ପୁରୀ: ହରିଣଙ୍କ ପାଇଁ ବନବିଭାଗର ଚିନ୍ତା ବଢିଯାଇଛି। ବାଲୁଖଣ୍ଡ ଏବଂ ଆସ୍କା ହରିଣଙ୍କ ପାଇଁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛି। ବିଧ୍ୱସ୍ତ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ପାଇଁ ଛାମୁଡିଆ ହେବ। ବର୍ଷା ଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ଜଙ୍ଗଲ ଜଳାଶୟ ପୂରଣ । କରାଯିବ ହରିଣଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ବାଲୁଖଣ୍ଡରେ ଡ୍ରୋନ ଅପରେସନ ଆରମ୍ଭ କରାଯିବ। ଆସ୍କା କୃଷ୍ଣସାର ମୃଗଙ୍କ ପାଇଁ ୫୦ ଏକର ଜାଗା କିଣିବ ବନ ବିଭାଗ । ୫୦ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଫୋନି ବାତ୍ୟା ପରବର୍ତ୍ତୀ ରିଲିଫ, ଥଇଥାନ ଓ ପୁଃନରୁଦ୍ଧାର କାମରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ନରସିଂହ କହିଛନ୍ତି ଫୋନିରେ ବାସ୍ତବ କ୍ଷୟକ୍ଷତି ଆକଳନ ହେଉଥିବା ପରିମାଣଠୁ ଯଥେଷ୍ଟ ଅଧିକ। ତେଣୁ କେନ୍ଦ୍ର ସରକାର ଏହାକୁ ଜାତୀୟ ବିପତ୍ତି ଘୋଷଣା କରନ୍ତୁ। ଅନ୍ୟପଟେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ନିକଟରେ ଦାବି କରିବା ସହ ଚିଠି ଲେଖିବା ଦରକାର ବୋଲି […]
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଯୁବକ ନବବଧୂଙ୍କ ତଣ୍ଟିକାଟି ହତ୍ୟା କରିବା ପରେ ନିଜେ ମଧ୍ୟ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବିବାହର ୧୦ ଦିନ ପରେ ନବବଧୂ ଜଣଙ୍କ ସ୍ୱାମୀଙ୍କ ସହ ବୁଗୁଡ଼ା ଥାନା ଅନ୍ତର୍ଗତ ଏ. କରଡ଼ାବାଡ଼ି ସ୍ଥିତ ତାଙ୍କ ବାପ ଘରକୁ ଆସିଥିଲେ। ଯୁବକ ଜଣଙ୍କ ମଧ୍ୟ ସେହି ଗାଁର। ଯୁବକ […]
ପୁରୀ: ବାତ୍ୟା ଫୋନି ଉଜାଡି ଦେଇଛି ବହୁ ଲୋକଙ୍କ କୂଳ ବେଉସା । କ୍ଷତିଗ୍ରସ୍ତ କୌଳିକ ବୃତ୍ତି ମଧ୍ୟରୁ ଗୋଟିଏ ହେଉଛି କୁମ୍ଭାରଙ୍କ କୁମ୍ଭକାର ସେବା । ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କ ସେବା ପୂଜା ସହ ସହ ପ୍ରତ୍ୟକ୍ଷ ଜଡିତ ଥିବା ପୁରୀ କୁମ୍ଭାରପଡ଼ାର ମାଟି କୁଡ଼ୁଆ କାରିଗରଙ୍କ କୁମ୍ଭାର ଶାଳକୁ ନିଶ୍ଚିହ୍ନ କରିଛି ବାତ୍ୟା ଫୋନି । ଫଳରେ ଆଗକୁ ସେମାନେ କେମିତି କୁଡୁଆ ତିଆରି କରିବେ ଏବେ ସେ ଚିନ୍ତା ଖାଲି କୁମ୍ଭକାରଙ୍କୁ […]
ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫୋନି ଯିବାରେ ୧୦ ଦିନ ବିତିଗଲାଣି। ହେଲେ ଚାଷୀ କ୍ଷେତରୁ ଏଯାଏଁ କ୍ଷତ ଲିଭିନି। ପାନ, ନଡ଼ିଆ, କଦଳୀ ଭଳି ଅର୍ଥକରୀ ଫସଲ ହେଉ କି ଡ଼ାଳୁଅ ଧାନ, ଏସବୁକୁ ଯେମିତି ସମୂଳେ ଧ୍ୱଂସ କରିଦେଇଛି ବାତ୍ୟା ଫୋନି। କ୍ଷତିଗ୍ରସ୍ତ ଉପକୂଳ ଓଡ଼ିଶାରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିଲେ ବି ଭୀଷଣ କ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀ ତା’ର ଅଣ୍ଟା କେବେ ସଳଖିବ, ତାହା ଏବେ ପ୍ରଶ୍ନ ଘେରରେ। କେଉଁଠି ପୋଟଳ […]
