ଯାଜପୁର: ଅହମ୍ମଦାବାଦ ସୂତାକଳ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୩ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଫେରିଛି। ଯାଜପୁର ଜିଲ୍ଲା ଯମଧରପୁର ଗାଁରେ ୩ ଜଣଙ୍କ ମୃତଦେହ ପହଞ୍ଚିବା ପରେ ଶେଷକୃତ୍ୟ କରାଯାଇଛି। ଯାଜପୁର ବିଡିଓ ଏବଂ ଯୁଗ୍ମ ଶ୍ରମ କମିଶନରଙ୍କ ଉପସ୍ଥିତିରେ ଅନ୍ତ୍ୟେଷ୍ଟିକ୍ରିୟା କରାଯାଇଥିବାବେଳେ ଲୁହରେ ବତୁରି ଯାଇଛି ସାରା ଗାଁ। ଦାନା ପାଇଁ ଯାଇଥିଲେ ଦାଦନ ଖଟି। ଶେଷରେ ପେଟକୁ ଦି ମୁଠା ଦାନା ଯୋଗାଣର ସଂଗ୍ରାମ ଭିତରେ ହାରିଯାଇ ଫେରିଆସିଲେ ଶବ ପାଲଟି। ଗାଁ ମୁଣ୍ଡ […]
ନୟାଗଡ- ନୟାଗଡ଼ ରଣପୁର ବ୍ଲକ କୁଳାସର ଜନତା ଉଚ୍ଚ ବିଦ୍ୟାଳୟରେ ଆଜି ଗଣିତ ପରୀକ୍ଷା ଚାଲିଥିବା ବେଳେ ୨ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ପୁଲିସ୍। ୨ଜଣ ଛାତ୍ରୀଙ୍କ ପାଇଁ ଅନ୍ୟ ଦୁଇ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସେଣ୍ଟର ସୁପରିଟେଣ୍ଡେଣ୍ଟ ଧରି ରଣପୁର ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଉଭୟଙ୍କୁ ପରୀକ୍ଷାକେନ୍ଦ୍ର ଭିତରୁ ଗିରଫ କରିଛି। ସମ୍ପୃକ୍ତ ମ୍ୟ।ଟ୍ରିକ୍ ପରୀକ୍ଷାର୍ଥୀଙ୍କ ବଦଳରେ ସେହି ଗାଁର ଯୁକ୍ତ ଦୁଇରେ ପଢୁଥିବା ଦୁଇ ଛାତ୍ରୀ ପରୀକ୍ଷା ଦେଉଥିଲେ। ପୁଲିସ୍ […]
ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ। ସହିପରି ଖାତା ଦେଖା କାମ ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଆଉ ପରୀକ୍ଷା ଫଳ ମେ ଶେଷ ସପ୍ତାହରେ ବିଜ୍ଞାନ ଓ ଜୁନ୍ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ […]
ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ୨୪ ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି। ତାଙ୍କୁ ଆଜି ବିମାନବନ୍ଦରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ୱାଗତ ଜଣାଇଛନ୍ତି। ମମତାଙ୍କ ସହ ପଶ୍ଚିମବଙ୍ଗର କ୍ରୀଡ଼ାମନ୍ତ୍ରୀ ଅରୁପ୍ ବିଶ୍ୱାସ ମଧ୍ୟ ଆସିଛନ୍ତି। ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ […]
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ଯାଏଁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡ଼ିକ ହେଲା- କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, ମୟୂରଭଂଜ, ସୁନ୍ଦରଗଡ଼ ଓ ଦେବଗଡ଼। ସେହିପରି ବୌଦ୍ଧ, ସୋନପୁର ଓ କନ୍ଧମାଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକରେ ବର୍ଷା ସହ ୪୦ କିଲୋମିଟର ବେଗରେ ପବନ ବହିବ। […]
