ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା। କେନ୍ଦୁଝରରୁ କୋରାପୁଟ, ଭବାନୀପାଟଣାରୁ ଭୁବନେଶ୍ୱର, ଚାରିଆଡ଼େ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଥରର ଶୀତ ୫ ବର୍ଷର ରେକର୍ଡ ଭାଙ୍ଗିଛି। କନ୍ଧମାଳ ଦାରିଂବାଡ଼ିରେ ତାପମାତ୍ରା ୬ ଡିଗ୍ରୀକୁ ଖସି ଆସିବା ସହ ଏଠାରେ ତୁଷାରପାତ ବି ହୋଇଛି। ଏଭଳି ଥଣ୍ଡା ଆଉ ୨ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ଶୀତ ସାଙ୍ଗକୁ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ସକାଳୁ ରାସ୍ତାଘାଟ ଶୂନଶାନ୍ […]
ପୁରୀ: ଶ୍ରୀମନ୍ଦିରରେ ଗତକାଲି ହୋଇଥିବା ନୀତି ବିଶୃଙ୍ଖଳାରେ ତଦନ୍ତ ହୋଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସେ ଆହୁରି କହିଛନ୍ତି, ସେବାୟତଙ୍କ ୨ଟି ଦାବି ଗ୍ରହଣୀୟ ନୁହେଁ। ଏସ୍ପିଙ୍କ ବଦଳି ଓ ଗତ ଅକ୍ଟୋବର୍ ୩ରେ ଧାଡ଼ି ଦର୍ଶନକୁ ବିରୋଧ କରି ହୋଇଥିବା ହିଂସାକାଣ୍ଡ ମାମଲା ପ୍ରତ୍ୟାହାର ଦାବି ଗ୍ରହଣୀୟ ନୁହେଁ ବୋଲି ଶ୍ରୀମନ୍ଦିର […]
ଭୁବନେଶ୍ୱର : ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ନେଇ ପୁଣି ତନାଘନା। ଧାନର ଏମ୍ଏସ୍ପି ବୃଦ୍ଧି ଓ ଏମ୍ଏସ୍ପି ଅନୁସାରେ ଚାଷୀଙ୍କୁ ପ୍ରାପ୍ୟ ମିଳୁ ନଥିବା ନେଇ ଓଡ଼ିଶା ଗସ୍ତବେଳେ ମୋଦିଙ୍କ ଉଦ୍ବେଗ ପରେ ଏବେ ନୀତି ଅାୟୋଗ ରାଜ୍ୟକୁ ମାଗିଛି ସବିଶେଷ ତଥ୍ୟ । ପ୍ରାଇସ୍ ପ୍ରେଷ୍ଟିଜ ପେନସନ ଦାବିରେ ବାରମ୍ବାର ଅାନ୍ଦୋଳନକୁ ଓହ୍ଲାଉଛି ରାଜ୍ୟର ଚାଷୀ। ଫୋକସରେ ରହିଛି ପ୍ରାଇସ ବା ଧାନର ଏମ୍ଏସ୍ପି ବୃଦ୍ଧି। କେନ୍ଦ୍ର ସରକାର ଧାନର ସର୍ବନିମ୍ମ ସହାୟକ […]
ଅନୁଗୁଳ: ଖାଁ ଖାଁ ପରିବେଶ, ଶୁନଶାନ୍ ରାସ୍ତା। ନା ଅଛି ପର୍ଯ୍ୟଟକଙ୍କ ଗହଳି ନା କିଣାବିକାର ଆସର। ଟିକେଟ୍ କାଉଣ୍ଟରରେ ଆଉ ପୂର୍ବପରି ଭିଡ଼ ନାହିଁ କି ନେଚର୍ କ୍ୟାମ୍ପ ବି ଖୋଲା ହେବାର ଆଶା ଦିଶୁନି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସାତକୋଶିଆ ଅଭୟାରଣ୍ୟରେ। ବାଘୁଣୀ ସୁନ୍ଦରୀ ଯୋଗୁ ହୋଇଥିବା ହିଂସାକାଣ୍ଡର ପ୍ରତିଫଳନ ଏବେ ଯାଏ ଏଠି ଦେଖିବାକୁ ମିଳୁଛି। ସାତକୋଶିଆରେ ହାତୀବାରୀ ବିଟ୍ ହାଉସ୍ ଏବଂ ଟିକରପଡ଼ା ରେଂଜ […]
ରାଉରକେଲା : କୋଟି କୋଟି ଟଙ୍କାର ଜିଏସ୍ଟି ଠକେଇ କରିଥିବା ଏକ ରାକେଟ୍ର ପର୍ଦ୍ଦାଫାସ କରିଛି ରାଉରକେଲା ଜିଏସ୍ଟିର ଇଣ୍ଟେଲିଜେନ୍ସ ୱିଙ୍ଗ। ଏହି ରାକେଟ୍ ଜାଲ୍ ବିଲ୍ ପ୍ରସ୍ତୁତ କରି ବିନା ସାମଗ୍ରୀରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କମ୍ପାନୀରୁ ଇନ୍ପୁଟ ଟ୍ୟାକ୍ସ କ୍ରେଡିଟ୍ର ଫାଇଦା ଜାଲ ଅାକାଉଣ୍ଟରେ ଉଠାଯାଉଥିଲା। ଏହି ରାକେଟ୍ ଗତ ବର୍ଷେ ହେଲା ସରକାରଙ୍କର ବହୁ ପରିମାଣର ଟ୍ୟାକ୍ସ ଲୁଟ୍ କରୁଥିଲେ। ଗତ ଅଗଷ୍ଟରେ ଇଣ୍ଟେଲିଜେନ୍ସ ବିଭାଗ ଭୁବନେଶ୍ୱର ଏବଂ ବାହାର […]