ଭୁବନେଶ୍ୱର: ଫୋନି ବାତ୍ୟାରେ ଗୃହଶୂନ୍ୟଙ୍କୁ ମିଳିବ ପକ୍କା ଘର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଯେଉଁମାନଙ୍କ ଘର ଧ୍ୱଂସ ପାଇଥିବ ବା ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ସେମାନେ ଏହି ସୁବିଧା ପାଇବେ । ଏଥିପାଇଁ ଆସନ୍ତା ୧୫ ତାରିଖରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଜୁନ ଏକ ତାରିଖରୁ ଘର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅତି କ୍ଷତିଗ୍ରସ୍ତ ବ୍ଲକରେ ଉଚ୍ଚପଦସ୍ଥ […]
ଭୁବନେଶ୍ୱର: ବିଦ୍ୟୁତ୍ ପୁନଃସଂଯୋଗ ନେଇ ସରକାରଙ୍କ କଥା ଓ କାମର ଗୁମର ଖୋଲିଲେ ଖୋଦ୍ ବିଭାଗୀୟ କର୍ମଚାରୀ। ରାଜଧାନୀର ଯେଉଁ ଗୁରୁତ୍ୱପୂର୍ଣ ସ୍ଥାନଗୁ଼ଡିକୁ ବିଜୁଳି ଦେଇଥିବାର ଦାବି କରାଯାଉଥିଲା ସେଇ ସ୍ଥାନରେ ହିଁ କାମ ସରି ନ ଥିବା ଚିତ୍ର ସାମନାକୁ ଆସିଛି। ଏହାପରେ ଆଜି ସୁଦ୍ଧା ଭୁବନେଶ୍ୱରରେ ସବୁ ଉପଭୋକ୍ତାଙ୍କ ଘରେ ବିଜୁଳି ଦେବାର ଘୋଷଣାର ବାସ୍ତବତାକୁ ନେଇ ଉଠିଛି ପ୍ରଶ୍ନ । ବିଜୁଳି ଦେବାର ପ୍ରତଶ୍ରୁତି ନ ରଖିବାରୁ ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ […]
ଭୁବନେଶ୍ୱର: ଭୁବନେଶ୍ୱର ଇସ୍କନ ମନ୍ଦିର ନିକଟରେ ଥିବା ହୋଟେଲ ପ୍ରେସିଡେନ୍ସିକୁ ବିଏମ୍ସିର କାରଣ ଦର୍ଶାଅ ନୋଟିସ। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାସ୍ତାକୁ ଏହି ହୋଟେଲ କର୍ତ୍ତୃପକ୍ଷ ମାଡି ବସିଥିବାରୁ ଡ୍ରେନେଜ୍ ସମସ୍ୟା ରହୁଥିବା ଚିଠିରେ ଉଲ୍ଲେଖ ରହିଛି। ରାସ୍ତା ପାର୍ଶ୍ୱକୁ ପାର୍କିଂ ପାଇଁ ବ୍ୟବହାର ସହ ହୋଟେଲର ଅପରିଷ୍କାର ପାଣି ଡ୍ରେନ୍କୁ ଛଡାଯାଉଥିବାରୁ ସମସ୍ୟା ସୃଷ୍ଟି ହେଉଥିବା କଥା ନୋଟିସ୍ରେ ଉଲ୍ଲେଖ କରାଯାଇଛି। ନୋଟିସର ୭ ଦିନ ମଧ୍ୟରେ ଜବାବ ରଖିବାକୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ବିଏମସି […]
ବାରିପଦା: ମା’ ସ୍ୱର୍ଗଠାରୁ ବଡ଼, ଈଶ୍ୱରଙ୍କଠାରୁ ମହାନ । ତାର ମମତା ଅମୂଲ, ତାର ଭଲ ପାଇବା ସୀମାହୀନ ସାଗର। ନିଜର ଦୁଃଖକଷ୍ଟ ଭୁଲି ସନ୍ତାନ ପାଇଁ ସେ ବାର ମାସରେ ତେର ବ୍ରତ କରେ । ପିଲାଙ୍କ ମଙ୍ଗଳ ପାଇଁ ସବୁ ଝଡ଼ଝଞ୍ଜାକୁ ହସିହସି ସହିଯାଏ। ଏମିତି ଜଣେ ମାଆ ହେଉଛନ୍ତି ସୋମବାରୀ। ଯିଏ ପରିଣତ ବୟସରେ ରୋଗାକ୍ରାନ୍ତ ପୁଅର ଦେଖାଶୁଣା କରୁଛନ୍ତି । ସୋମବାରୀଙ୍କ ଘର ମୟୂରଭଞ୍ଜ ଜିଲାର ଉଦଳା। ଘର ବିଛଣାରେ ଭେଣ୍ଡିଆ […]
କଟକ: ମରଣ କେମିତି ଆସେ କହିବା ମୁସ୍କିଲ୍। ଠିକ୍ ଆଜି ଯେମିତି ମୃତ୍ୟୁବରଣ କରିଛି ଛୋଟ ପିଲାଟିଏ। ବିଦ୍ୟୁତ୍ ଖୁଣ୍ଟ ପଡ଼ିଯିବାରୁ ନାବାଳକ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି, କଟକ ସଦର ଥାନା ନୂଆଗଡ଼ ଗାଁରେ । ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଉଥିବା ବେଳେ ଖୁଣ୍ଟ ପଡ଼ି ନାବାଳକ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]
