହେବ କଟକର ଐତିହାସିକ ବାଲିଯାତ୍ରା। ପ୍ରଥମ ଥର ପାଇଁ ପଥଉତ୍ସବ ସହ ବୋଟିଂର ମଜା ନେବେ ଦର୍ଶକ। ଷ୍ଟଲ ବୁଲା ସାଙ୍ଗକୁ ଶୁଣିବାକୁ ମିଳିବ ବଲିଉଡ୍ କଣ୍ଠଶିଳ୍ପୀଙ୍କ ସ୍ୱର। ଆଉ ମାତ୍ର ଦୁଇ ଦିନର ଅପେକ୍ଷା। ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ସର୍ବବୃହତ ଏହି ବାଣିଜିକ୍ୟ ମହାକୁମ୍ଭ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ନୂଆ ରୂପରେ ବାଲିଯାତ୍ରା […]

  • Monday, 19 July 2021
cut head
କଟାମୁଣ୍ଡ କୁଆଡେ ଗଲା …. ପୁଲିସର ତନାଘନା

ପୁରୀ : ପୁରୀ ତାଳବଣିଆ ଥାନା ଅର୍ନ୍ତଗତ ସିପସରୁବାଲି ମୌଜା ନିକଟ ଏକ ଜଙ୍ଗଲରୁ କଟାମୁଣ୍ଡ ଉଭାନ ଘଟଣାକୁ ଗୁରୁତର ସହ ନେଇଛି ତାଳବଣିଆ ପୁଲିସ।  ତାଳବଣିଆ ଥାନା ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।  ଜଙ୍ଗଲ ପରିସରରେ ପଡିଥିବା ଦୁଇଟି ହାଡ, ଏକହଳ ଚପଲ ସହ ମଦବୋତଲ ଆଦି ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ବିଶେଷ କରି ସାଇଣ୍ଟିଫିକ୍ ଟିମ୍ ଦୁଇଟି ହାଡକୁ ନେଇ ଅଧିକ ତଦନ୍ତ […]

  • Monday, 19 July 2021
latin
ହଷ୍ଟେଲରେ ଲଣ୍ଠନ ଓ ଚାର୍ଜ ଲାଇଟରେ ପାଠ ପଢୁଛନ୍ତି ପିଲା!

ମୁନିଗୁଡ଼ା (ନନ୍ଦକିଶୋର ପଟ୍ଟନାୟକ) : ଦୁଇମାସରୁ ଉର୍ଦ୍ଧ୍ୱ ଦିନ ହେବ ହଷ୍ଟେଲରେ ନାହିଁ ବିଦ୍ୟୁତ ସଂଯୋଗ। ବାଧ୍ୟ ହୋଇ ପିଲାମାନେ ଲଣ୍ଠନ ଏବଂ ଚାର୍ଜ ଲାଇଟରେ ପାଠ ପଢୁଥିବା ଅଭିଯୋଗ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡ଼ା ବ୍ଲକ କୁମୁଡାବାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଆଦିବାସୀ ହଷ୍ଟେଲରେ। ଏନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିବାବେଳେ ଉଚ୍ଚପଦସ୍ଥ ଅଧିକାରିଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା କହିଛନ୍ତି ପ୍ରଧାନ ଶିକ୍ଷକ। କୁମୁଡାବାଲି ସରକାରୀ ପ୍ରାଥମିକ […]

  • Monday, 19 July 2021
pregnant
ଟୋକେଇରେ ବୁହାହେଲେ ପ୍ରସୂତୀ

ତେଲକୋଇ  : ପୁଣି ସାମ୍ନାକୁ ଆସିଲା ଅବହେଳାର ଚିତ୍ର। ରାସ୍ତା ନଥିବାରୁ ଜଣେ ପ୍ରସୂତୀଙ୍କୁ ଟୋକେଇରେ ବୋହି ଆଣିଲେ ପରିବାର ଲୋକେ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତମାଙ୍ଗ ଗାଁରେ। ଗାଁଟି ପାହାଡ଼ ଉପରେ ଥିବାବେଳେ ରାସ୍ତା ନଥିବାରୁ ତମାଙ୍ଗ ଗାଁର ରାଜେଶ ପଧାନ ଓ ଗ୍ରାମବାସୀ ସ୍ତ୍ରୀ କଷି ପଧାନଙ୍କୁ ସାଢେ ୩ କି.ମି ପାହାଡ଼ ତଳକୁ ଟୋକେଇରେ ଆଣିବା ପରେ ସେଠାରୁ ଆମ୍ବୁଲାନ୍ସରେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ […]

