ବଲାଙ୍ଗୀର(ଘଟେଶ୍ୱର ମିଶ୍ର ): ବିଭିନ୍ନ ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ବଲାଙ୍ଗିର ବନ୍ଦ ଡାକରା ଦେଇଛି ବଲାଙ୍ଗିର ଆକ୍ସନ କମିଟି । ବଲାଙ୍ଗିର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ସହ ଥଇଥାନ କରି ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ଶୀଘ୍ର ବାଏପାସ ରାସ୍ତା ନିର୍ମାଣ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି କମିଟି। ବଲାଙ୍ଗିର ବନ୍ଦ ଯୋଗୁ କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ ସମେତ ବୀମା […]
ଭୁବନେଶ୍ୱର : ଆଜି ପ୍ରଥମାଷ୍ଟମୀ । ପ୍ରତିଟି ଓଡ଼ିଆ ଘରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ଆଜି ଚାଲିଛି ପୂଜାର୍ଚ୍ଚନା। ଘରର ବଡ଼ ପୁଅ ଝିଅମାନେ ନୂଆ ବସ୍ତ୍ର ପିନ୍ଧି ଠାକୁର ଦର୍ଶନ କରିବାର ପରମ୍ପରା ରହିଛି। ତାସହ ହଳଦୀ ପତ୍ରରେ ସିଝା ଯାଇଥିବା ଏଣ୍ଡୁରି ପିଠା ଖାଇବାର ପରମ୍ପରା ବି ରହିଛି। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଗାଁଠାରୁ ସହର । ଘରେ ଘରେ ପିଠାମିଠା ପ୍ରସ୍ତୁତି ଚାଲିଛି। ଆଜିର ଦିନରେ ପୋଢ଼ୁଆଁ ହେବେ ପ୍ରଭୁ […]
ଭୁବନେଶ୍ୱର : ଏଣିକି ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ବାଧ୍ୟତାମୂଳକ। ଓଡିଶା ଦୋକାନ ଓ ବଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ ସଂଶୋଧନ ଅନୁସାରେ ଏହି ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଏହି ଆଇନକୁ ପ୍ରଥମଥର ଉଲ୍ଲଂଘନ କଲେ ୧ହଜାର ଟଙ୍କା ରୁ ୫ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ କଲେ ୨ହଜାରରୁ ୨୫ହଜାର ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଏବଂ ଜନସାଧାରଣଙ୍କ ଭାଗିଦାରୀ […]
ରାଉରକେଲା : ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼। ରାଉରକେଲାରେ ରାତି ଅଧରେ ଜଣେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ସୁନା ବ୍ୟବସାୟୀ ଜଣକ ହେଲେ ବିନାୟକ ପ୍ରସାଦ । ମିଳିଥିବା ସୂଚନା ମୁତାବକ,ମହତାବ ରୋଡ୍ ଠାରେ ବିନାୟକ ପ୍ରସାଦଙ୍କୁ ଛୁରାମାଡ଼ ହୋଇଥିଲା । ତାଙ୍କ ଶରୀରର ୫ଟି ସ୍ଥାନକୁ ଛୁରାମାଡ଼ ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ବିନାୟକଙ୍କୁ IGHରେ ଭର୍ତ୍ତି କରାଯାଇଛି । ସେକ୍ଟର-୫ ସ୍ଥିତ ସୁନା ଦୋକାନରୁ ଫେରିବା ବେଳେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଥିଲା । […]