ବ୍ରହ୍ମପୁର: ମଦ ଦୋକାନ ଆଗରେ ଅଳିଆ ଆବର୍ଜନା ପଡ଼ିଥିବାରୁ ୨ ଲକ୍ଷ ଟଙ୍କା ତଣ୍ଡ ଗଣିଲେ ୨ଟି ମଦ ଦୋକାନ। ବ୍ରହ୍ମପୁର ରେଳଷ୍ଟେସନ ରୋଡ଼ରେ ଥିବା ଦୁଇ ମଦ ଦୋକାନୀଙ୍କୁ ଜୋରିମାନା କରିଛନ୍ତି ଖୋଦ୍ ଗଞ୍ଜାମ ଜିଲ୍ଲାପାଳ। ସୋମବାର ରାତିରେ ଜିଲ୍ଲାପାଳ ଆସିଥିବା ବେଳେ ବ୍ରହ୍ମପୁର ରେଳଷ୍ଟେସନ ରାସ୍ତାରେ ଥିବା ଦୁଇ ମଦ ଦୋକାନ ଥିବା ଅନ୍ୟ ଦୋକାନ ଗୁଡ଼ିକ ବୁଲି ସ୍ୱଚ୍ଛତା ଦେଖିଥିଲେ। ଏହି ସମୟରେ ଦୁଇ ମଦ ଦୋକାନ ସାମ୍ନାରେ ପ୍ଲାଷ୍ଟିକ ପାଣି ବୋତଲ, […]
ଭୁବନେଶ୍ୱର: ରାଜଧାନୀରେ ଏବେ ବେଆଇନ୍ ପାର୍କିଂ କଲେ ପଡ଼ିବ ଡବଲ ଫାଇନ। ତା’ ସହିତ ଗାଡ଼ି ଉଠାଇବାର ଚାର୍ଜ ଟଙ୍କା ବି ଦେବେ। ଆଜିଠାରୁ କମିଶନରେଟ୍ ପୁଲିସ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ କରିଛି। ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି, ରାଜଭବନରୁ କଳାରାହାଙ୍ଗ ଛକ ମଧ୍ୟରେ ରାସ୍ତା କଡ଼ରେ କେହି ଗାଡ଼ି ରଖି ପାରିବେ ନାହିଁ। ସେହିପରି ଏୟାରପୋର୍ଟ ଛକରୁ ନାଲ୍କୋ ଛକ, ଶିଶୁଭବନ ଛକରୁ ବାଣୀବିହାର ଛକ, ରସୁଲଗଡ଼ରୁ ଜୟଦେବ ବିହାର ଛକରେ […]
ଭୁବନେଶ୍ୱର: ୭ ବର୍ଷ ତଳର ଲୋମଟାଙ୍କୁରା ହତ୍ୟା। ପତ୍ନୀକୁ ମାରି ୩ ଶହ ଖଣ୍ଡ କରିଥିଲେ ଅବସରପ୍ରାପ୍ତ ସେନା ଡାକ୍ତର। ରାଜଧାନୀରେ ସେଦିନର ସେହି ବର୍ବରତା ବିରୋଧରେ ଆଜି ଦଣ୍ଡବିଧାନ କରିଛନ୍ତି ଭୁବନେଶ୍ୱର କୋର୍ଟ। ବୟସର ଅପରାହ୍ନରେ ଅପରାଧ ଭିଆଇଥିବା ଲେଫ୍ଟନାଣ୍ଚ କର୍ଣ୍ଣେଲ୍ ସୋମନାଥ ପରିଡ଼ାଙ୍କୁ ହୋଇଛି ଆଜୀବନ ସଜା। ପାରିପାର୍ଶ୍ୱିକ ପ୍ରମାଣ, ୨୪ ସାକ୍ଷୀଙ୍କ ବୟାନ ଏବଂ ମେଡ଼ିକାଲ ରିପୋର୍ଟ ଆଧାରରେ ଭୁବନେଶ୍ୱର ସ୍ଥିତ ଜିଲ୍ଲା ଦୌରାଜଜ ଏହି ଦଣ୍ଡବିଧାନ କରିଛନ୍ତି। ତଥାପି କର୍ଣ୍ଣେଲ ସୋମନାଥ […]
ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦରଭା ଡିଭିଜନର ମାଓ ଏରିଆ କମିଟି ସେକ୍ରେଟାରୀ କମଳୁ ବେଟ୍ଟି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଡିଆଇଜି ସଫନ ଅହମ୍ମଦ କେ, ବିଏସ୍ଏଫ୍ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଓ ଏସ୍ପି ରିଷିକେଶ ଖିଲାରୀଙ୍କ ସମ୍ମୁଖରେ କମଳୁ ଆତ୍ମସପର୍ଣ କରିଛି। କମଳୁ ସଂଗଠନରେ ହେଉଥିବା ଭେଦଭାବ, ନିର୍ଯାତନା ଏବଂ ନିରୀହ ଆଦିବାସୀଙ୍କୁ ହତ୍ୟା କରିବା ଭଳି ଘଟଣାରେ ମର୍ମାହତ ହୋଇ ଆତ୍ମସମର୍ପଣ କରିଥିବା […]
