ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁରରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଯାଇଛି। ଗତକାଲି ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ହଳଦିଆପଦର ଅଞ୍ଚଳରୁ ପୁଲିସ ୫ଜଣ ଡକାୟତଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ଗୋଟିଏ ପିସ୍ତଲ, ୨ଟି ଗୁଳି, ୨ଟି ବୋମା, ୩ଟି ଖଣ୍ଡା ଓ ୨ଟି ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମଧ୍ୟରେ ୩ଜଣ ଭାଇ ରହିଛନ୍ତି। ସେମାନେ ହେଲେ ଆଙ୍କୁଶପୁରର ପ୍ରଶାନ୍ତ କୁମାର ସାହୁ, ଶରତ ସାହୁ, ସୁଶାନ୍ତ ସାହୁ। ଅନ୍ୟମାନେ ବ୍ରହ୍ମପୁର […]
କୋଣାର୍କ(ସଞ୍ଜୟ ପତି): ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଚାରିଛକ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନବଘନ ସେଠୀ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଶୌଚାଳୟକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ଛାତ୍ରୀଙ୍କ ପରିବାର ଓ […]
କଲ୍ୟାଣସିଂହପୁର (ମାଉଡ଼ି ବାରିକ): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଯୋଡ଼ି ଗାଁ ନିକଟରେ। ମୃତକମାନେ ହେଲେ ଗୋବିନ୍ଦ ମାଝି ଓ ପରିକ୍ଷିତ ନାୟକ। ଏଥିରେ ଜଣେ ଗୁରୁତର ଭାବେ ଆହତ ବି ହୋଇଛନ୍ତି। ତାଙ୍କ ନାଁ ଲମ୍ବ ନାୟକ। ତାଙ୍କୁ ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋବିନ୍ଦଙ୍କ ଘର ଲିଙ୍ଗଡ଼ା ଗାଁରେ ହୋଇଥିବା ବେଳେ ପରିକ୍ଷିତଙ୍କ ଘର […]
ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ଚକଡ଼-ଗୋଗୁଆ ଗାଁରେ ଜଣେ ଯୁବକ ତାଙ୍କ ମାଆଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ବିନୋଦ ଘଡେଇ ନାମକ ଅଭିଯୁକ୍ତ ତାଙ୍କ ସାବତ ମାଆ ବିନିତା ଘଡେଇଙ୍କୁ ହତ୍ୟା କରିଛନ୍ତି। ଏନେଇ ବିନୋଦଙ୍କ ବାପା ବିଜୟ ଘଡେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ମୃତଦେହ ଜବତ […]
ଜୟପୁର (ଟି.ଗୌରୀଶଙ୍କର): ଆଜି ଜୟପୁର ପୁଲିସ୍ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ପୁଲିସ୍ କହିଛି। ମହିଳା ଜଣକ ଗଞ୍ଜେଇ ଚାଲାଣରେ ସହଯୋଗ କରୁଥିଲେ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ୍ ଜୟପୁର ଉପଖଣ୍ଡ ଓ ବୋରିଗୁମ୍ମା ଅଞ୍ଚଳରେ ଗତ ତିନି ଦିନ ହେଲା ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ୍ ଏକ ଟନ୍ରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହାର […]
ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବାକୁ ନେଇ ଆଜି ବରିଷ୍ଠ ନେତା ଦାମୋଦର ରାଉତ ପୁଣି ଥରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି ୨୦୧୯ରେ ନବୀନଙ୍କୁ ଶାସନରୁ ବିଦା କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “ମୋର ଗୋଟିଏ ଲକ୍ଷ୍ୟ ନବୀନ ଯେମିତି ସରକାର ଗଢ଼ି ନପାରିବେ। ଅଣଓଡ଼ିଆ ଅଫିସରଙ୍କ କଥାରେ ମୋତେ ଗୋଇଠା ମାରି ନବୀନ ବିଦା କରିଛନ୍ତି, ୨୦୧୯ରେ ତାଙ୍କୁ ଶାସନରୁ ବିଦା କରିବା ପାଇଁ ଲଢ଼େଇ କରିବି।” ସେ ଆହୁରି କହିଛନ୍ତି, “୪୫ ବର୍ଷ […]
ବାରିପଦା (ମାଣିକଲାଲ ପାଣି): ମେଳା ପଡ଼ିଆରେ ଟିକସ୍ ଆଦାୟକୁ ନେଇ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସଗୋବିନ୍ଦପୁର-ଅମର୍ଦ୍ଧାରୋଡ଼ ରାସ୍ତା ଅବରୋଧ କରିଥିଲେ। ସୂଚନାଯୋଗ୍ୟ, ମହାଶିବରାତ୍ରୀଠାରୁ ରାସଗୋବିନ୍ଦପୁର ଦେବଶୂଳ ମେଳା ପଡ଼ିଆରେ ମେଳା ଓ ମୀନା ବଜାର ଲାଗିଛି। ଦୋକାନୀଙ୍କଠାରୁ ଦେବତ୍ତୋର ବିଭାଗ କର୍ମଚାରୀ ଟିକସ୍ ବାହାନାରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏହାକୁ ନେଇ ସେଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଦୁଇ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଜଣେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଜଣେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁହେଁ ନଦୀରେ ବୁଡ଼ି ଯାଇଥିଲେ। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନାହିଁ। ଆଜି ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ାର ଛୋଟି ଗାଁରେ। ମୃତକଙ୍କ ନାଁ ଆକାଶ ଦାଶ। ତାଙ୍କ ସାଙ୍ଗ ନାଁ ଦିବ୍ୟଜ୍ୟୋତି ପ୍ରଧାନ। ଖବର ଲେଖାଯିବା ସୁଦ୍ଧା […]
ସାଲେପୁର (ମନୋଜ ଆଚାର୍ଯ୍ୟ): ଭୋଟରଙ୍କୁ ପ୍ରଲୋଭିତ କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିବାରେ ଲାଗିଛି। କାରଣ ଏ ଘଟଣାରେ ତାଙ୍କ ନାଁରେ ସାଲେପୁର ଥାନାରେ ଏତଲା ଦିଆଯାଇଛି। କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ଏହି ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ ପ୍ରଲୋଭନ ଦେଖାଇଥିବାରୁ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ହୋଇଛି। ତେଣୁ ତାଙ୍କୁ ଗିରଫ କରାଯାଉ। ଏହା ପୂର୍ବରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ […]
ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇଛନ୍ତି ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗ ଦେଇଥିବା ଯଜ୍ଞେଶ୍ୱର କହିଛନ୍ତି। ତାଙ୍କ ସହ ବିଜେପିରୁ କିଛି କର୍ମୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।