ଭୁବନେଶ୍ୱର : ଭୁବନେଶ୍ୱର ଷ୍ଟେସନ୍କୁ ଆସିଛି ସେଗ୍ ୱେ । ଏହି ମଡନ ସ୍କୁଟର୍ ସିଷ୍ଟମ୍କୁ ଭୁବନେଶ୍ୱର ଷ୍ଟେସନ୍ରେ ବ୍ୟବହାର କରିବେ ଆର୍ପିଏଫ୍ । ଆଜି ଏନେଇ ବିଧିବଦ୍ଧ ଭାବେ ଭୁବନେଶ୍ୱର ଷ୍ଟେସନ୍ରେ ଏହା ସିଷ୍ଟମ୍ର ଶୁଭାରମ୍ଭ କରାଯାଇଛି। ପ୍ଲାଟ୍ଫର୍ମର ଗୋଟିଏ ପାର୍ଶ୍ୱରୁ ଅନ୍ୟ ଏକ ପାର୍ଶ୍ୱକୁ ଯିବାକୁ ଖୁବ୍ କମ ସମୟ ଲାଗିବ । ଏହାସହ କୌଣସି ଅପ୍ରୀତିକର ଘଟଣା ହେଲେ ଆର୍ପିଏଫ୍ ଖୁବ୍ କମ ସମୟ ମଧ୍ୟରେ ପହଞ୍ଚି ପାରିବେ । ପ୍ରଥମ ପର୍ଯ୍ୟାୟରେ […]
ଭୁବନେଶ୍ୱର : ପୁଣି ଥରେ ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ବିଧାନସଭା । ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ। ସ୍ମିତାରାଣୀଙ୍କ ମୃତ୍ୟୁ କିପରି ହେଲା ସେ ନେଇ ଜାଣିବାର ଅଧିକାର ସମସ୍ତଙ୍କର ରହିଛି। ଯଦି, ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ତେବେ ରୂପେଶ କାହିଁକି ପୁଲିସ୍କୁ ଖବର ଦେଲେନି। କେଉଁ ଗାଡ଼ିରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ? ରୂପେଶ ଘଟଣା ସମୟର ଫଟୋ କାହିଁକି ଉଠେଇନଥିଲେ […]
ବଲାଙ୍ଗିର( ମନୋରଂଜନ ଯୋଶୀ) : କଣ୍ଟାବାଞ୍ଜିର ଖବରକାଗଜ ବିତରକ କମଳ ବାଗ ହତ୍ୟା ମାମଲାର ପର୍ଦ୍ଦାଫାସ। ପ୍ରେମଜନିତ ବିବାଦରୁ କମଳଙ୍କୁ ହତ୍ୟା କରାଯାଇଛି। ମାମଲାରେ ଜଣେ ମହିଳାଙ୍କ ସହିତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହିଛି। ହେଲେ ପୁରା ଘଟଣା କଣ ଥିଲା ସେ ନେଇ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ସୂଚନା ମିଳିପାରିନି। ଗତ ୧୧ ତାରିଖ ଦିନ କଣ୍ଟାବାଞ୍ଜି ଆନନ୍ଦ ନଗର ପଡ଼ାରୁ କମଳ ବାଗ ନିଖୋଜ ଥିଲେ। ପ୍ରାୟ ୭ ଦିନ […]
ଭୁବନେଶ୍ୱର : ରାଜ୍ୟରେ ମିଳିବନି ଗଞ୍ଜେଇ ଚାଷ ପାଇଁ ଅନୁମତି। ଗଞ୍ଜେଇ ଚାଷ ପୂର୍ବ ଭଳି ବେଆଇନ ରହିବ । ଅବକାରୀ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏନେଇ ସୂଚନା ଦିଆଯାଇଛି । ଔଷଧୀୟ ଗୁଣ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନ ସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଏହି ପ୍ରସ୍ତାବକୁ ଖାରଜ କରିଛି ଆଇନ ବିଭାଗ। ଅବକାରୀ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଗଞ୍ଜେଇ ଚାଷକୁ ନେଇ ବିସ୍ତୁତ […]