ଭୁବନେଶ୍ୱର: ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନ୍ରେ ରଖିବା ମାମଲାରେ ଅଭିଯୁକ୍ତ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ସଜା। ଦୋଷୀ ସ୍ୱାମୀ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଖୋର୍ଦ୍ଧା ଜିଲ୍ଲା ଜଜ୍। ସୋମନାଥ ୨୦୧୩ ଜୁନ୍ ମାସରେ ଭୁବନେଶ୍ୱର ନୟାପଲ୍ଲୀରେ ନିଜ ବାସଭବନରେ ଘଟାଇଥିଲେ ବୀଭତ୍ସ ହତ୍ୟାକାଣ୍ଡ। ସୂଚନା ଅନୁଯାୟୀ, ୨୦୧୩ ଜୁନ ୩ରେ ନୟାପଲ୍ଲୀରେ ରହୁଥିବା ଡାକ୍ତର ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ା ନିଜ ପତ୍ନୀ ଉଷଶ୍ରୀଙ୍କୁ […]
ଭୁବନେଶ୍ୱର: ବର୍ଷାରେ ବେହାଲ୍ ହୋଇଛି ଓଡ଼ିଶା। ରାଜ୍ୟର ଅନେକ ସ୍ଥାନରେ ଅସମୟ ବର୍ଷା ଚାଷୀଙ୍କ ସମେତ ସାଧାରଣ ଲୋକଙ୍କୁ ନାନା ସମସ୍ୟାରେ ପକାଇଛି। ବଲାଙ୍ଗିରରେ ଗତକାଲିଠୁ ବର୍ଷା ହେଉଥିବାବେଳେ ରାତି ତମାମ ଝଡ ତୋଫାନ ହୋଇଛି। ଫଳରେ ସହରର ବିଭିନ୍ନ ଜାଗାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ରାତିରୁ ବଲାଙ୍ଗିର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ସହର ଭିତରେ ଜଳଯୋଗାଣ ବନ୍ଦ ମଧ୍ୟ ରହିଛି। ସହରର ବିଭୁତିପଡ଼ା, ହାଟପଦା […]
ଭୁବନେଶ୍ୱର: ଧାନ କିଣା ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଧାନ ମଣ୍ଡି ସମସ୍ୟା ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ପ୍ରସଙ୍ଗକୁ ନେଇ ଏହି ରୁଲିଂ ଦେଇଛନ୍ତି ବାଚସ୍ପତି। ସର୍ବଦଳୀୟ ବୈଠକ ପରେ ବାଚସ୍ପତି ରୁଲିଂ ଦେଇ କହିଛନ୍ତି, ଧାନ କିଣା ନେଇ ସମବାୟ ମନ୍ତ୍ରୀ ବିଧାୟକଙ୍କ ସହ କଥା ହୋଇଛନ୍ତି। ସଂପୃକ୍ତ ଜିଲ୍ଲାର ବିଧାୟକମାନେ ମଧ୍ୟ ଚାଷୀଙ୍କ ପଞ୍ଜୀକରଣ ତଥ୍ୟ ଦେଇଛନ୍ତି। ଟୋକନ ମିଳିଥିବା ଚାଷୀଙ୍କ ଠାରୁ ମାର୍ଚ୍ଚ ୩୧ ଭିତରେ ଧାନ କିଣା […]
ବଲାଙ୍ଗିର: ମାଟ୍ରିକ ପରୀକ୍ଷାକୁ ନେଇ ବିବାଦ ପିଛା ଛାଡୁନି। ବୋର୍ଡର ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ପରେ ଗତକାଲି ଅଭିଭାବକ ନିଜେ ଛାତ୍ରଛାତ୍ରୀଙ୍କୁ କପି ଦେଇଥିଲେ। ଏହାରି ଭିତରେ କପି ପାଇଁ ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ଟଙ୍କା ଲାଞ୍ଚ ଦେଉଥିବା ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ବଲାଙ୍ଗିରରୁ ଏହି ଭିଡିଓ ଭାଇରାଲ୍ ପରେ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସେପଟେ ଅଭିଭାବକ କପି ଯୋଗାଇବା ଠିକ୍ ନୁହେଁ। ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ […]