  • Monday, 19 July 2021
septic tank
ଟାଙ୍କିରେ ବୁଡି ଶିଶୁ ମୃତ

ରାଉରକେଲା : ରାଉରକେଲାରୁ ଆସିଛି ଏକ ଅଘଟଣର ଖବର। ରଘୁନାଥପାଲି ଥାନା ଅନ୍ତର୍ଗତ କୋଏଲ ନଗର ଅଞ୍ଚଳରେ ଏକ ଖୋଲା ସେପ୍‌ଟି ଟାଙ୍କିରେ ବୁଡ଼ି ଜଣେ କେଜି ୨ରେ ପାଠ ପଢ଼ୁଥିବା ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି । କୋଏଲ୍‌ ବ୍ୟାଙ୍କ ଅଂଚଳର ଶିଶୁ ଅନିଷ ସାହୁ ଆଜି ସକାଳୁ ହିଁ ନିଖୋଜ ଥିଲା। ବହୁ  ଖୋଜା ଖୋଜି କଲାପରେ ଅପରାହ୍ନରେ ପରିବାର ବର୍ଗ ଅନିଷର ମୃତ ଦେହ ଟାଙ୍କି ଭିତରୁ ଉଦ୍ଧାର କରିଥିଲେ । […]

  • Monday, 19 July 2021
ndrf chief
NDRF ଟିମ୍ ହେଡ଼୍ ମନୋରଞ୍ଜନ ପ୍ରସାଦଙ୍କ ଅବସ୍ଥା ଗୁରୁତର

ଭଦ୍ରକ : NDRF ଟିମ୍ ହେଡ଼୍ ମନୋରଞ୍ଜନ ପ୍ରସାଦଙ୍କ ଅବସ୍ଥା ଗୁରୁତର । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମନୋରଞ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସୂଚନା ମୁତାବକ ,ବାତ୍ୟା ବୁଲ୍‌ବୁଲ୍‌ରେ ଭଦ୍ରକ ନାୟକଣିଡିହ ପୁଲିସ ଷ୍ଟେସନ୍‌ରେ ଗଛ ଭାଙ୍ଗି ପଡିଥିଲା। ଏନ୍‌ଡିଆର୍‌ଏଫ୍ ଟିମ୍ ଆସି ଗଛ ଗୁଡିକ କାଟି ସଫା କରୁଥିବା ବେଳେ ହଠାତ୍ ମନୋରଞ୍ଜନଙ୍କ ମୁଣ୍ଡ ଉପରେ LT ଖୁଣ୍ଟି ଭାଙ୍ଗି ପଡିଥିଲା। ଆଜି ସଙ୍କଟାପନ୍ନ ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। […]

  • Monday, 19 July 2021
std death
NCC ଶିକ୍ଷକଙ୍କ ଅତ୍ୟଧିକ ବ୍ୟାୟାମ ଯୋଗୁ ଛାତ୍ରଙ୍କ ମୃତ୍ୟୁ

ବଣାଇ(ରଣଜିତ ଚୌଧୁରୀ): ଏନ୍‌ସିସି ଶିକ୍ଷକ ଅତ୍ୟଧିକ ବ୍ୟାୟାମ କରାଇବାରୁ ଛାତ୍ର ଅସୁସ୍ଥ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ। ଏହା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ତଳୁ କଢ଼ା ଯାଇଛି ପୋତାଯାଇଥିବା ଛାତ୍ରଙ୍କ ମୃତଦେହ। ପୁଲିସ ଏହାର ତଦନ୍ତ କରୁଛି। ଏହି ଘଟଣା ହେଉଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ରାଜା ଧରଣୀଧର ସ୍କୁଲର। ଅଭିଯୋଗ ଅନୁସାରେ ଦଶମ ଶ୍ରେଣୀ ଛାତ୍ର ମୁରଲୀ ଭୂମିଜକୁ ଏନ୍‌ସିସି ଶିକ୍ଷକ ଅଧିକ ବ୍ୟାୟାମ କରାଇବା ପରେ ମୁରଲୀ ଗତ ୨୩ ତାରିଖରେ ଅସୁସ୍ଥ […]