ଭୁବନେଶ୍ୱର : ସ୍ମିତାରାଣୀ ପ୍ରସଙ୍ଗରେ ବିରୋଧୀ ଦଳରୁ ଚାପ ପଡ଼ିବା ପରେ ଶେଷରେ କ୍ଷମା ପ୍ରାର୍ଥନା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିରୋଧୀ ଦଳ ନେତାଙ୍କ କଥାକୁ ଠିକ୍ ଭାବେ ବୁଝି ପାରିନଥିବା କହିଛନ୍ତି ବାଚସ୍ପତି। ସେଥିପାଇଁ ବିରୋଧୀ ଦଳ ନେତାଙ୍କୁ କ୍ଷମା କହିଛନ୍ତି। ଗତକାଲି ଅପରାହ୍ନରେ ବିରୋଧୀ ଦଳ ନେତା ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ କିଛି କହିବାକୁ ଚାହିଁଥିଲେ। ହେଲେ ସେହି ସମୟରେ ବାଚସ୍ପତି ଗୃହ ମୁଲତବି କରିଥିଲେ। ଯାହାକୁ ନେଇ କ୍ଷୁବ୍ଧ […]
ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଏକ ହୋଟେଲରେ ପ୍ଲାଷ୍ଟିକ ଅଣ୍ଡା ତରକାରୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ସହରର ନୂଆଁପଡ଼ାରେ ରହୁଥିବା ବିଦ୍ୟୁତ୍ ବିଭାଗର କର୍ମଚାରୀ ସୁନିଲ କୁମାର ସାହୁ ଏକ ହୋଟେଲରୁ ଖାଇବା ପାଇଁ ଦୁଇଟି ଅଣ୍ଡା ତରକାରୀ ଆଣିଥିଲେ। ମାତ୍ର ଅଣ୍ଡା କେଶରକୁ ସେ ଖାଇବା ପରେ ଏହା ରବର ଭଳି ଲମ୍ୱିଥିଲା। ଅଣ୍ଡାକୁ ହାତରେ ଛିଣ୍ଡାଇଲେ ମଧ୍ୟ ତାହା ରବର ଭଳିଆ ଦୋହଲିଥିଲା। ଏହି ଘଟଣା ଜଣାପଡ଼ିବା ପରେ […]
କାମାକ୍ଷାନଗର (ବିଦ୍ୟାଧର ବରାଳ ) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି (ଆଇଜିଆଇଟି) କଲେଜ ପରିସର ରଣକ୍ଷେତ୍ରରେ ପରିଣତ ହୋଇଛି। ୨ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିବାରୁ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି। ପୁଲିସ୍ ଗୋଟିଏ ଗୋଷ୍ଠୀର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ଗୋଷ୍ଠୀର କାହାକୁ ଅଟକ ରଖି ନ ଥିବାରୁ ଛାତ୍ର ଅସନ୍ତୋଷ ଧିରେ ଧିରେ କୁହୁଳିବାରେ ଲାଗିଛି। […]
ଭୁବନେଶ୍ୱର : ଆଜି ବିଶ୍ୱ ଶିଶୁ ନିର୍ଯାତନା ନିରୋଧ ଦିବସ । ରାଜ୍ୟ ସରକାରଙ୍କ ଶ୍ରମିକ ବିଭାଗ ଓ ପିକକ୍ ଅନୁଷ୍ଠାନ ପକ୍ଷରୁ ସଚେତନତା ରାଲି ଆୟୋଜନ କରାଯାଇଛି। ରାମ ମନ୍ଦିର ଛକରୁ ଏକ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଯାଏ ଯାଇଛି। ସେଠାରେ ଏକ ସିଗନେଚର୍ କ୍ୟାମ୍ପେନ୍ କରାଯାଇଥିଲା । ୨୦୨୫ ସୁଦ୍ଧା ରାଜ୍ୟରେ ଶିଶୁ ଶ୍ରମିକ ନିର୍ଯାତନା ନିରୋଧ ପାଇଁ ଚେଷ୍ଟା କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ଶ୍ରମିକ ସଂଖ୍ୟା ଶୂନ ପ୍ରତିଶତରେ ପହଞ୍ଚାଯିବ ବୋଲି […]