ଭଦ୍ରକ: ୮ ବଖରା ଘର ଜଳିଗଲା। ଅଗ୍ନିକାଣ୍ଡରେ ଜଳିଗଲେ ନବବଧୂ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଓଗାଳପୁର ଗ୍ରାମର ଦୁର୍ଗା ଚରଣ ଟୁଡୁଙ୍କ ଘରେ ଆଜି ମଧ୍ୟାହ୍ନରେ ହଠାତ୍ ନିଆଁ ଲାଗିଯିବା ଫଳରେ ଘର ଭିତରେ ଥିବା ନବବିବାହିତ ଦୁର୍ଗାଙ୍କ ପତ୍ନୀ ପଙ୍କଜିନି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହାପରେ ନିଆଁ ଆଖପାଖ ଘରକୁ ମଧ୍ୟ ବ୍ୟାପି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ତିନୋଟି […]
ସମ୍ବଲପୁର: ଶିକାର କରିବାକୁ ଯାଇ ଶିକାର ହୋଇଗଲା ଶିକାରୀ । ନିଜ ଗୁଳିର ଶିକାର ସେ ନିଜେ ହେଲେ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗଂଜାବାହାଲ ଗାଁରେ। ମୃତକ ହେଲେ ବାହାଦୁର ସିଂ। ଗତ ଶୁକ୍ରବାର ସେ ନିଜର ୩ ସହଯୋଗୀଙ୍କ ସହିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ । ଏକ ମୟୂରକୁ ନିଜ ଦେଶୀ ବନ୍ଧୁକରେ ପିଟିବାକୁ ଚେଷ୍ଟା କରିବା ବେଳେ ମୟୂର ବସିଥିବା ପଥରରେ ପିଟି ହୋଇଥିଲା ବନ୍ଧୁକରେ। ଏହା ଦ୍ୱାରା […]
ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଆଜି କିଛି ସ୍ଥାନରେ ଝଡ଼ତୋଫାନ ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୨ଟା ୪୫ ପର୍ଯ୍ୟନ୍ତ ୯ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ,ଜଗତସିଂହପୁର, ଖୋର୍ଦ୍ଧା, ବରଗଡ଼ ଓ ନୂଆପଡ଼ା।
ମାଲକାନଗିରି: ଆଜି ଉଦ୍ଘାଟନ ହେବ ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଭାଗୀୟ ସଚିବ ନଳିନୀ ପ୍ରଧାନ ଗତକାଲି ସେଠାକୁ ଯାଇ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ମାଓ ପ୍ରଭାବିତ ବିଚ୍ଛିନ୍ନାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୬ ବାଟାଲିୟନ୍ ସୁରକ୍ଷା ବାହିନୀ […]
ଭୁବନେଶ୍ୱର: ଚିଟ୍ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍.ଏମ୍. ଦାସ କମିଶନ ଷଷ୍ଠ ପର୍ଯାୟରେ ଚିଟ୍ଫଣ୍ଡ କମ୍ପାନୀ ମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ପ୍ରାରମ୍ଭିକ ଭାବେ ସିସୋର୍ ଓ ଅର୍ଥତତ୍ତ୍ୱ ଗ୍ରୁପ୍କୁ କମିଶନ ନୋଟିସ୍ କରିଛନ୍ତି। ଆସନ୍ତା ଅଗଷ୍ଟ ୨୭ ତାରିଖରେ ସିସୋର୍ ଏବଂ ୨୮ରେ ଅର୍ଥତତ୍ତ୍ୱ ଗ୍ରୁପ୍କୁ ହାଜର ପାଇଁ ନୋଟିସ୍ ହୋଇଛି। କମ୍ପାନୀ କର୍ତ୍ତୃପକ୍ଷ ହାଜର ହେବା ପରେ ସମ୍ପୃକ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ପରେ ଅନ୍ୟ କମ୍ପାନୀ ଗୁଡ଼ିକୁ […]