  • Monday, 19 July 2021
PRATAP JENA
ପ୍ରତାପ ଜେନା ପାଇଲେ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

ଭୁବନେଶ୍ୱର : ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ‌, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଜି ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କ ଠାରୁ ଶ୍ରୀ ଜେନା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌‌ ମନ୍ତ୍ରୀ ଭାବେ ଶ୍ରୀ ଜେନା ଦାୟିତ୍ୱ ନିର୍ବାହ କରିଛନ୍ତି। ସେ […]

  • Monday, 19 July 2021
bulbul-6
ରାତି ୭ରୁ ୧୧ଟା ଭିତରେ ଲ୍ୟାଣ୍ଡଫଲ୍ କରିବ ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର : ଭୟଙ୍କର ରୂପ ନେଉଛି ବାତ୍ୟା ‘ବୁଲ୍‌ବୁଲ୍‌’। ଏବେ ଦୀଘାରୁ ୮୦ କିମି ଦୂରରେ ଗତି କରୁଛି। ଘଣ୍ଟାକୁ ୮ରୁ ୯କିମି ଗତିରେ ଆଗକୁ ବଢୁଛି। ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ଆଜି ରାତିରେ ରାତି ୭ଟାରୁ ୧୧ଟା ମଧ୍ୟରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ୍ କରିବ। ଏନେଇ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା। ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ପ୍ରବଳ ବେଗରେ ପବନ […]

  • Monday, 19 July 2021
bulbul
ବୁଲବୁଲ ପ୍ରଭାବ ; ଘର ଆଜବେଷ୍ଟସ ଭାଙ୍ଗି ଉପରେ ପଡିବାରୁ ଜଣେ ମୃତ

ଆଳି : ବାତ୍ୟା ବୁଲବୁଲ ପ୍ରଭାବରେ ଘରର ଆଜବେଷ୍ଟସ ଭାଙ୍ଗି ଉପରେ ପଡିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଅଘଟଣ ଘଟିଛି । ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଜରାଜପୁର ଗାଁର ୭୦ବର୍ଷୀୟ ବୃଦ୍ଧ ଗଣେଶ୍ୱର ମଳିକଙ୍କ ମୃତ୍ୟୁ ଘଟିଛି। ସକାଳ ୮ଟାରେ ଗଣେଶ୍ୱର ଘରେ ଶୋଇଥିବା ବେଳେ ହଠାତ୍‌ ପବନରେ ଏକ ଆଜବେଷ୍ଟସ ଉଡ଼ି ଆସି ତାଙ୍କ ଉପରେ ପଡିଥିଲା। ଘଟସ୍ଥଳରେ ହିଁ ତାଙ୍କର ମୃତ୍ୟୁ […]

  • Monday, 19 July 2021
cm
ଓଟିଭି ପ୍ରତିନିଧିଙ୍କୁ ଦୁର୍ବ୍ୟବହାରକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ଓଟିଭି ପ୍ରତିନିଧିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାରକୁ ନେଇ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଧାଡିକିଆ ଉତ୍ତର ଦେଇ କହିଛନ୍ତି, ନିଶ୍ଚିତ ଦୃଷ୍ଟି ଦେବି। ଗତକାଲି ସାଂସଦଙ୍କ ବିରୋଧରେ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୃହସଚିବଙ୍କୁ ସ୍ମାରକପତ୍ର ଦେଇଥିଲେ ଗଣମାଧ୍ୟମ ପ୍ରତିନିଧି। ଏହାପରେ କେନ୍ଦ୍ରାପଡ଼ା ଓଟିଭି ପ୍ରତିନିଧି ମନୋଜ ସ୍ୱାଇଁଙ୍କ ଅଭିଯୋଗ ଆଧାରରେ ସାଂସଦଙ୍କ […]