ସମ୍ବଲପୁର : ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ତୀବ୍ର ହୋଇଛି ଚାଷୀ ଆନ୍ଦୋଳନ। ରାଜ୍ୟସ୍ତରୀୟ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଧାନ ସଂଗ୍ରହ ଆରମ୍ଭ ହୋଇଥିବା ସବୁ ଜିଲ୍ଲାରେ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସମ୍ବଲପୁର ଜିଲ୍ଲାର ବିଧାୟକଙ୍କ ଘର ଆଗରେ ଧାନ ପକାଇ ପ୍ରତିବାଦ କରିବେ ବୋଲି ଚେତାବନୀ ଦିଆଯାଇଛି। ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀ-ପୁଲିସ ମୁହାଁମୁହିଁ ହୋଇଥିବା ବେଳେ ଅତାବିରା ତହସିଲ ଅଫିସ୍ରେ ତାଲା ପକା […]
ଭୁବନେଶ୍ୱର : ରାଉରକେଲାସ୍ଥିତ NIT ଏବଂ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ (IMFA) ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ଚଳିତ ବର୍ଷଠାରୁ ମେଟାଲର୍ଜି ଏବଂ ମଟେରିଆଲ ଇଂଜିନିୟରିଂ ପାଠ୍ୟକ୍ରମର ଟପ୍ପରଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ କରାଯିବ। ଇମ୍ଫା ପ୍ରତିଷ୍ଠାତା ଡକ୍ଟର ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ଏହି ଗୋଲ୍ଡ ମେଡାଲ ଦିଆଯିବ। ଇମ୍ଫା ଭାଇସ୍ ପ୍ରେସିଡେଣ୍ଟ ଅଶୋକ ବେହେରା ଏବଂ ଏନ୍ଆଇଟି ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାସଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି ଅବସରରେ […]
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣି ଗାଁର ଜଣେ ବ୍ୟକ୍ତିଙ୍କୁ ଏକ ଦନ୍ତା ହାତୀ କଚାଡ଼ି ଦେବାରୁ ତାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ନାରାୟଣ ନାଏକ। ଗତକାଲି ବିଳମ୍ୱିତ ରାତିରେ ନାରାୟଣ ଗୁଡ଼ିଆନାଳୀ ନିକଟରେ ଧାନ ଫସଲ ଜଗିଥିବା ବେଳେ ଦନ୍ତା ସହ ମୁହାଁମୁହିଁ ହୋଇଥିଲେ। ତାଙ୍କୁ ହାତୀଟି କଚାଡ଼ି ଦେଇଥିଲା। ପ୍ରଥମେ ତାଙ୍କୁ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ […]
ବାରିପଦା (ମାଣିକଲାଲ ପାଣି): ଗତ ରାତିରେ ବାରିପଦାରେ ଏକ ଅଘଟଣ ଘଟିଛି। ଗାଡ଼ି ଚେକିଂ ବେଳେ ବାଇକ୍ ଧକ୍କାରେ ଟାଉନ୍ ଥାନା ସବଇନ୍ସପେକ୍ଟର ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲ’ କଲେଜ ସମ୍ମୁଖରେ ଏମଭିଆଇ ଚେକିଂ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଚେକିଂ ଚାଲିଥିବାବେଳେ ଖସିବାକୁ ଉଦ୍ୟମ କରୁଥିବା ଏକ ବାଇକ୍ ଏସ୍ଆଇ ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର […]
ନବରଙ୍ଗପୁର : ପୋଖରୀରେ ବୁଡିଗଲେ ଦୁଇ ନାବାଳିକା। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଡଙ୍ଗାଶୀଲ ଗାଁରେ ଘଟିଛି ଏହି ଘଟଣା। ଗତକାଲି ସଂଧ୍ୟା ସମୟରେ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ଲାଲୁ ଜାନିଙ୍କ ୧୪ ବର୍ଷୀୟା ଝିଅ ଟଭା ଜାନି ଓ ପଡୋଶୀ ବିରସିଂ ଜାନିଙ୍କ ୬ ବର୍ଷୀୟା ଝିଅ ଉମା ଜାନି। ପୋଖରୀରେ ଗୋଡ ଖସି ଉମା ଜାନି ବୁଡିଯିବା ପରେ ତାଙ୍କୁ ବଂଚାଇବାକୁ ଯାଇ ଟଭା ଜାନି ମଧ୍ୟ ବୁଡି ଯାଇଥିଲେ ଉଭୟ ବୁଡିଯିବାର ଜାଣି […]