ପୁରୀ : କାହିଁକି ରଣକ୍ଷେତ୍ର ପାଲଟିଲା ଶ୍ରୀକ୍ଷେତ୍ର? ଧାଡ଼ି ଦର୍ଶନ ନେଇ ସ୍ଥାନୀୟ ଲୋକଙ୍କ ରୋଷ ନାଁ ଅନ୍ୟ କିଛି କାରଣ? ୟାକୁ ନେଇ ତନାଘନା ଚାଲିଥିବାବେଳେ ହିଂସାକାଣ୍ଡ ପଛରେ କିନ୍ତୁ ଷଡ଼ଯନ୍ତ୍ର ଥିବା ପୁରୀ ଏସ୍ପି କହିବା ପରେ ଜୋର ଧରିଛି ଚର୍ଚ୍ଚା । ପୁରୀ ଏସ୍ପିଙ୍କ ଏ ମନ୍ତବ୍ୟରୁ ସ୍ପଷ୍ଟ ମନେ ହେଉଛି, ବୁଧବାର ଶ୍ରୀକ୍ଷେତ୍ରରେ ହିଂସାକାଣ୍ଡ ପଛରେ ହୋଇଥିଲା ବିରାଟ ଷଡ଼ଯନ୍ତ୍ର । କୌଣସି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଇଶାରାରେ ହିଁ ଘଟିଥିଲା ଧର୍ମଦାଣ୍ଡରେ […]
ପୁରୀ: ଶ୍ରୀମନ୍ଦିରରେ କାଲିର ଅବ୍ୟବସ୍ଥା ପରେ ଆଜି ମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଅଭିଯୋଗ ହୋଇଛି। ବାହାରକାଠ ନିକଟରେ ଜଣେ ପୁଲିସ୍ କର୍ମଚାରୀ ଅସଦାଚରଣ କରିଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ତାଙ୍କ ବାପା ଓ ମାଆଙ୍କ ସହ ଦର୍ଶନ କରୁଥିବା ବେଳେ ଅସଦାଚରଣର ଶିକାର ହୋଇଛି। ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ପହଞ୍ଚିଛନ୍ତି ନାବାଳିକା। କାଲି ନୀତିକାନ୍ତି ବନ୍ଦ ନେଇ ଚର୍ଚ୍ଚାରେ ରହିଥିଲା ଶ୍ରୀମନ୍ଦିର। ଆଉ ଆଜି ଘଟିଛି ଏଭଳି ଘଟଣା।
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ‘ଇନ୍କାଲ୍ ୨୦୧୯’ ନାମରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ହେବ ସପ୍ତମ ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀ। ଏଥିରେ୨୦ରୁ ଅଧିକ ଦେଶର ୭୦୦ ପ୍ରତିନିଧି ସାମିଲ୍ ହେବେ । ସମ୍ମିଳନୀରେ ବିଶ୍ୱର ଅଗ୍ରଣୀ ଆଲୁମିନିୟମ୍ ଉଦ୍ୟୋଗୀ କାନାଡାର ଆଲକନ, ଆମେରିକାର ଆଲକୋଆ ରୁଷିଆର ରୁସାଲ ଭଳି କମ୍ପାନୀ ଅଂଶଗ୍ରହଣ କରିବେ। ଆଲୁମିନିୟମ୍ କ୍ଷେତ୍ରରେ ନୂତନ ଚିନ୍ତାଧାରାର ଆଦାନ ପ୍ରଦାନ ସହିତ ୨୦୩୦ ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ […]
ନୂଅାପଡା : ନୂଅାପଡା ଜିଲ୍ଲା ଖଡିଅାଳ ବ୍ଲକ ବରଗାଁରେ ମହିଳାଙ୍କ ମଦ ବିରୋଧି ଅାନ୍ଦୋଳନ। ଗାଁରେ ଦିନକୁ ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବଢୁଥିବାରୁ ମଦ୍ୟପଙ୍କ ସଂଖ୍ୟା ବଢିବାରେ ଲାଗିଛି। କିନ୍ତୁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ବି କିଛି ସୁଫଳ ମିଳୁନି। ଏହାକୁ ବିରୋଧ କରି ଗାଁର ଶତାଧିକ ମହିଳା ଏକତ୍ରିତ ହୋଇ ଏକ ଶୋଭାଯାତ୍ରା କରି ଅାନ୍ଦୋଳନ କରିଥିଲେ। ବରଗାଁର ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରିବା […]
ଭଦ୍ରକ: ଭଦ୍ରକ ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଧାନ ବିକ୍ରି ଚିନ୍ତା। ଧାନକିଣା ପ୍ରକ୍ରିୟା ଆରମ୍ଭ ହେବାର ୨୦ଦିନ ବିତିଯାଇଥିଲେ ବି ଜିଲ୍ଲାର ଅଧିକାଂଶ ସ୍ଥାନରେ ଧାନ ମଣ୍ଡି ବନ୍ଦ ପଡ଼ିଛି। ଫଳରେ ଖୋଲା ଆକାଶ ତଳେ ଶୀତ କାକରରେ ଧାନକୁ ଜଗି ପଡ଼ିରହିଛନ୍ତି ଚାଷୀ। ବିକ୍ରି ବ୍ୟବସ୍ଥା ନେଇ କୌଣସି ବନ୍ଦୋବସ୍ତ ହେଉନଥିବାବେଳେ ଧାନ ପଡ଼ି