  • Monday, 19 July 2021
oath
ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ

କଟକ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ। ହାଇକୋର୍ଟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଜି ଶପଥ ଉତ୍ସବ ଆୟୋଜିତ ହୋଇଥିଲା। ଗୃହ ସଚିବ ପ୍ରଥମେ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ନିଯୁକ୍ତି ପତ୍ର ପାଠ କରିବା ପରେ ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ ଜଷ୍ଟିସ୍ ରାଉତରାୟଙ୍କୁ ଶପଥ ପାଠ କରାଇଥିଲେ। ଏବେ ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୫ରେ ପହଞ୍ଚିଛି। ଆଜିର ଉତ୍ସବରେ ହାଇକୋର୍ଟର ବିଚାରପତି, ଅବସରପ୍ରାପ୍ତ ବିଚାରପତି, ସ୍ୱତନ୍ତ୍ର […]

  • Monday, 19 July 2021
odi
ବାତ୍ୟା ନାଁ ଶୁଣି ଛାନିଆ ଉପକୂଳ ଓଡ଼ିଶାବାସୀ

ଭୁବନେଶ୍ୱର : ବାତ୍ୟା ‘ବୁଲବୁଲ’କୁ ନେଇ ଛାନିଆ ଉପକୂଳ ଓଡ଼ିଶା। ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ୯ଟି ଜିଲ୍ଲାର ସମୁଦ୍ରକୂଳିଆ ଗାଁ ଓ ସହରରେ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ବିପର୍ଯ୍ୟୟ ବେଳେ ଲୋକଙ୍କ ପାଖରେ ତୁରନ୍ତ ପହଞ୍ଚିବା ପାଇଁ ଯଥା ସମୟ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ସାରିଲେଣି ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍। ଦରକାର ପଡ଼ିଲେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ହେଉଥିବା ବେଳେ ଧନଜୀବନ ଓ ଅମଳ […]

  • Monday, 19 July 2021
anubhav
ଦୁଃଖ ପ୍ରକାଶ ଆଳରେ ଅନୁଭବଙ୍କ ଧମକ

ଭୁବନେଶ୍ୱର : ଦୁଃଖ ପ୍ରକାଶ ଆଳରେ ଅନୁଭବଙ୍କ ଧମକ। OTV ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଦୁଃଖ ପ୍ରକାଶ ଆଳରେ ଧମକ ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି। ଏକ ଭିଡିଓ ରିଲିଜ୍ ଜରିଆରେ ଧମକ ଦେଇ ଅନୁଭବ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ଦୁଃଖ ପ୍ରକାଶ କରିଛନ୍ତି।  ୧ ମିନିଟ ୨୪ ସେକେଣ୍ଡ ଅବଧିର ଏହି ଭିଡିଓରେ ୩ଟି କଟ୍ ଥିବା ବେଳେ ସେ କହିଛନ୍ତି, OTV ସାମ୍ବାଦିକଙ୍କ ପ୍ରତି ଘଟଣା ମୋତେ ବ୍ୟଥିତ କରିଛି। ଏହା ଉଦ୍ଦେଶ୍ୟମୂଳକ ନଥିଲା।  […]

  • Monday, 19 July 2021
air
ଭୁବନେଶ୍ୱରରୁ ମୁମ୍ୱାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ନିଆଁ

ଭୁବନେଶ୍ୱର : ଏକ ବଡଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ଫ୍ଲାଇଟ୍ । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟର ବାମ ପଟେ ଲାଗିଯାଇଥିଲା ନିଆଁ ଫଳରେ ରାୟପୁରରେ ଜରୁରୀକାଳିନ ଅବତରଣ କରିଥିଲା ବିମାନ। ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ପାଇଲଟ୍ ନିଆଁ ଲାଗିଥିବା ଖବର ଜାଣିବା ପରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ସତର୍କତାର ସହ ବିମାନକୁ ଅବତରଣ କରିଛନ୍ତି। ସୂଚନା ଅନୁଯାୟୀ, ଫ୍ଲାଇଟରେ ବିଶ୍ୱଜିତ ବେହେରା ନାମକ ଜଣେ ଯାତ୍ରୀ […]

  • Monday, 19 July 2021