କେନ୍ଦୁଝର/ଆନନ୍ଦପୁର: ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଘଟଣାରେ ଆନନ୍ଦପୁର ପୁଲିସ ୪ ଜଣଙ୍କୁ ଅଟକ କରିଛି। ଅଭିଯୁକ୍ତମାନଙ୍କ ଜେରା ଚାଲିଥିବା ଆନନ୍ଦପୁର ଆଇଆଇସି ସୁଦର୍ଶନ ପଣ୍ଡା କହିଛନ୍ତି । ଅଭିଯୁକ୍ତମାନେ ପ୍ରେମୀଯୁଗଳଙ୍କ ନିପର୍ସ ଓ ମୋବାଇଲ୍ ଛଡ଼ାଇ ନେଇଥିଲେ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ଆନନ୍ଦପୁରରେ ଏକ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇଥିବା ପ୍ରେମୀଯୁଗଳଙ୍କୁ ଅଭିଯୁକ୍ତମାନେ ଧମକ ଚମକ ଦେଇ ଆପତ୍ତିଜନକ ଭିଡିଓ ସୁଟିଂ ପରେ ଭାଇରାଲ କରିଥିଲେ। ଏହା ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଯୁବତୀ ଜଣଙ୍କ […]
ଭୁବନେଶ୍ୱର: କୋଷ୍ଟାଲ ହାଇେୱ ନେଇ NHAI ପକ୍ଷରୁ ଉପସ୍ଥାପିତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ମନକୁ ପାଉନି। ତେଣୁ ପୁଣି ଥରେ ଉକ୍ତ ଯୋଜନାର ରୂପରେଖ ପ୍ରସ୍ତୁତ କରିବାକୁ NHAI କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି । ବୈଠକ ପରେ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଦେଇଥିବା ସୂଚନା ଅନୁସାରେ, NHAI ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରୁନାହାନ୍ତି । ରାଜ୍ୟ […]
କଟକ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଙ୍ଗଳବାର ଅପରାହ୍ନରେ କଟକ ଜିଲା ସାଲେପୁର ବ୍ଲକ ଗସ୍ତରେ ଯାଇଥିଲେ। ବୈଜୟନ୍ତ ହେଲିକପ୍ଟର ମାଧ୍ୟମରେ ସାଲେପୁର ମଧ୍ୟକଚ୍ଛରେ ପହଞ୍ଚିଥିଲେ। ଏହାପରେ ଏକ ବାଇକ୍ ରାଲିରେ ବିଭିନ୍ନ ଗାଁକୁ ଯାଇଥିଲେ । ଗସ୍ତ ସମୟରେ ବୈଜୟନ୍ତ ଗତ ସପ୍ତାହରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୯ ବର୍ଷୀୟ ପ୍ରଦୀପ ନାୟକଙ୍କ ପରିବାରକୁ ଭେଟି ଶୋକବ୍ୟକ୍ତ କରିଥିଲେ। ପରେ ପଞ୍ଚାୟତର ଅନ୍ୟ ଅସହାୟ ପରିବାରକୁ ଭେଟି ସାନ୍ତ୍ୱନା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ […]
ସମ୍ବଲପୁର/ କେନ୍ଦୁଝର : ସମ୍ବଲପୁର ଓ କେନ୍ଦୁଝର ଜିଲାର ୨ ଟି ସ୍ଥାନରେ ବସ୍ ଓଲଟି ପ୍ରାୟ ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଜିଲା ଜୁଜୁମୁରା ନିକଟ ବେହେରନବସା଼ଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ସମ୍ବଲପୁର […]
ଭୁବନେଶ୍ୱର: କୁଆଖାଇ ନଦୀରେ ନିଖୋଜ ଛାତ୍ରଙ୍କୁ ଖୋଜୁଥିବା ବେଳେ ଜଣେ ଭାସି ଯାଉଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ କର୍ମଚାରୀ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଆତ୍ମହତ୍ୟା ପାଇଁ ମହିଳା ଜଣକ କୁଆଖାଇ ବ୍ରିଜ୍ ଉପରକୁ ନଦୀକୁ ଡେଇଁଥିବା ସୂଚନା ମିଳିଛି। ସୂଚନା ଥାଉ କି, ଆଜି ୬ଜଣ ଛାତ୍ର କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ୨ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ଜଣଙ୍କୁ ଉଦ୍ଧାର କରିଥିଲେ। ୨ ଛାତ୍ର ୟୁନିଟ-୯ ବାଳକ […]