ଭୁବନେଶ୍ୱର: ଆଜି ସନ୍ଧ୍ୟା ୭ଟା ଭିତରେ ରାଜ୍ୟର ୫ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ବି ମାରିପାରେ। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ। ଏଠାରେ ଘଡ଼ଘଡ଼ି ମାରିବା ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର: ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ଜଙ୍ଗଲ ଭିତରେ ପାଟ୍ରୋଲିଂ ପାଇଁ ଗାଡ଼ି ଯୋଗାଇ ଦେଉଛନ୍ତି ଖଣି କମ୍ପାନୀ। ମାତ୍ର ବନ ବିଭାଗ ବଦଳରେ ଏହାକୁ ବ୍ୟବହାର କରୁଛନ୍ତି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ। ସୂଚନା ଅଧିକାର ଆଇନ୍ ବଳରେ ଏପରି ଭୟଙ୍କର ତଥ୍ୟ ପଦାକୁ ଆସିବା ପରେ, ବନ ବିଭାଗର ଚାଲାକି ପଦାରେ ପଡ଼ିଯାଇଛି। ଏସବୁ ଗାଡ଼ି ବଣ୍ୟଜନ୍ତୁଙ୍କ ସୁରକ୍ଷାରେ ବ୍ୟବହାର ନହୋଇ ବ୍ୟକ୍ତିଗତ କାମରେ ଲଗାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏହାର ସଦ୍ୟ […]
ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ କଲେଜରେ ଯୁକ୍ତଦୁଇ ପରୀକ୍ଷା ବେଳେ ସମୂହ କପି କରିଥିବା ସମସ୍ତ ଛାତ୍ରାଛାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣା ସମ୍ପର୍କରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କଠାରୁ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା। ଗତକାଲି କଲେଜର ୬୮ ଜଣ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷକ ତଥା କଲେଜ କର୍ତ୍ତୃପକ୍ଷଙ୍କୁ ଅମାନ୍ୟ କରି ସିସିଟିଭି ରୁମ୍ ଛାଡ଼ି ଜୋର […]
କଟକ: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଗୁରୁତର ଭାବେ ଅସୁସ୍ଥ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୩ ମାସ ହେଲା ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ଗତ ୮ତାରିଖରେ ସେ ହଠାତ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସତୁରୀ ଏବଂ ଅଶି ଦଶକର ବେଶ ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ବାସୁଦେବ ରଥ। ଚିକିତ୍ସା ନିମନ୍ତେ ଅର୍ଥାଭାବ ଥିବାରୁ ସହଯୋଗ ପାଇଁ ପରିବାର […]
ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଏକ ବରଯାତ୍ରୀ ଗାଡ଼ି ଗଛରେ ପିଟି ହୋଇଯିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାଟି ଝରିଗାଁ ବ୍ଲକ ହାତୀବାଡ଼ିଠାରେ ଘଟିଛି। ଆହତଙ୍କ ମଧ୍ୟରେ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ପ୍ରଥମେ ଝରିଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ୮ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ […]
ମୋହନା (ମିହିର ଯତି): ଗଜପତି ଜିଲ୍ଲା ଆର. ଉଦୟଗିରି ପୁଲିସ ଆଜି ସକାଳେ ପାଟ୍ରୋଲିଂ କରୁଥିବା ବେଳେ ୩ଟି ଦେଶୀ ବନ୍ଧୁକ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି। ତେବେ ଚଢ଼ଉ ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିବା ଓ ତାକୁ ଶୀଘ୍ର ଧରାଯିବ ବୋଲି ପୁଲିସ୍ କହିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଆଁପଡ଼ା ଗାଁର ଡମ୍ବରୁ ରଇତ ଏବଂ ଭାଲୁସାହି ଗାଁର ଜଗବନ୍ଧୁ ରଇତ। ସେମାନେ […]