ପଡ଼ି ନଷ୍ଟ ହେଉଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଅନ୍ୟପଟେ ଜିଲ୍ଲାରେ ଯେଉଁସବୁ ସ୍ଥାନରେ ମଣ୍ଡି ଖୋଲାଯାଇନି, ସେମାନଙ୍କୁ […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ୍ ଅଫିସ୍ ପାଲଟିଲା ରଣକ୍ଷେତ୍ର ବ୍ଲକ୍ ପରିସରରେ ଢେଲା ପଥର ମାଡ଼ ସହ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ୪ ବିଜେଡି କର୍ମୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ବ୍ଲକ୍ ସଭାପତିଙ୍କ ସହ ବିଜେଡି କାଉନସିଲର, ବ୍ଲକ ଚେୟାରମ୍ୟାନଙ୍କ ସ୍ୱାମୀ ଓ ଜଣେ କର୍ମୀଙ୍କୁ ଲୋକେ ପିଟିଥିବା ଅଭିଯୋଗ ହୋଇଛି। ଗୋଲିଅା ପଞ୍ଚାୟତରେ ଉନ୍ନୟନ ମୂଳକ କାମ ହେଉନଥିବା ଅଭିଯୋଗ କରିଅାସୁଥିଲେ ପଞ୍ଚାୟତବାସୀ। ଏନେଇ ଅାଜି ବିଡିଓଙ୍କ ନିକଟକୁ […]
ଭୁବନେଶ୍ୱର : ୨୦୧୯ରେ ଓଡ଼ିଶାରେ କଂଗ୍ରେସ ସରକାରକୁ ଅାସିଲେ ନିରଞ୍ଜନ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ। ବାଲେଶ୍ୱରରେ କଂଗ୍ରେସର ଜନ ଜାଗରଣ ଯାତ୍ରାରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ ଏହି ମନ୍ତବ୍ୟ ଦେଇଛନ୍ତି । ଏବେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ୁଛି। ନିରଞ୍ଜନ ଦଳର ନେତୃତ୍ୱ ନେଉଛନ୍ତି ଏବଂ ଜିତିଲେ ସରକାରର ନେତୃତ୍ୱ ନେବେ ବୋଲି କହିଛନ୍ତି ଚିରଞ୍ଜୀବ। ଗତ ୩ ତାରିଖରେ ବାଲେଶ୍ୱରରୁ ଅାରମ୍ଭ ହୋଇଥିବା କଂଗ୍ରେସର ଜନ ଜାଗରଣ ଯାତ୍ରା ବାଲେଶ୍ୱରର […]
ଭୁବନେଶ୍ୱର: ଆଜି ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ। ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଜାତୀୟ ପତାକା ଉତ୍ତୋଳନା ସହ ଜାତୀୟ ସଂଗୀତ ଗାନ କରି ପ୍ରତିଷ୍ଠା ଦିବସ ପାଳନ କରିଛି ରାଜ୍ୟ କଂଗ୍ରେସ। ଏହି ଉତ୍ସବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନେକ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ଦଳକୁ ମଜବୁତ କରିବା ପାଇଁ ଆଜି ରାଜ୍ୟ କଂଗ୍ରେସ ଭୁବନେଶ୍ୱରରେ ଏକ […]
ପୁରୀ: ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ। ଶ୍ରୀମନ୍ଦିର ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଅସନ୍ତୋଷ ପ୍ରକାଶ କରି ଭକ୍ତ ଭିତରକୁ ଧସେଇ ପଶିଛନ୍ତି। ତେବେ ଏହି ସମୟରେ ପୁଲିସ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଶ୍ରୀମନ୍ଦିର ବାହାରେ ଉତ୍ତେଜନା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ବଡଦେଉଳର ଦ୍ୱାର ଖୋଲିନାହିଁ। ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ […]
ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣାରେ ଆଉ ୧୨ ଜଣଙ୍କୁ ସିଂହଦ୍ୱାର ଥାନା ପୁଲିସ୍ ଆଜି ଗିରଫ କରିଛି। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ପୂର୍ବରୁ ଟାଉନ ଥାନା ପୁଲିସ୍ ୧୧ ଜଣଙ୍କୁ ଗିରଫ କରିଥିଲା। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ବୁଧବାର ଦିନ ପୁରୀରେ ବନ୍ଦ ପାଳନ ବେଳେ ଏହି ହିଂସାକାଣ୍ଡ ଘଟିଥିଲା। ବନ୍ଦ ବେଳେ ଆନ୍ଦୋଳନକାରୀ ସହରରେ ବ୍ୟାପକ […]
ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ସହ ସ୍ଥାନେ ସ୍ଥାନେ କୋହଲା ପାଗ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶାରେ ବି ପ୍ରବଳ ଜାଡ଼ ହେଉଛି। ଡିସେମ୍ବର ୨୯ତାରିଖରୁ ୩୧ ଯାଏ ପ୍ରବଳ ଶୀତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରିଛି। ଅନ୍ୟପଟେ ଆସନ୍ତା ୩୦ ତାରିଖ ଯାଏ ପାଗ କୋହଲା ସହ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉପକୂଳ ଓଡ଼ିଶାର କିଛି […]
ନବରଙ୍ଗପୁର: ନବରଙ୍ଗପୁରରେ ଆଜି ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୭ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହା ସହ ଅନ୍ୟ ଦୁଇ ଆହତଙ୍କୁ କୋରାପୁଟ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ନବରଙ୍ଗପୁରରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀବାହୀ ବସ୍ଟି ଇନ୍ଦ୍ରାବତୀ ବ୍ରିଜ୍ […]
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆଜି ସାଇନ୍-ଡାଏ ଘୋଷଣା କରାଯାଇଛି। ଛାତ୍ର ଅଶାନ୍ତି ଯୋଗୁ କଲେଜ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ୍ ଖାଲି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡ଼ି ଯାଉଥିବା ଦେଖିବାକୁ ମିଳିଥିଲା। ଛାତ୍ର ଅଶାନ୍ତି ପରେ ଗତକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍ କରାଯାଇଥିଲା। ସାଧାରଣ ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଅଜିତ କୁମାର ସ୍ୱାଇଁ ନାମକ ଜଣେ […]
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିର ଗସ୍ତରେ ଆସିବେ । ବଲାଙ୍ଗିରରେ ହେବାକୁ ଥିବା ସ୍ୱାଭିମାନ ସମାବେଶରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ଏହାପୂର୍ବରୁ ଆସନ୍ତା ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମ ରହିଛି। ତେବେ ଗତ ୨୪ତାରିଖରେ IIT ଭୁବନେଶ୍ୱର ନୂଆ କ୍ୟାମ୍ପସ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ। ଏହି ଅବସରରେ ସେ ବିଭିନ୍ନ […]
ଚାନ୍ଦବାଲି: ଦବିଲା ନଦୀ ବନ୍ଧ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ବୈତରଣୀ ନଦୀ ବନ୍ଧ ସାଥିବାଙ୍କୁଡ଼ା ଠାରେ ଦବି ଯାଇଛି। ପ୍ରାୟ ୨୦୦ ଫୁଟ୍ର ଏହି ନଦୀ ବନ୍ଧ ଗତକାଲି ରାତିରେ ୫ରୁ ୬ ଫୁଟ୍ ଦବି ଯାଇଥିବା ଜଣାପଡ଼ିଛି। ଫଳରେ ନଦୀର ଜୁଆର ପାଣି ଗାଁକୁ ମାଡ଼ିବା ଆସିବା ଆଶଙ୍କାରେ ଲୋକେ ଭୟଭୀତ ଅଛନ୍ତି। ତେବେ ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ଏହି ନଦୀବନ୍ଧ ୪ଟି ପଞ୍ଚାୟତର ୧୦ ଖଣ୍ଡ […]
ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଘଟଣାରେ ବିବାଦୀୟ ମନ୍ତବ୍ୟ ପରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କ୍ଷମା ପ୍ରାର୍ଥନାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ। ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ପ୍ରାୟୋଜିତ ବୋଲି କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଇସ୍ତଫା ନଦେବା ଯାଏ ମହିଳା କଂଗ୍ରେସର ଆନ୍ଦୋଳନର ଜାରି ରହିବ। ରାଜରାସ୍ତାକୁ ଓହ୍ଲାଇବା ସହ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥରେ ମଧ୍ୟ ପିପିଲି ଗଣଦୁଷ୍କର୍ମ ମାମଲାରେ […]
ଭୁବନେଶ୍ୱର: ଆର୍ଦ୍ରତା ଓ ଜଳୀୟ ବାଷ୍ପ ଅଭାବରୁ ରାଜ୍ୟରେ ବଢୁଥିବା ତାପମାତ୍ରା ଓ ଗୁଳୁଗୁଳିର ପ୍ରଭାବ ଆସନ୍ତା ୮ ତାରିଖ ଯାଏ ଲାଗି ରହିବ। ଗତ କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ୩୫ ଓ ୩୬ ଡିଗ୍ରୀ ଉପରେ ରହୁଥିବା ବେଳେ ୮ ତାରିଖ ପରେ ପାରଦ ୩୦ ତଳକୁ ଖସିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଦକ୍ଷିଣ-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର […]
ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଣିପାଗ ଶୁଖିଲା ରହିବା ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିରେ ସାମାନ୍ୟ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିଛି ସ୍ଥାନରେ ହାଲ୍କା ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଶେଷଜ୍ଞ କହିଛନ୍ତି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗ ଏଭଳି ରହିବ। ଆସନ୍ତା ୨ରୁ […]
ଧର୍ମଗଡ଼: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀ ଜଣଙ୍କ ପକ୍ଷରୁ ଜୁନାଗଡ଼ ଥାନାରେ ଶିକ୍ଷକଙ୍କ ନାଁରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖିଛି। ତାଙ୍କ ନାଁ ସଞ୍ଜୀବ ପଣ୍ଡା। ଗତକାଲି ସଞ୍ଜୀବ ଜଣେ ଛାତ୍ରୀଙ୍କୁ ଅଫିସ୍ କୋଠରୀକୁ ଡାକି ଅଶ୍ଳୀଳ ଆଚରଣ କରିଥିଲେ। ତେବେ ଛାତ୍ରୀ ଜଣଙ୍କ ପ୍ରତିବାଦ କରିଥିଲେ। […]
ନୀଳଗିରି: ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ରୋଗୀଙ୍କୁ ଖଟରେ ଦୁଇ କିଲୋମିଟର ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ବାଲେଶ୍ୱର ଜିଲ୍ଲା ନୀଳଗିରିର ଗୁଡ଼ିଖୁଳା ଗାଁରେ ଏହି ଘଟଣାଟି ଘଟିଛି। ଗତକାଲି ଔପଦା ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୁଡ଼ିଖୁଳା ଗାଁର ବସନ୍ତ ବିନ୍ଧାଣୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଶେଷରେ ଗାଁ ଲୋକେ ଦୁଇ କିଲୋମିଟର […]