ଆଠଗଡ଼: ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ସୌମ୍ୟ ରଞ୍ଜନ ପଣ୍ଡାଙ୍କ ପରଲୋକ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ତାଙ୍କ ଘର ଆଠଗଡ଼ ରଥଗଡା ଅଞ୍ଚଳରେ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ। କଟକ ସ୍ଥିତ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରି ଓଡିଶାରେ ବେଶ ସୁନାମ ଅର୍ଜନ […]
ଭୁବନେଶ୍ୱର: ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର ବଢ଼ିବା ସହ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସାମାଜିକ ଦୂରତା ଅବଲମ୍ବନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। କରୋନା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼ାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ଖାତା ମୂଲ୍ୟାୟନକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ାଯିବ। ୱେଟିଂ ଲିଷ୍ଟରେ ଥିବା ପରୀକ୍ଷକଙ୍କୁ ଖାତାଦେଖା ଲାଗି ଡକାଯିବ। ଖାତାଦେଖା ଆରମ୍ଭର ୪୫ […]
ଭୁବନେଶ୍ୱର: କରୋନା ଲକ୍ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ମାତ୍ର ଏଥିରେ ଦ୍ୱନ୍ଦ୍ୱ ଉପୁଜିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଥିଲା। ଅନ୍ୟପକ୍ଷରେ ଲକ୍ଡାଉନ୍ ବେଳେ ରାଜ୍ୟରେ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୋକାନ ଖୋଲା ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। […]
ଭୁବନେଶ୍ୱର: ଓଡ଼ିଶାରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ୟୁନିଟ-4 ମଧୁସୂଦନ ନଗରରେ। ତାଙ୍କ ବୟସ ୪୫ ବର୍ଷ ବୋଲି ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 42କୁ ବୃଦ୍ଧି ପାଇଛି। One more Covid 19 positive case in Bhubaneswar. Male, 45 years, Madhusudan Nagar, Unit IV — […]
ଭୁବନେଶ୍ୱର: ଲକ୍ଡାଉନ୍ ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଡ଼ି ପାସ୍ର ନବୀକରଣ ଅନାବଶ୍ୟକ। କୋଭିଡ୍-୧୯ ଜନିତ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି ପାସ୍ ବୈଧ ରହିବ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସବୁ ଗାଡ଼ି ପାସ୍ର ଆଉ ନବୀକରଣର ଆବଶ୍ୟକତା ନାହିଁ। All vehicle passes […]
ନୂଆପଡା: କଲେଜ କ୍ୟାମ୍ପସରେ ଭାଲୁ। ଗତକାଲି ନୂଆପଡ଼ା ସଦର ମହକୁମା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରକୁ ଏକ ଭାଲୁ ଚାଲି ଆସିଥିଲା। ଏହା ଦେଖି ଲୋକେ ଆତଙ୍କିତ ହୋଇ ପଡିଥିଲେ। ଭାଲୁଟି କଲେଜ କ୍ୟାମ୍ପସ ଭିତରେ ପ୍ରାୟ ୭ ଘଣ୍ଟା ଧରି ଏଣେ ତେଣେ ବୁଲିଥିଲା। ଖବର ପାଇ ନୂଆପଡା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ତଡ଼ିଥିଲେ। ତେବେ ଭାଲୁଟି କାହାରି କିଛି କ୍ଷୟକ୍ଷତି କରି ନାହିଁ। ବନ ବିଭାଗର କହିବା ଅନୁସାରେ, […]