ପୁରୀ/କଟକ(ମଧୁସୂଦନ ମିଶ୍ର/ଗୌତମ ପଣ୍ଡା): ଶ୍ରୀମନ୍ଦିରର ରହସ୍ୟପୂର୍ଣ୍ଣ ରତ୍ନଭଣ୍ଡାରରେ ରହିଛି କେତେ ପରିମାଣରେ ଦୁର୍ମୂଲ୍ୟ ଅଳଙ୍କାର? ସେ ସବୁର ଗଣତି ସହ ମୂଲ୍ୟାୟନ କରାଯିବ। କାରଣ ଗତ ୪ ତାରିଖରେ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ମଧ୍ୟବର୍ତ୍ତିକାଳୀନ ରାୟ ଦେଇ ସୁପ୍ରିମକୋର୍ଟ ଯେଉଁ ୨୨ଟି ପଏଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି, ସେଥିରେ ସ୍ପଷ୍ଟ ଭାବେ ରତ୍ନଭଣ୍ଡାରର ଗଚ୍ଛିତ ଅଳଙ୍କାର ଗଣତି ପାଇଁ ନିର୍ଦ୍ଦେଶ ରହିଛି। ତା’ସହ ଜାନୁଆରୀ ୮ରେ ମାମଲାର ପରବର୍ତ୍ତି ଶୁଣାଣି ପୂର୍ବରୁ ଅଳଙ୍କାର ତାଲିକା ସହ ରତ୍ନଭଣ୍ଡାରର ସୁରକ୍ଷା ସଂପର୍କିତ […]
ଭୁବନେଶ୍ୱର : ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଓ ଦୁର୍ଷ୍କମ ଘଟଣାର ସିବିଆଇ ତଦନ୍ତ ଦାବି ଓ ବିଧାନସଭା ବାଚସ୍ପତିଙ୍କ ପକ୍ଷପାତପୂର୍ଣ୍ଣ ଆଚରଣ ସମ୍ପର୍କରେ ବିଜେପି ବିଧାୟକମାନେ ଆଜି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ନିଜର ଆପତ୍ତି ଅଭିଯୋଗ ଜଣାଇଛନ୍ତି। ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ, ସ୍ମିତାରାଣୀଙ୍କୁ ହତ୍ୟା ଓ ଦୁଷ୍କର୍ମ ଘଟଣାକୁ […]
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଛନ୍ତି ଏମ୍ଏନ୍ଏମ୍ ପ୍ରତିଷ୍ଠାତା ତଥା ଭେଟ୍ରାନ୍ ଅଭିନେତା କମଲ ହାସନ। ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଆଉ କମଲ ହାସନ୍ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ଓଡ଼ିଶା ଗସ୍ତ ଅବସରରେ କମଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ବରିଷ୍ଠ ରାଜନେତା ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉପଦେଶ […]
କଟକ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ତିନିଜଣିଆ ଏସ୍ଆଇଟି। ୩ ଜଣ ଡିଆଇଜି ରାଙ୍କର ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୁନ୍ଦୁଲି ସମ୍ପର୍କିତ ଏକାଧିକ ମାମଲାର ଏକକାଳୀନ ଶୁଣାଣି କରି ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବିରେ ଏକାଧିକ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ମାଙ୍କ ପକ୍ଷରୁ ମଧ୍ୟ ଅନୁରୂପ ମାମଲା […]