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି କରୁଥିବା ଓକିଲ ସଂଘ ‘ନୋ କୋର୍ଟ ନୋ ହିୟରିଂ’ ଆନ୍ଦୋଳନକୁ ସାମୟିକ ଭାବେ କୋହଳ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବଲପୁରରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ଅଦାଲତ କାର୍ଯ୍ୟରେ ସହଯୋଗ କରିବା ଏବଂ ଓକିଲମାନେ ଶୁଣାଣିରେ ଭାଗନେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହାକ ଅଶୋକ ଦାସ କହିଛନ୍ତି । ସେପଟେ ରାଜ୍ୟ ସରକାର […]
ଭୁବନେଶ୍ୱର: ଖାଲି ହେବାକୁ ଯାଉଥିବା ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ କଣ ହେବ ଗଣିତ? ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ଅନାୟସରେ ହାସଲ କରୁଥିବା ବେଳେ ଚତୁର୍ଥ ଆସନକୁ ନେଇ ଟଣାଓଟରା ହେବାର ସମ୍ଭାବନା ରହିଛି। ଏଣେ ପୂର୍ବ ନିର୍ବାଚନରେ ଅଶ୍ୱିନ ବୈଷ୍ଣବଙ୍କ ଭଳି ଏଥର ବି ବିଜେପିକୁ ଗୋଟିଏ ଆସନ ବିଜେଡି ଛାଡ଼ି ଦେବ ବୋଲି ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସ କିନ୍ତୁ ଅଭିଯୋଗ କରିଛି, ବିଜପି ଏଠାରୁ ୨ଟି ସିଟ୍ ଉପରେ […]
ଭୁବନେଶ୍ୱର: ନିଜ ଅଳିଆ ନିଜେ ରଖ। ଅଳିଆ ବାହାରେ ଫୋପାଡ଼ିବା ପରେ ଏବେ ଏଭଳି କିଛି ଢଙ୍ଗରେ ଆକ୍ସନ୍ ମୁଡରେ କାମ କରିଛି ଭୁବନେଶ୍ୱର ମହାନଗର ନିଗମ। ପୁରୁଣା ଭୁବନେଶ୍ୱର ବୋଇତାଳି ମନ୍ଦିର ସମ୍ମୁଖ ରଥ ରୋଡ୍ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି କିଛି ନିଆରା ଓ ଅଭିନବ କାର୍ଯ୍ୟାନୁଷ୍ଠାନ। ଏକ ନିର୍ମାଣଧୀନ କୋଠା ବାହାରେ ପ୍ରବଳ ଅଳିଆ ପଡ଼ି ରହିଥିଲା। ରାସ୍ତା ଉପରେ ଜମା ହୋଇ ରହିଥିବା ଏହି ଅଳିଆକୁ ସେହି ଘର ଭିତରକୁ ପୁଣି […]
ଝାରସୁଗୁଡ଼ା: ୨୨ ଘଣ୍ଟାର ଧାରଣା ପରେ ଆନ୍ଦୋଳନରୁ ହଟିଲେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର। ଅନୁପଙ୍କ ପରିବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲିଠାରୁ ଧାରଣା ଦେଇଥିଲେ। ତେବେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ସହ ଆଲୋଚନା ପରେ ଧାରଣାରୁ ହଟିଛନ୍ତି ପରିବାରଲୋକେ। ଏହାସହ ତାଙ୍କ ଅଭିଯୋଗକୁ ନେଇ ଗୃହ ବିଭାଗକୁ ଅବଗତ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ହମିରପୁର ଡବଲ ମର୍ଡର ଘଟଣାର CBI ତଦନ୍ତ ଦାବି କରିଛନ୍ତି ଗିରଫ ଅଭିଯୁକ୍ତ ଅନୁପ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ତହସିଲର ଶାରୀଶୁଆ ପାହାଡ଼ରେ ୧୪୪ ଧାରା ଥିବା ବିଭିନ୍ନ ଖଣିରେ ଚଢାଉ କରି ୫ ଖଣି ମାଫିଆଙ୍କୁ ଗିରଫ କରିଛି ପୁଲିସ। ଏଥିସହ ୨ ଟି ଟ୍ରାକ୍ଟର୍ ମଧ୍ୟ ଜବତ କରାଯାଇଛି। ଏହି ପାହାଡ଼ରେ ୧୪୪ ଧାରା ଲାଗଥିବା ସତ୍ତ୍ୱେ ରାତି ଅଧିଆ ବ୍ଲାଷ୍ଟିଂ କରି ଖଣି ଚୋରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚର ଟିମ୍ ଶନିବାର ରାତିରୁ ଖଣି ଅଞ୍ଚଳରେ ଲୁଚି ରହିଥିଲା। ରାତି ଅଧିଆ ବ୍ଲାଷ୍ଟିଂ […]
ଭୁବନେଶ୍ୱର: ବିଧାନସଭାରେ ଗୃହକୁ ଭୁଲ ତଥ୍ୟ ଦେଇ ଭ୍ରମିତ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ଏଭଳି ଅଭିଯୋଗ ଉଠାଇ ଭୁବନେଶ୍ୱରରେ ଏକ ପ୍ରେସ୍ମିଟରେ ବର୍ଷିଛି କଂଗ୍ରେସ। ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବି କରିଛି କଂଗ୍ରେସ। ନୟାଗଡ଼। ଶରଣକୂଳ ଥାନା ଅଞ୍ଚଳରେ କଙ୍ଗାରୁ କୋର୍ଟ ଦ୍ୱାରା ଗାଆଁରୁ ବାସନ୍ଦ ପ୍ରାୟ ପନ୍ଦର ପରିବାରକୁ ଗାଁକୁ ଫେରାଇ ନେବା ପାଇଁ ଉଦ୍ୟମ କରାଯାଇଥିବା ନେଇ ବିଧାନସଭାରେ ଗୃହକୁ ତଥ୍ୟ ଦେଇଥିଲେ ମନ୍ତ୍ରୀ ଦିବ୍ୟ ଶଙ୍କର। ହେଲେ […]
ଭଦ୍ରକ: ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅଞ୍ଚଳରେ ଜଣେ ଶିଶୁକୁ ଦୁଷ୍କର୍ମ ଅଭିଯୋଗ। ଚାରି ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ଦାସ ନାମକ ଯୁବକକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ଶିଶୁଟି ଚିତ୍କାର କରିବାରୁ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରିଥିଲେ। ଚକଲେଟ ଦେବା ବାହାନାରେ ଡାକି ପିଲାଟିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।
ଗଞ୍ଜାମ: ପାଳ ଘରେ ନିଆଁ ଲାଗି ୩ ଶିଶୁଙ୍କ ମୃତ୍ୟୁକୁ ନେଇ ଶୋକପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିବାର ପିଛା ୪ ଲକ୍ଷ ଟଙ୍କା ଅନୁକମ୍ପାରାଶି ଘୋଷଣା କରିଛନ୍ତି। ଏହାସହ ଆହତ ଥିବା ଶିଶୁର ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ସକାଳେ ଘରପାଖ ବାଡ଼ିରେ ୫ରୁ ୭ ବର୍ଷ ବୟସ୍କ ୪ ଜଣ ପିଲା ଏକ ପାଳଘର କରି ଖେଳୁଥିଲେ। ସେମାନେ ହେଲେ ଇତିଶ୍ରୀ […]