ଭୁବନେଶ୍ୱର: ଆଜି ସଂଧ୍ୟା ସୁଦ୍ଧା SC/ST ହଷ୍ଟେଲ ପିଲାଙ୍କୁ ଘରେ ପହଞ୍ଚାଯିବ। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଏନେଇ ସୂଚନା ଦେଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା ପିଲାମାନଙ୍କୁ ସେମାନଙ୍କର ଅଭିଭାବକଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ, ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍ ଡାଉନ ନେଇ ଘୋଷଣା ହୋଇଛି। ସେହିପରି ଆନ୍ତଃରାଜ୍ୟ ବସ୍ ଚଳାଚଳ […]
ଜଳେଶ୍ୱର (ଅଜିତ ଦାସ): ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅନ୍ତର୍ଗତ ନେକୁରସୁନିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଚାରି ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବୋଲି ଜଣାପଡ଼ିଛି। ଆଜି ଦିନ ସାଢ଼େ ୧୧ଟା ବେଳେ ଏହି ଦୁର୍ଘଟଣା ଘଟି ଥିବା ଜଣାପଡ଼ିଛି। ଏମାନେ ସମସ୍ତେ କୋଲକାତାକୁ ରୋଷେଇ କରିବାକୁ ଯାଇଥିଲେ। ସେଠାରୁ […]
ବାଙ୍କୀ: ଗାଁ ଗାଁ ବୁଲି ମାଗଣାରେ କୁକୁଡ଼ା ବାଣ୍ଟିଲେ କୁକୁଡ଼ା ଫାର୍ମ ମାଲିକ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଦୁର୍ଗାପୁର ଅଞ୍ଚଳର କିଛି କୁକୁଡ଼ା ଫାର୍ମ ମାଲିକ ଆଜି ଟ୍ରାକ୍ଟରରେ କୁକୁଡ଼ା ଆଣି ଲୋକଙ୍କୁ ମାଗଣାରେ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ମଧ୍ୟ ଭିଡ଼ ଜମାଇ କୁକୁଡ଼ା ନେଉଥିବା ନଜର ଆସିଛି। କରୋନାକୁ ନେଇ ଲୋକମାନେ କୁକୁଡ଼ା କିଣୁ ନ ଥିବା ଜଣାପଡ଼ିଛି। କୁକୁଡ଼ା ମାଂସ ଓ ଅଣ୍ଡା […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଦିନ ୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ ଓ ଜଗତସିଂହପୁର।
ମାଲକାନଗିରି: ଭୂକମ୍ପରେ ଦୋହଲିଲା ମାଲକାନଗିରି। ମାଲକାନଗିରି ଜିଲ୍ଲା ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ୨ଥର ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଆଜି ଦିନ ୧୧ଟା ୧୫ ମିନିଟ୍ ସମୟରେ ପ୍ରଥମେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଏହାର କିଛି ସେକେଣ୍ଡ୍ ପରେ ପୁଣିଥରେ ଦ୍ୱିତୀୟ ଥର ଭୂକମ୍ପ ହୋଇଥିଲା। ୨-୩ ସେକେଣ୍ଡ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଦୁଇ ଦୁଇ ଥର ଭୂକମ୍ପ ଅନୁଭୂତ ହେବା […]
କେନ୍ଦୁଝର: ଦୁବାଇ ଫେରନ୍ତା ଯୁବକଙ୍କୁ ନେଇ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତିଙ୍କ ଜ୍ୱାଇଁ ଦୁବାଇରୁ ଫେରି ୪ ଦିନ ହେବ ଶ୍ୱଶୁର ଘରେ ଥିଲେ। ଗତକାଲି ଘଟଣା ଜଣାପଡିବା ପରେ ଯୁବକଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ଗାଁ ଲୋକେ ଅଡ଼ି ବସିଛନ୍ତି। ଲୋକଙ୍କ ଜିଦ୍ ପରେ ସମ୍ପୃକ୍ତ ଯୁବକଙ୍କୁ ଏକ ଘରେ ଆଇସୋଲେସନ୍ରେ ରଖାଯାଇଛି। ଆଜି ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କ ପରୀକ୍ଷା […]
ଅନୁଗୁଳ: କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ଅନୁଗୁଳ ଜିଲ୍ଲାର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଶଙ୍କର ସିନେମା ରୋଡ ୬ନମ୍ବର ଓ୍ୱାର୍ଡରେ ରହୁଥିବା ବିଜୟ କୁମାର ସୋନି। ପୁଲିସ୍ ସୂଚନା ଅନୁଯାୟୀ, ବିଜୟ, କରୋନା ଭାଇରସ୍କୁ ନେଇ ମିଥ୍ୟା ଖବର ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଅନୁଗୁଳରେ କରୋନା ଭୂତାଣୁରେ ଜଣେ ସଂକ୍ରମିତ ହୋଇଥିବା ନେଇ ସେ ସୋଶାଲ ମିଡିଆରେ ଗୁଜବ ପ୍ରଚାର […]
ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱରେ କରୋନା ମୁକାବିଲା ଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ସର୍ବସାଧାରଣ ସ୍ଥାନରେ ଅଧିକ ଜନସମାଗମ ନ କରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅଧିକ ଜରୁରୀ କାମ ନ ଥିଲେ ଘରୁ ବାହାରିବାକୁ ବାରଣ କରାଯାଉଛି। ଆଜିିଠାରୁ ଟ୍ୱିନ୍ସିଟିରେ ଅଡ୍-ଇଭିନ୍(ଯୁଗ୍ମ-ଅଯୁଗ୍ମ) ଫର୍ମୁଲା ଲାଗୁ ହୋଇଛି। ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଗାଡ଼ିକୁ ନେଇ ଏହି କଟକଣା ଲାଗୁ ହୋଇଛି। ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମକୁ ଧରାଯିବ। ଯେପରି ୨, ୪, ୬, ୮ […]
ଭୁବନେଶ୍ୱର: ଆଜିଠାରୁ ବାହାରେ ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କରୋନା ସତର୍କତା ସ୍ୱରୂପ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କରୋନା ଛଡ଼ା ଅନ୍ୟ କୌଣସି ମିଟିଂ ହୋଇପାରିବ ନାହିଁ। ସେହିପରି ଜୟନ୍ତୀ ପାଳନ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଛନ୍ତି। ରବିବାର […]
ପୁରୀ: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ମହାପ୍ରଭୁଙ୍କ ଟଙ୍କା ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବା ନେଇ ଟେଣ୍ଡର ପ୍ରକ୍ରିୟା ପରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ୫ ଦଶମିକ ୭୫ ପ୍ରତିଶତ ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ୍ ବ୍ୟାଙ୍କରେ ଜମା କରାଯିବ। ଶ୍ରୀମନ୍ଦିର କର୍ପସ ଫଣ୍ଡ୍ ସହିତ ଟେମ୍ପଲ ଫଣ୍ଡ୍ ଟଙ୍କା ଜମା ପାଇଁ ଜାତୀୟକରଣ ବ୍ୟାଙ୍କମାନଙ୍କଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। […]
ଭୁବନେଶ୍ୱର: ଓଡ଼ିଶା ହସ୍ତଶିଳ୍ପର ପ୍ରଚାରପ୍ରସାର ପାଇଁ ଦକ୍ଷିଣ ଆମେରିକାର ପେରୁକୁ ଯାଇଥିବା ବେଳେ ସେଠାରେ ଫସି ରହିଛନ୍ତି ୨ ଓଡ଼ିଆ। ପେରୁ ସରକାର ଦେଶରେ ନ୍ୟାସନାଲ ଏମର୍ଜେନ୍ସି ଘୋଷଣା କରବି ସହ ଲିମା ଏୟାରପୋର୍ଟକୁ ବନ୍ଦ କରିଦେଇଥିବାରୁ ଉଭୟ(ଦୁଇ ଓଡ଼ିଆ) ଅତି ଦୟନୀୟ ଅବସ୍ଥାରେ ସେଠାରେ ଫସି ରହିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସେମାନେ ସୋଶାଲ ମିଡିଆରେ ଓଡ଼ିଶା ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ଏହି ୨ ଓଡ଼ିଆ ହେଲେ ସଞ୍ଜୀବ କୁମାର ମହାପାତ୍ର […]
ଉମରକୋଟ: ସୋଶାଲ ମିଡିଆରେ କରୋନା ବିଷୟରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ଯୁବକ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଭାରସୁଣ୍ଡି ଗାଁର ମିଥୁନ ହାଲଦାର। ମାଂସରେ କରୋନା ଭାଇରସ୍ ରହିଥିବା ନେଇ ସୋଶାଲ ମିଡିଆରେ ଏକ ଗୁଜବ ଭିଡିଓ ପ୍ରଚାର କରିଥିଲେ ମିଥୁନ। ଏହା ଜଣାପଡ଼ିବା ପରେ ରାଇଘର ପୁଲିସ୍ ତାଙ୍କୁ ଗିରଫ କରିଥିଲା। ସୂଚନାଥାଉ କି, କିଛିଦିନ ତଳେ କରୋନାକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ […]
ପୁରୀ: ଜଳିଗଲା ପୁରୀ ଶ୍ରୀମନ୍ଦିର ଉପରେ ଲାଗିଥିବା ମାନସିକଧାରୀଙ୍କ ବାନା। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିରରେ ନୀଳଚକ୍ର ତଳକୁ ଲାଗିଥିବା ମାନସିକଧାରୀଙ୍କ ବାନାରେ ଗତକାଲି ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ନୀଳଚକ୍ର ବାନା ଅକ୍ଷତ ରହିଛି। ଦୀପ ନିଆଁରେ ମାନସିକଧାରୀଙ୍କ ବାନାରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ମାନସିକଧାରୀଙ୍କ ବାନାରେ ନିଆଁ ଲାଗିବା ପରେ ତୁରନ୍ତ ଏହାକୁ ଲିଭାଇ ଦିଆଯାଇଥିଲା।
ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ହୋଇଥିବା ଝଡ଼ତୋଫାନ ଓ ବଜ୍ରପାତ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦୁଇଟି ସ୍ଥାନରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି। ଝଡ଼ତୋଫାନ ଓ ବଜ୍ରପାତ ଯୋଗୁ ସୁନ୍ଦରଗଡ଼ରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ଭଞ୍ଜନଗରରେ ୨ଜଣ ଓ ଢେଙ୍କାନାଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜଗତସିଂହପୁରର ବାଲିକୁଦାରେ ଜଣେ, ପୁରୀ କୃଷ୍ଣପ୍ରସାଦର ଖୋଲଗଞ୍ଜ ଗାଁରେ ଜଣଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ମଇଦାଲପୁର ଥାନା ଅଞ୍ଚଳରେ ମଧ୍ୟ […]
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ୨ କେଜି ୭୦୦ ଗ୍ରାମ୍ର ବ୍ରାଉନ୍ ସୁଗର୍ ଜବତ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ଡିଜି ଅଭୟ ସୂଚନା ଦେଇଛନ୍ତି। ଓଡ଼ିଶା ପୁଲିସ୍ର ଏସ୍ଟିଏଫ୍ ଟିମ୍ ଚଢ଼ଉ କରି ଏହି ବ୍ରାଉନ୍ ସୁଗର୍କୁ ଜବତ କରିଛି। ଜବତ ହୋଇଥିବା ବ୍ରାଉନ୍ ସୁଗର୍ର ଆନୁମାନିକ ବଜାର ମୂଲ୍ୟ ୨ କୋଟି ୭୦ ଲକ୍ଷ ଟଙ୍କା ହେବବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି।
ପୁରୀ: କରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି। କାଲି ଠାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। କେବଳ ନୀତିକାନ୍ତି ପାଇଁ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ପାରିବେ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି।
ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଥିବା କିଛି ହାଟ ଉପରେ ବିଏମ୍ସି କଟକଣା ଲଗାଇଛି। ଏହି ହାଟ ଗୁଡ଼ିକ ଆଜିଠୁ ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ। ଏଣିକି ଏହି ହାଟ ଗୁଡ଼ିକ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ। ସନ୍ଧ୍ୟା ୬ଟା ପରେ ଜନଗହଳିକୁ ଦୃଷ୍ଟିରେ ରଖି ହାଟଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମର ନିର୍ଦ୍ଦେଶ ଅନୁସାରେ, ୟୁନିଟ-୧ ଡେଲି ମାର୍କେଟ୍/ ହାଟ, ୟୁନିଟ-୨ ମାର୍କେଟ୍, ସହିଦନଗର ଡେଲି […]
ପୁରୀ: ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଇ-ଟ୍ରାନ୍ସଫର ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାକୁ SBIର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର୍ କରିଛି ୟେସ୍ ବ୍ୟାଙ୍କ। ମୂଳଧନ ୩୮୯ କୋଟି ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା, ଏମିତି ମୋଟ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାଙ୍କୁ ଷ୍ଟେଟ୍ ବ୍ୟାଙ୍କରେ ୟେସ୍ ବ୍ୟାଙ୍କ ପକ୍ଷରୁ ଜମା […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପୁଲିସ୍ ଜିପ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଭିକାରୀ ଚରଣ। ସେ OSAP ଫାଷ୍ଟ […]