ତେଲକୋଇ (ଚିନ୍ମୟ ସାହୁ): ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବା ପ୍ରତିବାଦରେ କେନ୍ଦୁଝର ଜିଲ୍ଲାର ଶଳେଇକେନା ପଞ୍ଚାୟତର ଶତାଧିକ ଲୋକେ ଆଜି ତେଲକୋଇ ଥାନା ଘେରାଉ କରିଛନ୍ତି। ପିଡିଏସ୍ ଚାଉଳ ପ୍ରଦାନରେ ଅନିୟମିତତା ଅଭିଯୋଗ କରି ପଞ୍ଚାୟତର ଶତାଧିକ ବାସିନ୍ଦା ଗତ ୧୧ ତାରିଖରେ ତେଲକୋଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ତାଲା ପକାଇ ଦେଇଥିଲେ। ୧୪ ତାରିଖରେ ତଦନ୍ତ ହେବା ନେଇ ସିଏସଓ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ତେବେ ଆନ୍ଦୋଳନର ନେତୃତ୍ୱ ନେଉଥିବା ପଙ୍ଗିଲା […]
ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନିକଟ ଜଙ୍ଗଲରେ ଏନ୍କାଉଣ୍ଟରରେ ଜଣେ କ୍ୟାଡର ମହିଳା ନକ୍ସଲଙ୍କ ମୃତ୍ୟୁ ହୋଇଛି। ତୁମୁଡ଼ିବନ୍ଧ ନିକଟସ୍ଥ ଜଙ୍ଗଲରେ ନକ୍ସଲ ସକ୍ରିୟ ଥିବା ସୁରକ୍ଷା ବାହିନୀକୁ ଖବର ମିଳିଥିଲା। ଏହା ପରେ ଏସ୍ଓଜି ଓ ଡିଭିଏଫ୍ ଯବାନମାନେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ଯବାନଙ୍କ ଗୁଳି ବିନିମୟ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣେ ମହିଳା କ୍ୟାଡ଼ର ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ […]
ଭୁବନେଶ୍ୱର: ରାଜ୍ୟ ବିଜେପିର ଏକ ଟିମ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କାଳିଆକୁ ନେଇ ଫେରାଦ ହୋଇଛି। ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କାଳିଆ ଯୋଜନାରେ ଅର୍ଥ ବଣ୍ଟନରେ ସ୍ୱଚ୍ଛତା ରହୁ ନଥିବା ଅଭିଯୋଗ କରିଛି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମାର୍ଚ୍ଚ ୩୧ ଯାଏ କାଳିଆ ଟଙ୍କା ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ ସତ୍ତ୍ୱେ ଅର୍ଥମନ୍ତ୍ରୀ […]
ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ବଢ଼ିଲାଣି ଦଳ ଡିଆଁ ପର୍ବ। ଆଜି ହାତ ଛାଡ଼ି ଶଙ୍ଖ ଧରିଛନ୍ତି ଲାଞ୍ଜିଗଡ଼ର କଂଗ୍ରେସ ନେତା ପ୍ରଦୀପ ଦିଶାରୀ। ୨୦୧୪ରେ ପ୍ରଦୀପ, କଂଗ୍ରେସ୍ ଟିକେଟରେ ଲାଞ୍ଜିଗଡ଼ରୁ ନିର୍ବାଚନ ଲଢ଼ିଥିଲେ। ଏଭଳି ସ୍ଥିତିରେ କ’ଣ ହେବ କଳାହାଣ୍ଡିର ଭେଟାରନ୍ ଲିଡର୍ ବଳଭଦ୍ର ମାଝୀଙ୍କ ଭାଗ୍ୟ ସେ ନେଇ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି। ଠିକ୍ ସେଭଳି ନୀଳଗିରିର ବିଜେପି ନେତ୍ରୀ ସୁଷମା ବିଶ୍ୱାଳ ଗତକାଲି ବିଜେଡିରେ ସାମିଲ୍ ହୋଇଛନ୍ତି। ୧୪ ନିର୍ବାଚନରେ […]