ଭୁବନେଶ୍ୱର: କୁଆଖାଇ ନଦୀରେ ନିଖୋଜ ୨ ଛାତ୍ରଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। କୁଆଖାଇ ବ୍ରିଜ୍ ନିକଟରେ ଗାଧୋଇଲା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ପାଣିରେ ଭାସି ଯାଇଥିବା ଅନ୍ୟ ଜଣେ ଛାତ୍ରଙ୍କୁ ଅଗ୍ନିଶମ କର୍ମଚାରୀ ଖୋଜୁଛନ୍ତି। ପ୍ରାୟ ୩୦ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି। ସୂଚନା ଅନୁସାରେ, ଆଜି ୬ଜଣ ଛାତ୍ର କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିଲେ। ହେଲେ ୨ଜଣଙ୍କର ପତ୍ତା ମିଳିନଥିଲା। ନିଖୋଜ୨ଜଣ ଛାତ୍ରଙ୍କୁ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଥିଲେ। […]
ଭୁବନେଶ୍ୱର: ଦୁର୍ବଳ ହୋଇଛି ମୌସୁମୀ। ଫଳରେ ଆସନ୍ତା ୨ରୁ ୩ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ଅଳ୍ପ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ୨୯ ତାରିଖ ବେଳକୁ ମୌସୁମୀ ଶକ୍ତିଶାଳୀ ହେବ। ଫଳରେ ୨୯, ୩୦ ତାରିଖ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା […]
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ସାଥିବାକୁଡ଼ାରେ ବୈତରଣୀ ନଦୀ ବନ୍ଧରେ ଫାଟ ଦେଖିବାକୁ ମିଳିଛି। ବୈତରଣୀରେ ଏବେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଥିବା ବେଳେ ସାଥିବାକୁଡ଼ାରେ ନୂଆ କରି ତିଆରି ହୋଇଥିବା ନଦୀ ବନ୍ଧରେ ୧୫ ଫୁଟର ଫାଟ ସୃଷ୍ଟି ହୋଇଛି। ଏବେ ଏଠାରେ ବାଲି ବସ୍ତା ପକା ଯାଉଥିବା ଦେଖିବାକୁ ମିଳିଛି। ସାଥିବାକୁଡ଼ା ଗାଁ ନିକଟରେ ମୋଟ ୩ଟି ଫାଟ ଦେଖା ଦେଇଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ […]
କେନ୍ଦୁଝର: ସାମାଜିକ ସ୍ତରରେ ସାହାଯ୍ୟ ସହଯୋଗ ଓ ଚିକିତ୍ସା ଅଭାବରୁ ଜୀବନ ହାରିଲେ HIV ପୀଡ଼ିତ। ସରକାରୀ ସ୍ତରରେ ବ୍ୟାପକ ପ୍ରଚାର ପ୍ରଚାର ଓ ସଚେତନତା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳର ଜଣେ ଏଡ୍ସ ରୋଗୀ କୌଣସି ଚିକିତ୍ସା ସହୟତା ନପାଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ପଣ୍ଡିଚେରୀରେ କାମ କରୁଥିବା ବେଳେ ସେଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ HIV ସଂକ୍ରମିତ ବୋଲି ଜଣାପଡ଼ିଥିଲା । ପରେ ସେ ଓଡ଼ିଶା […]
କେନ୍ଦୁଝର: ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲକୁ ନେଇ କେନ୍ଦୁଝର ଆନନ୍ଦୁପର ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି। ଆନନ୍ଦପୁର ନିକଟବର୍ତ୍ତୀ ଏକ ପୁରାତନ ପର୍ଯ୍ୟଟନସ୍ଥଳୀକୁ ଆସିଥିବା ଏହି ପ୍ରେମୀଯୁଗଳ ଯୁବକମାନଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡିଛି। ପ୍ରେମୀଯୁଗଳଙ୍କ ଭିଡିଓ ସୁଟିଂ ପରେ ଏହା ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଯୁବତୀ ଜଣଙ୍କ ଘର ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଯୁବକ ମୟୂରଭଞ୍ଜ ଜିଲ୍ଲା ଅଞ୍ଚଳର ବୋଲି ସୂଚନା ମିଳିଛି। ଏନେଇ ଆନନ୍ଦପୁର ପୁଲିସ ଘଟଣାର ଅଧିକ ତଦନ୍ତ ଜାରି […]