ଭୁବନେଶ୍ୱର : ଧାନ କିଣା ଆରମ୍ଭରୁ ଘୋର୍ ଅବ୍ୟବସ୍ଥା। ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଧାନ ସଂଗ୍ରହ ଆରମ୍ଭ ହୋଇଥିବା ଅଧିକାଂଶ ଜିଲ୍ଲାରେ ତେଜୁଛି ଚାଷୀ ଆନ୍ଦୋଳନ। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡିରେ ଧାନ ସଂଗ୍ରହ ପାଇଁ କରାଯାଇଥିବା ଟୋକନ୍ ବ୍ୟବସ୍ଥାକୁ ଜୋରାଦର୍ ବିରୋଧ । ସବୁଠି ତେଜୁଛି ଚାଷୀ ଆନ୍ଦୋଳନ । ଟ୍ରାକ୍ଟରରେ ଧାନ ବସ୍ତା ଲଦି ଶୋଭାଯାତ୍ରା କରି ସମ୍ୱଲପୁର ଜିଲ୍ଲାପାଳଙ୍କ ଅଫିସ୍ ପରିସରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ଚାଷୀ-ପୁଲିସ୍ ମୁହାଁମୁହିଁ […]
ଭୁବନେଶ୍ୱର : ରାଜଧାନୀରେ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ଅଞ୍ଚଳରେ ହୋଇଛି ଏହି ହତ୍ୟାକାଣ୍ଡ। ଏକ ଡର୍ମିଟୋରୀ ଭିତରେ ବ୍ୟକ୍ତିଙ୍କୁ ବ୍ଲେଡ୍ ଯୋଗେ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ତାଙ୍କର ପରିଚୟ ଏଯାଏ ମିଳିପାରିନି। ଲକ୍ଷ୍ମୀସାଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାର ଶିକାର ବ୍ୟକ୍ତିଙ୍କ ସହ ଆଉ ଜଣେ ବ୍ୟକ୍ତି ଡର୍ମିଟୋରୀକୁ ଆସିଥିଲେ। ଡର୍ମିଟୋରୀ […]
ସାଲେପୁର(ମନୋଜ ଆଚାର୍ଯ୍ୟ ): ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ୍ । ହିତାଧିକାରୀ ଜାଣୁନି, କାଗଜପତ୍ରରେ ଟଙ୍କା ହଡ଼ପ୍ ହେଉଛି। କଟକ ମାହାଙ୍ଗାରୁ ଆସିଛି ଏଭଳି ଅଭିଯୋଗ । ତେଣେ ସରକାରୀ ଦସ୍ତାବିଜ୍ରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଥିବା ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ବି ସନ୍ଦେହ ପ୍ରକାଶ କଲେଣି ବିରୋଧୀ। ପରିଣତ ବୟସ ଯୋଗୁଁ ଚାଲବୁଲ କରିବାକୁ ବଳ ପାଉନି । ସେଥିରେ କିନ୍ତୁ ନିତି ବାଡ଼ି ପଛକୁ ଶୌଚ ପାଇଁ ଯାଉଛନ୍ତି ମାହାଙ୍ଗା ହଳଦିଆ ଗ୍ରାମପଂଚାୟତ ଲକ୍ଷ୍ମୀନାରାୟଣପୁର […]
ରାଉରକେଲା ( ସତ୍ୟାନନ୍ଦ ମହାନ୍ତି) : ରାଉରକେଲା ପାନପୋଷରେ ଅଘଟଣ। ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟରେ ଥିବା ଏକ ସେଲୁନ୍ରେ ଗ୍ୟାସ୍ ସିଲିଣ୍ଡର ଫାଟି ସେଲୁନ୍ ମାଲିକ ଚନ୍ଦନ ଠାକୁର ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ସେହିପରି ସେଲୁନ୍ ନିକଟରେ ଥିବା ଅନ୍ୟ ଏକ ଦୋକାନୀ ବି ଏଥିରେ ଆହତ ହୋଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି । ମିଳିଥିବା ସୂଚନା ମୁତାବକ ଚନ୍ଦନ ବେଦବ୍ୟାସରୁ ଗ୍ୟାସ୍ […]