ଭୁବନେଶ୍ୱର: ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୪୮ଘଣ୍ଟା ପରେ ବି ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ସରକାରୀ ହୋର୍ଡିଂ। କିଛି ସ୍ଥାନରୁ ସରକାରୀ ବ୍ୟାନର୍ ଓ ପୋଷ୍ଟର୍ ହଟାଯାଇଥିଲେ ବି ଏବେବି ଅନେକ ସ୍ଥାନରେ ଲାଗିଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ। ଭୁବନେଶ୍ୱରର ରସୁଲଗଡ, ପଳାଶୁଣି ଛକ, ସାମନ୍ତରାୟପୁର ଛକ ସମେତ ପ୍ରମୁଖ ଛକରେ ରାଜ୍ୟ ସରକାରଙ୍କ ବଡ଼ ବଡ଼ ହୋର୍ଡିଂ ଲାଗିଛ। ଖାଲି ରାଜ୍ୟ ନୁହେଁ କେନ୍ଦ୍ର ସରକାରଙ୍କ ମଧ୍ୟ ହୋର୍ଡିଂ […]
ନୟାଗଡ଼ (ସତ୍ୟ ନାରାୟଣ ସୁର ଜଗଦେବ): ପିଲାଙ୍କୁ ଶିକ୍ଷିତ କରିବା ପାଇଁ ସରକାର ସ୍କୁଲ୍ ତ ଖୋଲିଦେଲେ, ହେଲେ ଭିତ୍ତିଭୂମି କଥା ଭୁଲିଗଲେ। ଆମେ କହୁଛୁ ନୟାଗଡ଼ ଜିଲ୍ଲା ନିର୍ମାଣୀ ଗାଁରେ ଥିବା ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର କଥା। ଏଠି ସ୍କୁଲ୍ ତ ଅଛି ହେଲେ ସ୍କୁଲ୍ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଆଣ୍ଠୁଏ ପାଣିରେ ପଶି କୁନିକୁନି ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଯାଉଛନ୍ତି। ବର୍ଷା ହେଉ କି ଖରା ଏହି ପିଲାମାନଙ୍କୁ ବର୍ଷ ତମାମ୍ […]
ଭୁବନେଶ୍ୱର : ଗାଁରୁ ସହର ସବୁଠାରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ହେଲେ ଏହାପରେ ଭି ଏମିତି ଅନେକ ସ୍ଥାନ ରହିଛି ଯେଉଁଠାରେ ଉପଯୁକ୍ତ ଚିକିତ୍ସା ତ ଦୂର କଥା ଡାକ୍ତର ବି ନାହାନ୍ତି। ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଟକ ଜିଲ୍ଲା ବାଙ୍କୀ ଓ ଭଦ୍ରକ ଜିଲ୍ଲା ବାସୁଦେବପୁରୁ ଏହି ରିପୋର୍ଟ ପଢ଼ିଲେ ଆପଣ ଜାଣିପାରିବେ। ପ୍ରଥମେ ବାଙ୍କୀ ସୁବର୍ଣ୍ଣପୁର […]
ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ସମୟରେ ବ୍ୟାପକ କପି କାରବାର ଏବଂ ୩ଟି କେନ୍ଦ୍ରରେ ପରୀକ୍ଷା ବାତିଲ୍ ନେଇ ବସିଥିବା ପରୀକ୍ଷା ପରିଚାଳନା କମିଟି ବୈଠକରେ ଅମୀମାଂସିତ ରହିଛି। ବୈଠକରେ କୌଣସି ନିଷ୍ପତ୍ତି ହୋଇପାରନାହିଁ। ଏଥିପାଇଁ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ସଂପାଦକ କହିଛନ୍ତି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ସମୟରେ ବ୍ୟାପକ କପି କାରବାର ଯୋଗୁ କଟକ ଗୋପୀନାଥପୁର କୃପାସିନ୍ଧୁ ନୋଡାଲ୍ ହାଇସ୍କୁଲ, ବଲାଙ୍ଗିରର ଘୁନସର ସରକାରୀ ହାଇସ୍କୁଲ ଏବଂ ଢେଙ୍କାନାଳର ପଳାସପୀଠା […]
ଭୁବନେଶ୍ୱର: କଂଗ୍ରେସର ଟିକଟ କସରତ ନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, କାହାରି ଟିକଟ ଫାଇନାଲ ହୋଇ ନାହିଁ। ଦିଲ୍ଲୀରେ ଅନୁଷ୍ଠିତ ଏଆଇସିସିର ବୈଠକରେ ପ୍ରଥମ ୩ଟି ପର୍ଯ୍ୟାୟ ନିର୍ବାଚନ ନେଇ ଆଲୋଚନା ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏଥିସହିତ ୧୫ଟି ଲୋକସଭା ଆସନ ଓ ଏଥିରେ ଥିବା ବିଧାନସଭା ଆସନ ନେଇ ପ୍ରାର୍ଥୀ ସର୍ଟ ଲିଷ୍ଟ କରାଯାଇଛି। ଆଶାୟୀଙ୍କ ନାଁ ଉପରେ ସିଇସି ଚୂଡ଼ାନ୍ତ ମୋହର ମାରିବା […]