ଭୁବନେଶ୍ୱର: ଜୀର୍ଣ୍ଣଶୀର୍ଣ୍ଣ ଶରୀର। ନୁଖୁରା କେଶ ସାଙ୍ଗକୁ ଅସନା ବେଶଭୂଷା। କେତେବେଳେ ନିଜ ସହ ଗୁଣୁଗୁଣୁ ହେଉଥିଲେ ତ ଆଉ କେତେବେଳେ ଖବରକାଗଜ ଧରି କଣ ସବୁ ପଢ଼ି ଯାଉଥିଲେ। ପୁରୀ ବଡ଼ଦାଣ୍ଡରେ ଯିଏ ତାଙ୍କୁ ଦେଖୁଥିଲା, କହୁଥିଲା ଇଏ ଭିକାରି ନଚେତ୍ ପାଗଳ। କିନ୍ତୁ କେହି ବି ଜାଣିନଥିଲେ ସେ ଜଣେ ମେଧାବୀ, ଆଉ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ରାଜ୍ୟର ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବନ୍ଧୁ ବୋଲି। ତାଙ୍କର ନାଁ ହେଉଛି ସୁଜିତ […]
ଭୁବନେଶ୍ୱର: ଛତିଶଗଡ଼ ହମିରପୁର କଳ୍ପନା ଦାଶ ଓ ତାଙ୍କ କୁନିଝିଅ ମର୍ଡର ମାମଲାରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି। ଏହି ମର୍ଡରେ ଆଉ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି। ଏହାର ସୁରାକ ମିଳିଛି। ତେବେ ଏହି ତୃତୀୟ ଅଭିଯୁକ୍ତ ଜଣକ କିଏ? ତାଙ୍କୁ ଗିରଫ କରିବା ପାଇଁ ଛତିଶଗଡ଼ ପୁଲିସ ଚଢ଼ଉକୁ ଜୋରଦାର କରିଛି। ଅନ୍ୟପକ୍ଷରେ ନ୍ୟାୟ ଦାବିରେ ଅନୁପ ସାଏଙ୍କ ବଡ଼ ଭାଇ ଓ ପତ୍ନୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ […]
ନବରଙ୍ଗପୁର: ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଗୁମର ଖୋଲୁଛି ଭାଇରାଲ୍ ଭିଡିଓ। ଏବେ ପରିବହନ ବିଭାଗ ଅଧିକାରୀଙ୍କ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ସ୍ଥାୟୀ ଚାକିରି କରାଇଦେବା ପାଇଁ ନବରଙ୍ଗପୁର ଆର୍ଟିଓ ଗଣେଶ୍ୱର କହଁର ଜଣେ ବ୍ୟକ୍ତିଙ୍କଠାରୁ ୨ଟି କିସ୍ତିରେ ୪୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସୋଶାଲ୍ ମିଡିଆରେ ଭିଡିଓ ଛାଡ଼ିଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ବଡ଼କୁମୁଲି ଗାଁର ଆକାଶ ହରିଜନଙ୍କଠାରୁ ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ୱର ଏହି ଟଙ୍କା ନେଇଥିଲେ। […]
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟ ପାଇଁ ସବୁବେଳେ ଖାଲି ବ୍ୟବସ୍ଥାକୁ ଦୋଷ ଦେଲେ ଚଳିବନି। ଛାତ୍ର ହୁଅନ୍ତୁ କି ଅଭିଭାବକ ନିଜର ନୀତି ଓ ନୈତିକତାକୁ ବି ପ୍ରଥମେ ଦେଖିବାକୁ ପଡ଼ିବ। ଯାହାର ଆଜି ବ୍ୟତିକ୍ରମ ଦେଖିବାକୁ ମିଳିଛି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ। କାମାକ୍ଷାନଗରରେ ଇଂରାଜୀ ପରୀକ୍ଷା ବେଳେ ଖୁଲମଖୁଲା କପି ପାଇଁ ଅଭିଭାବକ-ପୁଲିସ ମୁହାଁମୁହିଁ ହୋଇଥିବାବେଳେ ପୁରୀ କନକଦୁର୍ଗା ସେଣ୍ଟରରେ ଧରାପଡ଼ିଛି ଜାଲ୍ ପରିକ୍ଷାର୍ଥୀର ଚାଲାକି। ଢେଙ୍କାନାଳ ଜିଲ୍ଲା ବିରିବୁଲେଇ ଜନତା ସରକାରୀ ଉଚ୍ଚ […]